ଖେଳ

ଭାରତ-ବାଂଲାଦେଶ ଫାଇନାଲ ମୁକାବିଲା

ଭାରତ-ବାଂଲାଦେଶ ଫାଇନାଲ ମୁକାବିଲା

କଲମ୍ବୋ, ୧୬।୩ ଏଠାରେ ଚାଲିଥିବା ନିଦାହାସ ଟ୍ରଫି ଟି୨୦ ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ରବିବାର ଏହି ମ୍ୟାଚ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୬୦ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୧୯.୫ ଓଭରରେ ୮ ଉଇକେଟ ହରାଇ ହାସଲ କରି ନେଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରମାଗତ ୩ୟ ବିଜୟ

ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରମାଗତ ୩ୟ ବିଜୟ

ଭୁବନେଶ୍ୱର,୧୬।୩ (ସ୍ପୋଟର୍‌ସ ବ୍ୟୁରୋ) ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ପୁରୁଷ ରଗ୍‌ବୀ ପ୍ରତିଯୋଗିତା ଲିଗ୍‌ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ କ୍ରମାଗତ ୩ୟ ବିଜୟ ହାସଲ କରିଛି।

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌ ସେମିରେ ସିନ୍ଧୁ

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌ ସେମିରେ ସିନ୍ଧୁ

ବର୍ମିଂହାମ,୧୬।୩(ପି.ଟି.) ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ଭାରତୀୟ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ବଧିର କ୍ରିକେଟରେ ଓଡ଼ିଶାକୁ ରୌପ୍ୟ

ଜାତୀୟ ବଧିର କ୍ରିକେଟରେ ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ୱର, ୧୬।୩(ସ୍ପୋଟର୍‌ସ ବ୍ୟୁରୋ) ଗୁଜରାଟ ବଧିର କ୍ରୀଡ଼ା ମହାସଂଘ ଆନୁକୂଲ୍ୟରେ ସର୍ବଭାରତୀୟ ବଧିର କ୍ରୀଡ଼ା ମହାସଂଘ ସହଯୋଗରେ ୪ର୍ଥ ଜାତୀୟ ବଧିର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଅହମ୍ମଦାବାଦଠାରେ ଗତ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ଭଲ ଖେଳିଥିବା ଓଡ଼ିଶା ଫାଇନାଲରେ କେରଳଠାରୁ ୫ ଉଇକେଟରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି।

ବେଙ୍ଗାଲୁରୁ ବନାମ ଚେନ୍ନାଇନ୍‌ ଏଫସି

ବେଙ୍ଗାଲୁରୁ ବନାମ ଚେନ୍ନାଇନ୍‌ ଏଫସି

ବାଙ୍ଗାଲୋର, ୧୬।୩- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ବହୁ ପ୍ରତୀକ୍ଷିତ ଫାଇନାଲ ଶନିବାର ଅନୁଷ୍ଠିତ ହେବ। ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ ବେଙ୍ଗାଲୁରୁ ଏଫସି ଓ ଚେନ୍ନାଇନ୍‌ ଏଫସି।

ନାରିନଙ୍କ ବୋଲିଂ ଆକ୍ସନ ପୁଣି ସନ୍ଦେହରେ

ନାରିନଙ୍କ ବୋଲିଂ ଆକ୍ସନ ପୁଣି ସନ୍ଦେହରେ

କରାଚୀ, ୧୬।୩(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ଚଳିତ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ରେ ପୁଣି ସନ୍ଦେହ ଘେରକୁ ଆସିଛି। ଫଳରେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ତାଙ୍କର ଅଂଶଗ୍ରହଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସୁଆରେଜଙ୍କୁ ହରାଇଲେ ଭେନସ

ସୁଆରେଜଙ୍କୁ ହରାଇଲେ ଭେନସ

ଇଣ୍ଡିଆନ ଓ୍ବେଲ୍ସ, ୧୬।୩(ଏଏଫପି)- ସାତଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଆମେରିକାର ଭେନସ ଓ୍ବିଲିୟମ୍ସ ସ୍ପେନର କାର୍ଲା ସୁଆରେଜ ନାଭାରୋଙ୍କୁ ୬-୩, ୬-୨ ସେଟ୍‌ରେ ହରାଇ ଇଣ୍ଡିଆନ୍‌ ଓ୍ବେଲ୍ସ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଚୁଙ୍ଗ୍‌ଙ୍କୁ ହରାଇ ସେମିଫାଇନାଲରେ ଫେଡେରର

ଚୁଙ୍ଗ୍‌ଙ୍କୁ ହରାଇ ସେମିଫାଇନାଲରେ ଫେଡେରର

ଇଣ୍ଡିଆନ ଓ୍ବେଲ୍ସ, ୧୬।୩(ଏଏଫପି)- ଗତଥରର ଚାମ୍ପିୟନ ରୋଜର ଫେଡରର ଏଥର ମଧ୍ୟ ଚମତ୍କାର ଫର୍ମ ଜାରି ରଖି ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ଦକ୍ଷିଣ କୋରିଆର ଚୁଙ୍ଗ୍‌ ହ୍ୟୋଙ୍ଗ୍‌ଙ୍କୁ ୭-୫, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଟମି ହାସ୍‌ଙ୍କ ଅବସର

ଟମି ହାସ୍‌ଙ୍କ ଅବସର

ଇଣ୍ଡିଆନ୍‌ ଓ୍ବେଲ୍ସ, ୧୬।୩(ଏଏଫପି)- ବିଶ୍ୱର ପୂର୍ବତନ ୨ ନମ୍ବର ଟେନିସ ଖେଳାଳି ଟମି ହାସ ଏଟିପି ଟୁର୍‌ରୁ ଅବସର ଘୋଷଣା କରିଛନ୍ତି। ନିଜ କ୍ୟାରିୟରରେ ସେ ୧୫ଟି ସିଙ୍ଗଲ୍ସ ଟାଇଟଲ ଜିତିଥିଲେ।

ଏସିଆନ କ୍ରସ୍‌ କଣ୍ଟ୍ରି ରେସ୍‌: ସଞ୍ଜୀବନୀ ତୃତୀୟ

ଏସିଆନ କ୍ରସ୍‌ କଣ୍ଟ୍ରି ରେସ୍‌: ସଞ୍ଜୀବନୀ ତୃତୀୟ

ଗୁଇୟାଙ୍ଗ୍‌ (ଚାଇନା),୧୫ା୩ (ପି.ଟି.)-୧୪ତମ ଏସିଆନ କ୍ରସ୍‌ କଣ୍ଟ୍ରି ଚାମ୍ପିୟନଶିପ୍‌ରେ ଭାରତର ଉଦୀୟମାନ ଲଙ୍ଗ୍‌ ଡିଷ୍ଟାନ୍ସ ଧାବିକା ସଞ୍ଜୀବନୀ ଯାଦବ ମହିଳା ୮ କିମି କ୍ରସ୍‌ କଣ୍ଟ୍ରି ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ କ୍ୱାର୍ଟରଫାଇନାଲରେ

ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ କ୍ୱାର୍ଟରଫାଇନାଲରେ

ବର୍ମିଂହାମ୍‌, ୧୫ା୩ (ପି.ଟି.)-ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି. ଭି ସିନ୍ଧୁ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମହିଳା ସିଙ୍ଗଲ୍ସରେ ସେ ଥାଇଲାଣ୍ଡର ନିଚାଅନ୍‌ ଜିନ୍ଦାପଲ୍‌ଙ୍କୁ ୨୧-୧୩, ୧୩-୨୧, ୨୧-୧୮ରେ ହରାଇ ଦେଇଛନ୍ତି।

ଜାଫର ୨୮୫ ରନରେ ଅପରାଜିତ

ଜାଫର ୨୮୫ ରନରେ ଅପରାଜିତ

ନାଗପୁର, ୧୫।୩(ପି.ଟି.)- ପ୍ରଦର୍ଶନ ଆଗରେ ବୟସ ଫିକା ପଡ଼ିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମଠାରେ ଅବଶିଷ୍ଟ ଭାରତୀୟ ଦଳ ବିପକ୍ଷରେ ଚାଲିଥିବା ଇରାନୀ କପ୍‌ ଅବସରରେ ଏହା ଦେଖିବାକୁ ମିଳିଛି। ଭେଟେରାନ ଭାରତୀୟ ଓପନର ଓ୍ବାସିମ ଜାଫରଙ୍କ ଅପରାଜିତ ଦ୍ୱିଶତକ ବଳରେ ରଣ୍‌ଜୀ ଚାମ୍ପିୟନ ବିଦର୍ଭ ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୩ ଉଇକେଟ୍‌ ହରାଇ ୫୮୯ ରନ ସଂଗ୍ରହ କରିଛି।

ଚର୍ଚ୍ଚିଲ ବ୍ରଦର୍ସ, ଗୋକୁଳମ୍‌ କେରଳ ପ୍ରି-କ୍ୱାର୍ଟର ଫାଇନାଲରେ

ଚର୍ଚ୍ଚିଲ ବ୍ରଦର୍ସ, ଗୋକୁଳମ୍‌ କେରଳ ପ୍ରି-କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସର୍ବପ୍ରଥମ ସଂସ୍କରଣ। ପ୍ରଥମ ଦିବସରେ ଓ୍ବିଲ୍ସ ଡିଅନ ପ୍ଲାଜା ଓ ହେନରି କିସେକାଙ୍କ ସୁପର ଶୋ’ ବଳରେ ଚର୍ଚ୍ଚିଲ ବ୍ରଦର୍ସ ଓ ଗୋକୁଳମ୍‌ କେରଳ ବିଜୟୀ ହୋଇ ପ୍ରତିଯୋଗିତାର ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ଶେଷରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଦିଲ୍ଲୀ ଡାଇନାମସକୁ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଗୋକୁଳମ କେରଳ ୨-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଦିନିକିଆ କ୍ରିକେଟ: ସିରିଜ ହାରିଲେ ଭାରତୀୟ ମହିଳା ଦଳ

ଦିନିକିଆ କ୍ରିକେଟ: ସିରିଜ ହାରିଲେ ଭାରତୀୟ ମହିଳା ଦଳ

ଭଦୋଦରା, ୧୫।୩(ପି.ଟି.)- ସ୍ଥାନୀୟ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୮୮ ରନର ଚ୍ୟାଲେଞ୍ଜିଂ ପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ୨୨୭ ରନରେ ଅଲ୍‌ଆଉଟ୍‌ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି।

ବାଂଲାଦେଶ ଦଳକୁ ଶାକିବଙ୍କ ପ୍ରତ୍ୟାବର୍ତ୍ତନ

ବାଂଲାଦେଶ ଦଳକୁ ଶାକିବଙ୍କ ପ୍ରତ୍ୟାବର୍ତ୍ତନ

ଢାକା, ୧୫।୩- ଶ୍ରୀଲଙ୍କାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ କ୍ରିକେଟ ପ୍ରତିଯୋଗିତା ନିଦାହାସ ଟ୍ରଫି ଲାଗି ବାଂଲାଦେଶ ଦଳକୁ ବରିଷ୍ଠ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁସ୍ଥ ହେବା ପରେ ଶାକିବଙ୍କୁ ଗୁରୁବାର ଦଳରେ ସାମିଲ କରାଯାଇଛି ବୋଲି ଚୟନକର୍ତ୍ତା ହବିବୁଲ ବାଶାର କହିଛନ୍ତି।

ଇଣ୍ଡିଆନ ଓ୍ବେଲ୍ସ ସେମିଫାଇନାଲରେ ଫେଡେରର

ଇଣ୍ଡିଆନ ଓ୍ବେଲ୍ସ ସେମିଫାଇନାଲରେ ଫେଡେରର

ଇଣ୍ଡିଆନ ଓ୍ବେଲ୍ସ, ୧୫।୩(ୟୁଏସ୍‌ଏ)- ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ରୋଜର ଫେଡେରର ଏଠାରେ ଚାଲିଥିବା ଏଟିପି ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୩୬ ବର୍ଷୀୟ ଫେଡେରର ୭-୫, ୬-୪ ସିଧାସଳଖ ସେଟ୍‌ରେ ଜେର୍ମି ଚାର୍ଡିଙ୍କୁ ପରାସ୍ତ କରିଥିଲେ।

ସାମିଙ୍କ ବିରୋଧରେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ

ସାମିଙ୍କ ବିରୋଧରେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୩(ପି.ଟି.)- ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସ୍ତ୍ରୀ ହସିନ ଜାହାଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଏବେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ତଦନ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନିୀତି ନିବାରଣ ମୁଖ୍ୟ ନିରଜ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇରାନୀ କପ୍‌:ଜାଫରଙ୍କ ଶତକ

ଇରାନୀ କପ୍‌:ଜାଫରଙ୍କ ଶତକ

ନାଗପୁର, ୧୪।୩(ପି.ଟି.)- ରଣ୍‌ଜୀ ଚାମ୍ପିୟନ ବିଦର୍ଭ ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମଠାରେ ସମ୍ମାନଜନକ ଇରାନୀ କପ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅବଶିଷ୍ଟ ଭାରତୀୟ ଏକାଦଶ ବିପକ୍ଷରେ ବିଦର୍ଭ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ୯୦ ଓଭରରେ ୨ ଉଇକେଟ୍‌ ହରାଇ ୨୯୦ ରନ ସଂଗ୍ରହ କରିଛି। ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର କ୍ୟାରିୟରର ୫୩ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରି ୧୧୩ ରନ (୧୬ ଚୌକା, ୧ ଛକା) ସହ କ୍ରିଜରେ ଅପରାଜିତ ରହିଛନ୍ତି।

ସୁପର କପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ

ସୁପର କପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ

ଭୁବନେଶ୍ୱର, ୧୪।୩ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହିରୋ ସୁପର କପ୍‌ ଫୁଟବଲର ଯୋଗ୍ୟତା ପର୍ଯ୍ୟାୟ। ପ୍ରଥମଥର ପାଇଁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରାରମ୍ଭିକ ସଂସ୍କରଣ ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି।

‘ଓଡ଼ିଆ ଫୁଟବଲ ପ୍ରଶଂସକଙ୍କ ପାଇଁ ଆଉ ଏକ ମହାପର୍ବ’

‘ଓଡ଼ିଆ ଫୁଟବଲ ପ୍ରଶଂସକଙ୍କ ପାଇଁ ଆଉ ଏକ ମହାପର୍ବ’

ଭୁବନେଶ୍ୱର, ୧୪।୩ (ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଦେଖିବା ପରେ ଓଡ଼ିଆ ପ୍ରଶଂସକମାନେ ଏକ ଫୁଟବଲ ମହାପର୍ବର ମଜା ନେବାକୁ ଯାଉଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଓ ଶୁକ୍ରବାର ସୁପର କପ୍‌ର ୪ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପରେ ୩୧ ତାରିଖରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ।

ଭାରତୀୟ ମହିଳା ହକି  ଦଳରେ ୪ ଓଡ଼ିଆ

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ,୧୪।୩(ପି.ଟି.)- ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବୁଧବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ୪ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ଝୁଲଣ ଗୋସ୍ବାମୀଙ୍କ ପ୍ରତ୍ୟାବର୍ତ୍ତନ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ଝୁଲଣ ଗୋସ୍ବାମୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୧୪।୩(ପି.ଟି.)- ଚଳିତମାସ ୨୨ରୁ ୩୧ ପର୍ଯ୍ୟନ୍ତ ବମ୍ବେରେ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସାମିଲ ରହିବେ। ଏଥିପାଇଁ ବୁଧବାର ଭାରତୀୟ ଦଳ ଘୋଷିତ ହୋଇଛି। ହରମନପ୍ରୀତ କୌର ଦଳର ଅଧିନାୟିକା ମନୋନୀତ ହୋଇଥିବାବେଳେ ଭେଟେରାନ ସିମର ଝୁଲଣ ଗୋସ୍ବାମୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

୧୮ବର୍ଷ ବ୍ୟବଧାନରେ ଓଡ଼ିଶାରେ ଜାତୀୟ ସିନିୟର ଟେବୁଲ ଟେନିସ

୧୮ବର୍ଷ ବ୍ୟବଧାନରେ ଓଡ଼ିଶାରେ ଜାତୀୟ ସିନିୟର ଟେବୁଲ ଟେନିସ

କଟକ ଅଫିସ,୧୪ା୩ ଦୀର୍ଘ ୧୮ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବାକୁ ଯାଉଛି ଆନ୍ତଃ ରାଜ୍ୟ ଓ ସିନିୟର ଜାତୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ । ଆସନ୍ତା ଡିସେମ୍ବର କିମ୍ବା ୨୦୧୯ ଜାନୁୟାରୀ ମାସରେ କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୮୦ତମ ଜାତୀୟ ସିନିୟର ଚାମ୍ପିୟନଶିପ୍‌ ହେବ ବୋଲି ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ଆସୋସିଏଶନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଭାରତ-ଏ ମହିଳା ଦଳରେ ଓଡ଼ିଶାର ପ୍ରିୟଙ୍କା

ଭାରତ-ଏ ମହିଳା ଦଳରେ ଓଡ଼ିଶାର ପ୍ରିୟଙ୍କା

କଟକ ଅଫିସ,୧୪ା୩- ବମ୍ବେଠାରେ ଆସନ୍ତା ୧୯ ଓ ୨୦ ତାରିଖରେ ଭାରତ-ଏ ମହିଳା ଦଳ ଇଂଲଣ୍ଡ ମହିଳା ଦଳ ବିପକ୍ଷରେ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଭାରତ-ଏ ମହିଳା ଦଳରେ ସ୍ଥାନ ପାଇଛନ୍ତି।