ଖେଳ

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଶ୍ରୀକାନ୍ତ : ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ଶ୍ରୀକାନ୍ତ : ପ୍ରଥମ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି

ନୂଆଦିଲ୍ଲୀ, ୧୨।୪(ପି.ଟି.) କିଡାମ୍ବୀ ଶ୍ରୀକାନ୍ତ ପ୍ରଥମ ଭାରତୀୟ ପୁରୁଷ ସଟ୍‌ଲର ଭାବେ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ର଼୍ୟାଙ୍କିଙ୍ଗ୍‌ ତାଲିକାର ଶୀର୍ଷ ସ୍ଥାନ ହାସଲ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଗୁରୁବାର ବିଡବ୍ଲ୍ୟୁଏଫ୍‌ ପକ୍ଷରୁ ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ଏହା ସ୍ପଷ୍ଟ ହୋଇଛି। ଆଧୁନିକ ଯୁଗର କମ୍ପ୍ୟୁଟରକରଣୀ ର଼୍ୟାଙ୍କିଙ୍ଗ୍‌ ପଦ୍ଧତି ପ୍ରଚଳନ ହେବା ପୂର୍ବରୁ କିମ୍ବଦନ୍ତୀ ସଟଲର ପ୍ରକାଶ ପାଦୁକୋନ ବିଶ୍ୱର ଏକ ନମ୍ବର ସ୍ଥାନ ଲାଭ କରିଥିଲେ।

ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ

ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ

କଟକ ଅଫିସ,୧୨ା୪: ମେଘାଳୟର ସିଲଂ ଠାରେ ଅନୁଷ୍ଠିତ ଭାରତୀୟ ମହିଳା ଲିଗ୍‌ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ରାଇଜିଂ ଷ୍ଟୁଡେଣ୍ଟ ସ୍ଥାନ ସୁରକ୍ଷିତ କରିଛି। ଗୁରୁବାର ଖେଳାଯାଇଥିବା ସେମିଫାଇନାଲ ମୁକାବିଲାରେ ମଣିପୁରର କ୍ରୀଫ୍‌ସାକୁ ୪-୩ (ଟାଇବ୍ରେକର) ଗୋଲରେ ରାଇଜିଂ ପରାସ୍ତ କରି ଏହି ସଫଳତା ପାଇଛି।

କ୍ୱାର୍ଟର ଫାଇନାଲରେ  ସିନ୍ଧୁ, ସାଇନା, ଶ୍ରୀକାନ୍ତ

କ୍ୱାର୍ଟର ଫାଇନାଲରେ ସିନ୍ଧୁ, ସାଇନା, ଶ୍ରୀକାନ୍ତ

ଗୋଲ୍ଡ କୋଷ୍ଟ,୧୨।୪ (ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ବ୍ୟାଡମିଣ୍ଟନ ଇଭେଣ୍ଟରେ ଭାରତୀୟ ତାରକା ଖେଳାଳିମାନେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ପି.ଭି. ସିନ୍ଧୁ, ସାଇନା ନେହ୍ବାଲ ଓ ବିଶ୍ୱର ଏକ ନମ୍ବର ଖେଳାଳି କିଡାମ୍ବୀ ଶ୍ରୀକାନ୍ତ କ୍ୱାର୍ଟରକୁ ଉଠିଛନ୍ତି।

ମହିଳା ଦିନିକିଆ କ୍ରିକେଟ: ଭାରତ ୨-୧ରେ ସିରିଜ ଜିତିଲା

ମହିଳା ଦିନିକିଆ କ୍ରିକେଟ: ଭାରତ ୨-୧ରେ ସିରିଜ ଜିତିଲା

ନାଗପୁର, ୧୨।୪- ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତୀୟ ମହିଳା ଦଳ ୨-୧ରେ ସିରିଜ ଜିତିଛି। ଗୁରୁବାର ଅନୁଷ୍ଠିତ ନିର୍ଣ୍ଣାୟକ ତଥା ୩ୟ ଦିନିକିଆ ମ୍ୟାଚ୍‌ରେ ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୨୦୨ ରନର ଲକ୍ଷ୍ୟକୁ ମିଥାଲି ରାଜଙ୍କ ଭାରତୀୟ ଦଳ ୮ ଉଇକେଟ୍‌ରେ ଜିତିନେଇଛି।

ଦୁଇଟି ମ୍ୟାଚ୍‌ ଖେଳିପାରିବେନି ରାଇନା

ଦୁଇଟି ମ୍ୟାଚ୍‌ ଖେଳିପାରିବେନି ରାଇନା

ମାଡ୍ରାସ, ୧୨।୪ (ପି.ଟି.)- ଚଳିତ ଆଇପିଏଲ୍‌ ସିଜନ ଆରମ୍ଭରୁ ଆହତ ସମସ୍ୟା ଖେଳାଳିଙ୍କ ପିଛା ଛାଡ଼ୁନାହିଁ। ପୂର୍ବରୁ ମିଚେଲ ଷ୍ଟାର୍କ, କାଗିସୋ ରାବାଡା, କେଦାର ଯାଦବ ପ୍ରମୁଖ ଆହତ ହୋଇ ପୂରା ସିଜନରୁ ବାଦ୍‌ ପଡ଼ିଥିବାବେଳେ ଏବେ ଟି୨୦ ସ୍ପେଶାଲିଷ୍ଟ ସୁରେଶ ରାଇନା ଆହତ ଖେଳାଳି ତାଲିକାରେ ସାମିଲ ହୋଇଛନ୍ତି।

ସୁଶୀଲ, ରାହୁଲଙ୍କୁ ସ୍ବର୍ଣ୍ଣ: ବବିତା ରୌପ୍ୟରେ ସନ୍ତୁଷ୍ଟ

ସୁଶୀଲ, ରାହୁଲଙ୍କୁ ସ୍ବର୍ଣ୍ଣ: ବବିତା ରୌପ୍ୟରେ ସନ୍ତୁଷ୍ଟ

ଗୋଲ୍ଡ କୋଷ୍ଟ, ୧୨।୪(ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୮ମ ଦିବସରେ ଗୁରୁବାର ଭାରତୀୟ ରେସଲର ଦେଶ ପାଇଁ ୪ଟି ପଦକ ଜିତିଛନ୍ତି। ତାରକା ରେସଲର ତଥା ଡବଲ୍‌ ଅଲିମ୍ପିକ ପଦକ ବିଜୟୀ ସୁଶୀଲ କୁମାର (୭୪ କିଗ୍ରା) ଓ ରାହୁଲ ଆଓ୍ବାରେ (୫୭ କିଗ୍ରା) ନିଜ ନିଜ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ଡିଫେଣ୍ଡିଂ ଚାମ୍ପିୟନ ବବିତା ଫୋଗତ୍‌ (୫୩ କିଗ୍ରା)ଙ୍କୁ ରୌପ୍ୟରେ ସନ୍ତୁଷ୍ଟ ରହିବାକୁ ପଡ଼ିଛି।

ମହିଳା ୫୦ ମିଟର ରାଇଫଲରେ ତେଜସ୍ବିନୀଙ୍କୁ ରୌପ୍ୟ

ମହିଳା ୫୦ ମିଟର ରାଇଫଲରେ ତେଜସ୍ବିନୀଙ୍କୁ ରୌପ୍ୟ

ବ୍ରିସବେନ, ୧୨।୪(ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଶୁଟିଂ ଇଭେଣ୍ଟରେ ଗୁରୁବାର ଭାରତକୁ ଆଉ ଏକ ପଦକ ମିଳିଛି। ମହିଳା ୫୦ ମିଟର ରାଇଫଲ ପ୍ରୋନ୍‌ ଇଭେଣ୍ଟରେ ତେଜସ୍ବିନୀ ସାଓ୍ବନ୍ତ ରୌପ୍ୟ ପଦକ ଜିତି ଭାରତୀୟ ଶିବିରରେ ଖୁସିର ଲହରୀ ଖେଳାଯାଇ ଦେଇଛନ୍ତି।

ମାସିକ ଭରଣପୋଷଣ ପାଇଁ ୧୦ ଲକ୍ଷ ଦାବି କଲେ ସାମିଙ୍କ ପତ୍ନୀ

ମାସିକ ଭରଣପୋଷଣ ପାଇଁ ୧୦ ଲକ୍ଷ ଦାବି କଲେ ସାମିଙ୍କ ପତ୍ନୀ

କଲିକତା,୧୨।୪- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହାସିମ ଜାହାନ ମଙ୍ଗଳବାର ଅଲିପୋର କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ଏଥିରେ ସେ ନିଜର ଓ ନିଜ ଝିଅର ଭରଣପୋଷଣ ପାଇଁ ମାସିକ ୧୦ ଲକ୍ଷ ଟଙ୍କା ଦାବି କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ୩ୟ ନ୍ୟାୟିକ ମାଜିଷ୍ଟ୍ରେଟ୍‌ ସାମି ଓ ତାଙ୍କ ପରିବାରବର୍ଗଙ୍କୁ ୧୫ ଦିନ ମଧ୍ୟରେ କୋର୍ଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କହିଛନ୍ତି।

କେଦାରଙ୍କ ସ୍ଥାନରେ ଓ୍ବିଲି

କେଦାରଙ୍କ ସ୍ଥାନରେ ଓ୍ବିଲି

ମାଡ୍ରାସ, ୧୧।୪(ପି.ଟି.)- ଇଂଲଣ୍ଡ ଅଲ୍‌ରାଉଣ୍ଡର ଡେଭିଡ୍‌ ଓ୍ବିଲିଙ୍କୁ ଆଇପିଏଲ୍‌ ଟିମ୍‌ ଚେନ୍ନାଇ ସୁପର୍‌କିଙ୍ଗ୍ସ ଦଳରେ ସାମିଲ କରାଯାଇଛି। ଆହତ ହୋଇ ଦଳରୁ ବାଦ୍‌ ପଡ଼ିଥିବା କେଦାର ଯାଦବଙ୍କ ବଦଳ ଖେଳାଳି ଭାବେ ଓ୍ବିଲି ଚଳିତବର୍ଷ ଲାଗି ଚେନ୍ନାଇ ପକ୍ଷରୁ ପ୍ରତିନିଧିତ୍ୱ କରିବେ।

ବର୍ଷା ବାଧା ମ୍ୟାଚରେ ରାଜସ୍ଥାନ ବିଜୟୀ

ବର୍ଷା ବାଧା ମ୍ୟାଚରେ ରାଜସ୍ଥାନ ବିଜୟୀ

ଜୟପୁର, ୧୧।୪ (ପି.ଟି.) ଚଳିତ ଆଇପିଏଲ୍‌ର ବୁଧବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଡକ୍‌ଓ୍ବର୍ଥ ଲୁଇସ ପଦ୍ଧତିରେ ୧୦ ରନରେ ଦିଲ୍ଲୀ ଡେୟାରଡେଭିଲ୍ସକୁ ପରାସ୍ତ କରିଛି। ଦିଲ୍ଲୀ ସମ୍ମୁଖରେ ୬ ଓଭରରେ ୭୧ ରନର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।

ମୋହନ ବାଗାନ ସେମିଫାଇନାଲରେ

ମୋହନ ବାଗାନ ସେମିଫାଇନାଲରେ

ଭୁବନେଶ୍ୱର, ୧୧।୪(କ୍ରୀଡ଼ା ପ୍ରତିନିଧି)- ପେନାଲ୍ଟି କିକ୍‌ ମିସ୍‌ ଓ ଆତ୍ମଘାତୀ ଗୋଲ ଶିଲଂ ଲାଜଂ ପାଇଁ ମହଙ୍ଗା ପଡ଼ିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ଅନୁଷ୍ଠିତ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଏହି ଦଳ ଲଢ଼ୁଆ ପ୍ରଦର୍ଶନ କରିଥିଲେ ହେଁ ୧-୩ ଗୋଲରେ ମୋହନ ବାଗାନଠାରୁ ହାରି ବିଦାୟ ନେଇଛି। ଅନ୍ୟପକ୍ଷରେ ବିଜୟ ସହ ଭାରତର ଅନ୍ୟତମ ଶକ୍ତିଶାଳୀ କ୍ଲବ ମୋହନ ବାଗାନ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛି।

ପୁରୁଷ ହକି: ପୁଲ୍‌ ବି’ ଶୀର୍ଷରେ ଭାରତ

ପୁରୁଷ ହକି: ପୁଲ୍‌ ବି’ ଶୀର୍ଷରେ ଭାରତ

ଗୋଲ୍ଡ କୋଷ୍ଟ, ୧୧।୪ (ପି.ଟି.)- ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୁରୁଷ ହକିରେ ଭାରତ ବୁଧବାର ଇଂଲଣ୍ଡକୁ ୪-୩ ଗୋଲରେ ପରାସ୍ତ କରି ପୁଲ ବି’ର ଶୀର୍ଷସ୍ଥାନ ଅଧିକାର କରିଛି। କଡ଼ା ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚରେ ଭାରତ ତରଫରୁ ବରୁଣ କୁମାର ୫୯ତମ ମିନିଟରେ ପେନାଲ୍ଟି କର୍ନର ମାଧ୍ୟମରେ ଗୋଲ ଦେଇ ମ୍ୟାଚକୁ ୩-୩ ଗୋଲ ସମାନସ୍ତରକୁ ଆଣିଥିଲେ।

ଚେପକ ଷ୍ଟାଡିୟମ୍‌ରୁ ସ୍ଥାନାନ୍ତର ହୋଇପାରେ ଆଇପିଏଲ୍‌ ମ୍ୟାଚ୍‌

ଚେପକ ଷ୍ଟାଡିୟମ୍‌ରୁ ସ୍ଥାନାନ୍ତର ହୋଇପାରେ ଆଇପିଏଲ୍‌ ମ୍ୟାଚ୍‌

ମାଡ୍ରାସ,୧୧।୪- କାବେରୀ ନଦି ଜଳ ବିବାଦ ଯୋଗୁ ସ୍ଥାନୀୟ ଚେପକ ତଥା ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ହେବାକୁ ଥିବା ଚଳିତ ଆଇପିଏଲ୍‌ର ମ୍ୟାଚ୍‌ଗୁଡ଼ିକ ସ୍ଥାନନ୍ତର ହେବାର ବିଶେଷ ସମ୍ଭାବନା ରହିଛି। ଏଠାରେ ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ ଓ ଘରୋଇ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ବେଳେ ଷ୍ଟାଡିୟମ୍‌ ବାହାରେ ଏବଂ ଭିତରେ ପ୍ରବଳ ବିକ୍ଷୋଭ ଦେଖାଯାଇଥିଲା। ଏପରିକି ଷ୍ଟାଡିୟମ୍‌ ମଧ୍ୟରେ କେତେକ ବିଦ୍ରୋହୀକାରୀ ରବୀନ୍ଦ୍ର ଜାଡେଜାଙ୍କୁ ଚପଲ ମଧ୍ୟ ପିଙ୍ଗିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଡବଲ ଟ୍ରାପ ଇଭେଣ୍ଟରେ ଶ୍ରେୟାଶୀଙ୍କୁ ସ୍ବର୍ଣ୍ଣ,  ଅଙ୍କୁରଙ୍କୁ ବ୍ରୋଞ୍ଜ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଡବଲ ଟ୍ରାପ ଇଭେଣ୍ଟରେ ଶ୍ରେୟାଶୀଙ୍କୁ ସ୍ବର୍ଣ୍ଣ, ଅଙ୍କୁରଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୧୧।୪- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶୁଟିଂ ଇଭେଣ୍ଟରେ ଭାରତୀୟଙ୍କ ଉନ୍ନତ ପ୍ରଦର୍ଶନ ଜାରି ରହିଛି। ମହିଳା ଡବଲ ଟ୍ରାପ ଇଭେଣ୍ଟରେ ଶ୍ରେୟାଶୀ ସିଂ ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ପୁରୁଷ ବିଭାଗରେ ଦେଶର ଶୀର୍ଷ ର଼୍ୟାଙ୍କଧାରୀ ଶୁଟର ଅଙ୍କୁର ମିତ୍ତଲ ବ୍ରୋଞ୍ଜ ପଦକ ଜିତିଛନ୍ତି।

ପ୍ରଫେଶନାଲ ବକ୍ସର ହେବେ ବିକାଶ

ପ୍ରଫେଶନାଲ ବକ୍ସର ହେବେ ବିକାଶ

ଗୋଲ୍ଡ କୋଷ୍ଟ,୧୧।୪- ଭାରତର ଅନ୍ୟତମ ସଫଳତମ ବକ୍ସର ବିକାଶ କ୍ରିଷ୍ଣ ଆମେଚର ବକ୍ସିଂରୁ ପ୍ରଫେଶନାଲ ବକ୍ସିଂରେ ପ୍ରବେଶ କରିବେ। ଏ ନେଇ ସେ ବୁଧବାର ସୂଚନା ଦେଇଛନ୍ତି। ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମିଫାଇନାଲକୁ ଉନ୍ନୀତ ହୋଇ ପଦକ ନିଶ୍ଚିତ କରିବା ପରେ ସେ ଏ ସମ୍ପର୍କରେ ସ୍ପଷ୍ଟ କରିଛନ୍ତି।

ଆଇପିିଏଲ୍‌-୧୧: ରାଜସ୍ଥାନ ରୟାଲ୍ସ ଦଳରେ ଇଶ ସୋଧି

ଆଇପିିଏଲ୍‌-୧୧: ରାଜସ୍ଥାନ ରୟାଲ୍ସ ଦଳରେ ଇଶ ସୋଧି

ବମ୍ବେ,୧୧।୪- ଆଫଗାନିସ୍ତାନ ବୋଲର ଜାହିର ଖାନ ଚଳିତ ଆଇପିଏଲ୍‌ରୁ ବାଦ୍‌ ପଡ଼ିଛନ୍ତି। ଆହତ ସମସ୍ୟା କାରଣରୁ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଏଣୁ ତାଙ୍କ ବଦଳ ଖେଳାଳି ଭାବେ ରାଜସ୍ଥାନ ରୟାଲ୍ସ ନ୍ୟୁଜିଲାଣ୍ଡର ଲେଗ ସ୍ପିନର ଇଶ ସୋଧିଙ୍କୁ ଦଳରେ ସାମିଲ କରିଛି।

ଆଇପିଏଲ-୧୧:  ଚେନ୍ନାଇ ସୁପରକିଙ୍ଗ୍ସର ଦ୍ୱିତୀୟ ବିଜୟ

ଆଇପିଏଲ-୧୧: ଚେନ୍ନାଇ ସୁପରକିଙ୍ଗ୍ସର ଦ୍ୱିତୀୟ ବିଜୟ

ମାଡ୍ରାସ, ୧୦।୪-ସାମ ବିଲିଙ୍ଗ୍ସଙ୍କ ବିସ୍ଫୋରକ ଅର୍ଦ୍ଧଶତକ ସହାୟତାରେ ଚେନ୍ନାଇ ସୁପର କିଙ୍ଗ୍ସ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୫ ଉଇକେଟରେ ପରାସ୍ତ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୨୦୩ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ଚେନ୍ନାଇ ୧୯.୫ ଓଭରରେ ୫ ଉଇକେଟ ହରାଇ ୨୦୫ ରନ ସଂଗ୍ରହ କରି ନେଇଥିଲା। ଚେନ୍ନାଇ ଏହାର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା।

କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଆରମ୍ଭ: ୧୨ ରାଜ୍ୟରୁ ଭାଗନେଲେ ୨୪୯ ପ୍ରତିଯୋଗୀ

କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଆରମ୍ଭ: ୧୨ ରାଜ୍ୟରୁ ଭାଗନେଲେ ୨୪୯ ପ୍ରତିଯୋଗୀ

ଭୁବନେଶ୍ୱର, ୧୦।୪(କ୍ରୀଡ଼ା ପ୍ରତିନିଧି)- ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ୭ମ କେଶବାନନ୍ଦ ଦାସ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଚାମ୍ପିୟନଶିପ୍‌ ମଙ୍ଗଳବାର ଏଠାରେ ଆରମ୍ଭ ହୋଇଛି। ୧୪ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ପ୍ରତିଯୋଗିତାରେ ୧୨ ରାଜ୍ୟରୁ ୨୪୯ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି। ଏମାନଙ୍କ ମଧ୍ୟରେ ୫୭ ମହିଳା ଓ ୧୬୯ ଅନ୍ତର୍ଜାତୀୟ ରେଟିଂପ୍ରାପ୍ତ ସାମିଲ ଅଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତା ପାଇଁ ମୋଟ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ରଖା ଯାଇଛି। ରେଲଓ୍ବେ ଅନ୍ତର୍ଜାତୀୟ ମାଷ୍ଟର(ଆଇଏମ୍‌) ସୋମାକ ପାଟିଲ(୨୩୫୯ ରେଟିଂ) ଟପ୍‌ ସିଡ୍‌ ଏବଂ ତାମିଲନାଡ଼ୁ ଆଇଏମ୍‌ ରାଜେଶ ଭି.ଏ.ଭି. (୨୩୨୬) ଦ୍ୱିତୀୟ ସିଡ୍‌ର ମାନ୍ୟତା ପାଇଛନ୍ତି।

ନାଲ୍‌କୋ କପ୍‌ ହକି: ସେମିଫାଇନାଲ ଲାଇନ୍‌ ଚୂଡ଼ାନ୍ତ

ନାଲ୍‌କୋ କପ୍‌ ହକି: ସେମିଫାଇନାଲ ଲାଇନ୍‌ ଚୂଡ଼ାନ୍ତ

କଟକ ଅଫିସ,୧୦ା୪- ହକି ଓଡ଼ିଶା ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ୧୬ତମ ନାଲ୍‌କୋ କପ୍‌ ରାଜ୍ୟ ହକି ଚାମ୍ପିୟନଶିପ୍‌ର ସେମିଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି । ପ୍ରଥମ ସେମିଫାଇନାଲ ପୂର୍ବତଟ ରେଲଓ୍ବେ-ଏସ୍‌ଏଜି ସୁନ୍ଦରଗଡ଼ ଏବଂ ଦ୍ୱିତୀୟ ସେମିଫାଇନାଲ ସୁନ୍ଦରଗଡ଼-ଆର୍‌ଏସ୍‌ପି ରାଉରକେଲାକୁ ଭେଟିବ । ମଙ୍ଗଳବାର ୪ଟି ମ୍ୟାଚ୍‌ ଖେଳାଯାଇଛି। ଏଥିରେ ଆର୍‌ଏସ୍‌ପି ରାଉରକେଲା, ସୁନ୍ଦରଗଡ଼, ଏସ୍‌ଏଜି ସୁନ୍ଦରଗଡ଼ ଓ ପୂର୍ବତଟ ରେଲଓ୍ବେ ବିଜୟୀ ହୋଇଛନ୍ତି। ଆର୍‌ଏସ୍‌ପି ରାଉରକେଲା ଓ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯାଇଥିଲା। ୬-୧ ଗୋଲରେ ଆର୍‌ଏସିପି ରାଉରକେଲା ବିଜୟୀ ହୋଇଛି।

ଅପରାଜିତା ରାଜ୍ୟର ପ୍ରଥମ ମହିଳା ଫିଡେ ଆର୍ବିଟର

ଅପରାଜିତା ରାଜ୍ୟର ପ୍ରଥମ ମହିଳା ଫିଡେ ଆର୍ବିଟର

ଭୁବନେଶ୍ୱର, ୧୦।୪(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଖେଳାଳି ଅପରାଜିତା ଗୋଚ୍ଛିକାର ରାଜ୍ୟର ପ୍ରଥମ ମହିଳା ଫିଡେ ଆର୍ବିଟର ହେବାର ଗୌରବ ଅର୍ଜନ କରିଛନ୍ତି। ସମ୍ପ୍ରତି କିଟ୍‌ରେ ମ୍ୟାନେଜର (ଆଡମିନିଷ୍ଟ୍ରେଶନ) ଭାବେ କାର୍ଯ୍ୟରତ ଅପରାଜିତା ବେଲାରୁଷର ମିନସେକରେ ଏପ୍ରିଲ ୬ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ପ୍ରଥମ କ୍ୱାର୍ଟର ପ୍ରେସିଡେଣ୍ଟାଲ ବୋର୍ଡରେ ଓ୍ବାଲର୍‌ଡ ଚେସ୍‌ ଫେଡେରେଶନ(ଫିଡେ) ପକ୍ଷରୁ ଆର୍ବିଟର ଟାଇଟଲ ହାସଲ କରିଛନ୍ତି।

ଏସିଆନ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌: ସାଇନାଙ୍କୁ ୩ ସ୍ବର୍ଣ୍ଣ ପଦକ

ଏସିଆନ ୟୁଥ୍‌ ଚେସ୍‌ ଚାମ୍ପିୟନଶିପ୍‌: ସାଇନାଙ୍କୁ ୩ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୦।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଚେସ୍‌ର ଭବିଷ୍ୟତ ବିବେଚିତ ହେଉଥିବା ସାଇନା ସାଲୋନିକା ନିଜ ଜାଜୂଲ୍ୟମାନ କ୍ୟାରିୟରରେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିଛନ୍ତି। ଥାଇଲାଣ୍ଡର ଚିଆଙ୍ଗମାଇଠାରେ ଏପ୍ରିଲ ୧ରୁ ୯ ପର୍ଯ୍ୟନ୍ତ ଅନୁଷ୍ଠିତ ଏସିଆନ ୟୁଥ ଚେସ୍‌ ଚାମ୍ପିୟନଶିପ୍‌ରେ ସେ ୩ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୬ ବର୍ଷରୁ କମ୍‌ ର଼୍ୟାପିଡ୍‌ ଚେସ୍‌ର ବ୍ୟକ୍ତିଗତ ବିଭାଗରେ ସ୍ବର୍ଣ୍ଣ ପଦକ ସହ ଅଭିଯାନ ଆରମ୍ଭ କରିଥିଲେ ଏହି ପ୍ରତିଭା। ୭ ରାଉଣ୍ଡ ମଧ୍ୟରୁ ସେ ୬ ପଏଣ୍ଟ ହାସଲ କରି ଅନ୍ୟ ସମସ୍ତଙ୍କୁ ପଛରେ ପକାଇ ଦେଇଥିଲେ।

ପାରା-ପାଓ୍ବାରଲିଫ୍ଟର ସଚିନଙ୍କୁ ବ୍ରୋଞ୍ଜ୍‌

ପାରା-ପାଓ୍ବାରଲିଫ୍ଟର ସଚିନଙ୍କୁ ବ୍ରୋଞ୍ଜ୍‌

ଗୋଲ୍ଡ କୋଷ୍ଟ, ୧୦।୪(ପି.ଟି.)- ପାରା- ପାଓ୍ବାରଲିଫ୍ଟର ସଚିନ ଚୌଧୁରୀ ପାରା ସ୍ପୋଟର୍‌ସରେ ଭାରତ ପାଇଁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମ ପଦକ ହାସଲ କରିଛନ୍ତି।

ସ୍ବର୍ଣ୍ଣ ବିଜୟିନୀ ମନିକାଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର

ସ୍ବର୍ଣ୍ଣ ବିଜୟିନୀ ମନିକାଙ୍କୁ ୧୪ ଲକ୍ଷ ଟଙ୍କା ପୁରସ୍କାର

ନୂଆଦିଲ୍ଲୀ, ୧୦।୪(ପି.ଟି.)- ଭାରତୀୟ ମହିଳା ପ୍ୟାଡଲର ମନିକା ବାତ୍ରାଙ୍କୁ ଦିଲ୍ଲୀ ସରକାର ୧୪ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି। ଦିଲ୍ଲୀର ମନିକା ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଟେବୁଲ ଟେନିସ ମହିଳା ଟିମ୍‌ ଇଭେଣ୍ଟରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସଦସ୍ୟା ଥିଲେ।

ଆହତ କୁମିନ୍ସ ଆଇପିଏଲ୍‌ରୁ ବାଦ୍‌

ଆହତ କୁମିନ୍ସ ଆଇପିଏଲ୍‌ରୁ ବାଦ୍‌

ସିଡ୍‌ନୀ, ୧୦।୪(ପି.ଟି.)- ଆଇପିଏଲ୍‌ ଏକାଦଶ ସଂସ୍କରଣର ପ୍ରାରମ୍ଭରୁ ଆହତ ସମସ୍ୟା ଖେଳାଳିଙ୍କ ପିଛା ଛାଡ଼ିବାର ନାଁ ଧରୁନାହିଁ। ସଦ୍ୟତମ ଖେଳାଳିଭାବେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ତଥା ମୁମ୍ବାଇ ଇଣ୍ଡିଆନ୍ସର ପ୍ୟାଟ୍‌ କୁମିନ୍ସ ପିଠି ଯନ୍ତ୍ରଣାଜନିତ ସମସ୍ୟା ଲାଗି ଆଇପିଏଲ୍‌ର ବଳକା ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି।