ଖେଳ

 ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

କଲମ୍ବୋ, ୧୩ା୩ (ପି.ଟି.)-ଶାର୍ଦ୍ଦୁଳ ଠାକୁର ଭାରତୀୟ କ୍ରିକେଟ ଦଳର ତୃତୀୟ ସିମ୍‌ ବୋଲର ଭାବେ ଉଭା ହୋଇଛନ୍ତି। ସୋମବାର ଚଳିତ ନିଦାହାସ ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇ ପାରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରାବାଡା, ଅଶ୍ୱିନଙ୍କ ମାନ୍ୟତାରେ ଉନ୍ନତି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରାବାଡା, ଅଶ୍ୱିନଙ୍କ ମାନ୍ୟତାରେ ଉନ୍ନତି

ଦୁବାଇ,୧୩।୩(ପି.ଟି.)- ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ପୁଣି ଥରେ ଟେଷ୍ଟ ବୋଲରଙ୍କ ତାଲିକାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶ ପାଇଥିବା ନୂତନ ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ଏହା ଦର୍ଶାଇଛି।

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କୋଚ୍‌ ମଜୁମଦାର

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କୋଚ୍‌ ମଜୁମଦାର

ଜୟପୁର,୧୩।୩(ପି.ଟି.)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ଅମୋଲ ମଜୁମଦାରଙ୍କୁ ବ୍ୟାଟିଂ କୋଚ୍‌ ପଦରେ ନିଯୁକ୍ତ କରିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୩।୩(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୬ ବର୍ଷୀୟ ସୁଇସ୍‌ ଖେଳାଳି ୬-୨, ୬-୧ ସେଟ୍‌ରେ ଫିଲିପ କ୍ରାଜିନୋଭିକ୍‌ଙ୍କୁ ହରାଇଛନ୍ତି।

ଭେନସଙ୍କଠାରୁ ହାରିଲେ ସେରେନା

ଭେନସଙ୍କଠାରୁ ହାରିଲେ ସେରେନା

ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୩।୩(ଏଏଫ୍‌ପି)- ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟରେ କିମ୍ବଦନ୍ତୀ ମହିଳା ସିଙ୍ଗଲ୍ସ ଖେଳାଳି ସେରେନା ଓ୍ବିଲିୟମ୍ସଙ୍କ ଅଭିଯାନ ପରାଜୟ ସହ ଶେଷ ହୋଇଛି। ବଡ଼ ଭଉଣୀ ଭେନସ ଓ୍ବିଲିୟମ୍ସ ୩ୟ ରାଉଣ୍ଡ ମୁକାବିଲାରେ ତାଙ୍କୁ ପରାଜିତ କରିଛନ୍ତି।

ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ବ୍ରହ୍ମପୁର ଅଫିସ,୧୩।୩: ୨ୟ ରାଜ୍ୟସ୍ତରୀୟ ମା’ ବୁଢୀ ଠାକୁରାଣୀ ଟି-୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ବ୍ରହ୍ମପୁର ଷ୍ଟାଡିୟମଠାରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ବ୍ରହ୍ମପୁର ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଡିଏ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ମହାରଣା, କର୍ପୋରେଟର ଦଣ୍ଡପାଣି ନାୟକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ।

ଟିମ୍‌ ଇଣ୍ଡିଆର ଦ୍ୱିତୀୟ ବିଜୟ

ଟିମ୍‌ ଇଣ୍ଡିଆର ଦ୍ୱିତୀୟ ବିଜୟ

କଲମ୍ବୋ, ୧୨।୩(ପି.ଟି.) ଚଳିତ ନିଦାହାସ ତ୍ରିରାଷ୍ଟ୍ରୀୟ ଟି୨୦ ଟ୍ରଫିରେ ଭାରତ ତା’ର ତୃତୀୟ ମ୍ୟାଚରେ ଆୟୋଜକ ଶ୍ରୀଲଙ୍କାକୁ ୯ଟି ବଲ ବାକି ଥାଇ ୬ ଉଇକେଟରେ ପରାସ୍ତ କରିଛି। ଶାର୍ଦ୍ଦୁଳ ଠାକୁରଙ୍କ ପ୍ରଭାବୀ ବୋଲିଂ ଏବଂ ପରେ ଦୀନେଶ କାର୍ତ୍ତିକ, ମନୀଷ ପାଣ୍ଡେଙ୍କ ଉପଯୋଗୀ ବ୍ୟାଟିଂ ବଳରେ ଭାରତ ଅତି ସହଜରେ ସିରିଜ୍‌ରେ ଦ୍ୱିତୀୟ ବିଜୟ ହାସଲ କରିଛି। ମୂଲ୍ୟବାନ ୪ ଉଇକେଟ ହାସଲ କରିଥିବା ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଭାରତ ୩ଟି ମ୍ୟାଚ ଖେଳି ୨ଟି ବିଜୟ ଓ ଗୋଟିଏ ପରାଜୟ ସହ ୪ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ବର୍ଷା ଯୋଗୁ ଟସ୍‌ ପଡିବାରେ ବିଳମ୍ବ ହୋଇଥିଲା। ପାଖାପାଖି ୯୫ ମିନିଟ ଖେଳ ବିଳମ୍ବିତ ହୋଇଥିଲା। ଫଳରେ ମ୍ୟାଚ୍‌କୁ ୧୯ ଓଭରରେ ସୀମିତ ରଖାଯାଇଥିଲା। ଟସ୍‌ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ନିର୍ଦ୍ଧାରିତ ୧୯ ଓଭରରେ ୯ ଉଇକେଟ ହରାଇ ୧୫୨ ରନ ସଂଗ୍ରହ କରିଥିଲା। ଜବାବରେ ଭାରତ ୧୭.୩ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ୧୫୩ ରନ ଟାର୍ଗେଟର ପିଛା କରି ଭାରତ ସଅଳ ଦୁଇ ଉଇକେଟ ହରାଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ଖରାପ ଫର୍ମ ଜାରି ରହିଛି। ସେ ମାତ୍ର ୧୧ ରନ କରି ପୁଣି ଫେଲ ମାରିଛନ୍ତି। ତେବେ ଟପ୍‌ ଫର୍ମରେ ଥିବା ଅଭିଜ୍ଞ ଓପନର ଶିଖର ଧାଓ୍ବନ ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ସୁରେଶ ରାଇନା ୧୫ ବଲରୁ ୨ ଚୌକା ଓ ୨ ଛକା ସହ ଦ୍ରୁତ ୨୭ ରନ କରି ଆଉଟ ହୋଇଥିଲେ। ସେହିପରି ଲୋକେଶ ରାହୁଲ ୧୭ ବଲରୁ ୧୮ ରନ କରି ଦୁର୍ଭାଗ୍ୟଜନକ ଭାବେ ହିଟ୍‌ ଦି ଉଇକେଟ ହୋଇଥିଲେ। ତେବେ ପଞ୍ଚମ ଉଇକେଟ ଯୋଡିରେ ମନୀଷ ପାଣ୍ଡେ ଓ ଦୀନେଶ କାର୍ତ୍ତିକ ଅପରାଜିତ ୬୮ ରନ କରି ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ। କାର୍ତ୍ତିକ ୨୫ ବଲରୁ ୫ ଚୌକା ସହ ୩୯ ଓ ପାଣ୍ଡେ ୩୧ ବଲରୁ ୩ ଚୌକା ଓ ୧ ଛକା ସହ ୪୨ ରନ କରି ଅପରାଜିତ ରହିଥିଲେ। ବୋଲିଂରେ ଶ୍ରୀଲଙ୍କା ତରଫରୁ ଆକିଲା ଦନଞ୍ଜୟ ୨, ନୂଆନ ପ୍ରଦୀପ ଓ ଜୀବନ ମେଣ୍ଡିସ୍‌ ଗୋଟିଏ ଲେଖାଏ ଉଇକେଟ ହାସଲ କରିଥିଲେ।

କରାଚୀରେ ଟି୨୦ ସିରିଜ୍‌ ଖେଳିବ ଓ୍ବେଷ୍ଟଇଣ୍ଡିଜ୍‌

କରାଚୀରେ ଟି୨୦ ସିରିଜ୍‌ ଖେଳିବ ଓ୍ବେଷ୍ଟଇଣ୍ଡିଜ୍‌

କରାଚୀ,୧୨।୩- ଆଇସିସିର ସହାୟତା କ୍ରମେ ପାକିସ୍ତାନକୁ ଅନ୍ତର୍ଜାତୀୟ କ୍ରିକେଟ ଫେରିବା ଧାରା ଜାରି ରହିଛି। ଆସନ୍ତା ଏପ୍ରିଲ ମାସର ପ୍ରଥମ ସପ୍ତାହରେ ୩ଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ପାଇଁ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ପାକିସ୍ତାନ ଗସ୍ତ କରିବ। ଏ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ମୁଖ୍ୟ ନଜାମ ସେଠୀ ସୋମବାର ଘୋଷଣା କରିଛନ୍ତି।

ଭାମ୍ବ୍ରିଙ୍କ କ୍ୟାରିୟରର ଶ୍ରେଷ୍ଠ ବିଜୟ

ଭାମ୍ବ୍ରିଙ୍କ କ୍ୟାରିୟରର ଶ୍ରେଷ୍ଠ ବିଜୟ

ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୨।୩(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ସୋମବାର ନିଜ କ୍ୟାରିୟରର ଶ୍ରେଷ୍ଠ ବିଜୟ ହାସଲ କରିଛନ୍ତି। ସେ ବିଶ୍ୱର ୧୨ତମ ର଼୍ୟାଙ୍କଧାରୀ ଖେଳାଳି ଲୁକାସ ପାଉଲେଙ୍କୁ ସିଧାସଳଖ ସେଟ୍‌ରେ ହରାଇଛନ୍ତି।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ୩ୟ ରାଉଣ୍ଡରେ ଫେଡେରର; ଜୋକୋଭିଚ୍‌ ଆଉଟ୍‌

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ୩ୟ ରାଉଣ୍ଡରେ ଫେଡେରର; ଜୋକୋଭିଚ୍‌ ଆଉଟ୍‌

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୨।୩(ଏଏଫ୍‌ପି)- ସୁଇଜରଲାଣ୍ଡର କିମ୍ବଦନ୍ତୀ ତଥା ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ପାଞ୍ଚଥର ଚାମ୍ପିୟନ୍‌ ନୋଭାକ୍‌ ଜୋକୋଭିଚ୍‌ ପରାଜୟ ସହ ଅଭିଯାନ ଶେଷ କରିଛନ୍ତି।

କଟକରେ ହେବ ପ୍ରୋ-କବାଡ଼ି ଚୟନ ଶିବିର

କଟକରେ ହେବ ପ୍ରୋ-କବାଡ଼ି ଚୟନ ଶିବିର

କଟକ ଅଫିସ,୧୧ା୩- ପ୍ରୋ-କବାଡ଼ି ଟୁର୍ନାମେଣ୍ଟରେ ସାମିଲ ହେବା ନିମନ୍ତେ ଓଡ଼ିଶା କବାଡ଼ି ଖେଳାଳିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି ହୋଇଛି। ପୂର୍ବରୁ ଏହି ଟୁର୍ନାମେଣ୍ଟର ଖେଳାଳି ଚୟନ ଶିବିର ଓଡ଼ିଶାରେ ହୋଇ ନ ଥିଲେ ସୁଦ୍ଧା ୨ଜଣ ପ୍ରତିଭାବାନ ଖେଳାଳି ଏଥିରେ ସ୍ଥାନ ପାଇବାର ଗୌରବ ହାସଲ କରିଥିଲେ। ତେବେ ପ୍ରୋ-କବାଡି ୬ଷ୍ଠ ସଂସ୍କରଣ ନିମନ୍ତେ ଭାରତୀୟ କବାଡ଼ି ସଂଘ ଓ ଷ୍ଟାର ସ୍ପୋଟର୍‌ସ ଓଡ଼ିଶାରେ ପ୍ରଥମଥର ପାଇଁ ଆୟୋଜନ କରିବାକୁ ଯାଉଛନ୍ତି ଚୟନ ଶିବିର। ଆସନ୍ତା ୨୬ ଓ ୨୭ ତାରିଖରେ ସ୍ଥାନୀୟ ସଚିନ ତେନ୍ଦୁଲକର ଇନ୍‌ଡୋର ହଲ୍‌ରେ ଏହି ଶିବିର ଅନୁଷ୍ଠିତ ହେବ। ୫ବର୍ଷର ପ୍ରୋ-କବାଡ଼ି ସଂସ୍କରଣରେ ଓଡ଼ିଶାର ମାତ୍ର ୨ଜଣ ଖେଳାଳି ଏହି ଟୁର୍ନାମେଣ୍ଟରେ ଭାଗ ନେଇଛନ୍ତି। ୨୦୧୫ ସଂସ୍କରଣରେ ପୁନେରୀ ପାଲ୍‌ଟନ୍‌ ପକ୍ଷରୁ ଅରବିନ୍ଦ ଖୁଣ୍ଟିଆଙ୍କୁ କିଣାଯାଇଥିବା ବେଳେ ୨୦୧୭ ସଂସ୍କରଣରେ ତାମିଲ ତଲାଇଭା ସୁଜିତଙ୍କୁ କିଣିଥିଲା।

ଭାରତୀୟ ସଫ୍ଟ ଟେନିସ୍‌ ଦଳରେ ଶିବରାମ ସ୍ବାଇଁ

ଭାରତୀୟ ସଫ୍ଟ ଟେନିସ୍‌ ଦଳରେ ଶିବରାମ ସ୍ବାଇଁ

ଭୁବନେଶ୍ୱର,୧୧।୩(ସ୍ପୋଟର୍‌ସ ବ୍ୟୁରୋ)- ଆସନ୍ତା ମାସ ୫ରୁ ୯ ତାରିଖ ପର୍ଯ୍ୟନ୍ତ ଆମେରିକାର ହାଓ୍ବାଇଠାରେ ଓ୍ବାଟାକ୍ୟୁ କପ୍‌ ହାଓ୍ବାଇ ଓପନ୍‌ ସଫ୍ଟ ଟେନିସ୍‌ ଟୁର୍ନାମେଣ୍ଟ ଖେଳାଯିବ। ଏଥି ନିମନ୍ତେ ଘୋଷିତ ଭାରତୀୟ ଦଳରେ ଓଡ଼ିଶାର ଶିବରାମ ସ୍ବାଇଁ ସ୍ଥାନ ପାଇଛନ୍ତି। ଏହି ସଫଳତା ପାଇଁ ତାଙ୍କୁ ଓଡ଼ିଶା ସଫ୍ଟ ଟେନିସ୍‌ ଆସୋସିଏଶନ୍‌ର ସାଧାରଣ ସମ୍ପାଦକ ମହମ୍ମଦ ଆଜାମ, ସଭାପତି ବିକାଶ ଚନ୍ଦ୍ର ପଟ୍ଟନାୟକ ଓ ଚିଫ୍‌ପେଟ୍ରୋନ୍‌ ମନୋରଞ୍ଜନ ମହାନ୍ତି ଅଭିନନ୍ଦନ ଜଣାଇଛନ୍ତି

ମନ୍ଥର ବୋଲିଂ ପାଇଁ ଚାଣ୍ଡିମଲ ୨ଟି ମ୍ୟାଚ୍‌ରୁ ବାସନ୍ଦ

ମନ୍ଥର ବୋଲିଂ ପାଇଁ ଚାଣ୍ଡିମଲ ୨ଟି ମ୍ୟାଚ୍‌ରୁ ବାସନ୍ଦ

କଲମ୍ବୋ, ୧୧।୩(ପି.ଟି.)- ଶନିବାର ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ମ୍ୟାଚରେ ଅତ୍ୟଧିକ ମନ୍ଥର ବୋଲିଂ ପାଇଁ ଶ୍ରୀଲଙ୍କ ଅଧିନାୟକ ଦୀନେଶ ଚାଣ୍ଡିମଲ ଦଣ୍ଡିତ ହୋଇଛନ୍ତି। ତାଙ୍କୁ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରୁ ବାସନ୍ଦ ହୋଇଛନ୍ତି। ଫଳରେ ସେ ୧୨ ଓ ୧୬ ତାରିଖରେ ଖେଳାଯିବାକୁ ଥିବା ଭାରତ ଓ ବାଂଲଦେଶ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡିଛନ୍ତି। ଏଥି ସହିତ ଶ୍ରୀଲଙ୍କର ପ୍ରତ୍ୟେକ କ୍ରିକେଟରଙ୍କ ଉପରେ ମ୍ୟାଚ୍‌ ପାଉଣା ୬୦ ପ୍ରତିଶତ ଜରିମାନା ଧାର୍ଯ୍ୟ କରାଯାଇଛି। ଏହି ମ୍ୟାଚ୍‌ରେ ଶ୍ରୀଲଙ୍କା ନିର୍ଦ୍ଧାରିତ ସମୟ ବେଳକୁ ୪ ଓଭର କମ ବୋଲିଂ କରିଥିଲା ଏ ନେଇ ଏକ ଶୁଣାଣି ହେବା ପରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ମ୍ୟାଚ ରେଫରୀ କ୍ରିସ୍‌ ବ୍ରୋଡ ଏହି ଦଣ୍ଡାଦେଶ ଜାରି କରିଛନ୍ତି।

 ଅଷ୍ଟମ ପୂର୍ବାଞ୍ଚଳ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

ଅଷ୍ଟମ ପୂର୍ବାଞ୍ଚଳ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର, ୧୧।୩(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଅଷ୍ଟମ ପୂର୍ବାଞ୍ଚଳ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୁଦାୟ ୬ଟି ରାଜ୍ୟର ପ୍ରାୟ ୧୧୦ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ୫୫ କେ.ଜିଠାରୁ ୯୦ କେ.ଜିରୁ ଉର୍ଦ୍ଧ୍ୱ ପର୍ଯ୍ୟନ୍ତ ୯ଟି ଓଜନ ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ବଡି ବିଲ୍ଡିଂ ଆସୋସିଏଶନ ଓ ପୂର୍ବାଞ୍ଚଳ ସୁନ୍ଦର ସ୍ବାସ୍ଥ୍ୟ ସଂଘର ମିଳିତ ଆନୁକୂଲ୍ୟରେ, ଓଡ଼ିଶା ସୁନ୍ଦର ସ୍ବାସ୍ଥ୍ୟ ସଂଘର ସଭାପତି ଇଂ ଚିତ୍ତରଞ୍ଜନ ସ୍ବାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ପ୍ରତିଯୋଗିତାଟି ବେଶ୍‌ ଚିତ୍ତାକର୍ଷକ ହୋଇ ପାରିଥିଲା।

‘ମୋବାଇଲ ପାଇ ନ ଥିଲେ ସାମି ମୋତେ ଛାଡ଼ପତ୍ର ଦେଇଥାନ୍ତେ’

‘ମୋବାଇଲ ପାଇ ନ ଥିଲେ ସାମି ମୋତେ ଛାଡ଼ପତ୍ର ଦେଇଥାନ୍ତେ’

ନୂଆଦିଲ୍ଲୀ, ୧୧।୩ (ପି.ଟି.)- ଭାରତୀୟ କ୍ରିକେଟର ମହମ୍ମଦ ସାମିଙ୍କ ବିରୋଧରେ ପୁଣି ବିଷ ଓକାଳିଛନ୍ତି ତାଙ୍କ ପତ୍ନୀ ହସିନ ଜାହାନ। ଜାହାନଙ୍କ ଅଭିଯୋଗକୁ ଭତ୍ତିକରି କଲିକତା ପୋଲିସ ସାମିଙ୍କ ବିରୋଧରେ ବିଭିନ୍ନ ସଙ୍ଗିନ ମାମଲା ରୁଜୁ କରିଛି। ତେବେ ଏହା ସତ୍ତ୍ୱେ ରବିବାର ସାମିଙ୍କୁ ଆକ୍ଷେପ କରି ଜାହାନ ପୁଣି ନୂଆ କଥା କହିଛନ୍ତି। ତାଙ୍କ ମୋବାଇଲ ପାଇ ନ ଥିଲେ ସାମି ମୋତେ ଛାଡ଼ପତ୍ର ଦେଇସାରନ୍ତେଣି ବୋଲି ଜାହାନ କହିଛନ୍ତି। ନିଜ ଦୋଷ ସ୍ବୀକାର କରିବାକୁ ମୁଁ ସାମିଙ୍କୁ ବାରମ୍ବାର କହିଛି ଓ ଏ ନେଇ ବହୁ ସୁଯୋଗ ଦେଇଛି। କିନ୍ତୁ ସେ ମୋତେ ସବୁଥର ଠକିବାକୁ ଚେଷ୍ଟା କରିଛନ୍ତି

ଶୁଟିଂ ବିଶ୍ୱକପ୍‌: ଅଖିଲ ଶେଓରାନଙ୍କୁ ସ୍ବର୍ଣ୍ଣ

ଶୁଟିଂ ବିଶ୍ୱକପ୍‌: ଅଖିଲ ଶେଓରାନଙ୍କୁ ସ୍ବର୍ଣ୍ଣ

ଗୁଆଡାଲାଜାରା (ମେକ୍ସିକୋ), ୧୧।୩ (ପି.ଟି.)- ଭାରତୀୟ ଯୁବ ଶୁଟର ଅଖିଲ ଶେଓରାନ ଏଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ପୁରୁଷ ବିଭାଗର ୫୦ ମିଟର ରାଇଫଲ ୩ ପୋଜିଶନ ଇଭେଣ୍ଟରେ ଏହି ସଫଳତା ପାଇଛନ୍ତି।

ଇଣ୍ଡିଆନ୍‌ ଓ୍ବେଲ୍ସ:  ୩ୟ ରାଉଣ୍ଡରେ ସେରେନା-ଭେନସ

ଇଣ୍ଡିଆନ୍‌ ଓ୍ବେଲ୍ସ: ୩ୟ ରାଉଣ୍ଡରେ ସେରେନା-ଭେନସ

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୧।୩(ଏଏଫ୍‌ପି)- ଆମେରିକାର ତାରକା ମହିଳା ସିଙ୍ଗଲ୍ସ ଟେନିସ୍‌ ଖେଳାଳି ସେରେନା ଓ୍ବିଲିୟମ୍ସ ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ଟୁର୍ନାମେଣ୍ଟର ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ନେଦରଲାଣ୍ଡର କିକି ବେର୍ଟେନ୍ସଙ୍କୁ ୭-୬(୭/୫), ୭-୫ ସେଟ୍‌ରେ ହରାଇଛନ୍ତି।

୩-୧ ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି

୩-୧ ସିରିଜ୍‌ ଜିତିଲା ଭାରତୀୟ ମହିଳା ହକି

ସିଓଲ,୧୧।୩(ପି.ଟି.)- ଏଠାରେ ଦକ୍ଷିଣ କୋରିଆ ଓ ଭାରତୀୟ ମହିଳା ହକି ଦଳ ମଧ୍ୟରେ ଚାଲିଥିବା ପାଞ୍ଚ ଟିକିଆ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର’ ଭାବେ ଶେଷ ହୋଇଛି। ଫଳରେ ସିରିଜ୍‌କୁ ଭାରତ ୩-୧ ବ୍ୟବଧାନରେ ଜିତି ନେଇଛି। ମ୍ୟାଚ୍‌ର ଅନ୍ତିମ କ୍ୱାର୍ଟର୍‌ରେ ଉଭୟ ଦଳ ପକ୍ଷରୁ ଗୋଟିଏ ଲେଖାଏ ଗୋଲ୍‌ ହୋଇଥିବାବେଳେ ଭାରତ ପାଇଁ ବନ୍ଦନା କାଟାରିୟା (୪୮ତମ) ଗୋଲ୍‌ କରିଥିଲେ।

ଲୋଧା କମିଟି ସୁପାରିସକୁ ମାନିଲା ଓସିଏ

ଲୋଧା କମିଟି ସୁପାରିସକୁ ମାନିଲା ଓସିଏ

କଟକ ଅଫିସ,୧୦ା୩-ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ଗୁରୁତ୍ୱପୂର୍ଣ୍ଣ ବାର୍ଷିକ ସାଧାରଣ ପରିଷଦ ବୈଠକ ଶନିବାର ଓସିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓସିଏର କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଲୋଧା କମିଟି ସୁପାରିସକୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ କରିବା ନିମନ୍ତେ ଓସିଏର ସାଧାରଣ ପରିଷଦ ରାଜି ହୋଇଥିବା ପ୍ରକାଶ। ଲୋଧା କମିଟି ସୁପାରିସକୁ ଲାଗୁ କରାଯିବା ସହ କିପରି ନିର୍ବାଚନ ସମ୍ପନ୍ନ କରାଯିବା ସେ ନେଇ ଆସନ୍ତା ଏକ ମାସ ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିଯିବ ବୋଲି କୁହାଯାଇଛି।

ବାଂଲାଦେଶର ରୋମାଞ୍ଚକ ବିଜୟ

ବାଂଲାଦେଶର ରୋମାଞ୍ଚକ ବିଜୟ

କଲମ୍ବୋ, ୧୦।୩(ପି.ଟି.)- ଏଠାରେ ଚାଲିଥିବା ନିଦାହାସ ତ୍ରିରାଷ୍ଟ୍ରୀୟ ଟି୨୦ ଟ୍ରଫିରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ବାଂଲାଦେଶ ରୋମାଞ୍ଚକ ଢଙ୍ଗରେ ୨ଟି ବଲ ବାକିଥାଇ ୫ ଉଇକେଟରେ ଆୟୋଜକ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ଦମ୍‌ଦାର ପ୍ରଦର୍ଶନ କରି ୬ ଉଇକେଟ ହରାଇ ୨୧୪ ରନ ସଂଗ୍ରହ କରିଥିଲା। ଜବାବରେ ବାଂଲାଦେଶ ୧୯.୪ ଓଭରରେ ୫ ଉଇକେଟ ହରାଇ ଆବଶ୍ୟକୀୟ ୨୧୫ ରନ ସଂଗ୍ରହ କରି ବାଜି ମାରିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବେ ଦୁଇ ଓଡ଼ିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବେ ଦୁଇ ଓଡ଼ିଆ

ଭୁବନେଶ୍ୱର, ୧୦।୩(ପି.ଟି.)- ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଆସନ୍ତା ଏପ୍ରିଲ ୪ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବାକୁଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥଲେଟିକ ଦଳ ଘୋଷଣା କରାଯାଇଛି। ୧୮ ଜଣ ପୁରୁଷ ଓ ୧୩ ଜଣ ମହିଳା ଆଥଲେଟଙ୍କ ସହ ଭାରତୀୟ ଦଳରେ ମୋଟ ୩୧ଜଣ ଆଥଲେଟ ସ୍ଥାନ ପାଇଛନ୍ତି।

ଆଜଲାନ ଶାହ କପ୍‌ ହକି: ଭାରତକୁ ୫ମ ସ୍ଥାନ

ଆଜଲାନ ଶାହ କପ୍‌ ହକି: ଭାରତକୁ ୫ମ ସ୍ଥାନ

ଇପୋହ(ମାଲେସିଆ),୧୦।୩(ପି.ଟି.)- ଚଳିତ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ୫ମ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଶନିବାର ୫ମ ଓ ୬ଷ୍ଠ ସ୍ଥାନ ପାଇଁ ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଦଳ ୪-୧ ଗୋଲ୍‌ରେ ଆୟରଲାଣ୍ଡକୁ ପରାସ୍ତ କରିଛି।

ବେଆର୍ଷ୍ଟୋଙ୍କ ଶତକ ବଳରେ ସିରିଜ୍‌ ଜିତିଲା ଇଂଲଣ୍ଡ

ବେଆର୍ଷ୍ଟୋଙ୍କ ଶତକ ବଳରେ ସିରିଜ୍‌ ଜିତିଲା ଇଂଲଣ୍ଡ

କ୍ରିଷ୍ଟଚର୍ଚ୍ଚ, ୧୦।୩(ଏଏଫ୍‌ପି)- ଓପନିଂ ବ୍ୟାଟ୍ସମ୍ୟାନ ଜନ୍ନି ବେଆର୍ଷ୍ଟୋଙ୍କ ବିସ୍ଫୋରକ ଶତକ ବଳରେ ଇଂଲଣ୍ଡ ୭ ଉଇକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଅନ୍ତିମ ଦିନିକିଆକୁ ଜିତିବା ସହ ୫ଟି ମ୍ୟାଚ୍‌ବିଶିଷ୍ଟ ସିରିଜ୍‌କୁ ଇଂଲଣ୍ଡ ୩-୨ ବ୍ୟବଧାନରେ ଜିତି ନେଇଛି।

ଇଣ୍ଡିଆନ୍‌ ଓ୍ବେଲ୍ସ: ୨ୟ ରାଉଣ୍ଡରେ ଭାମ୍ବ୍ରି

ଇଣ୍ଡିଆନ୍‌ ଓ୍ବେଲ୍ସ: ୨ୟ ରାଉଣ୍ଡରେ ଭାମ୍ବ୍ରି

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୦।୩(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ୟୁକି ଭାମ୍ବ୍ରି ସିଧାସଳଖ ବିଜୟ ସହ ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ତଥା ବିଏନ୍‌ପି ପାରିବାସ ଓପନ୍‌ର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ପ୍ରଥମ ରାଉଣ୍ଡରେ ଭାମ୍ବ୍ରି ୭-୫, ୬୩ ସେଟ୍‌ରେ ୧୦୧ତମ ର଼୍ୟାଙ୍କଧାରୀ ନିକୋଲାସ ମାହୁତଙ୍କୁ ହରାଇଛନ୍ତି।