ଖେଳ

ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ କ୍ୱାର୍ଟରଫାଇନାଲରେ

ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ କ୍ୱାର୍ଟରଫାଇନାଲରେ

ବର୍ମିଂହାମ୍‌, ୧୫ା୩ (ପି.ଟି.)-ଅଲିମ୍ପିକ ରୌପ୍ୟ ପଦକ ବିଜୟିନୀ ପି. ଭି ସିନ୍ଧୁ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି। ଏଠାରେ ଗୁରୁବାର ଅନୁଷ୍ଠିତ ଏକ ସଂଘର୍ଷପୂର୍ଣ୍ଣ ମହିଳା ସିଙ୍ଗଲ୍ସରେ ସେ ଥାଇଲାଣ୍ଡର ନିଚାଅନ୍‌ ଜିନ୍ଦାପଲ୍‌ଙ୍କୁ ୨୧-୧୩, ୧୩-୨୧, ୨୧-୧୮ରେ ହରାଇ ଦେଇଛନ୍ତି।

ଜାଫର ୨୮୫ ରନରେ ଅପରାଜିତ

ଜାଫର ୨୮୫ ରନରେ ଅପରାଜିତ

ନାଗପୁର, ୧୫।୩(ପି.ଟି.)- ପ୍ରଦର୍ଶନ ଆଗରେ ବୟସ ଫିକା ପଡ଼ିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଷ୍ଟାଡିୟମଠାରେ ଅବଶିଷ୍ଟ ଭାରତୀୟ ଦଳ ବିପକ୍ଷରେ ଚାଲିଥିବା ଇରାନୀ କପ୍‌ ଅବସରରେ ଏହା ଦେଖିବାକୁ ମିଳିଛି। ଭେଟେରାନ ଭାରତୀୟ ଓପନର ଓ୍ବାସିମ ଜାଫରଙ୍କ ଅପରାଜିତ ଦ୍ୱିଶତକ ବଳରେ ରଣ୍‌ଜୀ ଚାମ୍ପିୟନ ବିଦର୍ଭ ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୩ ଉଇକେଟ୍‌ ହରାଇ ୫୮୯ ରନ ସଂଗ୍ରହ କରିଛି।

ଚର୍ଚ୍ଚିଲ ବ୍ରଦର୍ସ, ଗୋକୁଳମ୍‌ କେରଳ ପ୍ରି-କ୍ୱାର୍ଟର ଫାଇନାଲରେ

ଚର୍ଚ୍ଚିଲ ବ୍ରଦର୍ସ, ଗୋକୁଳମ୍‌ କେରଳ ପ୍ରି-କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୫।୩(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଆରମ୍ଭ ହୋଇଛି ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସର୍ବପ୍ରଥମ ସଂସ୍କରଣ। ପ୍ରଥମ ଦିବସରେ ଓ୍ବିଲ୍ସ ଡିଅନ ପ୍ଲାଜା ଓ ହେନରି କିସେକାଙ୍କ ସୁପର ଶୋ’ ବଳରେ ଚର୍ଚ୍ଚିଲ ବ୍ରଦର୍ସ ଓ ଗୋକୁଳମ୍‌ କେରଳ ବିଜୟୀ ହୋଇ ପ୍ରତିଯୋଗିତାର ମୁଖ୍ୟ ଡ୍ରରେ ପ୍ରବେଶ କରିଛନ୍ତି। ପ୍ରଥମ ମ୍ୟାଚରେ ୦-୧ ଗୋଲରେ ପଛୁଆ ରହିବା ସତ୍ତ୍ୱେ ସଫଳ ପ୍ରତ୍ୟାବର୍ତ୍ତନ କରି ଶେଷରେ ଚର୍ଚ୍ଚିଲ ବ୍ରଦର୍ସ ୨-୧ ଗୋଲରେ ଦିଲ୍ଲୀ ଡାଇନାମସକୁ ପରାସ୍ତ କରିଛି। ଦ୍ୱିତୀୟ ମ୍ୟାଚରେ ଆଧିପତ୍ୟ ବିସ୍ତାର କରି ଖେଳିଥିବା ଗୋକୁଳମ କେରଳ ୨-୦ ଗୋଲରେ ନର୍ଥଇଷ୍ଟ ୟୁନାଇଟେଡକୁ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

ଦିନିକିଆ କ୍ରିକେଟ: ସିରିଜ ହାରିଲେ ଭାରତୀୟ ମହିଳା ଦଳ

ଦିନିକିଆ କ୍ରିକେଟ: ସିରିଜ ହାରିଲେ ଭାରତୀୟ ମହିଳା ଦଳ

ଭଦୋଦରା, ୧୫।୩(ପି.ଟି.)- ସ୍ଥାନୀୟ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଭ୍ରମଣକାରୀ ଅଷ୍ଟ୍ରେଲିଆ ମହିଳା ଦଳ ବିପକ୍ଷରେ ଅନୁଷ୍ଠିତ ୨ୟ ଦିନିକିଆ ମ୍ୟାଚ୍‌ରେ ଭାରତ ପରାସ୍ତ ହୋଇଛି। ଅଷ୍ଟ୍ରେଲିଆ ପକ୍ଷରୁ ଧାର୍ଯ୍ୟ ୨୮୮ ରନର ଚ୍ୟାଲେଞ୍ଜିଂ ପୂର୍ଣ୍ଣ ଲକ୍ଷ୍ୟକୁ ପିଛା କରିଥିବା ଭାରତୀୟ ମହିଳା କ୍ରିକେଟ ଦଳ ୨୨୭ ରନରେ ଅଲ୍‌ଆଉଟ୍‌ ହୋଇଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ୨-୦ରେ ଆଗୁଆ ଜିତିନେଇଛି।

ବାଂଲାଦେଶ ଦଳକୁ ଶାକିବଙ୍କ ପ୍ରତ୍ୟାବର୍ତ୍ତନ

ବାଂଲାଦେଶ ଦଳକୁ ଶାକିବଙ୍କ ପ୍ରତ୍ୟାବର୍ତ୍ତନ

ଢାକା, ୧୫।୩- ଶ୍ରୀଲଙ୍କାରେ ଚାଲିଥିବା ତ୍ରି-ରାଷ୍ଟ୍ରୀୟ ଟି୨୦ କ୍ରିକେଟ ପ୍ରତିଯୋଗିତା ନିଦାହାସ ଟ୍ରଫି ଲାଗି ବାଂଲାଦେଶ ଦଳକୁ ବରିଷ୍ଠ ଅଲ୍‌ରାଉଣ୍ଡର ଶାକିବ ଅଲ୍‌ ହାସନ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସୁସ୍ଥ ହେବା ପରେ ଶାକିବଙ୍କୁ ଗୁରୁବାର ଦଳରେ ସାମିଲ କରାଯାଇଛି ବୋଲି ଚୟନକର୍ତ୍ତା ହବିବୁଲ ବାଶାର କହିଛନ୍ତି।

ଇଣ୍ଡିଆନ ଓ୍ବେଲ୍ସ ସେମିଫାଇନାଲରେ ଫେଡେରର

ଇଣ୍ଡିଆନ ଓ୍ବେଲ୍ସ ସେମିଫାଇନାଲରେ ଫେଡେରର

ଇଣ୍ଡିଆନ ଓ୍ବେଲ୍ସ, ୧୫।୩(ୟୁଏସ୍‌ଏ)- ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ରୋଜର ଫେଡେରର ଏଠାରେ ଚାଲିଥିବା ଏଟିପି ଇଣ୍ଡିଆନ ଓ୍ବେଲ୍ସ ମାଷ୍ଟର୍ସ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ୩୬ ବର୍ଷୀୟ ଫେଡେରର ୭-୫, ୬-୪ ସିଧାସଳଖ ସେଟ୍‌ରେ ଜେର୍ମି ଚାର୍ଡିଙ୍କୁ ପରାସ୍ତ କରିଥିଲେ।

ସାମିଙ୍କ ବିରୋଧରେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ

ସାମିଙ୍କ ବିରୋଧରେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୧୫।୩(ପି.ଟି.)- ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ସ୍ତ୍ରୀ ହସିନ ଜାହାଙ୍କ ଅଭିଯୋଗ କ୍ରମେ ତାଙ୍କ ବିରୋଧରେ ଏବେ ଦୁର୍ନୀତି ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସକ କମିଟି (ସିଓଏ) ତଦନ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଦୁର୍ନିୀତି ନିବାରଣ ମୁଖ୍ୟ ନିରଜ କୁମାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇରାନୀ କପ୍‌:ଜାଫରଙ୍କ ଶତକ

ଇରାନୀ କପ୍‌:ଜାଫରଙ୍କ ଶତକ

ନାଗପୁର, ୧୪।୩(ପି.ଟି.)- ରଣ୍‌ଜୀ ଚାମ୍ପିୟନ ବିଦର୍ଭ ଓ ଅବଶିଷ୍ଟ ଭାରତୀୟ ଦଳ ମଧ୍ୟରେ ବୁଧବାରଠାରୁ ସ୍ଥାନୀୟ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ଷ୍ଟାଡିୟମଠାରେ ସମ୍ମାନଜନକ ଇରାନୀ କପ୍‌ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଅବଶିଷ୍ଟ ଭାରତୀୟ ଏକାଦଶ ବିପକ୍ଷରେ ବିଦର୍ଭ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରି ୯୦ ଓଭରରେ ୨ ଉଇକେଟ୍‌ ହରାଇ ୨୯୦ ରନ ସଂଗ୍ରହ କରିଛି। ଭେଟେରାନ ବ୍ୟାଟ୍ସମ୍ୟାନ ଓ୍ବାସିମ ଜାଫର କ୍ୟାରିୟରର ୫୩ତମ ପ୍ରଥମ ଶ୍ରେଣୀ ଶତକ ହାସଲ କରି ୧୧୩ ରନ (୧୬ ଚୌକା, ୧ ଛକା) ସହ କ୍ରିଜରେ ଅପରାଜିତ ରହିଛନ୍ତି।

ସୁପର କପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ

ସୁପର କପ୍‌ ପାଇଁ କଳିଙ୍ଗ ଷ୍ଟାଡିୟମ ପ୍ରସ୍ତୁତ

ଭୁବନେଶ୍ୱର, ୧୪।୩ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ହିରୋ ସୁପର କପ୍‌ ଫୁଟବଲର ଯୋଗ୍ୟତା ପର୍ଯ୍ୟାୟ। ପ୍ରଥମଥର ପାଇଁ ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ପ୍ରାରମ୍ଭିକ ସଂସ୍କରଣ ଭୁବନେଶ୍ୱରରେ ଆୟୋଜନ ହେବାକୁ ଯାଉଛି।

‘ଓଡ଼ିଆ ଫୁଟବଲ ପ୍ରଶଂସକଙ୍କ ପାଇଁ ଆଉ ଏକ ମହାପର୍ବ’

‘ଓଡ଼ିଆ ଫୁଟବଲ ପ୍ରଶଂସକଙ୍କ ପାଇଁ ଆଉ ଏକ ମହାପର୍ବ’

ଭୁବନେଶ୍ୱର, ୧୪।୩ (ସ୍ପୋଟର୍‌ସ ବ୍ୟୁରୋ)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ଦେଖିବା ପରେ ଓଡ଼ିଆ ପ୍ରଶଂସକମାନେ ଏକ ଫୁଟବଲ ମହାପର୍ବର ମଜା ନେବାକୁ ଯାଉଛନ୍ତି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଗୁରୁବାର ଓ ଶୁକ୍ରବାର ସୁପର କପ୍‌ର ୪ଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ ପରେ ୩୧ ତାରିଖରୁ ମୁଖ୍ୟ ପ୍ରତିଯୋଗିତା ଆରମ୍ଭ ହେବ।

ଭାରତୀୟ ମହିଳା ହକି  ଦଳରେ ୪ ଓଡ଼ିଆ

ଭାରତୀୟ ମହିଳା ହକି ଦଳରେ ୪ ଓଡ଼ିଆ

ନୂଆଦିଲ୍ଲୀ,୧୪।୩(ପି.ଟି.)- ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟଠାରେ ହେବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ବୁଧବାର ହକି ଇଣ୍ଡିଆ ପକ୍ଷରୁ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ଦଳରେ ୪ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି।

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ଝୁଲଣ ଗୋସ୍ବାମୀଙ୍କ ପ୍ରତ୍ୟାବର୍ତ୍ତନ

ତ୍ରିରାଷ୍ଟ୍ରୀୟ ମହିଳା ଟି୨୦: ଝୁଲଣ ଗୋସ୍ବାମୀଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୧୪।୩(ପି.ଟି.)- ଚଳିତମାସ ୨୨ରୁ ୩୧ ପର୍ଯ୍ୟନ୍ତ ବମ୍ବେରେ ତ୍ରିରାଷ୍ଟ୍ରୀୟ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହେବ। ଏଥିରେ ଭାରତ, ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ସାମିଲ ରହିବେ। ଏଥିପାଇଁ ବୁଧବାର ଭାରତୀୟ ଦଳ ଘୋଷିତ ହୋଇଛି। ହରମନପ୍ରୀତ କୌର ଦଳର ଅଧିନାୟିକା ମନୋନୀତ ହୋଇଥିବାବେଳେ ଭେଟେରାନ ସିମର ଝୁଲଣ ଗୋସ୍ବାମୀ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି।

୧୮ବର୍ଷ ବ୍ୟବଧାନରେ ଓଡ଼ିଶାରେ ଜାତୀୟ ସିନିୟର ଟେବୁଲ ଟେନିସ

୧୮ବର୍ଷ ବ୍ୟବଧାନରେ ଓଡ଼ିଶାରେ ଜାତୀୟ ସିନିୟର ଟେବୁଲ ଟେନିସ

କଟକ ଅଫିସ,୧୪ା୩ ଦୀର୍ଘ ୧୮ ବର୍ଷ ପରେ ପୁଣି ଥରେ ଓଡ଼ିଶାରେ ହେବାକୁ ଯାଉଛି ଆନ୍ତଃ ରାଜ୍ୟ ଓ ସିନିୟର ଜାତୀୟ ଟେବୁଲ ଟେନିସ ଚାମ୍ପିୟନଶିପ୍‌ । ଆସନ୍ତା ଡିସେମ୍ବର କିମ୍ବା ୨୦୧୯ ଜାନୁୟାରୀ ମାସରେ କଟକ ସ୍ଥିତ ଜବାହାରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ୮୦ତମ ଜାତୀୟ ସିନିୟର ଚାମ୍ପିୟନଶିପ୍‌ ହେବ ବୋଲି ଓଡ଼ିଶା ରାଜ୍ୟ ଟେବୁଲ ଟେନିସ୍‌ ଆସୋସିଏଶନ ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି।

ଭାରତ-ଏ ମହିଳା ଦଳରେ ଓଡ଼ିଶାର ପ୍ରିୟଙ୍କା

ଭାରତ-ଏ ମହିଳା ଦଳରେ ଓଡ଼ିଶାର ପ୍ରିୟଙ୍କା

କଟକ ଅଫିସ,୧୪ା୩- ବମ୍ବେଠାରେ ଆସନ୍ତା ୧୯ ଓ ୨୦ ତାରିଖରେ ଭାରତ-ଏ ମହିଳା ଦଳ ଇଂଲଣ୍ଡ ମହିଳା ଦଳ ବିପକ୍ଷରେ ୨ଟି ଅଭ୍ୟାସ ମ୍ୟାଚ୍‌ ଖେଳିବ। ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଭାରତ-ଏ ମହିଳା ଦଳରେ ସ୍ଥାନ ପାଇଛନ୍ତି।

ନିଦାହାସ କପ୍‌: ଭାରତ ଫାଇନାଲରେ

ନିଦାହାସ କପ୍‌: ଭାରତ ଫାଇନାଲରେ

କଲମ୍ବୋ, ୧୪।୩(ପି.ଟି.)- ଅଧିନାୟକ ରୋହିତ ଶର୍ମାଙ୍କ ଦ୍ରୁତ ଅର୍ଦ୍ଧଶତକ ଏବଂ ଓ୍ବାଶିଂଟନ ସୁନ୍ଦରଙ୍କ ଆକର୍ଷଣୀୟ ବୋଲିଂ ସହାୟତାରେ ଭାରତ ନିଦାହାସ କପ୍‌ ଟି୨୦ ତ୍ରିରାଷ୍ଟ୍ରୀୟର ବୁଧବାର ମ୍ୟାଚରେ ବାଂଲାଦେଶକୁ ୧୭ ରନରେ ହରାଇ ଫାଇନାଲରେ ପ୍ରବେଶ କରିଛି। ୧୭୭ ରନ ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ବାଂଲାଦେଶ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିବାକୁ ସକ୍ଷମ ହୋଇଥିଲା।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: କ୍ୱାର୍ଟରରେ ହାଲେପ, ଭେନସ

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: କ୍ୱାର୍ଟରରେ ହାଲେପ, ଭେନସ

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୪।୩(ଏଏଫ୍‌ପି)- ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟରେ ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ସାଇମୋନା ହାଲେପ ଓ ଭେନସ ଓ୍ବିଲିୟମ୍ସ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

ଆଇପିଏଲ୍‌ରୁ ସାଣ୍ଟନର ବାଦ୍‌

ଆଇପିଏଲ୍‌ରୁ ସାଣ୍ଟନର ବାଦ୍‌

ଅକ୍‌ଲାଣ୍ଡ,୧୪।୩- ନ୍ୟୁଜିଲାଣ୍ଡ ଅଲରାଉଣ୍ଡର ମିଚେଲ ସାଣ୍ଟନର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣରୁ ବାଦ୍‌ ପଡ଼ିପାରନ୍ତି। ଆଣ୍ଠୁଜିନତ ଆହତ ସମସ୍ୟା କାରଣରୁ ଏଭଳି ସମ୍ଭାବନା ଉପୁଜିଛି।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ଭାମ୍ବ୍ରିଙ୍କ ଅଭିଯାନ ଶେଷ

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ଭାମ୍ବ୍ରିଙ୍କ ଅଭିଯାନ ଶେଷ

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୪।୩(ପି.ଟି.)- ଚଳିତ ଏଟିପି ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟରେ ଚାଲିଥିବା ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ୟୁକି ଭାମ୍ବ୍ରିଙ୍କ ଉଲ୍ଲେଖନୀୟ ଅଭିଯାନର ବୁଧବାର ଅନ୍ତ ଘଟିଛି। ସେ ୩ୟ ରାଉଣ୍ଡ ମୁକାବିଲାରେ ୭-୬(୭/୪), ୪-୬, ୪-୬ ସେଟ୍‌ରେ ଆମେରିକାର ସାମ କ୍ୟୁରିଙ୍କଠାରୁ ପରାଜିତ ହୋଇଛନ୍ତି।

ସୁପର୍‌ କପ୍‌: ଯୋଗ୍ୟତା ପର୍ଯ୍ୟାୟ ପାଇଁ ୪ଟିମ୍‌ ପହଞ୍ଚିଲେ

ସୁପର୍‌ କପ୍‌: ଯୋଗ୍ୟତା ପର୍ଯ୍ୟାୟ ପାଇଁ ୪ଟିମ୍‌ ପହଞ୍ଚିଲେ

ଭୁବନେଶ୍ୱର, ୧୩।୩(ସ୍ପୋଟର୍‌ସ ବ୍ୟୁରୋ)- ସୁପର୍‌ କପ୍‌ ପରି ଏକ ସମ୍ମାନଜନକ ଫୁଟ୍‌ବଲ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଆୟୋଜନ କରିବାର ସୌଭାଗ୍ୟ ଲାଭ କରିଛି କଳିଙ୍ଗ ଷ୍ଟାଡିୟମ। ଏହାର ମୁଖ୍ୟ ପର୍ଯ୍ୟାୟ ଆସନ୍ତା ମାର୍ଚ୍ଚ ୩୧ରୁ କ୍ରୀଡ଼ାର ରାଜଧାନୀ ଭାବେ ପରିଚିତ ଭୁବନେଶ୍ୱରରେ ଆରମ୍ଭ ହେବ। ଏହି ୧୬ ଦଳୀୟ ପ୍ରତିଯୋଗିତା ଲାଗି ଆଇ-ଲିଗ୍‌ ଓ ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌)ର ଶ୍ରେଷ୍ଠ ୬ଟି ଲେଖାଏ ଦଳ ସିଧାସଳଖ ଯୋଗ୍ୟତା ହାସଲ କରିଛନ୍ତି। ବଳକା ୪ଟି ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ଦେଇ ମୁଖ୍ୟ ପର୍ଯ୍ୟାୟରେ ପ୍ରବେଶ କରିବେ। ଯୋଗ୍ୟତା ପର୍ଯ୍ୟାୟ ମଧ୍ୟ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ମାର୍ଚ୍ଚ ୧୬ରୁ ଆରମ୍ଭ ହେବ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅମିତ୍‌ ଏକମାତ୍ର ଓଡ଼ିଆ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଅମିତ୍‌ ଏକମାତ୍ର ଓଡ଼ିଆ

ନୂଆଦିଲ୍ଲୀ, ୧୩ା୩ (ପି.ଟି.)-ଗୋଲ୍ଡ କୋଷ୍ଟରେ ଖେଳାଯିବାକୁ ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ମଙ୍ଗଳବାର ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା କରାଯାଇଛି। ମନପ୍ରୀତ ସିଂଙ୍କ ଅଧିନାୟକତ୍ୱରେ ମନୋନୀତ ଏହି ଦଳରୁ ପୂର୍ବତନ ଅଧିନାୟକ ସର୍ଦ୍ଦାର ସିଂ ବାଦ୍‌ ପଡ଼ିଥିବାବେଳେ ପୁରୁଖା ଗୋଲକିପର ପି.ଆର. ଶ୍ରୀଜେସ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିରେ ଓଡ଼ିଶାର ଏକମାତ୍ର ଖେଳାଳି ଅମିତ୍‌ ରୋହି ଦାସ ସ୍ଥାନ ପାଇଛନ୍ତି।

 ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

ଭୁବି, ବୁମ୍‌ରାଙ୍କ ବିକଳ୍ପ ଶାର୍ଦ୍ଦୁଳ

କଲମ୍ବୋ, ୧୩ା୩ (ପି.ଟି.)-ଶାର୍ଦ୍ଦୁଳ ଠାକୁର ଭାରତୀୟ କ୍ରିକେଟ ଦଳର ତୃତୀୟ ସିମ୍‌ ବୋଲର ଭାବେ ଉଭା ହୋଇଛନ୍ତି। ସୋମବାର ଚଳିତ ନିଦାହାସ ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଚମତ୍କାର ବୋଲିଂ କରି ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରି ମ୍ୟାନ ଅଫ୍‌ ଦି ମ୍ୟାଚ ହୋଇ ପାରିଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରାବାଡା, ଅଶ୍ୱିନଙ୍କ ମାନ୍ୟତାରେ ଉନ୍ନତି

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଶୀର୍ଷରେ ରାବାଡା, ଅଶ୍ୱିନଙ୍କ ମାନ୍ୟତାରେ ଉନ୍ନତି

ଦୁବାଇ,୧୩।୩(ପି.ଟି.)- ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବାଡା ପୁଣି ଥରେ ଟେଷ୍ଟ ବୋଲରଙ୍କ ତାଲିକାରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ପକ୍ଷରୁ ପ୍ରକାଶ ପାଇଥିବା ନୂତନ ଟେଷ୍ଟ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ ଏହା ଦର୍ଶାଇଛି।

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କୋଚ୍‌ ମଜୁମଦାର

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ କୋଚ୍‌ ମଜୁମଦାର

ଜୟପୁର,୧୩।୩(ପି.ଟି.)- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ଅମୋଲ ମଜୁମଦାରଙ୍କୁ ବ୍ୟାଟିଂ କୋଚ୍‌ ପଦରେ ନିଯୁକ୍ତ କରିଛି। ଏ ନେଇ ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍‌ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ପ୍ରି-କ୍ୱାର୍ଟରରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ (ଆମେରିକା), ୧୩।୩(ଏଏଫ୍‌ପି)- ବିଶ୍ୱର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରୋଜର ଫେଡେରର ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୩୬ ବର୍ଷୀୟ ସୁଇସ୍‌ ଖେଳାଳି ୬-୨, ୬-୧ ସେଟ୍‌ରେ ଫିଲିପ କ୍ରାଜିନୋଭିକ୍‌ଙ୍କୁ ହରାଇଛନ୍ତି।