ଖେଳ

ଗଞ୍ଜାମ ପ୍ରିମିୟର୍‌ ଲିଗ୍‌: ଆସିକା ଚାମ୍ପିୟନ୍‌

ଗଞ୍ଜାମ ପ୍ରିମିୟର୍‌ ଲିଗ୍‌: ଆସିକା ଚାମ୍ପିୟନ୍‌

ବ୍ରହ୍ମପୁର ଅଫିସ୍‌,୧୫ା୫ଗଞ୍ଜାମ ପ୍ରିମିୟର୍‌ ଲିଗ୍‌ର ଫାଇନାଲ୍‌ ମ୍ୟାଚ୍‌ ରବିବାର ରାତିରେ ବ୍ରହ୍ମପୁର ଷ୍ଟାଡିୟମ୍‌ଠାରେ ଅନୁଷ୍ଠିତ ହୋଇଯାଇଛି। ଟୁର୍ନାମେଣ୍ଟରେ ଗୋଟିଏ ହେଲେ ମ୍ୟାଚ୍‌ ହାରି ନ ଥିବା ଆସିକା ୯ ଷ୍ଟାର୍‌ ଏବଂ ବ୍ରହ୍ମପୁର ବ୍ଲାଷ୍ଟର୍ସ ମଧ୍ୟରେ ଫାଇନାଲ୍‌ ଖେଳାଯାଇଥିଲା। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଆସିକା ଦଳ ୨୦ ଓଭର୍‌ରେ ୫ ଉଇକେଟ୍‌ ହରାଇ ୧୯୧ରନ୍‌ କରିଥିଲା। ଦଳ ତରଫରୁ ରଣଜୀ ତାରକା ବିପ୍ଳବ ସାମନ୍ତରାୟ ସର୍ବାଧିକ ୬୪ ବଲ୍‌ରେ ୯୩ ରନ୍‌ କରିଥିଲେ। ବ୍ଲାଷ୍ଟର୍ସ ଦଳର ସୁରଜ ପଟ୍ଟନାୟକ ଦୁଇଟି ଉଇକେଟ୍‌ ନେଇଥିଲେ। ଆବଶ୍ୟକ ରନ୍‌ର ପିଛା କରି ବ୍ଲାଷ୍ଟର୍ସ ଦଳର ବ୍ୟାଟସମ୍ୟାନ୍‌ମାନେ ଧିମା ଖେଳିଥିଲେ। ଫଳରେ ଦଳ ୨୦ ଓଭର୍‌ରେ ୮ ଉଇକେଟ୍‌ ହରାଇ ମାତ୍ର ୯୦ ରନ୍‌ କରିପାରିଥିଲା। କେ. ଈଶ୍ୱର ପ୍ରସାଦ ସର୍ବାଧିକ ୩୨ ଏବଂ ଜିତେନ୍ଦ୍ର ତ୍ରିପାଠୀ ୨୯ ରନ୍‌ କରିଥିଲେ। ଆସିକା ଦଳର ତପନ ବିଷୋୟୀ, ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ହରିଶଙ୍କର ପତି ଦୁଇଟି ଲେଖାଏ ଉଇକେଟ୍‌ ନେଇଥିଲେ।

ଇଟାଲୀ କୋଚ୍‌ ହେବେ ମାନ୍‌ସିନି

ଇଟାଲୀ କୋଚ୍‌ ହେବେ ମାନ୍‌ସିନି

ରୋମ୍‌, ୧୫ା୫ (ଏଏଫ୍‌ପି)-ରବର୍ଟୋ ମାନ୍‌ସିନି ଇଟାଲୀ ଜାତୀୟ ଫୁଟ୍‌ବଲ ଦଳର କୋଚ୍‌ ହେବେ। ଇଟାଲୀ ଫୁଟବଲ ମହାସଂଘ ସହିତ ମଙ୍ଗଳବାର ଏନେଇ ଏକ ଚୁକ୍ତି ସାକ୍ଷର ହେବାର କାର୍ଯ୍ୟକ୍ରମ ରହିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି।

ବିଶ୍ୱକପ୍‌ ଖେଳିପାରିବେନି ପେରୁ ଅଧିନାୟକ

ବିଶ୍ୱକପ୍‌ ଖେଳିପାରିବେନି ପେରୁ ଅଧିନାୟକ

ଲାଉସାନେ, ୧୫ା୫ (ଏଏଫ୍‌ପି)- ପେରୁ ଅଧିନାୟକ ପାଓଲୋ ଗୁଏରେରୋ ଏଥର ଫୁଟ୍‌ବଲ ବିଶ୍ୱକପ୍‌ ଖେଳିପାରିବେ ନାହିଁ। କାରଣ ଡୋପିଙ୍ଗ ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌) ସୋମବାର ତାଙ୍କୁ ୧୪ ମାସ ବାସନ୍ଦ କରିଛି।

ପ୍ରତି ବିଶ୍ୱକପ୍‌ରେ ଇଟାଲୀକୁ ଆସିଥାଏ ଓରିଜିନାଲ ଟ୍ରଫି

ପ୍ରତି ବିଶ୍ୱକପ୍‌ରେ ଇଟାଲୀକୁ ଆସିଥାଏ ଓରିଜିନାଲ ଟ୍ରଫି

ପାଡେର୍ନୋ ଡଗନାନୋ, ୧୫।୫(ଏଏଫ୍‌ପି)- ଫୁଟ୍‌ବଲର ସର୍ବୋଚ୍ଚ ପ୍ରତିଯୋଗିତା ଫିଫା ବିଶ୍ୱକପ୍‌ ଆରମ୍ଭ ହେବାକୁ ଆଉ ଏକ ମାସ ସମୟ ରହିଛି। ତେବେ ଚାରିଥରର ବିଶ୍ୱ ଚାମ୍ପିୟନ ଇଟାଲୀ ଦଳ ଚଳିତ ସଂସ୍କରଣ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି।

ଭାରତୀୟ ହ୍ବିଲଚେୟାର କ୍ରିକେଟ ଟିମ୍‌କୁ ସଚିନଙ୍କ ବଦାନ୍ୟତା

ଭାରତୀୟ ହ୍ବିଲଚେୟାର କ୍ରିକେଟ ଟିମ୍‌କୁ ସଚିନଙ୍କ ବଦାନ୍ୟତା

ନୂଆଦିଲ୍ଲୀ, ୧୫।୫(ପି.ଟି.)- କିମ୍ବଦନ୍ତୀ କ୍ରିକେଟ ଖେଳାଳି ସଚିନ ତେନ୍ଦୁଲକର କେବଳ ଯେ ଖେଳ ପାଇଁ ପରିଚିତ ତାହା ନୁହେଁ, ବଦାନ୍ୟତା ପାଇଁ ମଧ୍ୟ ସେ ତାଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଏହାର ଏକ ଜ୍ୱଳନ୍ତ ଉଦାହରଣ ନିକଟରେ ଦେଖିବାକୁ ମିଳିଛି। ଯେତେବେଳେ ଆର୍ଥିକ ସଙ୍କଟ ଲାଗି ଭାରତୀୟ ହ୍ବିଲଚେୟାର କ୍ରିକେଟ ଦଳ ସିରିଜ ଖେଳିବାକୁ ବାଂଲାଦେଶ ଗସ୍ତ କରି ପାରି ନ ଥିଲା ସେତେବେଳେ ସଚିନ ନିଜର ବିଶାଳ ହୃଦୟର ପରିଚୟ ଦେଇ ସହାୟତାର ହାତ ବଢ଼ାଇଥିଲେ।

ରୋମାଞ୍ଚ ବଢ଼ାଇଲେ ଓ’ବ୍ରେନ୍‌

ରୋମାଞ୍ଚ ବଢ଼ାଇଲେ ଓ’ବ୍ରେନ୍‌

ଡବ୍‌ଲିନ୍‌, ୧୫।୫- ଭ୍ରମଣକାରୀ ପାକିସ୍ତାନ ଓ ଆୟର୍ଲାଣ୍ଡ ମଧ୍ୟରେ ଏଠାରେ ଚାଲିଥିବା ଐତିହାସିକ ଟେଷ୍ଟ ମ୍ୟାଚ୍‌ର ୪ର୍ଥ ଦିବସ ଖେଳ ଶେଷ ସୁଦ୍ଧା ଘରୋଇ ଆୟର୍ଲାଣ୍ଡ ୨ୟ ଇନିଂସରେ ୭ ଉଇକେଟ୍‌ ହରାଇ ୩୧୯ ରନ ସଂଗ୍ରହ କରିଛି। ମଧ୍ୟକ୍ରମରେ ଅଭିଜ୍ଞ ବ୍ୟାଟ୍ସମ୍ୟାନ କେଭିନ ଓ’ବ୍ରେନ ଅପରାଜିତ ଶତକ ହାସଲ କରି ମ୍ୟାଚ୍‌ରେ ରୋମାଞ୍ଚ ଭରିଦେଇଛନ୍ତି। ପ୍ରଥମ ଇନିଂସରେ ୧୮୦ ରନ ପଛରେ ଥାଇ ୨ୟ ଇନିଂସ ଆରମ୍ଭ କରିଥିବା ଆୟର୍ଲାଣ୍ଡ ବେଶ୍‌ ସତର୍କତା ସହ ବ୍ୟାଟିଂ କରିଥିଲା। ଓପନିଂ ଯୋଡ଼ିରେ ଏଡ୍‌ ଜୋୟେସ୍‌ (୪୩) ଓ ଅଧିନାୟକ ଓ୍ବିଲିୟମ ପୋଟରଫିଲ୍ଡ (୩୨) ରନ କରି ଦୃଢ଼ ମୂଳଦୁଆ ପକାଇଥିଲେ।

ସର୍ବଭାରତୀୟ ହକିରେ ନିଶାନ ଅମ୍ପାୟର

ସର୍ବଭାରତୀୟ ହକିରେ ନିଶାନ ଅମ୍ପାୟର

ଭୁବନେଶ୍ୱର, ୧୪।୫(କ୍ରୀଡ଼ା ପ୍ରତିନିଧି)- ତାମିଲନାଡ଼ୁର କୋଭିପଟ୍ଟିଠାରେ ଚଳିତମାସ ୧୭ରୁ ୨୭ ପର୍ଯ୍ୟନ୍ତ ଲକ୍ଷ୍ମୀ ଅମଲ ମେମୋରିଆଲ ସର୍ବଭାରତୀୟ ହକି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ।

ଓସ୍କାର କ୍ୱାର୍ଟର ଫାଇନାଲରେ

ଓସ୍କାର କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଓସ୍କାର କ୍ଲବ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ଏହି ଦଳ ୨୦ ରନରେ କିଶୋର କ୍ଲବକୁ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଓସ୍କାର ନିର୍ଦ୍ଧାରିତ ୩୦ ଓଭରରେ ୮ ଉଇକେଟ ହରାଇ ୨୧୫ ରନ କରିଥିଲା।

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ

ରାଜ୍ୟ ର଼୍ୟାଙ୍କିଙ୍ଗ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ସ୍ମାର୍ଟସିଟି ବ୍ୟାଡ୍‌ମିଣ୍ଟନ ଆସୋସିଏଶନ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟ ର଼୍ୟାଙ୍କିଙ୍ଗ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ଏଥିରେ ରାଜ୍ୟର ୮୦ ପ୍ରତିଭାବାନ ଖେଳାଳି ଅଶଂଗ୍ରହଣ କରିଥିଲେ।

ସ୍ପାର୍ଟନ୍ସ ଏକାଦଶ ଚାମ୍ପିୟନ

ସ୍ପାର୍ଟନ୍ସ ଏକାଦଶ ଚାମ୍ପିୟନ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- କର୍ପୋରେଟ କ୍ରିକେଟ କ୍ଲବ(ସିସିସି) ଆନୁକୂଲ୍ୟରେ ଆୟୋଜିତ ପ୍ରଥମ କର୍ପୋରେଟ ପ୍ରିମିୟର ଲିଗ୍‌ (ସିପିଏଲ) ରବିବାର ବିଳମ୍ବିତ ରାତିରେ ଉଦ୍‌ଯାପିତ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲରେ ସ୍ପାର୍ଟନ୍ସ ଏକାଦଶ ୧୩ ରନରେ କ୍ଲାଉଡ୍ସ ଏକାଦଶକୁ ହରାଇ ଚାମ୍ପିୟନ ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ସ୍ପାର୍ଟନ୍ସ ଏକାଦଶ ୧୦ ଓଭରରେ ୫ ଉଇକେଟ ହରାଇ ୧୬୩ ରନ କରିଥିଲା।

ସର୍ବଭାରତୀୟ ମହିଳା ଟେନିସ ଟୁର୍ନାମେଣ୍ଟ ଆରମ୍ଭ

ସର୍ବଭାରତୀୟ ମହିଳା ଟେନିସ ଟୁର୍ନାମେଣ୍ଟ ଆରମ୍ଭ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳସ୍ଥିତ ଗୁରୁକୁଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ସୋମବାର ସର୍ବପ୍ରଥମ ଏଆଇଟିଏ-ଓଟିଏ ୫୦କେ ସର୍ବଭାରତୀୟ ମହିଳା ଟେନିସ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ଏଥିରେ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, କର୍ନାଟକ, କେରଳ, ଆନ୍ଧ୍ର ପ୍ରଦେଶ, ତାମିଲନାଡ଼ୁ, ତେଲେଙ୍ଗାନା ଓ ଆୟୋଜକ ଓଡ଼ିଶା ଆଦି ୧୦ଟି ରାଜ୍ୟରୁ ୩୨ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ୧୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁଥିବା ଏହି ପ୍ରତିଯୋଗିତାର ଚାମ୍ପିୟନ ଓ ରନର୍ସଅପ୍‌ ପ୍ରତିଯୋଗୀ ଯଥାକ୍ରମେ ୧୦ ଓ ୮ ର଼୍ୟାଙ୍କିଙ୍ଗ ପଏଣ୍ଟ ପାଇବେ।

ଉଦାହରଣ ସୃଷ୍ଟି କଲେ ଜିମ୍ନାଷ୍ଟ ଦୀପା

ଉଦାହରଣ ସୃଷ୍ଟି କଲେ ଜିମ୍ନାଷ୍ଟ ଦୀପା

ଭୁବନେଶ୍ୱର, ୧୫।୫(ସ୍ପୋଟର୍‌ସ ବ୍ୟୁରୋ)- ଭାରତର ଜଣେ ଆଗଧାଡ଼ିର ଜିମ୍ନାଷ୍ଟ ଦୀପା କର୍ମକାର। ଅଲିମ୍ପିକ୍ସରେ ଅଳ୍ପକେ ପଦକ ହାସଲରୁ ବଞ୍ଚତ୍ତ ହୋଇଥିବା ଏହି ସ୍ବଳ୍ପଭାଷୀ ଜିମ୍ନାଷ୍ଟ ଏବେ ପୁଣି ଚର୍ଚ୍ଚାରେ। ଏଥର କୌଣସି ଖେଳ ପାଇଁ ନୁହେଁ ବରଂ ତାଙ୍କ ଉଦାରତା ଗୁଣ ଯୋଗୁ ସେ କୋଟି କୋଟି ଟଙ୍କା ଉପାର୍ଜନ କରୁଥିବା ଖେଳାଳିଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ବାଙ୍ଗାଲୋରର ବଡ଼ ବିଜୟ

ବାଙ୍ଗାଲୋରର ବଡ଼ ବିଜୟ

ଇନ୍ଦୋର, ୧୫।୫- ବୋଲରଙ୍କ ଚମତ୍କାର ପ୍ରଦର୍ଶନ ପରେ ଅଧିନାୟକ ବିରାଟ କୋହଲି ଓ ପାର୍ଥିବ ପଟେଲଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଇଣ୍ଡିଆନ ପ୍ରିମିୟର ଲିଗ୍‌ର ସୋମବାର ମ୍ୟାଚରେ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୦ ଉଇକେଟରେ ପରାସ୍ତ କରିଛି। ଏହି ବଡ଼ ବିଜୟ ସହ କୋହଲିଙ୍କ ଚ୍ୟାଲେଞ୍ଜର୍ସର ପ୍ଲେ-ଅଫ୍‌ ପ୍ରବେଶ ଆଶା ବଳବତ୍ତର ରହିଛି।

ୟୁକିଙ୍କ ମାନ୍ୟତାରେ ଅବନତି

ୟୁକିଙ୍କ ମାନ୍ୟତାରେ ଅବନତି

ନୂଆଦିଲ୍ଲୀ, ୧୪।୫(ପି.ଟି.)- ଆକ୍ସନରୁ ଦୂରେଇ ରହିଥିବା ଭାରତୀୟ ଟେନିସ ଖେଳାଳି ୟୁକି ଭାମ୍ବ୍ରୀଙ୍କ ମାନ୍ୟତାରେ ଅବନତି ହୋଇଛି। ସଦ୍ୟ ପ୍ରକାଶିତ ଏଟିପି ସିଙ୍ଗଲ୍ସ ର଼୍ୟାଙ୍କିଙ୍ଗ୍‌ରେ ଭାମ୍ବ୍ରୀ ୮ଟି ପାହ୍ୟା ତଳକୁ ଖସି ୪୫ତମ ସ୍ଥାନରେ ରହିଛନ୍ତି। ତାଇଓ୍ବାନରେ ସାନିଟାଇଜି ଚ୍ୟାଲେଞ୍ଜର ଜିତିବା ପରେ ପାଦରେ ଆଘାତ କାରଣରୁ ୟୁକି କୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କରିନାହାନ୍ତି।

ପ୍ରୋ କବାଡ଼ି ଲିଗ୍‌ ଖେଳାଳି ନିଲାମ ୩୦ରେ

ପ୍ରୋ କବାଡ଼ି ଲିଗ୍‌ ଖେଳାଳି ନିଲାମ ୩୦ରେ

ମାଡ୍ରାସ, ୧୪।୫(ପି.ଟି.)- ପ୍ରୋ କବାଡ଼ି ଲିଗ୍‌ (ପିକେଏଲ୍‌)ର ୬ଷ୍ଠ ସଂସ୍କରଣ ଲାଗି ଖେଳାଳି ନିଲାମ ପ୍ରକିୟା ଆସନ୍ତା ମେ ୩୦ରୁ ଦୁଇଦିନ ଧରି ବମ୍ବେରେ ଅନୁଷ୍ଠିତ ହେବ। ଏହି ନିଲାମୀ ପ୍ରକିୟାରେ ମୋଟ୍‌ ଉପରେ ୪୨୨ ଜଣ ଖେଳାଳିଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ।

ମିନେର୍ଭା ମାଲିକ ଏକ ବର୍ଷ ବାସନ୍ଦାଦେଶ

କଲିକତା,୧୪।୫(ପି.ଟି.)- ଚଳିତ ସିଜନର ଆଇ ଲିଗ୍‌ ଚାମ୍ପିୟନ୍‌ ମିନେର୍ଭା ପଞ୍ଜାବ ଏଫ୍‌ସି ମାଲିକ ରଞ୍ଜିତ ବଜାଜଙ୍କୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି। ଜାତିବାଦ ଉପରେ ଟିପ୍ପଣୀ ଦେବା କାରଣରୁ ତାଙ୍କୁ ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ପକ୍ଷରୁ ଫୁଟ୍‌ବଲ ଓ ଫୁଟ୍‌ବଲ ସମ୍ପର୍କିତ କାର୍ଯ୍ୟକ୍ରମରୁ ଏକ ବର୍ଷ ପାଇଁ ବାସନ୍ଦ କରାଯାଇଛି।

ଶୀର୍ଷକୁ ଫେରିଲେ ଫେଡେରର

ଶୀର୍ଷକୁ ଫେରିଲେ ଫେଡେରର

ପ୍ୟାରିସ,୧୪।୫(ଏଏଫ୍‌ପି)-- ମାଡ୍ରିଡ୍‌ ଓପନ୍‌ର କ୍ୱାର୍ଟର ଫାଇନାଲରୁ ରାଫାଲ ନାଡାଲଙ୍କ ବିଦାୟ ପରେ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇଛି। ଗତ ମାର୍ଚ୍ଚରୁ ଏ ପର୍ଯ୍ୟନ୍ତ କୋର୍ଟରୁ ଦୂରେଇ ରହିଥିଲେ ମଧ୍ୟ ରୋଜର ଫେଡେରର ଶୀର୍ଷ ସ୍ଥାନକୁ ଫେରିଛନ୍ତି।

ଡିପିଏଲ ପ୍ରିମିୟର ଲିଗ୍‌ କ୍ରିକେଟ ଉଦ୍‌ଯାପିତ, ତାଲଚେର ଏକାଦଶ ଚାମ୍ପିୟନ

ଡିପିଏଲ ପ୍ରିମିୟର ଲିଗ୍‌ କ୍ରିକେଟ ଉଦ୍‌ଯାପିତ, ତାଲଚେର ଏକାଦଶ ଚାମ୍ପିୟନ

ସମ୍ବଲପୁର, ୧୪।୫ (ବ୍ୟୁରୋ)- ସପ୍ତମ ଧନୁପାଲି ପ୍ରିମିୟର ଲିଗ୍‌ ପଣ୍ଡିତ ବିରଞ୍ଚି ପତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ରବିବାର ରାତି ୧୨ଟାରେ ଉଦ୍‌ଯାପିତ ହୋଇଯାଇଛି। ତାଲଚେର ଏକାଦଶ ଚାମ୍ପିୟନ ଓ ସମ୍ବଲପୁର ଡ୍ରିମ ଏକାଦଶ ରନର୍ସ ଅଫ୍‌ ଟ୍ରଫି ହାସଲ କରିଛି। ଧନୁପାଲି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଖେଳ ପଡିଆଠାରେ ଫାଇନାଲ ମ୍ୟାଚ ତାଲଚେର ବନାମ ସମ୍ବଲପୁର ଡ୍ରିମ ଏକାଦଶ ମଧ୍ୟରେ ହୋଇଥିଲା। ଟସ ଜିଣି ତାଲଚେର ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୧୦ଓଭରରେ ୯ଉଇକେଟ ହରାଇ ୧୧୬ରନ ସଂଗ୍ରହ କରିଥିଲା।

ହୀନାଙ୍କୁ ସ୍ବର୍ଣ୍ଣ, ନିବେଥାଙ୍କୁ ବ୍ରୋଞ୍ଜ

ହୀନାଙ୍କୁ ସ୍ବର୍ଣ୍ଣ, ନିବେଥାଙ୍କୁ ବ୍ରୋଞ୍ଜ

ହ୍ୟାନଓଭର,୧୪।୫(ପି.ଟି.)- ଭାରତୀୟ ମହିଳା ଶୁଟର ହୀନା ସିନ୍ଧୁ ଏଠାରେ ଚାଲିଥିବା ଅନ୍ତର୍ଜାତୀୟ ଶୁଟିଂ ପ୍ରତିଯୋଗିତା (ଆଇଏସ୍‌ସିଏଚ୍‌) ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ମହିଳା ବିଭାଗର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଏହି ଇଭେଣ୍ଟରେ ଅଂଶଗ୍ରହଣ କରିଥିବା ଅନ୍ୟ ଭାରତୀୟ ଶୁଟର ନିବେଥାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ଏସିଆନ୍‌ କ୍ୟାଡେଟ୍‌, ଜୁନିୟର ଚାମ୍ପିୟନ୍‌ଶିପ୍‌: ଭାରତକୁ ୯ ପଦକ

ନୂଆଦିଲ୍ଲୀ,୧୪।୫(ପି.ଟି.)- ଚଳିତ ଏସିଆନ୍‌ କ୍ୟାଡେଟ୍‌ ଓ ଏସିଆନ୍‌ ଜୁନିୟର ଜୁଡୋ ଚାମ୍ପିୟନ୍‌ଶିପ୍‌ରେ ଭାରତୀୟ ଜୁଡୋକାସ ୩ ସ୍ବର୍ଣ୍ଣ ସମେତ ମୋଟ ୯ ପଦକ ଜିତିଛନ୍ତି।

ନ୍ୟୁଜିଲାଣ୍ଡ ବକ୍ସରଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଚୋରି

ନ୍ୟୁଜିଲାଣ୍ଡ ବକ୍ସରଙ୍କ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ଚୋରି

ଓ୍ବିଲିଂଟନ,୧୪।୫(ଏଏଫ୍‌ପି)- ଗତ ମାସରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ନ୍ୟୁଜିଲାଣ୍ଡ ବକ୍ସର ଡେଭିଡ୍‌ ନିକା ଜିତିଥିବା ସ୍ବର୍ଣ୍ଣ ପଦକ ଚୋରି ହୋଇଯାଇଛି। ଏ ନେଇ ସେ ସୋମବାର ଅଭିଯୋଗ କରିଛନ୍ତି। ସେ ନିଜ ପଦକକୁ ଅକ୍‌ଲାଣ୍ଡସ୍ଥିତ ଏକ ସ୍କୁଲରେ ପ୍ରଦର୍ଶିତ କରିବା ପାଇଁ ନେଇଥିଲେ।

ରାହାନେଙ୍କୁ ଆର୍ଥିକ ଦଣ୍ଡାଦେଶ

ରାହାନେଙ୍କୁ ଆର୍ଥିକ ଦଣ୍ଡାଦେଶ

ବମ୍ବେ,୧୪।୫(ପି.ଟି.)- ରାଜସ୍ଥାନ ରୟାଲ୍ସ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ରବିବାର ଖେଳାଯାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ରେ ଧୀମା ବୋଲିଂ ହାର କାରଣରୁ ଆର୍ଥିକ ଦଣ୍ଡାଦେଶ ଦିଆଯାଇଛି। ତାଙ୍କୁ ୧୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡ଼ିବ।

ନେମାରଙ୍କୁ ବର୍ଷର ଶ୍ରେଷ୍ଠ ଫ୍ରେଞ୍ଚ ଖେଳାଳି

ନେମାରଙ୍କୁ ବର୍ଷର ଶ୍ରେଷ୍ଠ ଫ୍ରେଞ୍ଚ ଖେଳାଳି

ପ୍ୟାରିସ୍‌,୧୪।୫(ଏଏଫ୍‌ପି)- ନେମାରଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ଫ୍ରେଞ୍ଚ ଖେଳାଳି ପୁରସ୍କାର ମିଳିଛି। ରବିବାର ଏଠାରେ ଅନୁଷ୍ଠିତ ଉତ୍ସବରେ ତାଙ୍କୁ ଏହି ସ୍ବତନ୍ତ୍ର ସମ୍ମାନ ଦିଆଯାଇଛି। ଗତ ତିନି ମାସ ଧରି ପଡ଼ିଆଠାରୁ ଦୂରେଇ ରହିବା ସତ୍ତ୍ୱେ ତାଙ୍କୁ ଏହି ସଫଳତା ମିଳିଛି।

ପୁରୁଣା ବାଲେଶ୍ୱର ଯୁବକସଂଘର ୪ର୍ଥ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ

ପୁରୁଣା ବାଲେଶ୍ୱର ଯୁବକସଂଘର ୪ର୍ଥ ପ୍ରିମିୟର ଲିଗ୍‌ ଉଦ୍‌ଯାପିତ

ବାଲେଶ୍ୱର ଅଫିସ,୧୪।୫: ବାଲେଶ୍ୱରସ୍ଥିତ ପୁରୁଣା ବାଲେଶ୍ୱର ଯୁବକସଂଘ ଆନୁକୂଲ୍ୟରେ ଆୟୋଜିତ ୪ର୍ଥ ପ୍ରିମିୟର ଲିଗ୍‌ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। ଏହି ଟୁର୍ନାମେଣ୍ଟରେ ମୋଟ ୮ଟି ଦଳ ଭାଗ ନେଇଥିଲେ।