ଅନ୍ତର୍ଜାତୀୟ

 ନିଶାମୁକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ: ୨୪ ମୃତ

ନିଶାମୁକ୍ତି କେନ୍ଦ୍ରରେ ଅଗ୍ନିକାଣ୍ଡ: ୨୪ ମୃତ

ବାକୁ, ୨।୩ : ଅଜରବୈଜାନ୍‌ ବାକୁସ୍ଥିତ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଗୁରୁତର ଆହତ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ୩୧ଜଣଙ୍କୁ ଉଦ୍ଧାର କରାଯାଇଛି। ଅଗ୍ନିକାଣ୍ଡ ସମୟରେ ନିଶାମୁକ୍ତି କେନ୍ଦ୍ରରେ ୫୫ଜଣ ଥିଲେ ବୋଲି କୁହାଯାଉଛି।

କାର୍‌ ବୋମା ବିସ୍ଫୋରଣ: ଜଣେ ମୃତ, ୪ ଆହତ

କାର୍‌ ବୋମା ବିସ୍ଫୋରଣ: ଜଣେ ମୃତ, ୪ ଆହତ

କାବୁଲ, ୨।୩ : ଆଫଗାନୀସ୍ତାନ କାବୁଲରେ ଏକ କାର୍‌ ବୋମା ବିସ୍ଫୋରଣରେ ଜଣେ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୪ଜଣ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ କାବୁଲର କ୍ୱାବିଲ୍‌ ବାଏ ସ୍ଥିତ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କାର ବୋମା ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ଯୋଗୁ ନିକଟରେ ଥିବା ଅନେକ ଘର ଭାଙ୍ଗିରୁଜି ଯାଇଛି। ଏନେଇ ତଦନ୍ତ ଜାରି ରହିଛି।

ସିପିଇସିରେ କାମ କରୁଛନ୍ତି ଚାଇନା କଏଦୀ

ସିପିଇସିରେ କାମ କରୁଛନ୍ତି ଚାଇନା କଏଦୀ

ଇସଲାମାବାଦ,୧।୩: ଚାଇନା ପାକିସ୍ତାନ ଇକନୋମିକ କରିଡର(ସିପିଇସି) ବିକାଶ ପରିଯୋଜନାରେ ପାକିସ୍ତାନ ଆସି କିଛି ଚାଇନା କଏଦୀ କାମ କରୁଥିବା ଜଣେ ପାକିସ୍ତାନୀ ସାଂସଦ ପ୍ରକାଶ କରିଛନ୍ତି।

ଦ୍ୱିତୀୟ ବିବାହ କଲେ ମିଳିବ ଘର, ଭତ୍ତା

ଦ୍ୱିତୀୟ ବିବାହ କଲେ ମିଳିବ ଘର, ଭତ୍ତା

ଆବୁଧାବି,୧।୩: ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ସରକାର ଦ୍ୱିତୀୟ ବିବାହ କରୁଥିବା ବ୍ୟକ୍ତିମାନଙ୍କୁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି। ଖଲିଜ୍‌ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଏଠାରେ ଦିନକୁ ଦିନ ଅବିବାହିତ ଯୁବତୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁୁ ସରକାର ଦ୍ୱିତୀୟ ବିବାହ ପାଇଁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ଜଣାପଡିଛି। ୟୁଏଇର ଅନ୍ତର୍ନିର୍ମାଣ ବିକାଶ ମନ୍ତ୍ରଣାଳୟ ତରଫରୁ ଆରମ୍ଭ କରାଯାଇଥିବା

କ୍ୱେଟାରେ ୬ ସୁରକ୍ଷାକର୍ମୀ ମୃତ

କ୍ୱେଟାରେ ୬ ସୁରକ୍ଷାକର୍ମୀ ମୃତ

କ୍ୱେଟା(ପାକିସ୍ତାନ),୧।୩: ପାକିସ୍ତାନର କ୍ୱେଟାରେ ଦୁଇଟି ଭିନ୍ନ ଭିନ୍ନ ଆକ୍ରମଣରେ ପ୍ରାୟ ୬ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ବ୍ରିଟେନ୍‌ ପାର୍ଲାମେଣ୍ଟ୍‌ କମିଟିକୁ ଭିଜା ମନାକଲା ମ୍ୟାନମାର୍‌

ବ୍ରିଟେନ୍‌ ପାର୍ଲାମେଣ୍ଟ୍‌ କମିଟିକୁ ଭିଜା ମନାକଲା ମ୍ୟାନମାର୍‌

ନାପିତ, ୨୮।୨: ରୋହିଙ୍ଗ୍ୟାଙ୍କ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆସୁଥିବା ବ୍ରିଟେନ୍‌ ପାର୍ଲାମେଣ୍ଟ କମିଟି ଦଳଙ୍କୁ ଭିଜା ଦେବାକୁ ମ୍ୟାନ୍‌ମାର୍‌ ମନା କରିଛି। ଏହି କମିଟି ବାଲାଂଦେଶ ଓ ମ୍ୟାନ୍‌ମାରରେ ସାମ୍ପ୍ରତିକ ସ୍ଥିତି ଅନୁଧ୍ୟାନ କରିବାକୁ ଗଠିତ କରାଯାଇଛି। ମ୍ୟାନ୍‌ମାରର ଏଭଳି ଆଭିମୁଖ୍ୟ ନେଇ ଜାତିସଂଘ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି।

ପପୁଆ ନିୟୁ ଗିନିରେ ଭୂକମ୍ପ

ପପୁଆ ନିୟୁ ଗିନିରେ ଭୂକମ୍ପ

ୟୋଗାୟାକର୍ତ୍ତା, ୨୮।୨: ପପୁଆ ନିୟୁ ଗିନିରେ ବୁଧବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୬.୪ ଥିଲା ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡିଛି। କେତେକ ଘର ଭାଙ୍ଗିରୁଜି ଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ତାଲିବାନ୍‌ ସହିତ ନିଃସର୍ତ୍ତ ଶାନ୍ତି ଆଲୋଚନା ପାଇଁ ଆଫଗାନୀସ୍ତାନ ଆଗ୍ରହୀ

ତାଲିବାନ୍‌ ସହିତ ନିଃସର୍ତ୍ତ ଶାନ୍ତି ଆଲୋଚନା ପାଇଁ ଆଫଗାନୀସ୍ତାନ ଆଗ୍ରହୀ

କାବୁଲ୍‌, ୨୮।୨: ତାଲିବାନ୍‌ ସହିତ ନିଃସର୍ତ୍ତ ଶାନ୍ତି ଆଲୋଚନା ପାଇଁ ଆଫଗାନୀସ୍ତାନ ଚାହୁଁଛି। ଏନେଇ ଆଫଗାନୀସ୍ତାନ ରାଷ୍ଟ୍ରପତି ଆଶରଫ୍‌ ଘାନୀ ବୁଧବାର ସୂଚନା ଦେଇଛନ୍ତି। ଆଫଗାନୀସ୍ତାନ ସୁରକ୍ଷା ଓ ରାଜନୈତିକ ସ୍ଥିତି ସମ୍ପର୍କିତ ଏକ ଆଲୋଚନା ଚକ୍ରରେ ସେ ଏହା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ପାକିସ୍ତାନ ସମେତ ୨୩ଟି ଦେଶର ପ୍ରତିନିଧି ଯୋଗଦେଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନ ତାଲିବାନକୁ ସହାୟତା କରୁଥିବା ନେଇ ଆଫଗାନୀସ୍ତାନ ଅଭିଯୋଗ କରିଆସୁଛି। ଆଫଗାନୀସ୍ତାନରେ ଜାରି ରହିଥିବା ଗୃହଯୁଦ୍ଧ ଯୋଗୁ ଦେଶର ଆର୍ଥିକ ସ୍ଥିତି ସଙ୍କଟ ଦେଇ ଗତି କରୁଛି। ଶୀଘ୍ର ଏହାର ସମାଧାନ ହେବା ଆବଶ୍ୟକ ବୋଲି ରାଷ୍ଟ୍ରପତି ଘାନୀ ସୂଚିତ କରିଛନ୍ତି।

 ସିରିଆ ଆତଙ୍କବାଦ ବିରୋଧୀ ଆକ୍ରମଣ: ରୁଷିଆ ଉପରେ ଚାପ ପକାଇଲା ଆମେରିକା

ସିରିଆ ଆତଙ୍କବାଦ ବିରୋଧୀ ଆକ୍ରମଣ: ରୁଷିଆ ଉପରେ ଚାପ ପକାଇଲା ଆମେରିକା

ଓ୍ବାଶିଂଟନ, ୨୮।୨: ସିରିଆରେ ଆତଙ୍କବାଦ ବିରୋଧୀ ଆକ୍ରମଣ ନ କରିବାକୁ ରୁଷିଆ ଉପରେ ଆମେରିକା ଚାପ ପକାଇଛି। ଆତଙ୍କବାଦୀ ଶିବିରଗୁଡିକ ଜନବସତି ମଧ୍ୟରେ ରହୁଥିବାରୁ ଏହାଦ୍ୱାରା ସାଧାରଣ ଜନତା ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଇତିମଧ୍ୟରେ ରୁଷିଆ ଯୁଦ୍ଧବିମାନ ବୋମାମାଡ଼ରେ ଦେଶର ଶହଶହ ଜନସାଧାରଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି। ବାସସ୍ଥାନ ଭାଙ୍ଗିରୁଜି ଯିବାରୁ ଅନେକ ଲୋକ ଖୋଲା ଆକାଶ ତଳେ ଅନାହରରେ ରହିଛନ୍ତି। ସେମାନଙ୍କ ପାଖରେ ଅତ୍ୟାବଶ୍ୟକ ସାମଗ୍ରୀ ପହିଞ୍ଚିପାରୁ ନ ଥିବାର ସଙ୍କଟ ବଢ଼ିବାରେ ଲାଗିଛି।

ପାପୁଆ ନିୟୁଗିନି ଭୂକମ୍ପରେ ୩୧ ମୃତ ୩ଶହରୁ ଊର୍ଦ୍ଧ୍ୱ ଆହତ

ପାପୁଆ ନିୟୁଗିନି ଭୂକମ୍ପରେ ୩୧ ମୃତ ୩ଶହରୁ ଊର୍ଦ୍ଧ୍ୱ ଆହତ

ଓ୍ବାଲିଂଟନ,୨୭।୨: ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଅବସ୍ଥିତ ପାପୁଆ ନିୟୁଗିନିରେ ସୋମବାର ହୋଇଥିବା ଭୁକମ୍ପରେ ଏପର୍ଯ୍ୟନ୍ତ ୩୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ସୂଚନା ମିଳିଛି।

ଚାଇନାର ଓବିଓଆର୍‌ ପ୍ରକଳ୍ପ: ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅସହଯୋଗ

ଚାଇନାର ଓବିଓଆର୍‌ ପ୍ରକଳ୍ପ: ପାଶ୍ଚାତ୍ୟ ରାଷ୍ଟ୍ରଙ୍କ ଅସହଯୋଗ

ହଂକ, ୨୭।୨: ଚାଇନା ପକ୍ଷରୁ ଆରମ୍ଭ କରାଯାଇଥିବା ଓ୍ବାନ୍‌ ବେଲ୍ଟ ଓ୍ବାନ୍‌ ରୋଡ୍‌(ଓବିଓଆର୍‌) ପ୍ରକଳ୍ପକୁ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ସମର୍ଥନ କରୁ ନ ଥିବା ଜଣାପଡିଛି। ଚାଇନାର ଏହି ପ୍ରକଳ୍ପ ପାଶ୍ଚାତ୍ୟ ରାଷ୍ଟ୍ର ପାଇଁ ଉପଯୋଗୀ ସାବ୍ୟସ୍ତ ହେବ ନାହିଁ ବୋଲି ଜର୍ମାନୀ ଓ ଫ୍ରାନ୍ସ ସୂଚିତ କରିଛନ୍ତି। ଇତିମଧ୍ୟରେ ବ୍ରିଟେନ୍‌ ମଧ୍ୟ ଏହି ପ୍ରକଳ୍ପକୁ ପସନ୍ଦ କରୁ ନ ଥିବା ଜଣାପଡିଛି। ଅଷ୍ଟ୍ରେଲିଆ, ଜାପାନ ଓ ଭାରତ ଓବିଓଆର୍‌ ଭଳି ଅନ୍ୟ ଅନ୍ତର୍ଜାତୀୟ ପ୍ରକଳ୍ପ ବିଷୟରେ ଯୋଜନା ପ୍ରସ୍ତୁତ କରୁଛନ୍ତି।

ପାସ୍ତୁନ୍‌ ଗଣହତ୍ୟା ପଛରେ ପାକିସ୍ତାନ ସେନାର ହାତ

ପାସ୍ତୁନ୍‌ ଗଣହତ୍ୟା ପଛରେ ପାକିସ୍ତାନ ସେନାର ହାତ

ଓ୍ବାଶିଂଟନ, ୨୭।୨: ପାକିସ୍ତାନ ଖାଇବର ପକହତୁନଖଓ୍ବା ପ୍ରଦେଶରେ ପାସ୍ତୁନ ଗଣହତ୍ୟା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର। ପାକିସ୍ତାନ ସେନା ତାଲିବାନ ଆତଙ୍କବାଦୀଙ୍କ ସହାୟତାରେ ଏହା କରୁଥିବା ଫ୍ରି କରାଚି ଅଭିଯାନର ମୁଖପାତ୍ର ନଦିମ୍‌ ନୁସରତ୍‌ ସୂଚିତ କରିଛନ୍ତି। ଏହି ଅଞ୍ଚଳରେ ପାସ୍ତୁନ୍‌ଙ୍କୁ ବେ’ ଘର କରାଯିବା ସହିତ ସେମାନଙ୍କ ଉପରେ ଅମାନୁଷିକ ଅତ୍ୟାଚାର କରାଯାଉଛି। ସରକାରୀ ସୁବିଧା ସୁଯୋଗ ସେମାନଙ୍କ ପାଖରେ ପହଞ୍ଚିପାରୁ ନ ଥିବା ନୁସରତ୍‌ ଅଭିଯୋଗ କରିଛନ୍ତି।

ସୌଦି ସେନାରେ ସାମିଲ ହେବେ ମହିଳା

ସୌଦି ସେନାରେ ସାମିଲ ହେବେ ମହିଳା

ରିୟାଦ୍‌, ୨୭।୨: ସୌଦି ସେନାରେ ମହିଳାମାନଙ୍କୁ ସାମିଲ କରାଯିବ। ଏନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ସେନାରେ ଯୋଗଦେବାକୁ ଚାହୁଁଥିବା ମହିଳା ଆସନ୍ତା ଗୁରୁବାର ସୁଦ୍ଧା ଆବେଦନ କରିବାକୁ ସରକାରୀ ସୂଚନା ପ୍ରକାଶ ପାଇଛି। ରିୟାଦ୍‌, ମକ୍କା, ଅଲ୍‌-କ୍ୱାସିମ୍‌ ଏବଂ ମଦିନା ପ୍ରାନ୍ତର ୨୫ ବର୍ଷରୁ ୩୫ ବର୍ଷ ବୟସ୍କ ମହିଳା ଏଥିପାଇଁ ଆବେଦନ କରିପାରିବେ। ଏଥିପାଇଁ ଶିକ୍ଷାଗତ ଯୋଗ୍ୟତା ହାଇସ୍କୁଲ ଡିପ୍ଲୋମା ରହିଛି।

ରୁଷ ବିକଶିତ କଲା ମାନବ ବିହୀନ ଲକ୍ଷ୍ୟଭେଦି ଜ୍ଞାନ କୌଶଳ

ରୁଷ ବିକଶିତ କଲା ମାନବ ବିହୀନ ଲକ୍ଷ୍ୟଭେଦି ଜ୍ଞାନ କୌଶଳ

ମସ୍କୋ,୨୭।୨: ରୁଷ ମାନବ ବିହୀନ ଲକ୍ଷ୍ୟଭେଦି ଜ୍ଞାନ କୌଶଳ ବିକାଶ କରିବା କାମ ଆରମ୍ଭ କରିଥିବା ଏହାର ପ୍ରତିରକ୍ଷା ମନ୍ତ୍ରଣାଳୟ ସୂଚନା ଦେଇଛି।

ସିରିଆରେ ଆମେରିକାର ବୋମାମାଡ଼: ସଂଘର୍ଷ ବନ୍ଦ ପାଇଁ ରୁଷିଆ ସହ ଫ୍ରାନ୍ସ, ଜର୍ମାନୀ ସାମିଲ

ସିରିଆରେ ଆମେରିକାର ବୋମାମାଡ଼: ସଂଘର୍ଷ ବନ୍ଦ ପାଇଁ ରୁଷିଆ ସହ ଫ୍ରାନ୍ସ, ଜର୍ମାନୀ ସାମିଲ

ଦାମାସ୍କସ୍‌, ୨୭।୨: ସିରିଆରେ ଆମେରିକା ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରଖିଛି। ଆମେରିକା ଯୁଦ୍ଧବିମାନର ବୋମାମାଡ଼ରେ ସିରିଆର ୨୫ରୁ ଅଧିକ ସାଧାରଣ ଜନତାଙ୍କ ମୃତ୍ୟୁ ଘଟିବା ସହିତ ଅନେକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ଛୋଟ ପିଲା ରହିଥିବା କୁହାଯାଉଛି। ସାଧାରଣ ଜନତା ରହୁଥିବା ଅଞ୍ଚଳରେ ଆତଙ୍କବାଦୀ ଶିବିର ଥିବାରୁ ଏପରି ଅଘଟଣ ଘଟୁଥିବା ସ୍ଥାନୀୟ ପ୍ରଶାସନ କହିଛି।

ବିଶ୍ୱଶାନ୍ତି ପାଇଁ ଆଣବିକ ନିରସ୍ତ୍ରୀକରଣ ଗୁରୁତ୍ୱପୂର୍ଣ୍ଣ

ବିଶ୍ୱଶାନ୍ତି ପାଇଁ ଆଣବିକ ନିରସ୍ତ୍ରୀକରଣ ଗୁରୁତ୍ୱପୂର୍ଣ୍ଣ

ଜେନେଭା, ୨୭।୨: ବିଶ୍ୱଶାନ୍ତି ପାଇଁ ଆଣବିକ ନିରସ୍ତ୍ରୀକରଣ ଗୁରୁତ୍ୱପୂର୍ଣ୍ଣ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଟ ଗ୍ୟୁଟେରସ୍‌ ସୂଚିତ କରିଛନ୍ତି। ଆଣବିକ ଅସ୍ତ୍ରଶସ୍ତ୍ର ବିଶ୍ୱର ମାନବ ସଭ୍ୟତା ପ୍ରତି ସବୁବେଳେ ବିପଦ ସୃଷ୍ଟି କରୁଛି। ତେଣୁ ପୃଥିବୀ ବାହାରେ ଥିବା ମହାଜାଗତିକ ଜ୍ଞାନ ସମ୍ପର୍କରେ ପ୍ରତିଟି ରାଷ୍ଟ୍ର ଆଗ୍ରହ ପ୍ରକାଶ କରିବା ଆବଶ୍ୟକ ବୋଲି ସେ ଆହ୍ବାନ ଦେଇଛନ୍ତି। ଏହାଦ୍ୱାରା ନୂତନ ଆଣବିକ ଅସ୍ତ୍ରଶସ୍ତ୍ର ନିର୍ମାଣ ଧାରା ବନ୍ଦ ହେବା ସହିତ ବିଶ୍ୱଶାନ୍ତି ପ୍ରୟାସ ତ୍ୱରାନ୍ବିତ ହୋଇପାରିବ।

ମହାତ୍ମାଙ୍କ ହସ୍ତାକ୍ଷର ଥିବା ବିରଳ ଫଟୋ ୧୦ ହଜାର ଡଲାରରେ ନିଲାମ

ମହାତ୍ମାଙ୍କ ହସ୍ତାକ୍ଷର ଥିବା ବିରଳ ଫଟୋ ୧୦ ହଜାର ଡଲାରରେ ନିଲାମ

ବୋଷ୍ଟନ, ୨୬।୨: ମହାତ୍ମା ଗାନ୍ଧୀଙ୍କ ହସ୍ତାକ୍ଷର ଥିବା ବିରଳ ଫଟୋ ୧୦ ହଜାର ଡଲାରରେ ନିଲାମ ହୋଇଛି। ଫଟୋରେ ମହାତ୍ମା ଓ ପଣ୍ଡିତ ମଦନ ମୋହନ ମାଲବ୍ୟ ଏକାଠି ଚାଲୁଥିବାର ଦୃଶ୍ୟ ଉତ୍ତୋଳିତ ହୋଇଛି। ଏହା ଉପରେ ଫାଉଣ୍ଟେନ୍‌ ପେନ୍‌ରେ କରାଯାଇଥିବା ମହାତ୍ମାଙ୍କ ହସ୍ତାକ୍ଷର ରହିଛି। ହସ୍ତାକ୍ଷରରେ ଏମ୍‌.କେ. ଗାନ୍ଧୀ ଲିଖିତ ହୋଇଛି। ୧୯୩୧ ସେପ୍ଟେମ୍ବରରେ ଲଣ୍ଡନରେ ହୋଇଥିବା ଦ୍ୱିତୀୟ ଗୋଲ ଟେବୁଲ ବୈଠକ ସମୟରେ ଏହି ଫଟୋ ଉତ୍ତୋଳିତ ହୋଇଥିଲା।

ପାକିସ୍ତାନ ମନ୍ତ୍ରୀଙ୍କୁ ଭାରତର ଆମନ୍ତ୍ରଣ

ପାକିସ୍ତାନ ମନ୍ତ୍ରୀଙ୍କୁ ଭାରତର ଆମନ୍ତ୍ରଣ

ନୂଆଦିଲ୍ଲୀ/ଇସଲାମାବାଦ,୨୬।୨: ଭାରତ-ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ବିଷୟରେ ସମସ୍ତଙ୍କୁ ଜଣା। ହେଲେ ଇତି ମଧ୍ୟରେ ପାକିସ୍ତାନ ବାଣିଜ୍ୟ ମନ୍ତ୍ରୀ ପରଭେଜ ମଲିକଙ୍କୁ ଭାରତ ନୂଆଦିଲ୍ଲୀ ଆସିବାକୁ ଆମନ୍ତ୍ରଣ କରିଛି।

ବ୍ରିଟେନ୍‌ରେ ବିସ୍ଫୋରଣ: ୪ ମୃତ

ବ୍ରିଟେନ୍‌ରେ ବିସ୍ଫୋରଣ: ୪ ମୃତ

ଲଣ୍ଡନ, ୨୬।୨: ବ୍ରିଟେନ୍‌ ଲିସେଷ୍ଟରରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭତ୍ତି କରାଯାଇଛି। ଆହତମାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଆଣବିକ ନିରସ୍ତ୍ରୀକରଣ: ଉତ୍ତରକୋରିଆ ସହିତ ଆଲୋଚନା ପାଇଁ ଆମେରିକା ଆଗ୍ରହୀ

ଆଣବିକ ନିରସ୍ତ୍ରୀକରଣ: ଉତ୍ତରକୋରିଆ ସହିତ ଆଲୋଚନା ପାଇଁ ଆମେରିକା ଆଗ୍ରହୀ

ଓ୍ବାଶିଂଟନ, ୨୬।୨: ଆଣବିକ ନିରସ୍ତ୍ରୀକରଣ ପାଇଁ ଉତ୍ତରକୋରିଆ ସହିତ ଆଲୋଚନା କରିବାକୁ ଆମେରିକା ଆଗ୍ରହୀ। ଉତ୍ତରକୋରିଆ କିପରି ଆଣବିକ ଅସ୍ତ୍ରଶସ୍ତ୍ର ପରୀକ୍ଷା କାର୍ଯ୍ୟକ୍ରମରୁ ଓହରିବ ଏହା ଆମେରିକାର ପ୍ରମୁଖ ଲକ୍ଷ୍ୟ ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ ସାରହ ହକିବ୍‌ ସାଣ୍ଡେରସ୍‌ ସୂଚିତ କରିଛନ୍ତି। ଇତିମଧ୍ୟରେ ଦକ୍ଷିଣକୋରିଆ ସହିତ ଉତ୍ତରକୋରିଆର ସମ୍ପର୍କରେ ସୁଧାର ଆସିଛି।

 ଆଇଏସ୍‌ରେ ଯୋଗଦେଇଥିବା ୧୬ ମହିଳାଙ୍କୁ ମୃତ୍ୟୁଦଣ୍ଡ

ଆଇଏସ୍‌ରେ ଯୋଗଦେଇଥିବା ୧୬ ମହିଳାଙ୍କୁ ମୃତ୍ୟୁଦଣ୍ଡ

ମୋସୁଲ୍‌, ୨୬।୨: ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିବା ଅଭିଯୋଗରେ ୧୬ ତୁର୍କୀ ମହିଳାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ଇରାକର ଏକ କୋର୍ଟ ଏହି ମାମଲାର ବିଚାର କରି ଦଣ୍ଡବିଧାନ କରିଛନ୍ତି। ଇରାକରେ ଅନେକ ତୁର୍କୀ ମହିଳା ଓ ଛୋଟ ପିଲା ରହିଛନ୍ତି। ସେମାନେ ଆଇଏସ୍‌କୁ ସମର୍ଥନ କରୁଥିବା ଅଭିଯୋଗ କରାଯାଉଛି।

କେନ୍ଦ୍ରୀୟ ଆମେରିକାରେ ଘୂର୍ଣ୍ଣିଝଡ଼: ୫ ମୃତ

କେନ୍ଦ୍ରୀୟ ଆମେରିକାରେ ଘୂର୍ଣ୍ଣିଝଡ଼: ୫ ମୃତ

ଓ୍ବାଶିଂଟନ, ୨୬।୨: କେନ୍ଦ୍ରୀୟ ଆମେରିକାରେ ଘୂର୍ଣ୍ଣିଝଡ଼ରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ ଘଟିଥିବା ଏହି ପ୍ରଳୟଙ୍କରୀ ଘୂର୍ଣ୍ଣିଝଡ଼ ଯୋଗୁ ଘଣ୍ଟାପ୍ରତି ୧୨୦ କିଲୋମିଟର ବେଗରେ ପବନ ବହିଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନେକ ଯାନବାହନ ଭାଙ୍ଗିରୁଜି ଯାଇଛି।

ପାପୁଆ ନିୟୁ ଗିନିରେ ଭୂକମ୍ପ

ପାପୁଆ ନିୟୁ ଗିନିରେ ଭୂକମ୍ପ

ଓ୍ବିଲିଂଟନ, ୨୬।୨: ପାପୁଆ ନିୟୁ ଗିନିରେ ସୋମବାର ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୫ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପ ଯୋଗୁ ସେଠାରେ ବିଦ୍ୟୁତ୍‌ ଯୋଗାଣ ସମେତ ଅନ୍ୟାନ୍ୟ ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ଏହି ଅଞ୍ଚଳରେ ଥିବା ସୁନାଖଣିକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରି ଦିଆଯାଇଛି।

ସ୍କୁଲ ଉପରେ ଆକ୍ରମଣ: ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ନିଖୋଜ

ସ୍କୁଲ ଉପରେ ଆକ୍ରମଣ: ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀ ନିଖୋଜ

ଦାପଚି,୨୬।୨: ବୋକୋ ହାରାମ ଆକ୍ରମଣ ଫଳରେ ନାଇଜେରିଆର ଉତ୍ତରପୂର୍ବରେ ଥିବା ଏକ ସ୍କୁଲରୁ ୧୦୦ରୁ ଅଧିକ ଛାତ୍ରୀ ନିଖୋଜ ହୋଇଥିବା ନାଇଜେରିଆ ସରକାରୀ ସୂତ୍ରରୁ ପ୍ରକାଶ।