ଖେଳ

ଦ୍ୱନ୍ଦ୍ୱରେ ଭାରତୀୟ ବକ୍ସରଙ୍କ ୟୁଏସ୍‌ ଗସ୍ତ

ଦ୍ୱନ୍ଦ୍ୱରେ ଭାରତୀୟ ବକ୍ସରଙ୍କ ୟୁଏସ୍‌ ଗସ୍ତ

ନୂଆଦିଲ୍ଲୀ,୧୮।୪- ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସଫଳ ପ୍ରଦର୍ଶନ କରିଥିବା ଭାରତୀୟ ବକ୍ସରଙ୍କ ଆମେରିକା (ୟୁଏସ୍‌) ଗସ୍ତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଆଗାମୀ ଏସିଆନ୍‌ ଗେମ୍ସ ଓ ବିଶ୍ୱ ଚାମ୍ପିୟନ୍‌ଶିପ୍‌କୁ ଦୃଷ୍ଟିରେ ରଖି ଭାରତୀୟ ବକ୍ସଂ ମହାସଂଘ (ବିଏଫ୍‌ଆଇ) ପକ୍ଷରୁ ବକ୍ସରଙ୍କୁ ଆମେରିକାର ଟେକ୍ସାସସ୍ଥିତ ମାଇକେଲ ଜନସନ ଏକାଡେମୀଠାରେ ପ୍ରଶିକ୍ଷଣ ନେବେ। ଏହି ଏକାଡେମୀରେ ଲିଜେଣ୍ଡ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ଟେନିସ୍‌ ଏଲ୍‌ବୋ ଅସ୍ତ୍ରୋପଚାର ହୋଇଥିଲା।

ମୋତେ ଅପମାନିତ କରାଯାଇନାହିଁ-ଭାକର

ମୋତେ ଅପମାନିତ କରାଯାଇନାହିଁ-ଭାକର

ଗୁରୁଗ୍ରାମ,୧୮।୪- ସମ୍ବର୍ଦ୍ଧନା ଉତ୍ସବରେ ଅପମାନିତ କରାଯାଇଥିବା ଖବରକୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକଧାରୀ ମନୁ ଭାକର ବୁଧବାର ଖଣ୍ଡନ କରିଛନ୍ତି। ”ମୋତେ ଅପମାନିତ କରାଯାଇ ନାହିଁ। ଆମ ଅଞ୍ଚଳର ବରିଷ୍ଠ ଲୋକମାନେ ଉତ୍ସବକୁ ଆସିବାରୁ, ମୁଁ ସେମାନଙ୍କ ସମ୍ମାନ ପାଇଁ ଛିଡ଼ା ହୋଇଥିଲି। ମୋ ସ୍ଥାନରେ ଅନ୍ୟ କେହି ଜଣେ ସାଧାରଣ ବ୍ୟକ୍ତି ଥିଲେ କ’ଣ ସେ ନିଜଠାରୁ ବରିଷ୍ଠ ବ୍ୟକ୍ତିଙ୍କୁ ସମ୍ମାନ ଦୋଇ ନ ଥାନ୍ତେ। ଯଦି ସେମାନଙ୍କ ସାମ୍ନାରେ ମୁଁ ମଞ୍ଚ ତଳେ ବସିଲି। ଏଥିରେ ଭୁଲ କ’ଣ ହେଲା“ ବୋଲି ଭାକର କହିଛନ୍ତି।

ଜାତୀୟ ଶିବିରରେ ନୋ ନିଡଲ ପଲିସି କାର୍ଯ୍ୟକାରୀ ହେଉ

ଜାତୀୟ ଶିବିରରେ ନୋ ନିଡଲ ପଲିସି କାର୍ଯ୍ୟକାରୀ ହେଉ

ନୂଆଦିଲ୍ଲୀ,୧୮।୪- ଗୋଲ୍ଡ କୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ କାର୍ଯ୍ୟକାରୀ ହେବା ଉଚିତ ବୋଲି ମତ ଦେଇଛନ୍ତି ଭାରତୀୟ ବକ୍ସିଂ ହାଇ ପରଫର୍ମାନ୍ସ ଡିରେକ୍ଟର ସାଣ୍ଟିଆଗୋ ନିଏଭା। ଗୋଲ୍ଡ କୋଷ୍ଟ ଇଭେଣ୍ଟରେ ଭାରତୀୟ ବରିଷ୍ଠ ବକ୍ସର ନିଜ ମୁକାବିଲା ପୂର୍ବରୁ ‘ନୋ ନିଡ୍‌ଲ ପଲିସି’ ଭଙ୍ଗ କରି ଦେଶକୁ ଲଜ୍ଜିତ କରିଥିଲେ। ତାଙ୍କ ପରେ ଆଥ୍‌ଲେଟ୍‌ କେଟି ଇର୍ଫାନ ଓ ଟ୍ରିପଲ ଜମ୍ପର ରାକେଶ ବାବୁଙ୍କୁ ସମାନ କାରଣରୁ ସ୍ବଦେଶ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ଜାତୀୟ ଶିବିରରେ ‘ନୋ ନିଡଲ ପଲିସି’ କାର୍ଯ୍ୟକାରୀ କରାଯିବାର ଆବଶ୍ୟକତା ରହିଛି ବୋଲି ଆର୍ଜେଣ୍ଟିନା ଜନ୍ମିତ କୋଚ୍‌ କହିଛନ୍ତି।

ଲା ଲିଗା ଲିଗ୍‌:  ବାର୍ସିଲୋନା-ସେଲ୍ଟା ଭିଗୋ ମ୍ୟାଚ୍‌ ଡ୍ର

ଲା ଲିଗା ଲିଗ୍‌: ବାର୍ସିଲୋନା-ସେଲ୍ଟା ଭିଗୋ ମ୍ୟାଚ୍‌ ଡ୍ର

ମାଡ୍ରିଡ୍‌,୧୮।୪(ଏଏଫ୍‌ପି)- ଚଳିତ ଲା ଲିଗା ଲିଗ୍‌ରେ ବାର୍ସିଲୋନା ଦଳ ତା’ର ଅପରାଜେୟ ଧାରା ଜାରି ରଖିଛି। ମଙ୍ଗଳବାର ସେଲ୍ଟା ଭିଗୋ ବିପକ୍ଷରେ ଖେଳାଯାଇଥିବା ଏକ ମ୍ୟାଚ୍‌କୁ ବାର୍ସିଲୋନା ଦଳ ୨-୨ ଗୋଲ୍‌ରେ ଅମୀମାଂଶିତ ରଖିଛି। ଏହି ମ୍ୟାଚ୍‌ରେ ପଏଣ୍ଟ ଭାଗ ହେବାରୁ ଟେବୁଲ ଶୀର୍ଷରେ ଥିବା ବାର୍ସିଲୋନା ୨ୟ ସ୍ଥାନରେ ଥିବା ଆଟଲେଟିକୋ ମାଡ୍ରିଡ୍‌ଠାରୁ ଅଗ୍ରଣୀ ବ୍ୟବଧାନ ୧୨ ପଏଣ୍ଟକୁ ବୃଦ୍ଧି ପାଇଛି।

ଇଶାନ କିଶାନ ଆହତ

ଇଶାନ କିଶାନ ଆହତ

ବମ୍ବେ,୧୮।୪(ପି.ଟି.)- ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ଉଇକେଟ୍‌କିପର ଇଶାନ କିଶାନ ମଙ୍ଗଳବାର ଆହତ ହୋଇଛନ୍ତି। ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ସେ ଆହତ ହୋଇଛନ୍ତି। ଆର୍‌ସିବି ବ୍ୟାଟିଂ କରୁଥିବା ବେଳେ ୧୩ତମ ଓଭର୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଏକ ଥ୍ରୋ ସିଧାସଳଖ କିଶାନଙ୍କ ଡାହାଣ ଆଖି ନିକଟରେ ବାଜିଥିଲା।

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଭିଭି କରାଟେ ସ୍କୁଲର ସଫଳତା

ସର୍ବଭାରତୀୟ ଆମନ୍ତ୍ରଣୀୟ କରାଟେରେ ଭିଭି କରାଟେ ସ୍କୁଲର ସଫଳତା

ଭୁବନେଶ୍ୱର, ୧୮।୪(କ୍ରୀଡ଼ା ପ୍ରତିନିଧି)-ଝାଡ଼ଖଣ୍ଡର ରାଞ୍ଚତ୍ସ୍ଥିତ ଖେଲଗାଓଁଠାରେ ସର୍ବଭାରତୀୟ ମାଓ୍ବତେକା ଆମନ୍ତ୍ରଣୀୟ କରାଟେ ପ୍ରତିଯୋଗିତା ଗତ ୧୪ ଓ ୧୫ ତାରଖ ଦୁଇଦିନଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭାଲେନା ଭାଲେଣ୍ଟିନାଙ୍କଦ୍ୱାରା ପରିଚାଳିତ ଭିଭି କରାଟେ ସ୍କୁଲର ପ୍ରତିଯୋଗୀମାନେ ଉଲ୍ଲେଖନୀୟ ସଫଳତା ପାଇଛନ୍ତି। ଏଥିରୁ ମୋଟ ୨୩ କରାଟେକା ଭାଗନେଇ ୧୯ ସ୍ବର୍ଣ୍ଣ, ୧୪ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିଜେ ଭାଲେଣ୍ଟିନା ଉଭୟ କାଟା ଓ କୁମିତେରେ ସ୍ବର୍ଣ୍ଣ ପଦକ ପାଇଥିବାବେଳେ ଚିନ୍ମୟ ସୁବୁଦ୍ଧି କାଟାରେ ସ୍ବର୍ଣ୍ଣ, କୁମିତେରେ ରୌପ୍ୟ, ସୁରୋମିତା ସିହ୍ନା କାଟାରେ ସ୍ବର୍ଣ୍ଣ, କୁମିତେରେ ବ୍ରୋଞ୍ଜ, ବେଦାନ୍ତ ଦାସ କାଟାରେ ସ୍ବର୍ଣ୍ଣ, କୁମିତେରେ ରୌପ୍ୟ, ଆଂଶିକା ମହାପାତ୍ର କାଟାରେ ସ୍ବର୍ଣ୍ଣ, ଜସ୍ମିନ ପି.ମିଶ୍ର ଓ ଅମୋଘ ରାଜ ଉଭୟ ବିଭାଗରେ ସ୍ବର୍ଣ୍ଣ ପଦକ ପାଇଛନ୍ତି।

ନିକଟରେ ଅବସର ନେଉ ନାହାନ୍ତି ମେରୀକମ୍‌

ନିକଟରେ ଅବସର ନେଉ ନାହାନ୍ତି ମେରୀକମ୍‌

ନୂଆଦିଲ୍ଲୀ, ୧୮।୪ (ପି.ଟି.)-ଚାମ୍ପିୟନ ମହିଳା ବକ୍ସର ଏମସି ମେରୀକମ ନିକଟରେ ଅବସର ନେଉ ନାହାନ୍ତି। ୩୫ ବର୍ଷୀୟା ଭାରତୀୟ ବକ୍ସର ତାଙ୍କ କ୍ୟାରିୟରରେ ଅଲିମ୍ପିକ ବ୍ରୋଞ୍ଜ ପଦକ ଜିତିଥିବାବେଳେ ୫ଥର ବିଶ୍ୱ ଚାମ୍ପିୟନ ହୋଇଛନ୍ତି। ନିକଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଚାମ୍ପିୟନ ହୋଇଛନ୍ତି। ଏହି ସଫଳତାରେ ସେ ବକ୍ସିଂରୁ ଅବସର ନେଇଯିବେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା। ମାତ୍ର ଏହାକୁ ସେ ଖଣ୍ଡନ କରିଛନ୍ତି। ମେରୀକମ କହିଛନ୍ତି ବକ୍ସିଂରେ ସବୁକିଛି ଜିତିପାରିଛି। ମାତ୍ର ଏକ ଅଲିମ୍ପିକ ସ୍ବର୍ଣ୍ଣ ଜିତିପାରି ନାହିଁ। ଏହି ସ୍ବପ୍ନ ମୋର ଅଧୁରା ରହିଛି।

ମୁମ୍ବାଇର ପ୍ରଥମ ବିଜୟ

ମୁମ୍ବାଇର ପ୍ରଥମ ବିଜୟ

ବମ୍ବେ, ୧୮।୪- ହ୍ୟାଟ୍ରିକ ପରାଜୟ ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ ସ୍ବାଦ ଚାଖିଛି ମୁମ୍ବାଇ ଇଣ୍ଡିଆନ୍ସ। ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଦଳ ୪୬ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ମୁମ୍ବାଇ ପକ୍ଷରୁ ଧାର୍ଯ୍ୟ ୨୧୪ ରନ ବିଜୟ ଲକ୍ଷ୍ୟର ପିଛା କରିଥିବା ବାଙ୍ଗାଲୋର ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ କରିବାକୁ ସକ୍ଷମ ହୋଇଥିଲା।

ଚିନ୍ମୟ କ୍ୱାର୍ଟର ଫାଇନାଲରେ

ଚିନ୍ମୟ କ୍ୱାର୍ଟର ଫାଇନାଲରେ

ଭୁବନେଶ୍ୱର, ୧୭।୪(କ୍ରୀଡ଼ା ପ୍ରତିନିଧି)- ମେଣ୍ଢାଶାଳରେ ଚାଲିଥିବା ଗୁରୁକୂଳ ଏଆଇଟିଏ-ଓଟିଏ ୫୦କେ ପୁରୁଷ ର଼୍ୟାଙ୍କିଙ୍ଗ ଟେନିସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଓଡ଼ିଶାର ଚିନ୍ମୟ ପ୍ରଧାନ ପ୍ରବେଶ କରିଛନ୍ତି।

ରୟାଲ କ୍ଲବ ସେମିଫାଇନାଲରେ

କଟକ ଅଫିସ,୧୭ା୪- ବୋଷ ଗ୍ରାଉଣ୍ଡରେ ଚାଲିଥିବା ୪ର୍ଥ ପି.ଭି.ଆର୍‌ ମୂର୍ତ୍ତି ସ୍ମାରକୀ ଆନ୍ତଃ କ୍ଲବ କ୍ରିକେଟ ଟୁର୍ନାମେଣ୍ଟର ମଙ୍ଗଳବାର ମ୍ୟାଚ୍‌ରେ ରୟାଲ କ୍ଲବ ୫ ଉଇକେଟରେ ସନରାଇଜକୁ ପରାସ୍ତ କରିଛି । ଏହି ବିଜୟ ସହ ରୋୟାଲ କ୍ଲବ ସେମିଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି ।

ଜାତୀୟ ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ରେ ଓଡ଼ିଶାରୁ ୧୦

କଟକ ଅଫିସ,୧୭ା୪- ଏପ୍ରିଲ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର କୋଏମ୍ବାଟୁର ଠାରେ ୧୬ତମ ଫେଡେରେଶନ୍‌ କପ୍‌ ଜାତୀୟ ଜୁନିୟର ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡ଼ିଶାର ୧୦ଜଣ ଖେଳାଳି ଅଂଶଗ୍ରହଣ କରିବେ ।

ଜାତୀୟ ଆଖଡା: ଓଡ଼ିଶାକୁ ୧୫ ପଦକ

ଜାତୀୟ ଆଖଡା: ଓଡ଼ିଶାକୁ ୧୫ ପଦକ

ପୁରୀ ଅଫିସ, ୧୭ା୪-ଆନ୍ଧ୍ରପ୍ରଦେଶର ଜେଡିପି ଉଚ୍ଚ ବିଦ୍ୟାଳୟ, ନାରାୟଣପୁରୁମ୍‌ ଇଷ୍ଟଗୋଦାବରୀଠାରେ ୭୩ତମ ଜାତୀୟ ସ୍ତରୀୟ ଆସି-ତେ-ଡୁ(ଆଖଡା) ପ୍ରତିଯୋଗିତା ୨୦୧୭-୧୮ ଗତ ୧୪ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୯ବର୍ଷରୁ କମ୍‌ ବାଳକ ଓ ବାଳିକା ବିଭାଗରେ ଓଡ଼ିଶାର ମୋଟ ୨୬ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ବେଙ୍ଗାଲୁରୁ-ଇଷ୍ଟ ବେଙ୍ଗଲ ଫାଇନାଲ

ବେଙ୍ଗାଲୁରୁ-ଇଷ୍ଟ ବେଙ୍ଗଲ ଫାଇନାଲ

ଭୁବନେଶ୍ୱର, ୧୭।୪(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବପ୍ରଥମ ସୁପର କପ୍‌ ଫୁଟବଲ ଟୁର୍ନାମେଣ୍ଟର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି। ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ସେମିଫାଇନାଲରେ ବେଙ୍ଗାଲୁରୁ ଏଫସି ୪-୨ ଗୋଲରେ କଲିକତାର ମୋହନ ବାଗାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ତାରକା ଫରଓ୍ବାର୍ଡ ନିକୋଲାସ ଲାଡିସ୍ଲାଓ ଫେଡର(ମିକୁ) ହ୍ୟାଟ୍ରିକ ଗୋଲ ସ୍କୋର କରି ବେଙ୍ଗାଲୁରୁ ବିଜୟକୁ ସ୍ମରଣୀୟ କରିଛନ୍ତି। ଫଳରେ ତାଙ୍କୁ ହିରୋ ଅଫ୍‌ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଛି। କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ରାଜ୍ୟସଭା ସଦସ୍ୟ ଅଚ୍ୟୁତ ସାମନ୍ତ ଅତିଥିଭାବେ ଯୋଗଦେଇ ମିକୁଙ୍କୁ ପୁରସ୍କୃତ କରିଥିଲେ। ସୁପର କପ୍‌ର ଫାଇନାଲ ଆସନ୍ତା ଶୁକ୍ରବାର ଅନୁଷ୍ଠିତ ହେବ। ଏଥିରେ ବେଙ୍ଗାଲୁରୁ ଏବଂ କଲିକତାର ଇଷ୍ଟବେଙ୍ଗଲ ମଧ୍ୟରେ ମୁକାବିଲା ହେବ।

ଆରୋନ ଫିଞ୍ଚ୍‌ଙ୍କ ବିରଳ ଆଇପିଏଲ୍‌ ରେକର୍ଡ

ଆରୋନ ଫିଞ୍ଚ୍‌ଙ୍କ ବିରଳ ଆଇପିଏଲ୍‌ ରେକର୍ଡ

ନୂଆଦିଲ୍ଲୀ, ୧୭।୪- ଦୁର୍ଦ୍ଦର୍ଷ ଅଷ୍ଟ୍ରେଲୀୟ ଓପନିଂ ବ୍ୟାଟ୍ସମ୍ୟାନ ଆରୋନ୍‌ ଫିଞ୍ଚ୍‌ଙ୍କ ପାଇଁ ଚଳିତ ଆଇପିଏଲ୍‌ ଉତ୍ସାହଜନକ ରହିନାହିଁ। ନୂତନ ଫ୍ରାଞ୍ଚାଇଜ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ୨ଟି ମ୍ୟାଚ୍‌ ଖେଳିସାରିଥିଲେ ମଧ୍ୟ ଉଭୟଥିରେ ସେ ଗୋଲ୍ଡେନ ଡକ୍‌ (ପ୍ରଥମ ବଲ)ରେ ଆଉଟ୍‌ ହୋଇଛନ୍ତି।

କ୍ୱାର୍ଟରରେ ଡିଏଭି ସ୍କୁଲ

କ୍ୱାର୍ଟରରେ ଡିଏଭି ସ୍କୁଲ

ଭୁବନେଶ୍ୱର,୧୭।୪(ସ୍ପୋଟର୍‌ସ ବ୍ୟୁରୋ)- ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡଠାରେ ଚାଲିଥିବା ୧୩ତମ ପିଭିଆର ମୁର୍ତ୍ତୀ ସ୍ମାରକୀ ଆନ୍ତଃ ସ୍କୁଲ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଡିଏଭି ପବ୍ଲିକ ସ୍କୁଲ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। କଟକ ଡିଏଭି ସ୍କୁଲ ୧୦୬ ରନ୍‌ର ବୃହତ ବ୍ୟବଧାନରେ ସେକେଣ୍ଡାରୀ ବୋର୍ଡ ହାଇ ସ୍କୁଲ (ଏସ୍‌ବିଏଚ୍‌ଏସ୍‌)କୁ ପରାସ୍ତ କରିଛି।

ଶ୍ରୀଲଙ୍କା ଫିଲ୍ଡିଂ କୋଚ୍‌ ପଦ ଛାଡ଼ିଲେ ପୋଥାସ

ଶ୍ରୀଲଙ୍କା ଫିଲ୍ଡିଂ କୋଚ୍‌ ପଦ ଛାଡ଼ିଲେ ପୋଥାସ

କଲମ୍ବୋ,୧୭।୪- ଶ୍ରୀଲଙ୍କା ଦଳର ଫିଲ୍ଡିଂ ପରାମର୍ଶଦାତା ପଦରୁ ନିକ ପୋଥାସ ମଙ୍ଗଳବାର ଓହରି ଯାଇଛନ୍ତି। ଗତ ଜୁନରେ ଗ୍ରାହମ ଫୋର୍ଡ କୋଚ୍‌ ପଦରୁ ବିଦା ହେବା ପରେ ୪୪ ବର୍ଷୀୟ ପୂର୍ବତନ ଖେଳାଳିଙ୍କୁ ଶ୍ରୀଲଙ୍କା ଦଳର ଆନ୍ତରିଣ କୋଚ୍‌ ପଦରେ ନିଯୁକ୍ତ କରାଯାଇଥିଲା।

ଘରୋଇ ହିଂସା ମାମଲା ସାମିଙ୍କ ଭାଇଙ୍କୁ ପଚରାଉଚରା

ଘରୋଇ ହିଂସା ମାମଲା ସାମିଙ୍କ ଭାଇଙ୍କୁ ପଚରାଉଚରା

କଲିକତା,୧୭।୪- ଭାରତୀୟ ପେସର ମହମ୍ମଦ ସାମିଙ୍କ ପତ୍ନୀ ହସିନ ଜାହାନ ଲାଲବଜାର ପୋଲିସ୍‌ ଷ୍ଟେଶନରେ ଘରୋଇ ହିଂସା ଅଭିଯୋଗ କରିଥିଲେ। ଏହି ମାମଲାରେ ସାମିଙ୍କ ଭାଇ ମହମ୍ମଦ ହାସିବଙ୍କୁ ପୋଲିସ ବୁଧବାର ଡାକରା ଦେଇଛି। ନିକଟରେ ଜାହାନ ଫେସବୁକ ଜରିଆରେ ଅନ୍ୟ ମହିଳାଙ୍କ ସହ ସାମିଙ୍କ କେତେକ ଫଟୋ ସେୟାର କରିବା ସହ ଅନ୍ୟ ମହିଳାଙ୍କ ସହ ସାମିଙ୍କ ସମ୍ପର୍କ ଥିବା ଅଭିଯୋଗ କରିଥିଲେ।

ପ୍ରଶଂସକଙ୍କୁ ଚକିତ କଲେ ସଚିନ

ପ୍ରଶଂସକଙ୍କୁ ଚକିତ କଲେ ସଚିନ

ବମ୍ବେ,୧୭।୪- ଲିଜେଣ୍ଡ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପୁଣି ପ୍ରଶଂସକଙ୍କୁ ଚକିତ କରି ଦେଇଛନ୍ତି। ସୋମବାର ସଚିନଙ୍କ ସାଥୀ ଖେଳାଳି ବିନୋଦ କାମ୍ବଲୀ ଏକ ଭିଡିଓ ଟୁଇଟ କରିଛନ୍ତି, ଯେଉଁଥିରେ ସଚିନ ବମ୍ବେର କେତେକ ଯୁବକଙ୍କ ସହ ଗଲି କ୍ରିକେଟ ଖେଳୁଥିବାର ନଜର ଆସିଛନ୍ତି।

ଆଗାମୀ ରଣଜୀ ଟ୍ରଫିରେ ଖେଳିପାରେ ବିହାର

ଆଗାମୀ ରଣଜୀ ଟ୍ରଫିରେ ଖେଳିପାରେ ବିହାର

ନୂଆଦିଲ୍ଲୀ,୧୭।୪- କ୍ରିକେଟ୍‌ ଆସୋସିଏଶନ୍‌ ଅଫ୍‌ ବିହାରକୁ ବଡ଼ ଆଶ୍ୱସ୍ତି ମିଳିଛି। ସୌରଭ ଗାଙ୍ଗୁଲୀଙ୍କ ଅଧକ୍ଷତାରେ ବିସିସିଆଇର ଟେକନିକାଲ କମିଟି ମଙ୍ଗଳବାର ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଶାସକ କମିଟିର ସୁପାରିସକୁ କାର୍ଯ୍ୟକାରୀ କରିବାକୁ ମଞ୍ଜୁରୀ ଦେଇଛି। ଏଥିସହିତ ବିହାରକୁ ଆସନ୍ତା ବର୍ଷ ରଣଜୀ ଟ୍ରଫିରେ ଅଂଶଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିଛି। ଏହାବାଦ୍‌ କମିଟି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ରଣଜୀ ଟ୍ରଫିରେ ଖେଳାଇବା ପାଇଁ ସୁପାରିସ କରିଛି।

ଭାରତ ଫେରିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ପାଲ୍ଲିକଲ, ଚିନ୍ନାପ୍ପା

ଭାରତ ଫେରିଲେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପଦକଧାରୀ ପାଲ୍ଲିକଲ, ଚିନ୍ନାପ୍ପା

ମାଡ୍ରାସ,୧୭।୪(ପି.ଟି.)- ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପଦକ ଜିତିଥିବା ସ୍କ୍ବାଶ ଖେଳାଳି ଦୀପିକା ପାଲ୍ଲିକଲ ଓ ଜ୍ୟୋତ୍ସ୍ନା ଚିନ୍ନାପ୍ପା ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେମାନେ ସୋମବାର ମଧ୍ୟରାତ୍ରୀରେ ଏଠାରେ ପହଞ୍ଚତ୍ଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚିନ୍ନାପ୍ପା ଓ ପାଲ୍ଲିକଲ ମହିଳା ଡବଲ୍ସ ବର୍ଗରେ ରୌପ୍ୟ ପଦକ ଜିତିଥିଲେ। ସେହିଭଳି ଦୀପିକା ପୁରୁଷ ଖେଳାଳି ସୌରଭ ଘୋଷାଲଙ୍କ ସହ ମିଶି ମିକ୍ସଡ୍‌ ଡବଲ୍ସ ବର୍ଗରେ ଐତିହାସିକ ରୌପ୍ୟ ପଦକ ହାସଲ କରିଥିଲେ।

ନାରିନଙ୍କୁ ୧୦୦ତମ ଆଇପିଏଲ୍‌ ଉଇକେଟ୍‌

ନାରିନଙ୍କୁ ୧୦୦ତମ ଆଇପିଏଲ୍‌ ଉଇକେଟ୍‌

କଲିକତା,୧୭।୪- ଓ୍ବେଷ୍ଟଇଣ୍ଡିଜ୍‌ ସ୍ପିନର ସୁନୀଲ ନାରିନ ଆଇପିଏଲ୍‌ରେ ୧୦୦ତମ ଉଇକେଟ୍‌ ନେବାର କୃତିତ୍ତ୍ୱ ହାସଲ କରିଛନ୍ତି। ସୋମବାର ସ୍ଥାନୀୟ ଇଡେନ ଗାର୍ଡେନରେ ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ ୧୮ ରନ୍‌ ବିନିମୟରେ ୩ ଉଇକେଟ୍‌ ଅର୍ଜନ କରି ନାରିନ ଏହି ମାଇଲଖୁଣ୍ଟ ସ୍ପର୍ଶ କରିଛନ୍ତି।

ମଣ୍ଟେ କାର୍ଲୋ ମାଷ୍ଟର୍ସ: ୨ ରାଉଣ୍ଡରେ ଜୋକୋଭିଚ୍‌

ମଣ୍ଟେ କାର୍ଲୋ ମାଷ୍ଟର୍ସ: ୨ ରାଉଣ୍ଡରେ ଜୋକୋଭିଚ୍‌

ମଣ୍ଟେ କାର୍ଲୋ(ମୋନାକୋ), ୧୭।୪- ବିଶ୍ୱର ପୂର୍ବତନ ଶୀର୍ଷ ର଼୍ୟାଙ୍କଧାରୀ ଖେଳାଳି ନୋଭାକ ଜୋକୋଭିଚ୍‌ ଚଳିତ ମଣ୍ଟେ କାର୍ଲୋ ମାଷ୍ଟର୍ସ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର ୨ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ପ୍ରଥମ ରାଉଣ୍ଡରେ ସର୍ବିୟା ଖେଳାଳି ନିଜ ଦେଶର ଦୁସାନ ଲାଜୋଭିକ୍‌ଙ୍କୁ ଏକତରଫା ଭାବେ ପରାଜିତ କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ମୁକାବିଲାକୁ ଜୋକୋଭିଚ୍‌ ୬-୦, ୬-୧ ସେଟ୍‌ରେ ଜିତି ନେଇଛନ୍ତି।

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଫାଇନାଲରେ ଜୟପୁର ଦଳ ଚାମ୍ପିୟନ

ଆନ୍ତଃରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ: ଫାଇନାଲରେ ଜୟପୁର ଦଳ ଚାମ୍ପିୟନ

ମାଥିଲି, ୧୭।୪(ଡି.ଏନ.ଏ.): ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ହାଟପଦାସାହି ଖେଳପଡିଆଠାରେ ଗତ ୧୬ ଦିନ ଧରି ଚାଲିଥିବା ଆନ୍ତଃ ରାଜ୍ୟ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ କୋରାପୁଟ ଜିଲା ଜୟପୁର ଦଳ ଚାମ୍ପିୟନ ହୋଇଛି।

କିସ୍‌ର ବୃହତ୍‌ ବିଜୟ

କିସ୍‌ର ବୃହତ୍‌ ବିଜୟ

କଟକ ଅଫିସ,୧୭ା୪- ୟୁନିୟନ ସ୍ପୋର୍ଟିଂ ଆନୁକୂଲ୍ୟରେ ବୋଷ ଗ୍ରାଉଣ୍ଡରେ ଚାଲିଥିବା ୧୩ତମ ପି.ଭି.ଆର୍‌ ମୂର୍ତ୍ତି ସ୍ମାରକୀ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ନାମେଣ୍ଟର ସୋମବାର ଖେଳା ଯାଇଥିବା ମ୍ୟାଚ୍‌ରେ କିସ୍‌ ବୃହତ୍‌ ବ୍ୟବଧାନରେ ମହାନଦୀ ବିହାର ସ୍ବରସ୍ବତୀ ଶିଶୁ ବିଦ୍ୟା ମନ୍ଦିରକୁ ପରାସ୍ତ କରିଛି।