Dharitri News

ଅନ୍ତର୍ଜାତୀୟ

ପାକିସ୍ତାନ ଯାତ୍ରାକୁ ନେଇ ଆମେରିକା ନାଗରିକଙ୍କୁ ଚେତାବନୀ

ପାକିସ୍ତାନ ଯାତ୍ରାକୁ ନେଇ ଆମେରିକା ନାଗରିକଙ୍କୁ ଚେତାବନୀ

ଓ୍ବାଶିଂଟନ,୧୧।୧: ଜାରି ହେଲା ଆମେରିକାର ଟ୍ରାଭେଲ୍‌ ଆଡଭାଇଜରି। ବାରମ୍ବାର ଏଥିରେ ପରିବର୍ତ୍ତନ କରାଯାଉଥିବା ବେଳେ ଏଥର ଏଥିରେ ଭାରତକୁ ଲେଭଲ୍‌ ୨ ଓ ପାକିସ୍ତାନକୁ ଲେଭଲ ୩ ରେ ରଖିଛି ଆମେରିକା।

ନାବାଳିକାକୁ ବଳାତ୍କାର ଓ ହତ୍ୟା ପରେ ବଢିଲା ହିଂସା: ୨ ମୃତ

ନାବାଳିକାକୁ ବଳାତ୍କାର ଓ ହତ୍ୟା ପରେ ବଢିଲା ହିଂସା: ୨ ମୃତ

ଲାହୋର,୧୧।୧: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ୮ବର୍ଷର ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିବା ପରେ ହିଂସା ଉପୁଜିଛି। ପୋଲିସ ସହ ସ୍ଥାନୀୟ ଲୋକଙ୍କ ହିଂସା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

କେରମାନ୍‌ରେ ଭୂକମ୍ପ

କେରମାନ୍‌ରେ ଭୂକମ୍ପ

ତେହରାନ୍‌, ୧୧।୧: ଦକ୍ଷିଣ ପୂର୍ବ ଇରାନର କେରମାନ୍‌ ପ୍ରଦେଶର ରାଭର ସହର ନିକଟରେ ଥିବା ହୋଜ୍‌ଡାକ୍‌ ଗ୍ରାମରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ଥିଲା।

କାଲିଫର୍ନିଆ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କାଲିଫର୍ନିଆ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

ମୋଣ୍ଟେସିଟୋ,୧୧।୧: ଦକ୍ଷିଣ କାଲିଫର୍ନିଆରେ ହୋଇଥିବା ଭୂସ୍ଖଳନ ଫଳରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ହେବା ସହ ଅନ୍ୟ ୧୭ ଜଣ ନିଖୋଜ ଥିବା ଜଣାପଡିଛି। ଭୂସ୍ଖଳନ ଫଳରେ ଅନେକ ଘର ଓ ଯାନବାହନ କାଦୁଅରେ ପୋତିହୋଇଯିବା ସହ ପ୍ରବଳ ବର୍ଷାରେ କେତେକ ଘର ଓ କାର୍‌ ଭାସିଯାଇଛି। ଅନେକ ସ୍ଥାନରେ ବନ୍ୟା ଆସିଥିବା ମଧ୍ୟ ଦେଖା ଯାଇଛି।

ଡୁରାଣ୍ଡ୍‌ ଲାଇନ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଅନୁଚିତ

ଡୁରାଣ୍ଡ୍‌ ଲାଇନ୍‌ରେ ଆତଙ୍କବାଦୀ କାର୍ଯ୍ୟକଳାପ ଅନୁଚିତ

ଆମଷ୍ଟେରଡାମ୍‌, ୧୧।୧: ପାକିସ୍ତାନ ଓ ଆଫଗାନୀସ୍ତାନ ଡୁରାଣ୍ଡ୍‌ ଲାଇନ୍‌ରେ କୌଣସି ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ଅନୁଚିତ ବୋଲି ୟୁରୋପିଆନ୍‌ ଫାଉଣ୍ଡେସନ୍‌ ଫର୍‌ ସାଉଥ୍‌ ଏସିଆନ୍‌ ଷ୍ଟଡିଜ୍‌(ଇଏଫ୍‌ଏସ୍‌ଏଏସ୍‌) ପକ୍ଷରୁ ସୂଚିତ କରାଯାଇଛି।

ଉପଯୁକ୍ତ ସମୟରେ କିମ୍‌ଙ୍କ ଆଲୋଚନା କରିବେ ଟ୍ରମ୍ପ୍‌

ଉପଯୁକ୍ତ ସମୟରେ କିମ୍‌ଙ୍କ ଆଲୋଚନା କରିବେ ଟ୍ରମ୍ପ୍‌

ଓ୍ବାଶିଂଟନ, ୧୧।୧: ଉପଯୁକ୍ତ ସମୟରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ସହିତ କଥାବାର୍ତ୍ତା ଆରମ୍ଭ ହେବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚିତ କରିଛନ୍ତି।

ପାକିସ୍ତାନକୁ ସାମରୀକ ସହାୟତା ବନ୍ଦ ହୋଇନି: ଆମେରିକା

ପାକିସ୍ତାନକୁ ସାମରୀକ ସହାୟତା ବନ୍ଦ ହୋଇନି: ଆମେରିକା

ଓ୍ବାଶିଂଟନ, ୧୦।୧: ପାକିସ୍ତାନକୁ ଦିଆ ଯାଉଥିବା ସାମରୀକ ସହାୟତା ବନ୍ଦ କରାଯାଇ ନାହିଁ ବୋଲି ଆମେରିକା ସୂଚିତ କରିଛି। ଏହା ଉପରେ କେବଳ ରୋକ ଲଗାଯାଇଛି।

 ଉତ୍ତରକୋରିଆ ନିଷ୍ପତ୍ତିକୁ ଆମେରିକାର ସ୍ବାଗତ

ଉତ୍ତରକୋରିଆ ନିଷ୍ପତ୍ତିକୁ ଆମେରିକାର ସ୍ବାଗତ

ଓ୍ବାଶିଂଟନ, ୧୦।୧: ଉତ୍ତରକୋରିଆ ଓ୍ବିଣ୍ଟର ଅଲମ୍ପିକ୍‌ରେ ଅଂଶଗ୍ରହଣ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଆମେରିକା ପକ୍ଷରୁ ସ୍ବାଗତ କରାଯାଇଛି। ଦକ୍ଷିଣକୋରିଆରେ ହେଉଥିବା ଏହି ଖେଳ ପାଇଁ ଉତ୍ତରକୋରିଆ ଆଗ୍ରହ ପ୍ରକାଶ କରିଛି।

 କାରିବିଆନ୍‌ ଦ୍ୱୀପରେ ଭୂକମ୍ପ

କାରିବିଆନ୍‌ ଦ୍ୱୀପରେ ଭୂକମ୍ପ

ଓ୍ବାଶିଂଟନ, ୧୦।୧: କେନ୍ଦ୍ରୀୟ ଆମେରିକାର କାରିବିଆନ୍‌ ଦ୍ୱୀପରେ ବୁଧବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୮ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

୧୭ ପାଲେଷ୍ଟାଇନ୍‌ ନାଗରିକ ଇସ୍ରାଏଲ୍‌ରେ ଅଟକ

୧୭ ପାଲେଷ୍ଟାଇନ୍‌ ନାଗରିକ ଇସ୍ରାଏଲ୍‌ରେ ଅଟକ

ରାମଲାହ,୯।୧: ଆତଙ୍କବାଦ ସହ ସମ୍ପର୍କ ଥିବା ସନ୍ଦେହରେ ଇସ୍ରାଏଲ୍‌ ସେନା ଓ୍ବେଷ୍ଟ ବ୍ୟାଙ୍କରେ ୧୭ ପାଲେଷ୍ଟାଇନ ନାଗରିକଙ୍କୁ ଅଟକ ରଖିଛି। ଓ୍ବେଷ୍ଟ ବ୍ୟାଙ୍କ ଅଞ୍ଚଳରେ ଚଢାଉ କରି ଏମାନଙ୍କୁ ଅଟକ ରଖିଥିବା ସୂଚନା ମିଳିଛି

ମେନହଟନ୍‌ ଆପାର୍ଟମେଣ୍ଟରେ ନିଆଁ: ୧୪ ଆହତ

ମେନହଟନ୍‌ ଆପାର୍ଟମେଣ୍ଟରେ ନିଆଁ: ୧୪ ଆହତ

ନ୍ୟୁୟର୍କ,୯।୧: ନ୍ୟୁୟର୍କ ସହରରେ ଥିବା ମେନହଟନ୍‌ ଆପାର୍ଟମେଣ୍ଟରେ ନିଆଁ ଲାଗିଯିବା ଫଳରେ ଅତିକମରେ ୧୪ ଜଣ ଆହତ ହୋଇଛନ୍ତି। ଆପାର୍ଟମେଣ୍ଟରେ ୬ଟି ମହଲା ଥିବା ବେଳେ ୨ୟ ମହଲାର ରୋଷେଇ ଘରେ ବ୍ୟବହାର କରାଯାଉଥିବା ଏକ ଟୋଷ୍ଟରରୁ ଏହି ନିଆଁ ଲାଗିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି।

ପାକିସ୍ତାନରେ ମିଲିଟାରୀ ବେସ୍‌ କରିବନି ଚାଇନା

ପାକିସ୍ତାନରେ ମିଲିଟାରୀ ବେସ୍‌ କରିବନି ଚାଇନା

ବେଜିଂ, ୯।୧: ପାକିସ୍ତାନରେ ଚାଇନା ମିଲିଟାରୀ ବେସ୍‌ ସ୍ଥାପନ କରିବନି ବୋଲି ମଙ୍ଗଳବାର ସୂଚିତ କରିଛି। ଏନେଇ ଜାରି ରହିଥିବା କଳ୍ପନା ଜଳ୍ପନା ଭିତ୍ତିହୀନ ବୋଲି ଚାଇନା ପକ୍ଷରୁ କୁହାଯାଇଛି।

ଏଚ୍‌-୧ବି ଭିଜା ନୀତିରେ ହେବ ନାହିଁ ପରିବର୍ତ୍ତନ

ଏଚ୍‌-୧ବି ଭିଜା ନୀତିରେ ହେବ ନାହିଁ ପରିବର୍ତ୍ତନ

ଓ୍ବାଶିଂଟନ, ୯।୧: ଆମେରିକା ଏହାର ଏଚ୍‌-୧ବି ଭିଜା ନୀତିରେ ପରିବର୍ତ୍ତନ କରିବ ନାହିଁ ବୋଲି ମଙ୍ଗଳବାର ସୂଚିତ କରିଛି। ଏହାଦ୍ୱାରା ଆମେରିକାରେ ଥିବା ୭.୫ ଲକ୍ଷ ପେଶାଦାରଙ୍କ ଚିନ୍ତା ଦୂର ହୋଇଛି।

ଆମେରିକା ଗୁରୁଦ୍ୱାରାରେ ଭାରତୀୟ ଅଧିକାରୀଙ୍କ ପ୍ରବେଶ ମନା

ଆମେରିକା ଗୁରୁଦ୍ୱାରାରେ ଭାରତୀୟ ଅଧିକାରୀଙ୍କ ପ୍ରବେଶ ମନା

ଓ୍ବାଶିଂଟନ୍‌/ନୂଆଦିଲ୍ଲୀ,୯।୧: ଆମେରିକାର ‘ଗୁରୁଦ୍ୱାରା ପ୍ରବନ୍ଧନ କମିଟି’ ଏକ ବଡ ନିଷ୍ପତ୍ତି ନେଇଛି। ଶିଖ୍‌ ଗୁରୁଦ୍ୱାରାର ସବୁଠାରୁ ବଡ ସଂସ୍ଥା ‘ଶିଖ୍‌ କୋଅର୍ଡିନେଶନ୍‌ କମିଟି ଅଫ୍‌ ଇଷ୍ଟ କୋଷ୍ଟ’ ଓ ‘ଆମେରିକାନ୍‌ ଗୁରୁଦ୍ୱାରା ପ୍ରବନ୍ଧକ କମିଟି’ ମିଳିତ ଭାବେ ଭାରତୀୟ ଅଧିକାରୀ ଓ ରାଜନୀତିଜ୍ଞଙ୍କୁ ଆମେରିକାର ୯୬ଟି ଗୁରୁଦ୍ୱାରାରେ ପ୍ରବେଶ କରିବା, ନଗର କୀର୍ତ୍ତନ କରିବା, କୌଣସି ଧାର୍ମିକ ଅବା ସାମାଜିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ବାରଣ କରିଛନ୍ତି।

 ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

ଉତ୍ତରକୋରିଆ-ଦକ୍ଷିଣକୋରିଆ ଶାନ୍ତି କଥାବାର୍ତ୍ତା ଆରମ୍ଭ

ସିଓଲ୍‌, ୯।୧: ଉତ୍ତରକୋରିଆ ଓ ଦକ୍ଷିଣକୋରିଆ ମଧ୍ୟରେ ମଙ୍ଗଳବାର ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ଦୁଇଦେଶର ଉଚ୍ଚ ଅଧିକାରୀ ଶାନ୍ତି ଗୃହରେ ଏନେଇ ଆଲୋଚନା ଜାରି ରଖିଛନ୍ତି।

ଭୂମଧ୍ୟସାଗରରେ ବୁଡିଲା ତସ୍କରୀ ବୋଟ୍‌: ୬୪ ମୃତ

ଭୂମଧ୍ୟସାଗରରେ ବୁଡିଲା ତସ୍କରୀ ବୋଟ୍‌: ୬୪ ମୃତ

ରୋମ୍‌, ୯।୧: ଭୂମଧ୍ୟସାଗରରେ ଏକ ତସ୍କରୀ ବୋଟ୍‌ ବୁଡି ଘଟଣାରେ ୬୪ ଜଣଙ୍କ ମୃତ୍ୟୁ ଘଟିଛି। ଲିବିୟାର ଡିଙ୍ଗେ ଅଞ୍ଚଳରୁ ଯାଉଥିବା ଏହି ବୋଟ୍‌ରେ ଆଫ୍ରିକାର ଅନୁପ୍ରବେଶକାରୀ ଥିବା କୁହାଯାଉଛି।

୨ଲକ୍ଷ ସାଲଭାଡୋରାନ୍‌ଙ୍କୁ ଦେଶାନ୍ତର କରିବ ଆମେରିକା

୨ଲକ୍ଷ ସାଲଭାଡୋରାନ୍‌ଙ୍କୁ ଦେଶାନ୍ତର କରିବ ଆମେରିକା

ଓ୍ବାଶିଂଟନ, ୯।୧: ଆମେରିକାରେ ୨୦୦୧ଠାରୁ ବସବାସ କରୁଥିବା ୨ ଲକ୍ଷ ଏଲ୍‌ ସଲଭାଡୋର ବାସିନ୍ଦାଙ୍କୁ ଦେଶାନ୍ତର କରାଯିବ। ଏନେଇ ଆମେରିକା ହୋମଲ୍ୟାଣ୍ଡ୍‌ ସୁରକ୍ଷା ସଚିବ କ୍ରିଷ୍ଟେନ୍‌ ଏମ୍‌. ନିଲସନ୍‌ ସୂଚିତ କରିଛନ୍ତି।

 ଆମେରିକା ପାକିସ୍ତାନକୁ ସହଯୋଗ କରିବା ଉଚିତ

ଆମେରିକା ପାକିସ୍ତାନକୁ ସହଯୋଗ କରିବା ଉଚିତ

ଇସଲାମାବାଦ୍‌, ୮।୧: ଆଫଗାନୀସ୍ତାନ ପ୍ରସଙ୍ଗରେ ଆମେରିକା ପାକିସ୍ତାନକୁ ସହଯୋଗ କରିବା ଆବଶ୍ୟକ। ଏନେଇ ପାକିସ୍ତାନ ରାଷ୍ଟ୍ରଦୂତ ଆଜିଜ୍‌ ଅହମ୍ମଦ୍‌ ଚୌଧୁରୀ ସୂଚିତ କରିଛନ୍ତି।

 ଜଳପଥରେ ହଜ୍‌ ଯାତ୍ରା: ସୌଦୀର ସବୁଜ ସଙ୍କେତ

ଜଳପଥରେ ହଜ୍‌ ଯାତ୍ରା: ସୌଦୀର ସବୁଜ ସଙ୍କେତ

ରିଆଦ୍‌, ୮।୧: ଜଳପଥରେ ହଜ୍‌ କରିବା ପାଇଁ ଭାରତୀୟ ହଜ୍‌ ଯାତ୍ରୀ ସୌଦୀ ଯିବା ଆଲୋଚନା ସଫଳ ହୋଇଛି। ଏନେଇ ସୌଦୀ ସବୁଜ ସଙ୍କେତ ଦେଇଥିବା ସଂଖ୍ୟାଲଘୁ ମନ୍ତ୍ରୀ ମୁକ୍ତାର ଅବ୍ବାସ୍‌ ନକ୍‌ଭୀ ସୁଚିତ କରିଛନ୍ତି।

ଆମେରିକାରେ ବରଫ ଅଷ୍ଟ୍ରେଲିଆରେ ନିଆଁ

ଆମେରିକାରେ ବରଫ ଅଷ୍ଟ୍ରେଲିଆରେ ନିଆଁ

ଓ୍ବାଶିଂଟନ,୮।୧: ସିକାଗୋ ସମେତ ଉତ୍ତର ଆମେରିକାର ଅଧିକାଂଶ ଭାଗରେ ଏବେ ବରଫ ବର୍ଷା ଜାରି ରହିଛି। ତାପମାତ୍ରା ପହଞ୍ଚିଲାଣି ମାଇନସ ୫୦ ଡିଗ୍ରୀରେ। ନଦୀ, ହ୍ରଦ ସବୁଆଡେ ପାଣି ପାଲଟି ଗଲାଣି ବରଫ। ଉତ୍ତରଆମେରିକା ଏକ ପ୍ରକାର ଡିପ୍‌ ଫ୍ରିଜର୍‌ରେ ପରିଣତ ହେଲାଣି। ଆମେରିକାର ପାଖାପାଖି ୧୦ ଲକ୍ଷ ଲୋକ ଥଣ୍ଡାରେ ପ୍ରଭାବିତ ହୋଇଛନ୍ତି।

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି

୨୦୧୭ରେ ପାକିସ୍ତାନରେ ଆଇଏସ୍‌ର ବୃଦ୍ଧି

ଇସଲାମାବାଦ,୮।୧: ଥିଙ୍କ୍‌ ଟାଙ୍କ (ଇନଷ୍ଟିଚ୍ୟୁଟ ଅଫ୍‌ ଷ୍ଟ୍ରାଟେଜିକ୍‌ ଷ୍ଟଡିଜ୍‌)ର ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ଆଇଏସ୍‌ ଉପସ୍ଥିତିରେ ବୃଦ୍ଧି ଘଟିଛି। ସେହିପରି ପାକିସ୍ତାନ ସିକ୍ୟୁରିଟି ରିପୋର୍ଟ ଅନୁଯାୟୀ, ୨୦୧୭ରେ ପାକିସ୍ତାନରେ ହୋଇଥିବା ୬ଟି ବଡ ଧରଣର ଆତଙ୍କବାଦୀ ଆକ୍ରମଣରେ ଆଇଏସ୍‌ର ହାତଥିବା ଦାବି କରାଯାଇଛି।

ଆମେରିକାରେ ଶୁଭିଲା ‘ଚପଲ ଚୋର ପାକିସ୍ତାନ’

ଆମେରିକାରେ ଶୁଭିଲା ‘ଚପଲ ଚୋର ପାକିସ୍ତାନ’

ଓ୍ବାଶିଂଟନ୍‌,୮।୧: ଭାରତୀୟ-ଆମେରିକୀୟ ଓ ବେଲୁଚିସ୍ତାନୀୟଙ୍କ ଏକ ସମୂହ ସୋମବାର ଆମେରିକାରେ ଥିବା ପାକିସ୍ତାନ ଦୂତାବାସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରି ପାକିସ୍ତାନକୁ ‘ଚପଲ ଚୋର’ ବୋଲି କହିଛନ୍ତି।

ଜେହାଦୀ ଶିବିରରେ ଆକ୍ରମଣ: ୨୩ ନିହତ

ଜେହାଦୀ ଶିବିରରେ ଆକ୍ରମଣ: ୨୩ ନିହତ

ବେରୁଟ୍‌, ୮।୧: ଉତ୍ତରପଶ୍ଚିମ ସିରିଆର ଇଡ୍‌ଲିବ୍‌ ସହରରେ ଥିବା ଏକ ଜେହାଦୀ ଶିବିରରେ ସୋମବାର ଆକ୍ରମଣ ହୋଇଛି। ଘଟଣାରେ ୭ ସାଧାରଣ ଲୋକଙ୍କ ସମେତ ୨୩ ଜଣଙ୍କର ମୃତ୍ୟୁ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

୧୪୭ ଧୀବରଙ୍କ ଘର ବାହୁଡ଼ା

୧୪୭ ଧୀବରଙ୍କ ଘର ବାହୁଡ଼ା

ଇସଲାମାବାଦ୍‌‌, ୭।୧: ପାକିସ୍ତାନ ୧୪୭ ଭାରତୀୟ ଧୀବରଙ୍କୁ ମୁକ୍ତ କରିଛି। ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ ଧରୁଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା।