ଖେଳ

ସୁପର କପ୍‌ ଫୁଟବଲ୍‌: କ୍ୱାର୍ଟର ଫାଇନାଲରେ ଶିଲଂ

ସୁପର କପ୍‌ ଫୁଟବଲ୍‌: କ୍ୱାର୍ଟର ଫାଇନାଲରେ ଶିଲଂ

ଭୁବନେଶ୍ୱର, ୪।୪(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ହିରୋ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରି- କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ପଞ୍ଚମ ଦିନରେ ପହଞ୍ଚିଛି। ଏହି ପର୍ଯ୍ୟାୟର ସଂଘର୍ଷପୂର୍ଣ୍ଣ ଷଷ୍ଠ ମ୍ୟାଚରେ ଏଫ୍‌ସି ପୁନେ ସିଟିକୁ ୩-୨ ଗୋଲରେ ପରାସ୍ତ କରି ଶିଲଂ ଲାଜଙ୍ଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଶିଲଂ ଏବେ ମୋହନ ବାଗାନକୁ ଆସନ୍ତା ୧୧ ତାରିଖରେ ଭେଟିବ।

ସୁପର କପ୍‌ ଫୁଟବଲ୍‌: କ୍ୱାର୍ଟର ଫାଇନାଲରେ ଶିଲଂ

ଭୁବନେଶ୍ୱର, ୪।୪(ସ୍ପୋଟର୍‌ସ ବ୍ୟୁରୋ)- ଏଠାରେ ଚାଲିଥିବା ହିରୋ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରି- କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ପଞ୍ଚମ ଦିନରେ ପହଞ୍ଚିଛି। ଏହି ପର୍ଯ୍ୟାୟର ସଂଘର୍ଷପୂର୍ଣ୍ଣ ଷଷ୍ଠ ମ୍ୟାଚରେ ଏଫ୍‌ସି ପୁନେ ସିଟିକୁ ୩-୨ ଗୋଲରେ ପରାସ୍ତ କରି ଶିଲଂ ଲାଜଙ୍ଗ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କ୍ୱାର୍ଟର ଫାଇନାଲରେ ଶିଲଂ ଏବେ ମୋହନ ବାଗାନକୁ ଆସନ୍ତା ୧୧ ତାରିଖରେ ଭେଟିବ।

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ

ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟିତ

ଗୋଲ୍ଡ କୋଷ୍ଟ. ୪।୪ (ପି.ଟି.) ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ପ୍ରଦେଶର ସମୁଦ୍ର ଉପକୂଳବର୍ତ୍ତୀ ସହର ଗୋଲ୍ଡ କୋଷ୍ଟଠାରେ ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସମାରୋହରେ ଉଦ୍‌ଘାଟିତ ହୋଇଛି। ବୁଧବାର ଆୟୋଜିତ ହୋଇଥିବା ରଙ୍ଗାରଙ୍ଗ ଉତ୍ସବ ବିଶ୍ୱବ୍ୟାପୀ ଦର୍ଶକଙ୍କ ବେଶ ମନମୋହିଥିଲା। ଅଷ୍ଟ୍ରେଲିଆର ମୂଳ ଅଧିବାସୀ ହେଉଛନ୍ତି ସେଠାକାର ଆଦିବାସୀ। ଏମାନଙ୍କ ସଂସ୍କୃତି ଉଦ୍‌ଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା।

୨୦୨୨ ପର୍ଯ୍ୟନ୍ତ ମୁଖ୍ୟ କୋଚ୍‌ ପଦରେ ରହିବେ ଗୋପୀଚାନ୍ଦ

୨୦୨୨ ପର୍ଯ୍ୟନ୍ତ ମୁଖ୍ୟ କୋଚ୍‌ ପଦରେ ରହିବେ ଗୋପୀଚାନ୍ଦ

ପାନାଜୀ,୪।୪(ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ମହାସଂଘ (ବାଇ)ର ପୂର୍ଣ୍ଣକାଳୀନ ସଭାପତି ଭାବେ ହେମନ୍ତ ବିଶ୍ୱ ଶର୍ମା ଦାୟିତ୍ୱ ନେବା ପରେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ମୁଖ୍ୟ ଜାତୀୟ କୋଚ୍‌ ପଦରେ ଥିବା ପି. ଗୋପୀଚାନ୍ଦଙ୍କ ସମୟସୀମାକୁ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ମାଡ୍ରିଡ୍‌କୁ ଜିତାଇଲେ ରୋନାଲ୍ଡୋ

ମାଡ୍ରିଡ୍‌କୁ ଜିତାଇଲେ ରୋନାଲ୍ଡୋ

ତୁରିନ,୪।୪(ଏଏଫ୍‌ପି)- ଏଠାରେ ଖେଳାଯାଇଥିବା ଜୁଭେଣ୍ଟସ ବିପକ୍ଷ ଏକ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌କୁ ଷ୍ଟାର ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଡବଲ୍‌ ଗୋଲ ବଳରେ ରୟଲ ମାଡ୍ରିଡ୍‌ ଦଳ ୩-୦ ଗୋଲ୍‌ରେ ଜିତି ନେଇଛି। ମ୍ୟାଚ୍‌ର ୩ୟ ମିନିଟ୍‌ରେ ହିଁ ରୋନାଲ୍ଡୋ ଦଳ ପାଇଁ ପ୍ରଥମ ସଫଳତା ଆଣିଥିଲେ। ଏହି ଗୋଲ୍‌ ଯୋଗୁଁ ମାଡ୍ରିଡ୍‌ ଦଳ ପ୍ରଥମାର୍ଦ୍ଧ ସୁଦ୍ଧା ୧-୦ ଗୋଲ୍‌ରେ ଆଗୁଆ ରହିଥିଲା। ପରେ ଦ୍ୱିତୀୟାର୍ଦ୍ଧ ତଥା ୬୪ତମ ମିନିଟ୍‌ରେ ୩୩ ବର୍ଷୀୟ ପର୍ତ୍ତୁଗୀଜ ଖେଳାଳି ଏକ ଚମତ୍କାର ଗୋଲ୍‌ ସ୍କୋର୍‌ କରିଥିଲେ।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି, ପୂଜାରାଙ୍କ ସ୍ଥାନ ସ୍ଥିର

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କୋହଲି, ପୂଜାରାଙ୍କ ସ୍ଥାନ ସ୍ଥିର

ଦୁବାଇ,୪।୪(ପି.ଟି.)- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଯଥାକ୍ରମେ ୨ୟ ଓ ୭ମ ସ୍ଥାନ ବଜାୟ ରଖିଛନ୍ତି। ଏହା ଦର୍ଶାଇଛି ବୁଧବାର ପ୍ରକାଶ ପାଇଥିବା ନୂତନ ଟେଷ୍ଟ ର଼୍ୟାଙ୍କିଙ୍ଗ୍‌।

ବାସନ୍ଦଦେଶକୁ ଚ୍ୟାଲେଞ୍ଜ କରିବେନି ସ୍ମିଥ୍‌

ବାସନ୍ଦଦେଶକୁ ଚ୍ୟାଲେଞ୍ଜ କରିବେନି ସ୍ମିଥ୍‌

ମେଲବର୍ନ,୪।୪(ପି.ଟି.)- ବଲ ଟ୍ୟାମ୍ପରିଂ ଘଟଣା ଯୋଗୁ ଏକ ବର୍ଷୀୟ ବାସନ୍ଦାଦେଶ ନିଷ୍ପତ୍ତିକୁ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଚ୍ୟାଲେଞ୍ଜ କରିବେ ନାହିଁ। ସ୍ମିଥଙ୍କ ସମେତ ଡେଭିଡ୍‌ ଓ୍ବର୍ନର ଓ ଯୁବ ବ୍ୟାଟ୍ସମ୍ୟାନ କାମେରୋନ ବାନକ୍ରଫ୍ଟଙ୍କୁ ମିଳିଥିବା ବାସନ୍ଦାଦେଶକୁ ବିରୋଧ କରିବା ପାଇଁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲା।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାକୁମ୍ଭ ଆଜିଠାରୁ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାକୁମ୍ଭ ଆଜିଠାରୁ

ଗୋଲ୍ଡ କୋଷ୍ଟ, ୩।୪(ପି.ଟି.)- ବିଶ୍ୱର ଅନ୍ୟତମ କ୍ରୀଡ଼ା ମହାକୁମ୍ଭ ରାଜ୍ୟଗୋଷ୍ଠୀ କ୍ରୀଡ଼ା ବୁଧବାରଠାରୁ ଅଷ୍ଟ୍ରେଲିଆର କୁଇନ୍ସଲାଣ୍ଡ ପ୍ରଦେଶର ଗୋଲ୍ଡ କୋଷ୍ଟରେ ଆରମ୍ଭ ହେବାକୁ ଯାଉଛି। ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଏହି ୨୧ତମ ସଂସ୍କରଣ ଉପରେ ଏବେ ସାରା ବିଶ୍ୱର ନଜର। ଏଥିରେ ୭୧ଟି କମଲଓ୍ବେଲଥ ଦେଶ ମଧ୍ୟରୁ ଭାରତର ୨୧୮ଜଣ ଆଥଲେଟ ଅଂଶଗ୍ରହଣ କରିବେ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିଥବାକୁ ଥିବା ଏହି କ୍ରୀଡ଼ାରେ ୧୯ଟି କ୍ରୀଡ଼ାର ୨୭୫ଟି ଇଭେଣ୍ଟକୁ ନେଇ ପ୍ରତିଯୋଗିତା ଆୟୋଜନ ହେବ।

ସୁପର କପ ଫୁଟବଲ: କ୍ବାର୍ଟରରେ ଏଫସି ଗୋଆ

ସୁପର କପ ଫୁଟବଲ: କ୍ବାର୍ଟରରେ ଏଫସି ଗୋଆ

ଭୁବନେଶ୍ୱର, ୩।୪(କ୍ରୀଡ଼ା ପ୍ରତିନିଧି)- ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ବାର୍ଟର ଫାଇନାଲରେ ଏଫସି ଗୋଆ ୩-୧ ଗୋଲରେ ଆଟଲେଟିକୋ ଡି କୋଲକାତା(ଏଟିକେ)କୁ ହରାଇ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି। କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚର ୪୫ (ଯୁକ୍ତ ୧ ଇ୍ୟଞ୍ଜୁରି ଟାଇମ୍‌)ତମ ମିନିଟରେ ଗୋଆର ସ୍ପେନ ଫରୱାର୍ଡ ଫେରାନ କୋରୋମିନାସ ଟେଲେଚିଆ, ୫୦ତମ ମିନିଟରେ ଏଟିକେର ଆୟର୍ଲାଣ୍ଡ ଫରୱାର୍ଡ ରବର୍ଟ କେନେ, ୬୯ତମ ମିନିଟରେ ଗୋଆର ଫ୍ରାନ୍ସ ମିଡ୍‌ଫିଲ୍ଡର ହ୍ୟୁଗୋ ଅଦନାନ ବୌମସ ଓ ୭୭ତମ ମିନିଟରେ ବ୍ରେଣ୍ଡନ ଫର୍ନାଣ୍ଡିସ ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଗୋଆର ବ୍ରେଣ୍ଡନ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ।

ଦକ୍ଷିଣ ଆଫ୍ରିକା ୩-୧ରେ ସିରିଜ ଜିତିଲା

ଦକ୍ଷିଣ ଆଫ୍ରିକା ୩-୧ରେ ସିରିଜ ଜିତିଲା

ଜୋହାନ୍ସବର୍ଗ, ୩।୪- ବଲ୍‌ ଟ୍ୟାମ୍ପରିଂର ପ୍ରଭାବ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଉପରେ ପଡ଼ିଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୪ର୍ଥ ଟେଷ୍ଟ ମ୍ୟାଚ୍‌କୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ଦଳ ୪୯୨ ରନର ବୃହତ ବ୍ୟବଧାନରେ ହାରିଯାଇଛି। ଏହି ବିଜୟ ସହ ଦକ୍ଷିଣ ଆଫ୍ରିକା ଦଳ ସିରିଜକୁ ୩-୧ରେ ଜିତି ନେଇଛି।

ଦ୍ୱିତୀୟ ଟେଷ୍ଟ ଡ୍ର, ନ୍ୟୁଜିଲାଣ୍ଡ ସିରିଜ ବିଜୟୀ

ଦ୍ୱିତୀୟ ଟେଷ୍ଟ ଡ୍ର, ନ୍ୟୁଜିଲାଣ୍ଡ ସିରିଜ ବିଜୟୀ

ଖ୍ରୀଷ୍ଟଚର୍ଚ୍ଚ, ୩।୪(ଏଏଫ୍‌ପି)- ସ୍ଥାନୀୟ ହେଗ୍‌ଲୀ ଓଭାଲ ଗ୍ରାଉଣ୍ଡରେ ଘରୋଇ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ଅନ୍ତିମ ତଥା ୨ୟ ଟେଷ୍ଟ ରୋମାଞ୍ଚକର ଭାବେ ଡ୍ର’ରେ ଶେଷ ହୋଇଛି। ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୮୨ ରନର କଷ୍ଟସାଧ୍ୟ ଲକ୍ଷ୍ୟ ରହିଥିବାବେଳେ ମଙ୍ଗଳବାର ଦଳ ୮ ଉଇକେଟ୍‌ ହରାଇ ୨୫୬ ରନ କରିବାକୁ ସକ୍ଷମ ହୋଇଥିଲା। ଫଳରେ ମ୍ୟାଚ୍‌ ବିନା ହାର୍‌ଜିତ୍‌ରେ ଶେଷ ହୋଇଛି।

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଖଇରପୁଟ ଚାମ୍ପିୟନ

କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଖଇରପୁଟ ଚାମ୍ପିୟନ

ମାଥିଲି , ୩।୪ (ଡି.ଏନ.ଏ): ଚଇତି ପରବ ଉପଲକ୍ଷେ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ପଞ୍ଚାୟତ ସଦର ଖେଳପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ଖଇରପୁଟ ଦଳ ଫାଇନାଲ ମ୍ୟାଚ ଜିତି ଚାମ୍ପିୟନ ହୋଇଛି ।

ପାକିସ୍ତାନ ସିରିଜ ବିଜୟୀ

ପାକିସ୍ତାନ ସିରିଜ ବିଜୟୀ

କରାଚୀ, ୩ା୪ (ଏଏଫ୍‌ପି)-ସ୍ଥାନୀୟ ନ୍ୟାଶନାଲ ଷ୍ଟାଡିୟମରେ ସୋମବାର ରାତିରେ ଅନୁଷ୍ଠିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ ମ୍ୟାଚରେ ପାକିସ୍ତାନ ୮୨ ରନରେ ଓ୍ବେଷ୍ଟଇଣ୍ଡିଜକୁ ହରାଇ ଦେଇଛି। ଏଥି ସହିତ ଦଳ ୨-୦ରେ ଅଗ୍ରଣୀ ଲାଭ କରିବା ସହ ୩ ମ୍ୟାଚ ବିଶିଷ୍ଟ ସିରିଜକୁ ଆଗୁଆ ଜିତି ନେଇଛି।

ଭାରତୀୟ ବକ୍ସର ଡୋପିଂ ଅଭିଯୋଗରୁ ମୁକ୍ତ

ଭାରତୀୟ ବକ୍ସର ଡୋପିଂ ଅଭିଯୋଗରୁ ମୁକ୍ତ

ଗୋଲ୍ଡ କୋଷ୍ଟ, ୨ା୪ (ପି.ଟି.)-ବକ୍ସରମାନେ ଡୋପିଂ ନିୟମ ଉଲ୍ଲଂଘନ କରିନାହାନ୍ତି ବୋଲି ସ୍ବଷ୍ଟ ହେବା ପରେ ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳକୁ ବଡ଼ ଆଶ୍ୱସ୍ତି ମିଳିଛି। କିନ୍ତୁ ସେମାନେ ଇନ୍‌ଜେକ୍‌ଶନ ସିରିଞ୍ଜ ବିବାଦରୁ ସମ୍ପୂର୍ଣ୍ଣ ମୁକ୍ତି ପାଇ ନାହାନ୍ତି। ସେମାନେ ଗେମ୍ସର ‘ନୋ ନିଡଲ’ ନିୟମ ଉଲ୍ଲଂଘନ କରିଛନ୍ତି କି ନା ସେ ନେଇ ତଦନ୍ତ ଚାଲିଛି। ଗୋଲ୍ଡ୍ଡ କୋଷ୍ଟ ଗେମ୍ସ ଭିଲେଜରୁ ମିଳିଥିବା ସିରିଞ୍ଜକୁ ନେଇ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହାସଂଘ (ସିଜିଏଫ୍‌) ପକ୍ଷରୁ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି।

ଧୋନୀ, ଆଡଭାନୀଙ୍କୁ ପଦ୍ମ ଭୂଷଣ

ଧୋନୀ, ଆଡଭାନୀଙ୍କୁ ପଦ୍ମ ଭୂଷଣ

ନୂଆଦିଲ୍ଲୀ, ୨।୪ (ପି.ଟି.) ଆଜିକୁ ଠିକ୍‌ ୭ ବର୍ଷ ତଳେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଭାରତ ଦିନିକିଆ ବିଶ୍ୱକପ୍‌ ହାସଲ କରିଥିଲା। ବମ୍ବେର ଓ୍ବାଙ୍ଖଡେ ଷ୍ଟାଡିୟମରେ ୧୦ଟି ବଲ ବାକି ଥାଇ ଛକା ମାରି ଧୋନୀ ଫାଇନାଲ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲେ। ୨୦୧୧ ଏପ୍ରିଲ ୨ ତାରିଖ ଭାରତୀୟ କ୍ରୀଡ଼ା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି।

ସଡନ୍‌ ଡେଥ୍‌ରେ ଜିତିଲା ଜାମ୍‌ସେଦପୁର

ସଡନ୍‌ ଡେଥ୍‌ରେ ଜିତିଲା ଜାମ୍‌ସେଦପୁର

ଭୁବନେଶ୍ୱର, ୨।୪(ସ୍ପୋଟର୍‌ସ ବ୍ୟୁରୋ) ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ପ୍ରି- କ୍ୱାର୍ଟର ଫାଇନାଲ ମ୍ୟାଚରେ ଜାମ୍‌ସେଦପୁର ଏଫ୍‌ସି ସଡନ୍‌ ଡେଥ୍‌ ଜରିଆରେ ୫-୪ ଗୋଲରେ ମିନର୍ଭା ପଞ୍ଜାବକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଏଟିପି ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ନାଡାଲ

ଏଟିପି ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ନାଡାଲ

ପ୍ୟାରିସ୍‌,୨।୪(ଏଏଫ୍‌ପି)-ସ୍ପେନର ଚାମ୍ପିୟନ୍‌ ଟେନିସ୍‌ ଖେଳାଳି ରାଫାଲ ନାଡାଲ ନୂତନ ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷସ୍ଥାନ ହାସଲ କରିଛନ୍ତି। ଚିରପ୍ରତିଦ୍ୱନ୍ଦ୍ୱୀ ରୋଜର ଫେଡେରର ଗୋଟିଏ ସ୍ଥାନ ତଳକୁ ଖସିବାରୁ ନାଡାଲଙ୍କ ର଼୍ୟାଙ୍କିଙ୍ଗ୍‌ରେ ଉନ୍ନତି ଆସିବ। ରବିବାର ଶେଷ ହୋଇଥିବା ମିଆମି ଓପନରେ ଫେଡେରର କ୍ୱାର୍ଟର ପର୍ଯ୍ୟାୟ ପୂର୍ବରୁ ପରାଜିତ ହେବାରୁ ଏଭଳି ପରିବର୍ତ୍ତନ ଘଟିଛି।

ସ୍ମିଥଙ୍କ ବଦଳ ଖେଳାଳି କ୍ଲାସେନ

ସ୍ମିଥଙ୍କ ବଦଳ ଖେଳାଳି କ୍ଲାସେନ

ନୂଆଦିଲ୍ଲୀ, ୨।୪(ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ଙ୍କ ବଦଳ ଖେଳାଳି ଭାବେ ଦକ୍ଷିଣ ଆଫ୍ରିକା ହେନ୍ରିଚ କ୍ଲାସେନଙ୍କୁ ଦଳରେ ସାମିଲ କରିଛି। ଏହି ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନଙ୍କୁ ଦଳରେ ସାମିଲ କରିବା ପାଇଁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସୋମବାର ଅନୁମତି ଦେଇଛି।

କେକେଆର୍‌ ଅଭ୍ୟାସ ସେସନରେ ଜନସନ

କେକେଆର୍‌ ଅଭ୍ୟାସ ସେସନରେ ଜନସନ

ନୂଆଦିଲ୍ଲୀ,୨।୪(ପି.ଟି.)-ଆଗାମୀ ଆଇପିଏଲ୍‌ ପାଇଁ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଦଳର ଚାଲିଥିବା ଅଭ୍ୟାସ ଶିବିରରେ ପୂର୍ବତନ ଅଷ୍ଟ୍ରେଲିଆନ୍‌ ପେସର ମିଚେଲ ଜନସନ ଯୋଗ ଦେଇଛନ୍ତି। ଏ ନେଇ ଜନସନ ଟୁଇଟରରେ ପ୍ରକାଶ କରିଛନ୍ତି।

ମିଆମି ଓପନ୍‌: ଜାଭରେଭଙ୍କୁ ହରାଇ ଇସ୍ନର ଚାମ୍ପିୟନ୍‌

ମିଆମି ଓପନ୍‌: ଜାଭରେଭଙ୍କୁ ହରାଇ ଇସ୍ନର ଚାମ୍ପିୟନ୍‌

ମିଆମି,୨।୪ (ଏଏଫ୍‌ପି)- ଚଳିତ ଏଟିପି ମିଆମି ଓପନ୍‌ର ପୁରୁଷ ସିଙ୍ଗଲ୍ସ ବର୍ଗରେ ଜନ ଇସ୍ନର ଚାମ୍ପିୟନ୍‌ ହୋଇଛନ୍ତି। ସେ ଫାଇନାଲ୍‌ରେ ଜର୍ମାନୀର ଆଲେକଜାଣ୍ଡର ଜାଭରେଭଙ୍କୁ ୬-୭(୪/୭), ୬-୪, ୬-୪ ସେଟ୍‌ରେ ହରାଇ ଦେଇଛନ୍ତି।

କେରଳକୁ ସନ୍ତୋଷ ଟ୍ରଫି ଟାଇଟଲ

କେରଳକୁ ସନ୍ତୋଷ ଟ୍ରଫି ଟାଇଟଲ

କଲିକତା, ୨ା୪ (ପି.ଟି.)- କେରଳ ସନ୍ତୋଷ ଟ୍ରଫି ହାସଲ କରିଛି। ସ୍ଥାନୀୟ ସଲ୍‌ଟ ଲେକ୍‌ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ଫାଇନାଲରେ ଦଳ ବେଙ୍ଗଲକୁ ପେନାଲଟି ଶୁଟ୍‌ଆଉଟରେ ପରାସ୍ତ କରିଛି। କେରଳ ୬ଷ୍ଠ ଥର ପାଇଁ ଜାତୀୟ ଫୁଟ୍‌ବଲ ଚାମ୍ପିୟନ ହୋଇପାରିଛି।

ମହାନଦୀ କପ୍‌ ଟି୨୦ କ୍ରିକେଟ:  ସୋଲାର ସେମିରେ

ମହାନଦୀ କପ୍‌ ଟି୨୦ କ୍ରିକେଟ: ସୋଲାର ସେମିରେ

କଟକ ଅଫିସ,୧ା୪-ସ୍ଥାନୀୟ ବୋଷ ଗ୍ରାଉଣ୍ଡରେ ୟୁନିୟନ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ୨ୟ ମହାନଦୀ କପ୍‌ ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ଦିବସରେ ଅନୁଷ୍ଠିତ ମ୍ୟାଚ୍‌ରେ ସୋଲାର କ୍ଲବ ୨୭ରନ୍‌ରେ ୟୁନିୟନ ସ୍ପୋର୍ଟିଂ କ୍ଲବକୁ ପରାସ୍ତ କରିଛି। ଏହି ବିଜୟ ସହ ସୋଲାର ସେମିଫାଇନାଲରେ ପ୍ରବେଶ କରିଛି। ୟୁନିୟନ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।

ସର୍ବଭାରତୀୟ କରାଟେରେ ଓଡ଼ିଶାକୁ ୩୭ ସ୍ବର୍ଣ୍ଣ

ସର୍ବଭାରତୀୟ କରାଟେରେ ଓଡ଼ିଶାକୁ ୩୭ ସ୍ବର୍ଣ୍ଣ

କଟକ ଅଫିସ,୧ା୪-ଉତ୍କଳ କରାଟେ ସ୍କୁଲ ଓ ସୁକୋକାଇ କରାଟେ ଡୁ ୟୁନିୟନ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ୯ମ ସର୍ବଭାରତୀୟ ଓପନ କରାଟେ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଓଡ଼ିଶା ୫ଟି ସ୍ବର୍ଣ୍ଣ ପଦକ ଜିତିବା ସହ ପ୍ରତିଯୋଗିତାରେ ମୋଟ୍‌ ୩୭ଟି ସ୍ବର୍ଣ୍ଣ ଜିତିଛି।

ଏସିଆନ୍‌ ୟୁଥ୍‌ ରାପିଡ୍‌ ଚେସ୍‌: ସ୍ବର୍ଣ୍ଣ ଜିତିଲେ ସାଇନା

ଏସିଆନ୍‌ ୟୁଥ୍‌ ରାପିଡ୍‌ ଚେସ୍‌: ସ୍ବର୍ଣ୍ଣ ଜିତିଲେ ସାଇନା

ଭୁବନେଶ୍ୱର, ୧।୪(ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶାର ଉଦୀୟମାନ ଚେସ୍‌ ତାରକା ତଥା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ଥାଇଲାଣ୍ଡର ଚିଆଙ୍ଗମାଇଠାରେ ଚାଲିଥିବା ଏସିଆନ ୟୁଥ୍‌ ରାପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ସ୍ବର୍ଣ୍ଣ ପଦକ ଜିତି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ୧୬ ବର୍ଷରୁ କମ୍‌ ବାଳିକା ବର୍ଗରେ ସାଇନା ଏହି ସଫଳତା ପାଇଛନ୍ତି।