ଖେଳ

ଟପ୍‌-୫୦କୁ ଫେରିଲେ ପେସ୍‌

ଟପ୍‌-୫୦କୁ ଫେରିଲେ ପେସ୍‌

ନୂଆଦିଲ୍ଲୀ, ୫।୩(ପି.ଟି.)- ଭେଟେରାନ ଭାରତୀୟ ଟେନିସ ଖେଳାଳି ଲିଆଣ୍ଡର ପେସ୍‌ ଏଟିପି ଡବଲ୍ସ ର଼୍ୟାଙ୍କିଙ୍ଗ୍‌ର ଟପ୍‌-୫୦କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ନିକଟରେ ଶେଷ ହୋଇଥିବା ଏଟିପି ଦୁବାଇ ଇଭେଣ୍ଟରେ ପେସ୍‌ ରନର୍ସଅପ୍‌ ହୋଇଥିଲେ।

ଭାରତୀୟ ମହିଳା ହକିର ବିଜୟ ଅଭିଯାନ

ଭାରତୀୟ ମହିଳା ହକିର ବିଜୟ ଅଭିଯାନ

ସିଓଲ, ୫।୩(ପି.ଟି.)- ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ଦଳ ବିପକ୍ଷରେ ଖେଳିଥିବା ସିରିଜର ପ୍ରଥମ ମ୍ୟାଚ୍‌ରେ ଦଳ ୧-୦ ଗୋଲରେ ବିଜୟୀ ହୋଇଛି।

ବାରବାଟୀରେ ଫିଫା କର୍ମଶାଳା

ବାରବାଟୀରେ ଫିଫା କର୍ମଶାଳା

କଟକ ଅଫିସ,୫ା୩- ଅଲଇଣ୍ଡିଆ ଫୁଟବଲ ଫେଡେରେଶନ୍‌(ଏଆଇଏଫ୍‌ଏଫ୍‌) ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମସ୍ଥିତ ଓସିଏ ସମ୍ମିଳନୀ କକ୍ଷରେ ମହିଳା ଖେଳାଳିଙ୍କ ନିମନ୍ତେ ଫିଫା ୟୁଥ୍‌ ଡେଭଲପ୍‌ମେଣ୍ଟ କର୍ମଶାଳା ଓ ଫିଫା ରିଫ୍ରେସର୍‌ କୋର୍ସ ଆରମ୍ଭ ହୋଇଛି।

ଆଜଲାନ ଶାହ କପ୍‌ ହକି: ଭାରତ- ଇଂଲଣ୍ଡ ମ୍ୟାଚ୍‌ ଡ୍ର’

ଆଜଲାନ ଶାହ କପ୍‌ ହକି: ଭାରତ- ଇଂଲଣ୍ଡ ମ୍ୟାଚ୍‌ ଡ୍ର’

ଇପୋ,୪।୩(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ତା’ର ଦ୍ୱିତୀୟ ମ୍ୟାଚ୍‌କୁ ଅମୀମାଂସିତ ରଖିଛି। ଶନିବାର ପ୍ରଥମ ମ୍ୟାଚରେ ଭାରତ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାଠାରୁ ୨-୩ ଗୋଲରେ ପରାସ୍ତ ହୋଇଥିଲା। ତେବେ ରବିବାର ଇଂଲଣ୍ଡ ବିପକ୍ଷରେ ଭାରତ ୧-୧ ଗୋଲରେ ମ୍ୟାଚ ଡ୍ର’ ରଖିଛି।

୩୦୦ ଗୋଲ କ୍ଲବରେ ରୋନାଲ୍ଡୋ

୩୦୦ ଗୋଲ କ୍ଲବରେ ରୋନାଲ୍ଡୋ

ମାଡ୍ରିଡ୍‌, ୪।୩(ଏପି)- ସ୍ପାନିଶ ଲିଗ୍‌ ଲା ଲିଗାରେ ଅନୁଷ୍ଠିତ ଏକ ମ୍ୟାଚ୍‌ରେ ଚାମ୍ପିୟନ ରିୟଲ ମାଡ୍ରିଡ୍‌ ଦଳ ୩-୧ ଗୋଲରେ ଗେଟାଫେକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ ଅବସରରେ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋ ୩୦୦ ଲା ଲିଗା ଗୋଲ ସ୍କୋର କରିବାର ସୌଭାଗ୍ୟ ଲାଭ କରିଛନ୍ତି।

ପ୍ରସାଦ ପଞ୍ଜାବର ବୋଲିଂ କୋଚ୍‌

ପ୍ରସାଦ ପଞ୍ଜାବର ବୋଲିଂ କୋଚ୍‌

ମୋହାଲି, ୪।୩(ପି.ଟି.)- ଆଇପିଏଲ୍‌ର ଆଗାମୀ ସିଜନ ଲାଗି ଭେଙ୍କଟେଶ ପ୍ରସାଦଙ୍କୁ କିଙ୍ଗ୍ସ ଇଲେନେ ପଞ୍ଜାବ ଦଳର ବୋଲିଂ କୋଚ୍‌ ନିଯୁକ୍ତ କରାଯାଇଛି। ସେହିଭଳି ଦଳର ସପୋର୍ଟ ଷ୍ଟାଫ୍‌ ତାଲିକା ଘୋଷଣା କରାଯାଇଛି।

ରିଜଭିଙ୍କୁ ବିଶ୍ୱ ରେକର୍ଡ ସ୍ବର୍ଣ୍ଣ, ଜିତୁଙ୍କୁ ବ୍ରୋଞ୍ଜ

ରିଜଭିଙ୍କୁ ବିଶ୍ୱ ରେକର୍ଡ ସ୍ବର୍ଣ୍ଣ, ଜିତୁଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ, ୪।୩(ପି.ଟି.)- ମେକ୍ସିକୋରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ ଶୁଟିଂ ପ୍ରତିଯୋଗିତାର ପ୍ରଥମ ଦିବସରେ ଭାରତ ଗୋଟିଏ ସ୍ବର୍ଣ୍ଣ ଓ ୨ଟି ବ୍ରୋଞ୍ଜ ସହ ମୋଟ୍‌ ୩ଟି ପଦକ ହାସଲ କରିଛି। ଭାରତର ଶାହଜାର ରିଜଭି ଓ୍ବାଲର୍‌ଡ ରେକର୍ଡ ସ୍କୋର ସହ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସେହିଭଳି ଅଭିଜ୍ଞ ଜିତୁ ରାଇ ଓ ମେହୁଲି ଘୋଷ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ରହିଛନ୍ତି।

କାର୍ତ୍ତିକ କେକେଆର୍‌ ଅଧିନାୟକ

କାର୍ତ୍ତିକ କେକେଆର୍‌ ଅଧିନାୟକ

ବମ୍ବେ, ୪।୩(ପି.ଟି.)- ଉଇକେଟ୍‌କିପର ବ୍ୟାଟ୍ସମ୍ୟାନ ଦୀନେଶ କାର୍ତ୍ତିକଙ୍କୁ ଆଇଇପିଏଲ୍‌ର ଆଗାମୀ ସିଜନ ପାଇଁ ରବିବାର କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ନିଯୁକ୍ତ କରାଯାଇଛି। ଭେଟେରାନ ଗୌତମ ଗମ୍ଭୀରଙ୍କ ସ୍ଥାନରେ ୩୨ ବର୍ଷୀୟ କାର୍ତ୍ତିକଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରାଯାଇଛି।

ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଓଡ଼ିଆ ଝିଅ

ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଓଡ଼ିଆ ଝିଅ

ଭୁବନେଶ୍ୱର, ୪।୩ (ସ୍ପୋଟର୍‌ସ ବ୍ୟୁରୋ)- ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଚାଲିଥିବା ଆଇଟିଏଫ୍‌ ମହିଳା ୧୫କେ ଟୁର୍ନାମେଣ୍ଟରେ ଓଡ଼ିଶା ଝିଅ ଅନାମ ଅଲମାସ୍‌ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଇଟିଏଫ୍‌ ଫ୍ୟୁଚର ଟେନିସ୍‌: ଅର୍ଜୁନ ଖାଡେଙ୍କୁ ଟାଇଟଲ

ଆଇଟିଏଫ୍‌ ଫ୍ୟୁଚର ଟେନିସ୍‌: ଅର୍ଜୁନ ଖାଡେଙ୍କୁ ଟାଇଟଲ

ଭୁବନେଶ୍ୱର, ୩।୩ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ଟେନିସ ଆସୋସିଏଶନ (ଓଟିଏ) ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଯାପିତ ହୋଇଥିବା ୧୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଆଇଟିଏଫ୍‌ ଫ୍ୟୁଚର ଟେନିସ ଟୁର୍ନାମେଣ୍ଟରେ ତୃତୀୟ ସିଡ ଖେଳାଳି ଅର୍ଜୁନ ଖାଡେ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛନ୍ତି।

ଆଜଲାନ୍‌ ଶାହ କପ୍‌ ହକି: ପରାଜୟରୁ ଭାରତର ଅଭିଯାନ

ଆଜଲାନ୍‌ ଶାହ କପ୍‌ ହକି: ପରାଜୟରୁ ଭାରତର ଅଭିଯାନ

ଇପୋ,୩।୩ (ପି.ଟି.)- ମାଲେସିଆର ଇପୋଠାରେ ଆରମ୍ଭ ହୋଇଥିବା ଆଜଲାନ ଶାହ କପ୍‌ ହକି ଟୁର୍ନାମେଣ୍ଟରେ ଭାରତ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଭାରତ ଅଲିମ୍ପିକ୍ସ ଚାମ୍ପିୟନ ଆର୍ଜେଣ୍ଟିନାଠାରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଭାରତ ଦମ୍‌ଦାର ପ୍ରଦର୍ଶନ କରିଥିଲେ ମଧ୍ୟ ଆର୍ଜେଣ୍ଟିନାର ପେନାଲ୍ଟି କର୍ନର ସ୍ପେଶାଲିଷ୍ଟ ଗୋଞ୍ଜାଲୋ

ନିଦାହାସ ଟ୍ରଫି: ଶାକିବ ବାଦ୍‌

ନିଦାହାସ ଟ୍ରଫି: ଶାକିବ ବାଦ୍‌

ଢାକା, ୩।୩- ଶ୍ରୀଲଙ୍କାଠାରେ ହେବାକୁ ଥିବା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ ଦଳକୁ ଶକ୍ତ ଧକ୍କା ଲାଗିଛି। ଦଳର ଅଧିନାୟକ ଶାକିବ ଅଲ ହାସନ ସମ୍ପୂର୍ଣ୍ଣ ସିରିଜ୍‌ରୁ ବାଦ୍‌ ପଡ଼ିଛନ୍ତି। ଅଙ୍ଗୁଳିଜନିତ ଆହତ ସମସ୍ୟାରୁ ସେ ଏ ଯାବତ ମୁକୁଳି ପାରି ନାହାନ୍ତି।

ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌: ନବଜୋତଙ୍କୁ ସ୍ବର୍ଣ୍ଣ, ସାକ୍ଷୀଙ୍କୁ ବ୍ରୋଞ୍ଜ

ଏସିଆନ୍‌ ରେସଲିଂ ଚାମ୍ପିୟନଶିପ୍‌: ନବଜୋତଙ୍କୁ ସ୍ବର୍ଣ୍ଣ, ସାକ୍ଷୀଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୩।୩-ଭାରତୀୟ ମହିଳା କୁସ୍ତିଯୋଦ୍ଧା ନବଜୋତ କୌର ଶନିବାର ଇତିହାସ ସୃଷ୍ଟି କରିଛନ୍ତି। ସେ ପ୍ରଥମ ଭାରତୀୟ ମହିଳା ଭାବେ ଏସିଆନ୍‌ ଚାମ୍ପିୟନଶିପ୍‌ ସିନିୟର ବିଭାଗରେ ସ୍ବର୍ଣ୍ଣପଦକ ଜିତିଛନ୍ତି। କିର୍ଗିଜସ୍ତାନର ବିଶକେକ୍‌ଠାରେ ଚାଲିଥିବା ଇଭେଣ୍ଟର ୬୫ କି.ଗ୍ରା. ଫ୍ରିଷ୍ଟାଇଲ ବର୍ଗରେ ନବଜୋତ ଏହି ସଫଳତା ପାଇଛନ୍ତି।

ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପଦରୁ ପ୍ରସାଦଙ୍କ ଇସ୍ତଫା

ଜୁନିୟର ଚୟନ କମିଟି ଅଧ୍ୟକ୍ଷ ପଦରୁ ପ୍ରସାଦଙ୍କ ଇସ୍ତଫା

ନୂଆଦିଲ୍ଲୀ,୩।୩-ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଭେଙ୍କଟେଶ ପ୍ରସାଦ ଶୁକ୍ରବାର ଜୁନିୟର ଦଳର ଚୟନ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ବିସିସିଆଇ ପରିଚାଳନା କମିଟି (ସିଓଏ)କୁ ପ୍ରଦାନ କରିଛନ୍ତି। ଏ ନେଇ କାର୍ଯ୍ୟକାରୀ ସଭାପତି ସି.କେ.ଖାନ୍ନା ସ୍ପଷ୍ଟ କରିଛନ୍ତି। ଜୁନିୟର ଭାରତୀୟ ଦଳର ଚୟନ କମିଟି ଅଧ୍ୟକ୍ଷ ପଦରୁ ଭେଙ୍କଟେଶ ଇସ୍ତଫା ଦେଇଛନ୍ତି। ପରେ ତାଙ୍କୁ ନିଜ ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ମଧ୍ୟ ମୁଁ ପରାମର୍ଶ ଦେଇଥିଲି।

ନାଲ୍‌କୋ ଓପନ କ୍ରିକେଟ୍‌ ଟୁର୍ନାମେଣ୍ଟ: ଏନ୍‌ଆର୍‌ସିଏ-ୟୁଥ୍‌ କ୍ଲବ ମୁକାବିଲା

ନାଲ୍‌କୋ ଓପନ କ୍ରିକେଟ୍‌ ଟୁର୍ନାମେଣ୍ଟ: ଏନ୍‌ଆର୍‌ସିଏ-ୟୁଥ୍‌ କ୍ଲବ ମୁକାବିଲା

ବଅଁରପାଳ,୩।୩(ଡି.ଏନ୍‌.ଏ.): ନାଲ୍‌କୋ ଓପନ କ୍ରିକେଟ୍‌ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ଶନିବାର ନାଲ୍‌କୋ ଏନ୍‌ଆର୍‌ସିଏ ଏବଂ ୟୁଥ୍‌ କ୍ଲବ ତାଳଚେର ମଧ୍ୟରେ ଅନୁଷ୍ଠିତ ହେଉଛି। ନାଲ୍‌କୋ ଲିନ୍ସ ସ୍ଲୋରି ଜିଏମ୍‌ ଦେବ ମହାପାତ୍ର ମୁଖ୍ୟଅତିଥି ଭାବେ ଏଥିରେ ଯୋଗଦେଇଥିଲେ।

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଓ୍ବାରିଙ୍କା

ଇଣ୍ଡିଆନ୍‌ ଓ୍ବେଲ୍ସରୁ ଓହରିଲେ ଓ୍ବାରିଙ୍କା

ଲସ୍‌ ଏଞ୍ଜେଲସ,୨।୩- ସୁଇସ୍‌ ଷ୍ଟାର ଷ୍ଟାନ ଓ୍ବାରିଙ୍କା ଚଳିତ ମାସରେ ହେବାକୁ ଥିବା ଏଟିପି ମାଷ୍ଟର୍ସ ଇଣ୍ଡିଆନ ଓ୍ବେଲ୍ସ ଓ ମିଆମୀ ଓପନ୍‌ରୁ ଓହରି ଯାଇଛନ୍ତି। ୩୨ ବର୍ଷୀୟ ଖେଳାଳି ଆହତ ସମସ୍ୟାରୁ ସମ୍ପୂର୍ଣ୍ଣ ରୂପେ ମୁକୁଳିବା ପାଇଁ ଆହୁରି ସମୟ ଆବଶ୍ୟକ ଥିବା ଦର୍ଶାଇ ଉଭୟ ଟୁର୍ନାମେଣ୍ଟରୁ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।

ଦଳକୁ ଫେରିଲେ ଓ୍ବିଲିୟମସନ୍‌

ଦଳକୁ ଫେରିଲେ ଓ୍ବିଲିୟମସନ୍‌

ଅକ୍‌ଲାଣ୍ଡ, ୨।୩- ଚଳିତ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ର ୩ୟ ମ୍ୟାଚ୍‌ ପାଇଁ ନ୍ୟୁଜିଲାଣ୍ଡ ଦଳର ନିୟମିତ ଅଧିନାୟକ କେନ ଓ୍ବିଲିୟମସନ ଆହତ ସମସ୍ୟାରୁ ଦଳକୁ ଫେରିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ ପୂର୍ବରୁ ତାଙ୍କ ମାଂସପେଶୀ ଟାଣି ହୋଇଯାଇଥିଲା।

ମେକ୍ସିକାନ୍‌ ଓପନ୍‌: ସେମିରେ ଡେଲ ପୋର୍ଟୋ

ମେକ୍ସିକାନ୍‌ ଓପନ୍‌: ସେମିରେ ଡେଲ ପୋର୍ଟୋ

ଆକାପୁଲ୍କୋ(ମେକ୍ସିକୋ),୨।୩- ଆର୍ଜେଣ୍ଟନା ଖେଳାଳି ଜୁଆନ ମାର୍ଟିନ ଡେଲ ପୋର୍ଟୋ ଚଳିତ ମେକ୍ସିକାନ୍‌ ଓପନ୍‌ ଟେନିସ୍‌ ଟୁର୍ନାମେଣ୍ଟର ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ସେ କ୍ୱାର୍ଟର ଫାଇନାଲରେ ୬-୨, ୭-୬ ସେଟ୍‌ରେ ଡୋମିନିକ ଥିଏମଙ୍କୁ ପରାଜିତ କରିଛନ୍ତି।

ପାରା ସନ୍ତରଣକାରୀ ପ୍ରଶାନ୍ତ ବାସନ୍ଦ

ପାରା ସନ୍ତରଣକାରୀ ପ୍ରଶାନ୍ତ ବାସନ୍ଦ

ବାଙ୍ଗଲୋର,୧।୩- ପାରାଅଲିମ୍ପିକ୍‌ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ଗୁରୁବାର ପାରା ସନ୍ତରଣକାରୀ ପ୍ରଶାନ୍ତ କର୍ମାକାରଙ୍କୁ ୩ ବର୍ଷ ପାଇଁ ବାସନ୍ଦ କରିଛି। ଗତ ବର୍ଷ ଜୟପୁରଠାରେ ନ୍ୟାଶନାଲ ପାରା ସୁଇମିଂ ଇଭେଣ୍ଟ ବେଳେ ସେ ଜଣେ ମହିଳା ସନ୍ତରଣକାରୀଙ୍କ ଭିଡିଓ ଉତ୍ତୋଳନ କରିଥିଲେ।

ମେକ୍ସିକାନ ଓପନ୍‌: କ୍ୱାର୍ଟରରେ ଥିଏମ

ମେକ୍ସିକାନ ଓପନ୍‌: କ୍ୱାର୍ଟରରେ ଥିଏମ

ଆକାପୁଲ୍କୋ(ମେକ୍ସିକୋ),୧।୩(ଏଏଫ୍‌ପି)- ୩ୟ ସିଡ୍‌ ଅଷ୍ଟ୍ରିଆନ୍‌ ଖେଳାଳି ଡୋମିନିକ ଥିଏମ ଚଳିତ ମେକ୍ସିକାନ ଓପନ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗୁରୁବାର ଖେଳାଯାଇଥିବା ମୁକାବିଲାରେ ୬-୨, ୬-୩ ସେଟ୍‌ରେ କାନାଡାର ଡେନିସ୍‌ ଶାପୋଭାଲୋଭଙ୍କୁ ହରାଇଛନ୍ତି।

ଦେଓଧର ଟ୍ରଫିରୁ ଅଶ୍ୱିନ ବାଦ୍‌

ଦେଓଧର ଟ୍ରଫିରୁ ଅଶ୍ୱିନ ବାଦ୍‌

ନୂଆଦିଲ୍ଲୀ,୧।୩- ବରିଷ୍ଠ ଅପ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଦେଓଧର ଟ୍ରଫିରେ ଖେଳିବେ ନାହିଁ। ଚଳିତ ମାସ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାଠାରେ ହେବାକୁ ଥିବା ଟୁର୍ନାମେଣ୍ଟରୁ ଆହତ ସମସ୍ୟା କାରଣରୁ ଅଶ୍ୱିନ ବାଦ୍‌ ପଡ଼ିଛନ୍ତି।

ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌:  ପ୍ରଥମ ଦିନରେ ନେଦରଲାଣ୍ଡକୁ ୨ ସ୍ବର୍ଣ୍ଣ

ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌: ପ୍ରଥମ ଦିନରେ ନେଦରଲାଣ୍ଡକୁ ୨ ସ୍ବର୍ଣ୍ଣ

ଆପେଲ୍ଡୁର୍ନ (ନେଦରଲାଣ୍ଡ), ୧।୩- ଏଠାରେ ଆରମ୍ଭ ହୋଇଥିବା ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌ର ପ୍ରଥମ ଦିନରେ ଆୟୋଜକ ନେଦରଲାଣ୍ଡ ୨ଟି ସ୍ବର୍ଣ୍ଣ ସମେତ ମୋଟ ୩ ପଦକ ଜିତିଛି। ବୁଧବାର ପ୍ରତିଯୋଗିତାର ମହିଳା ଇଭେଣ୍ଟରେ କ୍ରିଷ୍ଟେନ ଓ୍ବାଇଲ୍ଡ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସୁଲତାନ ଆଜଲାନଶାହ କପ୍‌ ପାଇଁ ବିଶ୍ୱ ଅଫିସିଆଲ୍‌

ସୁଲତାନ ଆଜଲାନଶାହ କପ୍‌ ପାଇଁ ବିଶ୍ୱ ଅଫିସିଆଲ୍‌

ଭୁବନେଶ୍ୱର, ୧।୩(କ୍ରୀଡ଼ା ପ୍ରତିନିଧି)- ମାର୍ଚ୍ଚ ୩ରୁ ୧୦ ପର୍ଯ୍ୟନ୍ତ ମାଲେସିଆନରେ ସୁଲତାନ ଆଜଲାନଶାହ କପ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଫେଡେରେଶନ କପ୍‌ ଉପରେ ଦୂତୀଙ୍କ ନଜର

ଫେଡେରେଶନ କପ୍‌ ଉପରେ ଦୂତୀଙ୍କ ନଜର

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ମହିଳା ୧୦୦ ମିଟରରେ ଭାଗ ନେଇଥିବା ଭାରତର ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ନିଜ ଟାଇମିଂକୁ ନେଇ ସନ୍ତୁଷ୍ଟ ଅଛନ୍ତି।