ଅନ୍ତର୍ଜାତୀୟ

ପାକିସ୍ତାନ ପାଲଟିଛି ଆତଙ୍କବାଦୀଙ୍କ ଚରାଭୂଇଁ: ଜାତିସଂଘ ଆତଙ୍କବାଦୀ ତାଲିକାରେ ୧୩୯ ପାକିସ୍ତାନୀ

ପାକିସ୍ତାନ ପାଲଟିଛି ଆତଙ୍କବାଦୀଙ୍କ ଚରାଭୂଇଁ: ଜାତିସଂଘ ଆତଙ୍କବାଦୀ ତାଲିକାରେ ୧୩୯ ପାକିସ୍ତାନୀ

ନୂଆଦିଲ୍ଲୀ/ଜେନେଭା, ୪।୪: ପାକିସ୍ତାନ ଆତଙ୍କବାଦୀଙ୍କ ପାଇଁ ପାଲଟିଛି ସ୍ବର୍ଗ । ଏଠାରେ ରହି ଆତଙ୍କବାଦୀ ନିର୍ଭୟରେ ସେମାନଙ୍କର ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିଛନ୍ତି। ଇତିମଧ୍ୟରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ବିଶ୍ୱ ଆତଙ୍କବାଦୀଙ୍କ ତାଲିକା ପ୍ରକାଶ କରାଯାଇଛି। ଏଥିରେ ପାକିସ୍ତାନର ୧୩୯ ଆତଙ୍କବାଦୀ ରହିଛନ୍ତି।

କାବୁଲରେ ମ୍ୟାଗ୍ନେଟିକ୍‌  ବୋମା ବିସ୍ଫୋରଣ

କାବୁଲରେ ମ୍ୟାଗ୍ନେଟିକ୍‌ ବୋମା ବିସ୍ଫୋରଣ

କାବୁଲ, ୪।୪: ଆଫଗାନୀସ୍ତାନ କାବୁଲରେ ବୁଧବାର ଏକ ମ୍ୟାଗ୍ନେଟିକ୍‌ ବୋମା ବିସ୍ଫୋରଣ ହୋଇଛି। ପୋଲିସ ଥାନା ନିକଟରେ ହୋଇଥିବା ଏହି ବିସ୍ଫୋରଣରେ ସୁରକ୍ଷାବଳଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ି ଧ୍ୱଂସ ହୋଇଯାଇଛି। ମ୍ୟାଗ୍ନେଟିକ୍‌ ବୋମାକୁ ଗାଡ଼ିରେ ସଂଯୋଗ କରାଯାଇଥିବା ପୋଲିସ ସୂଚିତ କରିଛି।

୩ ଦିନିଆ ବିଦେଶଗସ୍ତରେ ସୁଷମା ସ୍ବରାଜ

୩ ଦିନିଆ ବିଦେଶଗସ୍ତରେ ସୁଷମା ସ୍ବରାଜ

ନୂଆଦିଲ୍ଲୀ/ବାକୁ, ୪।୪: ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ୩ ଦିନିଆ ବିଦେଶଗସ୍ତ ବୁଧବାର ଆରମ୍ଭ ହୋଇଛି। ଗସ୍ତକାଳରେ ସେ ଅଜେରବୈଜାନ୍‌ ରାଜଧାନୀ ବାକୁରେ ହେବାକୁ ଥିବା ନାମ୍‌ ବୈଠକରେ ଯୋଗଦେବେ। ନାମ୍‌ ବୈଠକ ଏପ୍ରିଲ୍‌ ୫ ତାରିଖରେ ଆରମ୍ଭ ହୋଇ ୬ ତାରିଖରେ ଶେଷ ହେବ।

ୟୁଟ୍ୟୁବ ମୁଖ୍ୟ କାର୍ଯ୍ୟାଳୟରେ ଗୁଳିମାଡ଼: ୪ ଆହତ

ୟୁଟ୍ୟୁବ ମୁଖ୍ୟ କାର୍ଯ୍ୟାଳୟରେ ଗୁଳିମାଡ଼: ୪ ଆହତ

ସାନ୍‌ ବ୍ରୁନୋ, ୪।୪: କାର୍ଲିଫର୍ନିଆ ସାନ୍‌ ଫ୍ରାନ୍ସିସ୍‌କୋସ୍ଥିତ ୟୁଟ୍ୟୁବ ମୁଖ୍ୟ କାର୍ଯ୍ୟାଳୟରେ ଜଣେ ମହିଳା ଗୁଳିକାଣ୍ଡ ଘଟାଇଛନ୍ତି। ଏଥିରେ ୪ ଜଣ କର୍ମଚାରୀ ଆହତ ହୋଇଛନ୍ତି। ପରେ ମହିଳା ଜଣକ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି।

ଭାରତକୁ ନେଇ ବ୍ରିଟିଶ ବୈଜ୍ଞାନିକଙ୍କ ଭବିଷ୍ୟବାଣୀ: ଜାଣିଲେ ଲୋମ ଟାଙ୍କୁରି ଉଠିବ

ଭାରତକୁ ନେଇ ବ୍ରିଟିଶ ବୈଜ୍ଞାନିକଙ୍କ ଭବିଷ୍ୟବାଣୀ: ଜାଣିଲେ ଲୋମ ଟାଙ୍କୁରି ଉଠିବ

ୟୁକେ,୩।୪: ଭବିଷ୍ୟବାଣୀକୁ ଅନେକ ଲୋକ ବିଶ୍ୱାସ କରୁଥିବା ବେଳେ କେହି କେହି ଏହାକୁ ଅବିଶ୍ୱାସ ମଧ୍ୟ କରିଥାନ୍ତି। ପୂର୍ବରୁ ଗ୍ରହ ନକ୍ଷତ୍ରଙ୍କ ଚଳନକୁ ଦେଖି ଭବିଷ୍ୟବାଣୀ କରାଯାଉଥିଲା। ଯାହା ଆମ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଏବେ କିନ୍ତୁ ବୈଜ୍ଞାନିକମାନେ ଗବେଷଣା କରି ଭବିଷ୍ୟବାଣୀ କରୁଛନ୍ତି। ଯାହା ଅନେକ ସମୟରେ ସତ ପ୍ରମାଣିତ ହେଉଛି।

ବିସ୍କୁଟ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୫ ମୃତ

ବିସ୍କୁଟ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ: ୫ ମୃତ

ଲାହୋର, ୩।୪ : ପାକିସ୍ତାନ ଲାହୋରସ୍ଥିତ ବାରକୋଟ୍‌ ବଜାରରେ ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଫ୍ୟାକ୍ଟ୍ରିରେ କାମ କରୁଥିବା ୫ ଜଣଙ୍କର ମୃତ୍ୟୁ ଘଟିଛି। ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ ସୂଚିତ କରାଯାଇଛି।

ହାଫିଜ୍‌ ସୟିଦଙ୍କ ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଆମେରିକା

ହାଫିଜ୍‌ ସୟିଦଙ୍କ ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ଆମେରିକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୩।୪: ବମ୍ବେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜମାତ-ଉଦ-ଦାଓ୍ବାର ମୁଖ୍ୟ ହାଫିଜ୍‌ ସୟିଦଙ୍କୁ ଆମେରିକା ଦେଇଛି ଶକ୍ତ ଧକ୍କା। ହାଫିଜଙ୍କ ରାଜନୈତିକ ଦଳକୁ ଆମେରିକା ଆତଙ୍କବାଦୀ ସଙ୍ଗଠନ ଘୋଷଣା କରିବା ପରେ ଚିନ୍ତାରେ ପଡିଯାଇଛନ୍ତି ହାଫିଜ୍‌।

ପରିବେଶ ଉପରେ ପଡୁଛି ଚକୋଲେଟ୍‌ ଉତ୍ପାଦନର ପ୍ରଭାବ

ପରିବେଶ ଉପରେ ପଡୁଛି ଚକୋଲେଟ୍‌ ଉତ୍ପାଦନର ପ୍ରଭାବ

ଲଣ୍ଡନ,୩।୪: ପିଲାଠାରୁ ବୟସ୍କ ସମସ୍ତଙ୍କୁ ଚକୋଲେଟ୍‌ ବହୁତ ପସନ୍ଦ। ହେଲେ ଏହି ଚକୋଲେଟ୍‌ ଉତ୍ପାଦନ ପ୍ରକ୍ରିୟା ଆମ ପରିବେଶ ଉପରେ କେତେ କୁପ୍ରଭାବ ପକାଉଛି ତାହା ଆମକୁ ଜଣାନାହିଁ।

ଆଫଗାନୀସ୍ତାନ-ପାକିସ୍ତାନ ଶାନ୍ତି ଆଲୋଚନା ଆରମ୍ଭ

ଆଫଗାନୀସ୍ତାନ-ପାକିସ୍ତାନ ଶାନ୍ତି ଆଲୋଚନା ଆରମ୍ଭ

କାବୁଲ, ୨।୪ : ଆଫଗାନୀସ୍ତାନ ଓ ପାକିସ୍ତାନ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆରମ୍ଭ ହୋଇଛି। ପାକିସ୍ତାନ ବୈଦେଶିକ ସଚିବ ତେହମିନା ଜଞ୍ଜୁଆଙ୍କ ନେତୃତ୍ୱରେ ଏକ ବରିଷ୍ଠ ପ୍ରତିନିଧି ଦଳ ଯୁଦ୍ଧଗ୍ରସ୍ତ ଆଫଗାନୀସ୍ତାନରେ କିପରି ଶାନ୍ତି ସ୍ଥାପନ ହୋଇପାରିବ ସେ ନେଇ ଆଲୋଚନା ଆରମ୍ଭ କରିଛନ୍ତି।

ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ: ୧୨୮ ଉତ୍ପାଦ ଉପରେ ଶୁଳ୍କ ବଢାଇଲା ଚାଇନା

ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ: ୧୨୮ ଉତ୍ପାଦ ଉପରେ ଶୁଳ୍କ ବଢାଇଲା ଚାଇନା

ବେଜିଂ, ୨।୪ : ଚାଇନା ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ ଆରମ୍ଭ କରିଛି। ଏହା ଅନ୍ତର୍ଗତ ଚାଇନା ସୋମବାର ଆମେରିକାର ୧୨୮ଟି ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରିଛି। ନୂତନ ବାଣିଜ୍ୟ କର ଅନୁସାରେ ୧୨୦ଟି ଆମେରିକା ଉତ୍ପାଦ ଉପରେ ୧୫ ପ୍ରତିଶତ ଶୁଳ୍କ ବୃଦ୍ଧି ହୋଇଥିବାବେଳେ ଅନ୍ୟ ୮ଟି ଉତ୍ପାଦ ଉପରେ ୨୫ ପ୍ରତିଶତ ଶୁଳ୍କ ବୃଦ୍ଧି କରାଯାଇଛି।

ପ୍ରଶାନ୍ତ ମହାସାଗରରେ ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ର ଜଳ ସମାଧି

ପ୍ରଶାନ୍ତ ମହାସାଗରରେ ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ର ଜଳ ସମାଧି

ନୂଆଦିଲ୍ଲୀ/ବେଜିଂ, ୨।୪ : ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ ସୋମବାର ସକାଳ ୮ଟା ୧୫ରେ ପ୍ରଶାନ୍ତ ମହାସାଗରର ଦକ୍ଷିଣ ଅଞ୍ଚଳରେ ପଡିଛି। ଏନେଇ ୟୁରୋପିଆନ୍‌ ସ୍ପେଶ୍‌ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ, ତିୟାୟାଙ୍ଗ୍‌-୧ ଜଳ ସମାଧି ନେଇଛି। ଏହାଦ୍ୱାରା କିଛି ଦିନ ଧରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ଚର୍ଚ୍ଚାର ଅବସାନ ଘଟିଛି।

 ୧୯ ସୁରକ୍ଷାବଳଙ୍କୁ ହତ୍ୟା କଲେ ଆଇଏସ୍‌ ଆତଙ୍କବାଦୀ

୧୯ ସୁରକ୍ଷାବଳଙ୍କୁ ହତ୍ୟା କଲେ ଆଇଏସ୍‌ ଆତଙ୍କବାଦୀ

ଦାମାସ୍‌କସ୍‌, ୨।୪ : ପୂର୍ବ ସିରିଆ ଆଲବୁ କମାଲ ସହରରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯ଜଣ ସୁରକ୍ଷାବଳଙ୍କୁ ହତ୍ୟା କରିଛନ୍ତି। ଏଠାରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିଛି।

ଖସୁଛି ଚାଇନା ସ୍ପେସ୍‌ ଲ୍ୟାବ୍‌

ଖସୁଛି ଚାଇନା ସ୍ପେସ୍‌ ଲ୍ୟାବ୍‌

ବେଜିଂ: ପୃଥିବୀ ଆଡ଼କୁ ଖସିବାରେ ଲାଗିଛି ଚାଇନାର ସ୍ପେସ୍‌ ଲାବୋରୋଟୋରି। ଚାଇନିଜ୍‌ ସମୟ ଅନୁଯାୟ ସୋମବାର ଏହା ପୃଥିବୀ ପୃଷ୍ଠରେ ଖସିବ। କିନ୍ତୁ ପୃଥିବୀ ଉପରେ ଏହା କୌଣସି ପ୍ରକାର କ୍ଷତିକାରକ ନୁହେଁ ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

୩ ଦିନରେ ୨୭ ତାଲିବାନ ଆତଙ୍କବାଦୀ ନିହତ

୩ ଦିନରେ ୨୭ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୧।୪ : ଆଫଗାନୀସ୍ତାନରେ ଗତ ୩ ଦିନ ମଧ୍ୟରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୨୭ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଫଗାନୀସ୍ତାନ ବଡାଖାସାହନ୍‌ ପ୍ରଦେଶରେ ଜାରି ରହିଥିବା ସର୍ଚ୍ଚ ଅପରେଶନରେ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଛି ବୋଲି ରବିବାର ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ସୋମବାର ମୋସୁଲ୍‌ରୁ ଆସିବ ୩୯ମୃତ ଭାରତୀୟଙ୍କ ଦେହାବଶେଷ

ସୋମବାର ମୋସୁଲ୍‌ରୁ ଆସିବ ୩୯ମୃତ ଭାରତୀୟଙ୍କ ଦେହାବଶେଷ

ବାଗଦାଦ୍‌/ନୂଆଦିଲ୍ଲୀ, ୧।୪ : ଇରାକ ମୋସୁଲ୍‌ରେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୩୯ ଭାରତୀୟଙ୍କ ଦେହାବଶେଷ ସୋମବାର ସ୍ବଦେଶ ଆଣାଯିବ। ରବିବାର ଏନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଇରାକ ଯାତ୍ରା କରିଛନ୍ତି।

ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ଆରମ୍ଭ

ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ଆରମ୍ଭ

ସିଓଲ, ୧।୪ : ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ରବିବାର ଆରମ୍ଭ ହୋଇଛି। ଦକ୍ଷିଣକୋରିଆ ଉପଦ୍ୱୀପରେ ଏହା ୪ ସପ୍ତାହ ଧରି ଅନୁଷ୍ଠିତ ହେବ। ଏଥିରେ ୧୧ ହଜାର ୫ଶହ ସାମରିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି।

ତିବ୍ବତ ସୀମାରେ ବଢିଲା ସୈନ୍ୟ ସଂଖ୍ୟା

ତିବ୍ବତ ସୀମାରେ ବଢିଲା ସୈନ୍ୟ ସଂଖ୍ୟା

ଇଟାନଗର,୩୧।୩: ବିଗତ ୮ ମାସ ହେବ ଅରୁଣାଚଳପ୍ରଦେଶକୁ ଲାଗିଥିବା ଚାଇନା ସୀମାରେ ଭାରତ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରୁଛି। ତେବେ ସମ୍ବେଦନଶୀଳ ଅଞ୍ଚଳରେ ସେନାର ଏକ ବଡ ଦଳକୁ ନିୟୋଜିତ କରାଯାଇଥିବା ଜଣାପଡିଛି।

୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ନିହତ

କାବୁଲ,୩୧।୩: ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଚାଲିଥିବା ଅପରେଶନ୍‌ରେ ୨୪ ଘଣ୍ଟାରେ ଅତିକମରେ ୨ ଆଇଏସ୍‌ ଆତଙ୍କବାଦୀଙ୍କ ସମେତ ୨୩ ଆତଙ୍କବାଦୀ ନିହତ ହୋଇଥିବା ଆଫଗାନ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି।

କଳା ତାଲିକାଭୁକ୍ତ ହେଲା ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଶିପିଙ୍ଗ କମ୍ପାନୀ

କଳା ତାଲିକାଭୁକ୍ତ ହେଲା ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଶିପିଙ୍ଗ କମ୍ପାନୀ

ନ୍ୟୁୟର୍କ,୩୧।୩: ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଅଭିଯୋଗରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ପ୍ରାୟ ୨୧ଟି ଶିପିଙ୍ଗ କମ୍ପାନୀ, ୨୭ଟି ଜାହାଜ ଓ ଜଣେ ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଉତ୍ତର କୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡାଇ ଏମାନେ ତାକୁ ସାହାଯ୍ୟ କରିଥିବାରୁ ଏମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।

ଅଶାନ୍ତ ଗାଜା ସୀମା: ୧୫ ମୃତ, ୨ହଜାର ଆହତ

ଅଶାନ୍ତ ଗାଜା ସୀମା: ୧୫ ମୃତ, ୨ହଜାର ଆହତ

ଜେରୁଜେଲମ,୩୧।୩: ଗାଜା-ଇସ୍ରାଏଲ ସୀମାରେ ଶୁକ୍ରବାର ହଜାର ହଜାର ପାଲେଷ୍ଟାଇନ ନାଗରିକ ବିରୋଧ ପ୍ରଦର୍ଶନ କରିଥିଲେ। ‘ଗ୍ରେଟ୍‌ ମାର୍ଚ୍ଚ ଅଫ୍‌ ରିଟର୍ନ’ ନାମକ ଏହି ପ୍ରଦର୍ଶନୀରେ ପାଖାପାଖି ୬ ହଜାର ଲୋକ ସାମିଲ ହୋଇଥିଲେ।

ପୃଥିବୀର ନିକଟବର୍ତ୍ତୀ ହେଉଛି ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ: ୩୦ ସହର ଉପରେ ବିପଦ

ପୃଥିବୀର ନିକଟବର୍ତ୍ତୀ ହେଉଛି ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ: ୩୦ ସହର ଉପରେ ବିପଦ

ବେଜିଂ, ୩୦।୩ : ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ ଦୁଇ ବର୍ଷ ହେଲା ଅକାମୀ ହୋଇଯାଇଛି। ଏବେ ଏହି ଅକାମୀ ସ୍ପେସ୍‌ ଷ୍ଟେଶନ ପୃଥିବୀର ନିକଟବର୍ତ୍ତୀ ହେବାରେ ଲାଗିଛି। ଏହା ମାର୍ଚ୍ଚ ୩୦ରୁ ଏପ୍ରିଲ୍‌ ୨ ମଧ୍ୟରେ ପୃଥିବୀରେ ଖସିବାର ଆଶଙ୍କା ରହିଥିବା ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚିତ କରାଯାଇଛି।

ସିଞ୍ଜୋ ଆବେଙ୍କୁ ସାକ୍ଷାତ୍‌ କଲେ ସୁଷମା ସ୍ବରାଜ

ସିଞ୍ଜୋ ଆବେଙ୍କୁ ସାକ୍ଷାତ୍‌ କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ/ଟୋକିଓ, ୩୦।୩ : ଜାପାନ ପ୍ରଧାନମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସାକ୍ଷାତ୍‌ କରିଛନ୍ତି। ଦୁଇନେତା ଦ୍ୱିପାକ୍ଷିକ ସହଯୋଗ ଉପରେ କେତେକ ଆଲୋଚନା କରିଛନ୍ତି। ସୁଷମା ସ୍ବରାଜ ୩ ଦିନିଆ ଜାପାନ ଗସ୍ତରେ ଟୋକିଓରେ ପହଞ୍ଚି ଆବେଙ୍କ ବାସଭବନରେ ତାଙ୍କୁ ସାକ୍ଷାତ୍‌ କରିଛନ୍ତି।

ପପୁଆ ନିୟୁ ଗିନିରେ ଭୂକମ୍ପ: ସୁନାମି ଆଶଙ୍କା

ପପୁଆ ନିୟୁ ଗିନିରେ ଭୂକମ୍ପ: ସୁନାମି ଆଶଙ୍କା

ପୋର୍ଟ ମୋରସ୍‌ବେ, ୩୦।୩ : ପପୁଆ ନିୟୁ ଗିନିର ଦକ୍ଷିଣ ଉପକୂଳରେ ଥିବା ନିୟୁ ବ୍ରିଟେନ୍‌ ଦ୍ୱୀପରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

ରୋହିଙ୍ଗ୍ୟା ସମସ୍ୟା: ବାଲାଂଦେଶକୁ ସହାୟତାର ହାତ ବଢ଼ାଇଲା ଆମେରିକା

ରୋହିଙ୍ଗ୍ୟା ସମସ୍ୟା: ବାଲାଂଦେଶକୁ ସହାୟତାର ହାତ ବଢ଼ାଇଲା ଆମେରିକା

ଓ୍ବାଶିଂଟନ, ୩୦।୩ : ମ୍ୟାନ୍‌ମାର ରାଖିନି ଅଞ୍ଚଳରୁ ଅତ୍ୟାଚାରିତ ହୋଇ ବାଲାଂଦେଶରେ ରୋହିଙ୍ଗ୍ୟାମାନେ ବିଭିନ୍ନ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି। ଏନେଇ ବାଲାଂଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ଏହାର ନିରାକରଣ ପାଇଁ ଆମେରିକା ବାଲାଂଦେଶକୁ ସହାୟତାର ହାତ ବଢ଼ାଇଛି।