ଖେଳ

କୋହଲିଙ୍କ ଶତକରେ ଭାରତର ବିରାଟ ବିଜୟ

କୋହଲିଙ୍କ ଶତକରେ ଭାରତର ବିରାଟ ବିଜୟ

କେପ୍‌ ଟାଉନ, ୭।୨(ପି.ଟି.)- ଇନ୍‌ ଫର୍ମ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ଏବଂ ରିଷ୍ଟ ସ୍ପିନରଙ୍କ ଚମତ୍କାରିତା ଦକ୍ଷିଣ ଆଫ୍ରିକା ମାଟିରେ ଭାରତକୁ ଆଉ ଏକ ବଡ଼ ବିଜୟର ସ୍ବାଦ ଚଖାଇଛି। ବୁଧବାର ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଟିମ୍‌ ଇଣ୍ଡିଆ ୧୨୪ ରନରେ ଘରୋଇ ଦଳକୁ ପରାସ୍ତ କରିଛି।

କନଷ୍ଟାଣ୍ଟିନେଙ୍କ ଚୁକ୍ତିରେ ବର୍ଦ୍ଧିତ ପ୍ରସ୍ତାବ

କନଷ୍ଟାଣ୍ଟିନେଙ୍କ ଚୁକ୍ତିରେ ବର୍ଦ୍ଧିତ ପ୍ରସ୍ତାବ

ନୂଆଦିଲ୍ଲୀ, ୭।୨(ପି.ଟି.)- ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଭାରତୀୟ ଫୁଟ୍‌ବଲ କୋଚ୍‌ ଷ୍ଟିଫେନ କନଷ୍ଟାଣ୍ଟିନେଙ୍କୁ ତାଙ୍କ ଚୁକ୍ତିର ସମୟସୀମାକୁ ୨୦୧୯ ଏଏଫ୍‌ସି ଏସିଆନ୍‌ କପ୍‌ ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ସେ ତାଙ୍କ ଦରମାରେ ବୃଦ୍ଧି କରିବାକୁ ଦାବି କରିଛନ୍ତି। ନିକଟ ଅତୀତରେ ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ଉନ୍ନତ ପ୍ରଦର୍ଶନ କରିଥିବାରୁ ତାଙ୍କୁ ଏହି ପ୍ରସ୍ତାବ ଦିଆଯାଇଛି। ମାତ୍ର ଦରମାରେ ବୃଦ୍ଧି ଦାବି ଯୋଗୁ ଅନିଶ୍ଚିତତା ସୃଷ୍ଟି ହୋଇଛି।

କୁଇନ୍ସ ଚ୍ୟାଲେଞ୍ଜ ଖେଳିବେ ନାଡାଲ

କୁଇନ୍ସ ଚ୍ୟାଲେଞ୍ଜ ଖେଳିବେ ନାଡାଲ

ଲଣ୍ଡନ, ୭।୨(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ରାଫାଲ ନାଡାଲ ଚଳିତ ସିଜନ୍‌ର ୨ୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଓ୍ବିମ୍ବେଲଡନ୍‌ ଓପନ୍‌ ପୂର୍ବରୁ କୁଇନ୍ସ କ୍ଲବ ଚ୍ୟାଲେଞ୍ଜରେ ଖେଳିବେ। ଏ ନେଇ ସେ ବୁଧବାର ସ୍ପଷ୍ଟ କରିଛନ୍ତି। ଏହି ଟୁର୍ନାମେଣ୍ଟର ଗତ ଦୁଇଟି ସଂସ୍କରଣରେ ନାଡାଲ ଆହତ ସମସ୍ୟା କାରଣରୁ ଓହରିଯାଇଥିଲେ। କିନ୍ତୁ ଟୁର୍ନାମେଣ୍ଟର ୨୦୦୮ ସଂସ୍କରଣର ଚାମ୍ପିୟନ୍‌ ସ୍ପେନ ଖେଳାଳି ଓ୍ବିମ୍ବେଲଡନ୍‌ ଓପନ୍‌ ପୂର୍ବରୁ ନିଜକୁ ପ୍ରସ୍ତୁତ କରିବା ପାଇଁ ଏଥର ଅଂଶଗ୍ରହଣ କରିବେ।

ସିରିଜ୍‌ ଜିତିଲା ଆଫଗାନିସ୍ତାନ

ସିରିଜ୍‌ ଜିତିଲା ଆଫଗାନିସ୍ତାନ

ଶାରଜା,୭।୨- ରାଇଜିଂ ଷ୍ଟାର ରଶିଦ ଖାନଙ୍କ ଦମ୍‌ଦାର ପ୍ରଦର୍ଶନ ଯୋଗୁ ଆଫଗାନିସ୍ତାନ ଭ୍ରମଣକାରୀ ଜିମ୍ବାଓ୍ବେକୁ ପରାସ୍ତ କରି ଦୁଇଟିକିଆ ଟି୨୦ ସିରିଜ୍‌କୁ ୨-୦ ବ୍ୟବଧାନରେ ଜିତି ନେଇଛି। ସ୍ଥାନୀୟ ଶାରଜା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ୨ୟ ମ୍ୟାଚ୍‌ରେ ଘରୋଇ ଦଳ ୧୭ ରନ୍‌ରେ ଜିମ୍ବାଓ୍ବେକୁ ହରାଇଛି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ନିର୍ଦ୍ଧାରିତ ୨୦ ଓଭର୍‌ରେ ୭ ଉଇକେଟ୍‌ ହରାଇ ୧୫୮ ରନ୍‌ କରିଥିଲା। ଜବାବରେ ଜିମ୍ବାଓ୍ବେ ୫ ଉଇକେଟ୍‌ ହରାଇ ୧୪୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଦକ୍ଷିଣକୋରିଆରେ ପହଞ୍ଚିଲେ ଉତ୍ତରକୋରିଆ ଚିୟର ସ୍କ୍ବାଡ୍‌

ଦକ୍ଷିଣକୋରିଆରେ ପହଞ୍ଚିଲେ ଉତ୍ତରକୋରିଆ ଚିୟର ସ୍କ୍ବାଡ୍‌

ସିଓଲ, ୭।୨: ଦକ୍ଷିଣକୋରିଆରେ ଶୀତ ଅଲିମ୍ପିକ୍‌ ଖେଳରେ ଅଂଶଗ୍ରହଣ ପାଇଁ ୨୮୦ ଜଣିଆ ଉତ୍ତରକୋରିଆ ଦଳ ପହଞ୍ଚିଛନ୍ତି। ଦଳରେ ଉତ୍ତରକୋରିଆ ଖେଳ ମନ୍ତ୍ରୀ କିମ୍‌ ଇଲ୍‌-ଗୁକ୍‌ଙ୍କ ସମେତ ୨୬ ଜଣ ତାଇକୁଣ୍ଡୋ ଖେଳାଳି, ୨୧ ଜଣ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ରହିଛନ୍ତି

ଏସିଆନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ମହିଳା, ପୁରୁଷ ଦଳର ବିଜୟ

ଏସିଆନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌: ମହିଳା, ପୁରୁଷ ଦଳର ବିଜୟ

ଅଲୋର, ସେଟାର (ମାଲେସିଆ),୬।୨(ପି.ଟି.)- ଏଠାରେ ଚାଲିଥିବା ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଅଲିମ୍ପିକ ରୌପ୍ୟ ବିଜୟିନୀ ପି. ଭି. ସିନ୍ଧୁଙ୍କ ନେତୃତ୍ୱରେ ଭାରତୀୟ ମହିଳା ଟିମ୍‌ ହଂକଂ ବିପକ୍ଷରେ ରୋମାଞ୍ଚକ ବିଜୟ ହାସଲ କରିଥିବାବେଳେ ପୁରୁଷ ଦଳ ଫିଲିପାଇନ୍ସ ବିପକ୍ଷରେ ୫-୦ରେ ବିଜୟ ହାସଲ କରିଛି। ପୁରୁଷ ଇଭେଣ୍ଟରେ କିଡ଼ାମ୍ବି ଶ୍ରୀକାନ୍ତ, ବି. ସାଇ ପ୍ରଣୀଥ ଓ ସମୀର ବର୍ମା ସେମାନଙ୍କ ସିଙ୍ଗଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲେ। ସେହିପରି ମନୁ ଅତ୍ରୀ ଓ ବି. ସୁମିତ୍‌ ରେଡ୍ଡୀ ଏବଂ ଏମ୍‌. ଆର. ଅର୍ଜୁନ ଓ ରାମଚନ୍ଦ୍ରନ ଶ୍ଲୋକ ଯୋଡ଼ି ସେମାନଙ୍କ ଡବଲ୍ସ ମ୍ୟାଚରେ ବିଜୟ ଲାଭ କରିଥିଲେ। ଭାରତୀୟ ଦଳ ବୁଧବାର ମାଳଦ୍ୱୀପକୁ ଭେଟିବ।

ମଣିପୁରକୁ ହରାଇ କ୍ବାର୍ଟରରେ ଓଡ଼ିଶା

କଟକ ଅଫିସ, ୬ା୨- କାନପୁର ଠାରେ ମଙ୍ଗଳବାର ଖେଳାଯାଇଥିବା ୨୩ବର୍ଷରୁ କମ୍‌ ଏକ ଦିବସୀୟ କ୍ରିକେଟ ଟୁର୍ନାମେଣ୍ଟର ମଣିପୁର ବିପକ୍ଷ ପ୍ରି-କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଓଡ଼ିଶା ବିଜୟୀ ହୋଇ କ୍ବାର୍ଟର ରାଉଣ୍ଡରେ ପ୍ରବେଶ କରିଛି।

 ଭାନ୍‌ ଡୋରେନ୍‌ ଶ୍ରେଷ୍ଠ ହକି ଖେଳାଳି

ଭାନ୍‌ ଡୋରେନ୍‌ ଶ୍ରେଷ୍ଠ ହକି ଖେଳାଳି

ବର୍ଲିନ, ୬ା୨ (ପି.ଟି.)-ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ୨୦୧୭ ହକି ଷ୍ଟାର ପୁରସ୍କାର ଉତ୍ସବ ଏଠାରେ ସୋମବାର ରାତିରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବେଲଜିୟମର ଆର୍ଥର ଭାନ୍‌ ଡୋରେନ ଦୁଇଟି ପୁରସ୍କାର ଜିତିଛନ୍ତି। ସେ ବର୍ଷର ଶ୍ରେଷ୍ଠ ପୁରୁଷ ହକି ଖେଳାଳି ଓ ବର୍ଷର ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଛନ୍ତି।

ହରିୟାଣାର ବୃହତ୍‌ ବିଜୟ

ହରିୟାଣାର ବୃହତ୍‌ ବିଜୟ

କଟକ ଅଫିସ,୬ା୨- ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୨୩ତମ ସିନିୟର ମହିଳା ଜାତୀୟ ଫୁଟବଲ ଚାମ୍ପିୟନଶିପ୍‌ରେ ମଙ୍ଗଳବାର ହରିୟାଣା ୨୪-୦ ଗୋଲରେ ଜମ୍ମୁ କାଶ୍ମୀରକୁ ହରାଇଛି।

ଜାତୀୟ ଜୁଜୁତ୍ସୁରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୪ ରୌପ୍ୟ

ଜାତୀୟ ଜୁଜୁତ୍ସୁରେ ଓଡ଼ିଶାକୁ ୨ ସ୍ବର୍ଣ୍ଣ, ୪ ରୌପ୍ୟ

ଭୁବନେଶ୍ୱର, ୬।୨(ସ୍ପୋଟର୍‌ସ ବ୍ୟୁରୋ)- କେରଳର କୋଚିନଠାରେ ଚଳିତ ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଜାତୀୟ ଜୁଜୁତ୍ସୁ ପ୍ରତିଯୋଗିତାରେ ଓଡ଼ିଶା ଦଳ ସଫଳ ପ୍ରଦର୍ଶନ କରିଛି। ମ୍ୟାନେଜର ବିଶ୍ୱଦେବ ପଟ୍ଟନାୟକଙ୍କ ନେତୃତ୍ୱରେ ଅଂଶଗ୍ରହଣ କରିଥିବା ୭ ଜଣିଆ ଓଡ଼ିଶା ଦଳ ୨ଟି ସ୍ବର୍ଣ୍ଣ ଓ ୪ଟି ରୌପ୍ୟ ପଦକ ଜିତିଛି।

୩-୦ ଅଗ୍ରଣୀ ଲକ୍ଷ୍ୟରେ ଭାରତ

କେପ୍‌ ଟାଉନ୍‌,୬ା୨(ପି.ଟି.)- ପ୍ରଥମ ଦୁଇଟି ଦିନିକିଆରେ ବିଜୟ ହାସଲ କରି ଚଳିତ ୬ ମ୍ୟାଚ ବିଶିଷ୍ଟ ସିରିଜରେ ଦମ୍‌ଦାର ଆରମ୍ଭ କରିଥିବା ଭ୍ରମଣକାରୀ ଭାରତ ବୁଧବାର ତୃତୀୟ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ।ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ମାଟିରେ ଭାରତ ପ୍ରତ୍ୟେକ ଦିନିକିଆ ସିରିଜରେ ପରାସ୍ତ ହୋଇ ଆସିଛି। ଏହି ମ୍ୟାଚରେ ବିଜୟୀ ହେଲେ ଭାରତ ୩-୦ରେ ଅଗ୍ରଣୀ ହେବ ଓ ଅତିକମ୍‌ରେ ସିରିଜ ପରାଜୟ ବରଣ କରିବ ନାହିଁ। ବିଜୟୀ ହେଲେ ଭାରତ ଇତିହାସ ସୃଷ୍ଟି କରିବ।

ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ନୁହେଁ: ଡ୍ରାଭିଡ

ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ନୁହେଁ: ଡ୍ରାଭିଡ

ବମ୍ବେ, ୬।୨- ବିଶ୍ୱକପ୍‌ ବିଜୟୀ ଭାରତୀୟ ୧୯ ବର୍ଷରୁ କମ୍‌ ଦଳର ଖେଳାଳିମାନେ ଯଦି ଆଗାମୀ ଦିନରେ ପ୍ରଦର୍ଶନରେ ସ୍ଥିରତା ନ ଦିଅନ୍ତି ତେବେ ସେମାନଙ୍କ ଲାଗି ସିନିୟର ଦଳରେ ସ୍ଥାନ ପାଇବା ଏତେ ସହଜ ହେବନାହିଁ ବୋଲି କୋଚ୍‌ ରାହୁଲ ଡ୍ରାଭିଡ୍‌ କହିଛନ୍ତି।

ଏସିଆ ଚାମ୍ପିୟନଶିପ୍‌: ଭାରତକୁ ଜିତାଇଲେ ସିନ୍ଧୁ

ଏସିଆ ଚାମ୍ପିୟନଶିପ୍‌: ଭାରତକୁ ଜିତାଇଲେ ସିନ୍ଧୁ

ଅଲୋର ସେଟର (ମାଲେସିଆ), ୬।୨(ପି.ଟି.)- ଏସିଆ ବ୍ୟାଡ୍‌ମିଣ୍ଟନ ଟିମ୍‌ ଚାମ୍ପିୟନଶିପ୍‌ରେ ଭାରତ ମହିଳା ଦଳ ୩-୨ରେ ହଂକଂକୁ ପରାସ୍ତ କରି ଦମ୍‌ଦାର ଅଭିଯାନ ଆରମ୍ଭ କରିଛି। ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁ ଭାରତୀୟ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଆହତ ମାଥ୍ୟୁସ୍‌ ବାଂଲାଦେଶ ଟୁର୍‌ରୁ ବାଦ୍‌

ଆହତ ମାଥ୍ୟୁସ୍‌ ବାଂଲାଦେଶ ଟୁର୍‌ରୁ ବାଦ୍‌

କଲମ୍ବୋ, ୬।୨(ଏଏଫ୍‌ପି)- ଶ୍ରୀଲଙ୍କା ସୀମତି ଓଭର ଦଳର ଅଧିନାୟକ ଆଞ୍ଜେଲୋ ମାଥ୍ୟୁସ ଆହତ କାରଣରୁ ବାଂଲାଦେଶ ଗସ୍ତର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। ବାଂଲାଦେଶରେ ହୋଇଥିବା ତ୍ରି-ରାଷ୍ଟ୍ରୀୟ ଟୁର୍ନାମେଣ୍ଟ ସମୟରେ ମାଥ୍ୟୁସ ଆହତ ହୋଇଥିଲେ।

ପ୍ରଥମ ଟି୨୦ରେ ଆଫଗାନିସ୍ତାନ ବିଜୟୀ

ପ୍ରଥମ ଟି୨୦ରେ ଆଫଗାନିସ୍ତାନ ବିଜୟୀ

ସାରଜା, ୬।୨- ଜିମ୍ବାଓ୍ବେ ବିପକ୍ଷରେ ଏଠାରେ ଅନୁଷ୍ଠିତ ପ୍ରଥମ ଟି୨୦ ମ୍ୟାଚ୍‌ରେ ଆଫଗାନିସ୍ତାନ ବିଜୟୀ ହୋଇଛି। ଆଫଗାନିସ୍ତାନ ୫ ଉଇକେଟ୍‌ରେ ଜିମ୍ବାଓ୍ବେକୁ ପରାସ୍ତ କରିଛି।

‘ମିଷ୍ଟର ଭୁବନେଶ୍ୱର’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା

‘ମିଷ୍ଟର ଭୁବନେଶ୍ୱର’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା

ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଭୁବନେଶ୍ୱର ଜିଲା ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ‘ମିଷ୍ଟର ଭୁବନେଶ୍ୱର’ ଅନୁଷ୍ଠିତ ହୋଇ ଯାଇଛି। ଭୁବନେଶ୍ୱରର ବିଭିନ୍ନ ଜିମ୍ନାସିୟମ ଓ କ୍ଲବର ୫୫ ପ୍ରତିଯୋଗୀଙ୍କୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନେ ଆସନ୍ତା ୧୦ ଓ ୧୧ ତାରିଖରେ ବ୍ରହ୍ମପୁରରେ ହେବାକୁଥିବା ‘ମିଷ୍ଟର ଓଡ଼ିଶା’ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି।

ରାଜ୍ୟ ପୋଲିସ ଆଥ୍‌ଲେଟିକ୍ସ ମିଟ୍‌ ଉଦ୍‌ଯାପିତ

ରାଜ୍ୟ ପୋଲିସ ଆଥ୍‌ଲେଟିକ୍ସ ମିଟ୍‌ ଉଦ୍‌ଯାପିତ

ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ୪ ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ର ୭୦ତମ ସଂସ୍କରଣ ସୋମବାର ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି।

କଟକ, କମିଶନରେଟ୍‌ ଦଳଗତ ଚାମ୍ପିୟନ

ଭୁବନେଶ୍ୱର, ୫।୨(ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗତ ୪ ଦିନ ଧରି ଚାଲିଥିବା ରାଜ୍ୟ ପୋଲିସ ଆଥ୍‌ଲେଟିକ୍‌ ମିଟ୍‌ର ୭୦ତମ ସଂସ୍କରଣ ସୋମବାର ରଙ୍ଗାରଙ୍ଗ ଉତ୍ସବ ମଧ୍ୟରେ ଉଦ୍‌ଯାପିତ ହୋଇଯାଇଛି।

ବିସିସିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌

ବିସିସିଆଇକୁ ସୁପ୍ରିମକୋର୍ଟ ନୋଟିସ୍‌

ନୂଆଦିଲ୍ଲୀ, ୫ା୨ (ପି.ଟି.)-କ୍ରିକେଟର ଏସ. ଶ୍ରୀସନ୍ଥ୍‌ଙ୍କୁ ଆଜୀବନ ବାସନ୍ଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ସୋମବାର ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ)କୁ ନୋଟିସ୍‌ ଜାରି କରିଛନ୍ତି। ଏଥିସହ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଚିଫ୍‌ ଜଷ୍ଟିସ ଦୀପକ ମିଶ୍ର, ଜଷ୍ଟିସ ଏ.ଏମ୍‌. ଖାନଓ୍ବିଲକାର ଓ ଜଷ୍ଟିସ ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ଆହୁରି ମଧ୍ୟ ବିସିସିଆଇ ଜବାବର ପ୍ରତ୍ୟୁତ୍ତର ଅନ୍ୟ ୪ ସପ୍ତାହ ମଧ୍ୟରେ ଦେବାଲାଗି ଶ୍ରୀସନ୍ଥଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

କିମ୍ବର୍ଲି (ଦକ୍ଷିଣ ଆଫ୍ରିକା), ୫ା୨ (ପି.ଟି.)-ସ୍ଥାନୀୟ ଡାଇମଣ୍ଡ ଓଭାଲଠାରେ ସୋମବାର ଅନୁଷ୍ଠିତ ଆଇସିସି ମହିଳା ଚାମ୍ପିୟନଶିପ୍‌ର ପ୍ରଥମ ଦିନିକିଆରେ ଭାରତ ୮୮ ରନରେ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଓପନର ସ୍ମୃତି ମନ୍ଧନା (୯୮ବଲ୍‌ରୁ ୮୪ରନ)ଙ୍କ ଷ୍ଟ୍ରୋକଭରା ଅର୍ଦ୍ଧଶତକ ଏବଂ ଝୁଲଣ ଗୋସ୍ବାମୀ (୪/୨୪) ଓ ଶିଖା ପାଣ୍ଡେ (୩/୨୩) ମିଳିତ ଭାବେ ୭ଉଇକେଟ ଦଖଲ କରି ଭାରତ ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

ଭାରତ ବିପକ୍ଷ ସିରିଜ୍‌ରୁ ଡି କକ୍‌ ବାଦ

ସେଞ୍ଚୁରିଅନ୍‌, ୫।୨- ଭ୍ରମଣକାରୀ ଭାରତ ବିପକ୍ଷରେ ଚାଲିଥିବା ଦିନିକିଆ ସିରିଜ୍‌ରେ ୨-୦ ବ୍ୟବଧାନରେ ପଛୁଆ ଥିବା ଦକ୍ଷିଣ ଆଫ୍ରିକାକୁ ସୋମବାର ଏକ ଶକ୍ତ ଧକ୍କା ଲାଗିଛି। ଦଳର ନିୟମିତ ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡି କକ୍‌ ଚଳିତ ଦିନିକିଆ ସିରିଜ୍‌ ଓ ଆଗାମୀ ଟି୨୦ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏପରି ଅବସ୍ଥା ସାମ୍ନା କରିବାକୁ ପଡ଼ିଛି।

କ୍ୱିଟୋଭାଙ୍କୁ ସେଣ୍ଟ ପିଟର୍ସବର୍ଗ ଟାଇଟଲ

କ୍ୱିଟୋଭାଙ୍କୁ ସେଣ୍ଟ ପିଟର୍ସବର୍ଗ ଟାଇଟଲ

ସେଣ୍ଟ ପିଟର୍ସବର୍ଗ, ୫।୨- ଦୁଇ ଥର ଓ୍ବିମ୍ବେଲଡନ୍‌ ଓପନ୍‌ ଚାମ୍ପିୟନ୍‌ ପେଟ୍ରା କ୍ୱିଟୋଭା ରବିବାର ସେଣ୍ଟ. ପିଟର୍ସବର୍ଗ ଲେଡିସ୍‌ ଟ୍ରଫି ହାସଲ କରିଛନ୍ତି। ସେ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗର ଫାଇନାଲରେ କ୍ରିଷ୍ଟିନା ମ୍ଲାଡେନୋଭିକ୍‌ଙ୍କୁ ୬-୧, ୬-୨ସେଟ୍‌ରେ ହରାଇ ଏହି ସଫଳତା ପାଇଛନ୍ତି।

କ୍ରିକେଟରୁ ବୋଲିଞ୍ଜରଙ୍କ ଅବସର

କ୍ରିକେଟରୁ ବୋଲିଞ୍ଜରଙ୍କ ଅବସର

ମେଲବୋର୍ନ, ୫।୨- ଅଷ୍ଟ୍ରେଲିଆ ଓ ନ୍ୟୁ ସାଉଥ୍‌ ଓ୍ବେଲ୍ସ ଦଳର ପୂର୍ବତନ ଦ୍ରୁତ ବୋଲର ଡଗ ବୋଲିଞ୍ଜର ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ୩୬ ବର୍ଷୀୟ ବାମହାତୀ ପେସର ନିଜ କ୍ୟାରିୟରରେ ମୋଟ ୬୦ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଛନ୍ତି।

‘ନାଭାରାଙ୍କୁ ହରାଇବାର ଅନୁଭୂତି ଅବିସ୍ମରଣୀୟ’

‘ନାଭାରାଙ୍କୁ ହରାଇବାର ଅନୁଭୂତି ଅବିସ୍ମରଣୀୟ’

ଭୁବନେଶ୍ୱର, ୪।୨(କ୍ରୀଡ଼ା ପ୍ରତିନିଧି)- ଜାନୁୟାରୀ ୨୩ରୁ ଫେବୃୟାରୀ ୧ ପର୍ଯ୍ୟନ୍ତ ଇଂଲଣ୍ଡରେ ଅନୁଷ୍ଠିତ ଜିବ୍ରାଲ୍ଟର ଚେସ୍‌ରେ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ କରି ରବିବାର ଭୁବନେଶ୍ୱର ଫେରିଛନ୍ତି ଓଡ଼ିଶାର ଏକମାତ୍ର ଗ୍ରାଣ୍ଡମାଷ୍ଟର ଦେବାଶିଷ ଦାସ। ୯୨ ଗ୍ରାଣ୍ଡମାଷ୍ଟର (ଜିଏମ) ଏବଂ ୫୮ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌)ଙ୍କ ଉପସ୍ଥିତିରେ ଟପ୍‌-୧୦ ଫିନିଶ କରି ରାଜ୍ୟକୁ ଗର୍ବିତ କରିଛନ୍ତି ଏହି ଚେସ୍‌ ତାରକା।