Dharitri News

ଖେଳ

ଓଡ଼ିଶାର ଦ୍ୱିତୀୟ ବିଜୟ

ଓଡ଼ିଶାର ଦ୍ୱିତୀୟ ବିଜୟ

କଟକ ଅଫିସ,୧୨।୧ ରାଞ୍ଚି ଜେଏସ୍‌ସିଏ ଅନ୍ତର୍ଜାତୀୟ ସ୍ପୋର୍ଟସ କମ୍ପ୍ଲେକ୍ସରେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ପୂର୍ବାଞ୍ଚଳ ଲିଗ୍‌ର ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ଓଡ଼ିଶା ୭୨ରନ୍‌ରେ ତ୍ରିପୁରାକୁ ପରାସ୍ତ କରିଛି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୪ଟି ଉଇକେଟ ହାସଲ କରି ଦଳ ବିଜୟର ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରତିଯୋଗିତାରେ ଓଡ଼ିଶାର ଏହା ଦ୍ୱିତୀୟ ବିଜୟ। ପ୍ରଥମ ମ୍ୟାଚ୍‌ରେ ବେଙ୍ଗଲଠାରୁ ପରାସ୍ତ ହେବା ପରେ ଗତ ବୁଧବାର ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍‌ରେ ଦଳ ଆସାମକୁ ହରାଇଥିଲା।

ଉନ୍ନତ ପ୍ରଦର୍ଶନ ଆଶାରେ ଟିମ୍‌ ଇଣ୍ଡିଆ

ଉନ୍ନତ ପ୍ରଦର୍ଶନ ଆଶାରେ ଟିମ୍‌ ଇଣ୍ଡିଆ

ସେଞ୍ଚୁରିଅନ, ୧୨।୧(ପି.ଟି.)- ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଶନିବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟରେ ପରାଜିତ ହୋଇଥିବା ଭାରତ ଆଗାମୀ ମ୍ୟାଚରେ ଉନ୍ନତ ପ୍ରଦର୍ଶନ ଆଶାରେ ରହିଛି।

ୟୁକି ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ରର ନିକଟତର

ୟୁକି ଅଷ୍ଟ୍ରେଲିଆନ ଓପନ ମୁଖ୍ୟ ଡ୍ରର ନିକଟତର

ମେଲବୋର୍ନ, ୧୨।୧(ପି.ଟି.)- ପ୍ରଭାବୀ ପ୍ରଦର୍ଶନ ଜାରି ରଖି ଭାରତର ୟୁକି ଭାମ୍ବ୍ରି ଅଷ୍ଟ୍ରେଲିଆନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମୁଖ୍ୟ ଡ୍ରର ନିକଟତର ହୋଇଛନ୍ତି।

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ଆଜିଠାରୁ

୧୯ ବର୍ଷରୁ କମ୍‌ କ୍ରିକେଟ ବିଶ୍ୱକପ ଆଜିଠାରୁ

ଖ୍ରୀଷ୍ଟଚର୍ଚ୍ଚ, ୧୨।୧(ପି.ଟି.)- ଆଇସିସି ୧୯ ବର୍ଷରୁ କମ୍‌ ବିଶ୍ୱକପ ଏଠାରେ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଅନ୍ତର୍ଜାତୀୟ କ୍ରିକେଟରେ ଭବିଷ୍ୟତର ତାରକାଙ୍କ ମଧ୍ୟରେ ଏଥିରେ ମୁକାବିଲା ହେବ। ୩ ଥର ଚାମ୍ପିୟନ ଭାରତ ସମେତ ମୋଟ ୧୬ଟି ଦଳ ଏହି ଜୁନିୟର ମେଗା ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ।

ଏସିଆନ ଇନ୍‌ଡୋର ଆଥଲେଟିକ୍ସ: ଭାରତୀୟ ଦଳରେ ଦୂତୀ ସାମିଲ

ଏସିଆନ ଇନ୍‌ଡୋର ଆଥଲେଟିକ୍ସ: ଭାରତୀୟ ଦଳରେ ଦୂତୀ ସାମିଲ

ନୂଆଦିଲ୍ଲୀ, ୧୨।୧(ପି.ଟି.)- ଇରାନର ତେହେରାନଠାରେ ଫେବୃୟାରୀ ୧ରୁ ୩ ପର୍ଯ୍ୟନ୍ତ ଏସିଆନ ଇନ୍‌ଡୋର ଆଥଲେଟିକ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଶୁକ୍ରବାର ଘୋଷିତ ୧୩ ଜଣିଆ ଭାରତୀୟ ଦଳରେ ସ୍ପ୍ରିଣ୍ଟ କୁଇନ ଓଡ଼ିଶାର ଦୂତୀ ଚାନ୍ଦ ସାମିଲ ହୋଇଛନ୍ତି।

ସେମିରେ ପ୍ରଗତି ସ୍ପୋର୍ଟିଂ

ସେମିରେ ପ୍ରଗତି ସ୍ପୋର୍ଟିଂ

ନିମାପଡ଼ା, ୧୧।୧(ଡି.ଏନ୍‌.ଏ.) ନିମାପଡ଼ା କ୍ରିକେଟ୍‌ ଆସୋସିଏଶନ୍‌ ପକ୍ଷରୁ ସ୍ଥାନୀୟ ବାରବାଟୀ ମିନି ଷ୍ଟାଡିୟମ୍‌ରେ ଚାଲିଥିବା ୯ମ ସର୍ବଭାରତୀୟ ନିମାପଡ଼ା କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟରେ ପ୍ରଗତି ସ୍ପୋର୍ଟିଂ ସେମିଫାଇନାଲରେ ପ୍ରବେଶ କରିଛି। ଗୁରୁବାର ଅନୁଷ୍ଠିତ ଅନ୍ତିମ କ୍ୱାର୍ଟର ଫାଇନାଲ୍‌ରେ ଦିଲ୍ଲୀର କିଙ୍ଗ୍‌ସ ଗୁରୁଗ୍ରାମକୁ ୨୫୫ ରନ୍‌ର ବୃହତ୍‌ ବ୍ୟବଧାନରେ ପ୍ରଗତି ସ୍ପୋର୍ଟିଂ ହରାଇ ଦେଇଛି।

ଗେଲ୍‌ ରଫ୍‌ତାର ସିଜନ-୩ ଆରମ୍ଭ

ଗେଲ୍‌ ରଫ୍‌ତାର ସିଜନ-୩ ଆରମ୍ଭ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି) ଅଲିମ୍ପିକ୍ସରେ ଆଥଲେଟିକ୍ସ ଇଭେଣ୍ଟରୁ ସ୍ବର୍ଣ୍ଣ ପଦକ ହାସଲକୁ ଦୃଷ୍ଟିରେ ରଖି ତୃଣମୂଳ ସ୍ତରରୁ ପ୍ରତିଭା ଚୟନ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ଗେଲ୍‌ ରଫ୍‌ତାର କାର୍ଯ୍ୟକ୍ରମର ଇତିମଧ୍ୟରେ ୩ୟ ସିଜନରେ ପହଞ୍ଚିଛି।

ରାଇଜିଂ ଷ୍ଟୁଡେଣ୍ଟ ଫାଇନାଲରେ

ଭଣ୍ଡାରିପୋଖରୀ, ୧୧।୧(ଡି.ଏନ.ଏ.) ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ରଘୁନାଥପୁର ଖେଳ ପଡିଆରେ ଚାଲିଥିବା ଏକାଦଶ ବାର୍ଷିକ ଅଦ୍ୱୈତ ନାୟକ ମେମୋରିଆଲ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକର ବିଶ୍ୱଭାରତୀକୁ ରାଇଜିଂ ଷ୍ଟୁଡେଣ୍ଟ ପରାସ୍ତ କରିଛି।

ଜାତୀୟ ତାଇକୋଣ୍ଡୋ ଚମ୍ପିୟନଶିପ: ୮ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ତୃତୀୟ ସ୍ଥାନରେ ଟିମ୍‌ ଓଡ଼ିଶା

ଜାତୀୟ ତାଇକୋଣ୍ଡୋ ଚମ୍ପିୟନଶିପ: ୮ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୧୨ ବ୍ରୋଞ୍ଜ ସହ ତୃତୀୟ ସ୍ଥାନରେ ଟିମ୍‌ ଓଡ଼ିଶା

ଭଦ୍ରକ ଅଫିସ,୧୧।୧ - ରବିବାର ରାତିରେ କଲିକତାର ଇଡ଼େନ ଗାର୍ଡ଼େନସ୍ଥିତ ଶହୀଦ ଖୁଦିରାମ ଇନ୍‌ଡ଼ୋର୍‌ ହଲ୍‌ରେ ତାଇକୋଣ୍ଡୋ ଫେଡ଼େରେଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ଆୟୋଜିତ ୩୭ତମ ଜାତୀୟ ତାଇକୋଣ୍ଡୋ ଚମ୍ପିୟନଶିପ୍‌ ଉଦ୍‌ଯାପିତ ହୋଇଛି।

କୋମାରେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟୀ ସାଇକ୍ଲିଷ୍ଟ

କୋମାରେ ଅଲିମ୍ପିକ୍‌ ରୌପ୍ୟ ପଦକ ବିଜୟୀ ସାଇକ୍ଲିଷ୍ଟ

ହଗ୍‌, ୧୧।୧(ଏଏଫ୍‌ପି)- ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ବିଜୟୀ ହୋଇଥିବା ଡଚ୍‌ ସାଇକ୍ଲିଷ୍ଟ ଜେଲେ ଭାନ୍‌ ଗୋର୍କୋମ ବୁଧବାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇ କୋମାକୁ ଚାଲିଯାଇଛନ୍ତି।

ତିନିବର୍ଷ ପରେ ଦଳକୁ ଫେରିଲେ ହ୍ବାଇଟ୍‌

ତିନିବର୍ଷ ପରେ ଦଳକୁ ଫେରିଲେ ହ୍ବାଇଟ୍‌

ମେଲବୋର୍ନ, ୧୧।୧(ଏପି)- ଇଂଲଣ୍ଡ ବିପକ୍ଷ ଆଗାମୀ ୫ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ଲାଗି ଭେଟେରାନ ବ୍ୟାଟ୍ସମ୍ୟାନ କାମେରୁନ ହ୍ବାଇଟ୍‌ଙ୍କୁ ଅଷ୍ଟ୍ରେଲିଆ ଦଳରେ ସାମିଲ କରାଯାଇଛି। ଆହତ ଥିବା କ୍ରିସ୍‌ ଲିନ୍‌ଙ୍କ ସ୍ଥାନରେ ହ୍ବାଇଟ୍‌ ଦଳରେ ସ୍ଥାନ ପାଇଛନ୍ତି।

ସିଡ୍‌ନୀ ଇଣ୍ଟରନ୍ୟାଶନାଲ ସେମିରେ ହାରିଲେ ବୋପାନ୍ନା

ସିଡ୍‌ନୀ ଇଣ୍ଟରନ୍ୟାଶନାଲ ସେମିରେ ହାରିଲେ ବୋପାନ୍ନା

ସିଡ୍‌ନୀ, ୧୧।୧(ପି.ଟି.)- ଭାରତୀୟ ଟେନିସ ତାରକା ରୋହନ ବୋପାନ୍ନା ଓ ତାଙ୍କ ଫ୍ରାନ୍ସ ଯୋଡ଼ିଦାର ଏଡୁରାଡ୍‌ ରୋଜର-ଭାସେଲିନ ଏଠାରେ ଚାଲିଥିବା ଏଟିପି ସିଡ୍‌ନୀ ଇଣ୍ଟରନ୍ୟାଶନାଲ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ଭାରତ ବିଜୟୀ

ଦୃଷ୍ଟିହୀନ କ୍ରିକେଟ ବିଶ୍ୱକପ୍‌: ଭାରତ ବିଜୟୀ

ନୂଆଦିଲ୍ଲୀ,୧୧ା୧(ପି.ଟି.)- ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ପଞ୍ଚମ ଦୃଷ୍ଟିହୀନ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ବୁଧବାର ଭାରତ ୬ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

ହକି ଗାଙ୍ଗପୁର ବିଜୟୀ

ହକି ଗାଙ୍ଗପୁର ବିଜୟୀ

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ହିସାରଠାରେ ଆରମ୍ଭ ହୋଇଥିବା ଜାତୀୟ ସବ୍‌ଜୁନିୟର (ବାଳିକା) ଡିଭିଜନ-ଏ ହକି ଚାମ୍ପିୟନଶିପ୍‌ରେ ହକି ଗାଙ୍ଗପୁର-ଓଡ଼ିଶା ବିଜୟ ସହ ଅଭିଯାନ ଆରମ୍ଭ କରିଛି।

ବେଙ୍ଗଲ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌

ବେଙ୍ଗଲ ଚାମ୍ପିୟନ, ଓଡ଼ିଶା ରନର୍ସଅପ୍‌

ଭୁବନେଶ୍ୱର, ୧୦।୧(କ୍ରୀଡ଼ା ପ୍ରତିନିଧି)- ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ପୂର୍ବାଞ୍ଚଳ ଅଡିଟ୍‌ ଆଣ୍ଡ ଆକାଉଣ୍ଟ୍ସ କ୍ରିକେଟ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଛି।

ଓଡ଼ିଶାର ପ୍ରଥମ ବିଜୟ

କଟକ ଅଫିସ,୧୦ା୧- ରାଞ୍ଚତ୍ ଜେଏସ୍‌ସିଏ ଅନ୍ତର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ପୂର୍ବାଞ୍ଚଳ ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚ୍‌ରେ ଓଡ଼ିଶା ୫୧ରନ୍‌ରେ ଆସାମକୁ ପରାସ୍ତ କରିଛି। ଓଡ଼ିଶାର ୧୨୮ରନ୍‌ ଜବାବରେ ଆସାମ ମାତ୍ର ୭୭ରନ୍‌ରେ ଅଲଆଉଟ୍‌ ହୋଇ ଯାଇଥିଲା।

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ

ବାଙ୍ଗାଲୋର,୧୦ା୧(ପି.ଟି.)- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କ ବଡ଼ପୁଅ ସମିତ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରନ୍‌ ହାରରେ ବ୍ରାଡ୍‌ମ୍ୟାନଙ୍କ ଆଗରେ ଆଫଗାନୀ ବ୍ୟାଟ୍ସମ୍ୟାନ

ରନ୍‌ ହାରରେ ବ୍ରାଡ୍‌ମ୍ୟାନଙ୍କ ଆଗରେ ଆଫଗାନୀ ବ୍ୟାଟ୍ସମ୍ୟାନ

ଅକ୍‌ଲାଣ୍ଡ, ୧୦।୧- କ୍ରମାଗତ ଭାବେ ଆଫଗାନିସ୍ତାନ କ୍ରିକେଟର ଉନ୍ନତି ହେବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ନିଜଠାରୁ ବେଶ ଶକ୍ତିଶାଳୀ ଦଳକୁ ଚକିତ କରିବା ପରେ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ସ୍ଥାନ ପାଇଥିବା ବାହିର ଶାହ ରନ୍‌ ହାରରେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି।

ବିଏଫ୍‌ଆଇ ଇସିରେ ଯୋଗଦେବେ ସରିତା

ବିଏଫ୍‌ଆଇ ଇସିରେ ଯୋଗଦେବେ ସରିତା

ନୂଆଦିଲ୍ଲୀ, ୧୦।୧ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ୍‌ ତଥା ଏସିଆନ୍‌ ଚାମ୍ପିୟନ୍‌ ମହିଳା ବକ୍ସର ଏଲ. ସରିତା ଦେବୀ ଅନ୍ତର୍ଜାତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ର କାର୍ଯ୍ୟକରିଣୀ ପରିଷଦରେ ଯୋଗଦେବେ। ଭାରତୀୟ ବକ୍ସିଂ ମହାସଂଘର ମହିଳା ପ୍ରତିନିଧି ଭାବେ ସେ ବୁଧବାର ନିର୍ବାଚିତ ହୋଇଛନ୍ତି।

ଆଞ୍ଚଲ ଠାକୁରଙ୍କୁ  ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଆଞ୍ଚଲ ଠାକୁରଙ୍କୁ ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଚଣ୍ଡିଗଡ଼, ୧୦।୧(ପି.ଟି.)- ମନାଲି ବାସିନ୍ଦା ଆଞ୍ଚଲ ଠାକୁର ମଙ୍ଗଳବାର ଇତିହାସ ସୃଷ୍ଟି କରିଛନ୍ତି। ୨୧ ବର୍ଷୀୟା ଖେଳାଳି ପ୍ରଥମ ଭାରତୀୟ ଭାବେ କୌଣସି ଅନ୍ତର୍ଜାତୀୟ ସ୍କିଙ୍ଗ ଇଭେଣ୍ଟରେ ପଦକ ଜିତିଛନ୍ତି। ତୁର୍କୀର ଇର୍ଜୁରୁମସ୍ଥିତ ପାଲାଣ୍ଡୋକେନ ସ୍କି କେନ୍ଦ୍ରଠାରେ ଅନ୍ତର୍ଜାତୀୟ ସ୍କିଙ୍ଗ ମହାସଂଘ ପକ୍ଷରୁ ଚାଲିଥିବା ଆଲପିନେ ଇଜଦେର ୩୨୦୦ କପ୍‌ ଟୁର୍ନାମେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିଣି ଏହି ସଫଳତା ପାଇଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ଭୁବନେଶ୍ୱର

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ଭୁବନେଶ୍ୱର

କେପ୍‌ ଟାଉନ୍‌,୯ା୧(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ସୁଇଙ୍ଗ ବୋଲର ଭୁବନେଶ୍ୱର କୁମାର ୮ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୨୨ତମ ସ୍ଥାନ ଅଧିକାର କରିଛନ୍ତି। କେପଟାଉନ୍‌ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ବୋଲିଂ ତାଲିକାରେ ଲମ୍ବ ଡିଆଁ ମାରିଛନ୍ତି।

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

କଲମ୍ବୋ, ୯।୧(ଏଏଫ୍‌ପି)- ଛ’ ମାସର ବ୍ୟବଧାନ ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ପୁଣିଥରେ ଜାତୀୟ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ପଦକୁ ଫେରିଛନ୍ତି। ଚଳିତ ମାସ ଶେଷଭାଗରେ ବାଂଲାଦେଶରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ସିରିଜ ଲାଗି ମଙ୍ଗଳବାର ୧୬ ଜଣିଆ ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି।

ଡୋପିଂ ମାମଲାରେ ୟୁସୁଫ ପଠାନ ବାସନ୍ଦ

ଡୋପିଂ ମାମଲାରେ ୟୁସୁଫ ପଠାନ ବାସନ୍ଦ

ନୂଆଦିଲ୍ଲୀ, ୯।୧(ପି.ଟି.)- ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ୫ ମାସ ଲାଗି ବାସନ୍ଦ କରିଛି।

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ନେଲସନ, ୯।୧(ଏଏଫ୍‌ପି)- ଏଠାରେ ମଙ୍ଗଳବାର ଅନୁଷ୍ଠିତ ବର୍ଷାବାଧା ପ୍ରାପ୍ତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡିଏଲ୍‌ ପଦ୍ଧତିରେ ୮ ଉଇକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।