ଖେଳ

କିସ୍‌ର ବୃହତ୍‌ ବିଜୟ

କିସ୍‌ର ବୃହତ୍‌ ବିଜୟ

କଟକ ଅଫିସ,୧୭ା୪- ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଚାଲିଥିବା ୧୩ତମ ପି.ଭି.ଆର୍‌ ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଖେଳା ଯାଇଥିବା ମ୍ୟାଚ୍‌ରେ କିସ୍‌ ବୃହତ୍‌ ବ୍ୟବଧାନରେ ମହାନଦୀ ବିହାର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ପରାସ୍ତ କରିଛି।

କୋଲକାତାର ବୃହତ୍‌ ବିଜୟ

କୋଲକାତାର ବୃହତ୍‌ ବିଜୟ

କଲିକତା, ୧୬।୪ (ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନରେ ଅନୁଷ୍ଠିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୩ତମ ମ୍ୟାଚରେ ଘରୋଇ କୋଲକାତା ନାଇଟ ରାଇଡର୍ସ ୭୧ ରନରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଡେୟାରଡେଭିଲ୍ସକୁ ପରାସ୍ତ କରିଛି।

ରଣ୍‌ଜୀ ଟ୍ରଫିରେ ପ୍ରି- କ୍ୱାର୍ଟର ପର୍ଯ୍ୟାୟ ସାମିଲ ହେବ

ରଣ୍‌ଜୀ ଟ୍ରଫିରେ ପ୍ରି- କ୍ୱାର୍ଟର ପର୍ଯ୍ୟାୟ ସାମିଲ ହେବ

ନୂଆଦିଲ୍ଲୀ,୧୬।୪ (ପି.ଟି.) ଏଥର ଭାରତୀୟ ଘରୋଇ କ୍ରିକେଟ ସିଜନର ରୂପ ରେଖ ବଦଳିବ। ଜାତୀୟ ଦିନିକିଆ ଟୁର୍ନାମେଣ୍ଟ ରୂପେ ପରିଚିତ ଥିବା ବିଜୟ ହଜାରେ ଟ୍ରଫି ସହ ଘରୋଇ ସିଜନ ଆରମ୍ଭ ହେବ ଓ ରଣଜୀ ଟ୍ରଫିରେ ଅତିରିକ୍ତ ରାଉଣ୍ଡ ଭାବେ ପ୍ରି-କ୍ୱାର୍ଟର ପର୍ଯ୍ୟାୟ ସାମିଲ କରାଯିବ। ଏ ସଂକ୍ରାନ୍ତରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବୈଷୟିକ କମିଟି ସୁପାରିସ କରିଛି।

ଦଳଗତ ପ୍ରଦର୍ଶନର ଫଳ: ଶ୍ରଦ୍ଧାଞ୍ଜଳି

ଦଳଗତ ପ୍ରଦର୍ଶନର ଫଳ: ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, ୧୬।୪(କ୍ରୀଡ଼ା ପ୍ରତିନିଧି)- ମେଘାଳୟରେ ଅନୁଷ୍ଠିତ ଭାରତୀୟ ମହିଳା ଫୁଟବଲ ଲିଗ୍‌ରେ ଚାମ୍ପିୟନ ହୋଇ ସୋମବାର ଓଡ଼ିଶା ଫେରିଛି ରାଇଜିଂ ଷ୍ଟୁଡେଣ୍ଟ ଦଳ। ସ୍ଥାନୀୟ ବିଜୁପଟ୍ଟନାୟକ ବିମାନବନ୍ଦରରେ ପହଞ୍ଚତ୍ବାପରେ ଦଳକୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆ ଯାଇଛି। ଫୁଟବଲ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ଉପସଭାପତି ଭକ୍ତବଲ୍ଲଭ ଦାସ, ଯୁଗ୍ମ ସମ୍ପାଦକ ସଙ୍ଗୀତା ଶର୍ମା, କୋଚ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଗୀତାଞ୍ଜଳି ଖୁଣ୍ଟିଆ, ସୁନୀଲ ମିତ୍ର, ଶିବୁ ପ୍ରକାଶ ଘୋଷ ଏବଂ ଅନେକ ଫୁଟବଲ ପ୍ରେମୀ ଭୁବନେଶ୍ୱର ବିମାନବନ୍ଦରରେ ଉପସ୍ଥିତ ରହି ଖେଳାଳିମାନଙ୍କୁ ସ୍ବାଗତ କରିଥିଲେ।

ଫାଇନାଲରେ ଇଷ୍ଟବେଙ୍ଗଲ

ଫାଇନାଲରେ ଇଷ୍ଟବେଙ୍ଗଲ

ଭୁବନେଶ୍ୱର, ୧୬।୪(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟରେ କଲିକତାର ଇଷ୍ଟ ବେଙ୍ଗଲ ପ୍ରଥମ ଦଳଭାବେ ଫାଇନାଲରେ ପ୍ରବେଶ କରିଛି। ସୋମବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଇଷ୍ଟ ବେଙ୍ଗଲ ୧-୦ ଗୋଲରେ ଗୋଆ ଏଫସିକୁ ପରାସ୍ତ କରି ଏହି ସଫଳତା ପାଇଛି।

ଜାତୀୟ ଜୋନାଲ ରଗ୍‌ବୀରେ ମୀନାରାଣୀଙ୍କ କମାଲ

ଜାତୀୟ ଜୋନାଲ ରଗ୍‌ବୀରେ ମୀନାରାଣୀଙ୍କ କମାଲ

ଭୁବନେଶ୍ୱର, ୧୬।୪(କ୍ରୀଡ଼ା ପ୍ରତିନିଧି)- ପୁରୁଷ ପ୍ରାଧାନ୍ୟ ରଗ୍‌ବୀ କ୍ରୀଡ଼ାରେ ଓଡ଼ିଆ ମହିଳାଙ୍କ ପ୍ରାଧାନ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି କ୍ରମରେ ଆଉ ଏକ ସଫଳତା ଫର୍ଦ୍ଦ ଯୋଡ଼ିଛନ୍ତି ଓଡ଼ିଆ ଝିଅ ମୀନାରାଣୀ ସାହୁ। ମାଲୁଦସ୍ଥିତ ବଳରାମପୁର ଗ୍ରାମର ଏହି ଝିଅ ପଶ୍ଚିମାଞ୍ଚଳ ରଗ୍‌ବୀ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ଜାତୀୟ ଚାମ୍ପିୟନ ହେବାର ଗୌରବ ପାଇଛନ୍ତି।

କୋର୍ଟକୁ ଫେରିବେ ଇଭାନ୍ସ

କୋର୍ଟକୁ ଫେରିବେ ଇଭାନ୍ସ

ଲଣ୍ଡନ, ୧୬।୪(ଏଏଫ୍‌ପି)- ଇଂଲଣ୍ଡର ଡାନ ଇଭାନ୍ସ ଏକ ବର୍ଷ ବାସନ୍ଦାଦେଶ ଭୋଗ କରିବା ପରେ ଟେନିସ୍‌ କୋର୍ଟକୁ ଫେରିବାକୁ ଯାଉଛନ୍ତି। ଡ୍ରଗ୍ସ ନେବା କାରଣରୁ ତାଙ୍କୁ ବାସନ୍ଦ କରାଯାଇଥିଲା। ଗତ ବର୍ଷ ଏପ୍ରିଲରେ ଗ୍ଲାସ୍‌ଗୋ ଟ୍ରଫି ଏଟିପି ଚ୍ୟାଲେଞ୍ଜର ଟୁର୍ନାମେଣ୍ଟ ବେଳେ ୨୭ ବର୍ଷୀୟ ଖେଳାଳିଙ୍କ ନମୂନାରେ କୋକେନ ମିଳିଥିଲା। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଟୁର୍ନାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟରେ ଖେଳିବା ପାଇଁ ତାଙ୍କୁ ଓ୍ବାଇଲ୍ଡକାର୍ଡ ପ୍ରଦାନ କରାଯାଇଛି।

‘ବ୍ରାଜିଲର ନେତୃତ୍ୱ ନେଇପାରିବେ ନେମାର’

‘ବ୍ରାଜିଲର ନେତୃତ୍ୱ ନେଇପାରିବେ ନେମାର’

ଦୁବାଇ,୧୬।୪(ଏଏଫ୍‌ପି)- ଏବେ ଆହତ ସମସ୍ୟା କାରଣରୁ ଫିଲ୍ଡରୁ ଦୂରେଇ ଥିବା ନେମାର ରୁଷିଆରେ ହେବାକୁ ଥିବା ଆଗାମୀ ଫିଫା ବିଶ୍ୱକପ୍‌ରେ ବ୍ରାଜିଲ ଦଳର ନେତୃତ୍ୱ ନେଇପାରିବେ। ଏଭଳି ମତ ପୋଷଣ କରିଛନ୍ତି ଲିଜେଣ୍ଡ ଫୁଟ୍‌ବଲ ଖେଳାଳି ପେଲେ।

ତାମିଲନାଡୁ ସରକାରଙ୍କ ଘୋଷଣା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟୀଙ୍କୁ ପୁରସ୍କାର ରାଶି

ତାମିଲନାଡୁ ସରକାରଙ୍କ ଘୋଷଣା ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକ ବିଜୟୀଙ୍କୁ ପୁରସ୍କାର ରାଶି

ମାଡ୍ରାସ,୧୬।୪(ପି.ଟି.)- ନିକଟରେ ଶେଷ ହୋଇଥିବା ୨୧ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ତାମିଲନାଡୁ କ୍ରୀଡ଼ାବିତ୍‌ଙ୍କ ପାଇଁ ରାଜ୍ୟ ସରକାର ସୋମବାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ କେ. ପଲାନିସ୍ବାମୀ ଭାରତୀୟ ସ୍କାଶ୍‌ ଦଳର ସଦସ୍ୟ ଜ୍ୟୋତ୍ସ୍ନା ଚିନ୍ନାପ୍ପା, ଦୀପିକା ପାଲ୍ଲିକଲ ଓ ସୌରଭ ଘୋଷାଲଙ୍କ ନିକଟକୁ ଏକ ପତ୍ର ଲେଖି ଶୁଭେଚ୍ଛା ଜଣାଇଛନ୍ତି।

ଭାମ୍ବ୍ରିଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ଭାମ୍ବ୍ରିଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ,୧୬।୪(ପି.ଟି.)- ନିକଟରେ ଏଟିପି ତାଇପେଇ ଚ୍ୟାଲେଞ୍ଜର ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ୟୁକି ଭାମ୍ବ୍ରି ନିଜ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ସେ ପୂର୍ବ ଅପେକ୍ଷା ୨୨ଟି ସୋମାନ ଉପରକୁ ଉଠି ୮୩ତମ ସ୍ଥାନ ଅଧିକାର କରିଛନ୍ତି। ଏହା ଦର୍ଶାଇଛି ସୋମବାର ପ୍ରକାଶ ପାଇଥିବା ନୂତନ ଏଟିପି ର଼୍ୟାଙ୍କିଙ୍ଗ୍‌। ପୂର୍ବତନ ଖେଳାଳି ସୋମଦେବ ଦେବବର୍ମନଙ୍କ ପରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଭାମ୍ବ୍ରି ୨ୟ ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି।

ପୋକର ସ୍ପୋଟର୍‌ସ ଲିଗ୍‌ ଟ୍ରଫି ଉନ୍ମୋଚନ

ପୋକର ସ୍ପୋଟର୍‌ସ ଲିଗ୍‌ ଟ୍ରଫି ଉନ୍ମୋଚନ

ନୂଆଦିଲ୍ଲୀ,୧୬।୪- ପାଞ୍ଚଥର ଚେସ୍‌ ବିଶ୍ୱ ଚାମ୍ପିୟନ୍‌ ବିଶ୍ୱନାଥନ ଆନନ୍ଦ ରବିବାର ପୋକର ସ୍ପୋଟର୍‌ସ ଲିଗ୍‌ (ପିଏସ୍‌ଏଲ୍‌)ର ୨ୟ ସଂସ୍କରଣର ଗ୍ରାଣ୍ଡ ଫାଇନାଲ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଲିଗ୍‌ ଆସନ୍ତା ମେ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବ।

ଫିକା ଉଦ୍‌ଯାପନୀ ଉତ୍ସବ: କ୍ଷମାପ୍ରାର୍ଥନା କଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ

ଫିକା ଉଦ୍‌ଯାପନୀ ଉତ୍ସବ: କ୍ଷମାପ୍ରାର୍ଥନା କଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ

ଗୋଲ୍ଡ କୋଷ୍ଟ,୧୬।୪(ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବ ଫିକା ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ ପିଟର ବେଟ୍ଟି ସ୍ବୀକାର କରିଛନ୍ତି। ଦୀର୍ଘ ସମୟ ଧରି ଅତିଥିଙ୍କ ଭାଷଣରେ ଅତିଷ୍ଟ ହୋଇ ଦର୍ଶକମାନେ ଷ୍ଟାଡିୟମ୍‌ରୁ ଫେରି ଯାଇଥିଲେ। ଏଥିନେଇ ସମାଲୋଚିତ ହେବା ପରେ ଗୋଲ୍ଡ କୋଷ୍ଟ ଇଭେଣ୍ଟ ଆୟୋଜକ କମିଟି ମୁଖ୍ୟ ବେଟ୍ଟି ସୋମବାର କ୍ଷମାପ୍ରାର୍ଥନା କରିଛନ୍ତି।

ପିଏସ୍‌ଜି ଫ୍ରେଞ୍ଚ ଲିଗ୍‌ ଚାମ୍ପିୟନ୍‌

ପିଏସ୍‌ଜି ଫ୍ରେଞ୍ଚ ଲିଗ୍‌ ଚାମ୍ପିୟନ୍‌

ପ୍ୟାରିସ,୧୬।୪(ଏପି)- ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ଚଳିତ ଫ୍ରେଞ୍ଚ ଲିଗ୍‌ରେ ଟାଇଟଲ ଅର୍ଜନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍‌ ମୋନାକୋକୁ ୭-୧ ଗୋଲ୍‌ରେ ହରାଇ ପିଏସ୍‌ଜି ଏହି ସଫଳତା ପାଇଛନ୍ତି। ଏକ ତରଫା ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ହିଁ ପୂର୍ବତନ ଚାମ୍ପିୟନ୍‌ ମୋନାକୋ ସମ୍ପୂର୍ଣ୍ଣ ରୂପେ ଆତ୍ମସମପର୍ଣ୍ଣ କରିଦେଇଥିଲା।

ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବାକୁ ଫିଞ୍ଚ ପ୍ରସ୍ତୁତ

ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବାକୁ ଫିଞ୍ଚ ପ୍ରସ୍ତୁତ

ମୋହାଲି,୧୬।୪- ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ ପରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଓ ଡେଭିଡ୍‌ ଓ୍ବାର୍ନର ଏକ ବର୍ଷ ପାଇଁ ବାସନ୍ଦ ହେବା ପରେ ଦଳର ନେତୃତ୍ୱ ପଦ ଖାଲି ପଡ଼ିଛି। ଏହି ଭାର ଗ୍ରହଣ କରିବା ପାଇଁ ଓପନିଂ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ପ୍ରସ୍ତୁତ। ଯଦି ଚୟନକର୍ତ୍ତା ତାଙ୍କୁ ଦଳର ନେତୃତ୍ୱ ପଦ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ସେ ଏହାକୁ ଗ୍ରହଣ କରିବେ। କିନ୍ତୁ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଚିନ୍ତା କରି ନ ଥିବା କହିଛନ୍ତି।

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ନୂଆଦିଲ୍ଲୀ,୧୬।୪- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦କୁ ଫେରିବାକୁ ଯାଉଛନ୍ତି। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଭାମ୍ବ୍ରି ରବିବାର ତାଇପେଇ ଚ୍ୟାଲେଞ୍ଜର ଟାଇଟଲ ହାସଲ କରି ପୂର୍ବ ର଼୍ୟାଙ୍କିଙ୍ଗ୍‌ରେ ସୁଧାର ଆଣିବା ନିଶ୍ଚିତ କରିଛନ୍ତି। ବିଜୟ ଯୋଗୁ ଟାଇଟଲ ସହ ତାଙ୍କୁ ୧୨୫ ପଏଣ୍ଟ ମିଳିଛି। ଫଳରେ ନୂତନ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ତାଙ୍କୁ ପ୍ରାୟ ୮୦ତମ ମାନ୍ୟତା ମିଳିପାରେ।

ରାଜ୍ୟ ଓପନ ଚେସ୍‌: ମାନସ ଚାମ୍ପିୟନ

ରାଜ୍ୟ ଓପନ ଚେସ୍‌: ମାନସ ଚାମ୍ପିୟନ

ଭୁବନେଶ୍ୱର, ୧୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ରାଜ୍ୟ ଓପନ ଚେସ୍‌ରେ ପିପିଲିର ଏସ. ମାନସ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୮ ପଏଣ୍ଟ ପାଇଛନ୍ତି। ପ୍ରଭାତ କୁମାର ଓଝା ୭.୫ ପଏଣ୍ଟ ସହିତ ଦ୍ୱିତୀୟ ଏବଂ ୪ ଜଣ ଖେଳାଳି ୭ ପଏଣ୍ଟ ଲେଖାଏ ପାଇଥିଲେ ହେଁ ମାନସ ପରିଡ଼ା ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଆଇପିଏଲ୍‌-୧୧ ଚେନ୍ନାଇର ପ୍ରଥମ ପରାଜୟ

ଆଇପିଏଲ୍‌-୧୧ ଚେନ୍ନାଇର ପ୍ରଥମ ପରାଜୟ

ମୋହାଲି, ୧୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଚେନ୍ନାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦୁଇ ଓପନର କ୍ରିସ୍‌ ଗେଲ୍‌ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୭ ଉଇକେଟ ହରାଇ ୧୯୭ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ଅଧିନାୟକ ଧୋନୀଙ୍କ ସାହସିକ ବ୍ୟାଟିଂ ସତ୍ତ୍ୱେ ୫ ଉଇକେଟ ହରାଇ ୧୯୩ ରନରେ ସୀମିତ ରହି ବିଜୟଠାରୁ ମାତ୍ର ୫ ରନ ଦୂରରେ ରହିଯାଇଥିଲା। ପ୍ରଥମ ଦୁଇଟି ମ୍ୟାଚର ବିଜୟ ପରେ ଚେନ୍ନାଇ ପ୍ରଥମ ପରାଜୟ ବରଣ କରିଛି।

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କୁ ୨ ପଦକ

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କୁ ୨ ପଦକ

ଭୁବନେଶ୍ୱର, ୧୫।୪(ସ୍ପୋଟର୍‌ସ ବ୍ୟୁରୋ)- ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ-୨୦୧୮ ପ୍ରତିଯୋଗିତା ୟୁଏଇର ଦୁବାଇ ସହରସ୍ଥିତ ଶାହାବାବ ଅଲ୍‌-ଅଲହୀ ସ୍ପୋଟର୍‌ସ କ୍ଲବ ଇନ୍‌ଡୋରରେ ଉଦ୍‌ଯାପିତ ହୋଇଯାଇଛି। ଏହା ଗତ ୧୧ରୁ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ୨ଟି ପଦକ ମିଳିଛି। ସେ ସିଙ୍ଗଲ୍ସରେ ରୌପ୍ୟ ଓ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ

ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ

ବାଙ୍ଗାଲୋର, ୧୫ା୪ (ପି.ଟି.)-ସଞ୍ଜୁ ସାମସନଙ୍କ ଏକ ଷ୍ଟ୍ରୋକ୍‌ଭରା ଇନିଂସ ଯୋଗୁ ରବିବାର ଏଠାରେ ଅନୁଷ୍ଠିତ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଏକ ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୯ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ସାମସନ ୪୫ ବଲ୍‌ରେ ୯୨ ରନ (୧୦ଛକା, ୨ ଚୌକା) କରି ଅପରାଜିତ ରହିଥିଲେ। ଦଳ ପକ୍ଷରୁ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ୨୦ବଲ୍‌ରୁ ୩୬ରନ କରିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ବର୍ଣ୍ଣ ପାଇ ଭାରତ ତୃତୀୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ବର୍ଣ୍ଣ ପାଇ ଭାରତ ତୃତୀୟ

ଗୋଲ୍ଡ କୋଷ୍ଟ, ୧୫।୪(ପି.ଟି.)- ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ଓ ବ୍ରିସ୍‌ବେନର ଦକ୍ଷିଣରେ ଅବସ୍ଥିତ ମନୋରମ ସହର ଗୋଲ୍ଡ କୋଷ୍ଟଠାରେ ଗତ ୧୨ ଦିନଧରି ଚାଲିଆସୁଥିବା ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହା ସମାରୋହରେ ରବିବାର ଉଦ୍‌ଯାପିତ ହୋଇଯାଇଛି। ଖଚାକଚ୍‌ ଭରା କାରାରା ଷ୍ଟାଡିୟମ୍‌ରେ ଏହି କ୍ରୀଡ଼ା ମହାକୁମ୍ଭର ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ବିଭିନ୍ନ ଦେଶର ଆଥଲେଟ ଓ ଅଫିସିଆଲଙ୍କୁ ବିଦାୟ ଦିଆଯାଇଛି। ଏହି ମହାକୁମ୍ଭ ଆନୁଷ୍ଠାନିକ ଭାବେ ଶେଷ ହେଲା ବୋଲି ଘୋଷଣା କରାଯାଇଛି।

ରିକାର୍ଡୋ ଜିତିଲେ ଚାଇନିଜ୍‌ ଗ୍ରାଁ ପ୍ରି

ରିକାର୍ଡୋ ଜିତିଲେ ଚାଇନିଜ୍‌ ଗ୍ରାଁ ପ୍ରି

ସାଂଘାଇ, ୧୫।୪(ଏଏଫପି)- ରେଡ୍‌ବୁଲ ଡ୍ରାଇଭର ଡାନିଏଲ ରିକାର୍ଡୋ ରବିବାର ଅନୁଷ୍ଠିତ ଚାଇନିଜ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟର ରେସିଂ ବିଜେତା ହୋଇଛନ୍ତି। ଗ୍ରୀଡ୍‌ର ୬ଷ୍ଠ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ଏହି ଅଷ୍ଟ୍ରେଲୀୟ ଡ୍ରାଇଭର ମର୍ସିଡିଜ୍‌ର ଭାଲେଟେରୀ ବୋଟ୍ଟାସ(୨ୟ) ଓ ଫେରାରୀର କିମି ରାଇକୋନେନ(୩ୟ)ଙ୍କୁ ପଛରେ ପକାଇ ବାଜି ମାରିଛନ୍ତି।

ମନିକାଙ୍କୁ ୪ର୍ଥ ପଦକ

ମନିକାଙ୍କୁ ୪ର୍ଥ ପଦକ

ଗୋଲ୍ଡ କୋଷ୍ଟ,୧୫।୪(ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍‌ (ଟିଟି)ଖେଳାଳି ମନିକା ବାତ୍ରା ଉନ୍ନତ ପ୍ରଦର୍ଶନ ଜାରି ରଖି ମିକ୍ସଡ୍‌ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ବିଭାଗରେ ଏ. ସରଥ କମଲ ସମାନ ପଦକ ଜିତିଛନ୍ତି।

କୁମିନ୍ସଙ୍କ ସ୍ଥାନରେ ମିଲ୍‌ନେ

କୁମିନ୍ସଙ୍କ ସ୍ଥାନରେ ମିଲ୍‌ନେ

ବମ୍ବେ, ୧୫।୪(ପି.ଟି.)- ଆଇପିଏଲ୍‌ର ଆଗାମୀ ସିଜନ ଲାଗି ଆହତ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଆଦାମ ମିଲ୍‌ନେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି। ଆଇପିଏଲ୍‌ ପକ୍ଷରୁ ଏନେଇ ରବିବାର ଏକ ପେସ୍‌ ରିଲିଜ ଜରିଆରେ କୁହାଯାଇଛି।

ତାଇପେଇ ଓପନ୍‌ ଜିତିଲେ ୟୁକି

ତାଇପେଇ ଓପନ୍‌ ଜିତିଲେ ୟୁକି

ତାଇପେଇ, ୧୫।୪(ପି.ଟି.)- ଭାରତୀୟ ଟେନିସ ତାରକା ୟୁକି ଭାମ୍ବ୍ରୀ ଏଠାରେ ଚାଲିଥିବା ତାଇପେଇ ଚ୍ୟାଲେଞ୍ଜର୍ସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାମ୍ବ୍ରୀ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରାମନାଥନଙ୍କୁ ୬-୩, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି।