ଖେଳ

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍‌

କଳିଙ୍ଗ ଷ୍ଟାଡିୟମରେ ସୁପର କପ୍‌

ଭୁବନେଶ୍ୱର, ୮।୩(କ୍ରୀଡ଼ା ପ୍ରତିନିଧି)- ଭାରତର କ୍ରୀଡ଼ା ରାଜଧାନୀ ଭାବେ ବିବେଚିତ ହେଉଥିବା ଭୁବନେଶ୍ୱରକୁ ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାର ସୁଅ ଛୁଟିବାରେ ଲାଗିଛି। ଆସନ୍ତା ନଭେମ୍ବରରେ ହକି ବିଶ୍ୱକପ ଆୟୋଜନ ପୂର୍ବରୁ ଫୁଟବଲ ପ୍ରେମୀଙ୍କ ପାଇଁ ଆସିଛି ଆଉ ଏକ ଶୁଭ ଖବର । ସର୍ବଭାରତୀୟ ଫୁଟବଲ ଫେଡେରେଶନ (ଏଆଇଏଫଏଫ) ଆନୁକୂଲ୍ୟରେ ହେବାକୁଥିବା ସର୍ବପ୍ରଥମ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଜଉନା ୨୦୦ ମିଟର ଫାଇନାଲରେ

ଜଉନା ୨୦୦ ମିଟର ଫାଇନାଲରେ

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ଚାଲିଥିବା ଫେଡେରେଶନ କପ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୨୦୦ ମିଟର ଫାଇନାଲରେ ଓଡ଼ିଶାର ଜଉନା ମୁର୍ମୁ ପ୍ରବେଶ କରିଛନ୍ତି।

ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ୧୮ରୁ

ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ୧୮ରୁ

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଅରବିନ୍ଦ ମେମୋରିଆଲ ୧୫ ବର୍ଷରୁ କମ୍‌ ସର୍ବଭାରତୀୟ କ୍ରିକେଟ ଟୁର୍ନାମେଣ୍ଟ ଚଳିତମାସ ୧୮ ତାରିଖରୁ ଆରମ୍ଭ ହେବ। ପାରାମାଉଣ୍ଟ ସ୍ପୋର୍ଟିଂ ଗ୍ରାଉଣ୍ଡରେ ଏହି ପ୍ରତିଯୋଗିତା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

ନୂଆ ଏ+ ଗ୍ରେଡ୍‌ରେ କୋହଲି,ରୋହିତ, ଧାଓ୍ବନ୍‌

ନୂଆ ଏ+ ଗ୍ରେଡ୍‌ରେ କୋହଲି,ରୋହିତ, ଧାଓ୍ବନ୍‌

ନୂଆଦିଲ୍ଲୀ, ୭।୩ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୁଧବାର ତା’ର ନୂଆ ଖେଳାଳି ଚୁକ୍ତି ଘୋଷଣା କରିଛି। ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ବିସିସିଆଇ ତରଫରୁ ଅକ୍ଟୋବର ୨୦୧୭ରୁ ସେପ୍ଟେମ୍ବର ୨୦୧୮ ପର୍ଯ୍ୟନ୍ତ ଏହି ନୂଆ ବାର୍ଷିକ ଖେଳାଳି ଚୁକ୍ତି ଘୋଷଣା କରିଛି। ଏ, ବି, ସି ବର୍ଗ ସହିତ ବିଶ୍ୱର ସବୁଠାର ଏହି ଧନୀ ବୋର୍ଡ ପ୍ରଥମଥର ପାଇଁ ନୂଆ କରି ‘ଏ+’ ଗ୍ରେଡକୁ ଚୁକ୍ତିରେ ସାମିଲ କରିଛି।

ସାମିଙ୍କ ବିରୋଧରେ ପତ୍ନୀ ଜାହାନଙ୍କ ସଙ୍ଗିନ ଅଭିଯୋଗ

ସାମିଙ୍କ ବିରୋଧରେ ପତ୍ନୀ ଜାହାନଙ୍କ ସଙ୍ଗିନ ଅଭିଯୋଗ

ନୂଆଦିଲ୍ଲୀ, ୭।୩(ପି.ଟି.)- ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ବିରୋଧରେ ପତ୍ନୀ ହାସିନ ଜାହାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସାମି ତାଙ୍କୁ ବରାବର ଅତ୍ୟାଚାର କରିବା ସହ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଇଛନ୍ତି। ପୁଣି ତାଙ୍କର ଅନ୍ୟ ନାରୀଙ୍କ ସହ ଅବଧ ସମ୍ପର୍କ ରହିଛି ବୋଲି ଜାହାନ କହିଛନ୍ତି। ବୁଧବାର ହସିନ ଏ ନେଇ କଲିକତା ପୋଲିସ ନିକଟରେ ବିଧିବଦ୍ଧ ଭାବେ ଅଭିଯୋଗ କରିଛନ୍ତି।

ଆଜଲାନ ଶାହ କପ୍‌ ହକି: ଭାରତର ବୃହତ୍‌ ବିଜୟ

ଆଜଲାନ ଶାହ କପ୍‌ ହକି: ଭାରତର ବୃହତ୍‌ ବିଜୟ

ଇପୋ, ୭।୩(ପି.ଟି.)- ଏଠାରେ ଚାଲିଥିବା ୨୭ତମ ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ବୁଧବାର ଏକ ବୃହତ୍‌ ବିଜୟ ହାସଲ କରିଛି। ଭାରତ ତା’ର ଚତୁର୍ଥ ମ୍ୟାଚ୍‌ରେ ଆୟୋଜକ ମାଲେସିଆକୁ ୫-୧ ଗୋଲରେ ହରାଇଛି। ଏହି ବଡ଼ ବିଜୟ ସହ ଭାରତ ତା’ର ଫାଇନାଲ ଆଶାକୁ ଉଜ୍ଜୀବିତ ରଖିଛି।

ପେସାଦାର କ୍ରିକେଟରୁ କଓ୍ବାନଙ୍କ ଅବସର

ପେସାଦାର କ୍ରିକେଟରୁ କଓ୍ବାନଙ୍କ ଅବସର

ମେଲବର୍ନ,୭।୩- ନ୍ୟୁ ସାଉଥ୍‌ ଓ୍ବେଲ୍ସ ତଥା ଅଷ୍ଟ୍ରେଲିଆ ଦଳର ଓପନର ଇଡ୍‌ କଓ୍ବାନ ବୁଧବାର ପେସାଦାର କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଚଳିତ ସିଜନର କୁଇନ୍ସଲାଣ୍ଡ ବିପକ୍ଷ ଫାଇନାଲ ମ୍ୟାଚ୍‌ରେ ଖେଳିବେ ନାହିଁ।

ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ

ଗମ୍ଭୀରଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୭।୩(ପି.ଟି.)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରେ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ଦାୟିତ୍ୱ ବରିଷ୍ଠ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀରଙ୍କୁ ଦିଆଯାଇଛି। ଏ ନେଇ ଫ୍ରାଞ୍ଚାଇଜ୍‌ ପକ୍ଷରୁ ବୁଧବାର ଘୋଷଣା କରାଯାଇଛି।

ରାଜ୍ୟସ୍ତରୀୟ କୁଲାଡ଼ କପ କ୍ରିକେଟ: ୟଙ୍ଗଷ୍ଟାର ବିଜୟୀ

ବଅଁରପାଳ,୭।୩(ଡି.ଏନ୍‌.ଏ.): ଏନ୍‌ଆର୍‌ସିଏ କ୍ଲବ ପକ୍ଷରୁ ଆୟୋଜିତ କୁଲାଡ଼ କପ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ମ୍ୟାଚ୍‌ରେ ଅନୁଗୋଳ ୟଙ୍ଗଷ୍ଟାର ବିଜୟୀ ହୋଇଛି। ଗତମରା ଏବଂ ଅନୁଗୋଳ ୟଙ୍ଗଷ୍ଟାର ମଧ୍ୟରେ ଏହି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା।

ସଚିନ, ଅମଲାଙ୍କ ସମକ୍ଷକ ହେଲେ ଗେଲ

ସଚିନ, ଅମଲାଙ୍କ ସମକ୍ଷକ ହେଲେ ଗେଲ

ହରାରେ, ୭।୩(ପି.ଟି.)- ଏଠାରେ ଚାଲିଥିବା ଆଇସିସି କ୍ରିକେଟ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟରେ ମଙ୍ଗଳବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ ୬୦ ରନରେ ୟୁଏଇକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଓ୍ବେଷ୍ଟଇଣ୍ଡିଜ ନିର୍ଦ୍ଧାରିତ ୫୦ ଓଭରରେ ୪ ଉଇକେଟ୍‌ ହରାଇ ୩୫୭ ରନ କରିଥିଲା।

ଅଷ୍ଟ୍ରେଲିଆଠାରୁ ହାରି ଭାରତ ଫାଇନାଲ ଦୌଡ଼ରୁ ବାଦ୍‌

ଅଷ୍ଟ୍ରେଲିଆଠାରୁ ହାରି ଭାରତ ଫାଇନାଲ ଦୌଡ଼ରୁ ବାଦ୍‌

ଇପୋ,୬।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ତା’ର ଦ୍ୱିତୀୟ ପରାଜୟ ବରଣ କରିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଭାରତ ୨-୪ ଗୋଲରେ ବିଶ୍ୱର ୧ ନମ୍ବର ଦଳ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଛି। ଏଥି ସହିତ ଏହି ସମ୍ମାନଜନକ ଟୁର୍ନାମେଣ୍ଟରେ ଭାରତ ଫାଇନାଲ ଦୌଡରୁ ବାଦ ପଡିଛି।

ମହିଳା ହକି ସିରିଜ୍‌: କୋରିଆକୁ ହରାଇଲା ଭାରତ

ମହିଳା ହକି ସିରିଜ୍‌: କୋରିଆକୁ ହରାଇଲା ଭାରତ

ଇଞ୍ଚିଅନ, ୬।୩(ପି.ଟି.)- ଦକ୍ଷିଣ କୋରିଆ ବିପକ୍ଷ ଦ୍ୱିତୀୟ ହକି ମ୍ୟାଚରେ ଭ୍ରମଣକାରୀ ଭାରତ ୩-୨ ଗୋଲରେ ବିଜୟ ହାସଲ କରିଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତୀୟ ମହିଳା ହକି ଦଳ ୨-୦ରେ ଅଗ୍ରଣୀ ହାସଲ କରିଛି। ପଛରେ ପଡିଥିବା କୋରିଆ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଶେଷରେ ଭାରତ ବାଜି ମାରିଥିଲା।

ଦୂତୀ ଦ୍ରୁତତମ ଧାବିକା

ଦୂତୀ ଦ୍ରୁତତମ ଧାବିକା

ଭୁବନେଶ୍ୱର, ୬।୩(କ୍ରୀଡ଼ା ପ୍ରତିନିଧି)- ଭାରତରେ ଓଡ଼ିଶାର ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦଙ୍କ ଆଧିପତ୍ୟ ଅବ୍ୟାହତ ରହିଛି। ପଟିଆଲାରେ ଚାଲିଥିବା ଫେଡେରେଶନ କପ୍‌ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୦୦ ମିଟର ରେସ୍‌ରେ ଦୂତୀ ଭାରତର ଅନ୍ୟ ସମସ୍ତ ନାମୀ ଆଥଲେଟ୍‌ଙ୍କୁ ପଛରେ ପକାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ଇଭେଣ୍ଟରେ ଭାରତର ଅନ୍ୟ କୌଣସି ପ୍ରତିଯୋଗୀ ଦୂତୀଙ୍କୁ ଚ୍ୟାଲେଞ୍ଜ ଦେଇ ପାରି ନ ଥିଲେ। ଜାତୀୟ ରେକର୍ଡଧାରିଣୀ ଦୂତୀ ୧୧.୬୦ ସେକେଣ୍ଡ ସମୟ ନେଇ ପ୍ରତିଯୋଗିତାର ଦ୍ରୁତତମ ଧାବିକା ବିବେଚିତ ହୋଇଥିଲେ।

ଟି୨୦ ତ୍ରିରାଷ୍ଟ୍ରୀୟ: ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

ଟି୨୦ ତ୍ରିରାଷ୍ଟ୍ରୀୟ: ପ୍ରଥମ ମ୍ୟାଚରେ ଭାରତ ପରାସ୍ତ

କଲମ୍ବୋ, ୬।୩(ପି.ଟି.)- ଧାଓ୍ବନ ଧମାକା ସତ୍ତ୍ୱେ ତ୍ରିରାଷ୍ଟ୍ରୀୟ ଟି୨୦ କପ୍‌ ନିଦାହାସ ଟ୍ରଫିର ପ୍ରଥମ ମ୍ୟାଚରେ ଭାରତ ଝୁଣ୍ଟିଛି। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ୫ ଉଇକେଟରେ ଆୟୋଜକ ଶ୍ରୀଲଙ୍କାଠାରୁ ହାରି ଯାଇଛି। ଭାରତ ପକ୍ଷରୁ ଧାର୍ଯ୍ୟ ୧୭୫ ରନ ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ୧୮.୩ ଓଭରରେ ୫ ଉଇକେଟ ହରାଇ ହାସଲ କରି ନେଇଥିଲା। ଫଳରେ ମ୍ୟାଚରୁ ଶ୍ରୀଲଙ୍କାକୁ ୨ ପଏଣ୍ଟ ମିଳିଛି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି, ପୂଜାରା ସ୍ଥିର, ଅଶ୍ୱିନ ଖସିଲେ

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି, ପୂଜାରା ସ୍ଥିର, ଅଶ୍ୱିନ ଖସିଲେ

ଦୁବାଇ,୬।୩(ଏ.ଏଫ୍‌.ପି.)- ସଦ୍ୟପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ଅଧିନାୟକ ବିରାଟ କୋହଲି ଓ ବରିଷ୍ଠ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ପୂର୍ବପରି ସେମାନଙ୍କ ସ୍ଥାନ ବଜାୟ ରଖିଥିବା ବେଳେ ଅଭିଜ୍ଞ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ୍‌ ତଳକୁ ଖସିଛନ୍ତି। ବ୍ୟାଟିଂ ତାଲିକାରେ କୋହଲି ଓ ପୂଜାରା ଯଥାକ୍ରମେ ସେମାନଙ୍କ ଦ୍ୱିତୀୟ ଓ ଷଷ୍ଠ ସ୍ଥାନ ବଜାୟ ରଖିଛନ୍ତି। ସେହିପରି ଅଶ୍ୱିନ ଗୋଟିଏ ସ୍ଥାନ ତଳକୁ ଖସି ବୋଲିଂ ତାଲିକାର ଷଷ୍ଠ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି କ୍ୟାରିୟର ଶ୍ରେଷ୍ଠ ପଞ୍ଚମ ସ୍ଥାନକୁ ଉଠିଛନ୍ତି।

ସିରିଏଲୋ ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ

ସିରିଏଲୋ ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍‌ ନିଯୁକ୍ତ

ନୂଆଦିଲ୍ଲୀ,୬।୩(ପି.ଟି.)- ଅଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆନ ଗେମ୍ସକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ ଏକ ବିଶେଷ ନିଯୁକ୍ତି ପ୍ରଦାନ କରିଛି। ଅଷ୍ଟ୍ରେଲିଆର ପୂର୍ବତନ ଡ୍ରାଗ୍‌ଫ୍ଲିକ୍‌ ସ୍ପେଶାଲିଷ୍ଟ କ୍ରିସ୍‌ ସିରିଏଲୋଙ୍କୁ ଭାରତୀୟ ହକି ଦଳର ଆନାଲିଟିକାଲ କୋଚ୍‌ ରୂପେ ନିଯୁକ୍ତି ଦିଆଯାଇଛି। ତେବେ ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ (ସାଇ) ତରଫରୁ ଏ ସଂକ୍ରାନ୍ତରେ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ। ସର୍ବକନିଷ୍ଠ ଷ୍ଟାଫ୍‌ ହିସାବରେ ୩୨ ବର୍ଷୀୟ ସିରିଏଲୋ ଭାରତୀୟ ଟିମ୍‌ ମ୍ୟାନେଜମେଣ୍ଟରେ ଯୋଗ ଦେଇଛନ୍ତି। ଖୁବ୍‌ ଶୀଘ୍ର ସାଇ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିବ ବୋଲି ହକି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଗତ ଜାନୁୟାରୀରେ ହୋଇଥିବା ନ୍ୟୁଜିଲାଣ୍ଡ ଗସ୍ତରୁ ସିରିଏଲୋ ଭାରତୀୟ ଦଳ ସହ କାର୍ଯ୍ୟକରି ଆସୁଛନ୍ତି। ଏବେ ବାଙ୍ଗାଲୋରରେ ଚାଲିଥିବା ଜାତୀୟ ପ୍ରଣିକ୍ଷଣ ଶିବିରରେ ସିରିଏଲୋ କାର୍ଯ୍ୟ ଆରମ୍ଭ କରିଛନ୍ତି। ସେ ୨୦୨୦ ଅଲିମ୍ପିକ୍ସ ପର୍ଯ୍ୟନ୍ତ ଭାରତୀୟ ଦଳ ସହ ଜଡିତ ରହିବେ। ସିରିଏଲୋଙ୍କ ନିଯୁକ୍ତି ସମ୍ପର୍କରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରଣାଳୟ ଆନୁଷ୍ଠିନିକ ଭାବେ ଘୋଷଣା କରିବ ବୋଲି ହକି ଇଣ୍ଡିଆ ତରଫରୁ କୁହାଯାଇଛି। ଗତ ବର୍ଷ ସେପ୍ଟେମ୍ବର ମାସରେ ହାନ୍ସ ଷ୍ଟ୍ରିଡର ପଦରୁ ଆନାଲିଟିକା କୋଚ୍‌ ପଦରୁ ଅବ୍ୟାହତି ନେଇଥିଲେ। ନିଜ ଦେଶ ହଲାଣ୍ଡର ରୋଲେଣ୍ଟ ଅଲ୍ଟମ୍ୟାନ୍ସ ମୁଖ୍ୟ କୋଚ୍‌ ପଦରୁ ବହିସ୍କୃତ ହେବା ପରେ ଷ୍ଟିଡର ପଦ ଛାଡିଥିଲେ।

ଶୁଟିଂ ବିଶ୍ୱକପ୍‌ରେ ମନୁ ଜିତିଲେ ଦ୍ୱିତୀୟ ସ୍ବର୍ଣ୍ଣ

ଶୁଟିଂ ବିଶ୍ୱକପ୍‌ରେ ମନୁ ଜିତିଲେ ଦ୍ୱିତୀୟ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୬।୩(ପି.ଟି.)- ମେକ୍ସିକୋର ଗୁଆଡାଲାଜାରାଠାରେ ଚାଲିଥିବା ଆଇଏସ୍‌ଏସ୍‌ଏସ୍‌ ଶୁଟିଂ ବିଶ୍ୱକପ୍‌ରେ ୧୬ ବର୍ଷୀୟା ଭାରତୀୟ ମହିଳା ଶୁଟର ମନୁ ଭାକର ପୁଣି ଥରେ କମାଲ କରିଛନ୍ତି। ସେ କ୍ରମାଗତ ଦ୍ୱିତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍‌ ଇଭେଣ୍ଟରେ ସେ ଅନ୍ୟତମ ଭାରତୀୟ ଶୁଟର ଓମ୍‌ ପ୍ରକାଶ ମିଥରଭାଲଙ୍କୁ ସାଥି କରି ସ୍ବର୍ଣ୍ଣ ଜିତିଛନ୍ତି।

ମାଞ୍ଚେଷ୍ଟର ୟୁନାଇଟେଡ ବିଜୟୀ

ମାଞ୍ଚେଷ୍ଟର ୟୁନାଇଟେଡ ବିଜୟୀ

ମାଞ୍ଚେଷ୍ଟର,୬।୩(ଏ.ଏଫ୍‌.ପି.)- ପ୍ରିମିୟର ଲିଗ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ମାଞ୍ଚେଷ୍ଟର ୟୁନାଇଟେଡ ୩-୨ ଗୋଲରେ କ୍ରିଷ୍ଟାଲ ପ୍ୟାଲେସ୍‌କୁ ହରାଇଛି। ମ୍ୟାଚରେ ୨-୦ରେ ପଛରେ ପଡିଥିଲେ ମଧ୍ୟ ପ୍ରତ୍ୟାବର୍ତ୍ତନ କରି ମାଞ୍ଚେଷ୍ଟର ବିଜୟୀ ହେବାକୁ ସକ୍ଷମ ହୋଇଛି।

ରାଜ୍ୟସ୍ତରୀୟ କୁଲାଡ଼ କପ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ କୁଲାଡ଼ କପ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବଅଁରପାଳ,୬।୩(ଡି.ଏନ୍‌.ଏ.): ନାଲ୍‌କୋ ଷ୍ଟାଡିୟମଠାରେ ଏନ୍‌ଆର୍‌ସିଏ କ୍ଲବ ଦ୍ୱାରା ଆୟୋଜିତ ରାଜ୍ୟସ୍ତରୀୟ କୁଲାଡ଼ କପ କ୍ରିକେଟ୍‌ ଟୁର୍ନାମେଣ୍ଟ ମଙ୍ଗଳବାର ଆରମ୍ଭ ହୋଇଛି। ନାଲ୍‌କୋ ଟ୍ରକ ମାଲିକ ସଂଘ ସଭାପତି ରାଜୀବ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଚାମ୍ପିୟନ ଗୋଗ୍‌ଲେ ସ୍ପୋଟର୍‌ସ ଦଳ ସମ୍ବର୍ଦ୍ଧିତ

ଚାମ୍ପିୟନ ଗୋଗ୍‌ଲେ ସ୍ପୋଟର୍‌ସ ଦଳ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)- ଲିକତାରେ ଅନୁଷ୍ଠିତ ଫ୍ୟୁଚର ହୋପ୍‌ ଇଣ୍ଟରନ୍ୟାଶନାଲ ୭-ଏସ୍‌ ରଗ୍‌ବୀ ପ୍ରତିଯୋଗିତାରେ ଚାମ୍ପିୟନ ଗୋଗ୍‌ଲେ ସ୍ପୋଟର୍‌ସ ଦଳ ସୋମବାର ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛି। ସ୍ଥାନୀୟ ବନବାସୀ କଲ୍ୟାଣ ଆଶ୍ରମସ୍ଥିତ ସିମାଦ୍ରି ମିଶ୍ର ଜନଜାତି ଛାତ୍ରାବାସ ପିଲାଙ୍କୁ ନେଇ ଗଠିତ ଏହି ଦଳକୁ ଏଠାରେ ଭବ୍ୟ ସ୍ବାଗତ କରାଯାଇଥିଲା।

ବିଜୁ ପଟ୍ଟନାୟକ ମିନି ମାରାଥନ: ସମସାଦ, ଅଶୋକ ବିଜେତା

ବିଜୁ ପଟ୍ଟନାୟକ ମିନି ମାରାଥନ: ସମସାଦ, ଅଶୋକ ବିଜେତା

ଭୁବନେଶ୍ୱର, ୫।୩(କ୍ରୀଡ଼ା ପ୍ରତିନିଧି)- ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ଅବସରରେ ସୋମବାର ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ବିଜୁ ପଟ୍ଟନାୟକ ପାର୍କରୁ ଆରମ୍ଭ ହୋଇ କଳିଙ୍ଗ ଷ୍ଟାଡିୟମରେ ଶେଷ ହୋଇଥିବା ଏହି ମାରାଥନର ମହିଳା ବିଭାଗରେ କଟକ ସାଇ ହଷ୍ଟେଲର ସମସାଦ ଆରା ବେଗମ ଏବଂ ପୁରୁଷରେ ଓଡ଼ିଶା ପୋଲିସର ଅଶୋକ ଦଣ୍ଡସେନା ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଶୁଟିଂ ବିଶ୍ୱକପ୍‌: ସ୍ବର୍ଣ୍ଣ ଜିତିଲେ ୧୬ ବର୍ଷୀୟା ମାନୁ

ଶୁଟିଂ ବିଶ୍ୱକପ୍‌: ସ୍ବର୍ଣ୍ଣ ଜିତିଲେ ୧୬ ବର୍ଷୀୟା ମାନୁ

ନୂଆଦିଲ୍ଲୀ, ୫।୩(ପି.ଟି.)- ମେକ୍ସିକୋରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ଭାରତର ୧୬ ବର୍ଷୀୟା ଶୁଟର ମାନୁ ଭାକରଙ୍କ ଚମକ ଦେଖିବାକୁ ମିଳିଛି। ସେ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣପଦକ ହାସଲ କରି ଭାରତୀୟ ଶିବିରରେ ଖୁସିର ଲହରୀ ଖେଳାଇ ଦେଇଛନ୍ତି।

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆ ବିଜୟୀ

ଡର୍ବାନ, ୫।୩- ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟକୁ ଅଷ୍ଟ୍ରେଲିଆ ୧୧୮ ରନର ବୃହତ ବ୍ୟବଧାନରେ ଜିତିନେଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୪୧୭ ରନର ଲକ୍ଷ୍ୟକୁ ପିଛା କରିଥିବା ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ର ଅନ୍ତିମ ତଥା ୫ମ ଦିବସରେ ୨୯୮ ରନ କରି ଅଲ୍‌ଆଉଟ୍‌ ହୋଇଥିଲା।

ଟପ୍‌-୫୦କୁ ଫେରିଲେ ପେସ୍‌

ଟପ୍‌-୫୦କୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୫।୩(ପି.ଟି.)- ଭେଟେରାନ ଭାରତୀୟ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୫୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏଟିପି ଦୁବାଇ ଇଭେଣ୍ଟରେ ପେସ୍‌ ରନର୍ସଅପ୍‌ ହୋଇଥିଲେ।