ଖେଳ

ମେକ୍ସିକାନ ଓପନ୍‌: କ୍ୱାର୍ଟରରେ ଥିଏମ

ମେକ୍ସିକାନ ଓପନ୍‌: କ୍ୱାର୍ଟରରେ ଥିଏମ

ଆକାପୁଲ୍କୋ(ମେକ୍ସିକୋ),୧।୩(ଏଏଫ୍‌ପି)- ୩ୟ ସିଡ୍‌ ଅଷ୍ଟ୍ରିଆନ୍‌ ଖେଳାଳି ଡୋମିନିକ ଥିଏମ ଚଳିତ ମେକ୍ସିକାନ ଓପନ୍‌ର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଗୁରୁବାର ଖେଳାଯାଇଥିବା ମୁକାବିଲାରେ ୬-୨, ୬-୩ ସେଟ୍‌ରେ କାନାଡାର ଡେନିସ୍‌ ଶାପୋଭାଲୋଭଙ୍କୁ ହରାଇଛନ୍ତି।

ଦେଓଧର ଟ୍ରଫିରୁ ଅଶ୍ୱିନ ବାଦ୍‌

ଦେଓଧର ଟ୍ରଫିରୁ ଅଶ୍ୱିନ ବାଦ୍‌

ନୂଆଦିଲ୍ଲୀ,୧।୩- ବରିଷ୍ଠ ଅପ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଗାମୀ ଦେଓଧର ଟ୍ରଫିରେ ଖେଳିବେ ନାହିଁ। ଚଳିତ ମାସ ୪ରୁ ୮ ତାରିଖ ପର୍ଯ୍ୟନ୍ତ ଧର୍ମଶାଳାଠାରେ ହେବାକୁ ଥିବା ଟୁର୍ନାମେଣ୍ଟରୁ ଆହତ ସମସ୍ୟା କାରଣରୁ ଅଶ୍ୱିନ ବାଦ୍‌ ପଡ଼ିଛନ୍ତି।

ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌:  ପ୍ରଥମ ଦିନରେ ନେଦରଲାଣ୍ଡକୁ ୨ ସ୍ବର୍ଣ୍ଣ

ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌: ପ୍ରଥମ ଦିନରେ ନେଦରଲାଣ୍ଡକୁ ୨ ସ୍ବର୍ଣ୍ଣ

ଆପେଲ୍ଡୁର୍ନ (ନେଦରଲାଣ୍ଡ), ୧।୩- ଏଠାରେ ଆରମ୍ଭ ହୋଇଥିବା ବିଶ୍ୱ ସାଇକେଲିଂ ଚାମ୍ପିୟନ୍‌ଶିପ୍‌ର ପ୍ରଥମ ଦିନରେ ଆୟୋଜକ ନେଦରଲାଣ୍ଡ ୨ଟି ସ୍ବର୍ଣ୍ଣ ସମେତ ମୋଟ ୩ ପଦକ ଜିତିଛି। ବୁଧବାର ପ୍ରତିଯୋଗିତାର ମହିଳା ଇଭେଣ୍ଟରେ କ୍ରିଷ୍ଟେନ ଓ୍ବାଇଲ୍ଡ ସ୍ବର୍ଣ୍ଣ ପଦକ ଜିତିଛନ୍ତି।

ସୁଲତାନ ଆଜଲାନଶାହ କପ୍‌ ପାଇଁ ବିଶ୍ୱ ଅଫିସିଆଲ୍‌

ସୁଲତାନ ଆଜଲାନଶାହ କପ୍‌ ପାଇଁ ବିଶ୍ୱ ଅଫିସିଆଲ୍‌

ଭୁବନେଶ୍ୱର, ୧।୩(କ୍ରୀଡ଼ା ପ୍ରତିନିଧି)- ମାର୍ଚ୍ଚ ୩ରୁ ୧୦ ପର୍ଯ୍ୟନ୍ତ ମାଲେସିଆନରେ ସୁଲତାନ ଆଜଲାନଶାହ କପ୍‌ ହକି ପ୍ରତିଯୋଗିତା ଅନୁଷ୍ଠିତ ହେବ।

ଫେଡେରେଶନ କପ୍‌ ଉପରେ ଦୂତୀଙ୍କ ନଜର

ଫେଡେରେଶନ କପ୍‌ ଉପରେ ଦୂତୀଙ୍କ ନଜର

ଭୁବନେଶ୍ୱର, ୨୮।୨(କ୍ରୀଡ଼ା ପ୍ରତିନିଧି)- ପଟିଆଲାରେ ମଙ୍ଗଳବାର ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁ ପ୍ରି-୧ରେ ମହିଳା ୧୦୦ ମିଟରରେ ଭାଗ ନେଇଥିବା ଭାରତର ସ୍ପ୍ରିଣ୍ଟ କୁଇନ ଦୂତୀ ଚାନ୍ଦ ନିଜ ଟାଇମିଂକୁ ନେଇ ସନ୍ତୁଷ୍ଟ ଅଛନ୍ତି।

ହକି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ହକି ବିଶ୍ୱକପ୍‌: ଦକ୍ଷିଣ ଆଫ୍ରିକା ବିପକ୍ଷରୁ ଭାରତର ଅଭିଯାନ

ନୂଆଦିଲ୍ଲୀ, ୨୮।୨(ପି.ଟି.)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆୟୋଜନ ହେବାକୁଥିବା ଆଗାମୀ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଡ୍ର’ ଓ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୧୬ ତାରିଖ ମଧ୍ୟରେ ଖେଳାଯିବାକୁ ଥିବା ଏହି ମେଗା ଇଭେଣ୍ଟରେ ଆୟୋଜକ ଭାରତ ଅପେକ୍ଷାକୃତ ସହଜ ଡ୍ର’ରେ ସାମିଲ ହୋଇଛି।

ଲୌରିୟସ ପୁରସ୍କାର: ଫେଡେରରଙ୍କୁ ଦ୍ୱୈତ ସମ୍ମାନ

ଲୌରିୟସ ପୁରସ୍କାର: ଫେଡେରରଙ୍କୁ ଦ୍ୱୈତ ସମ୍ମାନ

ମୋନାକୋ, ୨୮।୨(ପି.ଟି.)-ଟେନିସ ଲିଜେଣ୍ଡ ସୁଇଜରଲାଣ୍ଡର ରୋଜର ଫେଡେରର ଏକାବେଳକେ ଦୁଇ ଦୁଇଟି ସମ୍ମାନର ଅଧିକାରୀ ହୋଇଛନ୍ତି। ଲୌରିୟସ୍‌ ଓ୍ବାଲର୍‌ଡ ସ୍ପୋଟର୍‌ସ ଆଓ୍ବାଡର୍‌ସ ଇତିହାସରେ ସେ ସ୍ପୋଟର୍‌ସ ମ୍ୟାନ୍‌ ଓ କମବ୍ୟାକ ଟାଇଟଲ ହାସଲକରି ଇତିହାସ ସୃଷ୍ଟି କରିଛନ୍ତି।

୨୦୧୯ ପରେ ଅବସର ଚିନ୍ତା କରିବି: ଯୁବରାଜ

୨୦୧୯ ପରେ ଅବସର ଚିନ୍ତା କରିବି: ଯୁବରାଜ

ମୋନାକୋ, ୨୮।୨(ପି.ଟି.)- ୨୦୧୯ ପର୍ଯ୍ୟନ୍ତ କ୍ରିକେଟ ଖେଳ ଜାରି ରଖିବି ଏବଂ ଏହାପରେ ଅବସର କଥା ଚିନ୍ତା କରିବି ବୋଲି ଜାତୀୟ ଦଳରୁ ଅଣଦେଖା ହୋଇଆସୁଥିବା ଷ୍ଟାର ଭାରତୀୟ ଅଲ୍‌ରାଉଣ୍ଡର ଯୁବରାଜ ସିଂ କହିଛନ୍ତି।

ମେକ୍ସିକାନ ଓପନ୍‌ରୁ ଓହରିଲେ ନାଡାଲ

ମେକ୍ସିକାନ ଓପନ୍‌ରୁ ଓହରିଲେ ନାଡାଲ

ଆକାପୁଲ୍କୋ,୨୮।୨(ଏଏଫ୍‌ପି)- ବିଶ୍ୱର ୨ୟ ର଼୍ୟାଙ୍କଧାରୀ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରାଫାଲ ନାଡାଲ ଆଗାମୀ ମେକ୍ସିକାନ ଓପନ୍‌ ଟୁର୍ନାମେଣ୍ଟରୁ ଓହରି ଯାଇଛନ୍ତି। ଏ ନେଇ ସେ ମଙ୍ଗଳବାର ଘୋଷଣା କରିଛନ୍ତି। ଅଣ୍ଟା ସମସ୍ୟାରୁ ସମ୍ପୂର୍ଣ୍ଣ ମୁକୁଳି ପାରି ନ ଥିବାରୁ ସେ ଓହରିବାକୁ ନିଷ୍ପତ୍ତି ନେଇଛନ୍ତି।

ଜାଭେଲିନ୍‌ ଥ୍ରୋୟର କାଙ୍ଗ ଡୋପ୍‌ ଟେଷ୍ଟରେ ବିଫଳ

ଜାଭେଲିନ୍‌ ଥ୍ରୋୟର କାଙ୍ଗ ଡୋପ୍‌ ଟେଷ୍ଟରେ ବିଫଳ

ନୂଆଦିଲ୍ଲୀ,୨୮।୨(ପି.ଟି.)- ଭାରତୀୟ ଜାଭେଲିନ୍‌ ଥ୍ରୋୟର ଦେବନ୍ଦର ସିଂ କାଙ୍ଗଙ୍କୁ ସାମୟିକ ଭାବେ ବିଶ୍ୱ ଆଥ୍‌ଲେଟିକ୍ସ ପରିଚାଳନା ସଂସ୍ଥା ବାସନ୍ଦ କରିଛି। ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ୨୯ ବର୍ଷୀୟ ଆଥ୍‌ଲେଟ୍‌ ପ୍ରାୟ ୪ ଦିନ ପୂର୍ବେ ପଟିଆଲାଠାରେ ଡୋପ୍‌ ଟେଷ୍ଟ ଦେଇଥିଲେ।

ନେମାରଙ୍କୁ ୬ ସପ୍ତାହ ବିଶ୍ରାମ

ନେମାରଙ୍କୁ ୬ ସପ୍ତାହ ବିଶ୍ରାମ

ରିଓ ଡି ଜେନିରୋ,୨୮।୨(ଏଏଫ୍‌ପି)- ଫୁଟ୍‌ବଲ କ୍ଲବ ପ୍ୟାରିସ୍‌ ସେଣ୍ଟ ଜର୍ମାନୀ (ପିଏସ୍‌ଜି)ର ଫରଓର୍‌ବାଡ ଖେଳାଳି ନେମାର ଆଗାମୀ ୬ ସପ୍ତାହ ପାଇଁ ପଡ଼ିଆରୁ ଦୂରେଇ ରହିବେ। ଗୋଡ଼ ହାଡ ଭାଙ୍ଗି ଯାଇଥିବାରୁ ତାଙ୍କୁ ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ିଛି। ଫଳରେ ରିୟଲ ମାଡ୍ରିଡ୍‌ ବିପକ୍ଷ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ସେ ଖେଳି ପାରିବେ ନାହିଁ।

ଅନ୍ତର୍ଜାତୀୟ ରଗ୍‌ବୀରେ ଭାଗ ନେବ ଗୁଗୁଲ୍‌ ସ୍ପୋଟର୍‌ସ ଟ୍ରଷ୍ଟ

ଅନ୍ତର୍ଜାତୀୟ ରଗ୍‌ବୀରେ ଭାଗ ନେବ ଗୁଗୁଲ୍‌ ସ୍ପୋଟର୍‌ସ ଟ୍ରଷ୍ଟ

ଭୁବନେଶ୍ୱର, ୨୭।୨(ସ୍ପୋଟର୍‌ସ ବ୍ୟୁରୋ)- ମଞ୍ଚେଶ୍ୱରସ୍ଥିତ ବନବାସୀ କଲ୍ୟାଣ ଆଶ୍ରମ ଅଧୀନରେ ଥିବା ଗୁଗୁଲ୍‌ ସ୍ପୋଟର୍‌ସ ଟ୍ରଷ୍ଟ (ଜିଏସ୍‌ଟି) ଟିମ୍‌ ଫ୍ୟୁଚର ହୋପ୍‌ ଇଣ୍ଟରନ୍ୟାଶନାଲ ସେଭେନ୍ସ ରଗ୍‌ବୀ ଟୁର୍ନାମେଣ୍ଟ (୧୩ ବର୍ଷରୁ କମ୍‌ ବାଳକ)ରେ ଅଂଶଗ୍ରହଣ କରିବ। ଏହି ଟୁର୍ନାମେଣ୍ଟ ଆସନ୍ତା ମାର୍ଚ୍ଚ ୩ରୁ କଲିକତା ହାଓଡାସ୍ଥିତ ମନ୍ନ ଷ୍ଟାଡିୟମରେ ଖେଳାଯିବ।

ବିଜୟ ହଜାରେ ଟ୍ରଫି: କର୍ନାଟକ ଚାମ୍ପିୟନ

ବିଜୟ ହଜାରେ ଟ୍ରଫି: କର୍ନାଟକ ଚାମ୍ପିୟନ

ନୂଆଦିଲ୍ଲୀ, ୨୭।୨(ପି.ଟି.)- ଦେଶର ସର୍ବବୃହତ୍‌ ଦିନିକିଆ କ୍ରିକେଟ ଟୁର୍ନାମେଣ୍ଟ ବିଜୟ ହଜାରେ ଟ୍ରଫିରେ ଏଥର କର୍ନାଟକ ଚାମ୍ପିୟନ ଆଖ୍ୟା ଅର୍ଜନ କରିଛି। ସ୍ଥାନୀୟ ଫିରୋଜ ଶାହ କୋଟଲା ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ କରୁଣ ନାୟାରଙ୍କ ନେତୃତ୍ୱାଧିକ କର୍ନାଟକ ୪୧ ରନରେ ଚେତେଶ୍ୱର ପୂଜାରାଙ୍କ ସୌରାଷ୍ଟ୍ରକୁ ପରାସ୍ତ କରି ଟାଇଟଲ ଅର୍ଜନ କରିଛି।

ବାହୁତୁଲେ ରୟାଲ୍ସର ସ୍ପିନ ବୋଲିଂ କୋଚ୍‌

ବାହୁତୁଲେ ରୟାଲ୍ସର ସ୍ପିନ ବୋଲିଂ କୋଚ୍‌

ବମ୍ବେ, ୨୭।୨(ପି.ଟି.)- ପ୍ରାକ୍ତନ ଭାରତୀୟ ସ୍ପିନର ସାଇରାଜ ବାହୁତୁଲେଙ୍କୁ ଆଇପିଏଲ୍‌ ଟିମ୍‌ ରାଜସ୍ଥାନ ରୟାଲ୍ସ ମଙ୍ଗଳବାର ତା’ର ସ୍ପିନ ବୋଲିଂ କୋଚ୍‌ ଭାବେ ନିଯୁକ୍ତ କରିଛି। ଲେଗ୍‌ସ୍ପିନର ବାହୁତୁଲେ କ୍ୟାରିୟରରେ ମୋଟ୍‌ ୧୮୮ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୨୬ ଆଭରେଜରେ ୬୩୦ ଉଇକେଟ୍‌ ଅକ୍ତିଆର ନେଇଛନ୍ତି।

ଅଷ୍ଟ୍ରେଲିଆ ସିରିଜ୍‌ ପରେ ଅବସର ନେବେ ମୋର୍କେଲ

ଅଷ୍ଟ୍ରେଲିଆ ସିରିଜ୍‌ ପରେ ଅବସର ନେବେ ମୋର୍କେଲ

ଜୋହାନ୍ସବର୍ଗ,୨୭।୨- ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ମର୍ନେ ମୋର୍କେଲ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ୩୩ ବର୍ଷୀୟ ମୋର୍କେଲ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୮୩ଟି ଟେଷ୍ଟ, ୧୧୭ ଦିନିକିଆ ଓ ୪୪ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

ଭାରତୀୟ କ୍ରିକେଟ ଦଳକୁ ଓଡ଼ିଆ ଝିଅ ସୁକନ୍ୟାଙ୍କ ପ୍ରତ୍ୟାବର୍ତ୍ତନ

ଭାରତୀୟ କ୍ରିକେଟ ଦଳକୁ ଓଡ଼ିଆ ଝିଅ ସୁକନ୍ୟାଙ୍କ ପ୍ରତ୍ୟାବର୍ତ୍ତନ

ନୂଆଦିଲ୍ଲୀ, ୨୭।୨- ଭାରତୀୟ ମହିଳା କ୍ରିକେଟ ଦଳ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଏକ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ ମାର୍ଚ୍ଚ ୧୨ରୁ ଭଦୋଦରାରେ ଆରମ୍ଭ ହେବ। ଏଥିଲାଗି ମଙ୍ଗଳବାର ସର୍ବଭାରତୀୟ ମହିଳା ଚୟନ କମିଟି ପକ୍ଷରୁ ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି।

ନିଦାସ ଟ୍ରଫି: ମାଥ୍ୟୁସ ଓହରିଲେ

ନିଦାସ ଟ୍ରଫି: ମାଥ୍ୟୁସ ଓହରିଲେ

ନୂଆଦିଲ୍ଲୀ, ୨୭।୨- ଆସନ୍ତା ମାର୍ଚ୍ଚ ୬ରୁ ଶ୍ରୀଲଙ୍କାରେ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ନିଦାସ ଟ୍ରଫି ଆୟୋଜିତ ହେବ। ଏଥିରେ ଆୟୋଜକ ଶ୍ରୀଲଙ୍କା ସମେତ ଭାରତ ଓ ବାଂଲାଦେଶ ଅଂଶଗ୍ରହଣ କରିବେ। ତେବେ ଷ୍ଟାର ଅଲ୍‌ରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସ ଆହତ କାରଣରୁ ଏହି ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି।

ଇଣ୍ଡିଆନ ଗ୍ରାଁ ପ୍ରି-୧ ଆଜିଠାରୁ

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି)- ପଟିଆଲାଠାରେ ଇଣ୍ଡିଆନ ଗ୍ରାଁ ପ୍ରିର ପ୍ରଥମ ଚରଣ ମଙ୍ଗଳବାରଠାରୁ ପଟିଆଲାରେ ଆରମ୍ଭ ହେବ। ଏଥିରେ ଓଡ଼ିଶାର ୩ ଆଥଲେଟ୍‌ ଦୂତୀ ଚାନ୍ଦ, ପୂର୍ଣ୍ଣିମା ହେମ୍ବ୍ରମ ଓ ଅମିୟ ମଲିକ ଅଂଶଗ୍ରହଣ କରିବେ।

‘ଟେନିସ୍‌ରେ ଭାରତ ଶକ୍ତିଶାଳୀ ହେଉଛି’

‘ଟେନିସ୍‌ରେ ଭାରତ ଶକ୍ତିଶାଳୀ ହେଉଛି’

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମର ଭିତ୍ତିଭୂମି ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟ ସ୍ତରର ଖେଳ ଉପଯୋଗୀ ପରିବେଶ ଏବେ କେବଳ ଆଥଲେଟିକ୍ସ ଓ ହକି ମଧ୍ୟରେ ସୀମିତ ହୋଇ ରହିନାହିଁ। ଏଠାରେ ଇଣ୍ଡିଆନ ସୁପରଲିଗ୍‌ ଫୁଟବଲର ଏକ ମ୍ୟାଚ ନିକଟରେ ହୋଇଥିବାବେଳେ ପ୍ରଥମଥର ପାଇଁ ଆଇଟିଏଫ (ଅନ୍ତର୍ଜାତୀୟ ଟେନିସ ଫେଡେରେଶନ) ଫ୍ୟୁଚର ଟେନିସ ପ୍ରତିଯୋଗିତା ଚାଲିଛି, ଯେଉଁଥିରେ ଭାରତ ଏବଂ ୯ଟି ବିଦେଶ ଖେଳାଳି ଅଂଶଗ୍ରହଣ କରିଛନ୍ତି।

ଧ୍ରୁବ, ସିଦ୍ଧାର୍ଥ, ପ୍ରତୀକ, ଦଲବିନ୍ଦର ପ୍ରି-କ୍ୱାର୍ଟରରେ

ଧ୍ରୁବ, ସିଦ୍ଧାର୍ଥ, ପ୍ରତୀକ, ଦଲବିନ୍ଦର ପ୍ରି-କ୍ୱାର୍ଟରରେ

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି) ଓଡ଼ିଶା ଟେନିସ ଆସୋସିଏଶନ(ଓଟିଏ) ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ ଫ୍ୟୁଚର ଟେନିସରେ ଯୋଗ୍ୟତା ପର୍ଯ୍ୟାୟ ଦେଇ ଆସିଥିବା ଧ୍ରୁବ ସୁନୀଶଙ୍କ ଅଭିଯାନ ଅବ୍ୟାହତ ରହିଛି। ୧୯ ବର୍ଷୀୟ ଧ୍ରୁବ(୧୫୬୭ ର଼୍ୟାଙ୍କ୍‌) ସୋମବାର ପ୍ରଥମ ରାଉଣ୍ଡରେ ୬୮୨ ର଼୍ୟାଙ୍କପ୍ରାପ୍ତ ଅନ୍ୟତମ ଭାରତୀୟ ବାଭା ହାଡିନ୍‌ଙ୍କୁ ୪-୬, ୭-୫, ୬-୩ ସେଟ୍‌ରେ ହରାଇ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି।

‘କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ୱର ସୁନାମ ଅର୍ଜିବ’

‘କ୍ରୀଡ଼ା ରାଜଧାନୀ ଭାବେ ଭୁବନେଶ୍ୱର ସୁନାମ ଅର୍ଜିବ’

ଭୁବନେଶ୍ୱର, ୨୬।୨(କ୍ରୀଡ଼ା ପ୍ରତିନିଧି) ”କ୍ରୀଡ଼ାକୁ ପ୍ରୋତ୍ସାହନ ପାଇଁ ଓଡ଼ିଶା ପ୍ରତିଶ୍ରୁତିବଦ୍ଧ। ଭୁବନେଶ୍ୱରରେ କ୍ରୀଡ଼ା ଭିତ୍ତିଭୂମିର ଉନ୍ନତି କରାଯାଇଛି। ଆଗାମୀ ଦିନରେ ଏହାର ଆହୁରି ଉନ୍ନତି ପାଇଁ ପଦକ୍ଷେପ ନିଆଯିବ। ଏଠାରେ ନିକଟ ଅତୀତରେ ଅନେକ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ଆୟୋଜନ ହୋଇଛି। ଆଗାମୀ ନଭେମ୍ବରରେ ହକି ବିଶ୍ୱକପ ଆୟୋଜନ ପାଇଁ ପ୍ରସ୍ତୁତି ଆଗେଇ ଚାଲିଛି। ଭୁବନେଶ୍ୱର ନିଶ୍ଚିତଭାବେ ଭାରତର କ୍ରୀଡ଼ା ରାଜଧାନୀଭାବେ ସୁନାମ ଅର୍ଜନ କରିବ“ ବୋଲି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଆଇଟିଏଫ ଫ୍ୟୁଚର ଟେନିସ ଟୁର୍ନାମେଣ୍ଟର ସୋମବାର ସନ୍ଧ୍ୟାରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି।

ରାମକୁମାରଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ରାମକୁମାରଙ୍କୁ କ୍ୟାରିୟରର ଶ୍ରେଷ୍ଠ ମାନ୍ୟତା

ନୂଆଦିଲ୍ଲୀ,୨୬।୨(ପି.ଟି.)- ଭାରତୀୟ ପୁରୁଷ ସିଙ୍ଗଲ୍ସ ଟେନିସ୍‌ ଖେଳାଳି ରାମକୁମାର ରାମନାଥନ ସୋମବାର ନିଜ କ୍ୟାରିୟର ଶ୍ରେଷ୍ଠ ମାନ୍ୟତା ପାଇଛନ୍ତି। ସେ ପୂର୍ବ ପେକ୍ଷା ୭ଟି ସୋପାନ ଉପରକୁ ଉଠି ୧୩୩ତମ ସ୍ଥାନ ଅଧିକାର କରିଛନ୍ତି। ଅନ୍ୟପକ୍ଷରେ ୟୁକି ଭାମ୍ବ୍ରିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅବନତି ଘଟିଛି। ଏହାସତ୍ତ୍ୱେ ସେ ଦେଶର ଶ୍ରେଷ୍ଠ ମାନ୍ୟତାଧାରୀ ଖେଳାଳି ହୋଇ ରହିଛନ୍ତି। ପୂର୍ବରୁ ୧୦୧ତମ ସ୍ଥାନରେ ଥିବା ଭାମ୍ବ୍ରି ଏବେ ୧୦୫ତମ ସ୍ଥାନରେ ରହିଛନ୍ତି।

ହରିହର ମେମୋରିଆଲ କ୍ରିକେଟ ରାଣୀଗୋଡା ଟିମ୍‌ ଚାମ୍ପିୟନ

ହରିହର ମେମୋରିଆଲ କ୍ରିକେଟ ରାଣୀଗୋଡା ଟିମ୍‌ ଚାମ୍ପିୟନ

ଭଣ୍ଡାରିପୋଖରୀ,୨୬।୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାସ୍ଥିତ ହରପାର୍ବତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଚାଲିଥିବା ହରିହର ମେମୋରିଆଲ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ ରବିବାର ଶେଷ ହୋଇଛି। ଏଥିରେ ମଞ୍ଜୁରି ସ୍ପୋର୍ଟିଂକୁ ହରାଇ ରାଣୀଗୋଡା କ୍ରିକେଟ ଟିମ୍‌, ଷଠିପୁର ଚମ୍ପିୟନ ହୋଇଛି।

ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନେତୃତ୍ୱ

ଅଶ୍ୱିନଙ୍କୁ କିଙ୍ଗ୍ସ ଏକାଦଶ ପଞ୍ଜାବ ଦଳର ନେତୃତ୍ୱ

ନୂଆଦିଲ୍ଲୀ,୨୬।୨- ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅନ୍ୟତମ ଫ୍ରାଞ୍ଚାଇଜ୍‌ କିଙ୍ଗ୍ସ ଏକାଦଶ ପଞ୍ଜାବ ଆଗାମୀ ସଂସ୍କରଣ ପାଇଁ ସୋମବାର ତା’ର ନୂତନ ଅଧିନାୟକ ଘୋଷଣା କରିଛି। ଦଳର ଏହି ଗୁରୁଦାୟିତ୍ୱ ପାଇଁ ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରାଯାଇଛି।