ଅନ୍ତର୍ଜାତୀୟ

ବିଳମ୍ବରେ ଆସିବାରୁ ଇସ୍ତଫା ଦେଲେ ବିଟ୍ରେନ୍‌ ମନ୍ତ୍ରୀ

ବିଳମ୍ବରେ ଆସିବାରୁ ଇସ୍ତଫା ଦେଲେ ବିଟ୍ରେନ୍‌ ମନ୍ତ୍ରୀ

ଲଣ୍ଡନ, ୧।୨: ବିଳମ୍ବରେ ନିଜ ପ୍ରକୋଷ୍ଠକୁ ଆସିଥିବାରୁ ବିଟ୍ରେନ୍‌ର ଅନ୍ତର୍ଜାତୀୟ ବିକାଶ ମନ୍ତ୍ରୀ ଲର୍ଡ ବାଟେ ଦାୟିତ୍ୱବୋଧ ଅନ୍ତର୍ଗତ ସ୍ବେଚ୍ଛାକୃତ ଭାବେ ପଦବୀରୁ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିବା ସୂଚିତ କରିଛନ୍ତି।

 ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ସକ୍ରୀୟ

ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ସକ୍ରୀୟ

ଓ୍ବାଶିଂଟନ, ୩୧।୧: ଆଫଗାନୀସ୍ତାନର ୭୦ ପ୍ରତିଶତ ଅଞ୍ଚଳରେ ତାଲିବାନ ଆତଙ୍କବାଦୀ ସକ୍ରୀୟ ରହିଛନ୍ତି ବୋଲି ଆମେରିକା ପକ୍ଷରୁ ସୂଚିତ କରାଯାଇଛି। ଗତ ୧୬ ବର୍ଷ ଧରି ଆଫଗାନୀସ୍ତାନ ସରକାର ଓ ତାଲିବାନ ମଧ୍ୟରେ ଗୃହଯୁଦ୍ଧ ଜାରି ରହିଛି।

 ସିରିଆ ହସ୍ପିଟାଲ ଉପରେ ରୁଷିଆ ଆକ୍ରମର: ନାପସନ୍ଦ କଲା ଜାତିସଂଘ

ସିରିଆ ହସ୍ପିଟାଲ ଉପରେ ରୁଷିଆ ଆକ୍ରମର: ନାପସନ୍ଦ କଲା ଜାତିସଂଘ

ଜେନେଭା, ୩୧।୧: ସିରିଆରେ ଏକ ହସ୍ପିଟାଲ ଉପରେ ରୁଷିଆ ବାୟୁସେନା ପକ୍ଷରୁ କରାଯାଇଥିବା ଆକ୍ରମଣକୁ ଜାତିସଂଘ ପକ୍ଷରୁ ନାପସନ୍ଦ କରାଯାଇଛି। ଏହି ଘଟଣାରେ ଅନେକ ସାଧାରଣ ଲୋକ ପ୍ରଭାବିତ ହୋଇଛନ୍ତି। ଏହି ହସ୍ପିଟାଲ ୫୦ ହଜାରରୁ ଅଧିକ ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଉଥିଲା।

ରୁଷିଆ ଛାଡିବେ ଉତ୍ତରକୋରିଆ ନାଗରିକ

ରୁଷିଆ ଛାଡିବେ ଉତ୍ତରକୋରିଆ ନାଗରିକ

ମସ୍କୋ, ୩୧।୧: ରୁଷିଆରେ ବିଭିନ୍ନ କାର୍ଯ୍ୟାଳୟରେ କାମ କରୁଥିବା ଉତ୍ତରକୋରିଆ ନାଗରିକ ୨୦୧୯ ସୁଦ୍ଧା ଘରକୁ ବାହୁଡିବେ। ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ଉତ୍ତରକୋରିଆ ଉପରେ ଜାରି କରାଯାଇଥିବା କଟକଣା ଅନୁସାରେ ଏହା କରାଯିବ ବୋଲି ରୁଷିଆ ରାଷ୍ଟ୍ରଦୂତ ଆଲେକ୍ସଜାଣ୍ଡାର ମାସ୍ତେଗୋରା ସୂଚିତ କରିଛନ୍ତି।

ରୁଷିଆ ଉପରେ ନୂଆ କଟକଣା ଜାରି କରିବ ଆମେରିକା

ରୁଷିଆ ଉପରେ ନୂଆ କଟକଣା ଜାରି କରିବ ଆମେରିକା

ଓ୍ବାଶିଂଟନ, ୩୧।୧: ଆମେରିକା ପକ୍ଷରୁ ରୁଷିଆ ଉପରେ ଖୁବ୍‌ ଶୀଘ୍ର ନୂଆ କଟକଣା ଜାରି କରାଯିବ। ଏନେଇ ଆମେରିକା ଟ୍ରେଜେରୀ ସଚିବ ଷ୍ଟିଭେନ୍‌ ମ୍ନୁଚିନ୍‌ ସୂଚିତ କରିଛନ୍ତି। ଗତବର୍ଷ ଆମେରିକାରେ ଅନୁମୋଦିତ ହୋଇଥିବା ନୂଆ ଆଇନ ଅନୁସାରେ ଏହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି

ଉତ୍ତର କୋରିଆରେ ଚାଲିଛି ନିଷ୍ଠୁର ଏକଛତ୍ରବାଦୀ ଶାସନ

ଉତ୍ତର କୋରିଆରେ ଚାଲିଛି ନିଷ୍ଠୁର ଏକଛତ୍ରବାଦୀ ଶାସନ

ଓ୍ବାଶିଂଟନ, ୩୧।୧: ଉତ୍ତରକୋରିଆରେ ନିଷ୍ଠୁର ଏକଛତ୍ରବାଦୀ ଶାସନ ଚାଲିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୂଚିତ କରିଛନ୍ତି। ବିଶ୍ୱଶାନ୍ତିକୁ ଅଣଦେଖା କରି ଏଠାକାର ଶାସକ ଆଣବିକ ପରୀକ୍ଷଣକୁ ଗୁରୁତ୍ୱ ଦେବାରେ ଲାଗିଛନ୍ତି। ଯାହାକି ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଛି।

ଆମେରିକା ଉପରେ ଆକ୍ରମଣ କରିପାରେ ଉତ୍ତରକୋରିଆ

ଆମେରିକା ଉପରେ ଆକ୍ରମଣ କରିପାରେ ଉତ୍ତରକୋରିଆ

ଓ୍ବାଶିଂଟନ୍‌,୩୦।୧: ଆମେରିକାର ସେଣ୍ଟାଲ୍‌ ଇଣ୍ଟଲିଜେନ୍ସ ଏଜେନ୍ସି (ସିଆଇଏ) ଏବେ ଚିନ୍ତାରେ। କାରଣ ଉତ୍ତରକୋରିଆ ପାଖରେ ଏପରି ପରମାଣୁ କ୍ଷେପଣାସ୍ତ୍ର ରହିଛି ଯାହା ମାଧ୍ୟମରେ ସେ ମାସକ ମଧ୍ୟରେ ଆମେରିକା ଉପରେ ଆକ୍ରମଣ କରିପାରେ

ଆଫଗାନିସ୍ତାନରେ ୩ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୩ ଆତଙ୍କବାଦୀ ମୃତ

କାବୁଲ,୩୦।୧: ପୂର୍ବ ଆଫଗାନିସ୍ତାନରେ ୨ଟି ଭିନ୍ନ ଭିନ୍ନ ଅପରେସନ୍‌ ସମୟରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଓ ତାଲିବାନ ଆତଙ୍କବାଦୀ ସଙ୍ଗଠନର ୩ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଝରଣା ଓ ଜଙ୍ଗଲ ଭଳି ଲାଗୁଥିବା ଅଫିସ୍‌: ଖର୍ଚ୍ଚ ୨୫ ହଜାର କୋଟି ଟଙ୍କା

ଝରଣା ଓ ଜଙ୍ଗଲ ଭଳି ଲାଗୁଥିବା ଅଫିସ୍‌: ଖର୍ଚ୍ଚ ୨୫ ହଜାର କୋଟି ଟଙ୍କା

ଓ୍ବାଶିଂଟନ୍‌,୩୦।୧: ଇ-କମର୍ସ ଦୁନିଆରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ତିଆରି କରିଥିବା ଆମାଜନ୍‌ କମ୍ପାନୀ ଏବେ ତା’ର ନୂଆ କାର୍ଯ୍ୟାଳୟକୁ ନେଇ ଚର୍ଚ୍ଚାରେ।

ୟେମେନରେ ଆତ୍ମଘାତୀ ବିସ୍ଫୋରଣ: ୧୧ ମୃତ

ୟେମେନରେ ଆତ୍ମଘାତୀ ବିସ୍ଫୋରଣ: ୧୧ ମୃତ

ସାନା,୩୦।୧: ଦକ୍ଷିଣ ୟେମେନର ଏକ ସେନା ଶିବିରରେ ଆତ୍ମଘାତୀ ବିସ୍ଫୋରଣ ଘଟି ୧୧ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଆମେରିକା ବିମାନଠାରୁ ୫ ଫୁଟ୍‌ ଦୂରରେ ରୁଷ ଯୁଦ୍ଧ ବିମାନ

ଆମେରିକା ବିମାନଠାରୁ ୫ ଫୁଟ୍‌ ଦୂରରେ ରୁଷ ଯୁଦ୍ଧ ବିମାନ

ଓ୍ବାଶିଂଟନ୍‌,୩୦।୧: ଆମେରିକା ନୌସେନା ଉପରେ ନଜର ରଖିଥିବା ଆମେରିକାର ଏକ ବିମାନ ସୋମବାର ବ୍ଲାକ୍‌ ସି ଉପରେ ଉଡୁଥିବା ସମୟରେ ରୁଷର ଏକ ଯୁଦ୍ଧ ବିମାନ ଏହାଠାରୁ ମାତ୍ର ୫ଫୁଟ୍‌ ଦୂରରେ ଦୃଶ୍ୟମାନ ହୋଇଥିଲା।

ପାକିସ୍ତାନ ବିସ୍ଫୋରଣ: ଗୋଟିଏ ପରିବାରର ୬ ମୃତ

ପାକିସ୍ତାନ ବିସ୍ଫୋରଣ: ଗୋଟିଏ ପରିବାରର ୬ ମୃତ

ଇସଲାମାବାଦ,୩୦।୧: ପାକିସ୍ତାନର କୁରମ ଏଜେନ୍ସିରେ ମଙ୍ଗଳବାର ହୋଇଥିବା ଏକ ବିସ୍ଫୋରଣରେ ଗୋଟିଏ ପରିବାରର ୩ ମହିଳାଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଛି।

 ୮ ଦିନରେ ସିରିଆରେ ୫୫୦ ଆତଙ୍କବାଦୀ ନିହତ

୮ ଦିନରେ ସିରିଆରେ ୫୫୦ ଆତଙ୍କବାଦୀ ନିହତ

ଆଙ୍କାରା, ୨୯।୧: ସିରିଆରେ ଜାରି ରହିଥିବା ଗୃହଯୁଦ୍ଧରେ ୮ ଦିନରେ ୫୫୦ ଆତଙ୍କବାଦୀ ନିହତ ହୋଇଛନ୍ତି। ସିରିଆ ସୈନ୍ୟ ବାହିନୀଙ୍କ ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

ଆତଙ୍କବାଦୀଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଉଛି ପାକିସ୍ତାନ

କାବୁଲ, ୨୯।୧: ଆଫଗାନୀସ୍ତାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣରେ ପାକିସ୍ତାନ ସହାୟତା କରୁଛି ବୋଲି ସୋମବାର ଆଫଗାନୀସ୍ତାନ ରାଷ୍ଟ୍ରଦୂତ ମଜିଦ୍‌ କ୍ୱାରାର ସୂଚିତ କରିଛନ୍ତି। ଆତଙ୍କବାଦୀଙ୍କୁ ବିଭିନ୍ନ ପ୍ରକାଶ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ପାକିସ୍ତାନର ସୈନ୍ୟ ବିଭାଗର ମୁଖ୍ୟ ଭୂମିକା ରହିଛି।

କାବୁଲ ସେନା ବିଶ୍ୱବିଦ୍ୟାଳୟରେ ଆକ୍ରମଣ: ୩ ଆତଙ୍କବାଦୀ ନିହତ

କାବୁଲ ସେନା ବିଶ୍ୱବିଦ୍ୟାଳୟରେ ଆକ୍ରମଣ: ୩ ଆତଙ୍କବାଦୀ ନିହତ

କାବୁଲ, ୨୯।୧: ଆଫଗାନୀସ୍ତାନ କାବୁଲଠାରେ ଥିବା ସେନା ବିଶ୍ୱବିଦ୍ୟାଳୟରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିବାବେଳେ ଜଣେ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି।

ବୋମା ବିସ୍ଫୋରଣ: ୫ ମୃତ

ବୋମା ବିସ୍ଫୋରଣ: ୫ ମୃତ

ବୋଗୋଟା, ୨୮।୧: କଲମ୍ବିଆ ବାରନକ୍ୱିଲା ସହରରେ ଏକ ବୋମା ବିସ୍ଫୋରଣ ଘଟଣାରେ ୫ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୪୧ ଜଣ ଆହତ ହୋଇଛନ୍ତି।

ଭୂମଧ୍ୟସାଗରରୁ ୮ ଶହ ଲୋକ ଉଦ୍ଧାର

ଭୂମଧ୍ୟସାଗରରୁ ୮ ଶହ ଲୋକ ଉଦ୍ଧାର

ରୋମ୍‌, ୨୮।୧: ଆଫ୍ରିକାରେ ଜାରି ରହିଥିବା ନିର୍ଯ୍ୟାତନାରୁ ରକ୍ଷା ପାଇବା ପାଇଁ ପଳାୟନ କରୁଥିବା ୮ ଶହ ଲୋକଙ୍କୁ ଭୂମଧ୍ୟସାଗରରୁ ଉଦ୍ଧାର କରାଯାଇଛି। ୫ଟି ବୋଟ ଓ ୨ଟି ରବର ଡଙ୍ଗାରେ ସେମାନେ ଆସୁଥିବା କୁହାଯାଉଛି।

ଚାଇନା-ଜାପାନ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ଚାଇନା-ଜାପାନ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ବେଜିଂ, ୨୮।୧: ଚାଇନା-ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ରବିବାର ଆରମ୍ଭ ହୋଇଛି। ଏନେଇ ଚାଇନା ବୈଦେଶିକ ମନ୍ତ୍ରୀ ଓ୍ବଙ୍ଗ୍‌ ଓ୍ବି ଏବଂ ଜାପାନ ବୈଦେଶିକ ମନ୍ତ୍ରୀ ତାରୋ କୋନୋଙ୍କ ମଧ୍ୟରେ ସାକ୍ଷାତ୍‌ ହୋଇଛି।

କାବୁଲରେ ବୋମା ବିସ୍ଫୋରଣ: ୪୦ ମୃତ,୧୪୦ ଗୁରୁତର

କାବୁଲରେ ବୋମା ବିସ୍ଫୋରଣ: ୪୦ ମୃତ,୧୪୦ ଗୁରୁତର

କାବୁଲ,୨୭।୧: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶନିବାର ଏକ ବୋମା ବିସ୍ଫୋରଣରେ ଅନୂ୍ୟନ ୪୦ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୧୪୦ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ବିସ୍ଫୋରଣ ବିଦେଶୀ ଦୂତାବାସ ନିକଟରେ ଘଟିଛି।

ସିରିଆରେ ଆମେରିକା ଓ ତୁର୍କୀ ସେନା ମୁହାଁମୁହିଁ

ସିରିଆରେ ଆମେରିକା ଓ ତୁର୍କୀ ସେନା ମୁହାଁମୁହିଁ

ଓ୍ବାଶିଂଟନ,୨୭।୧: ପ୍ରଥମଥର ଲାଗି ୨ ନାଟୋ ସଦସ୍ୟ ଦେଶ ମୁହାଁମୁହିଁ ହେବାକୁ ଯାଉଛନ୍ତି। ସିରିଆର ମଜ୍‌ବିସ ସହରରେ ଆମେରିକା ଓ ତୁର୍କୀ ସେନା ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୫ ଦିନ ଧରି ତୁର୍କୀ ସେନା ସିରିଆର ଉତ୍ତରାଞ୍ଚଳରେ ସାମରିକ ଅପରେଶନ୍‌ ଚଳାଇଥିବାବେଳ ଏଥିରେ ପ୍ରାୟ ୩୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣା ପଡ଼ିଛି।

୬ ହାକ୍ୱିନ୍‌ ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କଲା ଆମେରିକା

୬ ହାକ୍ୱିନ୍‌ ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କଲା ଆମେରିକା

ଓ୍ବାଶିଂଟନ,୨୬।୧: ଆମେରିକା ତାଲିବାନ ଆତଙ୍କବାଦୀ ସଂଗଠନର ୬ ହାକ୍ୱିନ୍‌ ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କରିଛି। ସେମାନଙ୍କ ମଧ୍ୟରେ ତାଲିବାନ୍‌ ସଦସ୍ୟ ଅବଦୁଲ୍‌ ସମଦ୍‌ ସାନି, ଅବଦୁଲ୍‌ କାଦର୍‌ ବସିର୍‌, ଅବଦୁଲ୍‌ ବସିର୍‌, ହାଫିଜ୍‌ ମହମ୍ମଦ ପୋପାଲ୍‌ଜି, ଗୁଲା ଖାଁ ହାମିଦ୍‌ ପ୍ରମୁଖ ରହିଛନ୍ତି।

ସିରିଆରେ ଆମେରିକା ଓ ତୁର୍କୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ସିରିଆରେ ଆମେରିକା ଓ ତୁର୍କୀ ମଧ୍ୟରେ ଯୁଦ୍ଧ ପରିସ୍ଥିତି

ଦମିସ୍କ/ଓ୍ବାଶିଂଟନ୍‌,୨୬।୧: ସିରିଆର ସହର ମଜବିସ୍‌ରେ ଆମେରିକା ଏବଂ ତୁର୍କୀ ସେନା ମୁହାଁମୁହିଁ ହୋଇଛନ୍ତି। ପ୍ରଥମ ଥର ଲାଗି ଆମେରିକା ଅନୁଗାମୀ ଦୁଇ ନାଟୋ ସଦସ୍ୟ ଦେଶ ମଧ୍ୟରେ ସିଧାସଳଖ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି।

ପାଲେଷ୍ଟାଇନ୍‌କୁ ଆର୍ଥିକ ସହାୟତା ନ ଦେବାକୁ ଆମେରିକାର ଧମକ

ପାଲେଷ୍ଟାଇନ୍‌କୁ ଆର୍ଥିକ ସହାୟତା ନ ଦେବାକୁ ଆମେରିକାର ଧମକ

ଓ୍ବାଶିଂଟନ୍‌,୨୬।୧: ପାଲେଷ୍ଟାଇନ୍‌ ଶାନ୍ତି ବାର୍ତ୍ତ ସମ୍ମିଳନୀରେ ଯୋଗ ନ ଦେଲେ ତାକୁ ଦିଆଯାଉଥିବା ଆର୍ଥିକ ସହାୟତାକୁ ବନ୍ଦ କରି ଦିଆଯିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି।

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୨୪ ମୃତ

ଲ୍ୟାଣ୍ଡ୍‌ମାଇନ୍‌ ବିସ୍ଫୋରଣରେ ୨୪ ମୃତ

ବାମାକୋ,୨୬।୧: ପଶ୍ଚିମ ଆଫ୍ରିକାର ମାଲିରେ ଜେହାଦୀଙ୍କ ଦ୍ୱାରା ବିଛା ଯାଇଥିବା ଲ୍ୟାଣ୍ଡ୍‌ନ୍‌ମାଇନ୍‌ ବିସ୍ଫୋରଣରେ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ଗତ ଦୁଇ ଦିନ ମଧ୍ୟରେ ଏଠାରେ ଏଭଳି ଘଟଣାରେ ୩୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ଲୋକ ରହିଛନ୍ତି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।