ଖେଳ

ଜୁନିୟର ଶୁଟିଂ ବିଶ୍ୱକପ୍‌: ବିଶ୍ୱରେକର୍ଡ ସହ ଏଲାଭେନିଲଙ୍କୁ ଡବଲ୍‌ ସ୍ବର୍ଣ୍ଣ

ଜୁନିୟର ଶୁଟିଂ ବିଶ୍ୱକପ୍‌: ବିଶ୍ୱରେକର୍ଡ ସହ ଏଲାଭେନିଲଙ୍କୁ ଡବଲ୍‌ ସ୍ବର୍ଣ୍ଣ

ସିଡ୍‌ନୀ, ୨୨।୩(ପି.ଟି.)- ଏଠାରେ ଚାଲିଥିବା ସିଜନର ପ୍ରଥମ ଜୁନିୟର ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱକପ୍‌ରେ ଭାରତର ଏଲାଭେନିଲ ଭାଲାରିଭାନ ବିଶ୍ୱରେକର୍ଡ ସହ ଡବଲ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି।

୪୦୦ ଉଇକେଟ୍‌ ନେବାରେ ବ୍ରଡ୍‌ ସର୍ବକନିଷ୍ଠ ବୋଲର

୪୦୦ ଉଇକେଟ୍‌ ନେବାରେ ବ୍ରଡ୍‌ ସର୍ବକନିଷ୍ଠ ବୋଲର

ଅକ୍‌ଲାଣ୍ଡ, ୨୨।୩(ଏଏଫ୍‌ପି)- ଜେମ୍ସ ଆଣ୍ଡରସନଙ୍କ ପରେ ଦ୍ୱିତୀୟ ଇଂଲଣ୍ଡ ବୋଲର ଭାବେ ଷ୍ଟୁଆର୍ଟ ବ୍ରଡ୍‌ ଟେଷ୍ଟ କ୍ରିକେଟରେ ୪୦୦ ଉଇକେଟ୍‌ ଅକ୍ତିଆର କରିବାର ସୌଭାଗ୍ୟ ଲାଭ କରିଛନ୍ତି।

ଦିବାରାତ୍ର ଟେଷ୍ଟ: ଇଂଲଣ୍ଡ ୫୮ ରନରେ ଅଲ୍‌ଆଉଟ୍‌

ଦିବାରାତ୍ର ଟେଷ୍ଟ: ଇଂଲଣ୍ଡ ୫୮ ରନରେ ଅଲ୍‌ଆଉଟ୍‌

ଅକ୍‌ଲାଣ୍ଡ, ୨୨।୩- ଘରୋଇ ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁରୁବାରଠାରୁ ସ୍ଥାନୀୟ ଇଡେନ ପାର୍କଠାରେ ଆରମ୍ଭ ହୋଇଥିବା ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ଇଂଲଣ୍ଡ କ୍ରିକେଟ ଦଳ ମାତ୍ର ୫୮ ରନରେ ଅଲ୍‌ଆଉଟ୍‌ ହୋଇଛି। ଏଥିସହ ଜୋ ରୁଟ୍‌ଙ୍କ ଦଳ ଟେଷ୍ଟ କ୍ରିକେଟରେ ସର୍ବନିମ୍ନ ଦଳଗତ ସ୍କୋର କରିବାର ଅଲୋଡ଼ା ବିଶ୍ୱ ରେକର୍ଡରୁ ଅଳ୍ପକେ ବର୍ତ୍ତିଯାଇଛି

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ:  ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ମହିଳା ଟି୨୦ ତ୍ରି-ରାଷ୍ଟ୍ରୀୟ: ଅଷ୍ଟ୍ରେଲିଆଠାରୁ ହାରିଲା ଭାରତ

ବମ୍ବେ, ୨୨।୩(ପି.ଟି.)- ଗୁରୁବାରଠାରୁ ଆରମ୍ଭ ହୋଇଥିବା ମହିଳା ଟି୨୦ ତ୍ରିରାଷ୍ଟ୍ରୀୟ କ୍ରିକେଟ ପ୍ରତିଯୋଗିତାରେ ଘରୋଇ ଭାରତୀୟ ଦଳ ପରାଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳ ୬ ଉଇକେଟ୍‌ରେ ହରମନ୍‌ପ୍ରୀତ୍‌ କୌରଙ୍କ ନେତୃତ୍ୱାଧୀନ ଭାରତକୁ ପରାସ୍ତ କରିଛି।

୨୧ ବର୍ଷ ପରେ ପ୍ରଥମ ରାଉଣ୍ଡରେ ହାରିଲେ ସେରେନା

୨୧ ବର୍ଷ ପରେ ପ୍ରଥମ ରାଉଣ୍ଡରେ ହାରିଲେ ସେରେନା

ମିଆମି, ୨୨।୩(ଏଏଫ୍‌ପି)- ଆମେରିକୀୟ ତାରକା ମହିଳା ଟେନିସ ଖେଳାଳି ସେରେନା ଓ୍ବିଲିୟମ୍ସ ଏଠାରେ ଚାଲିଥିବା ମିଆମି ଓପନ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡର ଏକ ମ୍ୟାଚ୍‌ରେ ସେରେନା ୬-୩, ୬-୨ ସିଧାସଳଖ ସେଟ୍‌ରେ ଜାପାନର ନାଓମି ଓସାକାଙ୍କ ନିକଟରୁ ପରାସ୍ତ ହୋଇଛନ୍ତି।

ଓଡ଼ିଶା ମହିଳା ଓ ପୁରୁଷ ବକ୍ସିଂ ଦଳର ହରିୟାଣା ଯାତ୍ରା

ଓଡ଼ିଶା ମହିଳା ଓ ପୁରୁଷ ବକ୍ସିଂ ଦଳର ହରିୟାଣା ଯାତ୍ରା

ବ୍ରହ୍ମପୁର ଅଫିସ, ୨୨।୩: ଚଳିତ ମାସ ୨୪ ରୁ ୩୦ ତାରିଖ ପର୍ଯ୍ୟନ୍ତ ୨ୟ ଜାତୀୟ ୟୁଥ ପୁରୁଷ ଓ ମହିଳା ଚାମ୍ପିୟନଶିପ୍‌ ହରିୟାଣାର ରୋହତକ୍‌ରେ ଅନୁଷ୍ଠିତ ହେବାକୁ ଯାଉଛି। ଇଣ୍ଡିଆନ ଅଲିମ୍ପିକ୍‌ ଆସୋସିଏଶନ(ଆଇଓଏ) ଏବଂ ଇଣ୍ଟରନ୍ୟାଶନାଲ ବକ୍ସିଂ ଆସୋସିଏଶନ ମାନ୍ୟତା ପ୍ରାପ୍ତ ବକ୍ସିଂ ଫେଡେରେଶନ ଅଫ ଇଣ୍ଡିଆ(ବିଏଫଆଇ) ଏହାକୁ ପରିଚାଳନା କରୁଛି। ଭାରତର ସମସ୍ତ ରାଜ୍ୟ ଏବଂ ୟୁନିଟ୍‌ ବକ୍ସିଂ ଦଳ ଏଥିରେ ଯୋଗ ଦେବେ। ଏହି ଚାମ୍ପିୟନଶିପ୍‌ରେ ଭାଗ ଦେବେ ପାଇଁ ଓଡ଼ିଶା ବକ୍ସି ଦଳ ଗୁରୁବାର ବ୍ରହ୍ମପୁର ରେଳ ଷ୍ଟେଶନରୁ ହରିୟାଣା ଯାତ୍ରା କରିଛନ୍ତି।

ଭିଜି ଟ୍ରଫି: ଉତ୍ତରାଞ୍ଚଳ-ପଶ୍ଚିମାଞ୍ଚଳ ଫାଇନାଲ

ଭିଜି ଟ୍ରଫି: ଉତ୍ତରାଞ୍ଚଳ-ପଶ୍ଚିମାଞ୍ଚଳ ଫାଇନାଲ

ଭୁବନେଶ୍ୱର, ୨୧।୩(କ୍ରୀଡ଼ା ପ୍ରତିନିଧି)- କିଟ୍‌ ଷ୍ଟାଡିୟମରେ ଚାଲିଥିବା ଭିଜି ଟ୍ରଫି ବିଶ୍ୱବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲରେ ଉତ୍ତରାଞ୍ଚଳ ଓ ପଶ୍ଚିମାଞ୍ଚଳ ମଧ୍ୟରେ ମୁକାବିଲା ହେବ। ମଙ୍ଗଳବାର ପୂର୍ବାଞ୍ଚଳକୁ ହରାଇ ଉତ୍ତରାଞ୍ଚଳ ଓ ବୁଧବାର ମ୍ୟାଚରେ ଦକ୍ଷିଣାଞ୍ଚଳକୁ ୪୬ ରନରେ ହରାଇ ପଶ୍ଚିମାଞ୍ଚଳ ଫାଇନାଲରେ ପ୍ରବେଶ କରିଛି।

ମିଷ୍ଟର୍‌ ଇଣ୍ଡିଆ ବଡିବିଲ୍ଡିଂରେ ଭାଗନେବେ ଓଡ଼ିଶାର ୧୩ ପ୍ରତିଯୋଗୀ

ମିଷ୍ଟର୍‌ ଇଣ୍ଡିଆ ବଡିବିଲ୍ଡିଂରେ ଭାଗନେବେ ଓଡ଼ିଶାର ୧୩ ପ୍ରତିଯୋଗୀ

ବ୍ରହ୍ମପୁର ଅଫିସ୍‌,୨୧ା୩- ଆସନ୍ତା ୨୩ରୁ ୨୫ତାରିଖ ପର୍ଯ୍ୟନ୍ତ ଜାତୀୟ ବଡିବିଲଡିଂ ଚାମ୍ପିୟନଶିପ୍‌ ପୁଣେଠାରେ ଅନୁଷ୍ଠିତ ହେବ। ଏଥିରେ ଗଞ୍ଜାମ ଜିଲାରୁ ୨ ଜଣଙ୍କ ସମେତ ଓଡ଼ିଶାର ୧୩ଜଣ ପ୍ରତିଯୋଗୀ ଭାଗନେଉଛନ୍ତି।

ଏଭରେଷ୍ଟ ଚଢ଼ିବେ ଓଡ଼ିଆ ଝିଅ ସ୍ବର୍ଣ୍ଣଲତା

ଏଭରେଷ୍ଟ ଚଢ଼ିବେ ଓଡ଼ିଆ ଝିଅ ସ୍ବର୍ଣ୍ଣଲତା

ଭୁବନେଶ୍ୱର, ୨୧।୩(ସ୍ପୋଟର୍‌ସ ବ୍ୟୁରୋ)- କଳ୍ପନା ଦାଶଙ୍କ ପରେ ଆଉ ଜଣେ ଓଡ଼ିଆ ଝିଅ ବିଶ୍ୱର ସର୍ବୋଚ୍ଚ ଶୃଙ୍ଘ ଏଭରେଷ୍ଟ ଚଢ଼ିବା ଅଭିଯାନରେ ସାମିଲ ହୋଇଛନ୍ତି। ସେ ହେଉଛନ୍ତି ଯାଜପୁର ଜିଲାର କଳିଙ୍ଗ ନଗରର ଜଗାଢିଅ ଗ୍ରାମର ମହେଶ୍ୱର ଦଳାଇ ଓ ପ୍ରମିଳାଙ୍କ ଝିଅ ସ୍ବର୍ଣ୍ଣଲତା ଦଳାଇ। ୮,୮୪୮ ମିଟର ଉଚ୍ଚତା ବିଶିଷ୍ଟ ଏଭରେଷ୍ଟକୁ ସଫଳତାର ସହ ଚଢ଼ି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଦେବାକୁ ୨୦ ବର୍ଷୀୟା ସ୍ବର୍ଣ୍ଣଲତା ସବୁ ପ୍ରକାର ପ୍ରାକ୍‌ ପ୍ରସ୍ତୁତି କରିସାରିଛନ୍ତି।

 ପଦକ ଜିତି ବାପାଙ୍କ ସ୍ବପ୍ନ ପୂରଣ କରିବି: ରାକେଶ

ପଦକ ଜିତି ବାପାଙ୍କ ସ୍ବପ୍ନ ପୂରଣ କରିବି: ରାକେଶ

କଲିକତା, ୨୧।୩ (ପି.ଟି.)- ଏପ୍ରିଲରେ ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟରେ ଆୟୋଜନ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି ୨୬ ବର୍ଷୀୟ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର। ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବାର ସୁଯୋଗ ହାସଲ କରିବା ଏକ ବଡ଼ ସୌଭାଗ୍ୟ ବୋଲି ରାକେଶ କହିଛନ୍ତି। ଏହି କ୍ରୀଡ଼ାରେ ରାକେଶ ପଦକ ହାସଲ କରିବା ସହ ନିଜର ତଥା ନିଜ ପରିବାର ଆର୍ଥିକ ସ୍ଥିତିକୁ ସୁଧାରିବା ଲକ୍ଷ୍ୟରେ ରହିଛନ୍ତି।

ବର୍ଷା ଓ୍ବେଷ୍ଟଇଣ୍ଡିଜକୁ ବିଶ୍ୱକପ୍‌ରେ ପହଞ୍ଚାଇଲା

ବର୍ଷା ଓ୍ବେଷ୍ଟଇଣ୍ଡିଜକୁ ବିଶ୍ୱକପ୍‌ରେ ପହଞ୍ଚାଇଲା

ହରାରେ, ୨୧।୩(ପି.ଟି.)- ଆସନ୍ତା ବର୍ଷ ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌କୁ ଓ୍ବେଷ୍ଟଇଣ୍ଡିଜ ଦଳ ଯୋଗ୍ୟତା ହାସଲ କରିଛି। ଏଠାରେ ଚାଲିଥିବା ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ସୁପର୍‌ ସିକ୍ସର ଏକ ମ୍ୟାଚ୍‌ରେ ୫ ରନରେ ସ୍କଟଲାଣ୍ଡକୁ ପରାସ୍ତ କରି ଓ୍ବେଷ୍ଟଇଣ୍ଡିଜ ଏହି ସଫଳତା ପାଇଛି।

ଭାରତୀୟ ମହିଳା ଦଳରେ ଗାଏକ୍ୱାଡ

ଭାରତୀୟ ମହିଳା ଦଳରେ ଗାଏକ୍ୱାଡ

ବମ୍ବେ,୨୧।୩(ପି.ଟି.)- ଗୁରୁବାରଠାରୁ ଆରମ୍ଭ ହେବାକୁ ଥିବା ତ୍ରିରାଷ୍ଟୀୟ ଟି୨୦ ସିରିଜ୍‌ ପାଇଁ ଘୋଷିତ ଦଳରେ ରାଜେଶ୍ୱରୀ ଗାଏକ୍ୱାଡ ସ୍ଥାନ ପାଇଛନ୍ତି। ତାଙ୍କୁ ବାମହାତୀ ସ୍ପିନର ଏକତା ବିସ୍ତଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି।

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେନି ଆଇପିଏଲ୍‌  ଅଧିନାୟକ

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେନି ଆଇପିଏଲ୍‌ ଅଧିନାୟକ

ନୂଆଦିଲ୍ଲୀ,୨୧।୩(ପି.ଟି.)- ଆସନ୍ତା ୭ ତାରିଖରେ ହେବାକୁ ଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୧ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବରେ ୬ଟି ଦଳର ଅଧିନାୟକ ଯୋଗଦେବେ ନାହିଁ। ଏ ନେଇ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ବୁଧବାର କୁହାଯାଇଛି।

ପ୍ରଥମ ଟେଷ୍ଟ ପାଇଁ ଫିଟ୍‌ ଟେଲର

ପ୍ରଥମ ଟେଷ୍ଟ ପାଇଁ ଫିଟ୍‌ ଟେଲର

ଅକ୍‌ଲାଣ୍ଡ,୨୧।୩(ଏଏଫ୍‌ପି)- ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡ ଦଳର ବରିଷ୍ଠ ବ୍ୟାଟ୍ସମ୍ୟାନ ରସ ଟେଲର ଫିଟ୍‌ ଘୋଷିତ ହୋଇଛନ୍ତି। ଘରୋଇ ଦଳର ଅଧିନାୟକ କେନ ଓ୍ବିଲିୟମସନ ଏହି ଘୋଷଣା କରିଛନ୍ତି। ଏପରିକି ଟେଲର ବୁଧବାର ଅଭ୍ୟାସ ସେସନରେ ଯୋଗ ଦେଇଥିବା ସେ ସୂଚନା ଦେଇଛନ୍ତି।

ଫ୍ରେଞ୍ଚ ଓପନ୍‌ ପୁରସ୍କାର ରାଶିରେ ବୃଦ୍ଧି

ଫ୍ରେଞ୍ଚ ଓପନ୍‌ ପୁରସ୍କାର ରାଶିରେ ବୃଦ୍ଧି

ପ୍ୟାରିସ୍‌,୨୧।୩(ଏପି)- ଆଗାମୀ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ ଓପନ୍‌ର ମୋଟ ପୁରସ୍କାର ରାଶିରେ ଚଳିତ ବର୍ଷ ୮ ପ୍ରତିଶତ ବୃଦ୍ଧି ହୋଇଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସ ବର୍ଗର ଚାମ୍ପିୟନ୍‌ଙ୍କୁ ୨.୨ ନିୟୁତ ୟୁରୋ ଅର୍ଥରାଶି ପ୍ରଦାନ କରାଯିବ।

କ୍ୱାର୍ଟରରେ ହକି ଓଡ଼ିଶା

କ୍ୱାର୍ଟରରେ ହକି ଓଡ଼ିଶା

ଲକ୍ଷ୍ନୌ, ୨୦।୩(ପି.ଟି.)- ଏଠାରେ ଚାଲିଥିବା ୮ମ ଜାତୀୟ ସିନିୟର ପୁରୁଷ ହକି ଚାମ୍ପିୟନଶିପ୍‌ (ଡିଭିଜନ-ଏ)ରେ ହକି ଓଡ଼ିଶା ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଅନୁଷ୍ଠିତ ପୁଲ-ଏ’ର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ହକି ଓଡ଼ିଶା ୪-୨ ଗୋଲରେ ହକି ଉତ୍ତରପ୍ରଦେଶକୁ ପରାସ୍ତ କରିଛି।

ଭିଜି ଟ୍ରଫି ଟୁର୍ନାମେଣ୍ଟ: ଫାଇନାଲରେ ନର୍ଥ ଜୋନ୍‌ ୟୁନିଭର୍ସିଟି

ଭୁବନେଶ୍ୱର, ୨୦।୩ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ କିଟ୍‌ ବିଶ୍ୱବିଦ୍ୟାଳୟ କ୍ରିକେଟ ଷ୍ଟାଡିୟମରେ ସମ୍ମାନଜନକ ଭିଜି ଟ୍ରଫି ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପ୍ରଥମଥର ପାଇଁ ଓଡ଼ିଶାରେ ଆୟୋଜିତ ହୋଇଥିବା ଏହି ଟୁର୍ନାମେଣ୍ଟରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ନର୍ଥ ଜୋନ୍‌ ୟୁନିଭର୍ସିଟି ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଛି।

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ଶ୍ରେଷ୍ଠ

ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଞ୍ଜନ ଶ୍ରେଷ୍ଠ

ଭୁବନେଶ୍ୱର, ୨୦।୩ (ସ୍ପୋଟର୍‌ସ ବ୍ୟୁରୋ)- ସ୍ଥାନୀୟ ୟୁନିଟ୍‌- ୮ଲକ୍ଷ୍ମୀପୂଜା ମଣ୍ଡପ ପ୍ରାଙ୍ଗଣରେ ଓଡ଼ିଶା ବଡି ବିଲ୍ଡିଂ ଆସୋସିଏଶନ ଓ ପ୍ରତିହାରି ଫିଟନେସ୍‌ର ମିଳିତ ଆନୁକୂଲ୍ୟରେ ପ୍ରଥମ ଜଳନ୍ଦର ଗଙ୍ଗଦେବ ସ୍ମାରକୀ ଟ୍ରଫି ତଥା ରାଜ୍ୟସ୍ତରୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ରାମେଶ୍ୱର ସ୍ପୋର୍ଟିଂର ବୃହତ୍‌ ବିଜୟ

ରାମେଶ୍ୱର ସ୍ପୋର୍ଟିଂର ବୃହତ୍‌ ବିଜୟ

ଭୁବନେଶ୍ୱର, ୨୦।୩(କ୍ରୀଡ଼ା ପ୍ରତିନିଧି)- ପାରାମାଉଣ୍ଟ ସ୍ପୋର୍ଟିଂ କ୍ଲବ ଆନୁକୂଲ୍ୟରେ ଚାଲିଥିବା ଅରବିନ୍ଦ ସ୍ମାରକୀ ସର୍ବଭାରତୀୟ ଜୁନିୟର(୧୫ ବର୍ଷରୁ କମ୍‌) କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଂ ୧୧୨ ରନରେ ବିବିସିଏକୁ ପରାସ୍ତ କରିଛି।

ତ୍ରିପୁରାକୁ ହରାଇଲା ଓଡ଼ିଶା

କଟକ ଅଫିସ,୨୦ା୩- ଗୁଆହାଟୀର ବର୍ଷାପଡ଼ା ଷ୍ଟାଡିୟମରେ ପୂର୍ବାଞ୍ଚଳ ୨୩ବର୍ଷରୁ କମ୍‌ ମହିଳା ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଓଡ଼ିଶା-ତ୍ରିପୁରା ମ୍ୟାଚ୍‌ ମଙ୍ଗଳବାର ଖେଳାଯାଇଛି। ଲଗାତାର ୨ଟି ମ୍ୟାଚ୍‌ରେ ଓଡ଼ିଶା ପରାଜିତ ହେବା ପରେ ଉକ୍ତ ମ୍ୟାଚ୍‌କୁ ୫ଉଇକେଟରେ ଜିତିଛି।

ଆତ୍ମଘାତୀ ଗୋଲ ଯୋଗୁ ହାରିଲା ଓଡ଼ିଶା

ଆତ୍ମଘାତୀ ଗୋଲ ଯୋଗୁ ହାରିଲା ଓଡ଼ିଶା

କଟକ ଅଫିସ,୨୦ା୩- କଲିକତା ହାୱଡ଼ା ଷ୍ଟାଡିୟମରେ ଅନୁଷ୍ଠିତ ୭୨ତମ ସନ୍ତୋଷ ଟ୍ରଫି ଫାଇନାଲ ରାଉଣ୍ଡର ମଙ୍ଗଳବାର ମ୍ୟାଚ୍‌ରେ ଓଡ଼ିଶା ୧-୨ ଗୋଲରେ ପଞ୍ଜାବଠାରୁ ପରାସ୍ତ ହୋଇଛି। ୮ଥର ଚାମ୍ପିୟନ ପଞ୍ଜାବ ବିପକ୍ଷରେ ଓଡ଼ିଶା ଭଲ ପ୍ରଦର୍ଶନ କରିଥିଲେ ସୁଦ୍ଧା ଅନ୍ତିମ ସମୟରେ ଆତ୍ମଘାତୀ ଗୋଲ ଯୋଗୁ ଦଳ ପରାଜୟ ବରଣ କରିଛି।

ମଧୁସ୍ମିତାଙ୍କ ଶତକ: ମ୍ୟାଚ୍‌ ଡ୍ର’ରଖିଲା ପୂର୍ବାଞ୍ଚଳ

ମଧୁସ୍ମିତାଙ୍କ ଶତକ: ମ୍ୟାଚ୍‌ ଡ୍ର’ରଖିଲା ପୂର୍ବାଞ୍ଚଳ

କଟକ ଅଫିସ, ୨୦ା୩-ତ୍ରିଭେନ୍ଦ୍ରମ ଠାରେ ଚାଲିଥିବା ସିନିୟର ମହିଳା ଆନ୍ତଃ ଜୋନାଲ ତ୍ରିଦିିବସୀୟ କ୍ରିକେଟ ଟୁର୍ନାମେଣ୍ଟରେ ପୂର୍ବାଞ୍ଚଳ-ଉତ୍ତରାଞ୍ଚଳ ମ୍ୟାଚ୍‌ ଅମୀମାସିଂତ ଭାବେ ଶେଷ ହୋଇଛି । ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ହାସଲ କରିଥିବା ଉତ୍ତରାଞ୍ଚଳ ୩ ପଏଣ୍ଟ ପାଇଥିବା ବେଳେ ପୂର୍ବାଞ୍ଚଳକୁ ୧ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ମାତ୍ର ଏହି ମ୍ୟାଚ୍‌ରେ ପୂର୍ବାଞ୍ଚଳ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଓଡ଼ିଆ ଖେଳାଳି ମଧୁସ୍ମିତା ବେହେରା ଚମତ୍କାର ଶତକୀୟ ଇନିଂସ୍‌ ଖେଳି ଦଳକୁ ନିଶ୍ଚିତ ପରାଜୟରୁ ରକ୍ଷା କରିପାରିଛନ୍ତି।

ରାବାଡାଙ୍କୁ କ୍ଲିନ୍‌ ଚିଟ୍‌

ରାବାଡାଙ୍କୁ କ୍ଲିନ୍‌ ଚିଟ୍‌

କେପ୍‌ ଟାଉନ୍‌, ୨୦।୩(ଏଏଫ୍‌ପି)- ଘରୋଇ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରାବାଡା ଅଷ୍ଟ୍ରେଲିଆ ବିପକ୍ଷ ଅନ୍ତିମ ୨ଟି ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ନିକଟରୁ କ୍ଲିନ୍‌ ଚିଟ୍‌ ପାଇଛନ୍ତି। କହୁଣି ଧକ୍କା ନେଇ ତାଙ୍କ ନାମରେ ଆସିଥିବା ଅଭିଯୋଗର ହୋଇଥିବା ଶୁଣାଣିରେ ରାବାଡା ବିଜୟ ହାସଲ କରିଛନ୍ତି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା:  ଉପସ୍ଥିତ ରହିବେ ବୋଲ୍ଟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଉପସ୍ଥିତ ରହିବେ ବୋଲ୍ଟ

ସିଡ୍‌ନୀ, ୨୦।୩(ଏଏଫ୍‌ପି)- ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟଠାରେ ଆସନ୍ତା ମାସରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଅନୁଷ୍ଠିତ ହେବ। କ୍ରୀଡ଼ାର ଏହି ମହାକୁମ୍ଭରେ କିମ୍ବଦନ୍ତୀ ସ୍ପ୍ରିଣ୍ଟର ଜାମାଇକାର ଉସେନ ବୋଲ୍ଟ ଦର୍ଶକ ଭାବେ ଉପସ୍ଥିତ ରହି ୧୦୦ ମିଟର ଫାଇନାଲକୁ ଉପଭୋଗ କରିବେ ବୋଲି ପ୍ରାକ୍ତନ ବିଶ୍ୱ ଚାମ୍ପିୟନ ଧାବକ ୟୋହାନ ବ୍ଲାକେ କହିଛନ୍ତି।