ଅନ୍ତର୍ଜାତୀୟ

 ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

ସିଓଲ୍‌, ୯।୧: ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ମଙ୍ଗଳବାର ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇଦେଶର ଉଚ୍ଚ ଅଧିକାରୀ ଶାନ୍ତି ଗୃହରେ ଏନେଇ ଆଲୋଚନା ଜାରି ରଖିଛନ୍ତି।

ଭୂମଧ୍ୟସାଗରରେ ବୁଡିଲା ତସ୍କରୀ ବୋଟ୍‌: ୬୪ ମୃତ

ଭୂମଧ୍ୟସାଗରରେ ବୁଡିଲା ତସ୍କରୀ ବୋଟ୍‌: ୬୪ ମୃତ

ରୋମ୍‌, ୯।୧: ଭୂମଧ୍ୟସାଗରରେ ଏକ ତସ୍କରୀ ବୋଟ୍‌ ବୁଡି ଘଟଣାରେ ୬୪ ଜଣଙ୍କ ମୃତ୍ୟୁ ଘଟିଛି। ଲିବିୟାର ଡିଙ୍ଗେ ଅଞ୍ଚଳରୁ ଯାଉଥିବା ଏହି ବୋଟ୍‌ରେ ଆଫ୍ରିକାର ଅନୁପ୍ରବେଶକାରୀ ଥିବା କୁହାଯାଉଛି।

୨ଲକ୍ଷ ସାଲଭାଡୋରାନ୍‌ଙ୍କୁ ଦେଶାନ୍ତର କରିବ ଆମେରିକା

୨ଲକ୍ଷ ସାଲଭାଡୋରାନ୍‌ଙ୍କୁ ଦେଶାନ୍ତର କରିବ ଆମେରିକା

ଓ୍ବାଶିଂଟନ, ୯।୧: ଆମେରିକାରେ ୨୦୦୧ଠାରୁ ବସବାସ କରୁଥିବା ୨ ଲକ୍ଷ ଏଲ୍‌ ସଲଭାଡୋର ବାସିନ୍ଦାଙ୍କୁ ଦେଶାନ୍ତର କରାଯିବ। ଏନେଇ ଆମେରିକା ହୋମଲ୍ୟାଣ୍ଡ୍‌ ସୁରକ୍ଷା ସଚିବ କ୍ରିଷ୍ଟେନ୍‌ ଏମ୍‌. ନିଲସନ୍‌ ସୂଚିତ କରିଛନ୍ତି।

 ଆମେରିକା ପାକିସ୍ତାନକୁ ସହଯୋଗ କରିବା ଉଚିତ

ଆମେରିକା ପାକିସ୍ତାନକୁ ସହଯୋଗ କରିବା ଉଚିତ

ଇସଲାମାବାଦ୍‌, ୮।୧: ଆଫଗାନୀସ୍ତାନ ପ୍ରସଙ୍ଗରେ ଆମେରିକା ପାକିସ୍ତାନକୁ ସହଯୋଗ କରିବା ଆବଶ୍ୟକ। ଏନେଇ ପାକିସ୍ତାନ ରାଷ୍ଟ୍ରଦୂତ ଆଜିଜ୍‌ ଅହମ୍ମଦ୍‌ ଚୌଧୁରୀ ସୂଚିତ କରିଛନ୍ତି।

 ଜଳପଥରେ ହଜ୍‌ ଯାତ୍ରା: ସୌଦୀର ସବୁଜ ସଙ୍କେତ

ଜଳପଥରେ ହଜ୍‌ ଯାତ୍ରା: ସୌଦୀର ସବୁଜ ସଙ୍କେତ

ରିଆଦ୍‌, ୮।୧: ଜଳପଥରେ ହଜ୍‌ କରିବା ପାଇଁ ଭାରତୀୟ ହଜ୍‌ ଯାତ୍ରୀ ସୌଦୀ ଯିବା ଆଲୋଚନା ସଫଳ ହୋଇଛି। ଏନେଇ ସୌଦୀ ସବୁଜ ସଙ୍କେତ ଦେଇଥିବା ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଅବ୍ବାସ୍‌ ନକ୍‌ଭୀ ସୁଚିତ କରିଛନ୍ତି।

ଆମେରିକାରେ ବରଫ ଅଷ୍ଟ୍ରେଲିଆରେ ନିଆଁ

ଆମେରିକାରେ ବରଫ ଅଷ୍ଟ୍ରେଲିଆରେ ନିଆଁ

ଓ୍ବାଶିଂଟନ,୮।୧: ସିକାଗୋ ସମେତ ଉତ୍ତର ଆମେରିକାର ଅଧିକାଂଶ ଭାଗରେ ଏବେ ବରଫ ବର୍ଷା ଜାରି ରହିଛି। ତାପମାତ୍ରା ପହଞ୍ଚିଲାଣି ମାଇନସ ୫୦ ଡିଗ୍ରୀରେ। ନଦୀ, ହ୍ରଦ ସବୁଆଡେ ପାଣି ପାଲଟି ଗଲାଣି ବରଫ। ଉତ୍ତରଆମେରିକା ଏକ ପ୍ରକାର ଡିପ୍‌ ଫ୍ରିଜର୍‌ରେ ପରିଣତ ହେଲାଣି। ଆମେରିକାର ପାଖାପାଖି ୧୦ ଲକ୍ଷ ଲୋକ ଥଣ୍ଡାରେ ପ୍ରଭାବିତ ହୋଇଛନ୍ତି।

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି

ଇସଲାମାବାଦ,୮।୧: ଥିଙ୍କ୍‌ ଟାଙ୍କ (ଇନଷ୍ଟିଚ୍ୟୁଟ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌)ର ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ଆଇଏସ୍‌ ଉପସ୍ଥିତିରେ ବୃଦ୍ଧି ଘଟିଛି। ସେହିପରି ପାକିସ୍ତାନ ସିକ୍ୟୁରିଟି ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ହୋଇଥିବା ୬ଟି ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ଆଇଏସ୍‌ର ହାତଥିବା ଦାବି କରାଯାଇଛି।

ଆମେରିକାରେ ଶୁଭିଲା ‘ଚପଲ ଚୋର ପାକିସ୍ତାନ’

ଆମେରିକାରେ ଶୁଭିଲା ‘ଚପଲ ଚୋର ପାକିସ୍ତାନ’

ଓ୍ବାଶିଂଟନ୍‌,୮।୧: ଭାରତୀୟ-ଆମେରିକୀୟ ଓ ବେଲୁଚିସ୍ତାନୀୟଙ୍କ ଏକ ସମୂହ ସୋମବାର ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରି ପାକିସ୍ତାନକୁ ‘ଚପଲ ଚୋର’ ବୋଲି କହିଛନ୍ତି।

ଜେହାଦୀ ଶିବିରରେ ଆକ୍ରମଣ: ୨୩ ନିହତ

ଜେହାଦୀ ଶିବିରରେ ଆକ୍ରମଣ: ୨୩ ନିହତ

ବେରୁଟ୍‌, ୮।୧: ଉତ୍ତରପଶ୍ଚିମ ସିରିଆର ଇଡ୍‌ଲିବ୍‌ ସହରରେ ଥିବା ଏକ ଜେହାଦୀ ଶିବିରରେ ସୋମବାର ଆକ୍ରମଣ ହୋଇଛି। ଘଟଣାରେ ୭ ସାଧାରଣ ଲୋକଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

୧୪୭ ଧୀବରଙ୍କ ଘର ବାହୁଡ଼ା

୧୪୭ ଧୀବରଙ୍କ ଘର ବାହୁଡ଼ା

ଇସଲାମାବାଦ୍‌‌, ୭।୧: ପାକିସ୍ତାନ ୧୪୭ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି। ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।

ବିରୋଧ ପ୍ରଦର୍ଶନ କରି ଗିରଫ ହେଲେ ୧୧ ରାଜକୁମାର

ବିରୋଧ ପ୍ରଦର୍ଶନ କରି ଗିରଫ ହେଲେ ୧୧ ରାଜକୁମାର

ସୌଦୀ,୭।୧: ସୌଦୀ ଆରବର ରାଜକୁମାରମାନେ ରାଜ ଦରବାର ସାମନାରେ ବିରୋଧ ପ୍ରଦର୍ଶନ କରିବାରୁ ସେମାନଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ରାଜ ପରିବାରର ପାଣି ଓ ବିଜୁଳି ବିଲ୍‌ ସରକାରଙ୍କ ଦ୍ୱାରା ପୂର୍ବରୁ ପଇଠ କରାଯାଉଥିଲା।

 ସୌଦୀରେ ସଡ଼କ ଦୁର୍ଘଟଣା: ୮ ବାଲାଂଦେଶୀ ମୃତ

ସୌଦୀରେ ସଡ଼କ ଦୁର୍ଘଟଣା: ୮ ବାଲାଂଦେଶୀ ମୃତ

ବାଗଦାଦ୍‌, ୭।୧: ସୌଦୀ ଦକ୍ଷିଣ ଜିଜାନ୍‌ ପ୍ରଦେଶର ସାମତାହ ଓ ଅଲ-ହାରେଥ୍‌ ସହର ମଧ୍ୟବର୍ତ୍ତୀ ଅଞ୍ଚଳରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୮ଜଣ ବାଲାଂଦେଶୀଙ୍କ ମୃତ୍ୟୁ ଘଟିଛି।

କିମ୍‌ଙ୍କ ସହ ଆଲୋଚନା ପାଇଁ ଟ୍ରମ୍ପ୍‌ ଆଗ୍ରହୀ

କିମ୍‌ଙ୍କ ସହ ଆଲୋଚନା ପାଇଁ ଟ୍ରମ୍ପ୍‌ ଆଗ୍ରହୀ

ଓ୍ବାଶିଂଟନ, ୭।୧: ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗୁ ଉନ୍‌ଙ୍କ ସହିତ ଆଲୋଚନା ପାଇଁ ଆମେରିକା ରାଷ୍ଟ୍ରପ୍ରତି ଡୋନାଲ୍ଡ ଟ୍ରମ୍ପ୍‌ ଆଗ୍ରହୀ ଥିବା ସୂଚିତ କରିଛନ୍ତି। ଇତିମଧ୍ୟରେ ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ବୃଦ୍ଧି ହେବାର ପ୍ରୟାସ ଆରମ୍ଭ ହୋଇ

ଆତଙ୍କବାଦ ଦମନ ପ୍ରସଙ୍ଗ: ପାକିସ୍ତାନକୁ ଘେରିବେ ଚାଇନା, ଆମେରିକା

ଆତଙ୍କବାଦ ଦମନ ପ୍ରସଙ୍ଗ: ପାକିସ୍ତାନକୁ ଘେରିବେ ଚାଇନା, ଆମେରିକା

ଓ୍ବାଶିଂଟନ, ୭।୧: ଆତଙ୍କବାଦ ଦମନ ପ୍ରସଙ୍ଗରେ ପାକିସ୍ତାନକୁ ଘେରିବା ପାଇଁ ଆମେରିକା ଚାଇନାର ସହାୟତା ନେବା ପାଇଁ ଯୋଜନା କରିଛି। ପାକିସ୍ତାନକୁ ଚାଇନା ଆବଶ୍ୟକ ପରାମର୍ଶ ଦେବା ପାଇଁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସରକାର ସୂଚିତ କରିଛନ୍ତି

 ତୈଳ ଟ୍ୟାଙ୍କର- ଜାହାଜ ଧକ୍କା

ତୈଳ ଟ୍ୟାଙ୍କର- ଜାହାଜ ଧକ୍କା

ବେଜିଂ, ୭।୧: ପୂର୍ବ ଚାଇନା ସାଗରରେ ଏକ ତୈଳ ଟ୍ୟାଙ୍କର ଓ ଜାହାଜ ମଧ୍ୟରେ ଦୁର୍ଘଟଣା ଘଟିଛି। ତୈଳ ଟ୍ୟାଙ୍କରଟି ଇରାନର ଥିବାବେଳେ ଜାହାଜଟି ଚାଇନାର ବୋଲି ଜଣାପଡିଛି।

ଆତତାୟୀଙ୍କ ଆକ୍ରମଣ: ୧୩ ମୃତ

ଆତତାୟୀଙ୍କ ଆକ୍ରମଣ: ୧୩ ମୃତ

ସେନେଗାଲ, ୭।୧: ପଶ୍ଚିମ ଆଫ୍ରିକାର ଦକ୍ଷିଣ କାସାମାନ୍ସ୍‌ ଅଞ୍ଚଳରେ ଜଣେ ଆତତାୟୀଙ୍କ ଆକ୍ରମଣରେ ୧୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଆତତାୟୀ ଜଣକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆଖିବୁଜା ଗୁଳି ଚଳାଇବାରୁ ଏହା ଘଟିଥିବା ପୋଲିସ ସୂଚିତ କରିଛି।

ପାକିସ୍ତାନ ସରକାରଙ୍କ କଳା ତାଲିକାରେ ଜେୟୁଡି, ଏଫ୍‌ଆଇଏଫ୍‌

ପାକିସ୍ତାନ ସରକାରଙ୍କ କଳା ତାଲିକାରେ ଜେୟୁଡି, ଏଫ୍‌ଆଇଏଫ୍‌

ଇସଲାମାବାଦ,୬।୧: ଜମତ-ଉଦ୍‌-ଦାଓ୍ବା(ଜେୟୁଡି) ଓ ଫଲା-ଏ-ଇନ୍‌ସାନିୟତ୍‌ (ଏଫ୍‌ଆଇଏଫ୍‌)କୁ ପାକିସ୍ତାନ ଆଭ୍ୟନ୍ତର ମନ୍ତ୍ରଣାଳୟ କଳା ତାଲିକାଭୁକ୍ତ କରିଛନ୍ତି। ଏହି ତାଲିକାରେ ସାମିଲ ଥିବା ୭୨ଟି ଗ୍ରୁପ ମଧ୍ୟରେ ଜେୟୁଡି, ଏଫ୍‌ଆଇଏଫ୍‌ ସାମିଲ ଥିବା ଏକ ପ୍ରେସ୍‌ ରିଲିଜ୍‌ରେ ସୂଚନା ମିଳିଛି।

ବିମାନ ଆକ୍ରମଣରେ ୧୪ ଆଇଏସ୍‌ ଆତଙ୍କବାଦୀ ମୃତ

ବିମାନ ଆକ୍ରମଣରେ ୧୪ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୬।୧: ଆଫଗାନିସ୍ତାନର ଲଗମ୍ୟାନ୍‌ ଅଞ୍ଚଳରେ ବିମାନ ଆକ୍ରମଣରେ ଅତିକମରେ ୧୪ ଜଣ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ଆଲିଙ୍ଗର ଜିଲାର କଣ୍ଡଗୁଲ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଆକ୍ରମଣ ହୋଇଛି।

ଗୁପ୍ତରେ ବାହାହେଲେ ଇମ୍ରାନ୍‌

ଗୁପ୍ତରେ ବାହାହେଲେ ଇମ୍ରାନ୍‌

ଇସ୍‌ଲାମାବାଦ,୬।୧: ପାକିସ୍ତାନର ତେହରିକ-ଏ-ଇନ୍‌ସାଫ୍‌ର ମୁଖ୍ୟ ଇମ୍ରାନ୍‌ ଖାନ୍‌ ତୃତୀୟ ବିବାହ କରି ଏବେ ପୁଣିଥରେ ଚର୍ଚ୍ଚାରେ। ନୂଆବର୍ଷରେ ଇମ୍ରାନ୍‌ ଲାହୋରରେ ଲୁଚିଛପି ବିବାହ କରିଥିବା କୁହାଯାଉଛି।

ଚାଇନାରେ ବରଫଝଡ଼: ୧୩ ମୃତ, ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ଚାଇନାରେ ବରଫଝଡ଼: ୧୩ ମୃତ, ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ରଭାବିତ

ବେଜିଂ,୬।୧: ପୂର୍ବ ଚାଇନାର ଅନ୍‌ହୁଇ ଅଞ୍ଚଳରେ ଗତ ୩ ଦିନ ଧରି ଲାଗି ରହିଥିବା ବରଫଝଡ଼ରେ ଅତିକମ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଏଥିରେ ୧୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି।

ପାକିସ୍ତାନରେ ଚାଇନା କରିବ ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌

ପାକିସ୍ତାନରେ ଚାଇନା କରିବ ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌

ବେଜିଂ,୬।୧: ଜିବୌଟି ପରେ ଚାଇନା ପୁଣିଥରେ ପାକିସ୍ତାନରେ ତା’ର ଦ୍ୱିତୀୟ ବିଦେଶୀ ନାଭାଲ୍‌ ବେସ୍‌ ନିର୍ମାଣ କରିବାର ଯୋଜନା କରୁଛି। ପାକିସ୍ତାନର ଗଦ୍ୱାର ପୋର୍ଟ ନିକଟରେ ଚାଇନା ଏହି ନାଭାଲ୍‌ ବେସ୍‌ ପ୍ରତିଷ୍ଠା କରିବ ବୋଲି ସୂଚନା ମିଳିଛି।

ମୁକ୍ତ ହେଲେ ୧୪ ବାଂଲାଦେଶୀ ଶରଣାର୍ଥୀ

ମୁକ୍ତ ହେଲେ ୧୪ ବାଂଲାଦେଶୀ ଶରଣାର୍ଥୀ

ଢାକା,୫।୧: ଭାରତ ସରକାର ଶୁକ୍ରବାର ୨ ବର୍ଷ ଧରି ବନ୍ଦୀଥିବା ୧୪ ଜଣ ବାଂଲାଦେଶୀ ଶରଣାର୍ଥୀଙ୍କ ସମେତ ୫ ଜଣ ଶିଶୁଙ୍କୁ ମୁକ୍ତ କରିଛନ୍ତି। ଏମାନେ ବେଆଇନ ଭାବେ ଭାରତରେ ପ୍ରବେଶ କରିଥିବାରୁ ତାଙ୍କୁ ବନ୍ଦୀ ଜୀବନ କାଟିବାକୁ ପଡିଥିଲା

ହଟ୍‌-ଏୟାର୍‌ ବେଲୁନ୍‌ ଫାଟି ୧ ମୃତ ୧୨ ଆହତ

ହଟ୍‌-ଏୟାର୍‌ ବେଲୁନ୍‌ ଫାଟି ୧ ମୃତ ୧୨ ଆହତ

ଲକ୍ସର,୫।୧: ଇଜିପ୍ଟର ଲକ୍ସର ସହରରେ ୨୦ ଜଣ ପର୍ଯ୍ୟଟକଙ୍କୁ ନେଇ ଉଡୁଥିବା ଏକ ହଟ୍‌-ଏୟାର ବେଲୁନ ଫାଟିଯିବା ଫଳରେ ଜଣଙ୍କର ମୃତ୍ୟୁହେବା ସହ ଅନ୍ୟ ୧୨ ଜଣ ଆହତ ହୋଇଛନ୍ତି।

ସୁରକ୍ଷା ଚିନ୍ତା: ଦାଉଦ୍‌ ଯିବେ କେନ୍ଦ୍ରୀୟ ଆମେରିକା

ସୁରକ୍ଷା ଚିନ୍ତା: ଦାଉଦ୍‌ ଯିବେ କେନ୍ଦ୍ରୀୟ ଆମେରିକା

ଇସଲାମାବାଦ୍‌,୫।୧: ଭାରତର ମୋଷ୍ଟ ଓ୍ବାଣ୍ଟେଡ୍‌ ଅପରାଧୀ ଦାଉଦ୍‌ ଇବ୍ରାହିମ୍‌ କେନ୍ଦ୍ରୀୟ ଆମେରିକାକୁ ଯିବାପାଇଁ ଯୋଜନା କରୁଥିବା ଜଣାପଡିଛି। ଛୋଟା ସକିଲ୍‌ଙ୍କ ମୃତ୍ୟୁ ପରେ ଦାଉଦ୍‌ ଏବେ ପାକିସ୍ତାନରେ ରହିବାକୁ ପସନ୍ଦ କରୁ ନ ଥିବା କୁହାଯାଉଛି।