ଖେଳ

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ

ଡ୍ରାଭିଡଙ୍କ ପୁଅ ସମିତ୍‌ଙ୍କ ଚମକ

ବାଙ୍ଗାଲୋର,୧୦ା୧(ପି.ଟି.)- ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ରାହୁଲ ଡ୍ରାଭିଡ୍‌ଙ୍କ ବଡ଼ପୁଅ ସମିତ ଅସାଧାରଣ ବ୍ୟାଟିଂ ପ୍ରଦର୍ଶନ କରି ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ରନ୍‌ ହାରରେ ବ୍ରାଡ୍‌ମ୍ୟାନଙ୍କ ଆଗରେ ଆଫଗାନୀ ବ୍ୟାଟ୍ସମ୍ୟାନ

ରନ୍‌ ହାରରେ ବ୍ରାଡ୍‌ମ୍ୟାନଙ୍କ ଆଗରେ ଆଫଗାନୀ ବ୍ୟାଟ୍ସମ୍ୟାନ

ଅକ୍‌ଲାଣ୍ଡ, ୧୦।୧- କ୍ରମାଗତ ଭାବେ ଆଫଗାନିସ୍ତାନ କ୍ରିକେଟର ଉନ୍ନତି ହେବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ନିଜଠାରୁ ବେଶ ଶକ୍ତିଶାଳୀ ଦଳକୁ ଚକିତ କରିବା ପରେ ୧୯ ବର୍ଷରୁ କମ୍‌ କ୍ରିକେଟ ଦଳରେ ସ୍ଥାନ ପାଇଥିବା ବାହିର ଶାହ ରନ୍‌ ହାରରେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ ଡନ୍‌ ବ୍ରାଡମ୍ୟାନଙ୍କୁ ପଛରେ ପକାଇ ଦେଇଛନ୍ତି।

ବିଏଫ୍‌ଆଇ ଇସିରେ ଯୋଗଦେବେ ସରିତା

ବିଏଫ୍‌ଆଇ ଇସିରେ ଯୋଗଦେବେ ସରିତା

ନୂଆଦିଲ୍ଲୀ, ୧୦।୧ (ପି.ଟି.)- ପୂର୍ବତନ ବିଶ୍ୱ ଚାମ୍ପିୟନ୍‌ ତଥା ଏସିଆନ୍‌ ଚାମ୍ପିୟନ୍‌ ମହିଳା ବକ୍ସର ଏଲ. ସରିତା ଦେବୀ ଅନ୍ତର୍ଜାତୀୟ ବକ୍ସିଂ ମହାସଂଘ (ବିଏଫ୍‌ଆଇ)ର କାର୍ଯ୍ୟକରିଣୀ ପରିଷଦରେ ଯୋଗଦେବେ। ଭାରତୀୟ ବକ୍ସିଂ ମହାସଂଘର ମହିଳା ପ୍ରତିନିଧି ଭାବେ ସେ ବୁଧବାର ନିର୍ବାଚିତ ହୋଇଛନ୍ତି।

ଆଞ୍ଚଲ ଠାକୁରଙ୍କୁ  ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଆଞ୍ଚଲ ଠାକୁରଙ୍କୁ ଅନ୍ତର୍ଜାତୀୟ ସ୍କିଙ୍ଗ ପଦକ

ଚଣ୍ଡିଗଡ଼, ୧୦।୧(ପି.ଟି.)- ମନାଲି ବାସିନ୍ଦା ଆଞ୍ଚଲ ଠାକୁର ମଙ୍ଗଳବାର ଇତିହାସ ସୃଷ୍ଟି କରିଛନ୍ତି। ୨୧ ବର୍ଷୀୟା ଖେଳାଳି ପ୍ରଥମ ଭାରତୀୟ ଭାବେ କୌଣସି ଅନ୍ତର୍ଜାତୀୟ ସ୍କିଙ୍ଗ ଇଭେଣ୍ଟରେ ପଦକ ଜିତିଛନ୍ତି। ତୁର୍କୀର ଇର୍ଜୁରୁମସ୍ଥିତ ପାଲାଣ୍ଡୋକେନ ସ୍କି କେନ୍ଦ୍ରଠାରେ ଅନ୍ତର୍ଜାତୀୟ ସ୍କିଙ୍ଗ ମହାସଂଘ ପକ୍ଷରୁ ଚାଲିଥିବା ଆଲପିନେ ଇଜଦେର ୩୨୦୦ କପ୍‌ ଟୁର୍ନାମେଣ୍ଟରେ ସେ ବ୍ରୋଞ୍ଜ ପଦକ ଜିଣି ଏହି ସଫଳତା ପାଇଛନ୍ତି।

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ଭୁବନେଶ୍ୱର

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: କ୍ୟାରିୟର ଶ୍ରେଷ୍ଠ ସ୍ଥାନରେ ଭୁବନେଶ୍ୱର

କେପ୍‌ ଟାଉନ୍‌,୯ା୧(ପି.ଟି.)- ସଦ୍ୟ ପ୍ରକାଶିତ ଆନ୍ତର୍ଜାତିକ କ୍ରିକେଟ କାଉନସିଲ୍‌ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତୀୟ ସୁଇଙ୍ଗ ବୋଲର ଭୁବନେଶ୍ୱର କୁମାର ୮ଟି ସ୍ଥାନ ଉପରକୁ ଉଠି କ୍ୟାରିୟର ଶ୍ରେଷ୍ଠ ୨୨ତମ ସ୍ଥାନ ଅଧିକାର କରିଛନ୍ତି। କେପଟାଉନ୍‌ ଟେଷ୍ଟରେ ଦମ୍‌ଦାର ପ୍ରଦର୍ଶନ କରି ସେ ବୋଲିଂ ତାଲିକାରେ ଲମ୍ବ ଡିଆଁ ମାରିଛନ୍ତି।

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

ଅଧିନାୟକ ପଦକୁ ଫେରିଲେ ମାଥ୍ୟୁସ

କଲମ୍ବୋ, ୯।୧(ଏଏଫ୍‌ପି)- ଛ’ ମାସର ବ୍ୟବଧାନ ପରେ ବରିଷ୍ଠ ବ୍ୟାଟ୍ସମ୍ୟାନ ଆଞ୍ଜେଲୋ ମାଥ୍ୟୁସ ପୁଣିଥରେ ଜାତୀୟ ସୀମିତ ଓଭର କ୍ରିକେଟ ଦଳର ଅଧିନାୟକ ପଦକୁ ଫେରିଛନ୍ତି। ଚଳିତ ମାସ ଶେଷଭାଗରେ ବାଂଲାଦେଶରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ସିରିଜ ଲାଗି ମଙ୍ଗଳବାର ୧୬ ଜଣିଆ ଶ୍ରୀଲଙ୍କା ଦଳ ଘୋଷଣା କରାଯାଇଛି।

ଡୋପିଂ ମାମଲାରେ ୟୁସୁଫ ପଠାନ ବାସନ୍ଦ

ଡୋପିଂ ମାମଲାରେ ୟୁସୁଫ ପଠାନ ବାସନ୍ଦ

ନୂଆଦିଲ୍ଲୀ, ୯।୧(ପି.ଟି.)- ଭାରତୀୟ କ୍ରିକେଟ ଟିମ୍‌ର ଭେଟେରାନ ଅଲ୍‌ରାଉଣ୍ଡର ୟୁସୁଫ୍‌ ପଠାନ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। ନିଷିଦ୍ଧ ଔଷଧ ସେବନ କରିଥିବା କାରଣରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତାଙ୍କୁ ୫ ମାସ ଲାଗି ବାସନ୍ଦ କରିଛି।

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ଡିଏଲ୍‌ରେ ପୁଣି ଜିତିଲା ନ୍ୟୁଜିଲାଣ୍ଡ

ନେଲସନ, ୯।୧(ଏଏଫ୍‌ପି)- ଏଠାରେ ମଙ୍ଗଳବାର ଅନୁଷ୍ଠିତ ବର୍ଷାବାଧା ପ୍ରାପ୍ତ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ନ୍ୟୁଜିଲାଣ୍ଡ ଡିଏଲ୍‌ ପଦ୍ଧତିରେ ୮ ଉଇକେଟ୍‌ରେ ପାକିସ୍ତାନକୁ ପରାସ୍ତ କରିଛି।

ପଣ୍ଟିଂ ଅଷ୍ଟ୍ରେଲିଆ ଟି୨୦ ଦଳର ସହାୟକ କୋଚ୍‌

ପଣ୍ଟିଂ ଅଷ୍ଟ୍ରେଲିଆ ଟି୨୦ ଦଳର ସହାୟକ କୋଚ୍‌

ସିଡ୍‌ନୀ, ୯।୧(ଏଏଫ୍‌ପି)- ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ଦିନରେ ଖେଳାଯିବାକୁ ଥିବା ଟି୨୦ ସିରିଜ ଲାଗି ପ୍ରାକ୍ତନ ଅଧିନାୟକ ରିକି ପଣ୍ଟିଂ ଅଷ୍ଟ୍ରେଲିଆ ଦଳର ସହାୟକ କୋଚ୍‌ ନିଯୁକ୍ତ ହୋଇଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ଏନେଇ ମଙ୍ଗଳବାର ସ୍ପଷ୍ଟ କରାଯାଇଛି।

ଦକ୍ଷିଣ ଆଫ୍ରିକା ଦଳରେ ଅଲିଭର

ଦକ୍ଷିଣ ଆଫ୍ରିକା ଦଳରେ ଅଲିଭର

ଜାନୁୟାରୀ ୧୩ରୁ ସେଞ୍ଚୁରିଅନ୍‌ଠାରେ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ଲାଗି ସୋମବାର ଦକ୍ଷିଣ ଆଫ୍ରିକା ଦଳ ଘୋଷଣା କରାଯାଇଛି। ଏଥିରେ ଦୁଇଜଣ ଫାଷ୍ଟ ବୋଲର ଡୁଆନେ ଅଲିଭର ଓ ଲୁଙ୍ଗି ଏନ୍‌ଗିଡି ସ୍ଥାନ ପାଇଛନ୍ତି।

ଧୂପରଙ୍କ ୯୦ ସତ୍ତ୍ୱେ ଓଡ଼ିଶା ପରାସ୍ତ

ଧୂପରଙ୍କ ୯୦ ସତ୍ତ୍ୱେ ଓଡ଼ିଶା ପରାସ୍ତ

କଟକ ଅଫିସ,୮ା୧- ରାଞ୍ଚି ଜେଏସ୍‌ସିଏ ଅନ୍ତର୍ଜାତୀୟ ସ୍ପୋଟର୍‌ସ କମ୍ପ୍ଲେକ୍ସରେ ସୟଦ ମୁସ୍ତାକ ଅଲ୍ଲୀ ଟି୨୦ ପୂର୍ବାଞ୍ଚଳ ଲିଗ୍‌ର ଓଡ଼ିଶା-ବେଙ୍ଗଲ ମ୍ୟାଚ୍‌ ସୋମବାର ଅନୁଷ୍ଠିତ ହୋଇଯାଇଛି। ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ ରାଜେଶ ଧୂପରଙ୍କ ୯୦ ରନ ସତ୍ତ୍ୱେ ଓଡ଼ିଶା ୭ ଉଇକେଟରେ ପରାସ୍ତ ହୋଇଛି।

କେପ୍‌ଟାଉନ୍‌ ଟେଷ୍ଟ: ଭାରତ ୭୨ ରନରେ ପରାସ୍ତ

କେପ୍‌ଟାଉନ୍‌ ଟେଷ୍ଟ: ଭାରତ ୭୨ ରନରେ ପରାସ୍ତ

କେପ୍‌ ଟାଉନ, ୮।୧(ପି.ଟି.)- ଦକ୍ଷିଣ ଆଫ୍ରିକା ଗସ୍ତରେ ଭାରତକୁ ପ୍ରଥମ ଝଟ୍‌କା ଲାଗିଛି। ନ୍ୟୁଲାଣ୍ଡ୍ସରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ବିରାଟ କୋହଲିଙ୍କ ଦଳ ୭୨ ରନରେ ଦକ୍ଷିଣ ଆଫ୍ରିକାଠାରୁ ହାରି ଯାଇଛି। ବୋଲରଙ୍କ ପ୍ରାଧାନ୍ୟ ବିଶିଷ୍ଟ ପିଚ୍‌ରେ ଭାରତ ୨୦୮ ରନ ବିଜୟ ଲକ୍ଷ୍ୟର ପିଛାକରି ୧୩୫ ରନରେ ଅଲଆଉଟ ହୋଇ ଯାଇଥିଲା।

 ଅଷ୍ଟ୍ରେଲିଆ ୪-୦ରେ ଜିତିଲା ଆଶେସ

ଅଷ୍ଟ୍ରେଲିଆ ୪-୦ରେ ଜିତିଲା ଆଶେସ

ସିଡ୍‌ନୀ, ୮ା୧ (ଏଏଫ୍‌ପି)-ଇଂଲଣ୍ଡ ବିପକ୍ଷ ୫ମ ତଥା ଅନ୍ତିମ ଆଶେସ ଟେଷ୍ଟକୁ ଅଷ୍ଟ୍ରେଲିଆ ଏକ ଇନିଂସ ଓ ୧୨୩ ରନରେ ଜିତିନେଇଛି। ଫଳରେ ୫ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଘରୋଇ ଦଳ ୪-୦ରେ ବିଜୟ ଲାଭ କରିଛି।

ରିଦ୍ଧିମାନଙ୍କ ରେକର୍ଡ

ରିଦ୍ଧିମାନଙ୍କ ରେକର୍ଡ

କେପ୍‌ ଟାଉନ, ୮।୧(ପି.ଟି.)- ରିଦ୍ଧିମାନ ଶାହ ପ୍ରଥମ ଭାରତୀୟ ଉଇକେଟ କିପରଭାବେ ଗୋଟିଏ ଟେଷ୍ଟରେ ୧୦ ଡିସ୍‌ମିଶାଲ ରେକର୍ଡର ଅଧିକାରୀ ହୋଇଛନ୍ତି।

ଚତୁଃ ରାଷ୍ଟ୍ରୀୟ ହକି ପାଇଁ ଭାରତୀୟ ଦଳ ଘୋଷିତ

ଚତୁଃ ରାଷ୍ଟ୍ରୀୟ ହକି ପାଇଁ ଭାରତୀୟ ଦଳ ଘୋଷିତ

ନ୍ୟୁଜିଲାଣ୍ଡରେ ହେବାକୁଥିବା ଚତୁଃ ରାଷ୍ଟ୍ରୀୟ ହକି ଟୁର୍ନାମେଣ୍ଟ ପାଇଁ ସୋମବାର ୨୦ ଜଣିଆ ଭାରତୀୟ ଦଳ ଘୋଷଣା ହୋଇଛି। ଦୀର୍ଘ ୮ ମାସ ପରେ ଗୋଲ କିପର ପି.ଆର. ଶ୍ରୀଜେଶ ଜାତୀୟ ଦଳକୁ ଫେରିଥିବାବେଳେ ଓଡ଼ିଶାର ବୀରେନ୍ଦ୍ର ଲାକ୍ରା ନିଜର ସ୍ଥାନ ସୁରକ୍ଷିତ ରଖିଛନ୍ତି।

ମାର୍ଶ ଭ୍ରାତୃଦ୍ୱୟଙ୍କ ଶତକ:  ଇଂଲଣ୍ଡର ବିପର୍ଯ୍ୟୟ

ମାର୍ଶ ଭ୍ରାତୃଦ୍ୱୟଙ୍କ ଶତକ: ଇଂଲଣ୍ଡର ବିପର୍ଯ୍ୟୟ

ସିଡନୀ,୮ା୧(ପି.ଟି.)- ସ୍ଥାନୀୟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ବିପକ୍ଷ ଆଶେସ୍‌ ସିରିଜର ପଞ୍ଚମ ତଥା ଅନ୍ତିମ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ଶିକାର ହୋଇ ବିପଦରେ ପଡିଛି।

ଋତୁପର୍ଣ୍ଣା, ଅଂଶୁ ଚାମ୍ପିୟନ

ଋତୁପର୍ଣ୍ଣା, ଅଂଶୁ ଚାମ୍ପିୟନ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ରବିବାର ଅଲ୍‌ ଓଡ଼ିଶା ଉତ୍କଳ ଓପନ ଟେନିସ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ଏହାର ମହିଳା ବିଭାଗରେ ଋତୁପର୍ଣ୍ଣା ଚୌଧୁରୀ ଓ ପୁରୁଷରେ ଅଂଶୁକମାର ଭୂୟାଁ ଚାମ୍ପିୟନ ହୋଇଛନ୍ତି।

ଦୀପ୍‌ସାନଙ୍କୁ ଏକଲବ୍ୟ ପୁରସ୍କାର

ଦୀପ୍‌ସାନଙ୍କୁ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, ୭।୧(ସ୍ପୋଟର୍‌ସ ବ୍ୟୁରୋ)- ରାଜ୍ୟର ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଉଦ୍ଦେଶ୍ୟରେ ଇଣ୍ଡିଆନ ମେଟାଲ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରତିବର୍ଷ ପ୍ରଦାନ କରାଯାଉଥିବା ଏକଲବ୍ୟ ପୁରସ୍କାରର ରୌପ୍ୟ ଜୟନ୍ତୀ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି।

କେପିଏସ ପ୍ରିମିୟର ଲିଗ୍‌:  ବାଲେଶ୍ୱର ବୁଲ୍‌ସ ଚାମ୍ପିୟନ

କେପିଏସ ପ୍ରିମିୟର ଲିଗ୍‌: ବାଲେଶ୍ୱର ବୁଲ୍‌ସ ଚାମ୍ପିୟନ

ବଡସାହି,୭।୧(ସ୍ବ.ପ୍ର.)-କୋଚିଲାଖୁଣ୍ଟା, ପାଉଁଶିଆ ଓ ଶିଆଳିଘାଟୀ ପଞ୍ଚାୟତକୁ ନେଇ ଚାଲିଥିବା ୨ୟ ବାର୍ଷିକ କେପିଏସ ପ୍ରିମିୟର ଲିଗ୍‌ ଉଦଯାପିତ ହୋଇଯାଇଛି। ଏହି ମ୍ୟାଚରେ ୫ଟି ଦଳ ଅଂଶ ଗ୍ରହଣ କରିଥିଲେ। ଷ୍ଟାର ଏକାଦଶ ଓ ବଳଙ୍ଗେଶ୍ୱର ବୁଲ୍‌ସ ଦଳ ମଧ୍ୟରେ ଫାଇନାଲ ଖେଳ ଅନୁଷ୍ଠିତ ହୋଇଥିଲା।

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ସର୍ବଭାରତୀୟ ୱାଇଏମସି କପ୍‌ ଉଦ୍‌ଘାଟିତ: ବଲାଙ୍ଗୀରକୁ ହରାଇଲା ସମ୍ବଲପୁର

ନୂଆପଡା ଅଫିସ, ୭।୧- ୨୬ତମ ସର୍ବଭାରତୀୟ ୱାଇଏମସି କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ନୂଆପଡା ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ଜିଲାପାଳ ଡା. ପୋମା ଟୁଡୁ ମୁଖ୍ୟ ଅତିଥି ଏବଂ ଏସ୍‌ପି ସ୍ମିମ ପରମାର ବିଶେଷ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରଥମ ମ୍ୟାଚ ସମ୍ବଲପୁର ଏବଂ ନବକ ିଶୋର କ୍ଲବ ବଲାଙ୍ଗୀର ମଧ୍ୟରେ ହୋଇଥିଲା। ଟସ୍‌ ହାରି ବଲାଙ୍ଗୀର ପ୍ରଥମେ ବ୍ୟାଟିଂ କରି ୨୪ଓଭରରେ ସମସ୍ତ ଉଇକେଟ ହରାଇ ୧୧୬ରନ କରିଥିଲା। ଦଳ ପକ୍ଷରୁ ସବ୍ୟସାଚୀ ସିଂବାବୁ ସର୍ବାଧିକ ୪୪ରନ ସଂଗ୍ରହ କରିଥିଲେ। ସମ୍ବଲପୁରର ଏସ.କେ. ଜାହାଙ୍ଗୀର ୫ ଓଭରରେ ୨୮ରନ ଦେଇ ୪ଟି ଉଇକେଟ ଅକ୍ତିଆର କରିଥିଲେ। ଏହାର ଜବାବରେ ସମ୍ବଲପୁର ଦଳ ୬ ଉଇକେଟ ହରାଇ ୨୩ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।

ଦୁର୍ଘଟଣାରେ ୪ ଭାରୋତ୍ତୋଳନକାରୀଙ୍କ ମୃତ୍ୟୁ

ଦୁର୍ଘଟଣାରେ ୪ ଭାରୋତ୍ତୋଳନକାରୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୭।୧- ଦେଶର ୪ ଜଣ ଭାରୋତ୍ତୋଳନକାରୀ ରବିବାର ଦିଲ୍ଲୀର ସିଙ୍ଘୁ ବର୍ଡରଠାରେ ଏକ କାର୍‌ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏଥିସହ ବିଶ୍ୱ ଚାମ୍ପିୟନ୍‌ ସାକ୍ଷାମ ଯାଦବଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି। ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି।

ବିବିଏଲ୍‌ରୁ ସନ୍ନ୍ୟାସ ନେବେ ପିଟରସନ

ବିବିଏଲ୍‌ରୁ ସନ୍ନ୍ୟାସ ନେବେ ପିଟରସନ

ମେଲବୋର୍ନ, ୭।୧- ଚଳିତ ବିଗ୍‌ ବାଶ୍‌ ଲିଗ୍‌ (ବିବିଏଲ୍‌)ରୁ ସନ୍ନ୍ୟାସ ନେବାକୁ ଯାଉଛନ୍ତି ଇଂଲଣ୍ଡର ପୂର୍ବତନ ବ୍ୟାଟ୍ସମ୍ୟାନ କେଭିନ ପିଟସନ। ଏବେ ମେଲବୋର୍ନ ଷ୍ଟାର ପାଇଁ ଖେଳୁଥିବା ପିଟରସନ ଏ ନେଇ ସ୍ପଷ୍ଟ କରିଛନ୍ତି।

ସାଙ୍ଗଓ୍ବାନଙ୍କୁ ଦିଲ୍ଲୀ ଟି୨୦ ଦଳର ନେତୃତ୍ୱ

ସାଙ୍ଗଓ୍ବାନଙ୍କୁ ଦିଲ୍ଲୀ ଟି୨୦ ଦଳର ନେତୃତ୍ୱ

ନୂଆଦିଲ୍ଲୀ, ୭।୧- ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ୍‌ (ଡିଡିସିଏ)ରେ ଚାଲିଥିବା ଆନ୍ତଃ ରାଜନୀତିର ପ୍ରଭାବ ଦିଲ୍ଲୀ କ୍ରିକେଟ ଦଳରେ ଦେଖିବାକୁ ମିଳିଛି। ଦେଶର ଉଦୀୟମାନ ଉଇକେଟ୍‌ କିପର ବ୍ୟାଟ୍ସମ୍ୟାନ ରିଶବ ପନ୍ତଙ୍କୁ ଦଳର ନେତୃତ୍ୱ ପଦରୁ ହଟାଇ ଦିଆଯାଇଛି। ନିକଟରେ ଶେଷ ହୋଇଥିବା ରଣଜୀ ସିଜନରେ ଦଳକୁ ଫାଇନାଲରେ ପହଞ୍ଚାଇବା ସତ୍ତ୍ୱେ ସେ ଦଳର ଅଧିନାୟକ ପଦ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ତାଙ୍କ ବଦଳରେ ବାମହାତୀ ଦ୍ରୁତ ବୋଲର ପ୍ରଦୀପ ସାଙ୍ଗଓ୍ବାନଙ୍କୁ ଦଳର ନେତୃତ୍ୱ ଭାର ପ୍ରଦାନ କରାଯାଇଛି।

ଜର୍ଜେସଙ୍କୁ ଅକ୍‌ଲାଣ୍ଡ କ୍ଲାସିକ ଟାଇଟଲ

ଜର୍ଜେସଙ୍କୁ ଅକ୍‌ଲାଣ୍ଡ କ୍ଲାସିକ ଟାଇଟଲ

ଅକ୍‌ଲାଣ୍ଡ, ୭।୧ (ଏଏଫ୍‌ପି)- ଟପ୍‌ ସିଡ୍‌ ଖେଳାଳି କାରୋଲିନା ଓଜନିଆକିଙ୍କୁ ଚକ୍‌ମା ଦେଇ ଜୁଲିଆ ଜର୍ଜେସ ଏଠାରେ ଚାଲିଥିବା ଡ୍‌ବ୍ଲୁଟିଏ ଅକ୍‌ଲାଣ୍ଡ କ୍ଲାସିକ ଟାଇଟଲ ହାସଲ କରିଛନ୍ତି। ଜର୍ମାନୀର ୨୯ ବର୍ଷୀୟା ଖେଳାଳି ଫାଇନାଲ ମୁକାବିଲାକୁ ୬-୪, ୭-୬ ସିଧାସଳଖ ସେଟ୍‌ରେ ଜିତି ଟୁର୍ନାମେଣ୍ଟରେ ଚାମ୍ପିୟନ୍‌ ଆଖ୍ୟା ପାଇଛନ୍ତି।