Dharitri News

ଖେଳ

ପର୍ଯ୍ୟବେକ୍ଷକ ପଦରୁ ପି.ଟି. ଉଷାଙ୍କ ଇସ୍ତଫା

ପର୍ଯ୍ୟବେକ୍ଷକ ପଦରୁ ପି.ଟି. ଉଷାଙ୍କ ଇସ୍ତଫା

ନୂଆଦିଲ୍ଲୀ, ୬।୧- ଦେଶର ପ୍ରାକ୍ତନ ଧାବିକା ପି.ଟି. ଉଷା ଜାତୀୟ ପର୍ଯ୍ୟବେକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି। ଜାତୀୟ ଆଥ୍‌ଲେଟିକ୍ସ ପର୍ଯ୍ୟବେକ୍ଷକ ପଦ ସମେତ ଟାର୍ଗେଟ ଅଲିମ୍ପିକ୍‌ ପୋଡିୟମ୍‌ ଯୋଜନା (ଟପ୍ସ)ର ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି।

ଆଣ୍ଡରସନ- ସିମନ ଫାଇନାଲ

ଆଣ୍ଡରସନ- ସିମନ ଫାଇନାଲ

ପୁଣେ,୫ା୧(ପି.ଟି.) ଏଠାରେ ଚାଲିଥିବା ଟାଟା ଓପନ ମହାରାଷ୍ଟ୍ର ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଇଭେଣ୍ଟର ଟାଇଟଲ ମୁକାବିଲା ସ୍ପଷ୍ଟ ହୋଇଛି। ଫାଇନାଲ ମ୍ୟାଚରେ ଦ୍ୱିତୀୟ ସିଡ୍‌ ଦକ୍ଷିଣ ଆଫ୍ରିକାର କେଭିନ ଆଣ୍ଡରସନ ଓ ଚତୁର୍ଥ ସିଡ ଫ୍ରାନ୍ସର ଜାଇଲ୍ସ ସିମନ ପରସ୍ପରକୁ ଭେଟିବେ।

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଉଦ୍‌ଘାଟିତ

ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଉଦ୍‌ଘାଟିତ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି) ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟର ୫ମ ସଂସ୍କରଣ ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି।

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ବୃହତ୍‌ ବିଜୟ

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲର ବୃହତ୍‌ ବିଜୟ

ଭୁବନେଶ୍ୱର, ୫।୧(କ୍ରୀଡ଼ା ପ୍ରତିନିଧି) ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଚାଲିଥିବା ୩ୟ ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ଆମନ୍ତ୍ରଣୀୟ ମହିଳା ହକି ପ୍ରତିଯୋଗିତାର ଶୁକ୍ରବାର ତୃତୀୟ ଦିବସରେ ପାନପୋଷ ସ୍ପୋଟର୍‌ସ ହଷ୍ଟେଲ ଓ ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବୃହତ୍‌ ବିଜୟ ହାସଲ କରିଛନ୍ତି।

ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ

ପ୍ରଥମ ଦିବସରେ ବୋଲରଙ୍କ ଆଧିପତ୍ୟ

କେପ୍‌ ଟାଉନ୍‌,୫ା୧(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ କ୍ରିକେଟ ଟେଷ୍ଟ ଶୁକ୍ରବାର ଏଠାରେ ଆରମ୍ଭ ହୋଇଛି। ନ୍ୟୁଲାଣ୍ଡ୍ସ ଗ୍ରାଉଣ୍ଡ ପିଚ୍‌ରେ ପ୍ରଥମ ଦିବସରେ ବୋଲରଙ୍କ ପ୍ରାଧାନ୍ୟ ଦେଖିବାକୁ ମିଳିଛି।

ସର୍ବଭାରତୀୟ ୱାଇଏମ୍‌ସି କପ ଲାଗି ପ୍ରସ୍ତୁତି ଶେଷ

ସର୍ବଭାରତୀୟ ୱାଇଏମ୍‌ସି କପ ଲାଗି ପ୍ରସ୍ତୁତି ଶେଷ

ନୂଆପଡା ଅଫିସ,୫।୧- ପ୍ରତିବର୍ଷ ଭଳି ସ୍ଥାନୀୟ ମିନିଷ୍ଟାଡିୟମରେ ଏଥର ବି ଅନୁଷ୍ଠିତ ହେବ ଖେଳର ପର୍ବ ୱାଇଏମ୍‌ସି କ୍ରିକେଟ ର୍ଟୁ୍‌ନାମେଣ୍ଟ। ୨୬ତମ ସର୍ବଭାରତୀୟ ୱାଇଏମ୍‌ସି ଟୁର୍ନାମେଣ୍ଟର ରବିବାର ଶୁଭାରମ୍ଭ କାର୍ଯ୍ୟକ୍ରମ। ଏଥିରେ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଚନ୍ଦ୍ରସାରଥୀ ବେହରା ଆସି ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସବୁ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ସୂଚନା ମିଳିଛି।

ସେମିରୁ ଫେରିଲେ ଶାରାପୋଭା

ସେମିରୁ ଫେରିଲେ ଶାରାପୋଭା

ଶେନଝେନ, ୫।୧- ପାଞ୍ଚଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ରୁଷିୟ ମହିଳା ଖେଳାଳି ମାରିଆ ଶାରାପୋଭା ଚଳିତ ଶେନଝେନ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟର ସେମିଫାଇନାଲରୁ ବିଦାୟ ନେଇଛନ୍ତି। ସେ ଅନ୍ତିମ ୪ ରାଉଣ୍ଡରେ କାଟେରିନା ସିନିକୋଭାଙ୍କଠାରୁ ୨-୬, ୬-୩, ୩-୬ ସେଟ୍‌ରେ ପରାଜିତ ହୋଇଛନ୍ତି।

ଟେଷ୍ଟ ଫର୍ମାଟରେ ସ୍ମିଥଙ୍କ ୬ ହଜାର ରନ୍‌ ପୂରଣ

ଟେଷ୍ଟ ଫର୍ମାଟରେ ସ୍ମିଥଙ୍କ ୬ ହଜାର ରନ୍‌ ପୂରଣ

ସିଡ୍‌ନୀ, ୫।୧- ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଚଳିତ ସିଜନରେ କ୍ରମାଗତ ଉନ୍ନତ ପ୍ରଦର୍ଶନ ଜାରି ରଖିଛନ୍ତି। ସେ ଇଂଲଣ୍ଡ ବିପକ୍ଷ ୫ମ ତଥା ଆଶେସ ସିରିଜ୍‌ର ଅନ୍ତିମ ଟେଷ୍ଟରେ ନିଜ ଟେଷ୍ଟ କ୍ୟାରିୟରର ୬ ହଜାର ରନ୍‌ ପୂରଣ କରିଛନ୍ତି। ସେ ଏହି ମାଇଲଷ୍ଟୋନଙ୍କୁ ୧୧୧ତମ ଇନିଂସ୍‌ରେ ସ୍ପର୍ଶ କରିଛନ୍ତି।

ଟାଟା ଓପନ୍‌: ସେମିରେ ସିଲିକ

ଟାଟା ଓପନ୍‌: ସେମିରେ ସିଲିକ

ପୁଣେ, ୫।୧- ଏଠାରେ ଚାଲିଥିବା ଟାଟା ମହାରାଷ୍ଟ୍ର ଓପନ୍‌ରେ ପୁରୁଷ ସିଙ୍ଗଲ୍ସ ବର୍ଗର ଟପ୍‌ ସିଡ୍‌ ଖେଳାଳି ମାରିନ ସିଲିକ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗୁରୁବାର ଅନୁଷ୍ଠିତ କ୍ୱାର୍ଟର ଫାଇନାଲରେ ୬-୩, ୬-୨ ସେଟ୍‌ରେ ଫ୍ରାନ୍ସର ପିଏରେ ହୁଗୁସ ହେର୍ବଟଙ୍କୁ ହରାଇଛନ୍ତି।

ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ ସେରେନା

ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ ସେରେନା

ମେଲବୋର୍ଣ୍ଣ, ୫।୧- ଡିଫେଣ୍ଡିଂ ଚାମ୍ପିୟନ୍‌ ସେରେନା ଓ୍ବିଲିୟମ୍ସ ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଶୁକ୍ରବାର ସେରେନା ଓହରିଯାଇଛନ୍ତି।

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ପାନପୋଷ, ଭୁବନେଶ୍ୱର ସ୍ପୋଟର୍‌ସ ହଷ୍ଟେଲ ବିଜୟୀ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି) ରାଉରକେଲାର ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ବୁଧବାରଠାରୁ ଆରମ୍ଭ ହୋଇଛି ୩ୟ ମେଜର ଧ୍ୟାନଚାନ୍ଦ ସ୍ମାରକୀ ସର୍ବଭାରତୀୟ ଆମନ୍ତ୍ରଣୀୟ ମହିଳା ହକି ପ୍ରତିଯୋଗିତା। ଗୁରୁବାର ଦ୍ୱିତୀୟ ଦିବସରେ ଟୁର୍ନାମେଣ୍ଟର ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି।

୧୯ରୁ ଓଡ଼ିଶା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌

୧୯ରୁ ଓଡ଼ିଶା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌

କଟକ ଅଫିସ, ୪।୧ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ଫର୍ମାଟରେ ହେବ ଓଡ଼ିଶା ପ୍ରିମିୟର ବ୍ୟାଡ୍‌ମିଣ୍ଟନ ଲିଗ୍‌ । ଆସନ୍ତା ଜାନୁୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଏହା ଓଡ଼ିଶା ରାଜ୍ୟ ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଓ କଟକ କ୍ଲବର ମିଳିତ ଆନୁକୂଲ୍ୟରେ ଆୟୋଜନ କରାଯିବ। ଏଥି ନିମନ୍ତେ ଗତ ଡିସେମ୍ବର ୧୬ ତାରିଖରେ ଖେଳାଳି ନିଲାମ ସରିଛି।

ଜାତୀୟ ଶକ୍ତି ଉତ୍ତୋଳନ  ପାଇଁ ଓଡ଼ିଶା ଦଳ

ଜାତୀୟ ଶକ୍ତି ଉତ୍ତୋଳନ ପାଇଁ ଓଡ଼ିଶା ଦଳ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି) ତାମିଲନାଡ଼ୁର କୋଏମ୍ବାଟୁରଠାରେ ଚଳିତମାସ ୭ରୁ ୧୨ ପର୍ଯ୍ୟନ୍ତ ଜାତୀୟ ଜୁନିୟର ଓ ମାଷ୍ଟର୍ସ (ମହିଳା ଓ ପୁରୁଷ) ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ୨୦ ଜଣିଆ ଓଡ଼ିଶା ଦଳ ଗୁରୁବାର ଘୋଷିତ ହୋଇଛି।

ସିଏସ୍‌କେରେ ରହିଲେ ଧୋନୀ, ରାଇନା

ସିଏସ୍‌କେରେ ରହିଲେ ଧୋନୀ, ରାଇନା

ବମ୍ବେ, ୪।୧ (ପି.ଟି.)-ଗୁରୁବାର ସନ୍ଧ୍ୟାରେ ଏଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ୨୦୧୮ସଂସ୍କରଣ ପାଇଁ ପ୍ଲେୟର ରିଟେନଶନ ଇଭେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯେଉଁ ଖେଳାଳିମାନେ ସେମାନଙ୍କ ଦଳରେ ସ୍ଥାନ ବଜାୟ ରଖିଛନ୍ତି, ସେମାନଙ୍କ ନାମ ତାଲିକା ଚୂଡ଼ାନ୍ତ ହୋଇଛି। ବାସନ୍ଦ ପାଇଁ ଦୁଇ ବର୍ଷ ବ୍ୟବଧାନରେ ଟୁର୍ନାମେଣ୍ଟକୁ ଫେରିଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମହେନ୍ଦ୍ର ସିଂ ଧୋନୀ (୧୫ କୋଟି ଟଙ୍କା)ଙ୍କୁ ଦଳରେ ରଖିଛି।

ଅଲ୍‌ ଓଡ଼ିଶା ଓପନ୍‌ ଟେନିସ୍‌ ୧୧ରୁ

ଅଲ୍‌ ଓଡ଼ିଶା ଓପନ୍‌ ଟେନିସ୍‌ ୧୧ରୁ

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି) ଅଲ୍‌ ଓଡ଼ିଶା ଓପନ ଗୁରୁକୁଳ ଓପନ ଟେନିସ ଟୁର୍ନାମଣ୍ଟ ଚଳିତ ମାସ ୧୧ ତାରିଖରୁ ଆରମ୍ଭ ହେବ।

ଶେନଝେନ ଓପନ୍‌ ସେମିରେ ଶାରାପୋଭା

ଶେନଝେନ ଓପନ୍‌ ସେମିରେ ଶାରାପୋଭା

ଶେନଝେନ, ୪।୧(ଏଏଫ୍‌ପି)- ବିଶ୍ୱର ପ୍ରାକ୍ତନ ଏକ ନମ୍ବର ମହିଳା ଟେନିସ ଖେଳାଳି ମାରିଆ ଶାରାପୋଭା ଏଠାରେ ଚାଲିଥିବା ଶେନଝେନ ଓପନ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଆହତ ମୁରେ, ନିଶିକୋରି ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ

ଆହତ ମୁରେ, ନିଶିକୋରି ଅଷ୍ଟ୍ରେଲିଆନ୍‌ ଓପନ୍‌ରୁ ଓହରିଲେ

ମେଲବୋର୍ନ, ୪।୧(ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍‌ ଓପନ୍‌ ଚଳିତ ମାସ ୧୫ରୁ ଆରମ୍ଭ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତାର ଏହାହେବ ୧୦୬ତମ ସଂସ୍କରଣ।

୫ମ ଆଶେସ୍‌ ଟେଷ୍ଟ: ଇଂଲଣ୍ଡର ଭଲ ଆରମ୍ଭ

୫ମ ଆଶେସ୍‌ ଟେଷ୍ଟ: ଇଂଲଣ୍ଡର ଭଲ ଆରମ୍ଭ

ସିଡ୍‌ନୀ, ୪।୧(ଏଏଫ୍‌ପି)- ଅଧିନାୟକ ଜୋ ରୁଟ୍‌ ଓ ଡେଭିଡ୍‌ ମଲାନଙ୍କ ଅର୍ଦ୍ଧଶତକ ବଳରେ ଗୁରୁବାରଠାରୁ ଏଠାରେ ଆରମ୍ଭ ହୋଇଥିବା ଅନ୍ତିମ ତଥା ୫ମ ଆଶେସ୍‌ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ଦଳ ଭଲ ଆରମ୍ଭ କରିଛି।

ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଭାରତୀୟ ଦୃଷ୍ଟିହୀନ ଦଳ

ସରକାରଙ୍କ ମଞ୍ଜୁରୀ ଅପେକ୍ଷାରେ ଭାରତୀୟ ଦୃଷ୍ଟିହୀନ ଦଳ

ବେଙ୍ଗାଲୁରୁ, ୪।୧(ପି.ଟି.)- ପାକିସ୍ତାନରେ ଆସନ୍ତା ୭ରୁ ୨୧ ତାରିଖ ପର୍ଯ୍ୟନ୍ତ ହେବାକୁ ଯାଉଛି ଦୃଷ୍ଟିହୀନ କ୍ରିକେଟ୍‌ ବିଶ୍ୱକପ୍‌ର ୫ମ ସଂସ୍କରଣ। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଦଳକୁ ପାକିସ୍ତାନ ଗସ୍ତ କରିବା ପାଇଁ ୫ ତାରିଖ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ।

କୋହଲି, ଧୋନୀ ସେମାନଙ୍କ ଫ୍ରାଞ୍ଚାଇଜରେ ରହିବେ

କୋହଲି, ଧୋନୀ ସେମାନଙ୍କ ଫ୍ରାଞ୍ଚାଇଜରେ ରହିବେ

ବମ୍ବେ,୪ା୧(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀ ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ସେମାନଙ୍କ ଫ୍ରାଞ୍ଚାଇଜ୍‌ରେ ପୂର୍ବଭଳି ଖେଳିବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋହଲିଙ୍କୁ ଓ ଚଳିତ ବର୍ଷ ଆଇପିଏଲକୁ ପ୍ରତ୍ୟାବର୍ତ୍ତନ କରିଥିବା ଚେନ୍ନାଇ ସୁପର କିଙ୍ଗ୍ସ ଧୋନୀଙ୍କୁ ପୂର୍ବପାରି ଦଳରେ ବଜାୟ ରଖିବ।

ହକି କୋର ଗ୍ରୁପ୍‌ରେ ୪ ଓଡ଼ିଆ

ହକି କୋର ଗ୍ରୁପ୍‌ରେ ୪ ଓଡ଼ିଆ

ବାଙ୍ଗାଲୋର,୩ା୧(ପି.ଟି.) ୨୦୧୮ ସେସନ ପାଇଁ ହକି ଇଣ୍ଡିଆ ଏକ ୩୩ ଜଣିଆ ଦଳ ତଥା କୋର ଗ୍ରୁପ୍‌ ଘୋଷଣା କରିଛି। ଏଥିରେ ୪ଜଣ ଓଡ଼ିଆ ଡିଫେଣ୍ଡରଙ୍କୁ ସାମିଲ କରାଯାଇଛି।

ପ୍ରଥମ ଟେଷ୍ଟ ପାଇଁ ଧାଓ୍ବନ ଫିଟ୍‌

ପ୍ରଥମ ଟେଷ୍ଟ ପାଇଁ ଧାଓ୍ବନ ଫିଟ୍‌

କେପଟାଉନ୍‌, ୩।୧(ପି.ଟି.) ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଗାମୀ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଶୁକ୍ରବାରଠାରୁ ଆରମ୍ଭ ହେବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳର ନିୟମିତ ଓପନର ଶିଖର ଧାଓ୍ବନ ଫିଟ୍‌ ଘୋଷିତ ହୋଇଛନ୍ତି।

ମୁନ୍‌ରୋଙ୍କ ରେକର୍ଡ ଶତକ

ମୁନ୍‌ରୋଙ୍କ ରେକର୍ଡ ଶତକ

ମାଉଣ୍ଟ ମାଉଙ୍ଗାନ, ୩।୧- ଓପନର କଲିନ ମୁନ୍‌ରୋଙ୍କ ରେକର୍ଡ ଶତକ ବଳରେ ନ୍ୟୁଜିଲାଣ୍ଡ ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌କୁ ୧୧୯ ରନ୍‌ର ବୃହତ୍‌ ବ୍ୟବଧାନରେ ପରାଜିତ କରିଛି।

ଓଡ଼ିଆର ନୂଆ ଆଶା ଅଭିଷେକ

ଓଡ଼ିଆର ନୂଆ ଆଶା ଅଭିଷେକ

କଟକ ଅଫିସ,୩।୧- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ କିଛି ହାତଗଣତି ଓଡ଼ିଆ ଖେଳାଳି ଅଂଶଗ୍ରହଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଯାଜପୁରର ଅଭିଷେକ ରାଉତ ଅନ୍ୟତମ।