ଖେଳ

ପୂର୍ବତନ ଭାରତୀୟ ଆଥ୍‌ଲେଟ ଟୋନି ଡାନିଏଲଙ୍କ ପରଲୋକ

ନୂଆଦିଲ୍ଲୀ,୨୫।୪- ପୂର୍ବତନ ଭାରତୀୟ ଆଥ୍‌ଲେଟ ତଥା ଆଥ୍‌ଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ)ର ଯୁଗ୍ମ ସମ୍ପାଦକ ଓ ଟେକନିକାଲ କମିଟି ଅଧ୍ୟକ୍ଷ ଡ. ଟୋନି ଡାନିଏଲଙ୍କ ବୁଧବାର ପରଲୋକ ଘଟିଛି। ମୃତ୍ୟ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ତାଙ୍କ ବିୟୋଗରେ ଏଏଫ୍‌ଆଇ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି।

ଆଇପିଏଲ୍‌: ଦିଲ୍ଲୀ ଅଧିନାୟକ ପଦରୁ ଓହରିଲେ ଗମ୍ଭୀର

ଆଇପିଏଲ୍‌: ଦିଲ୍ଲୀ ଅଧିନାୟକ ପଦରୁ ଓହରିଲେ ଗମ୍ଭୀର

ନୂଆଦିଲ୍ଲୀ,୨୫।୪- ବରିଷ୍ଠ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର ଚଳିତ ଆଇପିଏଲ୍‌ ମଧ୍ୟ ଭାଗରୁ ଦିଲ୍ଲୀ ଡେୟାରଡେଭିଲ୍ସ ଦଳର ନେତୃତ୍ୱ ପଦରୁ ଓହରି ଯାଇଛନ୍ତି। ଚଳିତ ଟୁର୍ନାମେଣ୍ଟରେ ଦଳର ନିମ୍ନମାନର ପ୍ରଦର୍ଶନ ଯୋଗୁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।

ହାର୍ଦ୍ଦିକଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡ଼ିବ- ଜୟବର୍ଦ୍ଧନେ

ହାର୍ଦ୍ଦିକଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାକୁ ପଡ଼ିବ- ଜୟବର୍ଦ୍ଧନେ

ବମ୍ବେ,୨୫।୪(ପି.ଟି.)- ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭଳି ଯୁବ ଖେଳାଳିଙ୍କୁ ପ୍ରଦର୍ଶନରେ ସ୍ଥିରତା ଆଣିବାର ଆବଶ୍ୟକତା ରହିଛି। ଏଥିନେଇ ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି ମୁମ୍ବାଇ ଇଣ୍ଡିଆନ୍ସ ଦଳର କୋଚ୍‌ ମାହେଳା ଜୟବର୍ଦ୍ଧନେ କହିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ୧୧୯ ରନ୍‌ର ବିଜୟଲକ୍ଷ୍ୟକୁ ପିଛା କରି ମାତ୍ର ୮୭ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।

ଜ୍ୟୋତ୍ସ୍ନାଙ୍କ ଅଭିଯାନ ଶେଷ

ଜ୍ୟୋତ୍ସ୍ନାଙ୍କ ଅଭିଯାନ ଶେଷ

ଇଏଲ୍‌ ଗୋନା(ଇଜିପ୍ଟ),୨୫।୪(ପି.ଟି.)- ଏଠାରେ ଚାଲିଥିବା ଇଏଲ୍‌ ଗୋନା ଇଣ୍ଟରନ୍ୟାଶନାଲ ପିଏସ୍‌ଏ ଓ୍ବାଲର୍‌ଡ ସିରିଜ୍‌ ସ୍କ୍ବାଶ୍‌ ଟର୍ନୁାମେଣ୍ଟରେ ଭାରତୀୟ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ଜ୍ୟୋତ୍ସ୍ନା ଚିନାପ୍ପାଙ୍କ ଅଭିଯାନ ଶେଷ ହୋଇଛି। ସେ କ୍ୱାର୍ଟର ଫାଇନାଲରେ ୪ର୍ଥ ସିଡ୍‌ ଲୌରା ମାସାରୋଙ୍କ ଠାରୁ ପରାସ୍ତ ହୋଇଛନ୍ତି।

ଏସିଆନ୍‌ ୟୁଥ, ଜୁନିୟର ଓ୍ବେଟଲିଫ୍ଟିଂ ଚାମ୍ପିୟନ୍‌ଶିପ୍‌ ଜେରିମୀଙ୍କୁ ଡବଲ ସଫଳତା

ନୂଆଦିଲ୍ଲୀ,୨୫।୪(ପି.ଟି.)- ଭାରତୀୟ ଭାରୋତ୍ତୋଳକ ଜେରିମୀ ଲାଲରିନୁଙ୍ଗା ଉଜବେକିସ୍ତାନରେ ଚାଲିଥିବା ଏସିଆନ୍‌ ୟୁଥ, ଜୁନିୟର ଓ୍ବେଟଲିଫ୍ଟିଂ ଚାମ୍ପିୟନ୍‌ଶିପ୍‌ରେ ଡବଲ ସଫଳତା ପାଇଛନ୍ତି। ସେ ୫୬ କିଗ୍ରା ବର୍ଗରେ ମୋଟ ୨୫୦ କିଗ୍ରା ଭାର ଉତ୍ତୋଳନ କରି ୟୁଥ ବର୍ଗରେ ରୌପ୍ୟ ଓ ଜୁନିୟର ବର୍ଗରେ ବ୍ରୋଞ୍ଜ ପଦକ ଜିତିଛନ୍ତି।

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ହରିୟାଣା ସରକାରଙ୍କୁ ରାଜ୍ୟଗୋଷ୍ଠୀ ପଦକ ବିଜେତାଙ୍କ ବିରୋଧ

ଚଣ୍ଡିଗଡ଼,୨୫।୪- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପଦକ ବିଜେତାଙ୍କ ସମ୍ବର୍ଦ୍ଧନା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଗୁରୁବାର ପଞ୍ଚକୁଲାଠାରେ ଏକ ଉତ୍ସବ ଆୟୋଜନ କରାଯାଉଛି। କିନ୍ତୁ ପଦକ ଜିତିଥିବା ରାଜ୍ୟର ଆଥ୍‌ଲେଟ୍‌ମାନେ ଏଥିରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପଦକ ବିଜେତାଙ୍କ ପୁରସ୍କାର ରାଶିରେ ହ୍ରାସ କରାଯିବା ନେଇ ଯୋଜନା କରାଯାଉଛି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରିବା ପାଇଁ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା, ବକ୍ସର ମନୋଜ କୁମାର, କୁସ୍ତିଯୋଦ୍ଧା ଭିନେଶ ଫୋଗତ, ସାକ୍ଷୀ ମଲ୍ଲିକ ଓ ବଜରଙ୍ଗ ପୁନିଆ ବିରୋଧ କରିଛନ୍ତି।

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଶାକିବଙ୍କୁ ୩୦୦ତମ ଟି୨୦ ଉଇକେଟ୍‌

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ଧିରଜଙ୍କୁ ମଦରଓ୍ବେଲ ଏଫ୍‌ସି ପ୍ରସ୍ତାବ

ନୂଆଦିଲ୍ଲୀ,୨୫।୪- ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିବା ଭାରତୀୟ ଦଳର ଗୋଲକିପର ଧିରଜ ସିଂ ମୌରାଙ୍ଗଥେମଙ୍କୁ ସ୍କଟ୍ଟିଶ ପ୍ରିମିୟର ଲିଗ୍‌ ଦଳ ମଦରଓ୍ବେଲ ଏଫ୍‌ସି ପକ୍ଷରୁ ୩ ବର୍ଷୀୟ ଚୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ଦଳ ସହ ସେ ଗତ ଦୁଇ ମାସ ହେଲା ଅଭ୍ୟାସ କରୁଛନ୍ତି। ସ୍କଟଲାଣ୍ଡଠାରେ ଅଭ୍ୟାସ ସେସନରେ ସେ ମଦରଓ୍ବେଲ ଏଫ୍‌ସି କୋଚ୍‌ଙ୍କୁ ଆକର୍ଷିତ କରିପାରିଛନ୍ତି।

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି:  ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି: ପ୍ରଥମ ରାଉଣ୍ଡରୁ ଶାରାପୋଭା ବାଦ୍‌

ଷ୍ଟୁଟ୍ଟଗାର୍ଟ (ଜର୍ମାନୀ),୨୫।୪(ଏଏଫ୍‌ପି) - ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ୍‌ ମାରିଆ ଶାରାପୋଭା ଚଳିତଷ୍ଟୁଟ୍ଟଗାର୍ଟ ଗ୍ରାଁ ପ୍ରି ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦା ହୋଇଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ୪୧ତମ ର଼୍ୟାଙ୍କଧାରୀ ଖେଳାଳିଙ୍କୁ ୬-୩, ୬-୭(୬/୮), ୪-୬ ସେଟ୍‌ରେ କାରୋଲିନ ଗାର୍ସିଆ ପରାସ୍ତ କରିଛନ୍ତି।

ଉର୍ମିଳା ଫୁଟବଲ କ୍ଲବର ପ୍ରଶିକ୍ଷଣ ଶିବିର

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)-ଉର୍ମିଳା ଫୁଟବଲ କ୍ଲବ ପକ୍ଷରୁ ମହିଳା ମାନଙ୍କ ପାଇଁ ଏକ ଗ୍ରୀଷ୍ମକାଳୀନ ଫୁଟବଲ ପ୍ରଶିକ୍ଷଣ ଶିବିର ଚଳିତମାସ ୨୬ ତାରିଖରୁ ଆରମ୍ଭ ହେବ। ୟୁନିଟ-୯ ବାଳିକା ବିଦ୍ୟାଳୟ ପଡ଼ିଆରେ ଏହା ମେ ୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପ୍ରଭାମଣି ନନ୍ଦ ପ୍ରକାଶ କରିଛନ୍ତି। ୨୦୦୮ରୁ କ୍ରମାଗତଭାବେ ଏହି କ୍ଲବ ପକ୍ଷରୁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇ ଆସୁଛି। ଏଥର ଶିବିରରେ ଟାଟା ଫୁଟବଲ ଏକାଡେମୀରୁ ତାଲିମପ୍ରାପ୍ତ ତଥା ଭାରତୀୟ ଜୁନିୟର ଫୁଟବଲ ଦଳରେ ଖେଳିଥିବା ପ୍ରସନ୍ନ କୁମାର ଦାସ, ପୂର୍ବତନ ଖେଳାଳି ବରୁଣ ମାଝି, ଟୁନା ଖାଁ ଏବଂ କୃଷ୍ଣ ମହାରଣା ପ୍ରମୁଖ ପ୍ରଶିକ୍ଷଣ ଦେବେ। ଶିବିରରେ ଭାଗ ନେବାକୁ ଚାହୁଁଥିବା ଖେଳାଳିମାନେ ୟୁନିଟ-୯ ବିଦ୍ୟାଳୟ ଖେଳ ଶିକ୍ଷୟିତ୍ରୀ ଉର୍ମିଳା ଦାସଙ୍କ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ଗୁରୁକୂଳ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ:ଚିନ୍ମୟ, ଆଶୁତୋଷ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-ଅଲଇଣ୍ଡିଆ ଟେନିସ ଆସୋସିଏଶନ(ଏଆଇଟିଏ) ଓ ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ)ର ଅନୁମୋଦନକ୍ରମେ ମେଣ୍ଢାଶାଳସ୍ଥିତ ଗୁରୁକୂଳ ଟେନିସ ରିସର୍ଟରେ ଆରମ୍ଭ ହୋଇଛି ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟ। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ବିଜୟ ହାସଲ କରି ଓଡ଼ିଶାର ଚିନ୍ମୟ ପ୍ରଧାନ ଓ ଆଶୁତୋଷ ଦାସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ର ମାନ୍ୟତା ପାଇଥିବା ଚିନ୍ମୟ ମହାରାଷ୍ଟ୍ରର ମନଭୀର ସିଂ ରାନ୍ଧଓ୍ବାଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଆଗକୁ ବଢ଼ିଛନ୍ତି। ସେହିପରି ଆଶୁତୋଷ ଏକ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ମଧ୍ୟପ୍ରଦେଶର ଉତ୍କର୍ଷ ତିଓ୍ବାରୀଙ୍କୁ୬-୭(୫), ୬-୦, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି।

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଜାତୀୟ ଜୁନିୟର ହକି ପାଇଁ ଗାଙ୍ଗପୁର ଦଳ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଭୋପାଳରେ ଚଳିତମାସ ୨୬ରୁ ମେ ୬ ପର୍ଯ୍ୟନ୍ତ ୮ମ ଜାତୀୟ ଜୁନିୟର (ଗ୍ରେଡ୍‌-ଏ) ହକି ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ପ୍ରତିଯୋଗିତା ପାଇଁ ଉଭୟ ମହିଳା ଓ ପୁରୁଷ ହକି ଗାଙ୍ଗପୁର ଦଳ ଘୋଷଣା କରାଯାଇଛି। ହକି ଗାଙ୍ଗପୁର ମହିଳା ଦଳ: ମାଧୁରି କିଣ୍ଡୋ(ଗୋଲକିପର), ଫିଲିସିଆ ଟପ୍ପୋ, ରାହିଲ ତିର୍କୀ, ଲକ୍ଷ୍ମୀ ଏକ୍କା(ଉପଅଧିନାୟିକା), ରିଙ୍କି କୁଜୁର, ସୁଶାନ୍ତି ମିଞ୍ଜ, ରୋଜିତା କୁଜୁର, ପ୍ରେମାଞ୍ଜଳି ଟପ୍ପୋ, ଜାହ୍ନବୀ ପ୍ରଧାନ, ଜିଓ୍ବନ କିଶୋରୀ ଟପ୍ପୋ(ଅଧିନାୟିକା), ନମ୍ରତା ଜସମିନ, ଜ୍ୟୋତି ଛତର, ଆଞ୍ଜେଲା ଟପ୍ପୋ, ସୁନୀତା ଖାଖା, ବିନିତା କୁଜୁର, ସୋନିଆ ଟପ୍ନୋ, ଆଟେନ ଟପ୍ନୋ, ସାଇନାଜ ଖାତୁନ। ମ୍ୟାନେଜର: ସୁରଜ କେର୍କେଟା, କୋଚ୍‌: ଫ୍ଲୋରେନ୍ସିଆ ଏକ୍କା।

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌:ପଞ୍ଚମ ଦିବସରେ ୧୨ଟି ମ୍ୟାଚ

ସମ୍ବଲପୁର, ୨୫।୪(ବ୍ୟୁରୋ)- ସମ୍ବଲପୁର ରିଜର୍ଭ ପୋଲିସ ପଡିଆ ଗ୍ରାଉଣ୍ଡ ରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ ଭଲିବଲ ଚାମ୍ପିୟନଶିପ୍‌- ୨୦୧୮ ମଙ୍ଗଳବାର ଖେଳରେ ୧୨ଟି ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୩ଟି ମ୍ୟାଚ ୩ ସେଟ ଏବଂ ୯ଟି ମ୍ୟାଚ ୨ସେଟ୍‌ ଖେଳା ଯାଇଥିଲା। ଗ୍ରାଉଣ୍ଡ-୧ରେ ପ୍ରଥମ ମ୍ୟାଚ କେନ୍ଦ୍ରାପଡା ବନାମ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ମଧ୍ୟରେ ହୋଇଥିଲା । ଏଥିରେ କେନ୍ଦୁଝର ଦ୍ୱିତୀୟ ଏସଏସବିଏନ ୨୫-୧୭ ଓ ୨୫-୧୭ ପଏଣ୍ଟରେ ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ କୋରାପୁଟ ପ୍ରଥମ ଆଇଆରବିଏନ୍‌ ୨୫-୧୭ ଓ ୨୫-୧୩ ପଏଣ୍ଟରେ କମିଶନରେଟ ପୋଲିସ (ବି)କୁ ହରାଇଥିଲା ।

ଶ୍ରଦ୍ଧାଞ୍ଜଳି ମା’ଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୨୫।୪(ସ୍ପୋଟର୍‌ସ ବ୍ୟୁରୋ)- ପୂର୍ବତନ ଭାରତୀୟ ମହିଳା ଫୁଟବଲ ଅଧିନାୟିକା ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ମା’ ତଥା ରାଜ୍ୟରେ ମହିଳା ଫୁଟବଲର ପ୍ରତିଷ୍ଠା ଓ ପ୍ରଚାର ପ୍ରସାର ପାଇଁ ଅବିଶ୍ରାନ୍ତ ସହଯୋଗ କରି ଆସିଥିବା ସ୍ବର୍ଗତା ରଶ୍ମି ସାମନ୍ତରାୟଙ୍କ ପ୍ରଥମ ବାର୍ଷିକ ସ୍ମୃତିଚାରଣ ଓ ଶ୍ରାଦ୍ଧୋତ୍ସବ ମଙ୍ଗଳବାର ଏଠାରେ ଅନୁଷ୍ଠିତ ହୋଇ ଯାଇଛି। ଆୟୋଜିତ ଏକ କାର୍ଯ୍ୟକ୍ରମରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟ ସଭା ସଦସ୍ୟ ଅଚ୍ୟୁତ ସାମନ୍ତ, ମେୟର ଅନନ୍ତ ନାରାୟଣ ଜେନା, ଅନ୍ତର୍ଜାତୀୟ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସମେତ ରାଜ୍ୟ କ୍ରୀଡ଼ା ଜଗତର ଅନେକ କ୍ରୀଡ଼ାବିତ୍‌, କୋଚ୍‌ ଏବଂ ଶୁଭେଚ୍ଛୁ ଯୋଗଦେଇ ଓଡ଼ିଶା କ୍ରୀଡ଼ାକୁ ସ୍ବର୍ଗତା ସାମନ୍ତରାୟଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ।

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ:ଫୁଲବାଣୀ, ବଲାଙ୍ଗୀର, ବାଲେଶ୍ୱର ବିଜୟୀ

ଭୁବନେଶ୍ୱର,୨୫।୪(କ୍ରୀଡ଼ା ପ୍ରତିନିଧି)-କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆନ୍ତଃ କ୍ରୀଡ଼ା ଛାତ୍ରାବାସ ଫୁଟବଲ ଟୁର୍ନାମେଣ୍ଟର ୪ର୍ଥ ଦିବସରେ ମୋଟ ୪ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ଫୁଲବାଣୀ, ବଲାଙ୍ଗୀର ଓ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ବିଜୟ ହାସଲ କରିଛନ୍ତି। ଫୁଲବାଣୀ ଦଳ ୫-୦ ଗୋଲରେ ମିଳିତ ‘ବି’ ଦଳକୁ ପରାସ୍ତ କରିଛି। ବିଜୟୀ ଦଳ ପକ୍ଷରୁ ଧନେଶ୍ୱର ବେସ୍ରା ୨ଟି ଏବଂ ଦୁଖିଆ ମାରାଣ୍ଡି, ରବି ମାଢ଼ି ଓ ଝୁନୁ କୁଲଡି ଗୋଟିଏ ଲେଖାଏ ଗୋଲ ଦେଇଥିଲେ। ଅନ୍ୟଏକ ମ୍ୟାଚରେ ବଲାଙ୍ଗୀର ୪-୦ ଗୋଲରେ କେନ୍ଦୁଝର କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ଜଗନ୍ନାଥ ଟୁଡୁ ୨ଟି ଏବଂ ରାଜନ ମାଝି ଓ ରଘୁ ମାରାଣ୍ଡି ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁଲା ମୁର୍ମୁଙ୍କ ଏକମାତ୍ର ଗୋଲ ବଳରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସ ୧-୦ ଗୋଲରେ ସୁନ୍ଦରଗଡ଼କୁ ପରାସ୍ତ କରିଛି। ସମ୍ବଲପୁର ଓ ଭବାନୀପାଟଣା କ୍ରୀଡ଼ା ଛାତ୍ରାବାସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୧-୧ ଗୋଲରେ ଡ୍ର ରହିଛି। ସମ୍ବଲପୁର ପକ୍ଷରୁ ସୁଶାନ୍ତ କୁମାର ନାୟକ ଏବଂ ଭବାନୀପାଟଣା ପକ୍ଷରୁ କର୍ମା ମାହାତୋ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।

ଝିଲିଙ୍କୁ ରୌପ୍ୟ ପଦକ

ଝିଲିଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୫।୪(କ୍ରୀଡ଼ା ପ୍ରତିନିଧି)-ଉଜବେକିସ୍ତାନରେ ଅନୁଷ୍ଠିତ ଏସିଆନ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ଓଡ଼ିଶାର ଝିଲି ଦଳବେହେରା ରୌପ୍ୟ ପଦକ ହାସଲ କରିଛନ୍ତି। ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ ଝିଲି ମହିଳା ୪୮ କେଜି କାଟେଗୋରି ସ୍ନାଚ୍‌ରେ ୭୩, କ୍ଲିନ ଆଣ୍ଡ ଜର୍କରେ ୯୩ କେଜି ଏହିପରି ମୋଟ ୧୬୬ କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। ପ୍ରଦର୍ଶନରେ ସ୍ଥିରତା ରଖିବାରେ ସକ୍ଷମ ହୋଇଥିବା ଝିଲି ଏହା ପୂର୍ବରୁ ଗତ ଫେବୃୟାରୀରେ ବିଶାଖାପାଟଣାରେ ଅନୁଷ୍ଠିତ ଜାତୀୟ ସବ୍‌ଜୁନିୟର ଓ ଜୁନିୟର ଭାରୋତ୍ତୋଳନ ଚାମ୍ପିୟନଶିପ୍‌ରେ ୨ ସ୍ବର୍ଣ୍ଣ ଓ ୧ ରୌପ୍ୟ ପଦକ ହାସଲ କରିଥିଲେ। ଏହା ବ୍ୟତୀତ ସେ ଗତବର୍ଷ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଓ ଓସେନିଆ ଚାମ୍ପିୟନଶିପ୍‌ରେ ୪୮ କେଜି ଜୁନିୟର କାଟେଗୋରିରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ଡିଜିପିଙ୍କୁ ଭେଟିଲେ ୩ ପୋଲିସ ଖେଳାଳି

କଟକ ଅଫିସ,୨୫।୪- ନୂଆଦିଲ୍ଲୀ ଠାରେ ସମାପ୍ତ ହୋଇଥିବା ସର୍ବଭାରତୀୟ ପୋଲିସ ଜୁଡ଼ୋ କ୍ଲଷ୍ଟର ପ୍ରତିଯୋଗିତାରେ ପଦକ ଜିତିଥିବା ୩ଜଣ ଖେଳାଳି ମଙ୍ଗଳବାର ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ସୌଜନ୍ୟମୂଳକ ଭାବେ ସାକ୍ଷାତ କରିଥିଲେ। ଏହି ୩ ଖେଳାଳି ହେଲେ ବିମଳ ଥାପା, ବର୍ଷା ନାଥ ଓ ପ୍ରତ୍ୟୁଷ କୁମାର କହଁର। ଉଷୁ ବିଭାଗରେ ଏହି ୩ଜଣ ବ୍ରୋଞ୍ଜ ବିଜୟୀ ହୋଇଥିଲେ । ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଡ. ଶର୍ମା ଅଭ୍ୟାସ ଜାରି ରଖିବା ସହ ଆଗାମୀ ଦିନରେ ଆହୁରି ପଦକ ଜିତିବାକୁ ଉତ୍ସାହିତ କରିଥିଲେ। ଏହି ଅବସରରେ ଓଡ଼ିଶା ପୋଲିସର କ୍ରୀଡ଼ା ଅଧିକାରୀ ବିଭୂତି ଭୂଷଣ ପରିଡ଼ା ଉପସ୍ଥିତ ଥିଲେ ।

ସେଭେନ ସାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କଟକ ଅଫିସ,୨୫।୪-ଫୁଟବଲ କ୍ଲବ ଗ୍ୟାଲେକ୍ସି ଆନୁକୂଲ୍ୟରେ ସ୍ଥାନୀୟ ପ୍ୟାରୀମୋହନ ଏକାଡେମୀରେ ସେଭେନ୍‌ ସାଇଟ୍‌ ଫୁଟବଲ ଟୁର୍ନାମେଣ୍ଟ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥିରେ ୧୪ବର୍ଷରୁ କମ୍‌, ସିନିୟର ଓ ଭେଟେରାନ ବର୍ଗରେ ୩ ବିଭାଗର ପ୍ରତିଯୋଗିତା ହେବ। ଉଦ୍‌ଘାଟନୀ ଦିବସରେ ୧୪ବର୍ଷରୁ କମ୍‌ ବର୍ଗରେ ଖେଳାଯାଇଥିବା ମ୍ୟାଚ୍‌ରେ ୟଙ୍ଗ ଉତ୍କଳ କ୍ଲବ ୧-୦ ଗୋଲରେ ମହାବୀର କ୍ଲବକୁ ଓ ଜୟଦୁର୍ଗା କ୍ଲବ ୩-୧ ଗୋଲରେ ସାର୍ତ୍ତୋଳକୁ ପରାସ୍ତ କରିଛି। ସେହିପରି ସିନିୟର ବର୍ଗର ବାରବାଟୀ ୟୁନାଇଟେଡ କ୍ଲବ ୩-୨ ଗୋଲରେ ମହାବୀର କ୍ଲବକୁ ପରାସ୍ତ କରିଛି। ଉଦ୍‌ଘାଟନୀ ଉତ୍ସବରେ କ୍ୟାଟ୍‌ର ପୂର୍ବତନ ସଦସ୍ୟ ମନୋରଞ୍ଜନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ଶୁଭାଶିଷ କର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ ।

ଆଇପିଏଲର ଓହରିଲେ ଷ୍ଟାନ୍‌ଲେକ୍‌

ଆଇପିଏଲର ଓହରିଲେ ଷ୍ଟାନ୍‌ଲେକ୍‌

ବମ୍ବେ, ୨୫।୪ (ପି.ଟି.)-ସରରାଇଜର୍ସ ହାଇଦ୍ରାବାଦ୍‌ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ବିଲି ଷ୍ଟାନଲେକ୍‌ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଅବଶିଷ୍ଟ ମ୍ୟାଚରୁ ବାଦ୍‌ ପଡ଼ିଛନ୍ତି। ଦୁଇ ଦିନ ପୂର୍ବେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ଫିଲ୍ଡିଂ କରୁଥିବା ବେଳେ ତାଙ୍କ ଆଙ୍ଗୁଳିରେ ଗଭୀର ଆଘାତ ଲାଗିଛି। ତାଙ୍କର ଅସ୍ତ୍ରୋପଚାର ହେବ। ଚିକିତ୍ସା ଲାଗି ସେ ଅଷ୍ଟ୍ରେଲିଆ ଫେରିଯିବେ। ଏହି ୨୩ ବର୍ଷୀୟ ଫାଷ୍ଟ ବୋଲର ଚଳିତ ଆଇପିଏଲରେ ଏପର୍ଯ୍ୟନ୍ତ ଖେଳିଥିବା ୪ଟି ଗେମ୍‌ରେ ୫ଟି ଉଇକେଟ ନେଇଛନ୍ତି।

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ବାତ୍ରାଙ୍କୁ ଏଫ୍‌ଆଇଏଚ୍‌ର ଚେତାବନୀ

ଲାଉସାନେ, ୨୫।୪ (ପି.ଟି.)-ଗତବର୍ଷ ଲଣ୍ଡନରେ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜ୍‌ ବିପକ୍ଷରେ ଟିପ୍ପଣୀ ଦେଇ ଅଡୁଆରେ ପଡ଼ିଛନ୍ତି ଇଣ୍ଟରନ୍ୟାଶନାଲ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ସଭାପତି ନରିନ୍ଦର ବାତ୍ରା। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏଫ୍‌ଆଇଏଚ୍‌ର ରିପ୍ଲେସମେଣ୍ଟ ଡିସିପ୍ଲିନାରୀ କମିଶନର ବାତ୍ରାଙ୍କୁ ଚେତାବନୀ ଦେବା ସହ ଜରିମାନା କରିଛି। ଏଫ୍‌ଆଇଏଚ୍‌ର କହିବା ଅନୁସାରେ ୨୦୧୭ରେ ଲଣ୍ଡନରେ ହିରୋ ହକି ଓ୍ବାଲର୍‌ଡ ଲିଗ୍‌ ସେମିଫାଇନାଲ ବେଳେ ଏକ ମାମଲାରେ ଇଂଲିଶ ଲ’ ଏନଫୋର୍ସମେଣ୍ଟ ଅଥରିଟିଜି ଭାରତୀୟ ଖେଳାଳି ସର୍ଦ୍ଦାର ସିଂଙ୍କୁ ଡାକି ତାଙ୍କୁ ଜେରା କରିଥିଲେ। ପୂର୍ବତନ ହକି ଇଣ୍ଡିଆ ସଭାପତି ବାତ୍ରା ତାଙ୍କ ଫେସ୍‌ବୁକ୍‌ ଆକାଉଣ୍ଟରେ ଏହି କାର୍ଯ୍ୟକୁ ସମାଲୋଚନା କରିଥିଲେ। ବାତ୍ରା ପରେ ଅବଶ୍ୟ ତାଙ୍କର ଏହି ଭାବପ୍ରବଣ ବକ୍ତବ୍ୟକୁ ନେଇ ଅନୁତାପ କରିବା ସହ ସର୍ବସାଧାଣରେ କ୍ଷମା ପ୍ରାର୍ଥନା କରିଥିଲେ। ବାତ୍ରା ବର୍ତ୍ତମାନ ଆହୁରିମଧ୍ୟ ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସଭାପତି ଅଛନ୍ତି। ତାଙ୍କୁ ଲିଖିତ ଚେତାବନୀ ଦିଆଯିବା ସହ ଜରିମାନା ଅର୍ଥରାଶିକୁ ଏକ ସ୍ପୋଟର୍‌ସ ଚ୍ୟାରିଟି ଅନୁଷ୍ଠାନକୁ ଦେବା ଲାଗି ନିର୍ଦ୍ଦେଶ ହୋଇଛି। ହେଲେ ଏହାର ପରିମାଣ କେତେ ତାହା ଗୋପନ ରଖାଯାଇଛି।

ଭାରତରେ ପ୍ରଥମଥର ଏସିଆନ ଭାରୋତ୍ତୋଳନ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୨୫।୪ (ପି.ଟି.)-ଆସନ୍ତାବର୍ଷ ଭାରତରେ ପ୍ରଥମ ଥର ପାଇଁ ସମ୍ମାନଜନକ ଏସିଆନ ଚାମ୍ପିୟନଶିପ୍‌ ଆୟୋଜିତ ହେବ। ଟୋକିଓରେ ହେବାକୁଥିବା ୨୦୨୦ ଅଲିମ୍ପିକ୍ସ ପାଇଁ ଏହା ଯୋଗ୍ୟତା ପର୍ଯ୍ୟାୟ ଇଭେଣ୍ଟ ହୋଇଥିବାରୁ ଭାରତୀୟ ଭାରୋତ୍ତୋଳକଙ୍କ ପାଇଁ ଏହା ଖୁସିର ବିଷୟ। ଏପ୍ରିଲ ୨୨ରେ ଉଜ୍‌ବେକିସ୍ତାନର ଅର୍ଜେଞ୍ଚଠାରେ ଏସିଆନ ଓ୍ବେଟ୍‌ଲିଫ୍ଟିଂ ଫେଡେରେଶନର କାର୍ଯ୍ୟନିର୍ବାହୀ ବୋର୍ଡ ବୈଠକ ବସିଥିଲା। ଏଥିରେ ଭାରତକୁ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ପ୍ରଦାନ କରାଯାଇଥିଲା। ଚାମ୍ପିୟନଶିପ୍‌ ପାଇଁ ତାରିଖ ଓ ଆୟୋଜକ ସହର ନାମ ପରେ ଘୋଷଣା କରାଯିବ ବୋଲି ଇଣ୍ଡିଆନ ଓ୍ବେଟଲିଫ୍ଟିଂ ଫେଡେରେଶନ ସାଧାରଣ ସମ୍ପାଦକ ସହଦେବ ଯାଦବ ଏକ ପ୍ରେସ୍‌ ଇସ୍ତାହାର ଜରିଆରେ ଜଣାଇଛନ୍ତି।

ପ୍ରଥମ ରାଉଣ୍ଡରେ ହାରିଲେ ଶାରାପୋଭା

ପ୍ରଥମ ରାଉଣ୍ଡରେ ହାରିଲେ ଶାରାପୋଭା

ଷ୍ଟୁଟଗାର୍ଟ, ୨୫।୪ (ଏଏଫ୍‌ପି)-ପାଞ୍ଚ ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ମାରିଆ ଶାରାପୋଭା ଏଠାରେ ଚାଲିଥିବା ଷ୍ଟୁଟଗାର୍ଟ ଗ୍ରାଁ ପ୍ରି ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ଫ୍ରାନ୍ସର କାରୋଲିନ୍‌ ଗାର୍ସିଆ ତାଙ୍କୁ ୩-୬, ୭-୬ (୮/୬), ୬-୪ ସେଟରେ ହରାଇ ଦେଇଛନ୍ତି। ଡୋପିଙ୍ଗ ପାଇଁ ୧୫ ମାସ ବାସନ୍ଦ ଦଣ୍ଡ ଭୋଗି ସାରିବା ପରେ ୪୧ତମ ର଼୍ୟାଙ୍କିଙ୍ଗପ୍ରାପ୍ତ ଶରାପୋଭା ଗତବର୍ଷ ଏଠାରେ ସେମିଫାଇନାଲକୁ ଉନ୍ନୀତ ହୋଇଥିଲେ। ରୁଷୀୟ ଖେଳାଳି ଏଠାରେ ମଙ୍ଗଳବାର ମାତ୍ର ଦୁଇଟି ଅନଫୋର୍ସଡ୍‌ ଏରର୍‌ ସହ ଓପନିଂ ସେଟ୍‌ରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ମାତ୍ର ଗାର୍ସିଆ ଲଢୁଆ ପ୍ରତ୍ୟାବର୍ତ୍ତନ ସହ ମ୍ୟାଚ ଜିତିନେଇଥିଲେ।

ଲୋ ସ୍କୋରିଂ ମ୍ୟାଚ୍‌ରେ ବାଜି ମାରିଲା ହାଇଦ୍ରାବାଦ୍‌

ଲୋ ସ୍କୋରିଂ ମ୍ୟାଚ୍‌ରେ ବାଜି ମାରିଲା ହାଇଦ୍ରାବାଦ୍‌

ବମ୍ବେ,୨୫।୪ (ପି.ଟି.)- ବୋଲରଙ୍କ ଦମ୍‌ଦାର ପ୍ରଦର୍ଶନ ବଳରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ମଙ୍ଗଳବାର ଅନୁଷ୍ଠିତ ଲୋ ସ୍କୋରିଂ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସକୁ ୩୧ରନରେ ପରାସ୍ତ କରିଛି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲର ଏହି ୨୩ତମ ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୧୮.୪ ଓଭରରେ ମାତ୍ର ୧୧୮ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ ମୁମ୍ବାଇ ମଧ୍ୟ ଅନୁରୂପ ଭାବେ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୧୮.୫ ଓଭରରେ ମାତ୍ର ୮୭ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଥିଲା। କଞ୍ଜୁସ୍‌ ବୋଲିଂ କରି ମୂଲ୍ୟବାନ ୨ ଉଇକେଟ ନେଇଥିବା ହାଇଦ୍ରାବାଦ ଯୁବ ସ୍ପିନର ରସିଦ ଖାଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଆଇପିଏଲ୍‌ରେ ମୁମ୍ବାଇର ଏହା ସର୍ବନିମ୍ନ ସ୍କୋର ସାବ୍ୟସ୍ତ ହୋଇଛି। ଅବଶ୍ୟ ୨୦୧୧ ସଂସ୍କରଣରେ କିଙ୍ଗ୍ସ ଏକାଦଶ ପଞ୍ଜାବ ବିପକ୍ଷରେ ମୁମ୍ବାଇ ସମାନ ୮୭ ରନରେ ଅଲଆଉଟ ହୋଇଥିଲା।

ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ: ମଞ୍ଚେଶ୍ୱର ରେଳବାଇ କରାଟେ ସ୍କୁଲ୍‌ର ସଫଳତା

ଭୁବନେଶ୍ୱର, ୨୪।୪(ସ୍ପୋଟର୍‌ସ ବ୍ୟୁରୋ)-ବଲାଙ୍ଗୀର ଜିଲା କୋଲାଲ କଳା ମଣ୍ଡପରେ ୨୨ତମ ରାଜ୍ୟସ୍ତରୀୟ କିକ୍‌ ବକ୍ସିଂ ଚାମ୍ପିୟନଶିପ୍‌ ଗତ ଏପ୍ରିଲ ୬ରୁ ୮ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଖୋର୍ଦ୍ଧା ଜିଲା ଚାମ୍ପିୟନ ହୋଇଥିବା ବେଳେ ମଞ୍ଚେଶ୍ୱର ରେଳବାଇ କଲୋନୀ କରାଟେ ସ୍କୁଲର ପ୍ରତିଯୋଗୀମାନେ ବେଶ୍‌ ସଫଳତା ହାସଲ କରିଛନ୍ତି।