ଅନ୍ତର୍ଜାତୀୟ

ରୁଷ ନିର୍ମାଣ କଲା ସୁପର୍‌ସୋନିକ୍‌ ଯାତ୍ରୀବାହୀ ବିମାନ

ରୁଷ ନିର୍ମାଣ କଲା ସୁପର୍‌ସୋନିକ୍‌ ଯାତ୍ରୀବାହୀ ବିମାନ

ମସ୍କୋ,୨୬।୧: ରୁଷର ୟୁନାଇଟେଡ୍‌ ଏୟାର୍‌ କ୍ରାପ୍ଟ କର୍ପୋରେଶନ୍‌(ୟୁଏସି) ଆଧୁନିକ ସୁବିଧା ସହ ନିର୍ମାଣ କରିଛି ସୁପର୍‌ସୋନିକ୍‌ ଯାତ୍ରୀ ଜେଟ୍‌। ଯାହା ଯୁଦ୍ଧ ସମୟରେ ବୋମା ବର୍ଷଣକାରୀ ଟୁପୋଲେଭ୍‌-୧୬୦କୁ ପୁନର୍ଜିବିତ କରିବା ପାଇଁ ଆବଶ୍ୟକ ସମାଧାନକୁ ସାମିଲ କରିବାରେ ସାହାଯ୍ୟ କରିବ।

ହସ୍ପିଟାଲ୍‌ରେ ନିଆଁ: ୩୧ ମୃତ

ହସ୍ପିଟାଲ୍‌ରେ ନିଆଁ: ୩୧ ମୃତ

ମିଲିଆଙ୍ଗ,୨୬।୧: ଦକ୍ଷିଣ କୋରିଆର ମିଲିଆଙ୍ଗ ସହରରେ ଶୁକ୍ରବାର ସିଜୋଙ୍ଗ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟି ଅତିକମ୍‌ରେ ୩୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୪୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଆଇଫୋନ୍‌ ବ୍ୟାଟେରିକୁ କାମୁଡିବା ମହଙ୍ଗା ପଡ଼ିଲା

ଆଇଫୋନ୍‌ ବ୍ୟାଟେରିକୁ କାମୁଡିବା ମହଙ୍ଗା ପଡ଼ିଲା

ବେଜିଂ,୨୫।୧: ଚାଇନାର ରାଜଧାନୀ ବେଜିଂରେ ଜଣେ ବ୍ୟକ୍ତିଙ୍କୁ ଆଇଫୋନ ବ୍ୟାଟେରିକୁ କାମୁଡି ପରୀକ୍ଷା କରିବା ମହଙ୍ଗା ପଡିଛି। ଏଭଳି କରିବା ଦ୍ୱାରା ବ୍ୟାଟେରିଟି ବିସ୍ଫୋରଣ ହୋଇଥିଲା। ଘଟଣାକୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ ମୃତ ୧୦୦ରୁ ଊର୍ଦ୍ଧ୍ୱ ଆହତ

ଟ୍ରେନ୍‌ ଲାଇନ୍‌ଚ୍ୟୁତ: ୨ ମୃତ ୧୦୦ରୁ ଊର୍ଦ୍ଧ୍ୱ ଆହତ

ମିଲନ,୨୫।୧: ଇଟାଲିର ଏକ ଯାତ୍ରୀବାହୀ ଟ୍ରେନ୍‌ ଗୁରୁବାର ଟ୍ରିଭିଗ୍‌ଲିଓ ଓ ପାଓଲଟେଲୋ ମଧ୍ୟରେ ଲାଇନ୍‌ଚ୍ୟୁତ ହେବା ଫଳରେ ଅତିକମ୍‌ରେ ୨ ଜଣଙ୍କ ମୃତ୍ୟୁ ହେବା ସହ ୧୦୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି। ମଧ୍ୟ ମିଲନଠାରୁ ୪୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି।

ଭୁଲ୍‌ ସମୟରେ ଇଞ୍ଜେକ୍‌ଶନ୍‌‌ ଦେବାରୁ ନର୍ସଙ୍କ ତଣ୍ଟି ଚିପିଲେ ଡାକ୍ତର

ଭୁଲ୍‌ ସମୟରେ ଇଞ୍ଜେକ୍‌ଶନ୍‌‌ ଦେବାରୁ ନର୍ସଙ୍କ ତଣ୍ଟି ଚିପିଲେ ଡାକ୍ତର

ଓ୍ବାଶିଂଟନ୍‌,୨୫।୧: ଆମେରିକାରେ ଜଣେ ଭାରତୀୟ ସର୍ଜନ ତାଙ୍କ ପାଖରେ କାର୍ଯ୍ୟରତ ଥିବା ନର୍ସଙ୍କ ତଣ୍ଟି ଚିପିବା ଘଟଣା ଏବେ ସାମ୍ନାକୁ ଆସିଛି। ଉକ୍ତ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିବା ଜଣେ ରୋଗୀଙ୍କୁ ଭୁଲ୍‌ ସମୟରେ ଇଞ୍ଜେକ୍‌ଶନ୍‌‌ ଦେବାରୁ ଡାକ୍ତର ନର୍ସଙ୍କ ତଣ୍ଟି ଚିପି ଦେଇଥିଲେ। ଫଳରେ ନର୍ସ ଜଣଙ୍କ ଗଳାରେ କଷ୍ଟ ଅନୁଭବ କରିବା ସହ ଅଣନିଶ୍ୱାସୀ ହୋଇଯାଇଥିଲେ।

‘ସେଭ୍‌ ଦ ଚିଲ୍‌ଡ୍ରେନ୍‌’ କାର୍ଯ୍ୟକ୍ରମ ଆକ୍ରମଣରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

‘ସେଭ୍‌ ଦ ଚିଲ୍‌ଡ୍ରେନ୍‌’ କାର୍ଯ୍ୟକ୍ରମ ଆକ୍ରମଣରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

କାବୁଲ,୨୫।୧: ଆଫଗାନିସ୍ତାନରେ ‘ସେଭ୍‌ ଦ ଚିଲ୍‌ଡ୍ରେନ୍‌’ କାର୍ଯ୍ୟକ୍ରମ ଆକ୍ରମଣରେ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ବୁଧବାର ହୋଇଥିବା ଏହି ଆକ୍ରମଣରେ ଜଣେ ସୁରକ୍ଷାକର୍ମୀଙ୍କ ସମେତ ୪ ସହାୟତା ଏଜେନ୍ସି କର୍ମଚାରୀଙ୍କ ମୃତ୍ୟୁ ହୋଇଥିଲା। ଏବେ ସେଠାରେ ବାତାବରଣ ସ୍ଥିର ରହିଥିବା ବେଳେ ଏହି ଆକ୍ରମଣ ପାଇଁ ଇସ୍‌ଲାମିକ୍‌ ଷ୍ଟେଟ୍‌ ନିଜକୁ ଦାୟୀ କରିଛି।

ଯୌନ ଶୋଷଣ ଅପରାଧରେ ୧୭୫ ବର୍ଷ ଜେଲ୍‌

ଯୌନ ଶୋଷଣ ଅପରାଧରେ ୧୭୫ ବର୍ଷ ଜେଲ୍‌

ଓ୍ବାଶିଂଟନ୍‌,୨୫।୧: ଚିକିତ୍ସା ସମୟରେ ଅନେକ ଯୁବତୀଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଜିମ୍ନାଷ୍ଟିକ୍‌ ସହ ଜଡିତ ଥିବା ଜଣେ ଡାକ୍ତରଙ୍କୁ ୪୦ ରୁ ୧୭୫ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଛି। ଫଳରେ ଲୋରି ନାସର ନାମକ ଉକ୍ତ ବ୍ୟକ୍ତି ଜଣକ ସାରା ଜୀବନ ଜେଲର ଚାରିକାନ୍ଥ ଭିତରେ ରହିବେ ବୋଲି ସୂଚନା ମିଳିଛି।

ହାଫିଜ୍‌ଙ୍କୁ ସାମୟିକ ଆଶ୍ୱସ୍ଥି

ହାଫିଜ୍‌ଙ୍କୁ ସାମୟିକ ଆଶ୍ୱସ୍ଥି

ଲାହୋର/ନୂଆଦିଲ୍ଲୀ, ୨୪।୧: ଗିରଫ ହେବା ଭୟରେ ୨୬/୧୧ ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସୟିଦ ପାକିସ୍ତାନର ଲାହୋର ଉଚ୍ଚ ନ୍ୟାୟାଳୟରେ ଏକ ପିଟିଶନ ଦାଏର କରିଥିଲେ। ଭାରତ ଏବଂ ଆମେରିକା ଚାପରେ ପାକିସ୍ତାନ ସରକାର ତାଙ୍କୁ ଗିରଫ କରିପାରନ୍ତି ବୋଲି ସୂଚିତ କରିଥିଲେ। ସରକାରଙ୍କୁ ଏଭଳି କରିବାରୁ ରୋକାଯାଉ ବୋଲି ସୟିଦ୍‌ଙ୍କ ଓକିଲ ପିଟିଶନରେ ଉଲ୍ଲେଖ କରିଥିଲେ। ତେବେ ଏହାର ବିଚାର କରି ହାଇକୋର୍ଟ ପରବର୍ତ୍ତୀ ନିର୍ଦ୍ଦେଶ ନ ମିଳିବା ପର୍ଯ୍ୟନ୍ତ ହାଫିଜ୍‌ଙ୍କ ବିରୋଧରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ସୂଚିତ କରିଛନ୍ତି।

ସିରିୟାରେ ୪୦ ମାସ ମଧ୍ୟରେ ୧୦ହଜାର ମୃତ

ସିରିୟାରେ ୪୦ ମାସ ମଧ୍ୟରେ ୧୦ହଜାର ମୃତ

ଡାମାସ୍‌କସ୍‌,୨୪।୧: ଆତଙ୍କବାଦୀ ସଂଗଠନ(ଆଇଏସ୍‌)ର ପ୍ରାଦୁର୍ଭାବକୁ ସିରିୟାରୁ ଶେଷ କରିବା ପାଇଁ ଆମେରିକା ପଦକ୍ଷେପ ଦ୍ୱାରା ୧୦ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମଧ୍ୟରେ ୨,୮୧୫ ଜଣ ବେସାମରିକ ବ୍ୟକ୍ତି, ୬୫୫ଶିଶୁ ଓ ୭,୩୯୬ ଆତଙ୍କବାଦୀ ସାମିଲ ଅଛନ୍ତି।

 ଲିବ୍ୟାରେ ଦୁଇ କାର୍‌ବୋମା ବିସ୍ଫୋରଣ: ୩୪ ମୃତ

ଲିବ୍ୟାରେ ଦୁଇ କାର୍‌ବୋମା ବିସ୍ଫୋରଣ: ୩୪ ମୃତ

ବେଙ୍ଘାଜି, ୨୪।୧: ଲିବ୍ୟାର ବେଙ୍ଘାଜିଠାରେ ଦୁଇଟି କାର୍‌ବୋମା ବିସ୍ଫୋରଣରେ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ଏହାସହ ୩୦ଜଣ ଗୁରୁତର ଆହତ ହୋଇଛନ୍ତି। ପ୍ରକାଶ ଯେ, ସହରର ମଝିରେ ଥିବା ଏକ ମସ୍‌ଜିଦ୍‌ ବାହାରେ ପ୍ରଥମ ବିସ୍ଫୋରଣ ଘଟିଥିଲା।

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଆତଙ୍କବାଦ ଓ ଜଳବାୟୁ ପରିବର୍ତ୍ତନ ବିଶ୍ୱ ପାଇଁ ସୃଷ୍ଟି କରିଛି ଆହ୍ବାନ

ଡାଭୋସ୍‌, ୨୩।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁଇଜରଲାଣ୍ଡର ଡାଭୋସ୍‌ରେ ଅନ୍ତର୍ଜାତୀୟ ବ୍ୟବସାୟିକ ପରିଷଦ ଉଦ୍‌ଘାଟନୀ ଉତ୍ସବରେ ମଙ୍ଗଳବାର ନିଜ ବକ୍ତବ୍ୟ ରଖିଛନ୍ତି।

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଆମେରିକାରେ ଭୂକମ୍ପ: ସୁନାମୀ ଚେତାବନୀ

ଓ୍ବାଶିଂଟନ,୨୩।୧: ଆମେରିକାର ଆଲାସ୍କା ଉପକୂଳରେ ମଙ୍ଗଳବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭୂବିଜ୍ଞାନିଙ୍କ ସର୍ଭେ ଅନୁଯାୟୀ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୨ ରହିଛି। ଏହାକୁ ଦେଖି ତୁରନ୍ତ ସୁନାମୀ ଚେତାବନୀ ଦିଆଯାଇଛି। ଆଲାସ୍କାର କିଛି ଅଂଶ ଓ କାନାଡାରେ ଏନେଇ ସତର୍କ ସୂଚନା ଦିଆଯାଇଛି।

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ବୟସ ୭ ବର୍ଷ, କାମ ହୋମ୍‌ ଡେଲିଭରି

ପେଇଚିଙ୍ଗ,୨୩।୧: ସୋସିଆଲ ମିଡିଆରେ ଏବେ ଜଣେ ୭ ବର୍ଷ ପିଲାର ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଛୋଟ ପିଲାଟି ଘର ଘର ବୁଲି ଜିନିଷ ବିତରଣ କରୁଛି। ଯେଉଁ ବୟସରେ ସ୍କୁଲ ବ୍ୟାଗ୍‌ କାନ୍ଧରେ ପକାଇବା କଥା ସେ ବୟସରେ ଶିଶୁଟି ବିଭିନ୍ନ ଜିନିଷର ବୋଝ ବୋହି ହୋମ୍‌ ଡେଲିଭରି ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

ସୀମାରେ ପାକ୍‌ ସେନା ମୁଖ୍ୟ

ସୀମାରେ ପାକ୍‌ ସେନା ମୁଖ୍ୟ

ଇସଲାମାବାଦ,୨୩।୧: ଭାରତ ପାକିସ୍ତାନ ମଧ୍ୟରେ ଚାଲିଥିବା ଗୁଳିଗୋଳା ବିନିମୟରେ ଅଶାନ୍ତି ଲାଗି ରହିଛି। ଇତି ମଧ୍ୟରେ ପାକ୍‌ ସେନା ମୁଖ୍ୟ ଜେନେରାଲ୍‌ କମର ଜାବେଦ୍‌ ବାଜଓ୍ବା ସୀମାରେ ମୁତୟନ ଥିବା ପାକ୍‌ ସେନାଙ୍କୁ ଭେଟିଛନ୍ତି।

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ଫିଲିପାଇନ୍ସର ସର୍ବାଧିକ ସକ୍ରିୟ ଜ୍ୱାଳାମୁଖୀ

ମାନିଲା,୨୩।୧: ଫିଲିପାଇନ୍ସର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମାଉଣ୍ଟ ମେୟନ୍‌ ପାହାଡ଼ରେ ସୋମବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି। ଏହାର ପ୍ରଭାବରେ ଆକାଶକୁ ବହୁ ପରିମାଣର ଧୂଆଁ ଓ ପାଉଁଶ ଉଠୁଥିବା ଦେଖିବାକୁ ମିଳିଥିଲା। ସମୁଦ୍ର ପତ୍ତନଠାରୁ ଏହା ୨୪୬୨ ମିଟର ଉଚ୍ଚରେ ଅବସ୍ଥିତ।

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ଚାଇନା ତିଆରି କରିବ ନିଜସ୍ବ ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ୍‌

ବେଜିଂ,୨୩।୧: ଚାଇନା ସେନ୍‌ଜେନ୍‌ରେ ଏକ ନିଜସ୍ବ ପାଣିକୂଳ କାଦୁଅ ପଙ୍କରେ ମାଟି ଉପରକୁ ଚେର କାଢି ବଢୁଥିବା ଗ୍ରୀଷ୍ମମଣ୍ଡଳୀୟ ଗଛର ସଂଗ୍ରହାଳୟ (ମ୍ୟାନଗ୍ରୁଭ୍‌ ମ୍ୟୁଜିୟମ)ତିଆରି କରିବ।

 ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଆମେରିକା ଉପରେ ଆଣବିକ ଆକ୍ରମଣ କରିବ ଉତ୍ତରକୋରିଆ: ସିଆଇଏ

ଓ୍ବାଶିଂଟନ, ୨୩।୧: ଆମେରିକା ଉପରେ ଆଗାମୀ କିଛି ମାସ ମଧ୍ୟରେ ଉତ୍ତରକୋରିଆ ଆଣବିକ ଆକ୍ରମଣ କରିବାର ଆଶଙ୍କା ରହିଛି। ଏ ସମ୍ପର୍କରେ ଆମେରିକା ସେଣ୍ଟ୍ରାଲ ଇଣ୍ଟେଲଜେନ୍ସ ଏଜେନ୍ସି(ସିଆଇଏ) ପକ୍ଷରୁ ସୂଚିତ କରାଯାଇଛି।

 ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ପାକିସ୍ତାନ ଉପରେ ବଢ଼ିଲା ଆମେରିକା ଚାପ

ଓ୍ବାଶିଂଟନ, ୨୩।୧: ଆଫଗାନୀସ୍ଥାନ କାବୁଲର ହୋଟେଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନ ଉପରେ ଆମେରିକାର ଚାପ ବଢ଼ିବାରେ ଲାଗିଛି।

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

କଲମ୍ବିଆ ଭୂସ୍ଖଳନ: ୧୩ ମୃତ

ବୋଗୋଟା,୨୨।୧: କଲମ୍ବିଆରେ ହୋଇଥିବା ଭୂସ୍ଖଳନରେ ଏକ ବସ୍‌ ଖାଲ ମଧ୍ୟକୁ ଖସି ପଡିବା ଫଳରେ ଜଣେ ଶିଶୁ ସମେତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଘଟଣାଟି ତୁକେରେସ୍‌ ସହର ନିକଟ ବାଲେ ଅଞ୍ଚଳରେ ଘଟିଛି।

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ଚାଇନା ନୌସେନାରେ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନ ସାମିଲ

ବେଜିଂ, ୨୨।୧: ଚାଇନା ନୌସେନାରେ ଅତ୍ୟାଧୁନିକ ଇଲୋକ୍ଟ୍ରନିକ୍ସ୍‌ ଯୁଦ୍ଧବିମାନକୁ ସାମିଲ୍‌ କରାଯାଇଛି। ଏହାଦ୍ୱାରା ନୌସେନାର ଶକ୍ତି ବୃଦ୍ଧି ପାଇବ ବୋଲି ଚାଇନା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୋମବାର ସୂଚିତ କରାଯାଇଛି

ଜାତିସଂଘ ସଦସ୍ୟ ଅପହୃତ

ଜାତିସଂଘ ସଦସ୍ୟ ଅପହୃତ

କାବୁଲ, ୨୨।୧: ଜଣେ ଜାତିସଂଘ ମହିଳା ସଦସ୍ୟ ଏବଂ ତାଙ୍କ ଝିଅଙ୍କୁ ଆଫଗାନୀସ୍ତାନ କାବୁଲର ଖୈର କାହାନ୍‌ଠାରୁ ଅପହରଣ କରି ନିଆଯାଇଛି। ସଦସ୍ୟ ଜଣଙ୍କ ତାଙ୍କ ଝିଅକୁ ସୋମବାର ସ୍କୁଲରେ ଛାଡିବାକୁ ଯାଉଥିବା ବେଳେ ଏପରି ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ରୋହିଙ୍ଗ୍ୟାଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ: ବାଂଲାଦେଶ

ଢ଼ାକା, ୨୨।୧: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ସ୍ବଦେଶ ଫେରିବା ବିଳମ୍ବ ହେବ ବୋଲି ବଂଲାଦେଶ କହିଛି। ଏହା ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାର ସମ୍ଭାବନା ରହିଛି।

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଆଫଗାନୀସ୍ତାନରେ ସୈନ୍ୟ ସଂଖ୍ୟା ବଢ଼ାଇବ ଆମେରିକା

ଓ୍ବାଶିଂଟନ, ୨୨।୧: ଆଫଗାନୀସ୍ତାନରେ ଆମେରିକା ଆତଙ୍କବାଦୀ ବିରୋଧରେ ସଂଗ୍ରାମ ଜାରି ରଖିଛି। ଏହି ମର୍ମରେ ଅଧିକ ଏକ ହଜାର ସୈନ୍ୟ ସେଠାକୁ ପଠାଇବା ଆମେରିକା ଯୋଜନା କରିଛି ।

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ ଟ୍ରେନ୍‌ ଦୁର୍ଘଟଣା: ୧୨ ଆହତ

ସିଡ୍‌ନୀ,୨୨।୧: ଅଷ୍ଟ୍ରେଲିଆ ସିଡ୍‌ନୀର ଉତ୍ତର-ପଶ୍ଚିମ ଅଞ୍ଚଳରେ ଥିବା ରିଚମଣ୍ଡଠାରେ ସୋମବାର ସକାଳେ ଏକ ଟ୍ରେନ୍‌ ଦୁର୍ଘଟଣା ହେବା ଫଳରେ ପାଖାପାଖି ୧୨ ଜଣ ଆହତ ହୋଇଛନ୍ତି।