ଖେଳ

ଜାତୀୟ ପାରା ଆଥଲେଟିକ୍ସ: ପଙ୍କଜଙ୍କୁ ରୌପ୍ୟ ପଦକ

ଜାତୀୟ ପାରା ଆଥଲେଟିକ୍ସ: ପଙ୍କଜଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)- ହରିୟାଣାର ପଞ୍ଚକୁଲାଠାରେ ଚାଲିଥିବା ୧୮ତମ ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ପ୍ରଥମ ଦିବସରେ ଓଡ଼ିଶାକୁ ସଫଳତା ମିଳିଛି। ପୁରୁଷ ୧୦୦ ମିଟର ଟି-୧୩ କାଟେଗୋରିରେ ରାଜ୍ୟର ପଙ୍କଜ ଭୁଇ ରୌପ୍ୟ ପଦକ ହାସଲ କରିଛନ୍ତି।

ମହିଳା ଫୁଟ୍‌ବଲ ଲିଗ୍‌: ଗୋକୁଳମ୍‌କୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ

ମହିଳା ଫୁଟ୍‌ବଲ ଲିଗ୍‌: ଗୋକୁଳମ୍‌କୁ ହରାଇଲା ରାଇଜିଂ ଷ୍ଟୁଡେଣ୍ଟ

ଭୁବନେଶ୍ୱର, ୨୬।୩(କ୍ରୀଡ଼ା ପ୍ରତିନିଧି)- ଶିଲଂଠାରେ ଚାଲିଥିବା ଇଣ୍ଡିଆନ ମହିଳା ଫୁଟବଲ ଲିଗ୍‌ର ସୋମବାର ଅନୁଷ୍ଠିତ ଏକ ମ୍ୟାଚରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ ଦଳ ୨-୦ ଗୋଲରେ କେରଳର ଗୋକୁଳମ୍‌କୁ ହରାଇ ଦେଇଛି। ଗତଥରର ଫାଇନାଲିଷ୍ଟ ରାଇଜିଂ ଷ୍ଟୁଡେଣ୍ଟ ଏଥର ପୂରା ୩ ପଏଣ୍ଟ ହାସଲ ସହ ଅଭିଯାନ ଆରମ୍ଭ କରିଛି।

ମିଣ୍ଟ୍‌, ଜିପ୍ପର, ଟିଥ୍‌ ପରେ ଏବେ ସ୍ୟାଣ୍ଡ୍‌ପେପର

ମିଣ୍ଟ୍‌, ଜିପ୍ପର, ଟିଥ୍‌ ପରେ ଏବେ ସ୍ୟାଣ୍ଡ୍‌ପେପର

ନୂଆଦିଲ୍ଲୀ, ୨୬ା୩ (ପି.ଟି.)-ସୁହାଉ ନ ଥିବା ପରିସ୍ଥିତିରେ କିପରି ରିଭର୍ସ ସୁଇଙ୍ଗ ବୋଲିଂ କରିହେବ ସେଥିପାଇଁ ଅନ୍ତର୍ଜାତୀୟ କ୍ରିକେଟ ଦଳଗୁଡ଼ିକ ବଲ୍‌ ଟ୍ୟାମ୍ପରିଂ କୌଶଳ ଆପଣେଇଥିବାର କେତେକ ଦୃଷ୍ଟାନ୍ତ ରହିଛି। ପୂର୍ବରୁ ଖେଳାଳିମାନେ ବଲ୍‌ର କଣ୍ଡିଶନ ପରିବର୍ତ୍ତନ କରିବା ଲାଗି ମିଣ୍ଟ୍‌, ପ୍ୟାଣ୍ଟ ଜିପ୍ପର ଏପରିକି ଦାନ୍ତର ସହାୟତା ନେଇଛନ୍ତି। ଏବେ ବାଲିକାଗଜ ଅବା ସ୍ୟାଣ୍ଡପେପର ସହାୟତା ନେଇଥିବା ନଜରକୁ ଆସିଛି, ଯାହାକି ବିଶ୍ୱ କ୍ରିକେଟ ମହଲରେ ଚହଳ ସୃଷ୍ଟି କରିଛି।

ପୁଣି ହାରିଲା ଭାରତୀୟ ମହିଳା ଦଳ

ପୁଣି ହାରିଲା ଭାରତୀୟ ମହିଳା ଦଳ

ବମ୍ବେ, ୨୬।୩(ପି.ଟି.)- ଏଠାରେ ଚାଲିଥିବା ମହିଳା ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଆୟୋଜକ ଭାରତୀୟ ଦଳର ପରାଜୟ ଧାରା ଜାରି ରହିଛି। ସୋମବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ହରମନପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ୩୬ ରନରେ ଅଷ୍ଟ୍ରେଲିଆ ନିକଟରୁ ପରାସ୍ତ ହୋଇଛି।

ଦିବାରାତ୍ର ଟେଷ୍ଟ: ନ୍ୟୁଜିଲାଣ୍ଡ ଇନିଂସ ବିଜୟୀ

ଦିବାରାତ୍ର ଟେଷ୍ଟ: ନ୍ୟୁଜିଲାଣ୍ଡ ଇନିଂସ ବିଜୟୀ

ଅକ୍‌ଲାଣ୍ଡ, ୨୬।୩(ଏଏଫ୍‌ପି)- ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌କୁ ଘରୋଇ ନ୍ୟୁଜିଲାଣ୍ଡ ଏକ ଇନିଂସ ଓ ୪୯ ରନରେ ଜିତିନେଇଛି। ଏହି ବିଜୟ ସହ କେନ୍‌ ଓ୍ବିଲିୟମସନଙ୍କ ଦଳ ଦୁଇ ମ୍ୟାଚ୍‌ବିଶିଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ଲାଭ କରିଛି। ସିରିଜର ଅନ୍ତିମ ତଥା ୨ୟ ମ୍ୟାଚ୍‌ ଶୁକ୍ରବାରଠାରୁ ଖ୍ରୀଷ୍ଟଚର୍ଚ୍ଚଠାରେ ଆରମ୍ଭ ହେବ।

ରାହାନେଙ୍କୁ ରାଜସ୍ଥାନ ରୟାଲ୍ସ ନେତୃତ୍ବ

ରାହାନେଙ୍କୁ ରାଜସ୍ଥାନ ରୟାଲ୍ସ ନେତୃତ୍ବ

ନୂଆଦିଲ୍ଲୀ,୨୬।୩(ପି.ଟି.)- ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ ସୋମବାର ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାନେଙ୍କୁ ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ନିକଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟରେ ଘଟିଥିବା ବଲ ଟ୍ୟାମ୍ପରିଂ ଘଟଣା ପାଇଁ ସ୍ମିଥ ଏହି ନିଷ୍ପତ୍ତି ନେଇଛନ୍ତି।

ମିଆମୀ ମାଷ୍ଟର୍ସ: ୪ର୍ଥ ରାଉଣ୍ଡରେ ସିଲିକ, ଡେଲ ପୋଟ୍ରୋ

ମିଆମୀ ମାଷ୍ଟର୍ସ: ୪ର୍ଥ ରାଉଣ୍ଡରେ ସିଲିକ, ଡେଲ ପୋଟ୍ରୋ

ମିଆମୀ,୨୬।୩(ଏଏଫ୍‌ପି)- ପୂର୍ବତନ ୟୁଏସ୍‌ ଚାମ୍ପିୟନ୍‌ ମାରିନ ସିଲିକ ଓ ଜୁଆନ ମାର୍ଟିନ ଡେଲ ପୋଟ୍ରୋ ଚଳିତ ମିଆମୀ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟର ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଆର୍ଜେଣ୍ଟିନାର ୫ମ ସିଡ୍‌ ଖେଳାଳି ଡେଲ ପୋଟ୍ରୋ ସୋମବାର ଖେଳାଯାଇଥିବା ମୁକାବିଲାରେ ଜାପାନର କେଇ ନିଶିକୋରିଙ୍କୁ ୬-୨, ୬-୨ ସେଟ୍‌ରେ ହରାଇ ଦେଇଛନ୍ତି।

ଜୁନିୟର ଶୁଟିଂ ବିଶ୍ୱକପ୍‌:  ଅନିଶ ଭନଓ୍ବାଲଙ୍କୁ ସ୍ବର୍ଣ୍ଣ

ଜୁନିୟର ଶୁଟିଂ ବିଶ୍ୱକପ୍‌: ଅନିଶ ଭନଓ୍ବାଲଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୨୬।୩(ପି.ଟି.)- ଅଷ୍ଟ୍ରେଲିଆର ସିଡ୍‌ନୀଠାରେ ଚାଲିଥିବା ଆଇଏସ୍‌ଏସ୍‌ଏଫ୍‌ ଜୁନିୟର ବିଶ୍ୱକପ୍‌ ଇଭେଣ୍ଟରେ ବ୍ୟକ୍ତିଗତ ବର୍ଗରେ ଭାରତ ପାଇଁ ୩ୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଅନିଶ ଭନଓ୍ବାଲ। ପୁରୁଷ ବିଭାଗର ୨୫ ମିଟର ରାପିଡ୍‌ ଫାୟର ପିସ୍ତଲ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି।

ପ୍ରତ୍ୟାବର୍ତ୍ତନ ନେଇ କ୍ଲାର୍କଙ୍କ ସଙ୍କେତ

ପ୍ରତ୍ୟାବର୍ତ୍ତନ ନେଇ କ୍ଲାର୍କଙ୍କ ସଙ୍କେତ

ମେଲବୋର୍ନ, ୨୬।୩(ଏ.ଏଫ.ପି.) ବଲ ଟ୍ୟାମ୍ପରିଂ ଘଟଣା ନେଇ ସାରା ବିଶ୍ୱ କ୍ରିକେଟ ଦୋହଲି ଯାଇଥିବା ବେଳେ ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାଇକେଲ କ୍ଲାର୍କ ପ୍ରତ୍ୟାବର୍ତ୍ତନ ନେଇ ସଙ୍କେତ ଦେଇଛନ୍ତି। ୩୬ ବର୍ଷୀୟ କ୍ଲାର୍କ ୨୦୧୫ରେ କ୍ୟାରିୟରର ୧୧୫ତମ ଟେଷ୍ଟ ଖେଳି ଅବସର ଘୋଷଣା କରିଥିଲେ।

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆର ଲଜ୍ଜାଜନକ ପରାଜୟ

ତୃତୀୟ ଟେଷ୍ଟ: ଅଷ୍ଟ୍ରେଲିଆର ଲଜ୍ଜାଜନକ ପରାଜୟ

କେପ୍‌ ଟାଉନ, ୨୫।୩ (ଏ.ଏଫ.ପି.)- ବଲ୍‌ ଟ୍ୟାମ୍ପରିଂ ଘଟଣା ଅଷ୍ଟ୍ରେଲିଆ ପ୍ରଦର୍ଶନକୁ ପ୍ରଭାବିତ କରିଛି। ଯାହାଫଳରେ ସ୍ଥାନୀୟ ନ୍ୟୁଲାଣ୍ଡ୍ସ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୩୨୨ ରନରେ ଭ୍ରମଣକାରୀ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି।

ଇଂଲଣ୍ଡର ସହଜ ବିଜୟ

ଇଂଲଣ୍ଡର ସହଜ ବିଜୟ

ବମ୍ବେ, ୨୫ା୩ (ପି.ଟି.)-ଚଳିତ ଟି୨୦ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତୀୟ ମହିଳା କ୍ରିକେଟ ଦଳ ଏହାର ଦ୍ୱିତୀୟ ମ୍ୟାଚ ହାରିଯାଇଛି। ଓପନର ଡାନିଲି ଓ୍ବାଟ୍‌ଙ୍କ ଶତକ ସହାୟତାରେ ଇଂଲଣ୍ଡ ଘରୋଇ ଦଳକୁ ୭ ଉଇକେଟରେ ହରାଇ ଦେଇଛି।

ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଜିତିଲେ ଭେଟେଲ

ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ଜିତିଲେ ଭେଟେଲ

ମେଲବୋର୍ନ, ୨୫ା୪ (ଏଏଫ୍‌ପି)- ଫେରାରିର ଜର୍ମାନ ଫର୍ମୁଲା ଓ୍ବାନ ଡ୍ରାଇଭର ସେବାଷ୍ଟିଆନ ଭେଟେଲ ସିଜନ ଆରମ୍ଭ ଅଷ୍ଟ୍ରେଲିଆନ ଗ୍ରାଁ ପ୍ରି ମୋଟର ରେସିଂ ଟାଇଟଲ ହାସଲ କରିଛନ୍ତି। ୨୦୦ତମ ଗ୍ରାଁ ପ୍ରିରେ ତାଙ୍କର ଏହା ହେଉଛି ୪୮ତମ ବିଜୟ। ମେଲବୋର୍ନରେ ଏଥରକୁ ମିଶାଇ ସେ ୩ଥର ଚାମ୍ପିୟନ ହୋଇ ପାରିଛନ୍ତି।

ବଲ୍‌ ଟ୍ୟାମ୍ପରିଂ କରିଛନ୍ତି ଅଷ୍ଟ୍ରେଲୀୟ ଖେଳାଳି

ବଲ୍‌ ଟ୍ୟାମ୍ପରିଂ କରିଛନ୍ତି ଅଷ୍ଟ୍ରେଲୀୟ ଖେଳାଳି

ଦୁବାଇ,୨୫।୩ (ପି.ଟି.): ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ତୃତୀୟ ଟେଷ୍ଟ ମ୍ୟାଚରେ ହୋଇଥିବା ବଲ୍‌ ଟ୍ୟାମ୍ପରିଂ ଘଟଣା ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଅଷ୍ଟ୍ରେଲିଆ କ୍ରିକେଟରମାନେ ବଲ ଟ୍ୟାମ୍ପରିଂ କରିଥିବା ସ୍ବୀକାର କରିବା ପରେ ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଭାମ୍ବ୍ରି ଅଭିଯାନ ଶେଷ

ଭାମ୍ବ୍ରି ଅଭିଯାନ ଶେଷ

ମିଆମୀ,୨୫।୩(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ୟୁକି ଭାମ୍ବ୍ରି ଚଳିତ ମିଆମୀ ମାଷ୍ଟର୍ସ ଟୁର୍ନାମେଣ୍ଟର ୨ୟ ରାଉଣ୍ଡରେ ପରାଜିତ ହୋଇ ଅଭିଯାନ ଶେଷ କରିଛନ୍ତି। ତାଙ୍କୁ ୩-୬, ୬-୭(୩/୭) ସେଟ୍‌ରେ ୧୧ତମ ର଼୍ୟାଙ୍କଧାରୀ ଜ୍ୟାକ ସକ ହରାଇ ଦେଇଛନ୍ତି।

ଦିନିକିଆ ୧୦୦ ଉଇକେଟ୍‌ ନେବାରେ ରଶିଦ ଦ୍ରୁତତମ

ଦିନିକିଆ ୧୦୦ ଉଇକେଟ୍‌ ନେବାରେ ରଶିଦ ଦ୍ରୁତତମ

ନୂଆଦିଲ୍ଲୀ,୨୫।୩- ଆଫଗାନିସ୍ତାନ ଲେଗ୍‌ସ୍ପିନର ରଶିଦ ଖାନ ଦିନିକିଆ କ୍ରିକେଟ୍‌ରେ ଦ୍ରୁତତମ ୧୦୦ ଉଇକେଟ୍‌ ନେବାର ରେକର୍ଡ କରିଛନ୍ତି। ଦିନିକିଆ ବୋଲରଙ୍କ ର଼୍ୟାଙ୍କିଙ୍ଗ୍‌ରେ ୨ୟ ସ୍ଥାନରେ ଥିବା ରଶିଦ ରବିବାର ଖେଳାଯାଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଫାଇନାଲରେ ଶାଇ ହୋପଙ୍କୁ ଆଉଟ୍‌ କରି ଏହି ସଫଳତା ପାଇଛନ୍ତି।

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଶାମି

ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଲେ ଶାମି

ଡେରାଡୁନ,୨୫।୩(ପି.ଟି.)- ଭାରତୀୟ ପେସର ମହମ୍ମଦ ଶାମି ରବିବାର ଅଳ୍ପକେ ଏକ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି। ଡେରାଡୁନଠାରୁ କାର୍‌ରେ ନୂଆଦିଲ୍ଲୀ ଫେରୁଥିବାବେଳେ ସେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ସାମାନ୍ୟ ଆହତ ହୋଇଛନ୍ତି। ତେବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ମିଆମୀ ମାଷ୍ଟର୍ସ: ୨ୟ ରାଉଣ୍ଡରୁ ଫେଡେରର ବିଦା

ମିଆମୀ ମାଷ୍ଟର୍ସ: ୨ୟ ରାଉଣ୍ଡରୁ ଫେଡେରର ବିଦା

ମିଆମୀ,୨୫।୩(ଏଏଫ୍‌ପି)- ଏଠାରେ ଚାଲିଥିବା ମିଆମୀ ମାଷ୍ଟର୍ସ ଟେନିସ୍‌ ଟୁର୍ନାମେଣ୍ଟରେ ସୁଇଜରଲାଣ୍ଡର କିମ୍ବଦନ୍ତୀ ଖେଳାଳି ରୋଜର ଫେଡେରରଙ୍କ ଅଭିଯାନ ୨ୟ ରାଉଣ୍ଡରେ ଶେଷ ହୋଇିଛି। ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ତାଙ୍କୁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ୧୭୫ତମ ସ୍ଥାନରେ ଥିବା ଥାନାସି କୋକିନାକିସ ପରାସ୍ତ କରିଛନ୍ତି।

ଭାରତୀୟ ପତାକା ବହନ କରିବେ ସିନ୍ଧୁ

ଭାରତୀୟ ପତାକା ବହନ କରିବେ ସିନ୍ଧୁ

ନୂଆଦିଲ୍ଲୀ, ୨୪।୩ (ପି.ଟି.) ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ଆୟୋଜନ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାରକା ମହିଳା ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ଭାରତୀୟ ପତାକା ବାହକର ଦାୟିତ୍ୱ ତୁଲାଇବେ। ଉଦ୍‌ଘାଟନୀ ଉତ୍ସବରେ ସେ ତ୍ରିରଙ୍ଗା ଧରି ଭାରତୀୟ ଦଳର ନେତୃତ୍ୱ ନେବେ।

ଟାଇଟଲ ବଜାୟ ରଖିଲେ ଆଡ୍‌ଭାନୀ

ଟାଇଟଲ ବଜାୟ ରଖିଲେ ଆଡ୍‌ଭାନୀ

ୟାନଗନ (ମ୍ୟାନମାର), ୨୪ା୩ (ପି.ଟି.) ଫାଇନାଲରେ ନିଜ ପ୍ରାକ୍ଟିସ ପାର୍ଟନର ବି. ଭାସ୍କରଙ୍କୁ ୬-୧ରେ ପରାସ୍ତ କରି ପଙ୍କଜ ଆଡ୍‌ଭାନୀ ଏସିଆନ ବିଲିୟାଡର୍‌ସ ଚାମ୍ପିୟନଶିପ୍‌ ଟାଇଟଲ ବଜାୟ ରଖିଛନ୍ତି। ଶନିବାର ଏହି ବିଜୟ ଦ୍ୱାରା ସେ ବିଲିୟାଡର୍‌ସରେ ୨୦୧୭-୧୮ ପାଇଁ ଇଣ୍ଡିଆନ, ଏସିଆନ ଓ ଓ୍ବାଲର୍‌ଡ ଚାମ୍ପିୟନ ହୋଇପାରିଛନ୍ତି।

୨୦ ବଲ୍‌ରେ ରିଦ୍ଧିମାନଙ୍କ ଶତକ

୨୦ ବଲ୍‌ରେ ରିଦ୍ଧିମାନଙ୍କ ଶତକ

କଲିକତା, ୨୪।୩(ପି.ଟି.)- ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ରିଦ୍ଧିମାନ ଶାହ ନିଜ କ୍ୟାରିୟରରେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିଛନ୍ତି। ସେ ଏଠାରେ ଅନୁଷ୍ଠିତ ଏକ ଟି୨୦ ଆନ୍ତଃ କ୍ଲବ ଗେମ୍‌ରେ ମାତ୍ର ୨୦ ବଲ୍‌ରୁ ଶତକ ହାସଲ କରିଛନ୍ତି।

ଆରସିବି ଦଳରେ କୁଲ୍ଟର ନିଲଙ୍କ ସ୍ଥାନରେ ଆଣ୍ଡରସନ

ଆରସିବି ଦଳରେ କୁଲ୍ଟର ନିଲଙ୍କ ସ୍ଥାନରେ ଆଣ୍ଡରସନ

ନୂଆଦିଲ୍ଲୀ, ୨୪।୩(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଆଗାମୀ ସଂସ୍କରଣ ପାଇଁ ଆହତ ଅଷ୍ଟ୍ରେଲିଆନ ଫାଷ୍ଟ ବୋଲର ନାଥାନ କୁଲ୍ଟର-ନୀଲଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡ ଅଲରାଉଣ୍ଡର କୋରେ ଆଣ୍ଡରସନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ସାମିଲ ହୋଇଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିଟି: ଜୀବନବଲ୍ଲଭ ଅଫିସିଆଲ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟିଟି: ଜୀବନବଲ୍ଲଭ ଅଫିସିଆଲ

ଭୁବନେଶ୍ୱର, ୨୪।୩(କ୍ରୀଡ଼ା ପ୍ରତିନିଧି)- ଏପ୍ରିଲ ୪ରୁ ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଆରମ୍ଭ ହେବାକୁ ଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଆଉ ଜଣେ ଓଡ଼ିଆ ସାମିଲ ହେବାକୁ ଯାଉଛନ୍ତି। ସେ ହେଉଛନ୍ତି ଟେବୁଲ ଟେନିସ ଅମ୍ପାୟର ଜୀବନବଲ୍ଲଭ ସାମଲ।

ଜାତୀୟ ସବ୍‌ଜୁନିୟର ସଫ୍ଟ ଟେନିସରେ ଭାଗନେବ ଓଡ଼ିଶା

ଜାତୀୟ ସବ୍‌ଜୁନିୟର ସଫ୍ଟ ଟେନିସରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୪।୩(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ଅହମ୍ମଦାବାଦରେ ଚଳିତମାସ ୨୭ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୧୧ତମ ଜାତୀୟ ସବ୍‌ଜୁନିୟର ସଫ୍ଟ ଟେନିସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିରେ ଭାଗ ନେବାପାଇଁ ମନୋନୀତ ଓଡ଼ିଶା ଦଳ ଶନିବାର ଅହମ୍ମଦାବାଦ ଯାତ୍ରା କରିଛି।

ମିଆମି ଓପନ: ଭେନସ ଓ୍ବିଲିୟମ୍ସ ତୃତୀୟ ରାଉଣ୍ଡରେ

ମିଆମି ଓପନ: ଭେନସ ଓ୍ବିଲିୟମ୍ସ ତୃତୀୟ ରାଉଣ୍ଡରେ

ମିଆମି, ୨୪।୩(ଏଏଫପି)- ସାତଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଭେନସ ଓ୍ବିଲିୟମ୍ସ ଏଠାରେ ଚାଲିଥିବା ମିଆମି ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।