Dharitri News

ଅନ୍ତର୍ଜାତୀୟ

ସମୁଦ୍ରରେ ନିଆଁ

ସମୁଦ୍ରରେ ନିଆଁ

ପୁର୍ଟୋରିକୋ,୧୫।୧: ଫ୍ଲୋରିଡାର ଟାମ୍ପା ସମୁଦ୍ର କୂଳରେ ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ କ୍ୟାସିନୋ ବୋଟରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ରବିବାର ସନ୍ଧ୍ୟାରେ ଏହି ନିଆଁ ଲାଗିଥିବା ଜାଣିବା ପରେ ତୁରନ୍ତ ବୋଟରେ ଥିବା ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ରନ୍‌ଓ୍ବେରୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ରନ୍‌ଓ୍ବେରୁ ଖସିଲା ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଇସ୍ତାନବୁଲ,୧୫।୧: ତୁର୍କୀର ତ୍ରାଜବୋନ୍‌ ବିମାନ ବନ୍ଦରରେ ଶନିବାର ୧୬୮ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବିମାନ ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି। ରନ୍‌ଓ୍ବେରେ ବିମାନଟି ଯାଉଥିବା ସମୟରେ ହଠାତ୍‌ ଖସିଯିବାରୁ ବ୍ଲାକ୍‌ ସିରେ ପଡିବା ପୂର୍ବରୁ ଏହା କଡରେ ଥିବା କାଦୁଅରେ ଫସିଯାଇଥିଲା।

ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ ନେତାଙ୍କ ସନ୍ଦେହ ଜନକ ମୃତ୍ୟୁ

ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ ନେତାଙ୍କ ସନ୍ଦେହ ଜନକ ମୃତ୍ୟୁ

କରାଚି,୧୫।୧: ମୁତ୍ତାହିଦା କ୍ୱାମି ମୁଭ୍‌ମେଣ୍ଟ(ଏମ୍‌କ୍ୟୁଏମ୍‌) ନେତା ଡ. ହସନ ଜାଫର ଆରିଫଙ୍କ ମୃତଦେହ କରାଚିର ଇଲିୟାସ ଗୋଠ୍‌ ଅଞ୍ଚଳରୁ ରବିବାର ଏକ କାର୍‌ ଭିତରୁ ଉଦ୍ଧାର କରାଯାଇଛି। ସେ ଏମ୍‌କ୍ୟୁଏମ୍‌ ଲଣ୍ଡନର ଡେପ୍ୟୁଟି କନ୍‌ଭେନର ଥିଲେ।

 ହାଇଦର୍‌ ଅଲ୍‌-ଆବାଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି

ହାଇଦର୍‌ ଅଲ୍‌-ଆବାଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି

ବାଗଦାଦ୍‌, ୧୪।୧: ଇରାକ ପ୍ରଧାନମନ୍ତ୍ରୀ ହାଇଦର୍‌ ଅଲ୍‌-ଆବାଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଉଛି। ଆଗାମୀ ମେ ମାସରେ ଇରାକରେ ପାର୍ଲାମେଣ୍ଟ ନିର୍ବାଚନ ହେବ। ନିର୍ବାଚନରେ ହାଇଦର ପୁଣି ଥରେ ନିର୍ବାଚିତ ହେବାର ଆଶା ରହିଛି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି।

 ଆମେରିକା ଆଣବିକ ଚୁକ୍ତିରେ ବିଫଳ ହୋଇଛି: ଇରାନ

ଆମେରିକା ଆଣବିକ ଚୁକ୍ତିରେ ବିଫଳ ହୋଇଛି: ଇରାନ

ଆଙ୍କରା, ୧୪।୧: ଆମେରିକା ଆଣବିକ ଚୁକ୍ତି କ୍ଷେତ୍ରରେ ବିଫଳ ହୋଇଛି ବୋଲି ଇରାନ ରାଷ୍ଟ୍ରପତି ହୁସେନ୍‌ ରୁହାନୀ ରବିବାର ସୂଚିତ କରିଛନ୍ତି। ତେହେରାନ ଓ ଓ୍ବାଶିଂଟନ ମଧ୍ୟରେ ଏହି ଚୁକ୍ତି ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେମାନେ ସୂଚିତ କରିଛନ୍ତି।

ପାକିସ୍ତାନ ଅଧିକୃତ କଶ୍ମୀରରେ ବିରୋଧ ପ୍ରଦର୍ଶନ

ପାକିସ୍ତାନ ଅଧିକୃତ କଶ୍ମୀରରେ ବିରୋଧ ପ୍ରଦର୍ଶନ

ମୁଜାଫରାବାଦ୍‌, ୧୪।୧: ପାକିସ୍ତାନ ଅଧିକୃତ କଶ୍ମୀରରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ଯୋଗୁ ବ୍ୟବସାୟୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ସେମାନେ ନିଲମ୍‌ ଘାଟି ରୋଡକୁ ଟାୟାର ଜାଳି ଅବରୋଧ କରିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ୩ ଆତଙ୍କବାଦୀ ମୃତ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ୩ ଆତଙ୍କବାଦୀ ମୃତ

ଢାକା,୧୩।୧: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶ ପୋଲିସ ର଼୍ୟାପିଡ ଆକ୍ସନ ବାଟାଲିୟନ(ଆର୍‌ଏବି)ର ଗୁଳିରେ ବାଂଲାଦେଶର ଜମାତୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଙ୍ଗଠନର ଉକ୍ତ ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଥିଲା।

ଭେନେଜୁଏଲାରେ ଖାଦ୍ୟ ସଙ୍କଟ: ୪ ମୃତ

ଭେନେଜୁଏଲାରେ ଖାଦ୍ୟ ସଙ୍କଟ: ୪ ମୃତ

ବାରିନାଶ,୧୩।୧: ଭେନେଜୁଏଲାରେ ଦେଖାଦେଇଥିବା ଖାଦ୍ୟ ସଙ୍କଟ ଯୋଗୁ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଦେଶର ପଶ୍ଚିମ ସୁବେ ଇଣ୍ଡିଅନ୍‌ରେ ଖାଦ୍ୟ ସଙ୍କଟ ଯୋଗୁ ଏକ ଫୁଡ୍‌ କଲେକ୍ସନ୍‌ ସେଣ୍ଟର ଓ ଏକ ସୁପର ମାର୍କେଟରେ ସଂଘର୍ଷ ଘଟିଥିଲା।

ପ୍ରଥମ ଥର ଫୁଟବଲ ମ୍ୟାଚ ଦେଖିବାକୁ ସୌଦୀ ମହିଳା ଗଲେ ଷ୍ଟାଡିୟମ

ପ୍ରଥମ ଥର ଫୁଟବଲ ମ୍ୟାଚ ଦେଖିବାକୁ ସୌଦୀ ମହିଳା ଗଲେ ଷ୍ଟାଡିୟମ

ଓ୍ବାଶିଂଟନ,୧୩।୧: ସୌଦୀ ମହିଳାଙ୍କ ପାଇଁ ୨୦୧୮ ପରିବର୍ତ୍ତନର ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଶୁକ୍ରବାର ପ୍ରଥମ ଥର ପାଇଁ ସୌଦୀର ମହିଳାମାନେ ଷ୍ଟାଡିୟମରେ ବସି ଫୁଟବଲ ମ୍ୟାଚର ମଜା ନେଇଛନ୍ତି। ରୁଢିବାଦୀ ଚିନ୍ତାଧାରାକୁ ପଛରେ ପକାଇ ଏବେ ସୌଦୀ ମହିଳାମାନଙ୍କୁ ଆଗକୁ ଆସିବାକୁ ଦିଆଯାଉଛି।

ଚାଇନା ଧୀବରଙ୍କୁ ରୋକିବାକୁ କୋରିଆର ନୂଆ ଯୋଜନା

ଚାଇନା ଧୀବରଙ୍କୁ ରୋକିବାକୁ କୋରିଆର ନୂଆ ଯୋଜନା

ସିଓଲ,୧୩।୧: ଚାଇନା ଜାହାଜ ବେଆଇନ ଭାବେ ପଶ୍ଚିମ ସମୁଦ୍ର ସୀମାରେ ମାଛ ଧରୁଥିବାରୁ ଦକ୍ଷିଣ କୋରିଆ ଉତ୍ତର କୋରିଆ ସହ ମିଶି ଏଠାରେ କୃତ୍ରିମ ରିଫ୍‌ ସ୍ଥାପନ କରିବ ବୋଲି ଶନିବାର ଘୋଷଣା କରିଛି। ଉତ୍ତର ସୀମାରେଖାରେ ଥିବା ବିବାଦୀୟ ସମୁଦ୍ର ସୀମା ନିକଟସ୍ଥ ହଳଦିଆ ସମୁଦ୍ରରେ ଉତ୍ତର ପଶ୍ଚିମ ଦ୍ୱୀପ ନିକଟରେ କୃତ୍ରିମ ଅଳ୍ପ ରିଫ୍‌ ସ୍ଥାପନ କରାଯିବ।

ବେଲୁଚିସ୍ତାନରେ ୧୬ ସନ୍ଦିଗ୍ଧ ଗିରଫ

ବେଲୁଚିସ୍ତାନରେ ୧୬ ସନ୍ଦିଗ୍ଧ ଗିରଫ

କ୍ୱେଟା,୧୩।୧: ପାକିସ୍ତାନର ବିଭିନ୍ନ ଅଞ୍ଚଳରେ ତଲାସି ଅଭିଯାନ ସମୟରେ ୧୬ ଜଣ ସନ୍ଦିଗ୍ଧଙ୍କ ସମେତ ୮ ଜଣ ଆଫଗାନୀ ଶରଣାର୍ଥୀଙ୍କୁ ଗିରଫ କରାଯାଇଛି। ବେଲୁଚିସ୍ତାନର କ୍ୱେଟାରେ ଥିବା ବିଧାନସଭା ସମ୍ମୁଖରେ ଗୋଟିଏ ଦିନ ପୂର୍ବରୁ ହୋଇଥିବା ଆତ୍ମଘାତି ବିସ୍ଫୋରଣ ପରେ ଏହି ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଛି। ଉକ୍ତ ବିସ୍ଫୋରଣରେ ୭ ଜଣଙ୍କର ମୃତ୍ୟୁ ଘଟିଥିଲା।

ଜାପାନରେ ବରଫବର୍ଷା:ଟ୍ରେନରେ ଫସିଲେ ୪୩୦ ଯାତ୍ରୀ

ଜାପାନରେ ବରଫବର୍ଷା:ଟ୍ରେନରେ ଫସିଲେ ୪୩୦ ଯାତ୍ରୀ

ଟୋକିଓ,୧୨।୧: ଜାପାନରେ ପ୍ରବଳ ବରଫ ବୃଷ୍ଟି ଫଳରେ ସାଧାରଣ ଜୀବନଯାତ୍ରାରେ ବ୍ୟାହତ ସୃଷ୍ଟି ହୋଇଛି। ଏହି ବରଫ ବୃଷ୍ଟି ଫଳରେ ସାରା ରାତି ଟ୍ରେନରେ ୪୩୦ ଲୋକ ଫସି ରହିଥିବା ଶୁକ୍ରବାର ଜଣେ ରେଲଓ୍ବେ ଅଧିକାରୀ ସୂଚନା ଦେଇଛନ୍ତି

ତୁନିଶିଆର ୬୦୦ ପ୍ରଦର୍ଶନକାରୀ ଗିରଫ

ତୁନିଶିଆର ୬୦୦ ପ୍ରଦର୍ଶନକାରୀ ଗିରଫ

ତୁନିଶ,୧୨।୧: ପ୍ରଦର୍ଶନକାରୀ ଓ ଆଇନ୍‌ ପ୍ରବର୍ତ୍ତନ ଅଧିକାରୀଙ୍କ ମଧ୍ୟରେ ସଙ୍ଘର୍ଷ ଘଟିବାରୁ ୬୦୦ ପ୍ରଦର୍ଶନକାରୀ ଗିରଫ ହୋଇଛନ୍ତି। ସୋମବାର ଠାରୁ ଚାଲିଥିବା ଏହି ପ୍ରଦର୍ଶନରେ ମୁଖ୍ୟପ୍ରସଙ୍ଗ ଥିଲା ଦିନକୁ ଦିନ ସାଧାରଣ ଜୀବନଯାତ୍ରାର ଖର୍ଚ୍ଚ ବଢିବାରେ ଲାଗିଛି।

ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କଲା ଉତ୍ତର କୋରିଆ

ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ,୧୨।୧: ଉତ୍ତର କୋରିଆ ତା’ର ମୁଖ୍ୟ ପରମାଣୁ ପରୀକ୍ଷଣ ସ୍ଥଳରେ ସୁଡଙ୍ଗ ତିଆରି କରିବା କାମକୁ ଦ୍ରୁତ ଗତିରେ ବଢାଇ ଦେଇଛି। କିଛିଦିନ ହେବ ବନ୍ଦ ପଡିଥିବା ଏହି କାମକୁ ପୁଣି ଥରେ ଆରମ୍ଭ କରାଯାଇଛି।

ଓ୍ବେଷ୍ଟ ବ୍ୟାଙ୍କରେ ୧୧୦୦ ନୂଆଘର ନିର୍ମାଣ ପାଇଁ ମିଳିଲା ଅନୁମତି

ଓ୍ବେଷ୍ଟ ବ୍ୟାଙ୍କରେ ୧୧୦୦ ନୂଆଘର ନିର୍ମାଣ ପାଇଁ ମିଳିଲା ଅନୁମତି

ଜେରୁଜେଲମ୍‌,୧୨।୧: ଓ୍ବେଷ୍ଟ ବ୍ୟାଙ୍କକୁ ନିଜ ନିୟନ୍ତ୍ରଣରେ ରଖିଥିବା ଇସ୍ରାଏଲର ଅଧିକାରୀମାନେ ଏବେ ଏଠାରେ ନୂଆଘର ତିଆରି କରିବାକୁ ଅନୁମତି ଦେଇଥିବା ସୂଚନା ମିଳିଛି। ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ସମିତି ଏହି ଅନୁମତି ଦେଇଛନ୍ତି।

ଆତଙ୍କବାଦ ବିରୋଧରେ ପାକିସ୍ତାନ ଉପଯୁକ୍ତ ପଦକ୍ଷେପ ନେବ: ଆମେରିକା

ଆତଙ୍କବାଦ ବିରୋଧରେ ପାକିସ୍ତାନ ଉପଯୁକ୍ତ ପଦକ୍ଷେପ ନେବ: ଆମେରିକା

ଓ୍ବାଶିଂଟନ, ୧୨।୧: ପାକିସ୍ତାନ ଆତଙ୍କବାଦ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାର ସମ୍ଭାବନା ରହିଛି ବୋଲି ଶୁକ୍ରବାର ଆମେରିକା ଆଶା ପ୍ରକଟ କରିଛି। ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ପାକିସ୍ତାନ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିବାର ଯଥେଷ୍ଟ ସମ୍ଭାବନା ରହିଛି।

ପାନ୍‌ ଏମ୍‌ ଫ୍ଲାଇ-୭୩ ଅପହରଣକାରୀଙ୍କ ଫଟୋ ଜାରିକଲା ଏଫ୍‌ବିଆଇ

ପାନ୍‌ ଏମ୍‌ ଫ୍ଲାଇ-୭୩ ଅପହରଣକାରୀଙ୍କ ଫଟୋ ଜାରିକଲା ଏଫ୍‌ବିଆଇ

ଓ୍ବାଶିଂଟନ୍‌,୧୨।୧: ଆମେରିକା ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ) ଶୁକ୍ରବାର ୪ ବିମାନ ଅପହର୍ତ୍ତାଙ୍କ ଫଟୋ ଜାରି କରିଛି। ଏମାନଙ୍କ ଉପରେ ୧୯୮୬ରେ ହୋଇଥିବା ବହୁଚର୍ଚ୍ଚିତ ପାନ୍‌ଏମ୍‌ଫ୍ଲାଇ-୭୩ ଅପହରଣର ଅଭିଯୋଗ ଲାଗିଛି। ଏହି ବିମାନ ଅପହରଣରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଭାରତୀୟ ଫ୍ଲାଇଟ୍‌ ଆଟେଣ୍ଡାଣ୍ଟ ‘ନିରଜା’ଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଯାହା ସେ ସମୟରେ ଚହଳ ସୃଷ୍ଟି କରିଥିଲା।

 ମ୍ୟାନମାରରେ ଭୂକମ୍ପ

ମ୍ୟାନମାରରେ ଭୂକମ୍ପ

ନାପିଡ, ୧୨।୧: କେନ୍ଦ୍ରୀୟ ମ୍ୟାନମାରରେ ଶୁକ୍ରବାର ଭୋର୍‌ ସମୟରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୦ ଥିଲା ବୋଲି ଆମେରିକା ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

ଆମେରିକୀୟ ସଂସଦରେ ନିର୍ବାଚନ ଲଢିବେ ଭାରତୀୟ ମୂଳ ବାସିନ୍ଦା

ଆମେରିକୀୟ ସଂସଦରେ ନିର୍ବାଚନ ଲଢିବେ ଭାରତୀୟ ମୂଳ ବାସିନ୍ଦା

ଓ୍ବାଶିଂଟନ,୧୧।୧: ଆମେରିକାର ଭାରତୀୟ ମୂଳ ବାସିନ୍ଦା ପୁଞ୍ଜି ନିବେଶକାରୀ(ବ୍ୟାଙ୍କର୍‌) ଆମେରିକା ସଂସଦରେ ନିର୍ବାଚନ ଲଢିବାକୁ ଯୋଜନା କରୁଛନ୍ତି। ଉତ୍ତର-ପୂର୍ବ ଆମେରିକା ସ୍ଥିତ କନେକ୍ଟିକଟ୍‌ରୁ ସେ ନିର୍ବାଚନ ଲଢିବେ।

ଭାରତ ଭଳି ଦେଶ ସହ କାମ କରିବା ଭଲକଥା: ଟ୍ରମ୍ପ

ଭାରତ ଭଳି ଦେଶ ସହ କାମ କରିବା ଭଲକଥା: ଟ୍ରମ୍ପ

ଓ୍ବାଶିଂଟନ,୧୧।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କିଛି ଦେଶକୁ ନାଲିଆଖି ଦେଖାଇବା କଥା ଚର୍ଚ୍ଚାରେ ଥିବା ବେଳେ ଭାରତ, ରୁଷ, ଚାଇନା ଭଳି ଦେଶ ସହ କାମ କରିବା ଭଲକଥା ବୋଲି କହିଛନ୍ତି। ଟ୍ରମ୍ପଙ୍କର ଏହି କଥା ଶୁଣିବା ପରେ ଏହା ବିଶ୍ୱଶାନ୍ତି ପାଇଁ ଏକ ବଡ କଥା ବୋଲି କୁହାଯାଉଛି।

ପାକିସ୍ତାନ ଯାତ୍ରାକୁ ନେଇ ଆମେରିକା ନାଗରିକଙ୍କୁ ଚେତାବନୀ

ପାକିସ୍ତାନ ଯାତ୍ରାକୁ ନେଇ ଆମେରିକା ନାଗରିକଙ୍କୁ ଚେତାବନୀ

ଓ୍ବାଶିଂଟନ,୧୧।୧: ଜାରି ହେଲା ଆମେରିକାର ଟ୍ରାଭେଲ୍‌ ଆଡଭାଇଜରି। ବାରମ୍ବାର ଏଥିରେ ପରିବର୍ତ୍ତନ କରାଯାଉଥିବା ବେଳେ ଏଥର ଏଥିରେ ଭାରତକୁ ଲେଭଲ୍‌ ୨ ଓ ପାକିସ୍ତାନକୁ ଲେଭଲ ୩ ରେ ରଖିଛି ଆମେରିକା।

ନାବାଳିକାକୁ ବଳାତ୍କାର ଓ ହତ୍ୟା ପରେ ବଢିଲା ହିଂସା: ୨ ମୃତ

ନାବାଳିକାକୁ ବଳାତ୍କାର ଓ ହତ୍ୟା ପରେ ବଢିଲା ହିଂସା: ୨ ମୃତ

ଲାହୋର,୧୧।୧: ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ୮ବର୍ଷର ଜଣେ ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ମାମଲା ସାମ୍ନାକୁ ଆସିବା ପରେ ହିଂସା ଉପୁଜିଛି। ପୋଲିସ ସହ ସ୍ଥାନୀୟ ଲୋକଙ୍କ ହିଂସା ଫଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

କେରମାନ୍‌ରେ ଭୂକମ୍ପ

କେରମାନ୍‌ରେ ଭୂକମ୍ପ

ତେହରାନ୍‌, ୧୧।୧: ଦକ୍ଷିଣ ପୂର୍ବ ଇରାନର କେରମାନ୍‌ ପ୍ରଦେଶର ରାଭର ସହର ନିକଟରେ ଥିବା ହୋଜ୍‌ଡାକ୍‌ ଗ୍ରାମରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ଥିଲା।

କାଲିଫର୍ନିଆ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

କାଲିଫର୍ନିଆ ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୧୭କୁ ବୃଦ୍ଧି

ମୋଣ୍ଟେସିଟୋ,୧୧।୧: ଦକ୍ଷିଣ କାଲିଫର୍ନିଆରେ ହୋଇଥିବା ଭୂସ୍ଖଳନ ଫଳରେ ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି ହେବା ସହ ଅନ୍ୟ ୧୭ ଜଣ ନିଖୋଜ ଥିବା ଜଣାପଡିଛି। ଭୂସ୍ଖଳନ ଫଳରେ ଅନେକ ଘର ଓ ଯାନବାହନ କାଦୁଅରେ ପୋତିହୋଇଯିବା ସହ ପ୍ରବଳ ବର୍ଷାରେ କେତେକ ଘର ଓ କାର୍‌ ଭାସିଯାଇଛି। ଅନେକ ସ୍ଥାନରେ ବନ୍ୟା ଆସିଥିବା ମଧ୍ୟ ଦେଖା ଯାଇଛି।