ଖେଳ

ଅଷ୍ଟ୍ରେଲିଆନ୍ ଓପନ୍: ଫେଡେରରଙ୍କ ୩୦ତମ ଗ୍ରାଣ୍ଡସ୍ଲାମ ଫାଇନାଲ
ମେଲବୋର୍ନ, ୨୬।୧- ବିଶ୍ୱ ଟେନିସର ଅନ୍ୟତମ ଶ୍ରେଷ୍ଠ ଖେଳାଳି ରୋଜର ଫେଡେରର ଆଉ ଏକ ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା ଅଷ୍ଟ୍ରେଲିଆନ୍ ଓପନ୍ ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି ଫେଡେରର।

ସିନ୍ଧୁଙ୍କୁ ହରାଇ ସେମିରେ ସାଇନା
ଜାକାର୍ତ୍ତ, ୨୬।୧(ପି.ଟି.)- ବିଶ୍ୱର ପ୍ରାକ୍ତନ ଏକ ନମ୍ବର ମହିଳା ବ୍ୟାଡ୍ମିଣ୍ଟନ ଖେଳାଳି ସାଇନା ନେହ୍ବାଲ ସାଥୀ ଖେଳାଳି ତଥା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ପରାସ୍ତ କରି ଏଠାରେ ଚାଲିଥିବା ଇଣ୍ଡୋନେସିଆ ମାଷ୍ଟର୍ସ ପ୍ରତିଯୋଗିତାର ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିନେଇଛନ୍ତି।

ଚତୁର୍ଥ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ
ଆଡିଲେଡ୍, ୨୬।୧- ଏଠାରେ ଶୁକ୍ରବାର ଖେଳାଯାଇଥିବା ୪ର୍ଥ ଦିନିକିଆ ମ୍ୟାଚ୍କୁ ଘରୋଇ ଅଷ୍ଟ୍ରେଲିଆ ଦଳ ବାଜିମାତ୍ କରିନେଇଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୧୯୭ ରନର ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଦଳ ୭ ଉଇକେଟ୍ ହରାଇ ହାସଲ କରିନେଇଥିଲା। ପୂର୍ବରୁ ସିରିଜ ହାରି ସାରିଥିବା ଷ୍ଟିଭେନ ସ୍ମିଥ୍ଙ୍କ ଦଳ ବିଜୟ ସହ ସିରିଜକୁ ୩-୧ ସ୍ଥିତିକୁ ଆଣିଛି।

ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ: ଓ୍ବେଷ୍ଟଇଣ୍ଡିଜ ଦଳରେ ଗେଲ
ଜାମାଇକା, ୨୫।୧- ୨୦୧୯ ଆଇସିସି ବିଶ୍ୱକପ୍ ଲାଗି ଯୋଗ୍ୟତା ପର୍ଯ୍ୟାୟ ପ୍ରତିଯୋଗିତା ମାର୍ଚ୍ଚ ୪ରୁ ୨୫ ତାରିଖ ପର୍ଯ୍ୟନ୍ତ ଜିମ୍ବାଓ୍ବେରେ ଅନୁଷ୍ଠିତ ହେବ। ବିଶ୍ୱକପ୍କୁ ସିଧାସଳଖ ଯୋଗ୍ୟତା ହାସଲରୁ ବଞ୍ଚତ୍ତ ହୋଇଥିବା ଓ୍ବେଷ୍ଟଇଣ୍ଡିଜ ଏହି ପର୍ଯ୍ୟାୟରେ ଅଂଶଗ୍ରହଣ କରିବ।

ବାବୋସ-ମ୍ଲାଡେନୋଭିକ ଯୋଡ଼ିଙ୍କୁ ଟାଇଟଲ୍
ମେଲବୋର୍ନ, ୨୬।୧(ଏଏଫ୍ପି)- ପଞ୍ଚମ ସିଡ୍ ତିମିଆ ବାବୋସ ଓ କ୍ରିଷ୍ଟିନା ମ୍ଲାଡେନୋଭିକ ଯୋଡ଼ି ଏଠାରେ ଚାଲିଥିବା ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଅଷ୍ଟ୍ରେଲିଆ ଓପନ୍ ଟେନିସ ପ୍ରତିଯୋଗିତାର ମହିଳା ଡବଲ୍ସରେ ଚାମ୍ପିୟନ ହୋଇଛନ୍ତି।

ଭାରତ-ପାକିସ୍ତାନ ସେମି ଲଢ଼େଇ
କୁଇନ୍ସଟାଉନ(ନ୍ୟୁଜିଲାଣ୍ଡ), ୨୬।୧(ପି.ଟି.)- ଟାଇଟଲ୍ ଫେଭରାଇଟ୍ ଭାରତ ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ଆଇସିସି କ୍ରିକେଟ ବିଶ୍ୱକପ୍ର ସେମିଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ସୁପର୍ଲିଗ୍ କ୍ୱାର୍ଟର ଫାଇନାଲ ମୁକାବିଲାରେ ଭାରତ ପଡ଼ୋଶୀ ବାଂଲାଦେଶକୁ ୧୩୧ ରନର ବୃହତ ବ୍ୟବଧାନରେ ପରାସ୍ତ କରିଛି।

ବାଂଲାଦେଶକୁ ହରାଇ ଶ୍ରୀଲଙ୍କା ତ୍ରିରାଷ୍ଟ୍ରୀୟ ଫାଇନାଲରେ
ଢାକା, ୨୫।୧ (ଏଏଫ୍ପି)-ଶ୍ରୀଲଙ୍କା ଶନିବାର ୧୦ ଉଇକେଟରେ ବାଂଲାଦେଶକୁ ହରାଇ ଏଠାରେ ଚାଲିଥିବା ଢାକା ତ୍ରିରାଷ୍ଟ୍ରୀୟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ଆୟୋଜକ ଦଳ ଦ୍ୱାରା ଧାର୍ଯ୍ୟ ୮୩ ରନର ବିଜୟ ଲକ୍ଷ୍ୟକୁ ଶ୍ରୀଲଙ୍କା ବିନା କୌଣସି ଉଇକେଟରେ ୧୧.୫ ଓଭରରେ ହାସଲ କରିନେଇଥିଲା।
ପ୍ରିୟଙ୍କାଙ୍କୁ ୫ ଉଇକେଟ: ଫାଇନାଲରେ ଓଡ଼ିଶା
କଟକ ଅଫିସ,୨୫।୧ ଅଲୁର କ୍ରିକେଟ୍ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ସିନିୟର ମହିଳା ଟି୨୦ ଲିଗ୍ ପ୍ଲେଟ୍ ଗ୍ରୁପ୍ର ସେମିଫାଇନାଲ ମ୍ୟାଚ୍ରେ ଘରୋଇ କର୍ନାଟକକୁ ପରାସ୍ତ କରି ଓଡ଼ିଶା ଫାଇନାଲରେ ପ୍ରବେଶ କରିଛି। ଏଥିସହ ଆସନ୍ତା ଟି୨୦ ଟୁର୍ନାମେଣ୍ଟ ନିମନ୍ତେ ଦଳ ଏଲିଟ୍ ଗ୍ରୁପ୍କୁ ଉତ୍ତୀର୍ଣ୍ଣ ହୋଇଛି। ଶନିବାର କେରଳ ବିପକ୍ଷରେ ଓଡ଼ିଶା ଫାଇନାଲ ମ୍ୟାଚ୍ ଖେଳିବ। ସେମିଫାଇନାଲ ମ୍ୟାଚ୍ରେ ଓଡ଼ିଶାର ପ୍ରିୟଙ୍କା ପ୍ରିୟଦର୍ଶିନୀ ୫ଟି ଉଇକେଟ ଦଖଲ କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ବିଜେନ୍ଦରଙ୍କ ମାନ୍ୟତା ବୃଦ୍ଧି
ନୂଆଦିଲ୍ଲୀ, ୨୫।୧(ପି.ଟି.)- ଦେଶର ଷ୍ଟାର ବକ୍ସର ବିଜେନ୍ଦର ସିଂ ଡବ୍ଲ୍ୟୁବିଓ ର଼୍ୟାଙ୍କିଙ୍ଗ୍ରେ ପୂର୍ବାପେକ୍ଷା ୪ଟି ସ୍ଥାନ ଉପରକୁ ଉଠିଛନ୍ତି। ଫଳରେ ସେ ସୁପର ମିଡ୍ଲଓ୍ବେଟ୍ କାଟାଗୋରିର ନୂତନ ର଼୍ୟାଙ୍କିଙ୍ଗ୍ ଅନୁଯାୟୀ ୬ଷ୍ଠ ସ୍ଥାନ ଅଧିକାର କରିଛନ୍ତି।

ମୋର୍କେଲ, ମୋରିସ୍ଙ୍କ ପ୍ରତ୍ୟାବର୍ତ୍ତନ: ଲୁନ୍ଗିଙ୍କୁ ସୁଯୋଗ
ଜୋହାନ୍ସବର୍ଗ, ୨୫।୧(ପି.ଟି.)- ଭାରତ ବିପକ୍ଷ ଆଗାମୀ ଦିନିକିଆ ସିରିଜ ଲାଗି ଗୁରୁବାର ଘରୋଇ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଟେଷ୍ଟ ପଦାର୍ପଣରେ ଚମତ୍କାର ପ୍ରଦର୍ଶନ ଲାଗି ଯୁବ ଦ୍ରୁତ ବୋଲର ଲୁନ୍ଗି ଏନ୍ଗିଡିଙ୍କ ୧୫ ଜଣିଆ ଦଳରେ ସୁଯୋଗ ମିଳିଛି।

ଐତିହାସିକ ବିଜୟ ସହ ସେମିରେ ଆଫଗାନିସ୍ତାନ
ଖ୍ରୀଷ୍ଟଚର୍ଚ୍ଚ, ୨୫।୧(ପି.ଟି.)- ଆଫଗାନିସ୍ତାନ କ୍ରିକେଟ ପାଇଁ ଗୁରୁବାର ଐତିହାସିକ ଦିନ ହୋଇ ରହିବ। ଏଠାରେ ଚାଲିଥିବା ୧୯ ବର୍ଷରୁ କମ୍ ବିଶ୍ୱକପ୍ର ଏକ ସୁପର୍ଲିଗ୍ କ୍ୱାର୍ଟର ଫାଇନାଲ ମ୍ୟାଚ୍ରେ ଆଫଗାନିସ୍ତାନ ଶକ୍ତିଶାଳୀ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ବିଶ୍ୱ କ୍ରିକେଟ୍କୁ ଚକିତ କରିଦେଇଛି।

ବିଜୟ ସହ ସିରିଜ ବରାବର୍ କଲା ପାକିସ୍ତାନ
ଅକ୍ଲାଣ୍ଡ, ୨୫।୧- ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍କୁ ପାକିସ୍ତାନ ୪୮ ରନରେ ଜିତିନେଇଛି। ଏହି ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍ବିଶିଷ୍ଟ ସିରିଜକୁ ୧-୧ର ବରାବର୍ସ୍ତରକୁ ଆଣିବାରେ ସଫଳ ହୋଇଛି।

ଅଷ୍ଟ୍ରେଲିଆନ୍ ଓପନ୍: ହାଲେପ୍-ଓ୍ବଜନିଆକି ଫାଇନାଲ
ମେଲବୋର୍ନ, ୨୫।୧(ଏଏଫ୍ପି)- ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍ ମହିଳା ସିଙ୍ଗଲ୍ସର ଫାଇନାଲ ଲାଇନ୍-ଅପ୍ ଚୂଡ଼ାନ୍ତ ହୋଇଯାଇଛି। ବିଶ୍ୱର ଏକ ନମ୍ବର ଖେଳାଳି ସାଇମନ୍ ହାଲେପ୍ ଓ ଡେନମାର୍କ ତାରକା କାରୋଲିନ୍ ଓ୍ବଜନିଆକିଙ୍କ ମଧ୍ୟରେ ଟାଇଟଲ ଲଢ଼େଇ ମ୍ୟାଚ୍ ଶନିବାର ଖେଳାଯିବ

ପଙ୍କଜ ଆଡଭାନୀଙ୍କୁ ହରାଇଲେ ଆଶୁତୋଷ
ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ୟୁ ସ୍ପୋଟର୍ସ ଓ ଆଶୁତୋଷ ପାଢ଼ୀଙ୍କ ପାଇଁ ବୁଧବାର ଅବିସ୍ମରଣୀୟ । ଓଡ଼ିଶା କ୍ୟୁ ସ୍ପୋଟର୍ସ ଇତିହାସରେ କୌଣସି ଖେଳାଳିଙ୍କୁ ମିଳିଛି କ୍ୟାରିୟରର ସବୁଠାରୁ ବଡ଼ ସଫଳତା। ଏହାର ନାୟକ ସାଜିଛନ୍ତି ଆଶୁତୋଷ।

ବିଜୟରୁ ଭାରତର ଅଭିଯାନ
ହାମିଲଟନ୍, ୨୪।୧(ପି.ଟି.)- ଏଠାରେ ଅନୁଷ୍ଠିତ ଚତୁଃ ରାଷ୍ଟଈୟ ଆମନ୍ତ୍ରଣୀୟ ହକି ଟୁର୍ନାମେଣ୍ଟରେ ଭାରତୀୟ ପୁରୁଷ ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି।

ରଘୁ ମାରାଣ୍ଡିଙ୍କ ଗୋଲରେ ଓଡ଼ିଶା ବିଜୟୀ
ଭୁବନେଶ୍ୱର, ୨୪।୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ୧୫ ବର୍ଷରୁ କମ୍ ଆଇ-ଲିଗ୍ ଫୁଟବଲ ପ୍ଲେ-ଅଫ୍ରେ ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା କ୍ରୀଡ଼ା ଛାତ୍ରାବାସ ଦଳ ପ୍ରଥମ ବିଜୟ ସ୍ବାଦ ଚାଖିଛି। ରଘୁ ମାରାଣ୍ଡିଙ୍କ ଡବଲ ଗୋଲ ବଳରେ ଓଡ଼ିଶା ୨-୦ ଗୋଲରେ ଗୋକୁଳମ ଏଫସିକୁ ପରାସ୍ତ କରିଛି।

ଭାରତ ୧୮୭ରେ ସୀମିତ
ଜୋହାନ୍ସବର୍ଗ, ୨୪।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତୀୟ କ୍ରିକେଟ ଦଳର ବ୍ୟାଟିଂ ବିଫଳତା ଲାଗି ରହିଛି। ଟିମ୍ କମ୍ବିନେଶନ, ବ୍ୟାଟ୍ସମ୍ୟାନ ପରିବର୍ତ୍ତନରୁ କୌଣସି ଫାଇଦା ମିଳିନାହିଁ। ନ୍ୟୁ ଓ୍ବଣ୍ଡରର୍ସ ଷ୍ଟାଡିୟମରେ ବୁଧବାର ଆରମ୍ଭ ହୋଇଥିବା ତୃତୀୟ କ୍ରିକେଟ ଟେଷ୍ଟରେ ଅଧିନାୟକ ବିରାଟ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ୧୮୭ ରନରେ ଅଲଆଉଟ ହୋଇ ଯାଇଛି।

ଟାଟା ଷ୍ଟିଲ୍ ମାଷ୍ଟର୍ସ ଚେସ୍: ପଏଣ୍ଟ ବାଣ୍ଟିଲେ ଆନନ୍ଦ
ଓ୍ବିଜ ଆନ ଜୀ (ନେଦରଲାଣ୍ଡ), ୨୪।୧(ପି.ଟି.)-ପାଞ୍ଚଥର ବିଶ୍ୱନାଥନ ଆନନ୍ଦ ଏଠାରେ ଚାଲିଥିବା ଟାଟା ଷ୍ଟିଲ୍ ମାଷ୍ଟର୍ସ ଚେସ୍ ଟୁର୍ନାମେଣ୍ଟର ୯ମ ରାଉଣ୍ଡରେ ପଏଣ୍ଟ ଭାଗ କରିଛନ୍ତି। ବୁଧବାର ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ନରେଓର୍ବର ମାଗ୍ନସ କାର୍ଲସେନଙ୍କ ବିପକ୍ଷ ମୁକାବିଲାକୁ ସେ ଅମୀମାଂସିତ ରଖିଛନ୍ତି।

ଅଷ୍ଟ୍ରେଲିଆନ୍ ଓପନ୍: ସେମିରେ ହାଲେପ
ମେଲବୋର୍ନ, ୨୪।୧- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ମହିଳା ସିଙ୍ଗଲ୍ସ ଖେଳାଳି ସାଇମୋନା ହାଲେପ ଚଳିତ ଅଷ୍ଟ୍ରେଲିଆନ୍ ଓପନ୍ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେ ୬ଷ୍ଠ ସିଡ୍ କାରୋଲିନା ପ୍ଲିସ୍କୋଭାଙ୍କୁ ୬-୩, ୬-୨ ସେଟ୍ରେ ହରାଇ ଦେଇଛନ୍ତି।

୨୦୧୮ ମହିଳା ଟି୨୦ ବିଶ୍ୱକପ୍ ଓ୍ବେଷ୍ଟଇଣ୍ଡିଜରେ
ଦୁବାଇ, ୨୪।୧(ପି.ଟି.): ମହିଳା ଟି୨୦ ବିଶ୍ୱକପ୍ର ୨୦୧୮ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଆୟୋଜକ ଓ୍ବେଷ୍ଟଇଣ୍ଡିଜ ଦଳ ଗତ ସଂସ୍କରଣ ଚାମ୍ପିୟନ ହୋଇଥିଲା। ୨୦୧୬ରେ କଲିକତାର ଇଡେନ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ୍ର ଫାଇନାଲରେ ଓ୍ବେଷ୍ଟଇଣ୍ଡିଜ ୮ ଉଇକେଟ୍ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚାମ୍ପିୟନ ହୋଇଥିଲା।

ଦକ୍ଷିଣ ଆଫ୍ରିକା ଟୁର୍ ପାଇଁ ଟି୨୦ ଦଳ ହରମନପ୍ରୀତ ଅଧିନାୟିକା
ବମ୍ବେ, ୨୪।୧(ପି.ଟି.) ଫେବୃୟାରୀ ୧୩ରୁ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ଟି୨୦ ସିରିଜ୍ ପାଇଁ ମଙ୍ଗଳବାର ଭାରତୀୟ ମହିଳା ଦଳ ଘୋଷିତ ହୋଇଯାଇଛି। ପାଞ୍ଚଟି ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ ଷ୍ଟାର ଅଲରାଉଣ୍ଡର ହରମନପ୍ରୀତ କୌରଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି। ସ୍ମୃତି ମାନ୍ଧାନାଙ୍କୁ ଉପଅଧିନାୟିକା ଦାୟିତ୍ୱ ଦିଆଯାଇଛି

ସିନିୟର ମହିଳା ହକିରେ ନିଶାନ ଅମ୍ପାୟର
ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି): ଜାତୀୟ ସିନିୟର ମହିଳା ହକି ( ଏ ଓ ବି ଡିଭିଜନ) ଚାମ୍ପିୟନଶିପ୍ ରାଞ୍ଚତ୍ଠାରେ ଜାନୁୟାରୀ ୨୬ରୁ ଫେବୃୟାରୀ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ହକି ଇଣ୍ଡିଆ ପକ୍ଷରୁ ଓଡ଼ିଶାର ନିଶାନ ଜ୍ୟୋତି ମହାନ୍ତିଙ୍କୁ ଅମ୍ପାୟର ଦାୟିତ୍ୱ ଅର୍ପଣ କରାଯାଇଛି।

ପୋପ୍ଙ୍କୁ ୮ ଉଇକେଟ୍: ସେମିରେ ଅଷ୍ଟ୍ରେଲିଆ
କୁଇନ୍ସଟାଉନ୍, ୨୩।୧- ୧୯ ବର୍ଷରୁ କମ୍ କ୍ରିକେଟ ବିଶ୍ୱକପ୍ର ଏକ ସୁପର୍ଲିଗ୍ କ୍ୱାର୍ଟରଫାଇନାଲ ମ୍ୟାଚ୍ରେ ଅଷ୍ଟ୍ରେଲିଆ ୩୧ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଏଥିସହ ଅଷ୍ଟ୍ରେଲିଆ ଦଳ ସେମିଫାଇନାଲରେ ସ୍ଥାନ ପକ୍କା କରିଛି।

ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଖେଳିବେନି ରୁଟ୍
ସିଡ୍ନୀ, ୨୩।୧(ଏଏଫ୍ପି)- ଘରୋଇ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡକୁ ନେଇ ଫେବୃୟାରୀ ୩ରୁ ୨୧ ତାରିଖ ପର୍ଯ୍ୟନ୍ତ ଟି୨୦ ତ୍ରି-ରାଷ୍ଟ୍ରୀୟ ସିରିଜ ଅନୁଷ୍ଠିତ ହେବ। ବରିଷ୍ଠ ବ୍ୟାଟ୍ସମ୍ୟାନ ଜୋ ରୁଟ୍ ଏହି ଗୁରୁତ୍ୱପୂର୍ଣ୍ଣ ସୀମିତ ଓଭର ବିଶିଷ୍ଟ ସିରିଜ ଲାଗି ଇଂଲଣ୍ଡ ଦଳରୁ ଓହରିଯାଇଛନ୍ତି।