ଅନ୍ତର୍ଜାତୀୟ

ଇଣ୍ଡୋନେସିଆ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ: ୬ରୁ ଅଧିକ ମୃତ

ଇଣ୍ଡୋନେସିଆ ଚର୍ଚ୍ଚରେ ଆତ୍ମଘାତୀ ବିସ୍ଫୋରଣ: ୬ରୁ ଅଧିକ ମୃତ

ଜାକର୍ତ୍ତା,୧୩।୫ : ଇଣ୍ଡୋନେସିଆ ସୁରବୟା ସ୍ଥିତ ଚର୍ଚ୍ଚରେ ରବିବାର ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୬ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୫ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି। ୩ଟି ବିସ୍ଫୋରଣ ହୋଇଥିବାବେଳେ ପ୍ରଥମ ବିସ୍ଫୋରଣ ସକାଳ ୭ଟା ୩୦ରେ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି।

ନିଜ ସାଥୀଙ୍କୁ ହତ୍ୟାକଲା ଆଇଏସ୍‌ଆଇଏସ୍‌

ନିଜ ସାଥୀଙ୍କୁ ହତ୍ୟାକଲା ଆଇଏସ୍‌ଆଇଏସ୍‌

କାବୁଲ,୧୨।୫: ଇସ୍‌ଲାମିକ୍‌ ଷ୍ଟେଟ୍‌ ଅଫ୍‌ ଇରାକ୍‌ ଆଣ୍ଡ ସିରିଆ(ଆଇଏସ୍‌ଆଇଏସ୍‌) ଆତଙ୍କବାଦୀ ଗୋଷ୍ଠୀ ଶନିବାର ଆଫଗାନିସ୍ତାନର ନଙ୍ଗରହର୍‌ ଅଞ୍ଚଳରେ ୫ ନିଜ ସାଥୀଙ୍କୁ ହତ୍ୟା କରିଛନ୍ତି।

ଆଣବିକ କାର୍ଯ୍ୟକ୍ରମର ପୁନଃ ଆରମ୍ଭ କରିବାକୁ ଇରାନ୍‌ ପ୍ରସ୍ତୁତ

ଆଣବିକ କାର୍ଯ୍ୟକ୍ରମର ପୁନଃ ଆରମ୍ଭ କରିବାକୁ ଇରାନ୍‌ ପ୍ରସ୍ତୁତ

ତେହେରାନ,୧୨।୫: ଆଣବିକ କାର୍ଯ୍ୟକ୍ରମର ପୁନଃ ଆରମ୍ଭ କରିବାକୁ ଇରାନ୍‌ ପ୍ରସ୍ତୁତ ଥିବା ଜଣାପଡ଼ିଛି। ବୃହତ୍‌ ଔଦ୍ୟୋଗିକ କ୍ଷେତ୍ର ମାଧ୍ୟମରେ ଆଣବିକ କାର୍ଯ୍ୟକ୍ରମକୁ ପୁଣି ଥରେ ଆରମ୍ଭ କରିବାକୁ ପ୍ରସ୍ତୁତ ଥିବା ଇରାନ୍‌ କହିଛି।

ଜାପାନରେ ଭଡ଼ାରେ ମିଳନ୍ତି ସ୍ତ୍ରୀ, ସ୍ବାମୀ ଓ ପରିବାର

ଜାପାନରେ ଭଡ଼ାରେ ମିଳନ୍ତି ସ୍ତ୍ରୀ, ସ୍ବାମୀ ଓ ପରିବାର

ଟୋକିଓ,୧୧।୫ : ସାଧାରଣତଃ ଘର, ଯାନବାହାନ ଆଦି ଭଡ଼ାରେ ମିଳିଥାଏ। ତେବେ ଜାପାନରେ ସ୍ତ୍ରୀ, ସ୍ବାମୀ, ପରିବାର ତଥା ପିଲାମାନେ ଭଡ଼ାରେ ମିଳିଥାନ୍ତି। ଏକୁଟିଆ ଜୀବନ କାଟୁଥିବା ଲୋକଙ୍କ ପାଇଁ ଜାପାନରେ ଏକ ସଂସ୍ଥା ପକ୍ଷରୁ ଏଭଳି ଅନନ୍ୟ ଯୋଜନାର ଆରମ୍ଭ କରାଯାଇଛି। ସଂସ୍ଥାରେ ଓ୍ବେବସାଇଟ୍‌ରେ ସ୍ତ୍ରୀ, ସ୍ବାମୀ କିମ୍ବା ପରିବାର ଆବଶ୍ୟକ ବୋଲି ବିଜ୍ଞାପନ ଦେଲେ ସଂସ୍ଥା ପକ୍ଷରୁ ଗ୍ରାହକଙ୍କ ପାଖକୁ ଏସବୁ ଭଡ଼ାରେ ଯୋଗାଇ ଦିଆଯାଇଥାଏ।

ତାଇଓ୍ବାନ ଆକାଶରେ ଚାଇନା ଯୁଦ୍ଧବିମାନର ପଇଁତରା

ତାଇଓ୍ବାନ ଆକାଶରେ ଚାଇନା ଯୁଦ୍ଧବିମାନର ପଇଁତରା

ବେଜିଂ,୧୧।୫ : ଚାଇନା ସାଗରରେ ଥିବା ତାଇଓ୍ବାନ ଆକାଶ ମାର୍ଗରେ ଚାଇନାର ଯୁଦ୍ଧ ବିମାନ ଶୁକ୍ରବାର ପଇଁତରା ମାରିଛି। ଚାଇନା ତାଇଓ୍ବାନକୁ ଏହାର ଅଂଶବିଶେଷ କହୁଥିବା ବେଳେ ତାଇଓ୍ବାନ ନିଜକୁ ସ୍ବୟଂ ଶାସିତ ଘୋଷଣା କରିଛି। ଫଳରେ ୨୦୧୬ଠାରୁ ତାଇଓ୍ବାନ ପ୍ରତି ଚାଇନାର ଆଭିମୁଖ୍ୟରେ କ୍ରମାଗତ ପରିବର୍ତ୍ତନ ହେବାରେ ଲାଗିଛି।

ଅଯୋଧ୍ୟା-ଜନକପୁର ବସ୍‌ ସେବା ଆରମ୍ଭ

ଅଯୋଧ୍ୟା-ଜନକପୁର ବସ୍‌ ସେବା ଆରମ୍ଭ

ନୂଆଦିଲ୍ଲୀ/ଜନକପୁର,୧୧।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେପାଳର ଜନକପୁରଠାରୁ ଭାରତର ଅଯୋଧ୍ୟା ମଧ୍ୟରେ ବସ ସେବା ଶୁକ୍ରବାର ଆରମ୍ଭ କରିଛନ୍ତି। ଏହି ଅବସରରେ ନେପାଳ ପ୍ରଧାନମନ୍ତ୍ରୀ କେ.ପି .ଶର୍ମା ଉପସ୍ଥିତ ଥିଲେ। ରାମାୟଣ ସର୍କିଟ୍‌ ଯୋଜନା ଅନ୍ତର୍ଗତ ଏହି ବସ ସେବା ଆରମ୍ଭ କରାଯାଇଛି।

ରୋହିଙ୍ଗ୍ୟାଙ୍କ ସୁରକ୍ଷିତ ଘରବାହୁଡ଼ା ଲାଗି ଉଦ୍ୟମ କରୁ ମ୍ୟାନମାର୍‌: ଜାତିସଂଘ

ରୋହିଙ୍ଗ୍ୟାଙ୍କ ସୁରକ୍ଷିତ ଘରବାହୁଡ଼ା ଲାଗି ଉଦ୍ୟମ କରୁ ମ୍ୟାନମାର୍‌: ଜାତିସଂଘ

ଜେନେଭା,୧୧।୫ : ରୋହିଙ୍ଗ୍ୟାଙ୍କ ସୁରକ୍ଷିତ ଘରବାହୁଡ଼ା ପାଇଁ ମ୍ୟାନ୍‌ମାର୍‌ ଉଦ୍ୟମ କରୁବୋଲି ଜାତିସଂଘ ପକ୍ଷରୁ ସୂଚିତ କରାଯାଇଛି। ରାଖିନି ଅଞ୍ଚଳରେ ଅତ୍ୟାଚାରର ଶିକାରହେବା ପରେ ପ୍ରାୟ ୬ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ବାଂଲାଦେଶ ଓ ଭାରତର କେତେକ ସ୍ଥାନରେ ଆଶ୍ରୟ ନେଇଛନ୍ତି। ସେଥିମଧ୍ୟରୁ ଅଧିକ ରୋହିଙ୍ଗ୍ୟା ବାଂଲାଦେଶର କୋକସ୍‌ ବଜାରଠାରେ ଶରଣାର୍ଥୀ ଶିବିରରେ ରହିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅଫୁଟା ବୋମା ଉଦ୍ଧାର

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ଅଫୁଟା ବୋମା ଉଦ୍ଧାର

ହକଂ,୧୧।୫ : ହକଂର ଏକ ନିର୍ମାଣଧୀନ ଅଞ୍ଚଳରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏକ ଅଫୁଟା ବୋମା ଶୁକ୍ରବାର ଉଦ୍ଧାର କରାଯାଇଛି। ଚଳିତ ବର୍ଷ ଏହାକୁ ମିଶାଇ ୩ଟି ବୋମା ଉଦ୍ଧାର କରାଯାଇଥିବା ପୋଲିସ ସୂଚିତ କରିଛି। ସୁରକ୍ଷା ଦୃଷ୍ଟିରୁ ଏହି ଅଞ୍ଚଳରୁ ୧୨ଶହ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର ହୋଇଥିବା ବୋମାର ଓଜନ ୪୫୦ କିଲୋଗ୍ରାମ୍‌।

ଆଫଗାନୀସ୍ତାନରେ ୨୨ ଆତଙ୍କବାଦୀ ନିହତ

ଆଫଗାନୀସ୍ତାନରେ ୨୨ ଆତଙ୍କବାଦୀ ନିହତ

କାବୁଲ,୧୦।୫ : ଆଫଗାନୀସ୍ତାନରେ ମିଳିତ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୨୨ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଫଗାନୀସ୍ତାନ ଓ ଆମେରିକା ସୈନ୍ୟଙ୍କ ମିଳିତ ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି। ଏଥିରେ ୭ରୁ ଅଧିକ ତାଲିବାନ୍‌ ଆତଙ୍କବାଦୀ ଆହତ ହୋଇଥିବା କୁହାଯାଉଛି।

ମହାତିର ମହମ୍ମଦ୍‌ ହେବେ ବିଶ୍ୱର ବୟସ୍କ ପ୍ରଧାନମନ୍ତ୍ରୀ

ମହାତିର ମହମ୍ମଦ୍‌ ହେବେ ବିଶ୍ୱର ବୟସ୍କ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କୁଆଲାମ୍ପୁଲ,୧୦।୫ : ମାଲେସିଆ ସାଧାରଣ ନିର୍ବାଚନରେ ୯୨ ବର୍ଷ ବୟସ୍କ ବରିଷ୍ଠ ନେତା ମହାତିର ମହମ୍ମଦଙ୍କୁ ବହୁମତ ମିଳିଛି। ଫଳରେ ମହାତିର ଏବେ ବିଶ୍ୱର ବୟସ୍କ ପ୍ରଧାନମନ୍ତ୍ରୀ ହେବାର ସୌଭାଗ୍ୟ ଅର୍ଜନ କରିବେ।

ଆଇରନ୍‌ ମ୍ୟାନ୍‌ଙ୍କ ୨.୧୮ କୋଟି ଟଙ୍କା ମୂଲ୍ୟର ସୁଟ୍‌ ଚୋରି

ଆଇରନ୍‌ ମ୍ୟାନ୍‌ଙ୍କ ୨.୧୮ କୋଟି ଟଙ୍କା ମୂଲ୍ୟର ସୁଟ୍‌ ଚୋରି

ଲସ୍‌ ଏଞ୍ଜେଲସ୍‌,୧୦।୫ : ହଲିଉଡ୍‌ ସୁପର ହିଟ୍‌ ଫିଲ୍ମ ଆଇରନ୍‌ ମ୍ୟାନ୍‌ରେ ଅଭିନେତା ରୋବର୍ଟ ଡାଉନି ଜୁନିଅର ପିନ୍ଧିଥିବା ସୁଟ୍‌ ଚୋରି ହୋଇଯାଇଛି। ଏହାର ମୂଲ୍ୟ ପ୍ରାୟ ୨.୧୮ କୋଟି ଟଙ୍କା ହେବ ବୋଲି କୁହାଯାଉଛି। ୨୦୦୮ରେ ଫିଲ୍ମର ଶୁଟିଂ ସମୟରେ ଡାଉନି ଏହାକୁ ପିନ୍ଧିଥିଲେ।

ରାସ୍ତାରେ ବୋହିଲା ୧୨ ଟନ୍‌ ଚକୋଲେଟ୍‌

ରାସ୍ତାରେ ବୋହିଲା ୧୨ ଟନ୍‌ ଚକୋଲେଟ୍‌

ଓ୍ବାରସୋ,୧୦।୫ : ପୋଲାଣ୍ଡ ଓ୍ବେରଜେସେନିଆ ଏବଂ ସ୍ଲୁପ୍‌କାକୁ ସଂଯୋଗ କରୁଥିବା ଏ-୨ ରାଜପଥରେ ୧୨ ଟନ୍‌ ତରଳ ଚକୋଲେଟ୍‌ ବୋହିବାର ଦୃଶ୍ୟ ଦେଖିବାକୁ ମିଳିଛି। ତରଳ ଚକୋଲେଟ୍‌ ନେଇ ଯାଉଥିବା ଏକ ଟ୍ୟାଙ୍କର ଓଲଟି ପଡିବାରୁ ଏଥିରେ ଥିବା ଚକୋଲେଟ ରାସ୍ତାରେ ବୋହିଯାଇଥିଲା।

୨ ଦିନିଆ ମ୍ୟାନ୍‌ମାର ଗସ୍ତରେ ସୁଷମା ସ୍ବରାଜ

୨ ଦିନିଆ ମ୍ୟାନ୍‌ମାର ଗସ୍ତରେ ସୁଷମା ସ୍ବରାଜ

ନୂଆଦିଲ୍ଲୀ/ନାପିଦଓ୍ବ,୧୦।୫ : ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ୨ ଦିନିଆ ମ୍ୟାନ୍‌ମାର ଗସ୍ତ ଗୁରୁବାରଠାରୁ ଆରମ୍ଭ ହୋଇଛି। ଏହି ଗସ୍ତକାଳରେ ଦୁଇଦେଶମଧ୍ୟରେ ଅନେକ ବିଷୟ ସମ୍ପର୍କରେ ଦ୍ୱିପାକ୍ଷିକ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ପ୍ରବଳ ବର୍ଷାରେ ଭାଙ୍ଗିଲା ଡ୍ୟାମ୍‌: ୨୦ରୁ ଅଧିକ ମୃତ

ପ୍ରବଳ ବର୍ଷାରେ ଭାଙ୍ଗିଲା ଡ୍ୟାମ୍‌: ୨୦ରୁ ଅଧିକ ମୃତ

ନାଇରୋବି,୧୦।୫ : କେନିଆରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ସୋଲାଇ ନାକାରୁ କାଉଣ୍ଟିଠାରେ ଏକ ଡ୍ୟାମ୍‌ ଭାଙ୍ଗି ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବାବେଳେ ସରକାରଙ୍କ ପକ୍ଷରୁ ପ୍ରଭାବିତମାନଙ୍କୁ ଆବଶ୍ୟକ ରିଲିଫ୍‌ ସାମଗ୍ରୀ ଯୋଗାଇ ଦିଆଯାଉଛି।

ସିରିଆରେ ଇରାନ୍‌-ଇସ୍ରାଏଲ୍‌ ମୁହାଁମୁହିଁ

ସିରିଆରେ ଇରାନ୍‌-ଇସ୍ରାଏଲ୍‌ ମୁହାଁମୁହିଁ

ଦାମାସକସ୍‌,୧୦।୫ : ସିରିଆ ଏବେ ରଣଭୂମି ପାଲଟିଛି। ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ର ଏଠାରେ ନିଜର ଶକ୍ତି ପ୍ରଦର୍ଶନ ଜାରି ରଖିଛନ୍ତି। ଏବେ ଇସ୍ରାଏଲ୍‌ ଏଠାରେ ଇରାନ୍‌ ସେନା ଶିବିରକୁ ଟାର୍ଗେଟ୍‌ କରିଛି। ଉଭୟ ସୈନ୍ୟବାହିନୀଙ୍କ ମଧ୍ୟରେ ଗୁଳିଗୋଳା ବିନମୟ ଜାରି ରହିଛି।

କାବୁଲରେ ବିସ୍ଫୋରଣ

କାବୁଲରେ ବିସ୍ଫୋରଣ

କାବୁଲ,୯।୫: ଆଫଗାନିସ୍ତାନ କାବୁଲର କ୍ୱାଲା-ଏ-ଫାତୁଲ୍ଲା ଅଞ୍ଚଳରେ ବୁଧବାର ଏକ ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାବୁଲର ପିଡି ୧୩ ଅଞ୍ଚଳରେ ପ୍ରଭାବ ପକାଇଥିବା ଟୋଲୋ ନ୍ୟୁଜ ପକ୍ଷରୁ ସୂଚନା ଦିଆଯାଇଛି।

ଇରାନ ଆଣବିକ ଚୁକ୍ତିରୁ ଓହରିବା ନିଷ୍ପତ୍ତି ଟ୍ରମ୍ପଙ୍କ ସାଂଘାତିକ ଭୁଲ୍‌: ଓବାମା

ଇରାନ ଆଣବିକ ଚୁକ୍ତିରୁ ଓହରିବା ନିଷ୍ପତ୍ତି ଟ୍ରମ୍ପଙ୍କ ସାଂଘାତିକ ଭୁଲ୍‌: ଓବାମା

ଓ୍ବାଶିଂଟନ,୯।୫: ଇରାନ ଆଣବିକ ଚୁକ୍ତିରୁ ଓହରିବା ନିଷ୍ପତ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ମସ୍ତବଡ଼ ଭୁଲ ବୋଲି ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ପ୍ରକାଶ କରିଛନ୍ତି।

ପାକିସ୍ତାନରେ ଭୂକମ୍ପ

ପାକିସ୍ତାନରେ ଭୂକମ୍ପ

ଇସ୍‌ଲାମାବାଦ,୯।୫: ପାକିସ୍ତାନରେ ବୁଧବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ଥିବା ଜଣାପଡ଼ିଛି।

ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ କିମ୍‌

ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଲେ କିମ୍‌

ବେଜିଂ,୮।୫(ପି.ଟି.) :ଉତ୍ତର କୋରିଆର ଏକଚ୍ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ମଙ୍ଗଳବାର ଚାଇନା ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କୁ ଭେଟିଛନ୍ତି। ଦୁଇମାସ ମଧ୍ୟରେ ଏହା ହେଉଛି ୨ ରାଷ୍ଟ୍ରମୁଖ୍ୟଙ୍କ ମଧ୍ୟରେ ଦ୍ୱିତୀୟ ସାକ୍ଷାତ୍‌। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ଜୁନ୍‌ରେ ସାକ୍ଷାତ୍‌ ଆଲୋଚନା ପୂର୍ବରୁ କିମ୍‌ଙ୍କ ଏହି ପଦକ୍ଷେପକୁ କୂଟନୈତିକ ମହଲରେ ଗୁରୁତ୍ୱ ଦିଆଯାଉଛି।

ପାକିସ୍ତାନରେ ଜମିକିଣା: ଚାଇନା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲାଗି ପାକ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ

ପାକିସ୍ତାନରେ ଜମିକିଣା: ଚାଇନା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲାଗି ପାକ୍‌ ସୁପ୍ରିମ୍‌କୋର୍ଟରେ ଆବେଦନ

ଲାହୋର,୮।୫: ପାକିସ୍ତାନରେ ଜମିକିଣିବା ନେଇ ଚାଇନା ନାଗରିକଙ୍କ ଉପରେ ପ୍ରତିବନ୍ଧକ ଲଗାଇବା ଲାଗି ଜଣେ ବରିଷ୍ଠ ଓକିଲ ପାକିସ୍ତାନ ସୁପ୍ରିମ୍‌କୋର୍ଟରେ ପିଟିଶନ ଦାୟର କରିଛନ୍ତି। ଦେଶର ସାର୍ବଭୌମତ୍ୱର ସୁରକ୍ଷା ଲାଗି ଏହାର ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି।

ଜୋତାରେ ଖାଦ୍ୟ ପରଷି ବିବାଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜୋତାରେ ଖାଦ୍ୟ ପରଷି ବିବାଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ,୮।୫: ଚଳିତ ମାସରେ ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ଓ ତାଙ୍କ ପତ୍ନୀ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ କରିଥିବା ରାତ୍ରି ଭୋଜନକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।

ରୁଷ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ

ରୁଷ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ : ୨ ପାଇଲଟ ମୃତ

ମସ୍କୋ,୮।୫: ସିରିୟାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ରୁଷ ହେଲିକପ୍ଟରର ୨ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଯୌନ ଶୋଷଣ ଅଭିଯୋଗ ପରେ ନ୍ୟୁୟର୍କ ଆଟର୍ନି ଜେନେରାଲଙ୍କ ଇସ୍ତଫା

ଯୌନ ଶୋଷଣ ଅଭିଯୋଗ ପରେ ନ୍ୟୁୟର୍କ ଆଟର୍ନି ଜେନେରାଲଙ୍କ ଇସ୍ତଫା

ନ୍ୟୁୟର୍କ,୮।୫: ନ୍ୟୁୟର୍କ ଆଟର୍ନି ଜେନେରାଲ ଏରିକ୍‌ ସ୍ନାଇଡରମ୍ୟାନ୍‌ଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସୋମବାର ରାତିରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ବେନଜିର ଭୁଟ୍ଟୋ ହତ୍ୟା ମାମଲାରେ ୫ ଟିଟିପି ସଦସ୍ୟଙ୍କୁ ମିଳିଲା ଜାମିନ

ବେନଜିର ଭୁଟ୍ଟୋ ହତ୍ୟା ମାମଲାରେ ୫ ଟିଟିପି ସଦସ୍ୟଙ୍କୁ ମିଳିଲା ଜାମିନ

ଲାହୋର,୮।୫: ପାକିସ୍ତାନ ପିପୁଲ୍‌ସ ପାର୍ଟି ଚେୟାରପର୍ସନ ତଥା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ହତ୍ୟା ଷଡଯନ୍ତ୍ରରେ ସାମିଲ ଥିବା ୫ ତେହେରିକ-ଏ-ତାଲିବାନ ପାକିସ୍ତାନ(ଟିଟିପି) ସଦସ୍ୟଙ୍କୁ ସୋମବାର ଜାମିନ ମିଳିଛି।