ଖେଳ

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମାକଲେନଘାନ

ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ମାକଲେନଘାନ

ନୂଆଦିଲ୍ଲୀ,୧୯।୩(ପି.ଟି.)- ନ୍ୟୁଜିଲାଣ୍ଡ ଦଳର ପେସର ମିଚେଲ ମାକଲେନଘାନ ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଡିଫେଣ୍ଡିଂ ଚାମ୍ପିୟନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିବେ। ଆଇପିଏଲ୍‌ ଟେକନିକାଲ କମିଟି ପକ୍ଷରୁ ମଞ୍ଜୁରୀ ମିଳିବା ପରେ ଏ ନେଇ ସ୍ପଷ୍ଟ ହୋଇଛି।

ଡେଲ ପୋର୍ଟୋଙ୍କୁ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟାଇଟଲ

ଇଣ୍ଡିଆନ୍‌ ଓ୍ବେଲ୍ସ,୧୯।୩(ଏଏଫ୍‌ପି)- ବାରମ୍ବାର ଆହତ ସମସ୍ୟା ଯୋଗୁ ଏକଦା ଟେନିସ୍‌ରୁ ଅବସର ନେବାକୁ ଚିନ୍ତା କରୁଥିବା ଆର୍ଜେଣ୍ଟିନା ଖେଳାଳି ଜିଆନ ମାର୍ଟିନ ଡେଲ ପୋର୍ଟୋ ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ହୋଇଛନ୍ତି। ସେ କିମ୍ବଦନ୍ତୀ ତଥା ବିଶ୍ୱର ଶୀର୍ଷ ର଼୍ୟାଙ୍କ ଖେଳାଳି ରୋଜର ଫେଡେରରଙ୍କୁ ୬-୪, ୬-୭(୮/୧୦), ୭-୬ (୭/୨) ସେଟ୍‌ରେ ପରାଜିତ କରିଛନ୍ତି।

ଅନ୍ତିମ ମ୍ୟାଚରେ ମଧ୍ୟ ହାରିଲା ଭାରତ

ଅନ୍ତିମ ମ୍ୟାଚରେ ମଧ୍ୟ ହାରିଲା ଭାରତ

ବରୋଦା, ୧୮ା୩ (ପି.ଟି.)-ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ଭାରତ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ୩-୦ରେ ଜିତି ନେଇଛି। ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିନିକିଆରେ ଭ୍ରମଣକାରୀ ଦଳ ୯୭ରନରେ ଭାରତକୁ ପରାସ୍ତ କରିଛି।

ଇରାନୀ କପ୍‌: ବିଦର୍ଭକୁ ପ୍ରଥମ ଟାଇଟଲ

ଇରାନୀ କପ୍‌: ବିଦର୍ଭକୁ ପ୍ରଥମ ଟାଇଟଲ

ନାଗପୁର, ୧୮।୩ (ପି.ଟି.)- ରଣଜୀ ଟ୍ରଫି ଚାମ୍ପିୟନ ବିଦର୍ଭ ଆଉ ଏକ କମାଲ କରିଛି। ଫଏଜ ଫାଜଲଙ୍କ ନେତୃତ୍ୱରେ ବିଦର୍ଭ ପ୍ରଥମଥର ପାଇଁ ସମ୍ମାନଜନକ ଇରାନୀ କପ୍‌ ଟାଇଟଲ ହାସଲ କରି ଇତିହାସ ସୃଷ୍ଟି କରିଛି। ସ୍ଥାନୀୟ ବିଦର୍ଭ କ୍ରିକେଟ ଆସୋସିଏଶନ ଗ୍ରାଉଣ୍ଡରେ ଅନୁଷ୍ଠିତ ୫ ଦିନିଆ ଇରାନୀ କପ୍‌ ମ୍ୟାଚ୍‌ରେ ଅବଶିଷ୍ଟ ଭାରତକୁ ବିଦର୍ଭ ହରାଇ ଚାମ୍ପିୟନ ହୋଇଛି।

ଉଦ୍‌ଘାଟନୀ ମ୍ୟାଚରେ ଶହୀଦ ସ୍ପୋର୍ଟିଂ ବିଜୟୀ

ଉଦ୍‌ଘାଟନୀ ମ୍ୟାଚରେ ଶହୀଦ ସ୍ପୋର୍ଟିଂ ବିଜୟୀ

ଭୁବନେଶ୍ୱର, ୧୮।୩(କ୍ରୀଡ଼ା ପ୍ରତିନିଧି)- ଅରବିନ୍ଦ ସର୍ବଭାରତୀୟ ୧୫ ବର୍ଷରୁ କମ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଆୟୋଜକ ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ ଗ୍ରାଉଣ୍ଡରେ ଉଦ୍‌ଘାଟିତ ହୋଇଛି। ପ୍ରଥମ ମ୍ୟାଚରେ ଶହୀଦ ସ୍ପୋର୍ଟିଂ ୮୫ ରନରେ ପ୍ରଗତି ସ୍ପୋର୍ଟିଂକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଶହୀଦ ସ୍ପୋର୍ଟିଂ ଓପନର ଓଁ ସାଇରାମ ଦାସ ମହାପାତ୍ରଙ୍କ ଅର୍ଦ୍ଧଶତକ(୫୩ ରନ) ସହାୟତାରେ ୩୯.୫ ଓଭରରେ ୧୯୧ ରନ କରିବାକୁ ସକ୍ଷମ ହୋଇଥିଲା।

 ନିଦାହାସ ଟ୍ରଫି: ଭାରତ ଚାମ୍ପିୟନ

ନିଦାହାସ ଟ୍ରଫି: ଭାରତ ଚାମ୍ପିୟନ

କଲମ୍ବୋ, ୧୮।୩- ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ଏବଂ ଦୀନେଶ କାର୍ତ୍ତିକଙ୍କ ଶେଷ ବଲ୍‌ ଛକା ବଳରେ ଭାରତ ୪ ଉଇକେଟରେ ବାଂଲାଦେଶକୁ ହରାଇ ନିଦାହାସ ଟ୍ରଫି ଟି୨୦ ତ୍ରିରାଷ୍ଟ୍ରୀୟରେ ଚାମ୍ପିୟନ ହୋଇଛି। ବାଂଲାଦେଶ ପକ୍ଷରୁ ଧାର୍ଯ୍ୟ ୧୬୭ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଭାରତ ୨୦ତମ ଓଭରରେ ୬ ଉଇକେଟ ହରାଇ ୧୬୮ ରନ ସଂଗ୍ରହ କରି ନେଇଥିଲା।

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ମୋରିସ, ଓଲିଭର

ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳରେ ମୋରିସ, ଓଲିଭର

ଜୋହାନ୍ସବର୍ଗ,୧୮।୩- ଚଳିତ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ବଳକା ୨ଟି ମ୍ୟାଚ୍‌ ପାଇଁ ଦକ୍ଷିଣ ଆଫ୍ରିକା ଦଳରେ ଅଲ୍‌ରାଉଣ୍ଡର କ୍ରିସ ମୋରିସ ଓ ଦ୍ରୁତ ବୋଲର ଡୁଆନେ ଓଲିଭର ସ୍ଥାନ ପାଇଛନ୍ତି। ଫଳରେ ଦଳୀୟ ଖେଳାଳିଙ୍କ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ଯଦିଓ କ୍ରିକେଟ୍‌ ଦକ୍ଷିଣ ଆଫ୍ରିକା ଦଳର କେତେକ ଖେଳାଳିଙ୍କୁ ବାଦ୍‌ ଦେବାକୁ ଯୋଜନା କରିଛି।

ଦୁଃଖପ୍ରକାଶ କଲା ବିସିବି

ଦୁଃଖପ୍ରକାଶ କଲା ବିସିବି

ଢାକା,୧୮।୩- ଚଳିତ ନିଦାହାସ ଟ୍ରଫିରେ ଆୟୋଜକ ଶ୍ରୀଲଙ୍କା ଦଳ ବିପକ୍ଷ ମ୍ୟାଚ୍‌ରେ ବାଂଲାଦେଶ ଖେଳାଳିମାନେ ବିବାଦୀୟ ସ୍ଥିତି ସୃଷ୍ଟି କରିଥିଲେ। ଏଥିନେଇ ବାଂଲାଦେଶ କ୍ରିକେଟ୍‌ ବୋର୍ଡ (ବିସିବି) ରବିବାର ଦୁଃଖ ପ୍ରକାଶ କରିଛି। ଏଥିସହ ଦଳୀୟ ଖେଳାଳିଙ୍କୁ ଖେଳ ଭାବନା ଭଙ୍ଗ ନ କରିବା ପାଇଁ ଚେତାବନୀ ଦେଇଛି।

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ଫାଇନାଲରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ: ଫାଇନାଲରେ ଫେଡେରର

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା),୧୮।୩(ଏଏଫ୍‌ପି)- ପୁରୁଷ ସିଙ୍ଗଲ୍ସ ବର୍ଗର କିମ୍ବଦନ୍ତୀ ଟେନିସ୍‌ ଖେଳାଳି ରୋଜର ଫେଡେରର ଚଳିତ ଇଣ୍ଡିଆନ୍‌ ଓ୍ବେଲ୍ସ ମାଷ୍ଟର୍ସ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ତିନି ସେଟ୍‌ ବିଶିଷ୍ଟ ସେମିଫାଇନାଲରେ ବୋର୍ନା କୋରିକଙ୍କୁ ୫-୭, ୬-୪, ୬-୪ ସେଟ୍‌ରେ ପରାଜିତ କରିଛନ୍ତି।

ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବୀ: କିଟ୍‌କୁ ଡବଲ ଟାଇଟଲ

ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବୀ: କିଟ୍‌କୁ ଡବଲ ଟାଇଟଲ

ଭୁବନେଶ୍ୱର, ୧୭।୩(ସ୍ପୋଟର୍‌ସ ବ୍ୟୁରୋ)- ଚଳିତ ମାସ ୧୫ରୁ ପଟିଆଲାର ପଞ୍ଜାବୀ ବିଶ୍ୱବିଦ୍ୟାଳୟଠାରେ ଆରମ୍ଭ ହୋଇଥିବା ସର୍ବଭାରତୀୟ ଆନ୍ତଃବିଶ୍ୱବିଦ୍ୟାଳୟ ରଗ୍‌ବୀ ଚାମ୍ପିୟନଶିପ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ କିଟ୍‌ ବିଶ୍ୱବିଦ୍ୟାଳୟର ଉଭୟ ପୁରୁଷ ଓ ମହିଳା ଦଳ ଚାମ୍ପିୟନ ହୋଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। କିଟ୍‌ ରଗ୍‌ବୀ ପୁରୁଷ ଦଳ ଫାଇନାଲରେ ୨୪/୧୪ ସ୍କୋରରେ ଅନ୍ୟତମ ଓଡ଼ିଶା ଟିମ୍‌ ଉତ୍କଳ ବିଶ୍ୱବିଦ୍ୟାଳୟକୁ ପରାସ୍ତ କରିଥିଲା।

ଓଡ଼ିଶାର ମିତେଶଙ୍କୁ ସ୍ବର୍ଣ୍ଣ

ଓଡ଼ିଶାର ମିତେଶଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୭।୩(ସ୍ପୋଟର୍‌ସ ବ୍ୟୁରୋ)- ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ଠାରେ ଚାଲିଥିବା ୩ୟ ଅନ୍ତର୍ଜାତୀୟ ମାର୍ଶାଲ ଆଟର୍‌ସ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ମିତେଶ କୁମାର ପତି ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ଓଡ଼ିଶାର ମିତେଶଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର, ୧୭।୩(ସ୍ପୋଟର୍‌ସ ବ୍ୟୁରୋ)- ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକ୍‌ଠାରେ ଚାଲିଥିବା ୩ୟ ଅନ୍ତର୍ଜାତୀୟ ମାର୍ଶାଲ ଆଟର୍‌ସ ଚାମ୍ପିୟନଶିପ୍‌ରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଶାର ମିତେଶ କୁମାର ପତି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଡବ୍ଲ୍ୟୁକେଏ କେ-୧ ଇଭେଣ୍ଟରେ ମିତେଶ ୟୁଏସ୍‌ଏ ପ୍ରତିପକ୍ଷଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି।

ଇରାନୀ କପ୍‌: ଦୃଢ଼ ସ୍ଥିତିରେ ବିଦର୍ଭ

ଇରାନୀ କପ୍‌: ଦୃଢ଼ ସ୍ଥିତିରେ ବିଦର୍ଭ

ନାଗପୁର, ୧୭।୩ (ପି.ଟି.)- ଏଠାରେ ଚାଲିଥିବା ଇରାନୀ କପ୍‌ରେ ଅବଶିଷ୍ଟ ଭାରତ ବିପକ୍ଷରେ ରଣଜୀ ଚାମ୍ପିୟନ ବିଦର୍ଭ ତା’ର ସ୍ଥିତି ଦୃଢ଼ କରିବା ସହ ବିଜୟର ଦ୍ୱାର ଦେଶରେ ପହଞ୍ଚିଛି। ଟସ୍‌ ଜିତି ପ୍ରଥମ ଇନିସଂରେ ବିଦର୍ଭ ୨୨୬.୩ ଓଭରରେ ୭ ଉଇକେଟ ହରାଇ ରେକର୍ଡ ୮୦୦ ରନ କରି ପାଳି ଘୋଷଣା କରିଥିଲା। ଜବାବରେ ବ୍ୟାଟିଂ ଆରମ୍ଭ କରି ଅବଶିଷ୍ଟ ଭାରତ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୭୭ ଓଭରରେ ୬ ଉଇକେଟ ହରାଇ ୨୩୬ ରନ ସଂଗ୍ରହ କରିଛି।

 ଇଣ୍ଡିଆନ ସୁପର ଲିଗ୍‌ ଚେନ୍ନାଇନ୍‌ ଏଫ୍‌ସି ଚାମ୍ପିୟନ

ଇଣ୍ଡିଆନ ସୁପର ଲିଗ୍‌ ଚେନ୍ନାଇନ୍‌ ଏଫ୍‌ସି ଚାମ୍ପିୟନ

ବାଙ୍ଗାଲୋର, ୧୭ା୩-ଚେନ୍ନାଇନ ଏଫ୍‌ସି ଦ୍ୱିତୀୟ ଥର ପାଇଁ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସଏଲ) ଫୁଟବଲ ଟୁର୍ନାମେଣ୍ଟର ଚାମ୍ପିୟନ ହୋଇଛି। ଶନିବାର ଏଠାରେ ଅନୁଷ୍ଠିତ ଫାଇନାଲରେ ଦଳ ୩-୨ଗୋଲରେ ବେଙ୍ଗାଲୁରୁ ଏଫ୍‌ସିକୁ ହରାଇ ଦେଇଛି।

କ୍ରିକେଟରୁ ପିଟରସନଙ୍କ ଅବସର

କ୍ରିକେଟରୁ ପିଟରସନଙ୍କ ଅବସର

ନୂଆଦିଲ୍ଲୀ, ୧୭।୩- ପୂର୍ବତନ ଇଂଲଣ୍ଡ ବ୍ୟାଟ୍ସମ୍ୟାନ କେଭିନ ପିଟରସନ ପେସାଦାର କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ଏ ନେଇ ସେ ଟୁଇଟର ଜରିଆରେ ଶୁକ୍ରବାର ସ୍ପଷ୍ଟ କରିଛନ୍ତି।

ଅଙ୍କିତାଙ୍କୁ ଗ୍ବାଲିଅର ଆଇଟିଏଫ୍‌ ଟାଇଟଲ

ଅଙ୍କିତାଙ୍କୁ ଗ୍ବାଲିଅର ଆଇଟିଏଫ୍‌ ଟାଇଟଲ

ଗ୍ବାଲିଅର,୧୭।୩- ଭାରତୀୟ ମହିଳା ସିଙ୍ଗଲ୍ସ ଟେନିସ୍‌ ଖେଳାଳି ଅଙ୍କିତା ରାଇନା ଏଠାରେ ଚାଲିଥିବା ୨୫ ହଜାର ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଗୌଲିଅର ଆଇଟିଏଫ୍‌ ଇଭେଣ୍ଟରେ ଟାଇଟଲ ଜିଣିଛନ୍ତି। ସେ ଟୁର୍ନାମେଣ୍ଟର ୨ୟ ସିଡ୍‌ ଆମାଣ୍ଡିନେ ହେସେଙ୍କୁ ସିଧାସଳଖ ସେଟ୍‌ରେ ପରାଜିତ କରିଛନ୍ତି।

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌: ପ୍ରଣୟଙ୍କ ଅଭିଯାନ ଶେଷ

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌: ପ୍ରଣୟଙ୍କ ଅଭିଯାନ ଶେଷ

ବର୍ମିଂହାମ,୧୭।୩(ପି.ଟି.)- ଭାରତୀୟ ଷ୍ଟାର ଶଟଲର ଏଚ୍‌.ଏସ୍‌. ପ୍ରଣୟ ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଅଲ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌ର ପୁରୁଷ ସିଙ୍ଗଲ୍ସ ପର୍ଯ୍ୟାୟରେ କ୍ୱାର୍ଟର ଫାଇନାଲରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି।

ଇଣ୍ଡିଆନ୍‌ ଓ୍ବେଲ୍ସ: ଫାଇନାଲରେ ଓସାକା-କାସାତକିନା

ଇଣ୍ଡିଆନ୍‌ ଓ୍ବେଲ୍ସ: ଫାଇନାଲରେ ଓସାକା-କାସାତକିନା

ଇଣ୍ଡିଆନ୍‌ ଓ୍ବେଲ୍ସ(ଆମେରିକା), ୧୭।୩(ଏପିଫି)- ଚଳିତ ଡବ୍ଲ୍ୟୁଟିଏ ଇଣ୍ଡିଆନ୍‌ ଓ୍ବେଲ୍ସ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ବର୍ଗରେ ଫାଇନାଲ ମୁକାବିଲା ଧାର୍ଯ୍ୟ ହୋଇଛି। ଏଥିରେ ଜାପାନର ନାଓମି ଓସାକା ଓ ଡାରିଆ କାସାତକିନା ପରସ୍ପରକୁ ଭେଟିବେ।

ଭାରତ-ବାଂଲାଦେଶ ଫାଇନାଲ ମୁକାବିଲା

ଭାରତ-ବାଂଲାଦେଶ ଫାଇନାଲ ମୁକାବିଲା

କଲମ୍ବୋ, ୧୬।୩ ଏଠାରେ ଚାଲିଥିବା ନିଦାହାସ ଟ୍ରଫି ଟି୨୦ ତ୍ରିରାଷ୍ଟ୍ରୀୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଭାରତ ଓ ବାଂଲାଦେଶ ମଧ୍ୟରେ ମୁକାବିଲା ହେବ। ରବିବାର ଏହି ମ୍ୟାଚ ଖେଳାଯିବ। ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ଲିଗ୍‌ ମ୍ୟାଚରେ ଶ୍ରୀଲଙ୍କା ପକ୍ଷରୁ ଧାର୍ଯ୍ୟ ୧୬୦ ରନର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ୧୯.୫ ଓଭରରେ ୮ ଉଇକେଟ ହରାଇ ହାସଲ କରି ନେଇଥିଲା।

ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରମାଗତ ୩ୟ ବିଜୟ

ଉତ୍କଳ ବିଶ୍ୱବିଦ୍ୟାଳୟର କ୍ରମାଗତ ୩ୟ ବିଜୟ

ଭୁବନେଶ୍ୱର,୧୬।୩ (ସ୍ପୋଟର୍‌ସ ବ୍ୟୁରୋ) ପଟିଆଲାସ୍ଥିତ ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଚାଲିଥିବା ସର୍ବଭାରତୀୟ ପୁରୁଷ ରଗ୍‌ବୀ ପ୍ରତିଯୋଗିତା ଲିଗ୍‌ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ ଦଳ କ୍ରମାଗତ ୩ୟ ବିଜୟ ହାସଲ କରିଛି।

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌ ସେମିରେ ସିନ୍ଧୁ

ଅଲ୍‌ ଇଂଲଣ୍ଡ ଚାମ୍ପିୟନ୍‌ଶିପ୍‌ ସେମିରେ ସିନ୍ଧୁ

ବର୍ମିଂହାମ,୧୬।୩(ପି.ଟି.) ଅଲିମ୍ପିକ୍‌ ରୌପ୍ୟ ପଦକଧାରୀ ଭାରତୀୟ ମହିଳା ସିଙ୍ଗଲ୍ସ ବ୍ୟାଡ୍‌ମିଣ୍ଟନ ଖେଳାଳି ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ୧୦ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶିବିଶିଷ୍ଟ ଅଲ୍‌ ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି।

ଜାତୀୟ ବଧିର କ୍ରିକେଟରେ ଓଡ଼ିଶାକୁ ରୌପ୍ୟ

ଜାତୀୟ ବଧିର କ୍ରିକେଟରେ ଓଡ଼ିଶାକୁ ରୌପ୍ୟ

ଭୁବନେଶ୍ୱର, ୧୬।୩(ସ୍ପୋଟର୍‌ସ ବ୍ୟୁରୋ) ଗୁଜରାଟ ବଧିର କ୍ରୀଡ଼ା ମହାସଂଘ ଆନୁକୂଲ୍ୟରେ ସର୍ବଭାରତୀୟ ବଧିର କ୍ରୀଡ଼ା ମହାସଂଘ ସହଯୋଗରେ ୪ର୍ଥ ଜାତୀୟ ବଧିର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ଅହମ୍ମଦାବାଦଠାରେ ଗତ ୪ରୁ ୧୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଛି। ପ୍ରତିଯୋଗିତାରେ ଭଲ ଖେଳିଥିବା ଓଡ଼ିଶା ଫାଇନାଲରେ କେରଳଠାରୁ ୫ ଉଇକେଟରେ ପରାଜିତ ହୋଇ ରୌପ୍ୟ ପଦକ ହାସଲ କରିଛି।

ବେଙ୍ଗାଲୁରୁ ବନାମ ଚେନ୍ନାଇନ୍‌ ଏଫସି

ବେଙ୍ଗାଲୁରୁ ବନାମ ଚେନ୍ନାଇନ୍‌ ଏଫସି

ବାଙ୍ଗାଲୋର, ୧୬।୩- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ବହୁ ପ୍ରତୀକ୍ଷିତ ଫାଇନାଲ ଶନିବାର ଅନୁଷ୍ଠିତ ହେବ। ଟାଇଟଲ ମୁକାବିଲାରେ ଅବତୀର୍ଣ୍ଣ ହେବେ ବେଙ୍ଗାଲୁରୁ ଏଫସି ଓ ଚେନ୍ନାଇନ୍‌ ଏଫସି।

ନାରିନଙ୍କ ବୋଲିଂ ଆକ୍ସନ ପୁଣି ସନ୍ଦେହରେ

ନାରିନଙ୍କ ବୋଲିଂ ଆକ୍ସନ ପୁଣି ସନ୍ଦେହରେ

କରାଚୀ, ୧୬।୩(ପି.ଟି.)- ଓ୍ବେଷ୍ଟଇଣ୍ଡିଜ ସ୍ପିନର ସୁନୀଲ ନାରିନଙ୍କ ବୋଲିଂ ଆକ୍ସନ ଚଳିତ ପାକିସ୍ତାନ ସୁପର ଲିଗ୍‌(ପିଏସଏଲ)ରେ ପୁଣି ସନ୍ଦେହ ଘେରକୁ ଆସିଛି। ଫଳରେ ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ତାଙ୍କର ଅଂଶଗ୍ରହଣକୁ ନେଇ ଆଶଙ୍କା ପ୍ରକାଶ ପାଇଛି।