ଖେଳ

ଆଇପିଏଲ୍‌ ୧୧: ନାଇଟ୍‌ ରାଇଡର୍ସର ସହଜ ବିଜୟ

ଆଇପିଏଲ୍‌ ୧୧: ନାଇଟ୍‌ ରାଇଡର୍ସର ସହଜ ବିଜୟ

କଲିକତା, ୪।୫(ପି.ଟି.)- ଯୁବ ବ୍ୟାଟ୍ସମ୍ୟାନ ଶୁଭମ୍‌ ଗିଲ୍‌ ଓ ଅଧିନାୟକ ଦୀନେଶ କାର୍ତ୍ତିକଙ୍କ ଦ୍ରୁତ ତଥା ଉପଯୋଗୀ ବ୍ୟାଟିଂ ବଳରେ ଘରୋଇ କୋଲ୍‌କାତା ନାଇଟ୍‌ ରାଇଡର୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୩ତମ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ୧୪ଟି ବଲ ବାକି ରଖି ୬ ଉଇକେଟରେ ପରାସ୍ତ କରିଛି। ଏଥିସହିତ କୋଲକାତା ପଞ୍ଚମ ବିଜୟ ହାସଲ କରି ୧୦ ପଏଣ୍ଟ ଅର୍ଜନ କରିବା ସହ କିଙ୍ଗ୍ସ ଏକାଦଶ ପଞ୍ଜାବକୁ ହଟାଇ ତାଲିକାର ତୃତୀୟ ସ୍ଥାନକୁ ଉଠିଛି। ସ୍ଥାନୀୟ ଇଡେନ ଗାର୍ଡେନ ଗ୍ରାଉଣ୍ଡରେ ଟସ୍‌ ଜିତି କୋଲକାତା ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ନିର୍ଦ୍ଧାରିତ ୨୦ ଓଭରରେ ୫ ଉଇକେଟ ହରାଇ ୧୭୭ ରନ୍‌ ସଂଗ୍ରହ କରିଥିଲା। ଜବାବରେ କୋଲକାତା ୧୭.୪ ଓଭରରେ ୪ ଉଇକେଟ ହରାଇ ୧୮୦ ରନ୍‌ କରି ବାଜି ମାରିଛି। ସୁନୀଲ ନାରିନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ଚାମ୍ପିୟନ୍ସ ଲିଗ୍‌: ଫାଇନାଲରେ ଲିଭରପୁଲ

ଚାମ୍ପିୟନ୍ସ ଲିଗ୍‌: ଫାଇନାଲରେ ଲିଭରପୁଲ

ରୋମେ,୩।୫- ଚଳିତ ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ଲଭିରପୁଲ ପ୍ରବେଶ କରିଛି। ବୁଧବାର ଖେଳାଯାଇଥିବା ସେମିଫାଇନାଲର ୨ୟ ଲେଗ୍‌ରେ ରୋମା ୪-୨ ଗୋଲ୍‌ରେ ଲିଭରପୁଲକୁ ପରାସ୍ତ କରିଛି। ଏହାସତ୍ତ୍ୱେ ଲିଭରପୁଲ ମୋଟ ୭-୬ ବ୍ୟବଧାନରେ ରୋମାକୁ ପରାସ୍ତ କରିଛି।

ବିଶ୍ୱ ଟିଟି ଚାମ୍ପିୟନ୍‌ଶିପ୍‌: ଅଷ୍ଟ୍ରିଆଠାରୁ ହାରିଲା ଭାରତ

ବିଶ୍ୱ ଟିଟି ଚାମ୍ପିୟନ୍‌ଶିପ୍‌: ଅଷ୍ଟ୍ରିଆଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୩।୫- ସ୍ବିଡେନସ୍ଥିତ ହାଲମଷ୍ଟାଡଠାରେ ଚାଲିଥିବା ବିଶ୍ୱ ଟେବୁଲ ଟେନିସ୍‌ (ଟିଟି) ଚାମ୍ପିୟନ୍‌ଶିପ୍‌ରେ ଭାରତକୁ ୩-୨ ବ୍ୟବଧାନରେ ଅଷ୍ଟ୍ରିଆ ପରାସ୍ତ କରିଛି।

ଆଇସିସି ବିଶ୍ୱ ଏକାଦଶ ଦଳରେ ହାର୍ଦ୍ଦିକ, କାର୍ତ୍ତିକ

ଆଇସିସି ବିଶ୍ୱ ଏକାଦଶ ଦଳରେ ହାର୍ଦ୍ଦିକ, କାର୍ତ୍ତିକ

ଦୁବାଇ,୩।୫(ପି.ଟି.)- ଚଳିତ ମାସ ୩୧ ତାରିଖରେ ଲଡର୍‌ସଠାରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଖେଳାଯିବାକୁ ଥିବା ଚାରିଟି ମ୍ୟାଚ୍‌ରେ ବିଶ୍ୱ ଏକାଦଶ ପାଇଁ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ଗୁରୁବାର ସ୍ପଷ୍ଟ ହୋଇଛି।

ଅର୍ଜୁନ ସମ୍ମାନ ପାଇଁ ସବିତା, ଧରମ୍‌ବୀର, ମନପ୍ରୀତଙ୍କ ନାମ ସୁପାରିସ

ଅର୍ଜୁନ ସମ୍ମାନ ପାଇଁ ସବିତା, ଧରମ୍‌ବୀର, ମନପ୍ରୀତଙ୍କ ନାମ ସୁପାରିସ

ନୂଆଦିଲ୍ଲୀ,୩।୫- ଭାରତୀୟ ମହିଳା ଦଳର ଗୋଲ୍‌କିପର ସବିତା ପୁନିଆଙ୍କ ସମେତ ପୁରୁଷ ଦଳର ମିଡ୍‌ଫିଲ୍ଡର ଧରମ୍‌ବୀର ସିଂ ଓ ମନପ୍ରୀତ ସିଂଙ୍କ ନାମକୁ ହକି ଇଣ୍ଡିଆ ପକ୍ଷରୁ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରାଯାଇଛି। ଧ୍ୟାନଚାନ୍ଦ ପୁରସ୍କାର ପାଇଁ ସାଙ୍ଗାଇ ଇବେମ୍ବାଲ ଚାନୁ ଓ ପୂର୍ବତନ ଅଧିନାୟକ ଭରତ ଛେତ୍ରୀଙ୍କୁ ହକି ବୋର୍ଡ ମନୋନୀତ କରିଛି। ଏଥିସହ କୋଚ୍‌ ବିଏସ୍‌ ଚୌହ୍ବାନଙ୍କ ନାମକୁ ଦ୍ରୋଣାଚାର୍ଯ୍ୟ ସମ୍ମାନ ପାଇଁ ଚୟନ କରାଯାଇଛି।

ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର

ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର

ସିଡ୍‌ନୀ,୩।୫(ଏଏଫ୍‌ପି)- ପୂର୍ବତନ ଓପନର ଜଷ୍ଟିନ ଲାଙ୍ଗରଙ୍କୁ ଗୁରୁବାର ଅଷ୍ଟ୍ରେଲିଆ ଦଳର ମୁଖ୍ୟକୋଚ୍‌ ପଦରେ ନିଯୁକ୍ତ କରାଯାଇଛି। ସେ ଆଗାମୀ ୪ ବର୍ଷ ପର୍ଯ୍ୟନ୍ତ ଟେଷ୍ଟ, ଦିନିକିଆ ଓ ଟି୨୦ ଦଳର କୋଚ୍‌ ଦାୟିତ୍ୱରେ ରହିବେ।

ଜୁନିୟର ଏନ୍‌ବିଏ ଓ୍ବାଲର୍‌ଡ ଚାମ୍ପିୟନ୍‌ଶିପ୍‌: ଭାରତ ପକ୍ଷରୁ ଖେଳିବେ ବେଙ୍ଗାଲୁରୁ ବାଳିକା

ବେଙ୍ଗାଲୁରୁ,୩।୫- ଆସନ୍ତା ଅଗଷ୍ଟ ମାସରେ ଫ୍ଲୋରିଡାଠାରେ ହେବାକୁ ଥିବା ଜୁନିୟର ଏନ୍‌ବିଏ ଓ୍ବାଲର୍‌ଡ ଚାମ୍ପିୟନ୍‌ଶିପ୍‌ରେ ବେଙ୍ଗାଲୁରୁ ବାଳିକା ଦଳ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ। ଏଠାରେ ଅନୁଷ୍ଠିତ ଜୁନିୟର ଏନ୍‌ବିଏ ନ୍ୟାଶନାଲ ଫାଇନାଲ୍ସରେ ବେଙ୍ଗାଲୁରୁ ଦଳ ଦେଶର ଅନ୍ୟ ଦଳକୁ ପରାସ୍ତ କରି ଚାମ୍ପିୟନ୍‌ ହୋଇଛି।

 ଅନ୍ତର୍ଜାତୀୟ ଗଲ୍ପକୁ ଫେରିବେ ଉଡ୍ସ

ଅନ୍ତର୍ଜାତୀୟ ଗଲ୍ପକୁ ଫେରିବେ ଉଡ୍ସ

ମିଆମି,୩।୫(ଏଏଫ୍‌ପି)- କିମ୍ବଦନ୍ତୀ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଅନ୍ତର୍ଜାତୀୟ ସ୍ତରକୁ ଫେରିବାକୁ ଯାଉଛନ୍ତି। ଗୁରୁବାରଠାରୁ ଆରମ୍ଭ ହେଉଥିବା ଓ୍ବେଲ୍ସ ଫାର୍ଗୋ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବେ।

ଡୋପ୍‌ ଟେଷ୍ଟରେ ବିଫଳ ଅଲିମ୍ପିକ୍‌ ୧୫୦୦ ମି. ରେସ୍‌ ଚାମ୍ପିୟନ୍‌ କିପ୍ରୋପ

ଡୋପ୍‌ ଟେଷ୍ଟରେ ବିଫଳ ଅଲିମ୍ପିକ୍‌ ୧୫୦୦ ମି. ରେସ୍‌ ଚାମ୍ପିୟନ୍‌ କିପ୍ରୋପ

ପ୍ୟାରିସ୍‌,୩।୫(ଏଏଫ୍‌ପି)- ପୂର୍ବତନ ୧୫୦୦ ମିଟର ଅଲିମ୍ପିକ୍‌ ଚାମ୍ପିୟନ୍‌ ଆସବେଲ କିପ୍ରୋପ ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ନେଇ କେନିୟାର ଏକ ଖବରକାଗଜରେ ପ୍ରକାଶ ପାଇଥିଲା। ଏଥିରେ ତାଙ୍କ ନମୁନାରେ ଇପିଓ ନାମକ ନିଷିଧ ଔଷଧ ମିଳିଥିବା ଦର୍ଶାଯାଇଛି। ଏହି ରିପୋର୍ଟକୁ ସେ ବୁଧବାର ବିରୋଧ କରିଛନ୍ତି।

କ୍ୱାର୍ଟରରେ ଜାଭରେଭ

କ୍ୱାର୍ଟରରେ ଜାଭରେଭ

ମ୍ୟୁନିକ,୩।୫- ଡିଫେଣ୍ଡିଂ ଚାମ୍ପିୟନ୍‌ ଆଲେକଜାଣ୍ଡର ଜାଭରେଭ ଏଠାରେ ଚାଲିଥିବା ଏଟିପି ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ନିଖୋଜ ସନ୍ତରଣକାରୀଙ୍କ ତଲାସ ଜାରି

କ୍ୱାଲାଲମ୍ପୁର,୩।୫(ଏପି)- ନ୍ୟୁଜିଲାଣ୍ଡର ସନ୍ତରଣକାରୀ ରବର୍ଟ ମାର୍କ ଫାଗନ ୪ ଦିନ ପୂର୍ବେ ଦକ୍ଷିଣାଞ୍ଚଳ କୋଷ୍ଟଠାରେ ସନ୍ତରଣ କରୁଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ୬୩ ବର୍ଷୀୟ ସନ୍ତରଣକାରୀ ଏପ୍ରିଲ ୩୦ ତାରିଖରେ ନିଖୋଜ ହୋଇଥିବା ଜଣାପଡ଼ିବା ପରେ ମାଲେସିଆନ୍‌ ମାରିନଟାଇମ ଏନଫୋର୍ସମେଣ୍ଟ ଏଜେନ୍ସି ତଲାସ ଅଭିଯାନ ଆରମ୍ଭ କରିଥିଲା।

ଆଇପିଏଲ୍‌ ୧୧:  ଡେୟାରଡେଭିଲ୍ସର ତୃତୀୟ ବିଜୟ

ଆଇପିଏଲ୍‌ ୧୧: ଡେୟାରଡେଭିଲ୍ସର ତୃତୀୟ ବିଜୟ

ନୂଆଦିଲ୍ଲୀ, ୩ା୫(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ବର୍ଷା ବାଧାପ୍ରାପ୍ତ ୩୨ତମ ମ୍ୟାଚରେ ଦିଲ୍ଲୀ ଡେୟାରଡେଭିଲ୍ସ ଡକଓ୍ବର୍ଥ/ଲୁଇସ୍‌ ନିୟମରେ ୪ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏଥିସହ ଦିଲ୍ଲୀ ତୃତୀୟ ବିଜୟ ହାସଲ କରି ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଉଠିଛି।

ଏନ୍‌ସିଏ ଶିବିରରେ ଓଡ଼ିଶାର ରାଜେଶ

ଏନ୍‌ସିଏ ଶିବିରରେ ଓଡ଼ିଶାର ରାଜେଶ

କଟକ ଅଫିସ,୩ା୫- ବାଙ୍ଗାଲୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଜୁନ୍‌ ୨୫ରୁ ଜୁଲାଇ ୨୪ ପର୍ଯ୍ୟନ୍ତ ୨୩ ବର୍ଷରୁ କମ୍‌ କ୍ରିକେଟ ଶିବିର ଅନୁଷ୍ଠିତ ହେବ। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ରାଜ୍ୟର ପ୍ରତିଭାବାନ ବ୍ୟାଟ୍ସମ୍ୟାନ ଓ ଉଇକେଟ କିପର ରାଜେଶ ଧୂପର ଶିବିରରେ ସାମିଲ ହେବାର ସୌଭାଗ୍ୟ ପାଇଛନ୍ତି।

ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଲା

ଦିନିକିଆ ର଼୍ୟାଙ୍କିଙ୍ଗରେ ଭାରତ ଶୀର୍ଷ ସ୍ଥାନ ହରାଇଲା

ଦୁବାଇ,୩ା୫(ପି.ଟି.)- ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତ ତା’ର ଶୀର୍ଷ ସ୍ଥାନ ସୁଦୃଢ଼ କରିଥିଲେ ମଧ୍ୟ ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ଏକ ନମ୍ବର ସ୍ଥାନ ହରାଇଛି। ଭାରତକୁ ହଟାଇ ଇଂଲଣ୍ଡ ଶୀର୍ଷସ୍ଥାନ ଦଖଲ କରିଛି। ର଼୍ୟାଙ୍କିଙ୍ଗରେ ଆନୁଆଲ ଅପ୍‌ଡେଟ ହେବା ପରେ ଇଂଲଣ୍ଡକୁ ଫାଇଦା ମିଳିଛି।

ଗୋଟିଏ ରାଜ୍ୟ, ଗୋଟିଏ ଭୋଟ ନୀତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରିପାରନ୍ତି

ଗୋଟିଏ ରାଜ୍ୟ, ଗୋଟିଏ ଭୋଟ ନୀତି ନେଇ ସୁପ୍ରିମକୋର୍ଟ ପୁନର୍ବିଚାର କରିପାରନ୍ତି

ନୂଆଦିଲ୍ଲୀ,୩ା୫(ପି.ଟି.)- ଜଷ୍ଟିସ୍‌ ଆର.ଏମ୍‌ ଲୋଧା ପ୍ୟାନେଲ ପ୍ରସ୍ତାବରେ ସାମିଲ ଥିବା ଗୋଟିଏ ରାଜ୍ୟ, ଗୋଟିଏ ଭୋଟ ନୀତି ନେଇ ସର୍ବୋଚ୍ଚ ନ୍ୟାୟାଳୟ ପୁନର୍ବିଚାର କରିପାରନ୍ତି। ଏହି ନୀତି କାରଣରୁ କେତୋଟି କ୍ରିକେଟ ଆସୋସିଏଶନ ସେମାନଙ୍କ ପୂର୍ଣ୍ଣ ସଦସ୍ୟତା ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି।

ମ୍ୟାଚ୍‌ ଫିକ୍ସିଂ: ୨ ମାଲେସିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ୨୦, ୧୫ ବର୍ଷ ବାସନ୍ଦ

ମ୍ୟାଚ୍‌ ଫିକ୍ସିଂ: ୨ ମାଲେସିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ୨୦, ୧୫ ବର୍ଷ ବାସନ୍ଦ

କୁଆଲାଲମ୍ପୁର, ୩ା୫ (ପି.ଟି.)- ମ୍ୟାଚ୍‌ ଫିକ୍ସିଂ ତଥା ଦୁର୍ନୀତି ଅଭିଯୋଗରେ ୨ଜଣ ମାଲେସିଆ ବ୍ୟାଡ୍‌ମିଣ୍ଟନ ଖେଳାଳି ଦୋଷୀ ସାବ୍ୟସ୍ତ ହେବା ସହ ଯଥାକ୍ରମେ ୨୦ ଓ ୧୫ ବର୍ଷ ବାସନ୍ଦ ହୋଇଛନ୍ତି। ଏ ନେଇ ବ୍ୟାଡମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ସୂଚନା ଦେଇଛି।

୧୬ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ: ଜୋର୍ଡାନ ବିପକ୍ଷରୁ ଭାରତର ଅଭିଯାନ

୧୬ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ: ଜୋର୍ଡାନ ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨।୫(ପି.ଟି.)- ସର୍ବିୟାରେ ଆସନ୍ତା ମେ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ୧୬ ବର୍ଷରୁ କମ୍‌ ଚତୁଃରାଷ୍ଟ୍ରୀୟ ଫୁଟ୍‌ବଲ ପ୍ରତିଯୋଗିତାରେ ଭାରତୀୟ ଦଳ ଅଂଶଗ୍ରହଣ କରିବ। ଭାରତ ବ୍ୟତୀତ ଜୋର୍ଡାନ, ତାଜିକସ୍ତାନ ଓ ଆୟୋଜକ ସର୍ବିୟା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି। ଭାରତୀୟ ଦଳ ମେ ୯ରେ ଜୋର୍ଡାନ ବିପକ୍ଷରେ ଖେଳି ତା’ର ଅଭିଯାନ ଆରମ୍ଭ କରିବ।

ନୀରଜ ଏସିଆ ବକ୍ସର ଅଫ୍‌ ଦି ଇୟର

ନୀରଜ ଏସିଆ ବକ୍ସର ଅଫ୍‌ ଦି ଇୟର

ନୂଆଦିଲ୍ଲୀ, ୨।୫(ପି.ଟି.)- ଓ୍ବାଲର୍‌ଡ ବକ୍ସିଂ କାଉନସିଲ (ଡବ୍ଲ୍ୟୁବିସି) ପକ୍ଷରୁ ଭାରତୀୟ ଯୁବ ବକ୍ସର ନୀରଜ ଗୋୟତ୍‌ଙ୍କୁ ଏସିଆ ବକ୍ସର ଅଫ୍‌ ଦି ପୁରସ୍କାରରେ ସମ୍ମାନୀତ କରାଯାଇଛି। ୨୬ ବର୍ଷୀୟ ନୀରଜ ବର୍ତ୍ତମାନ ଓ୍ବେଲ୍ଟର ଓ୍ବେଟ୍‌ ବର୍ଗରେ ଡବ୍ଲ୍ୟୁବିସି ଏସିଆ ଚାମ୍ପିୟନ ରହିଛନ୍ତି।

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଓଡ଼ିଆ ଝିଅ ସୁନୀତାଙ୍କୁ ଜାତୀୟ ହକି ଦଳର ନେତୃତ୍ୱ

ଏସିଆନ ଚାମ୍ପିୟନ୍ସ ଟ୍ରଫି: ଓଡ଼ିଆ ଝିଅ ସୁନୀତାଙ୍କୁ ଜାତୀୟ ହକି ଦଳର ନେତୃତ୍ୱ

ନୂଆଦିଲ୍ଲୀ, ୨।୫(ପି.ଟି.)- କୋରିଆର ଡୋଙ୍ଗହିଠାରେ ମେ ୧୩ରୁ ହେବାକୁ ଥିବା ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି ପ୍ରତିଯୋଗିତା ଲାଗି ଓଡ଼ିଆ ଝିଅ ସୁନୀତା ଲାକ୍ରାଙ୍କୁ ଭାରତୀୟ ସିନିୟର ମହିଳା ହକି ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ବୁଧବାର ଘୋଷିତ ୧୮ ଜଣିଆ ଭାରତୀୟ ଦଳରେ ସୁନୀତାଙ୍କ ବ୍ୟତୀତ ଆଉ ୪ ଜଣ ଓଡ଼ିଆ ଝିଅ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି।

ହାଫିଜଙ୍କୁ ଆଇସିସିର ସବୁଜ ସଙ୍କେତ

ହାଫିଜଙ୍କୁ ଆଇସିସିର ସବୁଜ ସଙ୍କେତ

ଦୁବାଇ, ୨।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପାକିସ୍ତାନ ଅଲ୍‌ରାଉଣ୍ଡର ତଥା ଅଫ୍‌ସ୍ପିନର ମହମ୍ମଦ ହାଫିଜଙ୍କ ବୋଲିଂ ଆକ୍ସନକୁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି। ଫଳରେ ୩୭ ବର୍ଷୀୟ ଏହି ଭେଟେରାନ କ୍ରିକେଟର ବର୍ତ୍ତମାନ ଅନ୍ତର୍ଜାତୀୟ କ୍ରିକେଟରେ ବୋଲିଂ କରିପାରିବେ। ଗତ ଏପ୍ରିଲ ୧୭ରେ ହାଫିଜ ଇଂଲଣ୍ଡସ୍ଥିତ ଲାଫ୍‌ବର୍ଗ ବିଶ୍ୱବିଦ୍ୟାଳରେ ତାଙ୍କ ବୋଲିଂ ଆକ୍ସନର ପରୀକ୍ଷଣ କରିଥିଲେ।

ଜନ୍ମଦିନରେ ଅନୁଷ୍କାଙ୍କୁ ବିରାଟଙ୍କ ବିଜୟ ଭେଟି

ଜନ୍ମଦିନରେ ଅନୁଷ୍କାଙ୍କୁ ବିରାଟଙ୍କ ବିଜୟ ଭେଟି

ବାଙ୍ଗାଲୋର, ୨।୫(ପି.ଟି.)- ଆଇପିଏଲ୍‌ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମଙ୍ଗଳବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୧୪ ରନରେ ଶକ୍ତିଶାଳୀ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଗତ କେତୋଟି ମ୍ୟାଚ୍‌ରେ ପରାଜୟବରଣ କରି ଆସୁଥିବା ବିରାଟ କୋହଲିଙ୍କ ଦଳ ପାଇଁ ଏହି ବିଜୟ ବେଶ୍‌ ମହତ୍ତ୍ୱପୂର୍ଣ୍ଣ ରଖୁଛି। ବିଜୟ ସହ ବାଙ୍ଗାଲୋର ପଏଣ୍ଟ ତାଲିକାର ୫ମ ସ୍ଥାନକୁ ଉଠିବା ସହ ପ୍ଲେ-ଅଫ୍‌ ଖେଳିବା ଆଶାମଧ୍ୟ ଉଜ୍ଜିବୀତ ରଖିବାରେ ସଫଳ ହୋଇଛି।

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂରେ ଭାଗନେବେ୧୬ ଭାରତୀୟ

ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂରେ ଭାଗନେବେ୧୬ ଭାରତୀୟ

ନୂଆଦିଲ୍ଲୀ, ୨।୫(ପି.ଟି.)- ଆସନ୍ତା ଅଗଷ୍ଟରେ ହଙ୍ଗେରୀଠାରେ ଓ୍ବାଲର୍‌ଡ ୟୁଥ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ଚାମ୍ପିୟନଶିପ୍‌ ପାଇଁ ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ ପକ୍ଷରୁ ୧୬ ଜଣ ଭାରତୀୟ ବକ୍ସରଙ୍କ ନାମ ଘୋଷଣା କରାଯାଇଛି। ଯେଉଁଥିରେ ୧୦ ଜଣ ମହିଳା ଓ ୬ ଜଣ ପୁରୁଷ ବକ୍ସର ରହିଛନ୍ତି।

ମୁମ୍ବାଇକୁ ହରାଇଲା ଆର୍‌ସିବି

ମୁମ୍ବାଇକୁ ହରାଇଲା ଆର୍‌ସିବି

ବାଙ୍ଗାଲୋର, ୨।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୧ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ୧୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଦେଇଛି। ମଙ୍ଗଳବାର ଖେଳାଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ବାଙ୍ଗାଲୋର ପକ୍ଷରୁ ଧାର୍ଯ୍ୟ ୧୬୮ ରନର ଟାର୍ଗେଟ୍‌କୁ ପିଛା କରିଥିବା ରୋହିତ୍‌ ଶର୍ମାଙ୍କ ଦଳ ୭ ଉଇକେଟ୍‌ ବିନିମୟରେ ୧୫୩ ରନ କରିବାକୁ ସମର୍ଥ ହୋଇଥିଲା।

ପଦ୍ମଶ୍ରୀ ପାଇଁ ଛେତ୍ରୀଙ୍କ ନାମ ସୁପାରିସ କରାଯିବ

ପଦ୍ମଶ୍ରୀ ପାଇଁ ଛେତ୍ରୀଙ୍କ ନାମ ସୁପାରିସ କରାଯିବ

ନୂଆଦିଲ୍ଲୀ, ୧।୫(ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ତାରକା ଖେଳାଳି ସୁନୀଲ ଛେତ୍ରୀଙ୍କ ନାମକୁ ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ପୁରସ୍କାର ପାଇଁ ସୁପାରିସ କରିବ। ୩୩ ବର୍ଷୀୟ ଏହି ଫରଓ୍ବାର୍ଡଙ୍କ ନାମରେ ଭାରତୀୟ ଫୁଟ୍‌ବଲ ଇତିହାସର ସର୍ବାଧିକ ଗୋଲସ୍କୋର ରେକର୍ଡ ରହିଛି।