ଖେଳ

ଆଇସିସି ବିଶ୍ୱ ଏକାଦଶରେ ଲାମିଚାନେ

ଆଇସିସି ବିଶ୍ୱ ଏକାଦଶରେ ଲାମିଚାନେ

ଦୁବାଇ,୧୬।୫(ପି.ଟି.)- ଚଳିତ ମାସ ୩୧ ତାରିଖରେ ଲଡର୍‌ସଠାରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ଆଇସିସି ବିଶ୍ୱ ଏକାଦଶ ମଧ୍ୟରେ ଏକ ଟି୨୦ ଚ୍ୟାରିଟି ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌ରେ ଆଇସିସି ବିଶ୍ୱ ଏକାଦଶ ଦଳର ପ୍ରତିନିଧିତ୍ୱ କରିବେ ନେପାଳର ଯୁବ ସ୍ପିନର ସନ୍ଦୀପ ଲାମିଚାନେ। ତାଙ୍କୁ ବାଂଲାଦଶ ଅଲ୍‌ରାଉଣ୍ଡର ଶାକିବ ଅଲ ହାସନଙ୍କ ସ୍ଥାନରେ ଦଳରେ ନିଆଯାଇଛି।

ମହିଳା ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଭାରତର ଅପରାଜେୟ ଧାରା ଜାରି

ମହିଳା ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଭାରତର ଅପରାଜେୟ ଧାରା ଜାରି

ଡୋନଘାଇ ସିଟି (ଦକ୍ଷିଣ କୋରିଆ),୧୬।୫(ପି.ଟି.)- ଏଠାରେ ଚାଲିଥିବା ମହିଳା ଏସିଆନ୍‌ ଚାମ୍ପିୟନ୍ସ ଟ୍ରଫି ହକି ଟୁର୍ନାମେଣ୍ଟରେ ଭାରତୀୟ ଦଳ ଅପରାଜେୟ ଧାରା ଜାରି ରହିଛି। ବୁଧବାର ଖେଳାଯାଇଥିବା ମୁକାବିଲାରେ ଭାରତ ୩-୧ ଗୋଲ୍‌ରେ ଉନ୍ନତ ର଼୍ୟାଙ୍କଧାରୀ ଚାଇନା(୮ମ)କୁ ପରାସ୍ତ କରିଛି।

ବିଶ୍ୱକପ୍‌ ରେଫରିଙ୍କୁ ବାସନ୍ଦ କଲା ସୌଦି

ବିଶ୍ୱକପ୍‌ ରେଫରିଙ୍କୁ ବାସନ୍ଦ କଲା ସୌଦି

ରିୟାଧ,୧୬।୫(ଏଏଫ୍‌ପି)- ଆଗାମୀ ବିଶ୍ୱକପ୍‌ ପରିଚାଳନା ପାଇଁ ଫିଫା ପକ୍ଷରୁ ମନୋନୀତ ହୋଇଥିବା ରେଫରି ଫହାଦ ଅଲ ମିର୍ଦାସିଙ୍କୁ ସୌଦି ଫୁଟ୍‌ବଲ ଫେଡେରେଶନ ପକ୍ଷରୁ ଆଜୀବନ ବାସନ୍ଦାଦେଶ ଦିଆଯାଇଛି।

ଏବେବି ପ୍ଲେ-ଅଫ୍‌କୁ ଉନ୍ନୀତ ହେଇପାରିବୁ- ରାହାନେ

ଏବେବି ପ୍ଲେ-ଅଫ୍‌କୁ ଉନ୍ନୀତ ହେଇପାରିବୁ- ରାହାନେ

କଲିକତା,୧୬।୫(ପି.ଟି.)- ରାଜସ୍ଥାନ ରୟାଲ୍ସ ଦଳ କୋଲକାତା ନାଇଟ୍‌ ରାଇଡର୍ସଠାରୁ ପରାଜିତ ହେବା ପରେ ଚଳିତ ଆଇପିଏଲ୍‌ର ଆଗାମୀ ପର୍ଯ୍ୟାୟକୁ ଉନ୍ନୀତ ହେବାର ଆଶା ରହିଛି। ଦଳ ଏ ଯାବତ ୧୩ଟି ମ୍ୟାଚ୍‌ରୁ ୧୨ ପଏଣ୍ଟ ସହ ୪ର୍ଥ ସ୍ଥାନରେ ରହିଛି।

ନ୍ୟୁଜିଲାଣ୍ଡ କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରେ ଆସଲେ

ଅକ୍‌ଲାଣ୍ଡ,୧୬।୫(ଏଏଫ୍‌ପି)- ଲେଗ୍‌ ସ୍ପିନର ଅଲରାଉଣ୍ଡର ଟଡ ଆସଲେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ କେନ୍ଦ୍ରୀୟ ଚୁକ୍ତି ଖେଳାଳିଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ୩୧ ବର୍ଷୀୟ ଖେଳାଳି ଏକମାତ୍ର ନୂତନ ଖେଳାଳି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ବ୍ୟାଟ୍ସମ୍ୟାନ ନିଲ ବ୍ରୁମ ଓ ଅଲରାଉଣ୍ଡର ଜେମ୍ସ ନିଶାମଙ୍କୁ ବାଦ୍‌ ଦିଆଯାଇଛି।

ପୂର୍ବତନ ଆଷ୍ଟୋନ ଭିଲା ଡିଫେଣ୍ଡର ସାମୁଏଲଙ୍କ ମୃତ୍ୟୁ

ପୂର୍ବତନ ଆଷ୍ଟୋନ ଭିଲା ଡିଫେଣ୍ଡର ସାମୁଏଲଙ୍କ ମୃତ୍ୟୁ

ଲଣ୍ଡନ,୧୬।୫(ଏଏଫ୍‌ପି)- ପୂର୍ବତନ ଆଷ୍ଟୋନ ଭିଲା ଓ ବୋଲଟନ ଡିଫେଣ୍ଡର ଲୟଡ ସାମୁଏଲ କାର ଦୁର୍ଘଟଣାରେ ଜୀବନ ହରାଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୩୭ ବର୍ଷ ହୋଇଥିଲା। ମଙ୍ଗଳବାର ନର୍ଥ ଓ୍ବେଷ୍ଟ ଇଂଲଣ୍ଡର ହାଇ ଲେଗ୍‌ଠାରେ କାର୍‌ରେ ଯାଉଥିବା ବେଳେ ଏକ ଟ୍ରକ ସହ ତାଙ୍କ ଧକ୍କା ହୋଇଥିଲା।

ଫ୍ଲୋରିଡାରେ ଟି୨୦ ଖେଳିବେ ବାଂଲାଦେଶ-ଓ୍ବେଷ୍ଟଇଣ୍ଡିଜ୍‌

ଫ୍ଲୋରିଡାରେ ଟି୨୦ ଖେଳିବେ ବାଂଲାଦେଶ-ଓ୍ବେଷ୍ଟଇଣ୍ଡିଜ୍‌

କିଙ୍ଗ୍‌ଷ୍ଟନ,୧୬।୫- ଆସନ୍ତା ଅଗଷ୍ଟରେ ଓ୍ବେଷ୍ଟଇଣ୍ଡିଜ୍‌ ଓ ବାଂଲାଦେଶ ମଧ୍ୟରେ ଫ୍ଲୋରିଡାଠାରେ ଦୁଇଟି ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ ଖେଳାଯିବ। ଏ ନେଇ କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ୍‌ (ସିଡବ୍ଲ୍ୟୁଆଇ) ପକ୍ଷରୁ ଘୋଷଣା କରାଯାଇଛି। ଉତ୍ତର ଆମେରିକାର କ୍ରିକେଟର ବିକାଶ ଓ ଲୋକପ୍ରିୟତା ବୃଦ୍ଧି କରିବା ଲାଗି ସିଡବ୍ଲ୍ୟୁଆଇ ଏହି ଯୋଜନା କରିଛି।

ବୁସାନ ଚ୍ୟାଲେଞ୍ଜର: ପ୍ରି-କ୍ୱାର୍ଟରରେ ଭାମ୍ବ୍ରି

ବୁସାନ ଚ୍ୟାଲେଞ୍ଜର: ପ୍ରି-କ୍ୱାର୍ଟରରେ ଭାମ୍ବ୍ରି

ବୁସାନ(କୋରିଆ),୧୬।୫- ଏଠାରେ ଚାଲିଥିବା ଦେଢ଼ ଲକ୍ଷ ଆମେରିକୀୟ ଡଲାର ପୁରସ୍କାର ରାଶି ବିଶିଷ୍ଟ ବୁସାନ ଚ୍ୟାଲେଞ୍ଜର ଟେନିସ୍‌ ଟୁର୍ନାମେଣ୍ଟରେ ଭାରତୀୟ ଖେଳାଳି ୟୁକି ଭାମ୍ବ୍ରି ପ୍ରି-କ୍ୱାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି।

ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌ରେ ଓଡ଼ିଶାର ୩ ଦଳ:ଏକାଡେମୀ ଅନୁଧ୍ୟାନ କଲେ ପୁଷ୍ପର୍ଘ୍ୟ

ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌ରେ ଓଡ଼ିଶାର ୩ ଦଳ:ଏକାଡେମୀ ଅନୁଧ୍ୟାନ କଲେ ପୁଷ୍ପର୍ଘ୍ୟ

କଟକ ଅଫିସ,୧୬।୫-ଅଲଇଣ୍ଡିଆ ଫୁଟବଲ ଫେଡେରେଶନ୍‌(ଏଆଇଏଫ୍‌ଏଫ୍‌) ଆନୁକୂଲ୍ୟରେ ଏଆଇଏଫ୍‌ଏଫ୍‌ ୟୁଥ୍‌ ଲିଗ୍‌ ଅନୁଷ୍ଠିତ ହେବ। ଏ ନେଇ କୌଣସି କାର୍ଯ୍ୟସୂଚୀ ଘୋଷଣା ହୋଇ ନ ଥିଲେ ମଧ୍ୟ ଲିଗ୍‌ରେ ଓଡ଼ିଶାର ୩ଟି ଦଳ ଅଂଶଗ୍ରହଣ କରିବେ ବୋଲି ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ପକ୍ଷରୁ ଘୋଷଣା କରାଯାଇଛି। ଏହି ୩ଟି ଦଳ ହେଲା ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ସ୍ଥିତ ଓଡ଼ିଶା ସ୍ପୋର୍ଟସ ହଷ୍ଟେଲ, ଯାଜପୁରର କଳିଙ୍ଗ ନଗର ସ୍ପୋଟର୍‌ସ ଏକାଡେମୀ ଓ କଟକର ଫାଓ ଏକାଡେମୀ। ଅଂଶଗ୍ରହଣ କରିବାକୁ ଥିବା ଉକ୍ତ ୩ଟି ଦଳର ସମସ୍ତ ସୁବିଧା ଅସୁବିଧା ଅନୁଧ୍ୟାନ କରିବା ନିମନ୍ତେ ଏଆଇଏଫ୍‌ଏଫ୍‌ର ଟେକ୍ନିକାଲ ପ୍ରଶାସନିକ ମୁଖ୍ୟ ପୁଷ୍ପର୍ଘ୍ୟ ଚଟୋପାଧ୍ୟାୟ ଓଡ଼ିଶା ଗସ୍ତରେ ଆସିଛନ୍ତି। ସୋମବାର ସେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଓଡ଼ିଶା ସ୍ପୋଟର୍‌ସ ହଷ୍ଟେଲର ଅନୁଧ୍ୟାନ କରିଥିବା ବେଳେ ମଙ୍ଗଳବାର କଳିଙ୍ଗ ନଗର ସ୍ପୋଟର୍‌ସ ଏକାଡେମୀ ଓ ଫାଓ ଏକାଡେମୀ ଅନୁଧ୍ୟାନ କରିଥିଲେ। ଏହି ପ୍ରତିଯୋଗିତା ବିଭିନ୍ନ ବୟସ ବର୍ଗରେ ଅନୁଷ୍ଠିତ ହେବ।

ମହିଳା ଟି୨୦ ପ୍ରଦର୍ଶନୀ ମ୍ୟାଚ:ଦୁଇ ଦଳର ନେତୃତ୍ୱ ନେବେ ସ୍ମୃତି, ହରମନପ୍ରୀତ

ମହିଳା ଟି୨୦ ପ୍ରଦର୍ଶନୀ ମ୍ୟାଚ:ଦୁଇ ଦଳର ନେତୃତ୍ୱ ନେବେ ସ୍ମୃତି, ହରମନପ୍ରୀତ

ନୂଆଦିଲ୍ଲୀ, ୧୬।୫ (ପି.ଟି.)-ବମ୍ବେରେ ଚଳିତ ମାସ ୨୨ରେ ଆଇପିଏଲ କ୍ୱାଲିଫାୟର-୧ ପୂର୍ବରୁ ଦୁଇଟି ମହିଳା କ୍ରିକେଟ ଦଳକୁ ନେଇ ଏକ ଟି୨୦ ମ୍ୟାଚ ଖେଳାଯିବ। ସ୍ମୃତି ମନ୍ଧାନା ଓ ହରମନପ୍ରୀତ କୌର ଏହି ଦୁଇ ଦଳର ନେତୃତ୍ୱ ନେବେ ବୋଲି ଆଇପିଏଲ ଚେୟାରମ୍ୟାନ ରାଜୀବ ଶୁକ୍ଳା ଏହି ସୂଚନା ଦେଇଛନ୍ତି। ଖେଳାଳି ଆଣିବା ଲାଗି ବିଭିନ୍ନ କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲିଛି। ନ୍ୟୁଜିଲାଣ୍ଡ ଅଧିନାୟିକା ସୁଜି ବେଟ୍ସ, ଆଟାକିଙ୍ଗ ବ୍ୟାଟ୍ସଓମ୍ୟାନ ସୋଫି ଡିଭାଇନ୍‌, ଅଷ୍ଟ୍ରେଲିଆ ଅଲରାଉଣ୍ଡର ଏଲିସେ ପେରି, ଉଇକେଟକିପର ବ୍ୟାଟ୍ସଓମ୍ୟାନ ଏଲିସା ହିଲେ, ମେଗାନ ସ୍କଟ୍‌ ଏବଂ ବେଥ୍‌ ମୁନି ପ୍ରମୁଖ ଅଂଶଗ୍ରହଣ କରିବା ଲାଗି ରାଜି ହୋଇଛନ୍ତି। ଇଂଲଣ୍ଡ ଖେଳାଳି ଡାନି ଓ୍ବାତ ଓ ଡାନିଏଲ ହାଜେଲ ମଧ୍ୟ ଏଥିରେ ଭାଗ ନେବେ। ଏହି ସ୍ବତନ୍ତ୍ର ମ୍ୟାଚ ବମ୍ବେର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଭାରତ ସମେତ ସମଗ୍ର ବିଶ୍ୱରେ ଏହି ମ୍ୟାଚର ସିଧା ପ୍ରସାରଣ ହେବ।

ଆୟର୍ଲାଣ୍ଡକୁ ୫ ଉଇକେଟରେ ହରାଇଲା ପାକିସ୍ତାନ

ଆୟର୍ଲାଣ୍ଡକୁ ୫ ଉଇକେଟରେ ହରାଇଲା ପାକିସ୍ତାନ

ଡବ୍‌ଲିନ, ୧୬।୫ (ଏଏଫ୍‌ପି)-ଆୟର୍ଲାଣ୍ଡ ଏହାର ପଦାର୍ପଣ ଟେଷ୍ଟ ମ୍ୟାଚରେ ପାକିସ୍ତାନ ନିକଟରୁ ୫ଉଇକେଟରେ ହାରିଯାଇଛି। ମାଲେହାଇଡ୍‌ଠାରେ ଏହି ଐତିହାସିକ ଟେଷ୍ଟ ମ୍ୟାଚର ନାଟକୀୟ ପରିସମାପ୍ତି ଘଟିଥିଲା। ମ୍ୟାଚର ପ୍ରଥମ ଦିବସ ଖେଳ ବର୍ଷାଯୋଗୁ ସମ୍ଭବ ହୋଇ ନ ଥିଲା। ଟସ୍‌ରେ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୯ଉଇକେଟ ବିନିମୟରେ ୩୧୦ରନ କରି ଏହା ପ୍ରଥମ ଇନିଂସ ଘୋଷଣା କରିଥିଲା। ଜବାବରେ ଆୟର୍ଲାଣ୍ଡ ୧୩୦ ରନ କରି ଫଲୋଅନ ହୋଇଯାଇଥିଲା। ତେବେ ଦ୍ୱିତୀୟ ଇନିଂସରେ ଲଢୁଆ ପ୍ରଦର୍ଶନ କରି ଦଳ ୩୩୯ ରନ କରିଥିଲା। ମଙ୍ଗଳବାର ମ୍ୟାଚର ଅନ୍ତିମ ଦିବସରେ ୧୬୦ ରନର ବିଜୟ ଲକ୍ଷ୍ୟ ପିଛା କଲାବେଳେ ପାକିସ୍ତାନ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଏକଦା ମାତ୍ର ୧୪ରନ ସ୍କୋରରେ ୩ଟି ଉଇକେଟ ହରାଇଥିଲା। ତେବେ ଇମାମ-ଉଲ ହକ୍‌ଙ୍କ ଅପରାଜିତ ୭୪ ଏବଂ ବାବର ଆଜାମଙ୍କ ୫୯ରନ ସହାୟତାରେ ଦଳ ୫ଉଇକେଟ ବିନିମୟରେ ବିଜୟ ପାଇଁ ଆବଶ୍ୟକ ରନ ସଂଗ୍ରହ କରିନେଇଥିଲା। ଦୁଇ ବ୍ୟାଟ୍ସମ୍ୟାନ ଚତୁର୍ଥ ଉଇକେଟ ପାର୍ଟନରଶିପ୍‌ରେ ୧୨୬ରନ ଯୋଗ କରିଥିଲେ।

ଶଶାଙ୍କ ମନୋହର ପୁଣି ଆଇସିସି ଚେୟାରମ୍ୟାନ

ଶଶାଙ୍କ ମନୋହର ପୁଣି ଆଇସିସି ଚେୟାରମ୍ୟାନ

ଦୁବାଇ, ୧୬।୫ (ପି.ଟି.)-ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପୂର୍ବତନ ସଭାପତି ଶଶାଙ୍କ ମନୋହର ଦ୍ୱିତୀୟ ଥର ପାଇଁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର ସ୍ବାଧୀନ ଚେୟାରମ୍ୟାନ ପଦ ଅଳଙ୍କୃତ କରିଛନ୍ତି। ଏଠାରେ ଆଇସିସିର ବୋର୍ଡ ବୈଠକରେ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଏଥିରେ କିଛି ଅସ୍ବାଭାବିକତା ନାହିଁ। ଏବିଷୟରେ ପୂର୍ବରୁ ସୂଚନା ମିଳିଥିଲା। ମନୋହର ୨୦୧୬ରେ ଆଇସିସିର ପ୍ରଥମ ସ୍ବାଧୀନ ଚେୟାରମ୍ୟାନ ହୋଇଥିଲେ। ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି। ସେ ଆହୁରି ଦୁଇ ବର୍ଷ ଏହି ପଦବୀରେ ରହିବେ। ନିର୍ବାଚନ ପ୍ରକ୍ରିୟାରେ ରହିଥିବା ବ୍ୟବସ୍ଥା ଅନୁସାରେ ପ୍ରତ୍ୟେକ ଆଇସିସି ଡାଇରେକ୍ଟର ଜଣେ ଲେଖାଏଁ ପ୍ରାର୍ଥୀ ମନୋନୀତ କରିପାରିବେ, ଯେଉଁମାନେ କି ବର୍ତ୍ତମାନ କିମ୍ବା ଅତୀତରେ ଆଇସିସି ଡାଇରେକ୍ଟର ରହିଥିବେ।

ସର୍ବଭାରତୀୟ ମହିଳା ଟେନିସ:ଋତୁପର୍ଣ୍ଣା, ଅମିକ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି)-ମେଣ୍ଢାଶାଳସ୍ଥିତ ଗୁରୁକୂଳ ରିସର୍ଟ ଟେନିସ କମ୍ପ୍ଲେକ୍ସରେ ଚାଲିଥିବା ସର୍ବପ୍ରଥମ ଏଆଇଟିଏ-ଓଟିଏ ୫୦କେ ସର୍ବଭାରତୀୟ ମହିଳା ଟେନିସ ଟୁର୍ନାମେଣ୍ଟର ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ଋତୁପର୍ଣ୍ଣା ଚୌଧୁରୀ ଓ ଅମିକ କିରଣ ବାଥ୍‌ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ପ୍ରି-କ୍ୱାର୍ଟର ଫାଇନାଲରେ ଅଣସିଡେଡ ଋତୁପର୍ଣ୍ଣା ୮ମ ସିଡ୍‌ ବିହାରର ମେଧାବୀ ସିଂଙ୍କୁ ୬-୪, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ଅନ୍ୟତମ ଅଣସିଡେଡ ଅମିକ ୭ମ ସିଡ୍‌ ଓଡ଼ିଆ ଖେଳାଳି ଅନମ ଆଲମାସଙ୍କୁ ୬-୨, ୪-୬, ୬-୪ ସେଟ୍‌ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ଅନ୍ୟ ଖେଳାଳିଙ୍କ ମଧ୍ୟରେ ପଶ୍ଚିମବଙ୍ଗର ଟପ୍‌ସିଡ୍‌ ଯୁବରାଣୀ ବାନାର୍ଜୀ, ୪ର୍ଥ ସିଡ୍‌ ଶ୍ରୁତି ଗୁପ୍ତା, ୫ମ ସିଡ୍‌ ଝାଡ଼ଖଣ୍ଡର ଅଭିସ୍କା ଗୁପ୍ତା, ୩ୟ ସିଡ୍‌ ମହାରାଷ୍ଟ୍ରର ସୃଷ୍ଟି ଦାସ, ୬ଷ୍ଠ ସିଡ୍‌ ତାମିଲନାଡ଼ୁର ଆରତୀ ମୁନିୟାନ, ୨ୟ ସିଡ୍‌ କର୍ନାଟକର ବଂଶିତା ପଠାଣିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ବୁଧବାର କ୍ୱାର୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ।

ଟାଟା ଆର୍ଚେରୀ ଏକାଡେମୀରେ :ପ୍ରଶିକ୍ଷଣ ନେଲେ ଓଡ଼ିଶାର ୩୯ ପ୍ରତିଭା

ଟାଟା ଆର୍ଚେରୀ ଏକାଡେମୀରେ :ପ୍ରଶିକ୍ଷଣ ନେଲେ ଓଡ଼ିଶାର ୩୯ ପ୍ରତିଭା

ଭୁବନେଶ୍ୱର, ୧୬।୫(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ଆର୍ଚେରୀ ପ୍ରତିଭାମାନେ ସେମାନଙ୍କ ପ୍ରଦର୍ଶନକୁ ମାର୍ଜିତ କରିବା ସୁଯୋଗ ପାଇଛନ୍ତି। ଟାଟା ଷ୍ଟିଲ ସହଯୋଗରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟର ୩୯ ପ୍ରତିଭା ସମ୍ପନ୍ନ ତୀରନ୍ଦାଜ ଜାମସେଦପୁରସ୍ଥିତ ଟାଟା ଆର୍ଚେରୀ ଟ୍ରେନିଂ ସେଣ୍ଟରରେ ପ୍ରଶିକ୍ଷଣ ନେଇଛନ୍ତି। ଗତ ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଟ୍ରେନିଂ କ୍ୟାମ୍ପ ମଙ୍ଗଳବାର (୧୫ ତାରିଖ) ଶେଷ ହୋଇଛି। ମାଲକାନଗିରି, କେନ୍ଦୁଝର ଓ ଫୁଲବାଣୀ କ୍ରୀଡ଼ା ଛାତ୍ରାବାସରୁ ଏହି ଆର୍ଚେରୀ ପ୍ରତିଭାମାନେ ଟାଟା ଏକାଡେମୀରେ ପ୍ରଶିକ୍ଷଣ ନେଇଛନ୍ତି। କ୍ୟାମ୍ପ ଅବସରରେ ୩ ଜଣ ଟ୍ରେନର ମଧ୍ୟ ପିଲାମାନଙ୍କ ସହ ରହିଥିଲେ। ଆଡ୍‌ଭାନ୍ସ ଟ୍ରେନିଂ ଦ୍ୱାରା ଯୁବ ଆର୍ଚେରୀ ପ୍ରତିଭାଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆ ଯାଇଛି। କ୍ୟାମ୍ପରେ ଯୋଗ ଦେଇଥିବା ଖେଳାଳି ତାଲିକା କେନ୍ଦୁଝର କ୍ରୀଡ଼ା ଛାତ୍ରାବାସ: ବାଗନ ବନାରା, ଅର୍ଜୁନ ଖାରା, ମାଧବ କାଣ୍ଡକି, ମୋହନ ମାନ୍‌ଝି, କଲ୍ୟାଣ ମାନ୍‌ଝି, ସକଲା ହାଁସଦା, ଗୋବର୍ଦ୍ଧନ ମିର୍ଦ୍ଧା, ଶଶିଭୁଷଣ ମୁଣ୍ଡା, କ୍ରିଷ୍ଣା ମୁଣ୍ଡା, ନାରାୟଣ ପୁର୍ତ୍ତି, ତ୍ରିନାଥ ମୁଣ୍ଡା, ମୁନା ମାନ୍‌ଝି, ବଳରାମ ମାଢ଼ି, ଜମାଦାର ପୁର୍ତ୍ତି। ଟ୍ରେନର: ଗଙ୍ଗାଧର ମାଢ଼ି।

କିଟ୍‌ରେ ଅଷ୍ଟମ ସାଇ ଏନଏସ୍‌ଏନ୍‌ଆଇଏସ୍‌ ସ୍ପୋଟର୍‌ସ କୋଚିଂ ସାର୍ଟିଫିକେଟ କୋର୍ସ ଆରମ୍ଭ

କିଟ୍‌ରେ ଅଷ୍ଟମ ସାଇ ଏନଏସ୍‌ଏନ୍‌ଆଇଏସ୍‌ ସ୍ପୋଟର୍‌ସ କୋଚିଂ ସାର୍ଟିଫିକେଟ କୋର୍ସ ଆରମ୍ଭ

ଭୁବନେଶ୍ୱର, ୧୬।୫(ସ୍ପୋଟର୍‌ସ ବ୍ୟୁରୋ)- ସ୍ପୋଟର୍‌ସ ଅଥରିଟି ଅଫ ଇଣ୍ଡିଆ (ସାଇ) ତା’ର ଏକାଡେମିକ ଶାଖା ନେତାଜୀ ସୁଭାଷ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ସ୍ପୋଟର୍‌ସ (ଏନ୍‌ଏସ୍‌ଏନଆଇଏସ୍‌) ଆନୁକୂଲ୍ୟରେ ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟର ୧୫ ନମ୍ବର କ୍ୟାମ୍ପସ୍‌ସ୍ଥିତ ଆନ୍ତର୍ଜାତିକ ଚେସ୍‌ ହଲ୍‌ରେ ମଙ୍ଗଳବାରଠାରୁ ପୁରୁଷ ଓ ମହିଳାଙ୍କ ପାଇଁ ଅଷ୍ଟମ ସ୍ପୋଟର୍‌ସ କୋଚିଂ ସାର୍ଟିଫିକେଟ କୋର୍ସ ଆରମ୍ଭ କରିଛି। ୬ ସପ୍ତାହ ଧରି ଚାଲିବାକୁଥିବା ଏହି କୋର୍ସ ୧୫ ତାରିଖରୁ ଆରମ୍ଭ ହୋଇଛି ଓ ଏହା ଜୁନ୍‌ ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କୋର୍ସରେ ମୋଟ ଉପରେ ଦେଶର୨୩ଟି ରାଜ୍ୟ ସହ ନେପାଳର ୨ଟି ରାଜ୍ୟ ଅଂଶଗ୍ରହଣ କରିବେ। ମଣିପୁର, ପଞ୍ଜାବ, ତାମିଲନାଡୁ, କେରଳ, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ରାଜସ୍ଥାନ, ଓଡ଼ିଶା, ଆସାମ, ଛତିଶଗଡ଼, ମଧ୍ୟପ୍ରଦେଶ, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, ଗୁଜରାଟ, ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ନାଟକ, ଝାଡଖଣ୍ଡ, ସକ୍କିମ, ହରିୟାଣା ଓ ଉତ୍ତରାଖଣ୍ଡର ଛାତ୍ରମାନେ ଏହି କୋର୍ସରେ ଭାଗନେବେ।

ସ୍ପଟ୍‌ ଫିକ୍ସିଂ ମାମଲା:ଶ୍ରୀସନ୍ଥଙ୍କୁ ନେଇ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ ନିର୍ଦ୍ଦେଶ

ସ୍ପଟ୍‌ ଫିକ୍ସିଂ ମାମଲା:ଶ୍ରୀସନ୍ଥଙ୍କୁ ନେଇ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଳୀ, ୧୬।୫ (ପି.ଟି.)- ଚଳିତ ସିଜନରେ ଇଂଲିଶ୍‌ କାଉଣ୍ଟି ଖେଳିବାକୁ କ୍ରିକେଟର ଶ୍ରୀସନ୍ଥଙ୍କୁ ସୁପ୍ରିମ୍‌ କୋର୍ଟ ଅନୁମତି ଦେବାକୁ ମନା କରିଦେଇଛନ୍ତି। ତେବେ ବହୁ ଚର୍ଚ୍ଚିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସ୍ପଟ୍‌ ଫିକ୍ସିଂ ମାମଲାରେ ଶ୍ରୀସନ୍ଥଙ୍କ ସମେତ ଅନ୍ୟ କ୍ରିକେଟରଙ୍କୁ ଛାଡ଼ କରିବା ନିଷ୍ପତ୍ତି ବିରୋଧରେ ହୋଇଥିବା ଅପିଲ୍‌ ସଂକ୍ରାନ୍ତରେ ଜୁଲାଇ ମାସ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ପଟ ଫିକ୍ସିଂ ମାମଲାରେ ଏହି ବିବାଦୀୟ କ୍ରିକେଟରଙ୍କୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆଜୀବନ ବାସନ୍ଦ କରିଥିଲା। ତେବେ ୪ବର୍ଷ ବାସନ୍ଦ ହେବା ପରେ ଦିଲ୍ଲୀ କୋର୍ଟ ତାଙ୍କୁ ଦୋଷ ମୁକ୍ତ କରିଥିଲେ। ଫଳରେ ସେ ଇଂଲିଶ କାଉଣ୍ଟି ଖେଳିବାକୁ ଅନୁମତି ଲୋଡିଥିଲେ। ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରା ଓ ଜଷ୍ଟିସ୍‌ ଏ.ଏମ୍‌. ଖାନଓ୍ବିଲକରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀସନ୍ଥଙ୍କୁ ଅନୁମତି ପ୍ରଦାନ କରିନାହାନ୍ତି। ଶ୍ରୀସନ୍ଥ ଓ ଅନ୍ୟ କ୍ରିକେଟରଙ୍କୁ ଟ୍ରାଏଲ କୋର୍ଟ ଦୋଷମୁକ୍ତ କରିଥିଲା। ତେବେ ଏହି ନିଷ୍ପତ୍ତି ବିରୋଧରେ ଦିଲ୍ଲୀ ପୋଲିସ୍‌ ଅପିଲ କରିଥିଲା। ବର୍ତ୍ତମାନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନେବାକୁ ଦିଲ୍ଲୀ ହାଇକୋର୍ଟକୁ ନିର୍ଦ୍ଦେଶ ମିଳିଛି।

କୋଲକାତାର ସହଜ ବିଜୟ

କୋଲକାତାର ସହଜ ବିଜୟ

କଲିକତା, ୧୬।୫(ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୪୯ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ୧୨ଟି ବଲ ବାକି ଥାଇ ୬ ଉଇକେଟରେ ଅଜିଙ୍କ୍ୟ ରାହାନେଙ୍କ ନେତୃତ୍ୱାଧୀନ ରାଜସ୍ଥାନ ରୟାଲ୍ସକୁ ଅତି ସହଜରେ ପରାସ୍ତ କରିଛି। ସ୍ଥାନୀୟ ଇଡେନ ଗାର୍ଡେନରେ ମଙ୍ଗଳବାର ଅନୁଷ୍ଠିତ ଏହି ମ୍ୟାଚରେ ଘରୋଇ କୋଲକାତା ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ୧୯ ଓଭରରେ ୧୪୨ ରନ କରି ଅଲଆଉଟ୍‌ ହୋଇଥିଲା। ଜବାବରେ କୋଲକାତା ୧୮ ଓଭରରେ ୪ ଉଇକେଟ ହରାଇ ୧୪୫ ରନ କରି ବିଜୟୀ ହୋଇଛି। କଞ୍ଜୁସ୍‌ ବୋଲିଂ କରି ମୂଲ୍ୟବାନ ୪ ଉଇକେଟ ନେଇଥିବା କୋଲକାତା ସ୍ପିନର କୁଲଦୀପ ଯାଦବ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

କ୍ୱାର୍ଟର ଫାଇନାଲରେ ଶେଖର ସ୍ପୋର୍ଟିଂ

କ୍ୱାର୍ଟର ଫାଇନାଲରେ ଶେଖର ସ୍ପୋର୍ଟିଂ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- ରାମେଶ୍ୱର ସ୍ପୋର୍ଟିଂ ଆନୁକୂଲ୍ୟରେ ପୁରୁଣା ଭୁବନେଶ୍ୱରସ୍ଥିତ ବିଏମ ହାଇସ୍କୁଲ ପଡ଼ିଆରେ ଚାଲିଥିବା ଦ୍ୱିତୀୟ ରାମେଶ୍ୱର କପ୍‌ ୧୯ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ଶେଖର ସ୍ପୋର୍ଟିଂ ପ୍ରବେଶ କରିଛି।

ସ୍କୁଲ ଓପନ ଚେସ୍‌: ଦେବୀ ଚାମ୍ପିୟନ

ସ୍କୁଲ ଓପନ ଚେସ୍‌: ଦେବୀ ଚାମ୍ପିୟନ

ଭୁବନେଶ୍ୱର, ୧୫।୫(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ନଗର ଡିଏଭି ପବ୍ଲିକ ସ୍କୁଲ ଆନୁକୂଲ୍ୟରେ ୧୩ତମ ସ୍କୁଲ ଓପନ ଚେସ୍‌ ରବିବାର ଅନୁଷ୍ଠିତ ହୋଇ ଯାଇଛି। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା ୭ ପଏଣ୍ଟ ହାସଲ କରି କେନ୍ଦ୍ରୀୟ ବିଦ୍ୟାଳୟ-୪ର ଦେବୀ ପ୍ରସାଦ ନାୟକ ଚାମ୍ପିୟନ ହୋଇଛନ୍ତି।

ନିଶ୍ଚିତ ବିଜୟ ଲକ୍ଷ୍ୟରେ ମୁମ୍ବାଇ-କିଙ୍ଗ୍ସ ଇଲେଭେନ

ନିଶ୍ଚିତ ବିଜୟ ଲକ୍ଷ୍ୟରେ ମୁମ୍ବାଇ-କିଙ୍ଗ୍ସ ଇଲେଭେନ

ବମ୍ବେ, ୧୫।୫(ପି.ଟି.)- ଆଇପିଏଲ୍‌ର ଲିଗ୍‌ ପର୍ଯ୍ୟାୟ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଥିବାବେଳେ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ପ୍ଲେ-ଅଫ୍‌ ଆଶା ଉଜ୍ଜିବୀତ ରଖିବାକୁ ହେଲେ ଉଭୟ ମୁମ୍ବାଇ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ଏହି ମ୍ୟାଚ୍‌ ଜିତିବା ନିହାତି ଜରୁରୀ ହୋଇପଡ଼ିଛି।

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରୁ ମ୍ୟାକଲରେନ ବାଦ୍‌

ଅଷ୍ଟ୍ରେଲିଆ ବିଶ୍ୱକପ୍‌ ଦଳରୁ ମ୍ୟାକଲରେନ ବାଦ୍‌

ସିଡ୍‌ନୀ, ୧୫।୫(ଏଏଫ୍‌ପି)- ଇନ୍‌ଫର୍ମ ଯୁବ ଷ୍ଟ୍ରାଇକର ଜେମି ମ୍ୟାକଲରେନ ଫିଫା ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ସମ୍ଭାବ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି। ପୂର୍ବରୁ ସମ୍ଭାବ୍ୟ ୩୨ ଜଣ ଖେଳାଳି ତାଲିକା ପ୍ରକାଶ ପାଇଥିବାବେଳେ ଅଷ୍ଟ୍ରେଲିଆ ଦଳର କୋଚ୍‌ ବେର୍ଟ ଭାନ୍‌ ମାରଓ୍ବିଜକ ମଙ୍ଗଳବାର ଏହାକୁ ୨୬କୁ ହ୍ରାସ କରିଛନ୍ତି।

କ୍ଲବ କ୍ରିକେଟ ଖେଳିବାକୁ ବ୍ୟାନକ୍ରଫ୍ଟଙ୍କୁ ସବୁଜ ସଙ୍କେତ

କ୍ଲବ କ୍ରିକେଟ ଖେଳିବାକୁ ବ୍ୟାନକ୍ରଫ୍ଟଙ୍କୁ ସବୁଜ ସଙ୍କେତ

ପର୍ଥ, ୧୫।୫(ଏଏଫ୍‌ପି)- ବହୁଚର୍ଚ୍ଚିତ ବଲ୍‌ ଟ୍ୟାମ୍ପରିଂ ମାମଲାରେ ୯ ମାସ ଲାଗି କ୍ରିକେଟରୁ ବାସନ୍ଦ ହୋଇଥିବା ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ କାମେରୁନ ବ୍ୟାନକ୍ରଫ୍ଟ କ୍ଲବ କ୍ରିକେଟ ଖେଳିପାରିବେ। ଓ୍ବେଷ୍ଟର୍ନ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ କ୍ଲବ କ୍ରିକେଟ ଖେଳିବା ଲାଗି ସବୁଜ ସଙ୍କେତ ପ୍ରଦାନ କରାଯାଇଛି।

ପଞ୍ଚମ ବିଶ୍ୱକପ୍‌ ଖେଳିବେ ମାରକ୍ୟୁଜ୍‌

ପଞ୍ଚମ ବିଶ୍ୱକପ୍‌ ଖେଳିବେ ମାରକ୍ୟୁଜ୍‌

ମେକ୍ସିକୋ ସିଟି, ୧୫।୫(ଏଏଫ୍‌ପି)- ମେକ୍ସିକୋର ଭେଟେରାନ ଖେଳାଳି ତଥା ଡିଫେଣ୍ଡର ରାଫେଲ ମାରକ୍ୟୁଜ କ୍ୟାରିୟରର ୫ମ ଫିଫା ବିଶ୍ୱକପ୍‌ ଖେଳିବାକୁ ଯାଉଛନ୍ତି। ଆଗାମୀ ଫିଫା ବିଶ୍ୱକପ୍‌ ଲାଗି ମେକ୍ସିକୋ ପକ୍ଷରୁ ୨୮ ଜଣିଆ ପ୍ରିଲିମିନାରୀ ଦଳ ଘୋଷଣା କରାଯାଇଛି।

ଚୟନକର୍ତ୍ତା ପଦରୁ ମାର୍କ ଓ୍ବ ଓହରିଲେ

ଚୟନକର୍ତ୍ତା ପଦରୁ ମାର୍କ ଓ୍ବ ଓହରିଲେ

ସିଡ୍‌ନୀ, ୧୫।୫(ଏଏଫ୍‌ପି)- ମହାନ ଅଷ୍ଟ୍ରେଲିଆ କ୍ରିକେଟ ଖେଳାଳି ମାର୍କ ଓ୍ବ ମଙ୍ଗଳବାର କ୍ରିକେଟ ଅଷ୍ଟ୍ରେଲିଆର ଚୟନକର୍ତ୍ତା ପଦରୁ ଓହରି ଯାଇଛନ୍ତି। ଏକ ସ୍ପୋଟର୍‌ସ ଚ୍ୟାନେଲ ସହ ଭାଷ୍ୟକାର ଦାୟିତ୍ୱ ତୁଲାଇବା ପାଇଁ ନିକଟରେ ଓ୍ବ ନୂତନ ଚୁକ୍ତି କରିଥିଲେ। ଫଳରେ ୫୨ ବର୍ଷୀୟ ଓ୍ବ’ଙ୍କୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି।