ଖେଳ

ପୋକର ସ୍ପୋଟର୍‌ସ ଲିଗ୍‌ ଟ୍ରଫି ଉନ୍ମୋଚନ

ପୋକର ସ୍ପୋଟର୍‌ସ ଲିଗ୍‌ ଟ୍ରଫି ଉନ୍ମୋଚନ

ନୂଆଦିଲ୍ଲୀ,୧୬।୪- ପାଞ୍ଚଥର ଚେସ୍‌ ବିଶ୍ୱ ଚାମ୍ପିୟନ୍‌ ବିଶ୍ୱନାଥନ ଆନନ୍ଦ ରବିବାର ପୋକର ସ୍ପୋଟର୍‌ସ ଲିଗ୍‌ (ପିଏସ୍‌ଏଲ୍‌)ର ୨ୟ ସଂସ୍କରଣର ଗ୍ରାଣ୍ଡ ଫାଇନାଲ ଟ୍ରଫି ଉନ୍ମୋଚନ କରିଛନ୍ତି। ଏହି ଲିଗ୍‌ ଆସନ୍ତା ମେ ୯ରୁ ୧୩ ତାରିଖ ପର୍ଯ୍ୟନ୍ତ ଗୋଆଠାରେ ଅନୁଷ୍ଠିତ ହେବ।

ଫିକା ଉଦ୍‌ଯାପନୀ ଉତ୍ସବ: କ୍ଷମାପ୍ରାର୍ଥନା କଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ

ଫିକା ଉଦ୍‌ଯାପନୀ ଉତ୍ସବ: କ୍ଷମାପ୍ରାର୍ଥନା କଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ

ଗୋଲ୍ଡ କୋଷ୍ଟ,୧୬।୪(ଏପି)- ରାଜ୍ୟଗୋଷ୍ଠୀ କ୍ରୀଡ଼ାର ୨୧ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବ ଫିକା ଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ମୁଖ୍ୟ ପିଟର ବେଟ୍ଟି ସ୍ବୀକାର କରିଛନ୍ତି। ଦୀର୍ଘ ସମୟ ଧରି ଅତିଥିଙ୍କ ଭାଷଣରେ ଅତିଷ୍ଟ ହୋଇ ଦର୍ଶକମାନେ ଷ୍ଟାଡିୟମ୍‌ରୁ ଫେରି ଯାଇଥିଲେ। ଏଥିନେଇ ସମାଲୋଚିତ ହେବା ପରେ ଗୋଲ୍ଡ କୋଷ୍ଟ ଇଭେଣ୍ଟ ଆୟୋଜକ କମିଟି ମୁଖ୍ୟ ବେଟ୍ଟି ସୋମବାର କ୍ଷମାପ୍ରାର୍ଥନା କରିଛନ୍ତି।

ପିଏସ୍‌ଜି ଫ୍ରେଞ୍ଚ ଲିଗ୍‌ ଚାମ୍ପିୟନ୍‌

ପିଏସ୍‌ଜି ଫ୍ରେଞ୍ଚ ଲିଗ୍‌ ଚାମ୍ପିୟନ୍‌

ପ୍ୟାରିସ,୧୬।୪(ଏପି)- ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍‌ଜି) ଚଳିତ ଫ୍ରେଞ୍ଚ ଲିଗ୍‌ରେ ଟାଇଟଲ ଅର୍ଜନ କରିଛନ୍ତି। ଡିଫେଣ୍ଡିଂ ଚାମ୍ପିୟନ୍‌ ମୋନାକୋକୁ ୭-୧ ଗୋଲ୍‌ରେ ହରାଇ ପିଏସ୍‌ଜି ଏହି ସଫଳତା ପାଇଛନ୍ତି। ଏକ ତରଫା ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ହିଁ ପୂର୍ବତନ ଚାମ୍ପିୟନ୍‌ ମୋନାକୋ ସମ୍ପୂର୍ଣ୍ଣ ରୂପେ ଆତ୍ମସମପର୍ଣ୍ଣ କରିଦେଇଥିଲା।

ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବାକୁ ଫିଞ୍ଚ ପ୍ରସ୍ତୁତ

ଅଷ୍ଟ୍ରେଲିଆ ଦଳର ନେତୃତ୍ୱ ନେବାକୁ ଫିଞ୍ଚ ପ୍ରସ୍ତୁତ

ମୋହାଲି,୧୬।୪- ବଲ ଟ୍ୟାମ୍ପରିଂ ସ୍କାଣ୍ଡାଲ ପରେ ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଷ୍ଟିଭ ସ୍ମିଥ ଓ ଡେଭିଡ୍‌ ଓ୍ବାର୍ନର ଏକ ବର୍ଷ ପାଇଁ ବାସନ୍ଦ ହେବା ପରେ ଦଳର ନେତୃତ୍ୱ ପଦ ଖାଲି ପଡ଼ିଛି। ଏହି ଭାର ଗ୍ରହଣ କରିବା ପାଇଁ ଓପନିଂ ବ୍ୟାଟ୍ସମ୍ୟାନ ଆରୋନ ଫିଞ୍ଚ ପ୍ରସ୍ତୁତ। ଯଦି ଚୟନକର୍ତ୍ତା ତାଙ୍କୁ ଦଳର ନେତୃତ୍ୱ ପଦ ପାଇଁ ପ୍ରସ୍ତାବ ଦିଅନ୍ତି, ତେବେ ସେ ଏହାକୁ ଗ୍ରହଣ କରିବେ। କିନ୍ତୁ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ଚିନ୍ତା କରି ନ ଥିବା କହିଛନ୍ତି।

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ଟପ୍‌ ୧୦୦କୁ ଫେରିବେ ଭାମ୍ବ୍ରି

ନୂଆଦିଲ୍ଲୀ,୧୬।୪- ଦେଶର ଶୀର୍ଷ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଖେଳାଳି ୟୁକି ଭାମ୍ବ୍ରି ଏଟିପି ର଼୍ୟାଙ୍କିଙ୍ଗ୍‌ର ଟପ୍‌ ୧୦୦କୁ ଫେରିବାକୁ ଯାଉଛନ୍ତି। ଚଳିତ ସିଜନରେ ଜବରଦସ୍ତ ଫର୍ମରେ ଥିବା ଭାମ୍ବ୍ରି ରବିବାର ତାଇପେଇ ଚ୍ୟାଲେଞ୍ଜର ଟାଇଟଲ ହାସଲ କରି ପୂର୍ବ ର଼୍ୟାଙ୍କିଙ୍ଗ୍‌ରେ ସୁଧାର ଆଣିବା ନିଶ୍ଚିତ କରିଛନ୍ତି। ବିଜୟ ଯୋଗୁ ଟାଇଟଲ ସହ ତାଙ୍କୁ ୧୨୫ ପଏଣ୍ଟ ମିଳିଛି। ଫଳରେ ନୂତନ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ତାଙ୍କୁ ପ୍ରାୟ ୮୦ତମ ମାନ୍ୟତା ମିଳିପାରେ।

ରାଜ୍ୟ ଓପନ ଚେସ୍‌: ମାନସ ଚାମ୍ପିୟନ

ରାଜ୍ୟ ଓପନ ଚେସ୍‌: ମାନସ ଚାମ୍ପିୟନ

ଭୁବନେଶ୍ୱର, ୧୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଅନୁଷ୍ଠିତ ରାଜ୍ୟ ଓପନ ଚେସ୍‌ରେ ପିପିଲିର ଏସ. ମାନସ ଚାମ୍ପିୟନ ହୋଇଛନ୍ତି। ୯ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୮ ପଏଣ୍ଟ ପାଇଛନ୍ତି। ପ୍ରଭାତ କୁମାର ଓଝା ୭.୫ ପଏଣ୍ଟ ସହିତ ଦ୍ୱିତୀୟ ଏବଂ ୪ ଜଣ ଖେଳାଳି ୭ ପଏଣ୍ଟ ଲେଖାଏ ପାଇଥିଲେ ହେଁ ମାନସ ପରିଡ଼ା ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଆଇପିଏଲ୍‌-୧୧ ଚେନ୍ନାଇର ପ୍ରଥମ ପରାଜୟ

ଆଇପିଏଲ୍‌-୧୧ ଚେନ୍ନାଇର ପ୍ରଥମ ପରାଜୟ

ମୋହାଲି, ୧୫।୪ (ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଦ୍ୱାଦଶ ମୁକାବିଲାରେ କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଟସ୍‌ ଜିତି ଚେନ୍ନାଇ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ଦୁଇ ଓପନର କ୍ରିସ୍‌ ଗେଲ୍‌ ଓ ଲୋକେଶ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ସହାୟତାରେ ୭ ଉଇକେଟ ହରାଇ ୧୯୭ ରନ ସଂଗ୍ରହ କରିଥିଲା। ଜବାବରେ ଚେନ୍ନାଇ ଅଧିନାୟକ ଧୋନୀଙ୍କ ସାହସିକ ବ୍ୟାଟିଂ ସତ୍ତ୍ୱେ ୫ ଉଇକେଟ ହରାଇ ୧୯୩ ରନରେ ସୀମିତ ରହି ବିଜୟଠାରୁ ମାତ୍ର ୫ ରନ ଦୂରରେ ରହିଯାଇଥିଲା। ପ୍ରଥମ ଦୁଇଟି ମ୍ୟାଚର ବିଜୟ ପରେ ଚେନ୍ନାଇ ପ୍ରଥମ ପରାଜୟ ବରଣ କରିଛି।

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କୁ ୨ ପଦକ

ଦୁବାଇ ପାରା ବ୍ୟାଡ୍‌ମିଣ୍ଟନରେ ପ୍ରମୋଦଙ୍କୁ ୨ ପଦକ

ଭୁବନେଶ୍ୱର, ୧୫।୪(ସ୍ପୋଟର୍‌ସ ବ୍ୟୁରୋ)- ଦୁବାଇ ପାରା ବ୍ୟାଡ୍‌ମିଣ୍ଟନ ଇଣ୍ଟରନ୍ୟାଶନାଲ-୨୦୧୮ ପ୍ରତିଯୋଗିତା ୟୁଏଇର ଦୁବାଇ ସହରସ୍ଥିତ ଶାହାବାବ ଅଲ୍‌-ଅଲହୀ ସ୍ପୋଟର୍‌ସ କ୍ଲବ ଇନ୍‌ଡୋରରେ ଉଦ୍‌ଯାପିତ ହୋଇଯାଇଛି। ଏହା ଗତ ୧୧ରୁ ଆରମ୍ଭ ହୋଇଥିଲା। ଏଥିରେ ଓଡ଼ିଶାର ପ୍ରମୋଦ ଭଗତଙ୍କୁ ୨ଟି ପଦକ ମିଳିଛି। ସେ ସିଙ୍ଗଲ୍ସରେ ରୌପ୍ୟ ଓ ଡବଲ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି।

ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ

ବାଙ୍ଗାଲୋରକୁ ହରାଇଲା ରାଜସ୍ଥାନ

ବାଙ୍ଗାଲୋର, ୧୫ା୪ (ପି.ଟି.)-ସଞ୍ଜୁ ସାମସନଙ୍କ ଏକ ଷ୍ଟ୍ରୋକ୍‌ଭରା ଇନିଂସ ଯୋଗୁ ରବିବାର ଏଠାରେ ଅନୁଷ୍ଠିତ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଏକ ହାଇ ସ୍କୋରିଂ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୧୯ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ସାମସନ ୪୫ ବଲ୍‌ରେ ୯୨ ରନ (୧୦ଛକା, ୨ ଚୌକା) କରି ଅପରାଜିତ ରହିଥିଲେ। ଦଳ ପକ୍ଷରୁ ଅନ୍ୟତମ ସଫଳ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାନେ ୨୦ବଲ୍‌ରୁ ୩୬ରନ କରିଥିଲେ।

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ବର୍ଣ୍ଣ ପାଇ ଭାରତ ତୃତୀୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଯାପିତ: ୨୬ ସ୍ବର୍ଣ୍ଣ ପାଇ ଭାରତ ତୃତୀୟ

ଗୋଲ୍ଡ କୋଷ୍ଟ, ୧୫।୪(ପି.ଟି.)- ଅଷ୍ଟ୍ରେଲିଆର ପୂର୍ବ ଉପକୂଳ ଓ ବ୍ରିସ୍‌ବେନର ଦକ୍ଷିଣରେ ଅବସ୍ଥିତ ମନୋରମ ସହର ଗୋଲ୍ଡ କୋଷ୍ଟଠାରେ ଗତ ୧୨ ଦିନଧରି ଚାଲିଆସୁଥିବା ୨୧ ତମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହା ସମାରୋହରେ ରବିବାର ଉଦ୍‌ଯାପିତ ହୋଇଯାଇଛି। ଖଚାକଚ୍‌ ଭରା କାରାରା ଷ୍ଟାଡିୟମ୍‌ରେ ଏହି କ୍ରୀଡ଼ା ମହାକୁମ୍ଭର ରଙ୍ଗାରଙ୍ଗ ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱର ବିଭିନ୍ନ ଦେଶର ଆଥଲେଟ ଓ ଅଫିସିଆଲଙ୍କୁ ବିଦାୟ ଦିଆଯାଇଛି। ଏହି ମହାକୁମ୍ଭ ଆନୁଷ୍ଠାନିକ ଭାବେ ଶେଷ ହେଲା ବୋଲି ଘୋଷଣା କରାଯାଇଛି।

ରିକାର୍ଡୋ ଜିତିଲେ ଚାଇନିଜ୍‌ ଗ୍ରାଁ ପ୍ରି

ରିକାର୍ଡୋ ଜିତିଲେ ଚାଇନିଜ୍‌ ଗ୍ରାଁ ପ୍ରି

ସାଂଘାଇ, ୧୫।୪(ଏଏଫପି)- ରେଡ୍‌ବୁଲ ଡ୍ରାଇଭର ଡାନିଏଲ ରିକାର୍ଡୋ ରବିବାର ଅନୁଷ୍ଠିତ ଚାଇନିଜ୍‌ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟର ରେସିଂ ବିଜେତା ହୋଇଛନ୍ତି। ଗ୍ରୀଡ୍‌ର ୬ଷ୍ଠ ସ୍ଥାନରୁ ରେସ୍‌ ଆରମ୍ଭ କରିଥିବା ଏହି ଅଷ୍ଟ୍ରେଲୀୟ ଡ୍ରାଇଭର ମର୍ସିଡିଜ୍‌ର ଭାଲେଟେରୀ ବୋଟ୍ଟାସ(୨ୟ) ଓ ଫେରାରୀର କିମି ରାଇକୋନେନ(୩ୟ)ଙ୍କୁ ପଛରେ ପକାଇ ବାଜି ମାରିଛନ୍ତି।

ମନିକାଙ୍କୁ ୪ର୍ଥ ପଦକ

ମନିକାଙ୍କୁ ୪ର୍ଥ ପଦକ

ଗୋଲ୍ଡ କୋଷ୍ଟ,୧୫।୪(ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମହିଳା ଟେବୁଲ ଟେନିସ୍‌ (ଟିଟି)ଖେଳାଳି ମନିକା ବାତ୍ରା ଉନ୍ନତ ପ୍ରଦର୍ଶନ ଜାରି ରଖି ମିକ୍ସଡ୍‌ ଡବଲ୍ସ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ବିଭାଗରେ ଏ. ସରଥ କମଲ ସମାନ ପଦକ ଜିତିଛନ୍ତି।

କୁମିନ୍ସଙ୍କ ସ୍ଥାନରେ ମିଲ୍‌ନେ

କୁମିନ୍ସଙ୍କ ସ୍ଥାନରେ ମିଲ୍‌ନେ

ବମ୍ବେ, ୧୫।୪(ପି.ଟି.)- ଆଇପିଏଲ୍‌ର ଆଗାମୀ ସିଜନ ଲାଗି ଆହତ ଦ୍ରୁତ ବୋଲର ପ୍ୟାଟ୍‌ କୁମିନ୍ସଙ୍କ ସ୍ଥାନରେ ନ୍ୟୁଜିଲାଣ୍ଡର ଆଦାମ ମିଲ୍‌ନେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ ହୋଇଛନ୍ତି। ଆଇପିଏଲ୍‌ ପକ୍ଷରୁ ଏନେଇ ରବିବାର ଏକ ପେସ୍‌ ରିଲିଜ ଜରିଆରେ କୁହାଯାଇଛି।

ତାଇପେଇ ଓପନ୍‌ ଜିତିଲେ ୟୁକି

ତାଇପେଇ ଓପନ୍‌ ଜିତିଲେ ୟୁକି

ତାଇପେଇ, ୧୫।୪(ପି.ଟି.)- ଭାରତୀୟ ଟେନିସ ତାରକା ୟୁକି ଭାମ୍ବ୍ରୀ ଏଠାରେ ଚାଲିଥିବା ତାଇପେଇ ଚ୍ୟାଲେଞ୍ଜର୍ସ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଭାମ୍ବ୍ରୀ ଅନ୍ୟତମ ଭାରତୀୟ ଖେଳାଳି ରାମକୁମାର ରାମନାଥନଙ୍କୁ ୬-୩, ୬-୪ ସିଧାସଳଖ ସେଟ୍‌ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି।

ଶ୍ରୀକାନ୍ତ ରୌପ୍ୟରେ ସନ୍ତୁଷ୍ଟ

ଶ୍ରୀକାନ୍ତ ରୌପ୍ୟରେ ସନ୍ତୁଷ୍ଟ

ଗୋଲ୍ଡ କୋଷ୍ଟ,୧୫।୪ (ପି.ଟି.)- ବିଶ୍ୱର ୧ ନମ୍ବର ପୁରୁଷ ବ୍ୟାଡମିଣ୍ଟନ ତାରକା ଭାରତର କିଡାମ୍ବୀ ଶ୍ରୀକାନ୍ତ ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ସିଙ୍ଗଲ୍ସ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ସେ ୨୧-୧୯,୧୪-୨୧,୧୪-୨୧ରେ ମାଲେସିଆ କିମ୍ବଦନ୍ତୀ ଖେଳାଳି ଲି ଚୋଙ୍କ ଓ୍ବେଇଙ୍କଠାରୁ ପରାସ୍ତ ହୋଇ ସ୍ବର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି। ପୂର୍ବରୁ ଶ୍ରୀକାନ୍ତ ଏହି କ୍ରୀଡ଼ା ମହାକୁମ୍ଭର ମିକ୍ସଡ ଟିମ୍‌ ଇଭେଣ୍ଟ ଫାଇନାଲରେ ୩ଥର ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ଲିଙ୍କୁ ପରାସ୍ତ କରିଥିଲେ ସିଙ୍ଗଲ୍ସରେ ଏହି ପ୍ରଦର୍ଶନକୁ ଦୋହରାଇ ପାରି ନ ଥିଲେ।

 ସ୍କ୍ବାଶ: ପାଲିକଲ-ଚିନାପ୍ପା ଯୋଡ଼ିଙ୍କୁ ରୌପ୍ୟ

ସ୍କ୍ବାଶ: ପାଲିକଲ-ଚିନାପ୍ପା ଯୋଡ଼ିଙ୍କୁ ରୌପ୍ୟ

ଗୋଲ୍ଡକୋଷ୍ଟ, ୧୫ା୪ (ପି.ଟି.)-ରାଜ୍ୟଗୋଷ୍ଠୀ କ୍ରୀଡ଼ା ମହିଳା ଡବଲ୍ସ ସ୍କ୍ବାଶ ଫାଇନାଲରେ ଦୀପିକା ପାଲିକଲ ଓ ଜ୍ୟୋତ୍ସ୍ନା ଚିନାପ୍ପା ସେମାନଙ୍କ ମ୍ୟାଚ ହାରିଯାଇଛନ୍ତି। ଫଳରେ ଏହି ଇଭେଣ୍ଟରେ ଭାରତ ଦୁଇଟି ପଦକ ସହ ଏହାର ଅଭିଯାନ ଶେଷ କରିଛି।

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ବ୍ୟାଡମିଣ୍ଟନ୍‌ରେ ସାଇନାଙ୍କୁ ସ୍ବର୍ଣ୍ଣ, ସିନ୍ଧୁଙ୍କୁ ରୌପ୍ୟ

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ବ୍ୟାଡମିଣ୍ଟନ୍‌ରେ ସାଇନାଙ୍କୁ ସ୍ବର୍ଣ୍ଣ, ସିନ୍ଧୁଙ୍କୁ ରୌପ୍ୟ

ଗୋଲ୍ଡ କୋଷ୍ଟ,୧୫।୪ (ପି.ଟି.)- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଅନ୍ତିମ ଦିବସରେ ଭାରତୀୟ ମହିଳା ବ୍ୟାଡମିଣ୍ଟନ ତାରକା ସାଇନା ନେହ୍ବାଲ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ସିଙ୍ଗଲ୍ସ ଫାଇନାଲ ମ୍ୟାଚରେ ସାଇନା ଅଲିମ୍ପିକ୍ସ ରୌପ୍ୟ ପଦକ ବିଜୟିନୀ ପି.ଭି. ସିନ୍ଧୁଙ୍କୁ ୨୧-୧୮, ୨୩-୨୧ରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି। ଅନ୍ୟପଟେ ପରାସ୍ତ ହୋଇ ସିନ୍ଧୁ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି।

କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଚେସ୍‌: ସୋମାକ ଚାମ୍ପିୟନ

କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଚେସ୍‌: ସୋମାକ ଚାମ୍ପିୟନ

ଭୁବନେଶ୍ୱର, ୧୫।୪ (ସ୍ପୋଟର୍‌ସ ବ୍ୟୁରୋ)- ଖୋର୍ଦ୍ଧା ଜିଲା ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ କେଶବାନନ୍ଦ ସ୍ମାରକୀ ସର୍ବଭାରତୀୟ ଫିଡେ ରେଟିଂ ଚେସ୍‌ ଚାମ୍ପିୟନଶିପ୍‌ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରେଲ୍‌ଓ୍ବେର ଅନ୍ତର୍ଜାତୀୟ ମାଷ୍ଟର ସୋମାକ ପାଲିତ ୮ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। ସୁଯୋଗ ଓ୍ବାଘ ଓ ଅର୍ପଣ ଦାସ ୭.୫ ପଏଣ୍ଟ ସହ ଯଥାକ୍ରମେ ୨ୟ ଓ ୩ ସ୍ଥାନ ହାସଲ କରିଛନ୍ତି।

ହାଇଦ୍ରାବାଦର କ୍ରମାଗତ ତୃତୀୟ ବିଜୟ

ହାଇଦ୍ରାବାଦର କ୍ରମାଗତ ତୃତୀୟ ବିଜୟ

କଲିକତା, ୧୪।୪(ପି.ଟି.)- ଶନିବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ଦଶମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ୬ଟି ବଲ ବାକି ରଖି ୫ ଉଇକେଟରେ ଘରୋଇ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ଇଡେନ ଗାର୍ଡେନରେ ଟସ୍‌ ଜିତି ହାଇଦ୍ରାବାଦ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି କୋଲକାତା ୮ ଉଇକେଟ ହରାଇ ୧୩୮ ରନ ସଂଗ୍ରହ କରିଥିଲା। ଜବାବରେ ହାଇଦ୍ରାବାଦ୍‌ ୧୯ ଓଭରରେ ୫ ଉଇକେଟ ହରାଇ ୧୩୯ ରନ କରି ବିଜୟ ହାସଲ କରିଛି।

ଶନିବାରରେ ସ୍ବର୍ଣ୍ଣ ବର୍ଷା

ଶନିବାରରେ ସ୍ବର୍ଣ୍ଣ ବର୍ଷା

ଗୋଲ୍ଡ କୋଷ୍ଟ, ୧୪।୪ (ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଦଶମ ଦିବସରେ ଭାରତୀୟ ଆଥଲେଟମାନେ ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ଆଉ ଗୋଟିଏ ଦିନ ପରେ ଏହି କ୍ରୀଡ଼ା ମହାକୁମ୍ଭ ଶେଷହେବାକୁ ଯାଉଥିବା ବେଳେ ବକ୍ସିଂ ରିଙ୍ଗ୍‌ଠାରୁ ଆରମ୍ଭ କରି ଶୁଟିଂ ରେଞ୍ଜ୍‌ ପର୍ଯ୍ୟନ୍ତ ଖେଳାଳିମାନେ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି।

ଖାଲି ହାତରେ ଫେରିଲା ଭାରତୀୟ ହକି ଦଳ

ଖାଲି ହାତରେ ଫେରିଲା ଭାରତୀୟ ହକି ଦଳ

ଗୋଲ୍ଡ କୋଷ୍ଟ, ୧୪।୪(ପି.ଟି.)- ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରାୟ ସମସ୍ତ ବିଭାଗରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଉତ୍ସାହଜନକ ରହିଥିବାବେଳେ ହକିରେ କିନ୍ତୁ ନିରାଶ ହେବାକୁ ପଡ଼ିଛି। ପୂର୍ବରୁ ସେମିଫାଇନାଲରେ ହାରି ଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଉଭୟ ଭାରତୀୟ ମହିଳା ଓ ପୁରୁଷ ହକି ଦଳ ଶନିବାର ବ୍ରୋଞ୍ଜ ପଦକ ଲଢ଼େଇ ମ୍ୟାଚ୍‌ରେ ମଧ୍ୟ ପରାସ୍ତ ହୋଇଛି। ଉଭୟ ମହିଳା ଓ ପୁରୁଷ ଦଳ ଇଂଲଣ୍ଡଠାରୁ ହାରି ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ରହିବା ସହ ଖାଲି ହାତରେ ଅଭିଯାନ ଶେଷ କରିଛନ୍ତି।

ଡେୟାରଡେଭିଲ୍ସର ରୋମାଞ୍ଚକ ବିଜୟ

ଡେୟାରଡେଭିଲ୍ସର ରୋମାଞ୍ଚକ ବିଜୟ

ବମ୍ବେ, ୧୪।୪(ପି.ଟି.)- ଆଇପିଏଲ୍‌ ଏକାଦଶ ସଂସ୍କରଣରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଗୌତମ ଗମ୍ଭୀରଙ୍କ ନେତୃତ୍ୱାଧୀନ ଦିଲ୍ଲୀ ଡେୟାରଡେଭିଲ୍ସ ୭ ଉଇକେଟ୍‌ରେ ରୋମାଞ୍ଚକ ଭାବେ ଘରୋଇ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବିଜୟ ହାସଲ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୧୯୫ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୩ ଉଇକେଟ୍‌ ହରାଇ ଅନ୍ତିମ ବଲରେ ହାସଲ କରିନେଇଥିଲା। ଏଥିସହ ଡେୟାରଡେଭିଲ୍ସ ସିଜନର ପ୍ରଥମ ବିଜୟ ସ୍ବାଦ ଚାଖିଛି। ଅପରପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଇଣ୍ଡିଆନ୍ସ ହ୍ୟାଟ୍ରିକ ପରାଜୟବରଣ କରିଛି।

ରାଇଜିଂ ଷ୍ଟୁଡେଣ୍ଟ ଆଇଡବ୍ଲ୍ୟୁଏଲ୍‌ ଚାମ୍ପିୟନ୍‌

ରାଇଜିଂ ଷ୍ଟୁଡେଣ୍ଟ ଆଇଡବ୍ଲ୍ୟୁଏଲ୍‌ ଚାମ୍ପିୟନ୍‌

ଶିଲଂ,୧୪।୪- ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ କ୍ଲବ ଚଳିତ ଇଣ୍ଡିଆନ୍‌ ଓମେନ୍ସ ଲିଗ୍‌ (ଆଇଡବ୍ଲ୍ୟୁଏଲ୍‌)ରେ ଚାମ୍ପିୟନ୍‌ ହୋଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲରେ ଇଷ୍ଟର୍ନ ସ୍ପୋର୍ଟିଂ ୟୁନିୟନକୁ ପେନାଲ୍ଟି ଶୁଟ୍‌ଆଉଟ୍‌ ଜରିଆ(୫-୪)ରେ ପରାସ୍ତ କରି ରାଇଜିଂ ଷ୍ଟୁଡେଣ୍ଟ ଏହି ସଫଳତା ପାଇଛି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ଟି ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ୧-୧ ଗୋଲ୍‌ରେ ବରାବର ରହିଥିଲା।

ପଦାର୍ପଣରେ ମେରୀକମ୍‌ଙ୍କୁ ସ୍ବର୍ଣ୍ଣ

ପଦାର୍ପଣରେ ମେରୀକମ୍‌ଙ୍କୁ ସ୍ବର୍ଣ୍ଣ

ଗୋଲ୍ଡ କୋଷ୍ଟ,୧୪।୪(ପି.ଟି.)- କିମ୍ବଦନ୍ତୀ ମହିଳା ବକ୍ସର ଏମ୍‌.ସି. ମେରୀକମ୍‌ ପଦାର୍ପଣ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ୪୮ କିଗ୍ରା ବର୍ଗରେ ଏହି ସଫଳତା ପାଇଛନ୍ତି। ସେ ନିଜ ଓଜନ ବର୍ଗର ଫାଇନାଲରେ ନଦର୍ନ ଆୟର୍ଲଣ୍ଡର କ୍ରିଷ୍ଟିନା ଓ’ହାରାଙ୍କୁ ଏକତରଫା ଭାବେ ୫-୦ ବ୍ୟବଧାନରେ ପରାସ୍ତ କରିଛନ୍ତି।