ଖେଳ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କଲେ ରସିଦ

କଲିକତା,୨୬।୫- ନିକଟରେ ଆଫଗାନିସ୍ତାନ କ୍ରିକେଟ ମ୍ୟାଚ୍‌ବେଳେ ଷ୍ଟାଡିୟମ୍‌ରେ ଘଟିଥିବା ବିସ୍ଫୋରଣରେ ୮ ଜଣ ପ୍ରାଣ ହରାଇଥିଲେ। ସେମାନଙ୍କ ପାଇଁ ସନରାଇର୍ଜ ହାଇଦ୍ରାବାଦ ପକ୍ଷରୁ ଖେଳୁଥିବା ରସିଦ ଖାଁ ମ୍ୟାନ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଉତ୍ସର୍ଗ କରିଛନ୍ତି।

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ଏସିଆନ୍‌ ଗେମ୍ସରୁ ବାଦ୍‌ ପଡ଼ିପାରନ୍ତି ବବିତା ଫୋଗତ

ନୂଆଦିଲ୍ଲୀ,୨୬।୫- ଜାତୀୟ ରେଶଲିଂ ଶିବିରରେ ଗୀତା, ରିତୁ ଓ ସଙ୍ଗୀତା ଫୋଗତଙ୍କୁ ଅଂଶଗ୍ରହଣ କରିବାକୁ ଅନୁମତି ମିଳିଛି। କିନ୍ତୁ ବବିତା ଫୋଗତଙ୍କୁ ବାଦ୍‌ ଦିଆଯାଇଛି। ତାଙ୍କୁ ବିଶୃଙ୍ଖଳା ଆଚରଣ ପାଇଁ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପକ୍ଷରୁ ବାସନ୍ଦ କରାଯାଇଛି।

ଚଳିତ ଆଇପିଏଲ୍‌ରେ ଇଡେନ ଗାର୍ଡେନ ଶ୍ରେଷ୍ଠ ଗ୍ରାଉଣ୍ଡ

କଲିକତା,୨୬।୫(ପି.ଟି.)- କଲିକତା ନାଇଟ ରାଇଡର୍ସ (କେକେଆର) ଦଳ ଚଳିତ ଆଇପିଏଲ୍‌ରେ ଅଭିଯାନ ଶେଷ କରିସାରିଛି। କିନ୍ତୁ ଏହାର ହୋମ ଭେନ୍ୟୁକୁ ଚଳିତ ଆଇପିଏଲର ଶ୍ରେଷ୍ଠ ଗ୍ରାଉଣ୍ଡ ମାନ୍ୟତା ମିଳିଛି। ଏ ନେଇ ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଟୁଇଟରରେ ପ୍ରକାଶ କରି ଗ୍ରାଉଣ୍ଡ ଷ୍ଟାଫ୍‌ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଜାତୀୟ ମହିଳା ହକି ଶିବିରରେ ୬ ଓଡ଼ିଆ

ନୂଆଦିଲ୍ଲୀ,୨୬।୫(ପି.ଟି.)- ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଚଳିତ ମାସ ୨୮ରୁ ଜୁନ ୯ ତାରିଖ ପର୍ଯ୍ୟନ୍ତ ଜାତୀୟ ସିନିୟର ମହିଳା ହକି ଶିବିରରେ ଆୟୋଜନ କରାଯାଉଛି। ଏହି ଶିବିରରେ ଯୋଗ ଦେବା ପାଇଁ ଘୋଷିତ ୪୮ ଜଣ ଖେଳାଳିଙ୍କ ତାଲିକାରେ ୬ ଓଡ଼ିଆଙ୍କ ନାମ ରହିଛି।

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

‘ଡିଭିଲର୍ସଙ୍କ ଅବସର କ୍ରିକେଟ ପାଇଁ ବୃହତ କ୍ଷତି’

ନୂଆଦିଲ୍ଲୀ,୨୬।୫- ଆର୍ବାହମ ବେଞ୍ଜାମିନ ଡିଭିଲର୍ସ ଗତ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ତାଙ୍କ ଅବସର କ୍ରିକେଟ ପାଇଁ ଏକ ବଡ଼ କ୍ଷତି ଥିବା କହିଛନ୍ତି ଭାରତୀୟ ଦଳର ପ୍ରାକ୍ତନ କୋଚ୍‌ ଅନୀଲ କୁମ୍ବଲେ।

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଇଂଲଣ୍ଡ ଗସ୍ତରୁ ବାବର ବାଦ୍‌

ଲଣ୍ଡନ,୨୬।୫- ଚଳିତ ଇଂଲଣ୍ଡ ବିପକ୍ଷ ଗସ୍ତରୁ ପାକିସ୍ତାନ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ବାବର ଆଜାମ ବାଦ୍‌ ପଡ଼ିଛନ୍ତି। ଲଡର୍‌ସଠାରେ ଚାଲିଥିବା ଟେଷ୍ଟର ୨ୟ ଦିବସରେ ୨୩ ବର୍ଷୀୟ ବ୍ୟାଟ୍ସମ୍ୟାନ ଆହତ ହୋଇଛନ୍ତି।

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ତୀରନ୍ଦାଜୀ ବିଶ୍ୱକପ୍‌: ଭାରତକୁ ଡବଲ ପଦକ

ଆଣ୍ଟାଲ୍ୟା,୨୬।୫(ପି.ଟି.)- ଏଠାରେ ଆରମ୍ଭ ହୋଇଥିବା ତୀରନ୍ଦାଜୀ ବିଶ୍ୱକପ୍‌ ୨ୟ ପର୍ଯ୍ୟାୟରେ ଭାରତ ଡବଲ ପଦକ ସହ ଅଭିଯାନ ଆରମ୍ଭ କରିଛି। ଭାରତୀୟ ମହିଳା କମ୍ପାଉଣ୍ଡ ଦଳ ରୌପ୍ୟ ପଦକ ଜିତିଥିବା ବେଳେ ଅଭିଷେକ ବର୍ମା ଓ ଜ୍ୟୋତିଙ୍କୁ ନେଇ ଗଠିତ ମିକ୍ସଡ୍‌ ଯୋଡ଼ି ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରାଜନେଶ ବିଫଳ

ପ୍ରାଜନେଶ ବିଫଳ

ପ୍ୟାରିସ,୨୫।୫(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ପ୍ରାଜନେଶ ଗୁଣେଶ୍ୱରନଙ୍କୁ କୌଣସି ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ଆହୁରି ଅପେକ୍ଷା କରିବାକୁ ପଡ଼ିବ। ସେ ଆଗାମୀ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ରାଉଣ୍ଡକୁ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି।

ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି: ଜାତୀୟ ଶିବିରରେ ଯୋଗଦେବେ ୪ ଓଡ଼ିଆ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନେଦରଲାଣ୍ଡର ବ୍ରେଡାଠାରେ ହେବାକୁ ଥିବା ଏଫ୍‌ଆଇଏଚ୍‌ ଚାମ୍ପିୟନ୍ସ ଟ୍ରଫି ଟୁର୍ନାମେଣ୍ଟ ପାଇଁ ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ପ୍ରସ୍ତୁତି ଶିବିର ଆରମ୍ଭ ହେବ। ଆସନ୍ତା ୨୮ ତାରିଖରୁ ହେବାକୁ ଥିବା ଜାତୀୟ ଶିବିରରେ ଯୋଗଦେବା ପାଇଁ ୪୮ ଜଣଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

ଓ୍ବେଷ୍ଟ ଇଣ୍ଡିଜ୍‌ ଦଳରେ ଡେଭୋନ ସ୍ମିଥ

କିଙ୍ଗ୍‌ଷ୍ଟନ,୨୫।୫- ଦୀର୍ଘ ବର୍ଷର ବ୍ୟବଧାନ ପରେ ବାମହାତୀ ବ୍ୟାଟ୍ସମ୍ୟାନ ଡେଭୋନ ସ୍ମିଥ୍‌ ଜାତୀୟ ଦଳକୁ ଫେରିଛନ୍ତି। ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ୩ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ଘୋଷିତ ୧୩ ଜଣିଆ ଓ୍ବେଷ୍ଟଇଣ୍ଡିଜ୍‌ ଦଳରେ ତାଙ୍କୁ ସ୍ଥାନ ମିଳିଛି। ଚଳିତ ଘରୋଇ ଟୁର୍ନାମେଣ୍ଟରେ ଉନ୍ନତ ପ୍ରଦର୍ଶନ କାରଣରୁ ତାଙ୍କ ଜାତୀୟ ଦଳରୁ ଡାକରା ମିଳିଛି।

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ ସ୍ମିଥ୍‌

ମେଲବୋର୍ନ,୨୫।୫(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟରୁ ବାସନ୍ଦ ହୋଇଥିବା ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଷ୍ଟିଭ ସ୍ମିଥ କାନାଡିଆନ୍‌ ଟି୨୦ ଲିଗ୍‌ରେ ଖେଳିବେ। ଏହି ଟି୨୦ ଲିଗ୍‌ ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ।

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନିପା ଭୟ: ବଦଳିଲା ଶୁଟିଂ ଇଭେଣ୍ଟ ଭେନ୍ୟୁ

ନୂଆଦିଲ୍ଲୀ,୨୫।୫(ପି.ଟି.)- ନିପା ଭୂତାଣୁ ଯୋଗୁ କେରଳରେ ଭୟ ଲାଗି ରହିଛି। ଏହି କାରଣରୁ ୧୮ତମ କୁମାର ସୁରେନ୍ଦ୍ର ସିଂ ମେମୋରିଆଲ ଚାମ୍ପିୟନ୍‌ଶିପ୍‌ ଇଭେଣ୍ଟର ଭେନ୍ୟୁ ପରିବର୍ତ୍ତନ କରାଯାଇଛି। ଏହି ଇଭେଣ୍ଟ କେରଳ ବଦଳରେ ଦିଲ୍ଲୀଠାରେ ଜାତୀୟ ଶୁଟିଂ ମହାସଂଘ ପକ୍ଷରୁ ଆୟୋଜିତ ହେବ।

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

ଶ୍ରୀଲଙ୍କା କ୍ରିକେଟରଙ୍କ ପିତାଙ୍କୁ ହତ୍ୟା

କଲମ୍ବୋ,୨୫।୫(ଏଏଫ୍‌ପି)- ଶ୍ରୀଲଙ୍କା ଦଳର ଅଲରାଉଣ୍ଡର ଧନଞ୍ଜୟ ଡି ସିଲଭାଙ୍କ ପିତାଙ୍କୁ ଗୁରୁବାର ହତ୍ୟା କରାଯାଇଛି। ଶ୍ରୀଲଙ୍କା ଦଳ ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତ ବେଳେ ଜଣେ ବନ୍ଧୁକଧାରୀ ଦୃବୁତ୍ତ ଧନଞ୍ଜୟଙ୍କ ପିତାଙ୍କୁ ହତ୍ୟା କରିଥିବା ସ୍ଥାନୀୟ ପୋଲିସ ପକ୍ଷରୁ କୁହାଯାଇଛି।

କାଉଣ୍ଟି କ୍ଲବ ସରେ ଦୁଃଖତ

ଲଣ୍ଡନ,୨୫।୫- ଭାରତୀୟ ଅଧିନାୟକ ବିରାଟ କୋହଲି ଚଳିତ ସିଜନରେ କାଉଣ୍ଟି କ୍ରିକେଟ ଖେଳିବେ ନାହିଁ। ଏ ନେଇ ସରେ କ୍ରିକେଟ କ୍ଲବ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ”ବିରାଟଙ୍କୁ ଦେଖିବା ପାଇଁ ଇଚ୍ଛୁକ ଦର୍ଶକଙ୍କୁ ଟିକେଟ୍‌ର ଅର୍ଥରାଶି ଫେରସ୍ତ କରାଯାଉ“ ବୋଲି କ୍ଲବର ହୋମ ପେଜରେ ଲେଖାଯାଇଛି।

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ଫ୍ରେଞ୍ଚ ଓପନ୍‌: ମହିଳା ଡବଲ୍ସରେ ଖେଳିବେ ଓ୍ବିଲିୟମ୍ସ ଭଉଣୀ

ପ୍ୟାରିସ,୨୫।୫(ଏପି)- ସେରେନା ଓ ଭେନସ ଓ୍ବିଲିୟମ୍ସ ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟରେ ମହିଳା ଡବଲ୍ସ ବର୍ଗରେ ଖେଳିବେ। ଏ ନେଇ ଫ୍ରେଞ୍ଚ ଓପନ ଟୁର୍ନାମେଣ୍ଟ ଆୟୋଜକ ଶୁକ୍ରବାର ଘୋଷଣା କରିଛନ୍ତି।

ରାଜ୍ୟ ପୋଲିସ କବାଡ଼ି, ହ୍ୟାଣ୍ଡବଲ: କଟକ ଓଏସ୍‌ଏପି ଚାମ୍ପିୟନ

କଟକ ଅଫିସ,୨୫।୫- ଓଏମ୍‌ପିସ୍ଥିତ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଖେଳ ପଡ଼ିଆରେ ଚାଲିଥିବା ୭୫ତମ ରାଜ୍ୟ ପୋଲିସ କବାଡ଼ି ଓ ୭ମ ହ୍ୟାଣ୍ଡବଲ ପ୍ରତିଯୋଗିତାର ଉଭୟ ଫାଇନାଲ ମ୍ୟାଚ୍‌ ଗୁରୁବାର ଖେଳାଯାଇଛି। ଆୟୋଜକ କଟକ ଓଏସ୍‌ଏପି ୬ଷ୍ଠ ବାଟାଲିୟନ ଉଭୟ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛି । କବାଡ଼ି ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୫୭-୩୩ ପଏଣ୍ଟରେ ସମ୍ବଲପୁର ଜିଲା ଦଳକୁ ପରାସ୍ତ କରି ଚାମ୍ପିୟନ ହୋଇଛି । ଏହି ପ୍ରତିଯୋଗିତାର ୩ୟ ସ୍ଥାନ ନିମନ୍ତେ ଓଡ଼ିଶା ଫାୟାର ସର୍ଭିସ ଓ ଦେଓଗଡ଼ ୪ର୍ଥ ଆଇଆର ବାଟାଲିୟନ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ଫାୟାର ସର୍ଭିସ ଦଳ ୩୮-୩୧ ପଏଣ୍ଟରେ ବିଜୟୀ ହୋଇ ୩ୟ ସ୍ଥାନରେ ରହିଛି । ସଂଘର୍ଷପୂର୍ଣ୍ଣ ହୋଇଥିବା ହ୍ୟାଣ୍ଡବଲ ପ୍ରତିଯୋଗିତାର ଫାଇନାଲରେ କଟକ ଓଏସ୍‌ଏପି ୩୬-୩୫ ପଏଣ୍ଟରେ ଢ଼େଙ୍କାନାଳ ଓଏସ୍‌ଏପି ୧ମ ବାଟାଲିୟନକୁ ହରାଇ ଚାମ୍ପିୟନ ହୋଇଛି। ଓଡ଼ିଶା ଫାୟାର ସର୍ଭିସ ୩୧-୨୪ ପଏଣ୍ଟରେ କେନ୍ଦୁଝରକୁ ହରାଇ ୩ୟ ସ୍ଥାନରେ ରହିଛି। ଶୁକ୍ରବାର ଅପରାହ୍ନରେ ପୁରସ୍କାର ବିତରଣୀ ଉତ୍ସବ ଅନୁଷ୍ଠିତ ହେବ ।

ଇସ୍ତାନବୁଲ ଆୟୋଜନ କରିବ ୨୦୨୦ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ

କିଏଭ୍‌, ୨୫।୫(ପି.ଟି.)- ୨୦୨୦ ଇସ୍ତାନବୁଲ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଏଥର ଇସ୍ତାନବୁଲରେ ଆୟୋଜନ ହେବ। ଇସ୍ତାନବୁଲର ଅଟାଟର୍କ ଷ୍ଟାଡିୟମରେ ଏହି ଲିଗ୍‌ ଖେଳାଯିବ ବୋଲି ୟୁଇଏଫ୍‌ଏ ଅଧ୍ୟକ୍ଷ ଅଲେକଜାଣ୍ଡର ସେଫେରିନ୍‌ ସୂଚନା ଦେଇଛନ୍ତି। ଏହି ଷ୍ଟାଡିୟମରେ ୭୬, ୦୦୦ ଦର୍ଶକ ବସିବାର ସୁବିଧା ରହିଛି। ଏହି ଷ୍ଟାଡିୟମରେ ୨୦୦୫ରେ ଚାମ୍ପିୟନ୍ସ ଲିଗ୍‌ ଫାଇନାଲ ଖେଳାଯାଇଥିଲା। ଏଥିରେ ଲିଭରପୁଲ ପେନାଲ୍ଟି ମାଧ୍ୟମରେ ୩-୦ ଗୋଲରେ ଏସି ମିଲାନକୁ ପରାସ୍ତ କରି ବିଜୟୀ ହୋଇଥିଲା। ଫାଇନାଲ ଖେଳାଯିବାକୁ ଥିବା ଆୟୋଜକ ସହରରେ ବିଭିନ୍ନ ଆନୁଷଙ୍ଗିକ ଭିତ୍ତିଭୂମି ଉପଲବ୍ଧ ହେବା ନେଇ ୟୁଇଏଫ୍‌ଏ ବେଶ୍‌ ଚାପରେ ଥିଲା। ହୋଟେଲ, ବିମାନବନ୍ଦର ଓ ପ୍ରଶଂସକ, ଅତିଥି ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସୁବିଧା ପାଇଁ ଅନ୍ୟାନ୍ୟ ଭିତ୍ତିଭୂମି ନେଇ ୟୁଇଏଫ୍‌ଏ ଏବେଠାରୁ ବେଶ୍‌ ତତ୍ପର ହୋଇଛି। ଫଳରେ ଏହି ହାଇପ୍ରୋଫାଇଲ ମ୍ୟାଚ ଇସ୍ତାନବୁଲରେ ଖେଳାଯିବ ବୋଲି ୟୁଇଏଫଏ ତରଫରୁ ସ୍ପଷ୍ଟ କରାଯାଇଛି।

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ପ୍ରଥମ ଟେଷ୍ଟ: ଇଂଲଣ୍ଡର ବ୍ୟାଟିଂ ବିପର୍ଯ୍ୟୟ

ଲଣ୍ଡନ, ୨୫।୫ (ପି.ଟି.)- ସ୍ଥାନୀୟ ଲଡର୍‌ସ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମ ଇନିଂସ ଆରମ୍ଭ କରି ଇଂଲଣ୍ଡ ନିୟମିତ ବ୍ୟବଧାନରେ ଉଇକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୫୮.୨ ଓଭରରେ ମାତ୍ର ୧୮୪ ରନ କରି ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଇନିଂସ ଆରମ୍ଭ କରି ପାକିସ୍ତାନ ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ୨୩ ଓଭରରେ ୧ ଉଇକେଟ ହରାଇ ୫୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନ ୯ ଉଇକେଟ ହାତରେ ରଖି ୧୩୪ ରନ ପଛରେ ରହିଛି। ଷ୍ଟମ୍ପ ଅପସାରଣ ବେଳକୁ ଓପନର ଆଝାର ଅଲୀ ୧୮ ଓ ହାରିସ ସୋହେଲ ୨୧ ରନ କରି ଅପରାଜିତ ରହିଛନ୍ତି। ଏକମାତ୍ର ଆଉଟ ହୋଇଥିବା ବ୍ୟାଟ୍ସମ୍ୟାନ ଇମାମ ଉଲ ହକ ୪ ରନ କରି କ୍ରିସ ବ୍ରଡଙ୍କ ଦ୍ୱାର ଏଲବିଡବ୍ଲ୍ୟୁ ହୋଇ ପ୍ୟାଭିଲିୟନ ଫେରିଥିଲେ।

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

କାଉଣ୍ଟି କ୍ରିକେଟ୍‌ ଖେଳିବେ ନାହିଁ କୋହଲି

ନୂଆଦିଲ୍ଲୀ,୨୫।୫(ପି.ଟି.)- ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଆହତ ସମସ୍ୟା କାରଣରୁ ଚଳିତ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ତାଙ୍କ ବେକରେ ଆଘାତ ଲାଗିଛି। ଏଥିରୁ ମୁକୁଳିବା ପାଇଁ ତାଙ୍କୁ ପ୍ରାୟ ୩ ସପ୍ତାହ ବିଶ୍ରାମ ନେବାକୁ ପଡ଼ିବ। ଏ ନେଇ ଗୁରୁବାର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଳରେ କୋହଲି ବିଳମ୍ବରେ ଇଂଲଣ୍ଡ ଗସ୍ତ କରିବେ କିନ୍ତୁ କାଉଣ୍ଟି କ୍ରିକେଟ ଖେଳିପାରିବେ ନାହିଁ। ୨୯ ବର୍ଷୀୟ ଖେଳାଳି ଆସନ୍ତା ଜନ୍‌ ୧୫ ତାରିଖରେ ଫିଟ୍‌ନେସ୍‌ ଟେଷ୍ଟର ସମ୍ମୁଖୀନ ହେବେ। ଏହାର ଫଳାଫଳ ପରେ ହିଁ ଇଂଲଣ୍ଡର ଘରୋଇ ଦିନିକିଆ ଟୁର୍ନାମେଣ୍ଟ ଓ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟି୨୦ ସିରିଜ୍‌ ପାଇଁ ସେ ଉପଲବ୍ଧ ହେବେ କି ନାହିଁ ଜଣାପଡ଼ିବ। ଭାରତୀୟ ଦଳ ଜୁନ ମାସର ଶେଷ ସପ୍ତାହରେ ଆୟର୍ଲାଣ୍ଡଠାରେ ଟି୨୦ ମ୍ୟାଚ୍‌ ଖେଳିବ। ପରେ ଜୁଲାଇ ଆରମ୍ଭରୁ ଇଂଲଣ୍ଡ ଗସ୍ତ କରିବ। ”ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଏବେ ବେକଜନିତ ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ଚଳିତ ଆଇପିଏଲ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଇଥିବା ୫୧ତମ ମ୍ୟାଚ୍‌ରେ ଫିଲ୍ଡିଂ କରୁଥିବାବେଳେ ସେ ଆହତ ହୋଇଥିଲେ। ଏଥିଯୋଗୁ ଜୁନରେ ସେ କାଉଣ୍ଟି କ୍ରିକେଟ୍‌ରେ ଖେଳିପାରିବେ ନାହିଁ। ବିସିସିଆଇ ମେଡିକାଲ ଟିମ୍‌ର ପରାମର୍ଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି“ ବୋଲି ବିସିସିଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତାଙ୍କୁ ଏବେ ମେଡିକାଲ ଟିମ୍‌ର ତତ୍ତ୍ୱାବଧାନରେ ବାଙ୍ଗାଲୁରୁସ୍ଥିତ ଏନ୍‌ସିଏଠାରେ ବିଶ୍ରାମ ନେବାକୁ ପଡ଼ିବ। ସେ ନିର୍ଦ୍ଧାରିତ ସମୟ ସୁଦ୍ଧା ନିଜର ଫିଟ୍‌ନେସ୍‌ ପ୍ରମାଣ କରିପାରିବେ ବୋଲି ଦୃଢ଼ୋକ୍ତି ଦେଇଛନ୍ତି ବିସିସିଆଇ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧାରୀ।

କ୍ୱିଟୋଭାଙ୍କ ଆକ୍ରମଣକାରୀ ଗିରଫ

କ୍ୱିଟୋଭାଙ୍କ ଆକ୍ରମଣକାରୀ ଗିରଫ

ପ୍ରାଗ,୨୫।୫(ଏଏଫ୍‌ପି)- ଦୁଇ ଥର ଓ୍ବିମ୍ବେଲଡନ ଚାମ୍ପିୟନ୍‌ ପେଟ୍ରା କ୍ୱିଟୋଭାଙ୍କୁ ଗୁରୁବାର ଏକ ଖୁସି ଖବର ମିଳିଛି। ଗତ ୨୦୧୬ରେ ତାଙ୍କ ସହ ଘଟିଥିବା ଘଟଣାର ଆକ୍ରମଣକାରୀଙ୍କୁ ସ୍ଥାନୀୟ ପୋଲିସ୍‌ ଗିରଫ କରି ରିମାଣ୍ଡରେ ନେଇଛି। ଏ ନେଇ କ୍ୱିଟୋଭାଙ୍କ ପ୍ରବକ୍ତା କାରେଲ ତେଜକାଲ କହିଛନ୍ତି। ”ସାଧାରଣତଃ ଏହା କ୍ୱିଟୋଭାଙ୍କ ପାଇଁ ଖୁସି ଖବର। କିନ୍ତୁ ଉକ୍ତ ଅପରାଧୀଙ୍କୁ ଉଚିତ ଦଣ୍ଡ ମିଳିଲେ ହିଁ ଏହି ମାମଲର ଅନ୍ତ ହେବ“ ବୋଲି ସେ କହିଛନ୍ତି। ଚେକ ଗଣମାଧ୍ୟମ ଅନୁଯାୟୀ ପ୍ରୋଷ୍ଟେଜୋଭ ଜିଲା କୋର୍ଟ ୫୪ ବର୍ଷୀୟ ଅଭିଯୁକ୍ତଙ୍କୁ କ୍ୱିଟୋଭାଙ୍କ ମାମଲାର ଅଧିକ ତଦନ୍ତ ପାଇଁ ରିମାଣ୍ଡେରେ ଦେଇଛନ୍ତି। ପ୍ରାଥମିକ ତଦନ୍ତରୁ ସେ ଜଣେ ନିଶାସକ୍ତ ବ୍ୟକ୍ତି। ସେ ହିଁ ଆକ୍ରମଣକାରୀ ବୋଲି ଫ୍ରେଞ୍ଚ ଓପନ୍‌ ପାଇଁ ପ୍ୟାରିସ ଗସ୍ତ କରିବା ପୂର୍ବରୁ କ୍ୱିଟୋଭା ସ୍ପଷ୍ଟ କରିଛନ୍ତି। ସ୍ଥାନୀୟ ପୋଲିସ୍‌ ପ୍ରବକ୍ତା କହିଛନ୍ତି, ଆମେ ଏ ମାମଲା ସମ୍ପର୍କରେ ଏବେ ଅଧିକ ସୂଚନା ଦେଇ ପାରିବୁ ନାହିଁ। ଏହି ମାମଲାରେ ଆମେ ତଦନ୍ତ ଆରମ୍ଭ କରିଛୁ। ଉଲ୍ଲେଖଥାଉ କି, ୨୦୧୬ ଡିସେମ୍ବରରେ ପ୍ରୋଷ୍ଟେଜୋଭର ପୂର୍ବାଞ୍ଚଳ ସହରସ୍ଥିତ ବାସଭବନରେ ଘଟିଥିବା ଉକ୍ତ ଘଟଣାରେ ବିଶ୍ୱର ୮ମ ର଼୍ୟାଙ୍କଧାରୀ ୨୮ ବର୍ଷୀୟ ଖେଳାଳି ଗଭୀର ଆଘାତ ପାଇଥିଲେ। ଏପରି କି ତାଙ୍କୁ ଆଙ୍ଗୁଠି ହରାଇବାର ସମ୍ଭାବନା ମଧ୍ୟ ଥିଲେ। ଏହାସତ୍ତ୍ୱେ ସେ ୨୦୧୭ ଫ୍ରେଞ୍ଚ ଓପନ୍‌ରେ କୋର୍ଟକୁ ଫେରିଥିଲେ।

ଆୟର୍ଲାଣ୍ଡ କ୍ରିକେଟର ଜୋଏସଙ୍କ ଅବସର

ଆୟର୍ଲାଣ୍ଡ କ୍ରିକେଟର ଜୋଏସଙ୍କ ଅବସର

ଲଣ୍ଡନ,୨୫।୫(ଏଏଫ୍‌ପି)- ଆୟର୍ଲାଣ୍ଡ କ୍ରିକେଟର ଇଡି ଜୋଏସ ଗୁରୁବାର ସମସ୍ତ ଫର୍ମାଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ୩୯ ବର୍ଷୀୟ ଖେଳାଳି ଟେଷ୍ଟ କ୍ରିକେଟ ଖେଳିବା ସ୍ବପ୍ନ ପୂରା କରିବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସରେ ପାକିସ୍ତାନ ବିପକ୍ଷରେ ଟେଷ୍ଟ ପଦାର୍ପଣ କରିଥିବା ଆୟର୍ଲାଣ୍ଡ ଦଳର ସେ ସଦସ୍ୟ ଥିଲେ। ସେ ମୋଟ ଉପରେ ୭୮ଟି ଅନ୍ତର୍ଜାତୀୟ ଦିନିକିଆ ଓ ୧୮ ଟି୨୦ ଖେଳିଛନ୍ତି। ଆୟର୍ଲାଣ୍ଡ ବ୍ୟତୀତ ଅନ୍ତର୍ଜାତୀୟ କ୍ରିକେଟରେ ସେ ଇଂଲଣ୍ଡ ଜାତୀୟ ଦଳର ମଧ୍ୟ ପ୍ରତିନିଧିତ୍ୱ କରିଥିଲେ। ସେ ଇଂଲଣ୍ଡ ପକ୍ଷରୁ ୨ଟି ଟି୨୦ ମ୍ୟାଚ୍‌ ଖେଳିଥିଲେ। ଏହି ବରିଷ୍ଠ ବ୍ୟାଟ୍ସମ୍ୟାନ ୨୦୧୧ ବିଶ୍ୱକପ୍‌ ପୂର୍ବରୁ ଆୟର୍ଲାଣ୍ଡ ପାଇଁ ଖେଳିବା ଆରମ୍ଭ କରିଥିଲେ। ୧୯୯୯ରୁ ୨୦୧୭ ପର୍ଯ୍ୟନ୍ତ କାଉଣ୍ଟି ଖେଳିଥିବା ଜୋଏସ ଏବେ କ୍ରିକେଟ ଆୟର୍ଲାଣ୍ଡର ବ୍ୟାଟିଂ କୋଚ୍‌ ପଦ ସମ୍ଭାଳିବେ। ”ମୋ ମତରେ ଅବସର ନେବା ପାଇଁ ଏବେ ହିଁ ଉଚିତ ସମୟ। ଏବେ ଜୀବନରେ ଅନ୍ୟ କିଛି ଆରମ୍ଭ କରିବାକୁ ଚାହେଁ। ପାକିସ୍ତାନ ବିପକ୍ଷରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ ମୋ ପେସାଦାର କ୍ୟାରିୟରର ଅନ୍ତ କରିବା ପାଇଁ ଶ୍ରେଷ୍ଠ ମ୍ୟାଚ୍‌ ଥିଲା“ ବୋଲି ଜୋଏସ କହିଛନ୍ତି। ତାଙ୍କ ସାଥୀ ଖେଳାଳି ତଥା ଆୟର୍ଲାଣ୍ଡ ଅଧିନାୟକ ଓ୍ବିଲିୟମ ପୋର୍ଟରଫିଲ୍ଡ କହିଛନ୍ତି, ଦୀର୍ଘ ୨୦ ବର୍ଷର କ୍ୟାରିୟର ପାଇଁ ସେ ନିଶ୍ଚିତ ଗର୍ବ ଅନୁଭବ କରୁଥିବେ। ଦେଶର ପଦାର୍ପଣ ଟେଷ୍ଟରେ କ୍ୟାରିୟରକୁ ସମାପନ କରିବା ପାଇଁ ଶ୍ରେଷ୍ଠ ମ୍ୟାଚ୍‌ ଥିଲା।

ଏକାଥରେ ଦୁଇଜଣଙ୍କୁ ବିବାହ କରିବେ ରୋନଲ୍ଡିନୋ

ଏକାଥରେ ଦୁଇଜଣଙ୍କୁ ବିବାହ କରିବେ ରୋନଲ୍ଡିନୋ

ରିଓ ଡି ଜେନିରୋ,୨୫।୫- ଫୁଟ୍‌ବଲ କିମ୍ବଦନ୍ତୀ ରୋନାଲ୍ଡିନୋ ଏକାଥରେ ଦୁଇଜଣଙ୍କୁ ବିବାହ କରିବେ। ଏହି ପୂର୍ବତନ ଖେଳାଳି ଆସନ୍ତା ଅଗଷ୍ଟରେ ପ୍ରିସ୍କିଲା କୋଏଲହୋ ଓ ବିର୍ଟିଜ ସୌଜାଙ୍କୁ ବିବାହ କରିବେ। ଉଭୟ ମହିଳା ଗତ ଡିସେମ୍ବରଠାରୁ ତାଙ୍କ ସହ ଖୁସିରେ ରିଓ ଡି ଜେନିରୋସ୍ଥିତ ୫ ମିଲିୟନ ୟୁରୋ ବାସଭବନରେ ରହୁଛନ୍ତି। ପ୍ରଥମ ବାନ୍ଧବୀ ପ୍ରିସ୍କିଲାଙ୍କ ସହ ସମ୍ପର୍କରେ ଥିବାବେଳେ ରୋନାଲ୍ଡିନୋ ବିର୍ଟିଜଙ୍କୁ ସହ ସମ୍ପର୍କ ସ୍ଥାପନ କରିଥିଲେ। ଗତ ବର୍ଷ ଜାନୁୟାରୀରେ ରୋନାଲ୍ଡିନୋ ଉଭୟ ବାନ୍ଧବୀଙ୍କ ସହ ନିର୍ବନ୍ଧ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଉଭୟ ବାନ୍ଧବୀଙ୍କୁ ପୂର୍ବତନ ବାର୍ସିଲୋନା ଷ୍ଟାରଙ୍କ ଠାରୁ ଦେଢ଼ ହଜାର ୟୁରୋସ ଭତ୍ତା ପାଉଛନ୍ତି।

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ୍‌ ସେମିଫାଇନାଲରେ ପାରାମାଉଣ୍ଟ

ରାମେଶ୍ୱର କପ୍‌ ଜୁନିୟର କ୍ରିକେଟ୍‌ ସେମିଫାଇନାଲରେ ପାରାମାଉଣ୍ଟ

ଭୁବନେଶ୍ୱର, ୨୪।୫(କ୍ରୀଡ଼ା ପ୍ରତିନିଧି)- ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ୍‌ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର ସେମିଫାଇନାଲରେ ପାରାମାଉଣ୍ଟ ସ୍ପୋର୍ଟିଂ ପ୍ରବେଶ କରିଛି।

ବିରାଟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୋଦି

ବିରାଟଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ମୋଦି

ନୂଆଦିଲ୍ଲୀ, ୨୪।୫(ପି.ଟି.)- ଭାରତୀୟ କ୍ରିକେଟ ଦଳର ଅନ୍ୟତମ ଶ୍ରେଷ୍ଠ ଫିଟ୍‌ ଖେଳାଳିର ମାନ୍ୟତା ପାଇଥିବା ଅଧିନାୟକ ବିରାଟ କୋହଲିଙ୍କ ଏକ ଚ୍ୟାଲେଞ୍ଜକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଛନ୍ତି। ବିରାଟ ଫିଟ୍‌ନେସ ପ୍ରମାଣ ଦେବା ପାଇଁ ସୋସିଆଲ ମିଡିଆ ଜରିଆରେ ମୋଦିଙ୍କୁ ଆହ୍ବାନ କରିଥିବାବେଳେ ଖୁବ୍‌ଶୀଘ୍ର ନିଜର ଫିଟ୍‌ନେସ ଚ୍ୟାଲେଞ୍ଜ ଶେୟାର କରିବା ପାଇଁ ମୋଦି ରାଜି ହୋଇଛନ୍ତି।