ଅନ୍ତର୍ଜାତୀୟ

କୁଳଭୂଷଣଙ୍କ ନୂଆ ଭିଡିଓ ଜାରି କଲା ପାକିସ୍ତାନ

କୁଳଭୂଷଣଙ୍କ ନୂଆ ଭିଡିଓ ଜାରି କଲା ପାକିସ୍ତାନ

ଇସଲାମାବାଦ.୪।୧: ପାକିସ୍ତାନରେ ବନ୍ଦିଥିବା ଭାରତୀୟ କୁଳଭୂଷଣ ଯାଦବଙ୍କୁ ଭେଟିବାକୁ ଯାଇଥିବା ତାଙ୍କ ମା’ ଓ ପତ୍ନୀଙ୍କ ସାକ୍ଷାତକାରକୁ ନେଇ ଆଉ ଏକ ଭିଡିଓ ଜାରି କରାଯାଇଛି। ଗୁରୁବାର ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଏହି ଭିଡିଓ ଜାରି କରାଯାଇଛି।

ଉତ୍ତରକୋରିଆକୁ ଜାପାନର ପରାମର୍ଶ

ଉତ୍ତରକୋରିଆକୁ ଜାପାନର ପରାମର୍ଶ

ଟୋକିଓ,୪।୧: ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଉତ୍ତରକୋରିଆକୁ ପରାମର୍ଶ ଦେଇଛନ୍ତି। ଉତ୍ତରକୋରିଆ ଦେଶର ଲୋକଙ୍କ ବିକାଶକୁ ଦୃଷ୍ଟିରେ ରଖି ନିଜର କୂଟନୈତିକ ନୀତିରେ ପରିବର୍ତ୍ତନ ଆଣିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସିରିୟାରେ ରୁଷର ବିମାନ ଆକ୍ରମଣ: ୨୩ ମୃତ

ସିରିୟାରେ ରୁଷର ବିମାନ ଆକ୍ରମଣ: ୨୩ ମୃତ

ଦମିସ୍କ,୪।୧: ସିରିୟାର ରାଜଧାନୀ ଦମିସ୍କରେ ନିକଟରେ ରୁଷ ବିମାନ ଆକ୍ରମଣ କରିଛି। ଏଥିରେ ଅତି କମ୍‌ରେ ୨୩ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ପୂର୍ବ ଗୋତା ସହରରେ ଘଟିଛି, ଯାହା ବିଦ୍ରୋହୀଙ୍କ ଅଧୀନରେ ରହିଛି।

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌: ଜାତିସଂଘର ସ୍ବାଗତ

ଉତ୍ତରକୋରିଆ-ଦକ୍ଷିଣକୋରିଆ ହଟ୍‌ଲାଇନ୍‌: ଜାତିସଂଘର ସ୍ବାଗତ

ଜେନେଭା,୪।୧: ଦକ୍ଷିଣକୋରିଆ ସହିତ ହଟ୍‌ଲାଇନ୍‌ ବ୍ୟବସ୍ଥା ପୁଣି ସ୍ଥାପନ କରିବା ପାଇଁ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ ଉନ୍‌ ଦେଇଥିବା ମନ୍ତବ୍ୟକୁ ଜାତିସଂଘ ପକ୍ଷରୁ ସ୍ବାଗତ କରାଯାଇଛି।

ଆମେରିକାକୁ ପାକିସ୍ତାନର ଜବାବ: ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌

ଆମେରିକାକୁ ପାକିସ୍ତାନର ଜବାବ: ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌

ଇସଲାମାବାଦ୍‌,୪।୧: ଆମେରିକାକୁ ପାକିସ୍ତାନ କଡ଼ା ଜବାବ ଦେବା ସହିତ ଆଫଗାନୀସ୍ତାନ ଆକ୍ରମଣର ପର୍ଦ୍ଦାଫାଶ୍‌ କରିଛି। ପାକିସ୍ତାନ ବେସ୍‌ରୁ ଆଫଗାନୀସ୍ତାନ ଉପରେ ଆମେରିକା ୫୭,୮୦୦ଥର ଆକ୍ରମଣ କରିଥିଲା ବୋଲି ପାକିସ୍ତାନ ବୈଦେଶିକ ମନ୍ତ୍ରୀ ଖ୍ବାଜା ଆସିଫ୍‌ ସୂଚିତ କରିଛନ୍ତି।

ଫ୍ରାନ୍ସରେ ଘୂର୍ଣ୍ଣିଝଡ଼ ‘ଏଲିଏନର୍‌’ର ପ୍ରଭାବ: ୧ ମୃତ, ୧୫ ଆହତ

ଫ୍ରାନ୍ସରେ ଘୂର୍ଣ୍ଣିଝଡ଼ ‘ଏଲିଏନର୍‌’ର ପ୍ରଭାବ: ୧ ମୃତ, ୧୫ ଆହତ

ପ୍ୟାରିସ୍‌,୪।୧: ୟୁରୋପରେ ପ୍ରବାହିତ ହେଉଥିବା ଶୀତୁଆ ଝଡ ‘ଏଲିଏନର୍‌’ର ପ୍ରଭାବରେ ଜଣେ ୨୧ ବର୍ଷର ଯୁବକଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୧୫ ଜଣ ଆହତ ହୋଇଥିବା ସୂଚନା ମିଳିଛି। ବୁଧବାର ଏହି ଝଡରେ ଅନେକ କ୍ଷତି ଘଟିଛି।

ପାଲେଷ୍ଟାଇନ୍‌କୁ ଧମକ ଦେଲା ଆମେରିକା

ପାଲେଷ୍ଟାଇନ୍‌କୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୩।୧: ଜେରୁଜେଲମ୍‌କୁ ଆମେରିକା ଇସ୍ରାଏଲ୍‌ ରାଜଧାନୀ ଭାବେ ଘୋଷଣା କରିବା ଘଟଣାକୁ ପାଲେଷ୍ଟାଇନ୍‌ ପକ୍ଷରୁ ବିରୋଧ କରାଯାଇଥିଲା। ଏହାର ଜବାବରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ପାଲେଷ୍ଟାଇନ୍‌କୁ ଦିଆଯାଉଥିବା ଆର୍ଥିକ ଅନୁଦାନ ବନ୍ଦ ପାଇଁ ଧମକ ଦେଇଛନ୍ତି।

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୫ ମୃତ

ମର୍ମନ୍ତୁଦ ବସ୍‌ ଦୁର୍ଘଟଣା: ୨୫ ମୃତ

ଲିମା,୩।୧: ପେରୁ ରାଜଧାନୀ ଲିମା ନିକଟରେ ଥିବା ପାସାମାୟୋଠାରେ ଏକ ମର୍ମନ୍ତୁଦ ବସ୍‌ ଦୁର୍ଘଟଣାରେ ୨୫ ଜଣଙ୍କର ମୃତ୍ୟୁ ଘଟିଛି। ଏଥିରେ ଅନେକ ଆହତ ହୋଇଛନ୍ତି।

କିମ୍‌ଙ୍କୁ ଜବାବ ଦେଲେ ଟ୍ରମ୍ପ୍‌

କିମ୍‌ଙ୍କୁ ଜବାବ ଦେଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୩।୧: ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ କହିଥିଲେ ଯେ, ତାଙ୍କ ଟେବୁଲରେ ଆଣବିକ କ୍ଷେପଣାସ୍ତ୍ର ବଟନ ରହିଛି। ଏହାର ଉତ୍ତରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରି ସୂଚିତ କରିଛନ୍ତି ଯେ, ତାଙ୍କ ଟେବୁଲରେ ମଧ୍ୟ ସବୁବେଳେ ଆଣବିକ କ୍ଷେପଣାସ୍ତ୍ର ବଟନ ରହୁ

ଭୂସ୍ଖଳନ: ୪ ମୃତ

ଭୂସ୍ଖଳନ: ୪ ମୃତ

ସିୟଲହଟ,୩।୧: ବାଂଲାଦେଶ ସିୟଲହଟର ଗୋଓ୍ବାନିଘାଟ ଉପାଜିଲାସ୍ଥିତ ଜାଫଲଙ୍ଗ୍‌ଠାରେ ଏକ ବେଆଇନ ପଥର ଖାଦାନରେ ଭୂସ୍ଖଳନ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଶ୍ରମିକ ଆହତ ହୋଇଛନ୍ତି।

 ଦକ୍ଷିଣକୋରିଆ ସହିତ ପୁଣି ହଟ୍‌ଲାଇନ୍‌ ଖୋଲିବ ଉତ୍ତରକୋରିଆ

ଦକ୍ଷିଣକୋରିଆ ସହିତ ପୁଣି ହଟ୍‌ଲାଇନ୍‌ ଖୋଲିବ ଉତ୍ତରକୋରିଆ

ସିଓଲ,୩।୧: ଦକ୍ଷିଣକୋରିଆ ସହିତ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ପାଇଁ ଉତ୍ତରକୋରିଆ ପ୍ରୟାସ ଆରମ୍ଭ କରିଛି। ଏନେଇ ଦୁଇଦେଶ ମଧ୍ୟରେ ପୁଣିଥରେ ହଟ୍‌ଲାଇନ୍‌ ଯୋଗଯୋଗ ଚ୍ୟାନେଲ ବ୍ୟବସ୍ଥା ଖୋଲିବା ପାଇଁ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ ବୁଧବାର ସୂଚିତ କରିଛନ୍ତି।

ଆଇନ ମନ୍ତ୍ରଣାଳୟରେ ନିଆଁ, ଜଳିଗଲା ଦରକାରୀ କାଗଜ ପତ୍ର

ଆଇନ ମନ୍ତ୍ରଣାଳୟରେ ନିଆଁ, ଜଳିଗଲା ଦରକାରୀ କାଗଜ ପତ୍ର

ଇସଲାମାବାଦ,୨।୧: ପାକିସ୍ତାନର ମିନିଷ୍ଟ୍ରି ଅଫ୍‌ ଲ ଆଣ୍ଡ ଜଷ୍ଟିସ୍‌ ବିଲ୍‌ଡିଙ୍ଗରେ ନିଆଁ ଲାଗିଯିବା ଫଳରେ ଅନେକ ଗୁରୁତ୍ୱପୁର୍ଣ୍ଣ କାଗଜ ପତ୍ର ପୋଡି ପାଉଁଶ ହୋଇ ଯାଇଛି।

ଆମେରିକା ଆକ୍ରମଣ: ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ

ଆମେରିକା ଆକ୍ରମଣ: ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ

ମୋଗାଦିଶୁ,୨।୧: ଆମେରିକା ଯୁଦ୍ଧ ବିମାନର ବୋମାମାଡ଼ରେ ସୋମାଲିଆରେ ୧୭ ଅଲ-ସବାବ୍‌ ଆତଙ୍କବାଦୀ ନିହତ ହୋଇଥିବା ସମ୍ପର୍କରେ ଆମେରିକା-ଆଫ୍ରିକା କମାଣ୍ଡ୍‌ ପକ୍ଷରୁ ସୂଚିତ କରାଯାଇଛି।

ଆମେରିକା ରାଷ୍ଟ୍ରଦୂତଙ୍କୁ ପାକିସ୍ତାନର ସମନ ଜାରି

ଆମେରିକା ରାଷ୍ଟ୍ରଦୂତଙ୍କୁ ପାକିସ୍ତାନର ସମନ ଜାରି

ଇସଲାମାବାଦ୍‌,୨।୧: ଆମେରିକା ଦେଇଥିବା ୨୫୫ ନିୟୁତ ଡଲାର ସାମରୀକ ଅନୁଦାନ ପାକିସ୍ତାନ ଆତଙ୍କବାଦ ବିରୋଧରେ ଖର୍ଚ୍ଚ ନ କରି ଥିବା ଦର୍ଶାଇ ସୋମବାର ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ଟୁଇଟ୍‌ କରିଥିଲେ।

ଦକ୍ଷିଣ କୋରିଆ ଆସନ୍ତା ସପ୍ତାହରେ ଉତ୍ତର କୋରିଆ ସହ କରିବ ଆଲୋଚନା

ଦକ୍ଷିଣ କୋରିଆ ଆସନ୍ତା ସପ୍ତାହରେ ଉତ୍ତର କୋରିଆ ସହ କରିବ ଆଲୋଚନା

ସିଓଲ,୨।୧: ଦକ୍ଷିଣ କୋରିଆ ଉତ୍ତର କୋରିଆ ସହ ଆସନ୍ତା ସପ୍ତାହରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରିବା ସୂଚନା ମିଳିଛି। ୨୦୧୮ରେ ଆୟୋଜିତ ହେବାକୁ ଥିବା ଓ୍ବିଣ୍ଟର ଅଲିମ୍ପିକରେ ପିୟୋଙ୍ଗୟାଙ୍ଗର ଭାଗିଦାରକୁ ନେଇ ଏହି ବୈଠକରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ରୋବର୍ଟ କରିବ ଉପଗ୍ରହର ମରାମତି ଓ ଶତ୍ରୁର ଦମନ

ଓ୍ବାଶିଂଟନ,୨।୧: ଆଧୁନିକ ଦୁନିଆ ବା ରୋବୋଟିକ୍‌ ଦୁନିଆକୁ ନେଇ ବୈଜ୍ଞାନିକମାନେ ଦିନରାତି କରି ଚାଲିଛନ୍ତି ଗବେଷଣା। ଏବେ ଆମେରିକା ଅନ୍ତରୀକ୍ଷ ଏଜେନ୍ସି (ନାସା) ଏମିତି ଏକ ରୋବର୍ଟ ତିଆରି କରିବାକୁ ଯାଉଛି ଯାହା ଉପଗ୍ରହର ମରାମତି କରିବାକୁ ସକ୍ଷମ ହେବ। ଖାଲି ସେତିକି ନୁହେଁ ଅନ୍ତରୀକ୍ଷରେ ଯୁଦ୍ଧ ପରିସ୍ଥିତି ଉପୁଜିଲେ ଶତ୍ରୁପକ୍ଷକୁ ଆଖି ପିଛୁଳାକେ ଧ୍ୱଂସ କରିଦେଇ ପାରିବ

ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ଦିଆଯିବ ସୁରକ୍ଷା: ପାକିସ୍ତାନ ଅଦାଲତ

ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ଦିଆଯିବ ସୁରକ୍ଷା: ପାକିସ୍ତାନ ଅଦାଲତ

ଇସଲାମାବାଦ,୨।୧: ଜଣେ ହିନ୍ଦୁ ବଳାତ୍କାର ପୀଡିତାଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ପାକିସ୍ତାନର ଦକ୍ଷିଣ ସିନ୍ଧ ଅଞ୍ଚଳରେ ଥିବା ଅଦାଲତ ପୋଲିସକୁ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ଉମେରକୋଟ ଜିଲାର କୁର୍ନି ଅଞ୍ଚଳରେ ଜଣେ ହିନ୍ଦୁ ମହିଳାଙ୍କୁ ଏକ ପ୍ରଭାବଶାଳୀ ପରିବାରର ବ୍ୟକ୍ତି ବଳାତ୍କାର କରିଥିଲେ।

ଆଫଗାନ ସେନା ଆକ୍ରମଣ: ୬୫ ଆଇଏସ୍‌ ମୃତ

ଆଫଗାନ ସେନା ଆକ୍ରମଣ: ୬୫ ଆଇଏସ୍‌ ମୃତ

କାବୁଲ,୨।୧: ଆଫଗାନ ସେନାଙ୍କ ଆକ୍ରମଣରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌)ର ଅତିକମ୍‌ରେ ୬୫ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର କାବୁଲର ପୂର୍ବ ଭାଗରେ ଥିବା ସହରରେ ଏହି ଆକ୍ରମଣ ହୋଇଛି। ହାସକା ମିନା ଜିଲାର ଗୋର୍ଗୋରେ ଓ ଓ୍ବଙ୍ଗାରା ଅଞ୍ଚଳରେ ଉଭୟ ଆକାଶ ମାର୍ଗରୁ ଓ ସ୍ଥଳ ପଥରେ ଏହି ଆକ୍ରମଣ ହୋଇଥିବା ସୂଚନା ଦେଇଛନ୍ତି ନଙ୍ଗାହାର ରାଜ୍ୟପାଳଙ୍କ ପ୍ରବକ୍ତା ଅତୁଲାହୋ ଖୋୟାନି।

ହିନ୍ଦ୍‌ ମହାସାଗରରେ ଚାଇନାର ସତର୍କ ନଜର

ହିନ୍ଦ୍‌ ମହାସାଗରରେ ଚାଇନାର ସତର୍କ ନଜର

ବେଜିଂ,୨।୧: ହିନ୍ଦ୍‌ ମହାସାଗରରେ ଥିବା ଜାହାଜ ଗୁଡିକର ସୁରକ୍ଷା ପାଇଁ ପାଣି ଭିତରେ ଚାଇନା ଏକ ନିରୀକ୍ଷଣ ନେଟଓ୍ବର୍କ ବିକଶିତ କରିଛି। ଏହା ସମୁଦ୍ର ପଥ ସହ ରାଷ୍ଟ୍ରକୁ ସୁରକ୍ଷା ଦେବାରେ ସହାୟକ ହେବ ବୋଲି କହିଛି ଚାଇନା।

ଚର୍ଚ୍ଚରେ ଆକ୍ରମଣ: ୨୧ ମୃତ

ଚର୍ଚ୍ଚରେ ଆକ୍ରମଣ: ୨୧ ମୃତ

ଲାଗୋସ୍‌,୨।୧: ନାଇଜେରିଆ ଓମୋକୁ ଅଞ୍ଚଳରେ ଥିବା ଏକ ଚର୍ଚ୍ଚରେ ଜଣେ ଆତତାୟୀଙ୍କ ଆଖିବୁଜା ଗୁଳି ଚାଳନାରେ ୨୧ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଚର୍ଚ୍ଚକୁ ପ୍ରାର୍ଥନା ପାଇଁ ଯାଉଥିବାବେଳେ ଏପରି ଘଟିଥିବା ସ୍ଥାନୀୟ ପୋଲିସ ମୁଖପାତ୍ର ଓମୋନି ନାମାଦି ସୂଚିତ କରିଛନ୍ତି।

ଜେଲ୍‌ରେ ମାଡ଼ପିଟ: ୯ ମୃତ

ଜେଲ୍‌ରେ ମାଡ଼ପିଟ: ୯ ମୃତ

ବ୍ରାଜିଲ୍‌,୨।୧: କେନ୍ଦ୍ରୀୟ ବ୍ରାଜିଲ୍‌ର ଏକ ଜେଲ୍‌ରେ କଏଦିଙ୍କ ମଧ୍ୟରେ ମାଡ଼ପିଟ ଘଟି ୯ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୪ ଜଣ ଆହତ ହୋଇଛନ୍ତି। ଜେଲ୍‌ରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ଯୋଗୁ ଏହି ହୋଇଥିବା ଅନୁମାନ କରାଯାଉଛି।

ଆଫଗାନିସ୍ତାନରେ ସମସ୍ତଙ୍କ ଜନ୍ମ ତାରିଖ ୧ ଜାନୁୟାରୀ

ଆଫଗାନିସ୍ତାନରେ ସମସ୍ତଙ୍କ ଜନ୍ମ ତାରିଖ ୧ ଜାନୁୟାରୀ

କାବୁଲ,୧।୧: ଆଫଗାନିସ୍ତାନ ନାଗରିକମାନଙ୍କ ଜନ୍ମତାରିଖ ୧ ଜାନୁୟାରୀ। ଏହା ପଛର ରହସ୍ୟ ହେଉଛି ଯେଉଁମାନେ ନିଜର ଜନ୍ମ ତାରିଖ ଜାଣି ନ ଥାନ୍ତି ସେମାନେ ସହଜରେ ମନେ ରଖିବା ପାଇଁ ନିଜର ଜନ୍ମ ତାରିଖକୁ ୧ ଜାନୁୟାରୀ ରଖିଥାନ୍ତି।

ଜେରୁଜେଲମ୍‌ ବିବାଦ: ଆମେରିକାରୁ ରାଷ୍ଟ୍ରଦୂତ ଫେରାଇ ଆଣିବ ପାଲେଷ୍ଟାଇନ୍‌

ଜେରୁଜେଲମ୍‌ ବିବାଦ: ଆମେରିକାରୁ ରାଷ୍ଟ୍ରଦୂତ ଫେରାଇ ଆଣିବ ପାଲେଷ୍ଟାଇନ୍‌

ଓ୍ବାଶିଂଟନ,୧।୧: ଆମେରିକାରୁ ରାଷ୍ଟ୍ରଦୂତ ଫେରାଇ ଆଣିବା ପାଇଁ ପାଲେଷ୍ଟାଇନ୍‌ ଚିନ୍ତା କରୁଛି ବୋଲି ବୈଦେଶିକ ବ୍ୟପାର ମନ୍ତ୍ରୀ ରିୟାଦ୍‌ ଉଲ୍‌ ମଲିକ୍‌ ସୂଚିତ କରିଛନ୍ତି।

ବେଲୁଚିସ୍ତାନ ବିସ୍ଫୋରଣ: ୮ଆହତ

ବେଲୁଚିସ୍ତାନ ବିସ୍ଫୋରଣ: ୮ଆହତ

ପାକିସ୍ତାନ,୧।୧: ବେଲୁଚିସ୍ତାନର ଚମନ ମଲ ରୋଡ୍‌ରେ ସୋମବାର ସକାଳେ ପୃଥକ୍‌ ପୃଥକ୍‌ ଦୁଇଟି ବିସ୍ଫୋରଣରେ ୨ ସୁରକ୍ଷା କର୍ମୀଙ୍କ ସମେତ ୮ଜଣ ଆହତ ହୋଇଛନ୍ତି। ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଥିବା ସ୍ପେଶାଲ ବ୍ରାଞ୍ଚ ଅଫିସ ନିକଟରେ ଏହି ବିସ୍ଫୋରଣ ଘଟିଛି।