ଅନ୍ତର୍ଜାତୀୟ

ପାକିସ୍ତାନରେ ଧୂଳିଝଡ଼: ୪ ମୃତ, ୧୩ ଆହତ

ପାକିସ୍ତାନରେ ଧୂଳିଝଡ଼: ୪ ମୃତ, ୧୩ ଆହତ

ଲାହୋର,୬।୬: ପାକିସ୍ତାନ ଲାହୋରରେ ଧୂଳିଝଡ଼ ତାଣ୍ଡବ ରଚିଛି। ଏହି ଘଟଣାରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇଜଣ ନାବାଳକ ରହିଥିବା ପୋଲିସ କହିଛି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କିମ୍‌-ଟ୍ରମ୍ପ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ଗୋର୍ଖା ଯବାନ

କିମ୍‌-ଟ୍ରମ୍ପ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ରହିବେ ଗୋର୍ଖା ଯବାନ

ନୂଆଦିଲ୍ଲୀ/ସିଙ୍ଗାପୁର,୫।୬: ଜୁନ୍‌ ୧୨ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ୍‌ ଏବଂ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ଙ୍କ ମଧ୍ୟରେ ସାକ୍ଷାତ୍‌ ହେବ। ଆୟୋଜିତ ଏହି ଶିଖର ସମ୍ମିଳନୀ ସିଙ୍ଗାପୁରର ଶାଙ୍ଗରି-ଲା ହୋଟେଲ୍‌ରେ ହେବାକୁ ଯାଉଛି।

ମଞ୍ଚ ଉପରେ ମହିଳାଙ୍କୁ ଚୁମ୍ବନ ଦେଲେ ରାଷ୍ଟ୍ରପତି: ଭିଡିଓ ଭାଇରାଲ

ମଞ୍ଚ ଉପରେ ମହିଳାଙ୍କୁ ଚୁମ୍ବନ ଦେଲେ ରାଷ୍ଟ୍ରପତି: ଭିଡିଓ ଭାଇରାଲ

ମାନିଲା,୫।୬: ଫିଲିପାଇନ୍ସର ରାଷ୍ଟ୍ରପତି ରୋଡରିଗୋ ଡୁଟରଟେ ମଞ୍ଚ ଉପରେ ହଜାର ହଜାର ଜନତାଙ୍କ ସାମ୍ନାରେ ଜଣେ ବିବାହିତା ମହିଳାଙ୍କୁ ଚୁମ୍ବନ ଦେବା ଘଟଣା ଏବେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ନେଇ ଏବେ ଫିଲିପାଇନ୍ସର ଜନତା ରାଷ୍ଟ୍ରପତିଙ୍କ ଉପରେ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି।

ଭାରତ ସହ ଯୁଦ୍ଧ ଚାହୁଁନାହିଁ ପାକିସ୍ତାନ

ଭାରତ ସହ ଯୁଦ୍ଧ ଚାହୁଁନାହିଁ ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୫।୬: ଭାରତ ସହ ଯୁଦ୍ଧ କରିବାକୁ ଚାହୁଁନାହୁଁ ବୋଲି ସୋମବାର ପାକିସ୍ତାନ ସେନା କହିଛି। ଉଭୟ ଦେଶ ଆଣବିକ ଶକ୍ତିରେ ବଳିଆନ୍‌। ତେଣୁ ଯୁଦ୍ଧ କରିବାର ଅର୍ଥ ନୁହେଁ ଏହା ପାକିସ୍ତାନର ଦୁର୍ବଳତା।

ବିଶ୍ୱ ପରିବେଶ ଦିବସ: ବର୍ଷକୁ ୨୦ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ସୃଷ୍ଟି କରୁଛି ଭାରତ

ବିଶ୍ୱ ପରିବେଶ ଦିବସ: ବର୍ଷକୁ ୨୦ ଲକ୍ଷ ଟନ୍‌ ବର୍ଜ୍ୟବସ୍ତୁ ସୃଷ୍ଟି କରୁଛି ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ,୫।୬: ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳନ କରାଯାଉଛି। ଏନେଇ ଆସୋଚାମ୍‌-ନେକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ପୃଥିବୀର ବର୍ଜ୍ୟବସ୍ତୁ ସୃଷ୍ଟିକାରୀ ଦେଶ ମଧ୍ୟରେ ଭାରତ ୫ ସ୍ଥାନରେ ରହିଥିବା ଦର୍ଶାଯାଇଛି।

ଧ୍ରୁବ ହେଲିକପ୍ଟର ଭାରତକୁ ଫେରାଇବ ମାଳଦ୍ୱୀପ

ଧ୍ରୁବ ହେଲିକପ୍ଟର ଭାରତକୁ ଫେରାଇବ ମାଳଦ୍ୱୀପ

ନୂଆଦିଲ୍ଲୀ/ମାଲେ,୫।୬: ଭାରତ ମାଳଦ୍ୱୀପ ମଧ୍ୟରେ ସମ୍ପର୍କ ଧୀରେ ଧୀରେ ଖରାପ ହେବାରେ ଲାଗିଛି। ମାଳଦ୍ୱୀପକୁ ଭାରତ ୨ଟି ଧ୍ରୁବ ହେଲିକପ୍ଟର ଉପହାର ଭାବେ ପ୍ରଦାନ କରିଥିଲା। ଏହାକୁ ମାଳଦ୍ୱୀପ ବହୁବିଧ କାର୍ଯ୍ୟରେ ବ୍ୟବହାର କରୁଥିଲା।

ଜୁନ୍‌ ୨୪ରୁ ସୌଦୀ ମହିଳା ଚଳାଇବେ କାର

ଜୁନ୍‌ ୨୪ରୁ ସୌଦୀ ମହିଳା ଚଳାଇବେ କାର

ରିଆଦ୍‌,୫।୬: ଆସନ୍ତା ଜୁନ୍‌ ୨୪ରୁ ସୌଦୀ ମହିଳା କାର ଚଳାଇବେ। ଏନେଇ ପ୍ରଶାସନ ପକ୍ଷରୁ ଲାଇସେନ୍ସ ଦେବା କାର୍ଯ୍ୟ ଆରମ୍ଭ ହୋଇଛି। ଆସନ୍ତା ସପ୍ତାହ ସୁଦ୍ଧା ପ୍ରାୟ ୨ହଜାର ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ଦିଆଯିବାର କାର୍ଯ୍ୟକ୍ରମ ରହିଛି।

କପି ଯାଞ୍ଚ୍‌ ନା’ରେ ଛାତ୍ରୀଙ୍କୁ ଯୌନଶୋଷଣ କରୁଥିଲେ ପରୀକ୍ଷା ଅଧିକାରୀ: ଭିଡ଼ିଓ ଭାଇରାଲ

କପି ଯାଞ୍ଚ୍‌ ନା’ରେ ଛାତ୍ରୀଙ୍କୁ ଯୌନଶୋଷଣ କରୁଥିଲେ ପରୀକ୍ଷା ଅଧିକାରୀ: ଭିଡ଼ିଓ ଭାଇରାଲ

ଇସଲାମାବାଦ୍‌,୫।୬: ପାକିସ୍ତାନର ରାଜଧାନୀ ଇସଲାମାବାଦ୍‌ର ଏକ ସ୍କୁଲରେ କପି ଯାଞ୍ଚ ନା’ରେ ପରୀକ୍ଷା ଅଧିକାରୀ ଛାତ୍ରୀଙ୍କୁ ଯୌନଶୋଷଣ କରୁଥିବା ଘଟଣାର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହୋଇଛି। ଏହାକୁ ନେଇ ପାକିସ୍ତାନ ଶିକ୍ଷା ବିଭାଗର ଚିନ୍ତା ବଢ଼ିବାରେ ଲାଗିଛି। କିଛି ଛାତ୍ରୀ ପରୀକ୍ଷା ଅଧିକାରୀ ସଦନ ବଶିର୍‌ଙ୍କ ନାମରେ ଥାନାରେ ଅଭିଯୋଗ ଆଣିଛନ୍ତି।

ଆଫଗାନୀସ୍ତାନ ଧର୍ମସଭାରେ ଆତ୍ମଘାତୀ  ବିସ୍ଫୋରଣ: ୧୨ ମୃତ

ଆଫଗାନୀସ୍ତାନ ଧର୍ମସଭାରେ ଆତ୍ମଘାତୀ ବିସ୍ଫୋରଣ: ୧୨ ମୃତ

କାବୁଲ,୪।୬: ଆଫଗାନୀସ୍ତାନ କାବୁଲରେ ଏକ ଧର୍ମସଭାରେ ସୋମବାର ଆତ୍ମଘାତୀ ବିସ୍ପୋରଣ ଘଟିଛି। ଏହି ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆଫଗାନ୍‌ ମହିଳାଙ୍କ କରୁଣ କାହାଣୀ: ୧୮ ବର୍ଷ ବୟସରେ ୩ ଥର ବିବାହ

ଆଫଗାନ୍‌ ମହିଳାଙ୍କ କରୁଣ କାହାଣୀ: ୧୮ ବର୍ଷ ବୟସରେ ୩ ଥର ବିବାହ

କାବୁଲ,୪।୬: ଆଫଗାନୀସ୍ତାନରେ ଜାରି ରହିଥିବା ଗୃହଯୁଦ୍ଧର ପ୍ରଭାବ କିପରି ଲୋକଙ୍କ ସାମାଜିକ ଜୀବନକୁ ବିପର୍ଯ୍ୟସ୍ତ କରିଛି ତାହାର ଏକ ସଦ୍ୟତମ ଉଦାହରଣ ପାଲଟିଛନ୍ତି ଖଦୀଜା ନାମକ ଜନୈକ ମହିଳା। ଆଫଗାନୀସ୍ତାନର ଗ୍ରାମୀଣ ଅଞ୍ଚଳରେ ବାସ କରୁଥିବା ଏହି ମହିଳା ଗୋଟିଏ ପରିବାରର ୩ ଭାଇଙ୍କୁ ବିବାହ କରିଛନ୍ତି।

ମିଳିଲା ଏଲିଏନ୍‌ଙ୍କ ଠିକଣା

ମିଳିଲା ଏଲିଏନ୍‌ଙ୍କ ଠିକଣା

ଲଣ୍ଡନ,୪।୬: ଏଲିଏନ୍‌ଙ୍କୁ ନେଇ ଏବେବି ମନରେ ରହିଛି ଅନେକ ଅସମାହିତ ପ୍ରଶ୍ନ। ହେଲେ ବୈଜ୍ଞାନିକମାନେ ଏବେ ଏମାନଙ୍କର ଠିକଣା ଖୋଜି ପାଇଛନ୍ତି। ବୈଜ୍ଞାନିକମାନେ ଏମିତି ଏକ ଗ୍ରହର ସନ୍ଧାନ କରିଛନ୍ତି ଯେଉଁଠି ଜଳର ସନ୍ଧାନ ମିଳିଛି।

ଆଗ୍ନେୟଗିରି ବିସ୍ଫୋରଣ: ୨୫ ମୃତ

ଆଗ୍ନେୟଗିରି ବିସ୍ଫୋରଣ: ୨୫ ମୃତ

ଗୁଏଟମାଲା ସିଟି,୪।୬: ମଧ୍ୟ ଆମେରିକାର ଗୁଏଟମାଲା ସିଟି ନିକଟରେ ଫୁଏଗୋ ଆଗ୍ନେୟଗିରି ବିସ୍ଫୋରଣ ହେବା ଫଳରେ ରବିବାର ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ଅନେକ ଆହତ ହେବା ସହ ପାଖାପାଖି ୨ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ସ୍ଥାନୀୟ ଲୋକେ ଏହାର ପ୍ରଭାବରେ ଭୟଭିତ ହୋଇଯାଇଛନ୍ତି।

ମାରାଥନ ସମୟରେ ବର୍ଷିଲା ଗୁଳି: ମହିଳା ସୁଟର ଗିରଫ

ମାରାଥନ ସମୟରେ ବର୍ଷିଲା ଗୁଳି: ମହିଳା ସୁଟର ଗିରଫ

ଓ୍ବାଶିଂଟନ,୪।୬: ଆମେରିକାର କାଲିଫର୍ନିଆରେ ଥିବା ସେନ୍‌ ଡିଆଗୋରେ ରବିବାର ଆୟୋଜିତ ହୋଇଥିଲା ବର୍ଷିକ ମାରାଥନ୍‌। ଏହି ସମୟରେ ରାସ୍ତା କଡରେ ଥିବା ଜଣେ ଅଜ୍ଞାତ ମହିଳା ବନ୍ଧୁକଧାରୀ ଆଖିବୁଜା ଗୁଳି ଚାଳନା କରିଥିଲେ।

ବାୟସେନାକୁ ଝଟକା: ମେଟ୍ୟୋର କ୍ଷେପଣାସ୍ତ୍ର ବ୍ୟବହାରରେ ବାଧା

ବାୟସେନାକୁ ଝଟକା: ମେଟ୍ୟୋର କ୍ଷେପଣାସ୍ତ୍ର ବ୍ୟବହାରରେ ବାଧା

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୬: ଭାରତୀୟ ବାୟୁସେନା ଏହାର ଶକ୍ତି ବୃଦ୍ଧି ପାଇଁ ମେଟ୍ୟୋର କ୍ଷେପଣାସ୍ତ୍ରର ବ୍ୟବହାର ରୁଷିଆର ଏସ୍‌ୟୁ-୩୦ଏମ୍‌କେଆଇ ତଥା ହାଲକା ଯୁଦ୍ଧବିମାନ ତେଜସ୍‌ରେ କରିବା ଲାଗି ଯୋଜନା କରିଥିଲା। ତେବେ ଏବେ ଏହା ଅସମ୍ଭବ ମନେ ହେଉଛି।

ବୋଇଙ୍ଗ୍‌ ଯୁଦ୍ଧ ବିମାନ: ଭାରତକୁ ଅପେକ୍ଷା କରିବାକୁ ପଡିବ ୨ ବର୍ଷ

ବୋଇଙ୍ଗ୍‌ ଯୁଦ୍ଧ ବିମାନ: ଭାରତକୁ ଅପେକ୍ଷା କରିବାକୁ ପଡିବ ୨ ବର୍ଷ

ନୂଆଦିଲ୍ଲୀ/ଓ୍ବାଶିଂଟନ,୪।୬: ଭାରତକୁ ୧୧୦ଟି ଯୁଦ୍ଧ ବିମାନ ଯୋଗାଇଦେବା ପାଇଁ ବୋଇଙ୍ଗ୍‌ ସହ ଚୁକ୍ତି ହୋଇଥିବାବେଳେ ଏଥିପାଇଁ ପୁଣି ୨ ବର୍ଷ ଲାଗିବ। ଏନେଇ ବୋଇଙ୍ଗ୍‌ ଉପ ସଭାପତି ଜେନେ କନିଙ୍ଗ୍‌ହାମ୍‌ ସୂଚିତ କରିଛନ୍ତି।

‘କାରଗିଲ୍‌ ଯୁଦ୍ଧ ଏଡାଇବା ପାଇଁ ଡିଲ୍‌ ହୋଇଥିଲା’

‘କାରଗିଲ୍‌ ଯୁଦ୍ଧ ଏଡାଇବା ପାଇଁ ଡିଲ୍‌ ହୋଇଥିଲା’

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୪।୬-କାରଗିଲ୍‌ ଯୁଦ୍ଧ ଏଡାଇବା ପାଇଁ ଭାରତ ଓ ପାକିସ୍ତାନ ମଧ୍ୟରେ ଗୁପ୍ତ ବୁଝାମଣା ହୋଇଥିଲା। ହେଲେ ଶେଷ ମୁହୂର୍ତ୍ତରେ ନୂଆଦିଲ୍ଲୀ ଏଥିରୁ ଓହରିଯାଇଥିଲା ବୋଲି ପାକିସ୍ତାନୀ ଲେଖିକା ନସିମ୍‌ ଜେହରା କହିଛନ୍ତି।

ଉତ୍ତର କୋରିଆ ଯିବେ ସିରିଆ ରାଷ୍ଟ୍ରପତି

ଉତ୍ତର କୋରିଆ ଯିବେ ସିରିଆ ରାଷ୍ଟ୍ରପତି

ସିଓଲ,୪।୬(ପି.ଟି.)-ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପୂର୍ବରୁ ଉତ୍ତର କୋରିଆ ଶାସକ କିମ୍‌ ଜଙ୍ଗ୍‌ ଉନ୍‌ଙ୍କୁ ସାକ୍ଷାତ କରିବେ ସିରିଆ ରାଷ୍ଟ୍ରପତି ବସର ଅଲ୍‌-ଅସାଦ୍‌। ଏ ନେଇ ନିଜେ ଅସାଦ୍‌ ରବିବାର ପ୍ୟୋଙ୍ଗ୍‌ୟାଙ୍ଗ୍‌ ସରକାରୀ ମିଡିଆରେ ସୂଚନା ଦେଇଛନ୍ତି।

ଭାସିଗଲେ ୫୦ ଦେଶାନ୍ତରୀ ଶ୍ରମିକ

ଭାସିଗଲେ ୫୦ ଦେଶାନ୍ତରୀ ଶ୍ରମିକ

ଟ୍ୟୁନିସିଆ,୪।୬: ଭୂମଧ୍ୟସାଗରରେ ରବିବାର ଏକ ବଡ଼ଧରଣର ଅଘଟଣ ଘଟିଛି। ସଂଖ୍ୟାଧିକ ଦେଶାନ୍ତରୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ ଉତ୍ତର ଉପକୂଳସ୍ଥିତ ସଫାକ୍ସ ସହର ନିକଟରେ ବୁଡ଼ିଯାଇଛି।

ଭ୍ରଷ୍ଟାଚାର ମାମଲାରେ ଶେହବାଜ ସରିଫ୍‌ଙ୍କୁ ସମନ

ଭ୍ରଷ୍ଟାଚାର ମାମଲାରେ ଶେହବାଜ ସରିଫ୍‌ଙ୍କୁ ସମନ

ଲାହୋର,୩।୬: ପାକିସ୍ତାନ ସୁପ୍ରିମକୋର୍ଟ ରବିବାର ୫୬ଟି ଘରୋଇ କମ୍ପାନୀର ଭ୍ରଷ୍ଟାଚାର ମାମଲାରେ ପଞ୍ଜାବ ପ୍ରାନ୍ତର ପୂର୍ବତନ ମୁଖ୍ୟମନ୍ତ୍ରୀ ଶେହବାଜ ସରିଫ୍‌ଙ୍କୁ ସମନ ଜାରି କରିଛନ୍ତି।

ଆଲ୍ଲା-ହୁ-ଅକବର-ତହରିକ ନାମରେ ନିର୍ବାଚନ ଲଢିବେ ହାଫିଜ୍‌

ଆଲ୍ଲା-ହୁ-ଅକବର-ତହରିକ ନାମରେ ନିର୍ବାଚନ ଲଢିବେ ହାଫିଜ୍‌

ଲାହୋର,୩।୬: ବମ୍ବେ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦ ଆସନ୍ତା ଜୁଲାଇ ୨୫ରେ ପାକିସ୍ତାନରେ ହେବାକୁ ଥିବା ସାଧାରଣ ନିର୍ବାଚରେ ପ୍ରାର୍ଥୀ ଦେବେ ବୋଲି ଜଣାପଡିଛି।

ଦେହର ଦୁର୍ଗନ୍ଧ ଯୋଗୁ ବିମାନର ଜରୁରୀ ଅବତରଣ

ଦେହର ଦୁର୍ଗନ୍ଧ ଯୋଗୁ ବିମାନର ଜରୁରୀ ଅବତରଣ

ଆମ୍‌ଷ୍ଟରଡମ୍‌,୩।୬: ନେଦରଲାଣ୍ଡର ଟ୍ରାନ୍ସଭିୟା ଏୟାରଲାଇନ୍ସର ଏକ ବିମାନ ସ୍ପେନ ଯିବା ସମୟରେ ଅଧାବାଟରୁ ଏହାକୁ ଜରୁରୀ ଅବତରଣ କରାଯାଇଛି। ତେବେ କିଛିଦିନ ହେବ ଗାଧୋଇ ନ ଥିବା ଜଣେ ପୁରୁଷ ଯାତ୍ରୀ ଉକ୍ତ ବିମାନରେ ଯାତ୍ରା କରୁଥିଲେ।

ଆମେରିକା ସେନା ଅପରେଶନ: ୫ ଶହ ଲୋକଙ୍କ ମୃତ୍ୟୁ ଘଟିଛି

ଆମେରିକା ସେନା ଅପରେଶନ: ୫ ଶହ ଲୋକଙ୍କ ମୃତ୍ୟୁ ଘଟିଛି

ଓ୍ବାଶିଂଟନ,୩।୬ : ଆମେରିକା ସେନା ଅପରେଶନରେ ୨୦୧୭ରେ ପୃଥିବୀରେ ୫ ଶହରୁ ଅଧିକ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ପେଣ୍ଟାଗନ ପକ୍ଷରୁ ସୂଚିତ କରାଯାଇଛି। ଆଫଗାନୀସ୍ତାନ, ଇରାକ, ସିରିଆ, ୟେମେନ୍‌, ଲିବିୟା, ସୋମାଲିଆ ପ୍ରଭୃତିରେ ଆମେରିକା ସେନା ଅପରେଶନ କରିଥିଲା।

ଆଇଏସ୍‌ ଆକ୍ରମଣ: ୧୨ ମୃତ

ଆଇଏସ୍‌ ଆକ୍ରମଣ: ୧୨ ମୃତ

ବାଗଦାଦ୍‌,୩।୬ : ଉତ୍ତର ଇରାକ ସଲାଦିନ୍‌ ପ୍ରଦେଶରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆକ୍ରମଣରେ ୧୨ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଅଲ୍‌-ଫରହାତିହା ସହରରେ ଆଇଏସ୍‌ ପକ୍ଷରୁ କରାଯାଇଥିବା ଆକ୍ରମଣରେ ଏହା ଘଟିଥିବା ଲ୍ୟୁଟ୍‌ନାଣ୍ଟ୍‌ ନୁମାନ ଅଲ୍‌-ଜାବୋରି ସୂଚିତ କରିଛନ୍ତି।

ଜୁନ୍‌ ୧୪ରେ ଉତ୍ତରକୋରିଆ-ଦକ୍ଷିଣକୋରିଆ ପ୍ରତିରକ୍ଷା ବୈଠକ

ଜୁନ୍‌ ୧୪ରେ ଉତ୍ତରକୋରିଆ-ଦକ୍ଷିଣକୋରିଆ ପ୍ରତିରକ୍ଷା ବୈଠକ

ସିଓଲ,୩।୬ : ଉତ୍ତରକୋରିଆ-ଦକ୍ଷିଣକୋରିଆ ଏବେ ପାଲଟିଛନ୍ତି ବନ୍ଧୁ। ଫଳରେ ଗତ ୬୦ ବର୍ଷ ଧରି ଜାରି ରହିଥିବା ଯୁଦ୍ଧର ଅବସାନ ଘଟିଛି। ଦୁଇଦେଶର ସମ୍ପର୍କ ସୁଦୃଢ଼ କରିବା ପାଇଁ ଆସନ୍ତା ଜୁନ୍‌ ୧୪ରେ ପ୍ରତିରକ୍ଷା ବୈଠକ ଅନୁଷ୍ଠିତ ହେବ। ଏଥିରେ ଦୁଇଦେଶର ସେନା ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।