ଅନ୍ତର୍ଜାତୀୟ

ବେଲୁଚିସ୍ତାନ ବିସ୍ଫୋରଣ: ୮ଆହତ

ବେଲୁଚିସ୍ତାନ ବିସ୍ଫୋରଣ: ୮ଆହତ

ପାକିସ୍ତାନ,୧।୧: ବେଲୁଚିସ୍ତାନର ଚମନ ମଲ ରୋଡ୍‌ରେ ସୋମବାର ସକାଳେ ପୃଥକ୍‌ ପୃଥକ୍‌ ଦୁଇଟି ବିସ୍ଫୋରଣରେ ୨ ସୁରକ୍ଷା କର୍ମୀଙ୍କ ସମେତ ୮ଜଣ ଆହତ ହୋଇଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ସ୍ପେଶାଲ ବ୍ରାଞ୍ଚ ଅଫିସ ନିକଟରେ ଏହି ବିସ୍ଫୋରଣ ଘଟିଛି।

ଇନଡୋର୍‌ ଷ୍ଟାଇଡିୟମ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧,୬ ଶହ କାର୍‌

ଇନଡୋର୍‌ ଷ୍ଟାଇଡିୟମ୍‌ରେ ଅଗ୍ନିକାଣ୍ଡ: ଜଳିଗଲା ୧,୬ ଶହ କାର୍‌

ଲିଭରପୁଲ୍‌,୧।୧: ଇଂଲଣ୍ଡ ଲିଭରପୁଲ୍‌ଠାରେ ଥିବା ଏକ ଘୋଡ଼ାଦୌଡ଼ ଇନଡୋର୍‌ ଷ୍ଟାଡ଼ିୟମ୍‌ର ପାର୍କିଂ ଏରିଆରେ ଅଗ୍ନିକାଣ୍ଡ ଘଟି ୧,୬ ଶହ କାର୍‌ ଜଳିଯାଇଛି। ଏନେଇ ସୋମବାର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

 ନୂଆବର୍ଷରେ ଆମେରିକାକୁ ଚେତାବନୀ ଦେଲେ କିମ୍‌

ନୂଆବର୍ଷରେ ଆମେରିକାକୁ ଚେତାବନୀ ଦେଲେ କିମ୍‌

ଓ୍ବାଶିଂଟନ,୧।୧: ନୂଆବର୍ଷରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌-ଜୋଙ୍ଗ୍‌ ଉନ୍‌ ଆମେରିକାକୁ ପରୋକ୍ଷ ଚେତାବନୀ ଦେଇଛନ୍ତି। କିମ୍‌ କହିଛନ୍ତି ଆଣବିକ କ୍ଷେପଣାସ୍ତ୍ରର ସୁଇଚ୍‌ ସବୁବେଳେ ତାଙ୍କ ଟେବୁଲରେ ରହୁଛି।

ବୋକୋ ହରାମ୍‌ ବର୍ବରତା: ୪ ବର୍ଷରେ ୫,୨୪୭ଜଣଙ୍କୁ ହତ୍ୟା

ବୋକୋ ହରାମ୍‌ ବର୍ବରତା: ୪ ବର୍ଷରେ ୫,୨୪୭ଜଣଙ୍କୁ ହତ୍ୟା

ଆବୁଜା,୧।୧: ନାଇଜେରିଆରେ କାର୍ଯ୍ୟ କରୁଥିବା ଆତଙ୍କବାଦୀ ସଂଗଠନ ବୋକୋ ହରାମ୍‌ର ବର୍ବରତା ନେଇ ଅନ୍ତର୍ଜାତୀୟ ସମୁଦାୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୪ ବର୍ଷ ମଧ୍ୟରେ ଏହି ଆତଙ୍କବାଦୀ ସଂଗଠନ ୫,୨୪୭ ଜଣଙ୍କୁ ହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ବିମାନ ଦୁର୍ଘଟଣାରେ ୬ ମୃତ

ବିମାନ ଦୁର୍ଘଟଣାରେ ୬ ମୃତ

ସିଡ୍‌ନୀ,୧।୧: ସିଡ୍‌ନୀ କାଓ୍ବନା କ୍ରିକ୍‌ ସ୍ଥିତ ଜେରୁଜେଲମ୍‌ ଉପକୂଳରେ ଏକ ବିମାନ ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ସମୟରେ ବିମାନରେ ପାଇଲଟ୍‌ ଓ ୫ଜଣ ଯାତ୍ରୀ ଥିଲେ।

କୋଷ୍ଟାରିକାରେ ବିମାନ ଦୁର୍ଘଟଣା: ୧୨ ମୃତ

କୋଷ୍ଟାରିକାରେ ବିମାନ ଦୁର୍ଘଟଣା: ୧୨ ମୃତ

ସାନ୍‌ ଜୋଶ୍‌,୧।୧: କୋଷ୍ଟାରିକାରେ ଏକ ବିମାନ ଦୁର୍ଘଟଣାରେ ୧୨ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ସାନ୍‌ ଜୋଶ୍‌ରୁ ପୁଣ୍ଟା ଇଶଲିଟା ଯାଉଥିବାବେଳେ ଏକ ପାହାଡ଼ିଆ ଅଞ୍ଚଳରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ପୂର୍ବତନ ରାଜ୍ୟପାଳଙ୍କ ଅନ୍ତିମ ସଂସ୍କାରରେ ବିସ୍ଫୋରଣ: ୧୨ ମୃତ ୧୪ ଆହତ

ପୂର୍ବତନ ରାଜ୍ୟପାଳଙ୍କ ଅନ୍ତିମ ସଂସ୍କାରରେ ବିସ୍ଫୋରଣ: ୧୨ ମୃତ ୧୪ ଆହତ

ନୂଆଦିଲ୍ଲୀ/ଆଫଗାନିସ୍ତାନ,୩୧।୧୨: ଆଫଗାନିସ୍ତାନରେ ସପ୍ତାହକ ମଧ୍ୟରେ ଦ୍ୱିତୀୟ ଆତଙ୍କବାଦୀ ଆକ୍ରମଣର ଖବର ନଜରକୁ ଆସିଛି। ନାଙ୍ଗରହାର ଅଞ୍ଚଳର ରାଜଧାନୀ ଜଲାଲାବାଦରେ ପୂର୍ବତନ ରାଜ୍ୟପାଳଙ୍କ ଅନ୍ତିମ ସଂସ୍କାର ସମୟରେ ହୋଇଥିବା ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ ଜଣ ଆହତ ହୋଇଥିବା ସୂଚନା ମିଳିଛି।

ଆଫଗାନିସ୍ତାନ ଖଣି ବିସ୍ଫୋରଣ: ୧୧ ଆହତ

ଆଫଗାନିସ୍ତାନ ଖଣି ବିସ୍ଫୋରଣ: ୧୧ ଆହତ

କାବୁଲ,୩୧।୧୨: ଆଫଗାନିସ୍ତାନର ମଜର-ଏ-ସରିଫ୍‌ ସହରର ବାଲଖ୍‌ ଅଞ୍ଚଳରେ ଥିବା ଏକ ଖଣିରେ ବିସ୍ଫୋରଣ ଫଳରେ ୧୧ ଜଣ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଶନିବାର ସନ୍ଧ୍ୟାରେ ପୋଲିସ ଘେରି ରହିଥିବା ଏକ ଚୁମ୍ବକ ଖଣିରେ ବିସ୍ଫୋରଣ କରାଯିବା ସମୟରେ ଏହି ଦୁର୍ଘଟଣା ଘଟିଛି।

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୩୦ ମୃତ

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୩୦ ମୃତ

ନାଇରୋବି,୩୧।୧୨: କେନିଆ ନାକୁରୁ-ଏଲଡୋରେଷ୍ଟ୍‌ ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୩୦ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୬ଜଣ ଆହତ ହୋଇଛନ୍ତି।

ଗ୍ରୀସ୍‌ରେ ଭୂକମ୍ପ

ଗ୍ରୀସ୍‌ରେ ଭୂକମ୍ପ

ଏଥେନ୍ସ୍‌,୩୧।୧୨: କେନ୍ଦ୍ରୀୟ ଗ୍ରୀସ୍‌ରେ ରବିବାର ସକାଳ ୬ଟା ୨ରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୬ ଥିଲା ବୋଲି ସ୍ଥାନୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ସିଆଚେନ୍‌ରେ ହିମସ୍ଖଳନ: ୫ ପାକିସ୍ତାନ ଯବାନ ନିଖୋଜ

ସିଆଚେନ୍‌ରେ ହିମସ୍ଖଳନ: ୫ ପାକିସ୍ତାନ ଯବାନ ନିଖୋଜ

ଇସଲାମାବାଦ,୩୧।୧୨: ଦୁନିଆର ସର୍ବୋଚ୍ଚ ରଣକ୍ଷେତ୍ର ସିଆଚିନ୍‌ରେ ହିମସ୍ଖଳନ ପରେ ପାକିସ୍ତାନ ସେନାର ୫ ଯବାନ ନିଖୋଜ ହୋଇଛନ୍ତି। ଶନିବାର ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ପାକିସ୍ତାନ ସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ଛାତ ଉପରେ ନୂଆବର୍ଷ ପାଳିବା ମନା

ଛାତ ଉପରେ ନୂଆବର୍ଷ ପାଳିବା ମନା

ବାଂଲାଦେଶ,୩୧।୧୨: ନୂଆବର୍ଷର ମଜା ନେବା ପାଇଁ ସମସ୍ତେ ପ୍ରସ୍ତୁତ। ସୁରକ୍ଷାକୁ ନଜରରେ ରଖି ଢାକା ମେଟ୍ରୋ ପଲିଟାନ୍‌ ପୋଲିସ (ଡିଏମ୍‌ପି) କମିଶନର ଡିସେମ୍ବର ୩୧ରେ ଛାତ ଉପରେ ନୂଆବର୍ଷ ପାଳନକୁ ନେଇ ପ୍ରତିବନ୍ଧକ ଲଗାଇଛନ୍ତି।

ମାଞ୍ଚେଷ୍ଟର ଆପାର୍ଟମେଣ୍ଟରେ ନିଆଁ: ୧ ଆହତ

ମାଞ୍ଚେଷ୍ଟର ଆପାର୍ଟମେଣ୍ଟରେ ନିଆଁ: ୧ ଆହତ

ମାଞ୍ଚେଷ୍ଟର(ବ୍ରିଟେନ୍‌)୩୧।୧୨: କେନ୍ଦ୍ରୀୟ ମାଞ୍ଚେଷ୍ଟରରେ ଶନିବାର ସନ୍ଧ୍ୟାରେ ଏକ ୧୨ ମହଲା ବିଶିଷ୍ଟ ଆପାର୍ଟମେଣ୍ଟରେ ଭୟଙ୍କର ନିଆଁ ଲାଗିଯିବା ଫଳରେ ଜଣେ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ଖବର ପ୍ରଚାର ହେବା ପରେ ଘଟଣାସ୍ଥଳରେ ପାଖାପାଖି ୧ଡଜନ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଯାଇଥିଲେ।

କାଲିଫର୍ନିଆ ଲ’ଅଫିସ ଆକ୍ରମଣକାରୀ ଚିହ୍ନଟ

କାଲିଫର୍ନିଆ ଲ’ଅଫିସ ଆକ୍ରମଣକାରୀ ଚିହ୍ନଟ

ଲସ୍‌ଏଞ୍ଜେଲସ୍‌,୩୧।୧୨: କାଲିଫର୍ନିଆ ଲ’ ଅଫିସରେ ଗୁଳିମାଡ କରିଥିବା ବନ୍ଧୁକଧାରୀ ୫୮ ବର୍ଷୀୟ ଜନ୍‌ ଆଲେକ୍‌ଜାଣ୍ଡର ମେଣ୍ଡୋଜାଙ୍କୁ ଚିହ୍ନଟ କରାଯାଇଛି। ରେଡୋଣ୍ଡୋ ବିଚ୍‌ ନିବାସୀ ମେଣ୍ଡୋଜା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ପରେ ନିଜ ଉପରକୁ ଗୁଳି କରି ଆହତ ହୋଇଥିଲେ।

୨୦୦୯ ପରେ ଇରାନରେ ସବୁଠାରୁ ବଡ଼ ବିରୋଧ ପ୍ରଦର୍ଶନ

୨୦୦୯ ପରେ ଇରାନରେ ସବୁଠାରୁ ବଡ଼ ବିରୋଧ ପ୍ରଦର୍ଶନ

ତେହେରାନ୍‌,୩୧।୧୨: ଇରାନର ଦୁର୍ବଳ ଅର୍ଥ ବ୍ୟବସ୍ଥା ବିରୋଧରେ ଶନିବାର ରାଜଧାନୀ ତେହେରାନରେ ବଡ ଧରଣର ବିରୋଧ ପ୍ରଦର୍ଶନ କରାଯାଇଛି। ଏଥିରେ ବହୁମାତ୍ରାରେ କଲେଜ ଛାତ୍ରୀଛାତ୍ର ଓ ଯୁବବର୍ଗ ସାମିଲ ହୋଇଥିଲେ। ଏମାନେ ରାଜରାସ୍ତାରେ ବିରୋଧ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ।

୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା

୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା

ଓ୍ବାଶିଂଟନ,୩୧।୧୨: ୨୦୧୭ରେ ୮୧ ଗଣମାଧ୍ୟମ ପ୍ରତିନିଧିଙ୍କୁ ହତ୍ୟା କରାଯାଇଥିବା ଅନ୍ତର୍ଜାତୀୟ ଗଣମାଧ୍ୟମ ପ୍ରତିନିଧି ମହାସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ସୂଚିତ କରାଯାଇଛି।

ଆଫଗାନ ସେନାଙ୍କ ଆକ୍ରମଣରେ ୧୦ ତାଲିବାନ୍‌ ଆତଙ୍କବାଦୀ ମୃତ

ଆଫଗାନ ସେନାଙ୍କ ଆକ୍ରମଣରେ ୧୦ ତାଲିବାନ୍‌ ଆତଙ୍କବାଦୀ ମୃତ

କାବୁଲ,୩୦।୧୨: ଆଫଗାନିସ୍ତାନର ଉରୁଜଗାନ୍‌ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ସହ ସଂଘର୍ଷ ଘଟି ୧୦ ତାଲିବାନ ଆତଙ୍କବାଦୀ ନିହତ ହେବା ସହ ୮ ଆତଙ୍କବାଦୀ ଆହତ ହୋଇଥିବା ସୂଚନା ମିଳିଛି।

ଚାଇନା ତିଆରି କଲା ପ୍ରଥମ ସୋଲାର ହାଇଓ୍ବେ

ଚାଇନା ତିଆରି କଲା ପ୍ରଥମ ସୋଲାର ହାଇଓ୍ବେ

ବେଜିଂ,୩୦।୧୨: ଆର୍କିଟେକଚର କ୍ଷେତ୍ରରେ ସଫଳ ହେବା ପରେ ପୁଣି ଥରେ ଆଉ ପାଦେ ଆଗକୁ ବଢିଛି ଚାଇନା। ତିଆରି କରିଛି ପ୍ରଥମ ସୋଲାର୍‌ ହାଇଓ୍ବେ। ଏକ କିଲୋମିଟରର ଏହି ସୋଲାର୍‌ ହାଇଓ୍ବେ ବିଦ୍ୟୁତ୍‌ ଉତ୍ପାଦନ କରିବାର କ୍ଷମତା ରଖିଛି।

ପାକିସ୍ତାନକୁ ଆମେରିକାର ଝଟକା

ପାକିସ୍ତାନକୁ ଆମେରିକାର ଝଟକା

ନ୍ୟୁୟର୍କ୍‌,୩୦।୧୨: ଆମେରିକାର ଟ୍ରମ୍ଫ ସରକାର ପାକିସ୍ତାନକୁ ଝଟକା ଦେବାକୁ ପ୍ରସ୍ତୁତି ଜାରି ରଖିଛି। ସରକାର ପାକିସ୍ତାନକୁ ଦେବାକୁ ଥିବା ୨୫ କୋଟି ୫୦ଲକ୍ଷ ଟଙ୍କାର ସହାୟତା ରାଶିକୁ ବନ୍ଦ କରିଦେଇପାରେ ବୋଲି ଅନୁମାନ କରାଯାଉଛି।

କାଲିଫର୍ନିଆରେ ଗୁଳିମାଡ: ୨ମୃତ ୧ ଗୁରୁତର

କାଲିଫର୍ନିଆରେ ଗୁଳିମାଡ: ୨ମୃତ ୧ ଗୁରୁତର

କାଲିଫର୍ନିଆ,୩୦।୧୨: ଆମେରିକାର କାଲିଫର୍ନିଆରେ ଗୁଳିମାଡରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଚିକାଗୋରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଭାରତୀୟ ଯୁବକ ମୃତ

ଚିକାଗୋରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଭାରତୀୟ ଯୁବକ ମୃତ

ଚିକାଗୋ, ୨୯।୧୨: ସ୍ଥାନୀୟ ଡୋଲଟନ୍‌ ଗ୍ୟାସ୍‌ ଷ୍ଟେଶନ୍‌ ନିକଟରେ ଶୁକ୍ରବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁଜରାଟ ନାଦିଆଦ୍‌ ସହରର ୧୯ ବର୍ଷୀୟ ଅର୍ଷଦ ଭୋରା।

ଯାଦବ ବେଲୁଚିସ୍ତାନରୁ ଗିରଫ ହୋଇନାହାନ୍ତି: ବେଲୁଚ୍‌ ନେତା

ଯାଦବ ବେଲୁଚିସ୍ତାନରୁ ଗିରଫ ହୋଇନାହାନ୍ତି: ବେଲୁଚ୍‌ ନେତା

କ୍ୱେଟା, ୨୯।୧୨: ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଅନ୍ତର୍ଗତ ବେଲୁଚିସ୍ତାନରୁ ଗିରଫ କରିଥିବା ଦାବି କରୁଥିବାବେଳେ ଏଠାକାର ନେତା ହାଇବ୍ୟାଇର୍‌ ମାରି ଏହାକୁ ଭୁଲ ଦର୍ଶାଇଛନ୍ତି। ବେଲୁଚିସ୍ତାନରୁ ନୁହେଁ ବରଂ ଇରାନରୁ ତାଙ୍କୁ ଗିରଫ କରାଯାଇ ପାକ୍‌ ସେନାକୁ ହସ୍ତାନ୍ତର କରାଯାଇଥିବା ମାରି କହିଛନ୍ତି।

ଆଫଗାନ୍‌ ବାୟୁସେନା ଆକ୍ରମଣରେ ୮ ଆତଙ୍କବାଦୀ ମୃତ, ୫ ଆହତ

ଆଫଗାନ୍‌ ବାୟୁସେନା ଆକ୍ରମଣରେ ୮ ଆତଙ୍କବାଦୀ ମୃତ, ୫ ଆହତ

କାବୁଲ, ୨୯।୧୨: ଆଫଗାନିସ୍ତାନର ଦକ୍ଷିଣ ଉରୁଜ୍‌ଗାନ ଅଞ୍ଚଳରେ ହୋଇଥିବା ବିମାନ ଆକ୍ରମଣରେ ୮ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ହନୋଇ,୨୮।୧୨: ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଭିଏତନାମ୍‌ ସରକାର ୨୪ଜଣଙ୍କୁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ସାବ୍ୟସ୍ତ ହେବା ପରେ ବିଚାରପତି ସେମାନଙ୍କୁ ୫ରୁ ୧୬ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ କରିଛନ୍ତି।