Dharitri News

ଅନ୍ତର୍ଜାତୀୟ

କାବୁଲ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୦ ରୁ ଅଧିକ

କାବୁଲ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୦ ରୁ ଅଧିକ

କାବୁଲ,୫।୧: ଆଫଗାନିସ୍ତାନର କାବୁଲରେ ପୋଲିସ ଓ ପ୍ରଦର୍ଶନକାରୀଙ୍କ ଭିଡ ମଧ୍ୟରେ ଆତ୍ମଘାତି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଏଥିରେ ଅନ୍ୟ ୩୦ଜଣ ଗୁରୁତର ଆହତ ହୋଇଛନ୍ତି।

ବରଫ ଝଡ଼ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ବରଫ ଝଡ଼ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ

ଓ୍ବାଶିଂଟନ୍‌,୫।୧: ଆମେରିକାରେ ଗୁରୁବାର ହୋଇଥିବା ପ୍ରବଳ ବରଫ ଝଡ଼ ପାଇଁ ଏକ ପ୍ରମୁଖ ଏୟାରଲାଇନ୍ସ ତା’ର ୨୦୦ ବିମାନ ଉଡାଣକୁ ବାତିଲ କରିଦେଇଛି। କାରଣ ନ୍ୟୁୟର୍କର ଜନ୍‌.ଏଫ୍‌ କେନେଡି ଅନ୍ତର୍ଜାତୀୟ ବିମାନ ବନ୍ଦର ଓ ଲାଗାର୍ଡିଆ ବିମାନ ବନ୍ଦରରେ ପ୍ରବଳ ମାତ୍ରାରେ ବରଫ ଝଡ ସହ ପବନର ଗତି ସାମାନ୍ୟଠାରୁ ଅଧିକ ଥିବାରୁ ବିମାନଗୁଡିକୁ ସ୍ଥଗିତ କରାଯାଇଛି।

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୧୮ ମୃତ

ମର୍ମନ୍ତୁଦ ରେଳ ଦୁର୍ଘଟଣା: ୧୮ ମୃତ

ଜୋହାନ୍ସବର୍ଗ,୫।୧: ଦକ୍ଷିଣ ଆଫ୍ରିକା ଫ୍ରି ଷ୍ଟେଟ୍‌ ପ୍ରଦେଶର କ୍ରୁନ୍‌ଷ୍ଟାଡ୍‌ଠାରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଛି। ଏଥିରେ ୧୮ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୫୪ ଆହତ ହୋଇଛନ୍ତି।

ଜାନୁୟାରୀ ୯ରେ ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି ଆଲୋଚନା

ଜାନୁୟାରୀ ୯ରେ ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି ଆଲୋଚନା

ସିଓଲ,୫।୧: ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ଶାନ୍ତି ପ୍ରୟାସ ଆରମ୍ଭ ହୋଇଛି। ଗତ ଦୁଇ ବର୍ଷ ଧରି ଏନେଇ ଉଦ୍ୟମ ହେଉଥିବାବେଳେ ଏବେ ତାହା ସଫଳ ହେବାକୁ ଯାଉଛି।

ବିମାନ ଆକ୍ରମଣ ୫ ତାଲିବାନ୍‌ ବିଦ୍ରୋହୀ ମୃତ

ବିମାନ ଆକ୍ରମଣ ୫ ତାଲିବାନ୍‌ ବିଦ୍ରୋହୀ ମୃତ

କାବୁଲ,୪।୧: ଆଫଗାନିସ୍ତାନର ଫରୟାବ୍‌ ଅଞ୍ଚଳରେ ବିମାନ ଆକ୍ରମଣ ଫଳରେ ଅତିକମ୍‌ରେ ୫ ତାଲିବାନ୍‌ ବିଦ୍ରୋହୀ ନିହତ ହେବା ସହ ଅନ୍ୟ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ଆକ୍ରମଣ ପାସ୍ତୁନକୋଟ ଜିଲାରେ ଥିବା ତାଲିବାନ୍‌ ଶିବିର ଉପରେ ହୋଇଥିବା ଆଫଗାନ୍‌ ସେନା ପ୍ରକାଶ କରିଛି।

ବିପଜ୍ଜନକ ରାସ୍ତାରେ ବସ୍‌ ଚାଳନା ଉପରେ ପ୍ରତିବନ୍ଧକ: ପେରୁ

ବିପଜ୍ଜନକ ରାସ୍ତାରେ ବସ୍‌ ଚାଳନା ଉପରେ ପ୍ରତିବନ୍ଧକ: ପେରୁ

ଲିମା,୪।୧: ପେରୁ ସରକାର ବିପଜ୍ଜନକ ରାସ୍ତାରେ ବସ୍‌ ଚାଳନା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସୁଚନାଯୋଗ୍ୟ, ନିକଟରେ ଏମିତି ରାସ୍ତାରେ ଏକ ବସ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଫଳରେ ବସ୍‌ଟି ପାହାଡ ତଳକୁ ଖସି ପଡିଥିଲା। ଫଳରେ ୫୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ପିଲାଙ୍କ ସୁରକ୍ଷା ପାଇଁ ହାଫିଜ୍‌ଙ୍କ ଉପରେ ଲାଗିଲା କଟକଣା

ପିଲାଙ୍କ ସୁରକ୍ଷା ପାଇଁ ହାଫିଜ୍‌ଙ୍କ ଉପରେ ଲାଗିଲା କଟକଣା

ଲାହୋର,୪।୧: ହାଫିଜ୍‌ ସୟିଦଙ୍କ ସଙ୍ଗଠନ ଜମାତ୍‌-ଉଦ୍‌-ଦାଓ୍ବା(ଜେୟୁଡି) ଏବଂ ଫଲାହ-ଏ-ଇନସାନିୟତ୍‌ ଫାଉଣ୍ଡେସନ୍‌ (ଏଫ୍‌ଆଇଏଫ୍‌) ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ତାହା ଆମେରିକା ଚାପରେ ନୁହେଁ ବରଂ ପାକିସ୍ତାନ ସରକାରଙ୍କ ଦ୍ୱାରା ଗମ୍ଭିର ଚର୍ଚ୍ଚା ପରେ ଏହି ନିଷ୍ପତ୍ତି ନିଆଯାଇଛି।

କୁଳଭୂଷଣଙ୍କ ନୂଆ ଭିଡିଓ ଜାରି କଲା ପାକିସ୍ତାନ

କୁଳଭୂଷଣଙ୍କ ନୂଆ ଭିଡିଓ ଜାରି କଲା ପାକିସ୍ତାନ

ଇସଲାମାବାଦ.୪।୧: ପାକିସ୍ତାନରେ ବନ୍ଦିଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମା’ ଓ ପତ୍ନୀଙ୍କ ସାକ୍ଷାତକାରକୁ ନେଇ ଆଉ ଏକ ଭିଡିଓ ଜାରି କରାଯାଇଛି। ଗୁରୁବାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏହି ଭିଡିଓ ଜାରି କରାଯାଇଛି।

ଉତ୍ତରକୋରିଆକୁ ଜାପାନର ପରାମର୍ଶ

ଉତ୍ତରକୋରିଆକୁ ଜାପାନର ପରାମର୍ଶ

ଟୋକିଓ,୪।୧: ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଉତ୍ତରକୋରିଆକୁ ପରାମର୍ଶ ଦେଇଛନ୍ତି। ଉତ୍ତରକୋରିଆ ଦେଶର ଲୋକଙ୍କ ବିକାଶକୁ ଦୃଷ୍ଟିରେ ରଖି ନିଜର କୂଟନୈତିକ ନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସିରିୟାରେ ରୁଷର ବିମାନ ଆକ୍ରମଣ: ୨୩ ମୃତ

ସିରିୟାରେ ରୁଷର ବିମାନ ଆକ୍ରମଣ: ୨୩ ମୃତ

ଦମିସ୍କ,୪।୧: ସିରିୟାର ରାଜଧାନୀ ଦମିସ୍କରେ ନିକଟରେ ରୁଷ ବିମାନ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୨୩ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବ ଗୋତା ସହରରେ ଘଟିଛି, ଯାହା ବିଦ୍ରୋହୀଙ୍କ ଅଧୀନରେ ରହିଛି।

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌: ଜାତିସଂଘର ସ୍ବାଗତ

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌: ଜାତିସଂଘର ସ୍ବାଗତ

ଜେନେଭା,୪।୧: ଦକ୍ଷିଣକୋରିଆ ସହିତ ହଟ୍‌ଲାଇନ୍‌ ବ୍ୟବସ୍ଥା ପୁଣି ସ୍ଥାପନ କରିବା ପାଇଁ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ଦେଇଥିବା ମନ୍ତବ୍ୟକୁ ଜାତିସଂଘ ପକ୍ଷରୁ ସ୍ବାଗତ କରାଯାଇଛି।

ଆମେରିକାକୁ ପାକିସ୍ତାନର ଜବାବ: ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌

ଆମେରିକାକୁ ପାକିସ୍ତାନର ଜବାବ: ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌

ଇସଲାମାବାଦ୍‌,୪।୧: ଆମେରିକାକୁ ପାକିସ୍ତାନ କଡ଼ା ଜବାବ ଦେବା ସହିତ ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌ କରିଛି। ପାକିସ୍ତାନ ବେସ୍‌ରୁ ଆଫଗାନୀସ୍ତାନ ଉପରେ ଆମେରିକା ୫୭,୮୦୦ଥର ଆକ୍ରମଣ କରିଥିଲା ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ବାଜା ଆସିଫ୍‌ ସୂଚିତ କରିଛନ୍ତି।

ଫ୍ରାନ୍ସରେ ଘୂର୍ଣ୍ଣିଝଡ଼ ‘ଏଲିଏନର୍‌’ର ପ୍ରଭାବ: ୧ ମୃତ, ୧୫ ଆହତ

ଫ୍ରାନ୍ସରେ ଘୂର୍ଣ୍ଣିଝଡ଼ ‘ଏଲିଏନର୍‌’ର ପ୍ରଭାବ: ୧ ମୃତ, ୧୫ ଆହତ

ପ୍ୟାରିସ୍‌,୪।୧: ୟୁରୋପରେ ପ୍ରବାହିତ ହେଉଥିବା ଶୀତୁଆ ଝଡ ‘ଏଲିଏନର୍‌’ର ପ୍ରଭାବରେ ଜଣେ ୨୧ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ଏହି ଝଡରେ ଅନେକ କ୍ଷତି ଘଟିଛି।

ପାଲେଷ୍ଟାଇନ୍‌କୁ ଧମକ ଦେଲା ଆମେରିକା

ପାଲେଷ୍ଟାଇନ୍‌କୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୩।୧: ଜେରୁଜେଲମ୍‌କୁ ଆମେରିକା ଇସ୍ରାଏଲ୍‌ ରାଜଧାନୀ ଭାବେ ଘୋଷଣା କରିବା ଘଟଣାକୁ ପାଲେଷ୍ଟାଇନ୍‌ ପକ୍ଷରୁ ବିରୋଧ କରାଯାଇଥିଲା। ଏହାର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ପାଲେଷ୍ଟାଇନ୍‌କୁ ଦିଆଯାଉଥିବା ଆର୍ଥିକ ଅନୁଦାନ ବନ୍ଦ ପାଇଁ ଧମକ ଦେଇଛନ୍ତି।

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୫ ମୃତ

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୫ ମୃତ

ଲିମା,୩।୧: ପେରୁ ରାଜଧାନୀ ଲିମା ନିକଟରେ ଥିବା ପାସାମାୟୋଠାରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି।

କିମ୍‌ଙ୍କୁ ଜବାବ ଦେଲେ ଟ୍ରମ୍ପ୍‌

କିମ୍‌ଙ୍କୁ ଜବାବ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୩।୧: ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିଲେ ଯେ, ତାଙ୍କ ଟେବୁଲରେ ଆଣବିକ କ୍ଷେପଣାସ୍ତ୍ର ବଟନ ରହିଛି। ଏହାର ଉତ୍ତରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚିତ କରିଛନ୍ତି ଯେ, ତାଙ୍କ ଟେବୁଲରେ ମଧ୍ୟ ସବୁବେଳେ ଆଣବିକ କ୍ଷେପଣାସ୍ତ୍ର ବଟନ ରହୁ

ଭୂସ୍ଖଳନ: ୪ ମୃତ

ଭୂସ୍ଖଳନ: ୪ ମୃତ

ସିୟଲହଟ,୩।୧: ବାଂଲାଦେଶ ସିୟଲହଟର ଗୋଓ୍ବାନିଘାଟ ଉପାଜିଲାସ୍ଥିତ ଜାଫଲଙ୍ଗ୍‌ଠାରେ ଏକ ବେଆଇନ ପଥର ଖାଦାନରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି।

 ଦକ୍ଷିଣକୋରିଆ ସହିତ ପୁଣି ହଟ୍‌ଲାଇନ୍‌ ଖୋଲିବ ଉତ୍ତରକୋରିଆ

ଦକ୍ଷିଣକୋରିଆ ସହିତ ପୁଣି ହଟ୍‌ଲାଇନ୍‌ ଖୋଲିବ ଉତ୍ତରକୋରିଆ

ସିଓଲ,୩।୧: ଦକ୍ଷିଣକୋରିଆ ସହିତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ପାଇଁ ଉତ୍ତରକୋରିଆ ପ୍ରୟାସ ଆରମ୍ଭ କରିଛି। ଏନେଇ ଦୁଇଦେଶ ମଧ୍ୟରେ ପୁଣିଥରେ ହଟ୍‌ଲାଇନ୍‌ ଯୋଗଯୋଗ ଚ୍ୟାନେଲ ବ୍ୟବସ୍ଥା ଖୋଲିବା ପାଇଁ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ ବୁଧବାର ସୂଚିତ କରିଛନ୍ତି।

ଆଇନ ମନ୍ତ୍ରଣାଳୟରେ ନିଆଁ, ଜଳିଗଲା ଦରକାରୀ କାଗଜ ପତ୍ର

ଆଇନ ମନ୍ତ୍ରଣାଳୟରେ ନିଆଁ, ଜଳିଗଲା ଦରକାରୀ କାଗଜ ପତ୍ର

ଇସଲାମାବାଦ,୨।୧: ପାକିସ୍ତାନର ମିନିଷ୍ଟ୍ରି ଅଫ୍‌ ଲ ଆଣ୍ଡ ଜଷ୍ଟିସ୍‌ ବିଲ୍‌ଡିଙ୍ଗରେ ନିଆଁ ଲାଗିଯିବା ଫଳରେ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଛି।

ଆମେରିକା ଆକ୍ରମଣ: ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ

ଆମେରିକା ଆକ୍ରମଣ: ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ

ମୋଗାଦିଶୁ,୨।୧: ଆମେରିକା ଯୁଦ୍ଧ ବିମାନର ବୋମାମାଡ଼ରେ ସୋମାଲିଆରେ ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ ହୋଇଥିବା ସମ୍ପର୍କରେ ଆମେରିକା-ଆଫ୍ରିକା କମାଣ୍ଡ୍‌ ପକ୍ଷରୁ ସୂଚିତ କରାଯାଇଛି।

ଆମେରିକା ରାଷ୍ଟ୍ରଦୂତଙ୍କୁ ପାକିସ୍ତାନର ସମନ ଜାରି

ଆମେରିକା ରାଷ୍ଟ୍ରଦୂତଙ୍କୁ ପାକିସ୍ତାନର ସମନ ଜାରି

ଇସଲାମାବାଦ୍‌,୨।୧: ଆମେରିକା ଦେଇଥିବା ୨୫୫ ନିୟୁତ ଡଲାର ସାମରୀକ ଅନୁଦାନ ପାକିସ୍ତାନ ଆତଙ୍କବାଦ ବିରୋଧରେ ଖର୍ଚ୍ଚ ନ କରି ଥିବା ଦର୍ଶାଇ ସୋମବାର ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ।

ଦକ୍ଷିଣ କୋରିଆ ଆସନ୍ତା ସପ୍ତାହରେ ଉତ୍ତର କୋରିଆ ସହ କରିବ ଆଲୋଚନା

ଦକ୍ଷିଣ କୋରିଆ ଆସନ୍ତା ସପ୍ତାହରେ ଉତ୍ତର କୋରିଆ ସହ କରିବ ଆଲୋଚନା

ସିଓଲ,୨।୧: ଦକ୍ଷିଣ କୋରିଆ ଉତ୍ତର କୋରିଆ ସହ ଆସନ୍ତା ସପ୍ତାହରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିବା ସୂଚନା ମିଳିଛି। ୨୦୧୮ରେ ଆୟୋଜିତ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକରେ ପିୟୋଙ୍ଗୟାଙ୍ଗର ଭାଗିଦାରକୁ ନେଇ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ଓ୍ବାଶିଂଟନ,୨।୧: ଆଧୁନିକ ଦୁନିଆ ବା ରୋବୋଟିକ୍‌ ଦୁନିଆକୁ ନେଇ ବୈଜ୍ଞାନିକମାନେ ଦିନରାତି କରି ଚାଲିଛନ୍ତି ଗବେଷଣା। ଏବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି (ନାସା) ଏମିତି ଏକ ରୋବର୍ଟ ତିଆରି କରିବାକୁ ଯାଉଛି ଯାହା ଉପଗ୍ରହର ମରାମତି କରିବାକୁ ସକ୍ଷମ ହେବ। ଖାଲି ସେତିକି ନୁହେଁ ଅନ୍ତରୀକ୍ଷରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଶତ୍ରୁପକ୍ଷକୁ ଆଖି ପିଛୁଳାକେ ଧ୍ୱଂସ କରିଦେଇ ପାରିବ

ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ଦିଆଯିବ ସୁରକ୍ଷା: ପାକିସ୍ତାନ ଅଦାଲତ

ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ଦିଆଯିବ ସୁରକ୍ଷା: ପାକିସ୍ତାନ ଅଦାଲତ

ଇସଲାମାବାଦ,୨।୧: ଜଣେ ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପାକିସ୍ତାନର ଦକ୍ଷିଣ ସିନ୍ଧ ଅଞ୍ଚଳରେ ଥିବା ଅଦାଲତ ପୋଲିସକୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଉମେରକୋଟ ଜିଲାର କୁର୍ନି ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ଏକ ପ୍ରଭାବଶାଳୀ ପରିବାରର ବ୍ୟକ୍ତି ବଳାତ୍କାର କରିଥିଲେ।