Dharitri News

ଅନ୍ତର୍ଜାତୀୟ

ପାକିସ୍ତାନକୁ ଆମେରିକାର ଝଟକା

ପାକିସ୍ତାନକୁ ଆମେରିକାର ଝଟକା

ନ୍ୟୁୟର୍କ୍‌,୩୦।୧୨: ଆମେରିକାର ଟ୍ରମ୍ଫ ସରକାର ପାକିସ୍ତାନକୁ ଝଟକା ଦେବାକୁ ପ୍ରସ୍ତୁତି ଜାରି ରଖିଛି। ସରକାର ପାକିସ୍ତାନକୁ ଦେବାକୁ ଥିବା ୨୫ କୋଟି ୫୦ଲକ୍ଷ ଟଙ୍କାର ସହାୟତା ରାଶିକୁ ବନ୍ଦ କରିଦେଇପାରେ ବୋଲି ଅନୁମାନ କରାଯାଉଛି।

କାଲିଫର୍ନିଆରେ ଗୁଳିମାଡ: ୨ମୃତ ୧ ଗୁରୁତର

କାଲିଫର୍ନିଆରେ ଗୁଳିମାଡ: ୨ମୃତ ୧ ଗୁରୁତର

କାଲିଫର୍ନିଆ,୩୦।୧୨: ଆମେରିକାର କାଲିଫର୍ନିଆରେ ଗୁଳିମାଡରେ ୨ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ନିକଟସ୍ଥ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ଚିକାଗୋରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଭାରତୀୟ ଯୁବକ ମୃତ

ଚିକାଗୋରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଭାରତୀୟ ଯୁବକ ମୃତ

ଚିକାଗୋ, ୨୯।୧୨: ସ୍ଥାନୀୟ ଡୋଲଟନ୍‌ ଗ୍ୟାସ୍‌ ଷ୍ଟେଶନ୍‌ ନିକଟରେ ଶୁକ୍ରବାର ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ଭାରତୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ଗୁଜରାଟ ନାଦିଆଦ୍‌ ସହରର ୧୯ ବର୍ଷୀୟ ଅର୍ଷଦ ଭୋରା।

ଯାଦବ ବେଲୁଚିସ୍ତାନରୁ ଗିରଫ ହୋଇନାହାନ୍ତି: ବେଲୁଚ୍‌ ନେତା

ଯାଦବ ବେଲୁଚିସ୍ତାନରୁ ଗିରଫ ହୋଇନାହାନ୍ତି: ବେଲୁଚ୍‌ ନେତା

କ୍ୱେଟା, ୨୯।୧୨: ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ ପାକିସ୍ତାନ ଅନ୍ତର୍ଗତ ବେଲୁଚିସ୍ତାନରୁ ଗିରଫ କରିଥିବା ଦାବି କରୁଥିବାବେଳେ ଏଠାକାର ନେତା ହାଇବ୍ୟାଇର୍‌ ମାରି ଏହାକୁ ଭୁଲ ଦର୍ଶାଇଛନ୍ତି। ବେଲୁଚିସ୍ତାନରୁ ନୁହେଁ ବରଂ ଇରାନରୁ ତାଙ୍କୁ ଗିରଫ କରାଯାଇ ପାକ୍‌ ସେନାକୁ ହସ୍ତାନ୍ତର କରାଯାଇଥିବା ମାରି କହିଛନ୍ତି।

ଆଫଗାନ୍‌ ବାୟୁସେନା ଆକ୍ରମଣରେ ୮ ଆତଙ୍କବାଦୀ ମୃତ, ୫ ଆହତ

ଆଫଗାନ୍‌ ବାୟୁସେନା ଆକ୍ରମଣରେ ୮ ଆତଙ୍କବାଦୀ ମୃତ, ୫ ଆହତ

କାବୁଲ, ୨୯।୧୨: ଆଫଗାନିସ୍ତାନର ଦକ୍ଷିଣ ଉରୁଜ୍‌ଗାନ ଅଞ୍ଚଳରେ ହୋଇଥିବା ବିମାନ ଆକ୍ରମଣରେ ୮ଜଣ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ୫ଜଣ ଆହତ ହୋଇଛନ୍ତି।

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୨୪ଜଣଙ୍କୁ ଜେଲ୍‌ ଦଣ୍ଡ

ହନୋଇ,୨୮।୧୨: ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଭିଏତନାମ୍‌ ସରକାର ୨୪ଜଣଙ୍କୁ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୋଗ ସାବ୍ୟସ୍ତ ହେବା ପରେ ବିଚାରପତି ସେମାନଙ୍କୁ ୫ରୁ ୧୬ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ କରିଛନ୍ତି।

ବୋମା ବିସ୍ଫୋରଣରେ ୪୦ ମୃତ

ବୋମା ବିସ୍ଫୋରଣରେ ୪୦ ମୃତ

କାବୁଲ୍‌,୨୮।୧୨: ଆଫଗାନୀସ୍ତାନ କାବୁଲଠାରେ ଗୁରୁବାର ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୪୦ଜଣଙ୍କ ମୃତ୍ୟୁ ଘଟିବା ସହିତ ୩୦ଜଣ ଆହତ ହୋଇଛନ୍ତି।

 ଉଗାଣ୍ଡାରେ ୧୦୦ ବିଦ୍ରୋହୀଙ୍କୁ ହତ୍ୟା

ଉଗାଣ୍ଡାରେ ୧୦୦ ବିଦ୍ରୋହୀଙ୍କୁ ହତ୍ୟା

କାମ୍ପାଲା,୨୮।୧୨: ଉଗାଣ୍ଡାରେ ୧୦୦ ବିଦ୍ରୋହୀଙ୍କୁ ହତ୍ୟା କରାଯାଇଥିବା ନେଇ ସୈନ୍ୟ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଡିସେମ୍ବର ୨୨ରେ ଏନେଇ ସୈନ୍ୟ ବିଭାଗ ପକ୍ଷରୁ ଅପରେଶନ୍‌ ଆରମ୍ଭ କରାଯାଇଥିଲା।

ବେନ୍‌ଜିରଙ୍କ ହତ୍ୟା ଷଡ଼ଯନ୍ତ୍ର ତଦାରଖ କରିଥିଲେ ଲାଡେନ୍‌

ବେନ୍‌ଜିରଙ୍କ ହତ୍ୟା ଷଡ଼ଯନ୍ତ୍ର ତଦାରଖ କରିଥିଲେ ଲାଡେନ୍‌

କରାଚୀ,୨୮।୧୨: ପାକିସ୍ତାନ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ବେନ୍‌ଜିର ଭୁଟୋଙ୍କ ହତ୍ୟା ଷଡ଼ଯନ୍ତ୍ରର ତଦାରଖ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନ ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ କରିଥିଲେ ବୋଲି ଜଣାପଡିଛି।

ବମ୍ବେ-କାବୁଲ୍‌ ମଧ୍ୟରେ କାର୍ଗୋ ବିମାନ ସେବା ଆରମ୍ଭ

ବମ୍ବେ-କାବୁଲ୍‌ ମଧ୍ୟରେ କାର୍ଗୋ ବିମାନ ସେବା ଆରମ୍ଭ

କାବୁଲ,୨୭।୧୨: ବମ୍ବେ-କାବୁଲ୍‌ କାର୍ଗୋ ବିମାନ ସେବା ବୁଧବାର ଆରମ୍ଭ ହୋଇଛି। ଏହାଦ୍ୱାରା ଦୁଇଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ସୁଦୃଢ଼ ହୋଇପାରିବ ବୋଲି ଆଫଗାନୀସ୍ତାନ ଉପରାଷ୍ଟ୍ରପତି ମହମ୍ମଦ ସରଓ୍ବାର ଦାନିଶ୍‌ ସୂଚିତ କରିଛନ୍ତି।

ସୈନ୍ୟ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

ସୈନ୍ୟ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତର କରିବ ପାକିସ୍ତାନ

ଇସଲାମାବାଦ୍‌,୨୭।୧୨: ପାକିସ୍ତାନ ଏହାର ସୈନ୍ୟ ବିଭାଗ ମୁଖ୍ୟ କାର୍ଯ୍ୟାଳୟ ରାଓ୍ବଲପିଣ୍ଡିରୁ ଇସଲାମାବାଦ୍‌କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା କରିଛି। ଏସମ୍ପର୍କରେ ବୁଧବାର ସୂଚନା ଦିଆଯାଇଛି।

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୧୫ଜଣଙ୍କୁ ଫାଶୀ

ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗ: ୧୫ଜଣଙ୍କୁ ଫାଶୀ

କାଏରୋ,୨୭।୧୨: ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଇଜିପ୍ଟରେ ୧୫ଜଣଙ୍କୁ ଫାଶୀ ଦିଆଯାଇଛି। ୨୦୧୩ରେ ସିନାଇ ଅଞ୍ଚଳରେ ଥିବା ସୈନ୍ୟ ଶିବିରରେ ହୋଇଥିବା ଆକ୍ରମଣ ଘଟଣାରେ ସେମାନଙ୍କର ସମ୍ପୃକ୍ତି ସାବ୍ୟସ୍ତ ହୋଇଥିଲା।

ଆଇଏସ୍‌ ଆକ୍ରମଣରେ ତାଲିବାନ୍‌ କମାଣ୍ଡର ମୃତ

ଆଇଏସ୍‌ ଆକ୍ରମଣରେ ତାଲିବାନ୍‌ କମାଣ୍ଡର ମୃତ

କାବୁଲ,୨୬।୧୨: ପୂର୍ବ ନଙ୍ଗାହାର ଅଞ୍ଚଳର ଜଣେ ତାଲିବାନ କମ୍ପାଣ୍ଡର କତିବଙ୍କର ଆଇଏସ୍‌ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଛି।

ଯୌନ ଶୋଷଣ ମାମଲାରେ ଡିଏନ୍‌ଏ ଟେଷ୍ଟ ବାଧ୍ୟତାମୂଳକ

ଯୌନ ଶୋଷଣ ମାମଲାରେ ଡିଏନ୍‌ଏ ଟେଷ୍ଟ ବାଧ୍ୟତାମୂଳକ

ପେଶାଓ୍ବର,୨୬।୧୨: ଦିନକୁ ଦିନ ବଢ଼ି ଚାଲଛି ଯୌନ ଶୋଷଣ ମାମଲା। ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନର ପେଶାଓ୍ବର ହାଇ କୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।

ରିମୋଟ୍‌ ସେନ୍‌ସିଂ ଉପଗ୍ରହର ସଫଳ ପରୀକ୍ଷା କଲା ଚାଇନା

ରିମୋଟ୍‌ ସେନ୍‌ସିଂ ଉପଗ୍ରହର ସଫଳ ପରୀକ୍ଷା କଲା ଚାଇନା

ବେଜିଂ,୨୬।୧୨: ଚାଇନା ମଙ୍ଗଳବାର ଏକ ବିଶେଷ ଧରଣର ଉପଗ୍ରହର ସଫଳ ପରୀକ୍ଷା କରିଛି। ବିଦ୍ୟୁତ ଚୁମ୍ବକୀୟ ପର୍ଯ୍ୟାବରଣର ପରୀକ୍ଷା କରିବା ପାଇଁ ଏହି ରିମୋଟ୍‌ ସେନ୍‌ସିଂ ଉପଗ୍ରହ ପରୀକ୍ଷା କରିଛି ଚାଇନା।

୧୧ ଆଇଏସ୍‌ ଆତଙ୍କବାଦୀ ମୃତ

୧୧ ଆଇଏସ୍‌ ଆତଙ୍କବାଦୀ ମୃତ

କାବୁଲ,୨୬।୧୨: ଆଫଗାନିସ୍ତାନ ନନ୍‌ଗରହାର୍‌ ପ୍ରଦେଶର ଆଛିନ୍‌ ଜିଲାରେ ସୁରକ୍ଷାବଳ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୧୧ଜଣ ଆଇଏସ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।

ରୋହିଙ୍ଗ୍ୟାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଲା ଜାତିସଂଘ

ରୋହିଙ୍ଗ୍ୟାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଲା ଜାତିସଂଘ

ଜେନେଭା ,୨୬।୧୨: ରୋହିଙ୍ଗ୍ୟାଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ଜାତିସଂଘ ପକ୍ଷରୁ ମ୍ୟାନ୍‌ମାର୍‌କୁ ପରାମର୍ଶ ଦିଆଯାଇଛି। ମ୍ୟାନ୍‌ମାର୍‌ ରାଖିନି ଅଞ୍ଚଳରେ ରୋହିଙ୍ଗ୍ୟାଙ୍କ ଉପରେ ମିଲିଟାରୀ ଅତ୍ୟାଚାର କରାଯାଉଛି।

ବିଶ୍ୱଶାନ୍ତିର ବାର୍ତ୍ତା ଦେଲେ ପୋପ୍‌ ଫ୍ରାନ୍ସସିସ୍‌

ବିଶ୍ୱଶାନ୍ତିର ବାର୍ତ୍ତା ଦେଲେ ପୋପ୍‌ ଫ୍ରାନ୍ସସିସ୍‌

ଭଟିକାନ୍‌ସିଟି ,୨୬।୧୨: ବଡ଼ଦିନ ଉତ୍ସବ ପାଳନ ଅବସରରେ ପୋପ୍‌ ଫ୍ରାନ୍ସସିସ୍‌ ବିଶ୍ୱଶାନ୍ତି ବଜାୟୀ ରଖିବା ପାଇଁ ବାର୍ତ୍ତା ଦେଇଛନ୍ତି।

୬୫ ହାଉତି ବିଦ୍ରୋହୀ ନିହତ

୬୫ ହାଉତି ବିଦ୍ରୋହୀ ନିହତ

ସାନା,୨୬।୧୨: ୟେମେନର ହାଉତି ବିଦ୍ରୋହୀଙ୍କ ଉପରେ ସୌଦି ଯୁଦ୍ଧ ବିମାନ ବୋମାବର୍ଷା କରିଛି। ଏହି ଘଟଣାରେ ୬୫ ଜଣଙ୍କ ମୃତ୍ୟୁ ଘଟିଥିବା ସୌଦି ପକ୍ଷରୁ ସୂଚିତ କରାଯାଇଛି।

ରୁଷ ଯୁଦ୍ଧ ପୋତକୁ ସମ୍ମାନ ଦେଲେ ବ୍ରିଟେନ୍‌ ନୌସେନା

ରୁଷ ଯୁଦ୍ଧ ପୋତକୁ ସମ୍ମାନ ଦେଲେ ବ୍ରିଟେନ୍‌ ନୌସେନା

ଲଣ୍ଡନ,୨୬।୧୨: ଏକ ବ୍ରିଟିଶ୍‌ ଜାହାଜ ବ୍ରିଟେନ୍‌ର ଉତ୍ତର ସାଗର ନିକଟରେ ରୁଷର ଏକ ଯୁଦ୍ଧ ପୋତକୁ ଘେରି ରହିଥିଲା। ଉତ୍ତର ସାଗରରେ ବ୍ରିଟିଶ୍‌ ଜାହାଜ ଫ୍ରିଗୋଟ୍‌ ଏଚ୍‌ଏମ୍‌ଏସ୍‌ ସେଣ୍ଟ ଆଲବାନସ୍‌କୁ ରୁଷ ଯୁଦ୍ଧ ଜାହାଜ ଆଡମିରାଲ ଗୋର୍ସକୋଭ୍‌ ଫ୍ରିଗୋଟ୍‌କୁ ଟ୍ରାକ୍‌ କରିବା ପାଇଁ ପଠାଯାଇଥିଲା।

ଉପଗ୍ରହ ଉତ୍‌କ୍ଷେପଣ କରିବ ଉତ୍ତରକୋରିଆ

ଉପଗ୍ରହ ଉତ୍‌କ୍ଷେପଣ କରିବ ଉତ୍ତରକୋରିଆ

ସିଓଲ,୨୬।୧୨: ଉତ୍ତରକୋରିଆ ଖୁବ୍‌ ଶୀଘ୍ର ଏକ ଉପଗ୍ରହ ଉତ୍‌କ୍ଷେପଣ କରିବାର ଯୋଜନା କରିଛି ବୋଲି ମଙ୍ଗଳବାର ଦକ୍ଷିଣକୋରିଆର ଏକ ସମ୍ବାଦପତ୍ରରେ ତଥ୍ୟ ପ୍ରକାଶ ପାଇଛି।

ବଡ଼ଦିନ ଉତ୍ସବ: ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା

ବଡ଼ଦିନ ଉତ୍ସବ: ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା

ରାଓ୍ବଲପିଣ୍ଡି,୨୫।୧୨: ବଡ଼ଦିନ ଉତ୍ସବ ପାଳନ ଅବସରରେ ସୋମବାର ପାକିସ୍ତାନ ରାଓ୍ବଲପିଣ୍ଡିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଦଳୀୟ କାର୍ଯ୍ୟାଳୟ ଖୋଲିଲେ ହାଫିଜ୍‌

ଦଳୀୟ କାର୍ଯ୍ୟାଳୟ ଖୋଲିଲେ ହାଫିଜ୍‌

ଲାହୋର,୨୫।୧୨: ଆତଙ୍କବାଦୀ ସଂଗଠନ ଜମାତ୍‌-ଉଦ୍‌-ଦାଓ୍ବା ମୁଖ୍ୟ ହାଫିଜ୍‌ ସଇଦ୍‌ ଲାହୋର ଜିଲାରେ ରାଜନୈତିକ ଦଳ ମିଲ୍ଲୀ ମୁସଲିମ୍‌ ଲିଗ୍‌ର ଏକ କାର୍ଯ୍ୟାଳୟ ଖୋଲିଛନ୍ତି।

ଆତ୍ମଘାତୀ ବିସ୍ଫୋରଣ: ୬ ମୃତ

ଆତ୍ମଘାତୀ ବିସ୍ଫୋରଣ: ୬ ମୃତ

କାବୁଲ,୨୫।୧୨: ଆଫଗାନିସ୍ତାନ କାବୁଲର ଶାହଶ ଡାରାକ୍‌ ଅଞ୍ଚଳରେ ସୋମବାର ତାଲିବାନ୍‌ ଆତଙ୍କବାଦୀ ସଂଗଠନ ପକ୍ଷରୁ ଏକ ଆତ୍ମଘାତୀ ବିସ୍ଫୋରଣ ଘଟିଛି। ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।