ଅନ୍ତର୍ଜାତୀୟ

ଶେଷନିଦ୍ରାରେ ବିରଳ ଧଳା ଗଣ୍ଡା ‘ସୁଦାନ’

ଶେଷନିଦ୍ରାରେ ବିରଳ ଧଳା ଗଣ୍ଡା ‘ସୁଦାନ’

ନାଇରୋବି, ୨୧।୩ : କେନିଆରେ ଥିବା ବିରଳ ଧଳା ଗଣ୍ଡା ସୁଦାନର ମୃତ୍ୟୁ ଘଟିଛି। ୨୦୧୪ରେ ଏହି ପ୍ରଜାତିର ଅନ୍ୟ ଗଣ୍ଡା ସୁନି ଶେଷ ନିଶ୍ୱାସ ତ୍ୟାଗ କରିଥିଲା। କେନିିଆ ସରକାର ଏହି ବିରଳ ଗଣ୍ଡାର ସୁରକ୍ଷା ପାଇଁ ସୈନ୍ୟ ମୁତୟନ କରିଥିଲେ। ସୁଦାନ ୧୯୭୨ରେ ଜନ୍ମଗ୍ରହଣ କରିଥିଲା।

ଆତ୍ମଘାତୀ ବିସ୍ଫୋରଣ: ୨୬ ମୃତ

ଆତ୍ମଘାତୀ ବିସ୍ଫୋରଣ: ୨୬ ମୃତ

କାବୁଲ, ୨୧।୩ : ଆଫଗାନୀସ୍ତାନ କାବୁଲଠାରେ ବୁଧବାର ଏକ ଶକ୍ତିଶାଳୀ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୧୮ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ପ୍ରଶାସନ କହିଛି।

ଇସ୍ତଫା ଦେଲେ ମ୍ୟାନ୍‌ମାର୍‌ ରାଷ୍ଟ୍ରପତି

ଇସ୍ତଫା ଦେଲେ ମ୍ୟାନ୍‌ମାର୍‌ ରାଷ୍ଟ୍ରପତି

ନାପିତ, ୨୧।୩ : ମ୍ୟାନ୍‌ମାର୍‌ ରାଷ୍ଟ୍ରପତି ୟୁ ହିତିନ୍‌ କାଓ୍ବା ଇସ୍ତଫା ଦେଇଛନ୍ତି। ୭୧ ବର୍ଷ ବୟସ୍କ କାଓ୍ବା ସ୍ବାସ୍ଥ୍ୟ ଗତ କାରଣରୁ ଇସ୍ତଫା ଦେଇଥିବା ସରକାର ସୂଚିତ କରିଛନ୍ତି। ସେ ୨୦୧୬ରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ।

 ସିରିଆରେ ବିଦ୍ରୋହୀଙ୍କ ରକେଟ୍‌ ମାଡ଼: ୩୫ ମୃତ

ସିରିଆରେ ବିଦ୍ରୋହୀଙ୍କ ରକେଟ୍‌ ମାଡ଼: ୩୫ ମୃତ

ଦାମାସ୍‌କସ୍‌, ୨୧।୩ : ସିରିଆ ଦାମାସ୍‌କସ୍‌ରେ ବିଦ୍ରୋହୀଙ୍କ ରକେଟ୍‌ ମାଡ଼ରେ ୩୫ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମାର୍ଚ୍ଚ ୨୧ ମାତୃ ଦିବସ ଉପଲକ୍ଷେ ଏଠାକାର ବଜାରରେ ଗହଳି ଲାଗିଥିବାରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଆଇଏସ୍‌ଆଇ ଆଫଗାନୀସ୍ତାନରେ ଜାରି ରଖିଛି ଆତଙ୍କବାଦୀ ଆକ୍ରମଣ

ଆଇଏସ୍‌ଆଇ ଆଫଗାନୀସ୍ତାନରେ ଜାରି ରଖିଛି ଆତଙ୍କବାଦୀ ଆକ୍ରମଣ

କାବୁଲ, ୨୦।୩ : ଆଫଗାନୀସ୍ତାନରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଇଣ୍ଟର ସର୍ଭିସ୍‌ ଇଣ୍ଟେଲଜେନ୍ସ(ଆଇଏସ୍‌ଆଇ) ତାଲିବାନ ଆତଙ୍କବାଦୀ ସଂଗଠନକୁ ସହାୟତା ପ୍ରଦାନ କରୁଛି। ତାଲିବାନ ସହାୟତାରେ ଏହା ଦେଶର ବିଭିନ୍ନ ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ ଜାରି ରଖିଛି। ନାଟୋ ବାହିନୀର ଆତଙ୍କବାଦ ବିରୋଧୀ ଅପରେଶନରେ ଆଇଏସ୍‌ଆଇ ପ୍ରତିବନ୍ଧକ ସାଜିଥିବା କୁହାଯାଉଛି।

 ସିରିଆ ସ୍କୁଲରେ ରୁଷିଆ ଯୁଦ୍ଧବିମାନର ବୋମାମାଡ଼: ୧୫ ଛାତ୍ରୀଛାତ୍ର ମୃତ

ସିରିଆ ସ୍କୁଲରେ ରୁଷିଆ ଯୁଦ୍ଧବିମାନର ବୋମାମାଡ଼: ୧୫ ଛାତ୍ରୀଛାତ୍ର ମୃତ

କାବୁଲ, ୨୦।୩ : ସିରିଆ ଘୌଟା ଅଞ୍ଚଳରେ ଏକ ସ୍କୁଲ ଉପରେ ରୁଷିଆ ଯୁଦ୍ଧବିମାନରୁ ବୋମାମାଡ଼ କରାଯାଇଛି। ଏହି ଘଟଣାରେ ସ୍କୁଲରେ ଆଶ୍ରୟ ନେଇଥିବା ୧୫ ଛାତ୍ରୀଛାତ୍ର ଏବଂ ୨ ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଏଠାରେ ଆତଙ୍କବାଦୀ ଶିବିର ରହିଥିବା ରୁଷିଆ ପକ୍ଷରୁ କୁହାଯାଇଛି।

ଚାଇନାର ଦାଦାଗିରି: ଭାରତକୁ ଧମକ ଦେଲେ ଏକଛତ୍ରବାଦୀ ଶାସକ

ଚାଇନାର ଦାଦାଗିରି: ଭାରତକୁ ଧମକ ଦେଲେ ଏକଛତ୍ରବାଦୀ ଶାସକ

ବେଜିଂ/ନୂଆଦିଲ୍ଲୀ, ୨୦।୩ : ଚାଇନା ପୁଣି ଦାଦାଗିରି ଆରମ୍ଭ କରିଛି। ଚାଇନାର ଏକଛତ୍ରବାଦୀ ଶାସକ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ମଙ୍ଗଳବାର ଭାରତକୁ ପରୋକ୍ଷ ଧମକ ଦେଇଛନ୍ତି। ଚାଇନା ଏହାର ଏକ ଇଞ୍ଚ ଜମି ଭାରତକୁ ଦେବ ନାହିଁ ବୋଲି ସେ ସୂଚିତ କରିଛନ୍ତି। ଚାଇନା ପାର୍ଲାମେଣ୍ଟରେ ନ୍ୟାସନାଲସ୍‌ ପିପୁଲସ୍‌ କଂଗ୍ରେସର ବାର୍ଷିକ ଅଧିବେଶନରେ ଯୋଗଦେଇ ଜିନ୍‌ପିଙ୍ଗ୍‌ ଏହା କହିଛନ୍ତି।

ବିଶ୍ୱ ତାପମାତ୍ରା ବୃଦ୍ଧି ଫଳରେ ବଢିପାରେ ବିସ୍ଥାପିତଙ୍କ ସଂଖ୍ୟା

ବିଶ୍ୱ ତାପମାତ୍ରା ବୃଦ୍ଧି ଫଳରେ ବଢିପାରେ ବିସ୍ଥାପିତଙ୍କ ସଂଖ୍ୟା

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୩: ଯଦି ବିଶ୍ୱର ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିବ ତେବେ ଆଗାମୀ ଦିନରେ ବିସ୍ଥାପିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିବ ବୋଲି ଅନୁମାନ କରାଯାଉଛି। ଯଦି ସରକାରୀ ସ୍ତରରେ ଫସଲ, ଦୁର୍ଭିକ୍ଷ, ମରୁଡି, ସମୁଦ୍ର ଜଳସ୍ତର ବୃଦ୍ଧି ଉପରେ ହସ୍ତକ୍ଷେପ କରା ନଯାଏ ତେବେ ବିସ୍ଥାପିତଙ୍କ ସଂଖ୍ୟାରେ ବଡ ପରିବର୍ତ୍ତନ ଆସିବ ବୋଲି ଓ୍ବାର୍ଲଡ ବ୍ୟାଙ୍କର ଏକ ରିପୋର୍ଟ ପ୍ରକାଶ କରିଛି।

ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ କରିବାକୁ ଚାହେଁନା ଚାଇନା

ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ କରିବାକୁ ଚାହେଁନା ଚାଇନା

ବେଜିଂ, ୨୦।୩ : ଆମେରିକା ସହିତ ବାଣିଜ୍ୟ ଯୁଦ୍ଧ କରିବାକୁ ଚାଇନା ଚାହେଁନାହିଁ। ଏସମ୍ପର୍କରେ ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୱିଙ୍ଗ୍‌ ମଙ୍ଗଳବାର ସୂଚିତ କରିଛନ୍ତି। ଏହାଦ୍ୱାରା ଦୁଇ ଦେଶର ମଧୁର ସମ୍ପର୍କ ବ୍ୟାହତ ହେବାର ଆଶଙ୍କା ରହିଛି ବୋଲି ସେ କହିଛନ୍ତି।

ମିଳିତ ସମରାଭ୍ୟାସ କରିବେ ଆମେରିକା ଦକ୍ଷିଣ କୋରିଆ

ମିଳିତ ସମରାଭ୍ୟାସ କରିବେ ଆମେରିକା ଦକ୍ଷିଣ କୋରିଆ

ଓ୍ବାଶିଂଟନ,୨୦।୩: ଆମେରିକା ଓ ଦକ୍ଷିଣ କୋରିଆ ମିଳିତ ଭାବେ ଆସନ୍ତା ମାସରେ ସମରାଭ୍ୟାସ କରିବେ ବୋଲି ଜଣାପଡିଛି। ମଙ୍ଗଳବାର ଏସମ୍ପର୍କରେ ଉଭୟ ଦେଶର ପ୍ରତିରକ୍ଷା ପ୍ରବକ୍ତା ସୂଚନା ଦେଇଛନ୍ତି। ଏଥିରେ ଉତ୍ତର କୋରିଆକୁ ଯୁଦ୍ଧ ପାଇଁ ଉସକାଇବାର କୌଣସି ଯୋଜନା ନ ଥିବା ଉଭୟ ଦେଶ ସ୍ପଷ୍ଟ କରିଛନ୍ତି।

ଫେଙ୍ଗି ହେଲେ ଚାଇନାର ନୂଆ ପ୍ରତିରକ୍ଷାମନ୍ତ୍ରୀ

ଫେଙ୍ଗି ହେଲେ ଚାଇନାର ନୂଆ ପ୍ରତିରକ୍ଷାମନ୍ତ୍ରୀ

ବେଜିଂ, ୧୯।୩ : ଚାଇନାର ନୂଆ ପ୍ରତିରକ୍ଷାମନ୍ତ୍ରୀ ଭାବେ ଲ୍ୟୁଟ୍‌ନାଣ୍ଟ୍‌ ଜେନେରାଲ ଓ୍ବି ଫେଙ୍ଗିଙ୍କୁ ନିଯୁକ୍ତ କରାଯାଇଛି। ୬୩ ବର୍ଷ ବୟସ୍କ ଫେଙ୍ଗି ଚାଇନା କ୍ଷେପଣାସ୍ତ୍ର ୟୁନିଟ୍‌ କମାଣ୍ଡର ଭାବେ କାର୍ଯ୍ୟ କରୁଥିଲେ। ସେ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଅନୁଗତ ବୋଲି କୁହାଯାଉଛି।

ନେପାଳ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେଲେ ପୁନ୍‌

ନେପାଳ ଉପରାଷ୍ଟ୍ରପତି ଭାବେ ପୁନଃ ନିର୍ବାଚିତ ହେଲେ ପୁନ୍‌

କାଠମାଣ୍ଡୁ, ୧୯।୩ : ନେପାଳର ଉପରାଷ୍ଟ୍ରପତି ଭାବେ ନନ୍ଦ ବାହାଦୂର ପୁନ୍‌ ପୁନଃ ନିର୍ବାଚିତ ହୋଇଛନ୍ତି। ତାଙ୍କ ବିରୋଧରେ କେହି ପ୍ରତିଦ୍ୱନ୍ଦ୍ୱିତା କରୁ ନ ଥିବାରୁ ସେ ଦ୍ୱିତୀୟଥର ପାଇଁ ର୍ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।

କେନିଆରେ ବନ୍ୟା: ୧୨ ମୃତ

କେନିଆରେ ବନ୍ୟା: ୧୨ ମୃତ

ନାଇରୋବି, ୧୯।୩ : କେନିଆ ପୂର୍ବାଞ୍ଚଳରେ ଲଗାତର ବର୍ଷାଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବନ୍ୟାଜଳ ମାଡିଯିବାରୁ ସାୟେମୁଲି ଏବଂ କାମ୍ବୋ ଗ୍ରାମର ଅନେକ କ୍ଷୟକ୍ଷତି ହୋଇଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୨ରୁ ଅଧିକ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବନ୍ୟା ପୀଡ଼ିତଙ୍କୁ ଆବଶ୍ୟକ ସହାୟତା ଯୋଗାଣ ଜାରି ରହିଛି। ବନ୍ୟାରେ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତଙ୍କୁ ଅନୁକମ୍ପାମୂଳକ ସହାୟତା ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଛନ୍ତି।

ଘର ଉପରେ ଖସିଲା ବିମାନ: ୧୦ ମୃତ

ଘର ଉପରେ ଖସିଲା ବିମାନ: ୧୦ ମୃତ

ମାଲୋଲୋସ୍‌, ୧୮।୩ : ଫିଲିପାଇନ୍ସ ପ୍ଲାରିଡେଲ୍‌ ଅଞ୍ଚଳର ବୁଲକାନ୍‌ ଅଞ୍ଚଳରେ ଏକ ଘର ଉପରେ ବିମାନ ଖସିପଡିବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ୬ ସିଟ୍‌ ବିଶିଷ୍ଟ ଏକ ହାଲକା ପାଇପର୍‌ ବିଏ-୨୩ ଆପାଚେ ବିମାନ ଯାନ୍ତ୍ରିକ ତ୍ରୁଟି କାରଣରୁ ନିୟନ୍ତ୍ରଣ ହରାଇ ଘର ଉପରେ ଖସିପଡିଥିଲା। ଏହି ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି।

 ଆମେରିକା ଯୁଦ୍ଧବିମାନ ବୋମାମାଡ଼: ୩୭ ଆଇଏସ୍‌ ଆତଙ୍କବାଦୀ ନିହତ

ଆମେରିକା ଯୁଦ୍ଧବିମାନ ବୋମାମାଡ଼: ୩୭ ଆଇଏସ୍‌ ଆତଙ୍କବାଦୀ ନିହତ

କାବୁଲ, ୧୮।୩ : ଆଫଗାନୀସ୍ତାନରେ ଆମେରିକା ଯୁଦ୍ଧବିମାନ ବୋମାମାଡ଼ରେ ୩୭ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଫଗାନୀସ୍ତାନର ଜୋଜଓ୍ବାନ୍‌ ପ୍ରଦେଶର ସର୍‌ଦାରା ଏବଂ ମୋଘୋଲ ଗ୍ରାମରେ ଜାରି ରହିଥିବା ଏହି ଆତଙ୍କବାଦ ବିରୋଧୀ ଅପରେଶନରେ ୧୦ରୁ ଅଧିକ ଆଇଏସ୍‌ ସଦସ୍ୟଙ୍କୁ ଗିରଫ କରାଯାଇଛି।

ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେଲେ ଲି କେକ୍ୱିଆଙ୍ଗ୍‌

ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହେଲେ ଲି କେକ୍ୱିଆଙ୍ଗ୍‌

ବେଜିଂ, ୧୮।୩ : ଚାଇନା ପ୍ରଧାନମନ୍ତ୍ରୀ ଲି କେକ୍ୱିଆଙ୍ଗ୍‌ ଦ୍ୱିତୀୟ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଫଳରେ ଆସନ୍ତା ୫ ବର୍ଷ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରିବେ। ତାଙ୍କ ନାମ ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ ଅନୁମୋଦନ କରିଥିଲେ।

କ୍ରେଡିଟ୍‌ କାର୍ଡ ମାମଲାରେ ଇସ୍ତଫା ଦେଲେ ମରିସସ୍‌ ରାଷ୍ଟ୍ରପତି

କ୍ରେଡିଟ୍‌ କାର୍ଡ ମାମଲାରେ ଇସ୍ତଫା ଦେଲେ ମରିସସ୍‌ ରାଷ୍ଟ୍ରପତି

ପୋର୍ଟ ଲୁଇସ୍‌,୧୮।୩: କ୍ରେଡିଟ୍‌ କାର୍ଡରେ ନିଜ ପାଇଁ ଦାମୀ ଜିନିଷ କିଣିଥିବା ଅଭିଯୋଗରେ ମରିସସ୍‌ ରାଷ୍ଟ୍ରପତି ଅମିନାହ ଗୁରିମ ଫକିମ ଇସ୍ତଫା ଦେଇଥିବା ଜଣାପଡ଼ିଛି। ରାଷ୍ଟ୍ରର ହିତ ଉଦ୍ଦେଶ୍ୟରେ ସେ ଇସ୍ତଫା ଦେଇଥିବା ଶନିବାର ତାଙ୍କ ଓକିଲ ସ୍ପଷ୍ଟ କରିଛନ୍ତି।

ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

ରୁଷରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମସ୍କୋ,୧୮।୩: ରୁଷ ରାଷ୍ଟ୍ରପତି ନିର୍ବାଚନ ପାଇଁ ରବିବାର ଭୋଟଗ୍ରହଣ ହୋଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ବ୍ୟତୀତ ଏହି ରେସ୍‌ରେ ଆଉ ୭ଜଣ ପ୍ରାର୍ଥୀ ଥିବା ଜଣାପଡ଼ିଛି। ତେବେ ଏଥିରେ ପୁଟିନ୍‌ଙ୍କ ବିଜୟ ହେବ ବୋଲି ଆଶା କରାଯାଉଛି।

କାବୁଲ ବିସ୍ଫୋରଣ: ୩ମୃତ

କାବୁଲ ବିସ୍ଫୋରଣ: ୩ମୃତ

କାବୁଲ,୧୭।୩: ଆଫଗାନିସ୍ତାନର କାବୁଲରେ ଶନିବାର ସକାଳେ ହୋଇଥିବା ବିସ୍ଫୋରଣରେ ୩ଜଣ ପ୍ରାଣ ହରାଇଛନ୍ତି। କାବୁଲ ପିଡି୯ ଅଞ୍ଚଳର ଜଲାଲାବାଦ ରୋଡରେ ଘଟିଥିବା ଏହି ବିସ୍ଫୋରଣ ସ୍ଥଳରେ ୨ଜଣଙ୍କ ମୃତ୍ୟୁ ଘଟିଥିଲା।

ପାକିସ୍ତାନରେ ଥମୁନି ନେତାଙ୍କୁ ଆକ୍ରମଣ

ପାକିସ୍ତାନରେ ଥମୁନି ନେତାଙ୍କୁ ଆକ୍ରମଣ

ଲାହୋର,୧୭।୩: ପାକିସ୍ତାନରେ ନେତାଙ୍କ ଉପରେ ଆକ୍ରମଣ କମିବା ପରିବର୍ତ୍ତେ ଦିନକୁ ଦିନ ବଢିବାରେ ଲାଗିଛି। ପାକିସ୍ତାନ ତେହେରିକ୍‌-ଏ-ଇନସାଫ୍‌(ପିଟିଆଇ)ର ମହିଳା କର୍ମୀ ଆୟଶା ଗୁଲଲାଇଙ୍କ ଉପରକୁ ବିଦ୍ରୋହୀ ଏମ୍‌ଏନ୍‌ଏ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡା ଓ ଟମାଟୋ ମାଡ କରିବା ଘଟଣା ଏବେ ପଦାକୁ ଆସିଛି।

ଆମେରିକା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୭ ମୃତ

ଆମେରିକା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୭ ମୃତ

ଓ୍ବାଶିଂଟନ ଡିସି,୧୭।୩: ପଶ୍ଚିମ ଇରାକର ସିରିଆ ସୀମାରେ ଆମେରିକା ସେନାର ଏକ ହେଲିକପ୍ଟର ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଚ୍‌ଏଚ୍‌-୬୦ ବ୍ଲାକ ହକ୍‌ ଭାରିଆଣ୍ଟର ଏହି ହେଲିକପ୍ଟରରେ ୭ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ସମସ୍ତଙ୍କ ମୃତ୍ୟୁ ଘଟିଥିବା ଶନିବାର ସୂଚନା ମିଳିଛି।

ରୁଷ୍‌ ବିମାନ ଆକ୍ରମଣରେ ୬୧ ସିରିଆ ନାଗରିକ ମୃତ

ରୁଷ୍‌ ବିମାନ ଆକ୍ରମଣରେ ୬୧ ସିରିଆ ନାଗରିକ ମୃତ

ଦାମସ୍‌କସ୍‌,୧୭।୩: ସିରିଆର ପୂର୍ବ ଘୌଟାର ଏକ ଜନଗହଳିପୂର୍ଣ୍ଣ ବଜାରରେ ରୁଷ ବିମାନ ଆକ୍ରମଣରେ ଅତିକମରେ ୬୧ ଜଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି।

ମୋହାଜିର୍‌ଙ୍କୁ ନିର୍ଯ୍ୟାତିତ କରୁଛି ପାକିସ୍ତାନ

ମୋହାଜିର୍‌ଙ୍କୁ ନିର୍ଯ୍ୟାତିତ କରୁଛି ପାକିସ୍ତାନ

କରାଚି/ଲଣ୍ଡନ, ୧୬।୩ : ମୋହାଜିର୍‌ଙ୍କୁ ପାକିସ୍ତାନ ସରକାର ନିର୍ଯ୍ୟାତିତ କରୁଥିବା ମୁତାହିଡା କ୍ୱାଉମି ମୁଭ୍‌ମେଣ୍ଟ(ଏମ୍‌କ୍ୱୁଏମ୍‌) ନେତା ଅଲତାଫ୍‌ ହୁସେନ୍‌ ସୂଚିତ କରିଛନ୍ତି। ୧୯୪୭ରେ ଭାରତ-ପାକିସ୍ତାନ ବିଭାଜନ ପରେ ଭାରତରୁ ପାକିସ୍ତାନ ଯାଇଥିବା ଲୋକଙ୍କୁ ପାକିସ୍ତାନରେ ମୋହାଜିର୍‌ କୁହାଯାଉଛି। ସେମାନେ ଜାତୀୟତା ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ଅଭିଯୋଗ ମଧ୍ୟ କରାଯାଉଛି।

ବୈଷୟିକ ତ୍ରୁଟି ଯୋଗୁ ଫେରିଲା ଇଣ୍ଡିଗୋ ବିମାନ

ବୈଷୟିକ ତ୍ରୁଟି ଯୋଗୁ ଫେରିଲା ଇଣ୍ଡିଗୋ ବିମାନ

ଟୁଲୁଜ,୧୬।୩: ଇଣ୍ଡିଗୋ ଏୟାର ଲାଇନ୍ସର ଏକ ନୂଆ ବିମାନ ଏଟିଆର୍‌ ୭୨-୬୦୦ ଗୁରୁବାର ଫ୍ରାନ୍ସର ଟୁଲୁଜରୁ ଭାରତ ଆସୁଥିବା ସମୟରେ ବୈଷୟିକ ତ୍ରୁଟି ଯୋଗୁ ମାତ୍ର କେତେ ଘଣ୍ଟା ମଧ୍ୟରେ ପୁଣି ବେସ୍‌କୁ ଫେରିଯାଇଥିବା ଜଣାପଡିଛି