ଅନ୍ତର୍ଜାତୀୟ

ଜାପାନ କିଣିବ ଏଫ୍-୩୫-ଏ ଫାଇଟର ଯୁଦ୍ଧବିମାନ
ଟୋକିଓ, ୨୧।୨: ଜାପାନ ନିଜର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ୨୦ଟି ଏଫ୍-୩୫-ଏ ଯୁଦ୍ଧବିମାନ କିଣିବ। ଆମେରିକାର ଲକ୍ହିଡ୍ ମାର୍ଟିନ୍ କର୍ପ ସହିତ ଏନେଇ ଜପାନ ସରକାର ବୁଝାମଣା କରିଛନ୍ତି।

ସିରିଆରେ ସେନା ନେଉଛି ନିରୀହ ଜନତାଙ୍କ ଜୀବନ: ଚେତାବନୀ ଦେଲା ଜାତିସଂଘ
ଦାମାସ୍କସ୍, ୨୧।୨: ସିରିଆରେ ଗୃହଯୁଦ୍ଧ କ୍ରମଶଃ ଉତ୍କଟ ହେବାରେ ଲାଗିଛି। ଆତଙ୍କବାଦୀଙ୍କୁ ଦମନ କରିବା ପାଇଁ ବାୟୁସେନା ପକ୍ଷରୁ ବୋମାମାଡ ଜାରି ରହିଛି। ଇଷ୍ଟର୍ନ ଗୌତା ଅଞ୍ଚଳରେ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରି ବୋମାମାଡ କରାଯାଉଛି। ଏହି ଘଟଣାରେ ଗତ ୩ ଦିନ ମଧ୍ୟରେ ୧୯୪ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୫୭ ଜଣ ଛୋଟପିଲା ଅଛନ୍ତି। ସୋମବାର ବାୟୁସେନା ଆକ୍ରମଣରେ ୩୯ ଛୋଟପିଲାଙ୍କ ସମେତ ୧୨୭ ଜଣଙ୍କ ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି।

ମାଳଦ୍ୱୀପରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କର ଗୁରୁତ୍ୱାରୋପ
କଲୋମ୍ବୋ, ୨୦।୨: ମାଳଦ୍ୱୀପରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଏହି ମର୍ମରେ ଏଠାରେ ଗଣତନ୍ତ୍ରର ପୁନଃସ୍ଥାପନ ପାଇଁ ସାର୍କ ପକ୍ଷରୁ ଅନୁରୋଧ କରାଯାଇଛି। ସେଠାରେ ଗଣତାନ୍ତ୍ରିକ ପ୍ରଥାର ଉଲ୍ଲଂଘନ ହେବା ସହିତ କମ୍ରାଗତ ସଙ୍କଟ ବୃଦ୍ଧି ପାଉଛି ବୋଲି ସାର୍କ ସୂଚିତ କରିଛି। ସାର୍କ ଅଧ୍ୟକ୍ଷ କାରୁ ଜୟସୂରିୟା ମାଲଦ୍ୱୀପ ମଜଲିସ୍ ବାଚସ୍ପତି ଅବଦୁଲା ମାସିଚ୍ ମହମ୍ମଦଙ୍କୁ ଏନେଇ ଏକ ପତ୍ର ମଧ୍ୟ ଲେଖିଛନ୍ତି।

କୋର୍ଟରେ ଗୁଳିକାଣ୍ଡ: ୨ ଆଇନଜୀବୀ ମୃତ
ଲାହୋର,୨୦।୨: ପାକିସ୍ତାନର ଲାହୋର ଦୌରା ଜଜ କୋର୍ଟ ପରିସରରେ ମଙ୍ଗଳବାର ଗୁଳିକାଣ୍ଡ ଘଟି ୨ ଆଇନଜୀବୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଜଲାଲାବାଦ ବିସ୍ଫୋରଣ: ୩ ମୃତ
କାବୁଲ,୨୦।୨: ନଙ୍ଗାହାର ପୂର୍ବାଞ୍ଚଳରେ ଥିବା ଆଫଗାନିସ୍ତାନର ଜଲାଲାବାଦ ସହରରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ବିସ୍ଫୋରଣ ଘଟି ୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ବ୍ଲାକ ସି’ରେ ଯୁଦ୍ଧ ପାଇଁ ସଜବାଜ ହେଉଛନ୍ତି ଆମେରିକା ଓ ରୁଷ
ଓ୍ବାଶିଂଟନ,୨୦।୨: କିଛିଦିନ ହେବ ଆମେରିକା ଓ ରୁଷ ମଧ୍ୟରେ ବିବାଦ ଲାଗି ରହିଛି। ବ୍ଲାକ୍ ସିରେ ଉଭୟ ପକ୍ଷ ଯୁଦ୍ଧପାଇଁ ପ୍ରସ୍ତୁତ ହେଉଥିବା ଖବର ମଧ୍ୟ ନଜରକୁ ଆସିଛି। ରୁଷ ବ୍ଲାକ ସିରେ ନିଜର ଉପସ୍ଥିତି ବୃଦ୍ଧି କରୁଥିବା ଦେଖି ଚିନ୍ତାରେ ପଡିଯାଇଛି ଆମେରିକା।

ଆଫଗାନୀସ୍ତାନରେ ସୁରକ୍ଷାବଳ-ତାଲିବାନ ମୁହାଁମୁହିଁ: ୯ ପୋଲିସ କର୍ମଚାରୀ ମୃତ
କାବୁଲ, ୨୦।୨: ଆଫଗାନୀସ୍ତାନରେ ସୁରକ୍ଷାବଳ ଓ ତାଲିବାନ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ୯ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଦେଶର ପଶ୍ଚିମ ଓ ପୂର୍ବ ପ୍ରାନ୍ତରେ ଜାରି ରହିଥିବା ସର୍ଚ୍ଚ ଅପରେଶନ ସମୟରେ ଏହା ଘଟିଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏଥିରେ ୧୩ ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ପାକିସ୍ତାନରେ ଉପନିବେଶ ସ୍ଥାପନ କରୁଛି ଚାଇନା
ଇସଲାମାବାଦ୍, ୨୦।୨: ଚାଇନା ପାକିସ୍ତାନରେ ଉପନିବେଶ ସ୍ଥାପନ କାର୍ଯ୍ୟ ତ୍ୱରାନ୍ବିତ କରିବାରେ ଲାଗିଛି। ସମ୍ପ୍ରତି ପାକିସ୍ତାନ ସିନେଟ୍ରେ ଚାଇନାର ମନ୍ଦାରିନ୍ ଭାଷାକୁ କେତେକ କାର୍ଯ୍ୟାଳୟରେ ବ୍ୟବହାର ପାଇଁ ସ୍ବୀକୃତି ଦିଆଯାଇଛି। ଚାଇନାରେ କୈଟୋନିଜ୍ ତଥା ଅନ୍ୟ କେତେକ ଭାଷା ବହୁଳ ଭାବେ ପ୍ରଚଳିତ ହୋଇଥାଏ। ତେବେ ଅଧିକ ଲୋକ ମନ୍ଦାରିନ୍ ଭାଷାରେ ହିଁ କଥାବାର୍ତ୍ତା ହୋଇଥାନ୍ତି।

ସିରିଆରେ ବାୟୁସେନାର ବୋମାମାଡ଼: ଶହେରୁ ଅଧିକ ମୃତ
ଦାମାସ୍କସ୍, ୨୦।୨: ସିରିଆରେ ଆତଙ୍କବାଦୀଙ୍କ ବିରୋଧରେ ସରକାରଙ୍କ ପକ୍ଷରୁ ଅପରେଶନ ଜାରି ରହିଛି। ବାୟୁସେନା ପକ୍ଷରୁ ଦାମାସ୍କସ୍ ନିକଟରେ ଥିବା ଇଷ୍ଟର୍ଣ୍ଣ ଘୋୟୁଟ୍ ଅଞ୍ଚଳରେ ହୋଇଥିବା ବୋମାମାଡରେ ଶହେରୁ ଅଧିକ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୨୫ରୁ ଅଧିକ ଲୋକ ଆହତ ହୋଇଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଗତ ଡିସେମ୍ବରଠାରୁ ଦେଶରେ ଆତଙ୍କବାଦୀ ବିରୋଧି ଅପରେଶନରେ ୫ ଶହରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨ ହଜାରରୁ ଅଧିକ ଲୋକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ମେକ୍ସିକୋରେ ଭୂକମ୍ପ
ମେକ୍ସିକୋ, ୧୯।୨: ମେକ୍ସିକୋରେ ସୋମବାର ସକାଳେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୬.୧ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପର କେନ୍ଦ୍ର ଓକ୍ସାକାର ପୂର୍ବଠାରୁ ୪୩ କିଲୋମିଟର ଦୂରରେ ତଥା ଭୂଗର୍ଭର ୧୦ କିଲୋମିଟର ତଳେ ଥିଲା ବୋଲି ଅନୁମାନ କରାଯାଉଛି।

ଇମ୍ରାନଙ୍କ ହାଟ୍ରିକ୍ ବିବାହ
ଲାହୋର, ୧୯।୨: ପାକିସ୍ତାନ କ୍ରିକେଟ ତାରକା ଇମ୍ରାନ୍ ଖାଁ ତୃତୀୟ ଥର ପାଇଁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ହେଉଛନ୍ତି ଇମ୍ରାନ୍ଙ୍କ ଆଧ୍ୟାତ୍ମିକ ମାଗଦର୍ଶକ ବୁଶ୍ରା ମାନେକା। ବୁଶ୍ରାଙ୍କର ୫ ସନ୍ତାନ ଅଛନ୍ତି।

ଫେବୃୟାରୀ ୨୧ରେ ସ୍ପେସ୍ ଏକ୍ସ ଛାଡିବ ଫାଲକନ୍ ୯ ରକେଟ
ସାନ୍ ଫ୍ରାନ୍ସିସ୍କୋ, ୧୯।୨: ଆମେରିକା ଘରୋଇ କମ୍ପାନି ସ୍ପେସ୍ ଏକ୍ସ ମହାକାଶକୁ ଫେବୃୟାରୀ ୨୧ରେ ଫାଲକନ୍ ୯ ରକେଟ ଛାଡିବ। ଫେବୃୟାରୀ ୧୭ରେ ଏହାକୁ ମହାକାଶକୁ ପ୍ରେରଣ କରାଯିବାର ଯୋଜନା କରାଯାଇଥିଲା। ତେବେ ଏହାର ଉତ୍କ୍ଷେପଣ ତାରିଖକୁ ୪ ଦିନ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଫେବୃୟାରୀ ୭ରେ ଏହି କମ୍ପାନୀ ୬୩.୮ ଟନ୍ ଓଜନ ୨୩୦ ଫୁଟ୍ ଲମ୍ବ ଓ ୪୦ ଫୁଟ୍ ପ୍ରସ୍ଥ ବିଶିଷ୍ଟ ଶକ୍ତିଶାଳୀ ରକେଟ୍ ଫାଲକନ୍ ହେଭିକୁ ମହାକାଶକୁ ପଠାଇଥିଲା।

ସାମାଜିକ କର୍ମୀଙ୍କୁ ମୁକ୍ତ ପାଇଁ କରାଚିରେ ବିକ୍ଷୋଭ
ଇସଲାମାବାଦ୍, ୧୯।୨: ସାମାଜିକ କର୍ମୀଙ୍କୁ ମୁକ୍ତ କରିବା ପାଇଁ ପାକିସ୍ତାନ କରାଚିରେ ଗିଲଗିଟ୍ ବଲ୍ଟିସ୍ତାନ ଯୁବ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେମାନେ ସୋମବାର କରାଚି ପ୍ରେସ୍ କ୍ଲବ୍ ସମ୍ମୁଖରେ ସରକାର ବିରୋଧୀ ସ୍ଲୋଗାନ୍ମାନ ଦେଇଛନ୍ତି।

ଇସ୍ରାଏଲ୍ ବିମାନର ବୋମା ମାଡ: ୨ ମୃତ
ଜେରୁଜେଲମ୍, ୧୯।୨: ଇସ୍ରାଏଲ୍ ବିମାନର ବୋମା ମାଡରେ ଗାଜା ଅଞ୍ଚଳରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ପାଲେଷ୍ଟାଇନ୍ ନାଗରିକ ବୋଲି ଜଣାପଡିଛି। ସେମାନଙ୍କ ବୟସ ୧୭ ବର୍ଷ। ହାମାସ୍ ଆତଙ୍କବାଦୀ ଶିବିରକୁ ଲକ୍ଷ୍ୟ କରି ବୋମା ମାଡ କରାଯାଉଥିବାବେଳେ ଏଥିରେ ଏହି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀ ବିରୋଧୀ ଅପରେଶନ ଅନ୍ତର୍ଗତ ଇସ୍ରାଏଲ୍ ୧୮ଟି ହାମାସ୍ ଶିବିର ଉପରେ ଆକ୍ରମଣ କରିଛି।

ମୁକୁଳିଲେ ୮୦ ରାଜନୈତିକ ବନ୍ଦୀ
ଖାରଟୋମ୍, ୧୯।୨: ସୁଦାନରେ ୮୦ ଜଣ ରାଜନୈତିକ ବନ୍ଦୀଙ୍କୁ ସରକାର ମୁକ୍ତ କରିଛନ୍ତି। ଦେଶରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଉଥିବାରୁ ସାଧାରଣ ଜନତାଙ୍କ ସହିତ ଅନେକ ରାଜନେତା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ସେମାନଙ୍କୁ ଗିରଫ କରିଥିଲେ।

ଇରାନ ବିମାନ ଦୁର୍ଘଟଣା: ୬୬ ମୃତ
ତେହରାନ,୧୮।୨(ପି.ଟି.): ଇରାନର ଏକ ଘରୋଇ ବିମାନ ରବିବାର ସକାଳେ ଦେଶର ଜାଗ୍ରୋସ୍ ପାର୍ବତ୍ୟ ଅଞ୍ଚଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ସମସ୍ତ ୬୦ ଯାତ୍ରୀ ଓ ୬ ବିମାନ କର୍ମଚାରୀ ପ୍ରାଣ ହରାଇଛନ୍ତି। ଆସ୍ମାନ୍ ଏୟାରଲାଇନ୍ସର ଯାତ୍ରୀବାହୀ ବିମାନ ଇପି୩୭୦୪ ରାଜଧାନୀ ତେହେରାନସ୍ଥିତ ମେହରାବାଦ ବିମାନବନ୍ଦରରୁ ସ୍ଥାନୀୟ ସମୟ ସକାଳ ୮ଟାରେ ଉଡାଣ ଆରମ୍ଭ କରିଥିଲା। ତେହେରାନର ୫୦୦ କି.ମି. ଦକ୍ଷିଣରେ ଅବସ୍ଥିତ ୟସୁଜ୍ ସହର ଅଭିମୁଖେ ଯାତ୍ରା କରୁଥିବାବେଳେ ଉଡାଣର ୪୫ ମିନିଟ ପରେ ଏହା ରାଡାର ବାହାରକୁ ଚାଲିଯାଇଥିଲା।

ଆମେରିକା ଡ୍ରୋନ୍ ଆକ୍ରମଣରେ ୭ ଆଇଏସ୍ ଆତଙ୍କବାଦୀ ମୃତ
କାବୁଲ,୧୮।୨: ଆଫଗାନିସ୍ତାନର ଉତ୍ତରପୂର୍ବ କୁନାର ଅଞ୍ଚଳରେ ରବିବାର ଆମେରିକାର ଡ୍ରୋନ ଆକ୍ରମଣରେ ୭ ଆଇଏସ୍ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ଇରାନ ବିମାନ ଦୁର୍ଘଟଣାଗ୍ରସ୍ତ : ୬୬ ମୃତ
ତେହେରାନ,୧୮।୨: ଆସେମନ୍ ଏୟାରଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୬୬ ଜଣଙ୍କର ମୃତ୍ୟୁ ଘଟିଛି। ବିମାନଟି ମଧ୍ୟ ଇରାନର ଏକ ପାହାଡିଆ ଅଞ୍ଚଳରେ ଖସି ପଡିବା ଯୋଗୁ ଦୁର୍ଘଟଣା ଘଟିଛି।

ବୌଦ୍ଧ ମନ୍ଦିରରେ ନିଆଁ
ବେଜିଂ,୧୮।୨: ତିବ୍ବତସ୍ଥିତ ପବିତ୍ର ବୌଦ୍ଧ ମନ୍ଦିରରେ ଭୀଷଣ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ୟୁନେସ୍କୋ ତାଲିକାଭୁକ୍ତ ଏହି ମନ୍ଦିର ରାଜଧାନୀ ଲହାସାରେ ଅବସ୍ଥିତ।

ହାଫିଜଙ୍କ ବିରୋଧରେ ଠୋସ୍ ପ୍ରମାଣ ନାହିଁ: ପାକିସ୍ତାନ
ଇସ୍ଲାମାବାଦ,୧୮।୨: ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀ ହାଫିଜ୍ ସୟିଦଙ୍କ ଆଗରେ ପୁଣି ଥରେ ପାକିସ୍ତାନ ଏକ ପ୍ରକାର ମୁଣ୍ଡ ନୁଆଁଇଛି କହିଲେ କିଛି ଭୁଲ୍ ହେବନି। ହାଫିଜ୍ କିମ୍ବା ତାଙ୍କ ସଙ୍ଗଠନ ବିରୋଧରେ କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି ପାକିସ୍ତାନ କହିଛି।

ନାବାଳିକା ବଳାତ୍କାରୀଙ୍କୁ ୪ ଥର ଫାଶୀ ଦିଆଯାଉ: ଲାହୋର ହାଇକୋର୍ଟ
ଲାହୋର,୧୭।୨: ପାକିସ୍ତାନର ପଞ୍ଜାବରେ ଜଣେ ୭ ବର୍ଷର ଝିଅକୁ ବଳାତ୍କାର ପରେ ହତ୍ୟା କରାଯିବା ମାମଲାରେ ଲାହୋର ହାଇକୋର୍ଟ ଏକ ବଡ ରାୟ ଦେଇଛନ୍ତି।

ଆଇଏସ୍ର ଗୁପ୍ତସ୍ଥାନକୁ ଟାର୍ଗେଟ କରୁଛି ଆମେରିକା ଡ୍ରୋନ୍
କାବୁଲ,୧୭।୨: ଆଫଗାନିସ୍ତାନରେ ଥିବା ଇସଲାମିକ୍ ଷ୍ଟେଟ୍(ଆଇଏସ୍) ଆତଙ୍କବାଦୀ ସଙ୍ଗଠନର ଗୁପ୍ତ ଶିବିରକୁ ଏବେ ଟାର୍ଗେଟ କରିଛି

ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀ ବଞ୍ଚାଇଥିଲେ ଛାତ୍ରୀଛାତ୍ରଙ୍କ ଜୀବନ
ନ୍ୟୁୟର୍କ,୧୭।୨: ଫ୍ଲୋରିଡା ସ୍କୁଲ ଗୁଳିକାଣ୍ଡରେ କେତେ ଜଣ ପିଲାଙ୍କ ଜୀବନ ବଞ୍ଚାଇଥିବା ଜଣେ ଭାରତୀୟ ବଂଶୋଦ୍ଭବ ଶିକ୍ଷୟିତ୍ରୀଙ୍କ ଚର୍ଚ୍ଚା ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ରୋଷେୟା ବନିଲେ ବ୍ରିଟେନ୍ ରାଜକୁମାର
ଲଣ୍ଡନ,୧୭।୨: ବ୍ରିଟେନ୍ ରାଜକୁମାର ହ୍ୟାରିଙ୍କର ପିଲାମାନଙ୍କ ପ୍ରତି ଥିବା ଭଲପାଇବା ପୁଣିଥରେ ସାମ୍ନାକୁ ଆସିଛି। ଲଣ୍ଡନର ସାଉଥ ୟୁଥ ସେଣ୍ଟରରେ ଥିବା ଏକ ସ୍କୁଲରେ ପହଞ୍ଚି ପିଲାମାନଙ୍କୁ ଖାଇବାକୁ ଦେବାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।