ଅନ୍ତର୍ଜାତୀୟ

 ୧୯ ସୁରକ୍ଷାବଳଙ୍କୁ ହତ୍ୟା କଲେ ଆଇଏସ୍‌ ଆତଙ୍କବାଦୀ

୧୯ ସୁରକ୍ଷାବଳଙ୍କୁ ହତ୍ୟା କଲେ ଆଇଏସ୍‌ ଆତଙ୍କବାଦୀ

ଦାମାସ୍‌କସ୍‌, ୨।୪ : ପୂର୍ବ ସିରିଆ ଆଲବୁ କମାଲ ସହରରେ ଇସଲାମିକ୍‌ ଷ୍ଟେଟ୍‌(ଆଇଏସ୍‌) ଆତଙ୍କବାଦୀ ଗତ ୨୪ ଘଣ୍ଟା ମଧ୍ୟରେ ୧୯ଜଣ ସୁରକ୍ଷାବଳଙ୍କୁ ହତ୍ୟା କରିଛନ୍ତି। ଏଠାରେ ମିଳିତ ସୁରକ୍ଷାବଳଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଲଢ଼େଇ ଜାରି ରହିଛି।

ଖସୁଛି ଚାଇନା ସ୍ପେସ୍‌ ଲ୍ୟାବ୍‌

ଖସୁଛି ଚାଇନା ସ୍ପେସ୍‌ ଲ୍ୟାବ୍‌

ବେଜିଂ: ପୃଥିବୀ ଆଡ଼କୁ ଖସିବାରେ ଲାଗିଛି ଚାଇନାର ସ୍ପେସ୍‌ ଲାବୋରୋଟୋରି। ଚାଇନିଜ୍‌ ସମୟ ଅନୁଯାୟ ସୋମବାର ଏହା ପୃଥିବୀ ପୃଷ୍ଠରେ ଖସିବ। କିନ୍ତୁ ପୃଥିବୀ ଉପରେ ଏହା କୌଣସି ପ୍ରକାର କ୍ଷତିକାରକ ନୁହେଁ ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

୩ ଦିନରେ ୨୭ ତାଲିବାନ ଆତଙ୍କବାଦୀ ନିହତ

୩ ଦିନରେ ୨୭ ତାଲିବାନ ଆତଙ୍କବାଦୀ ନିହତ

କାବୁଲ, ୧।୪ : ଆଫଗାନୀସ୍ତାନରେ ଗତ ୩ ଦିନ ମଧ୍ୟରେ ସୁରକ୍ଷାବଳଙ୍କ ଏନ୍‌କାଉଣ୍ଟରରେ ୨୭ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ଆଫଗାନୀସ୍ତାନ ବଡାଖାସାହନ୍‌ ପ୍ରଦେଶରେ ଜାରି ରହିଥିବା ସର୍ଚ୍ଚ ଅପରେଶନରେ ସୁରକ୍ଷାବଳଙ୍କୁ ଏହି ସଫଳତା ମିଳିଛି ବୋଲି ରବିବାର ସୁରକ୍ଷା ମୁଖପାତ୍ର ସୂଚିତ କରିଛନ୍ତି।

ସୋମବାର ମୋସୁଲ୍‌ରୁ ଆସିବ ୩୯ମୃତ ଭାରତୀୟଙ୍କ ଦେହାବଶେଷ

ସୋମବାର ମୋସୁଲ୍‌ରୁ ଆସିବ ୩୯ମୃତ ଭାରତୀୟଙ୍କ ଦେହାବଶେଷ

ବାଗଦାଦ୍‌/ନୂଆଦିଲ୍ଲୀ, ୧।୪ : ଇରାକ ମୋସୁଲ୍‌ରେ ଇସଲାମିକ୍‌ ଷ୍ଟେଟ୍‌ ଆତଙ୍କବାଦୀଙ୍କ ଦ୍ୱାରା ହତ୍ୟା କରାଯାଇଥିବା ୩୯ ଭାରତୀୟଙ୍କ ଦେହାବଶେଷ ସୋମବାର ସ୍ବଦେଶ ଆଣାଯିବ। ରବିବାର ଏନେଇ ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂ ଇରାକ ଯାତ୍ରା କରିଛନ୍ତି।

ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ଆରମ୍ଭ

ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ଆରମ୍ଭ

ସିଓଲ, ୧।୪ : ଆମେରିକା-ଦକ୍ଷିଣକୋରିଆ ମିଳିତ ସମରାଭ୍ୟାସ ରବିବାର ଆରମ୍ଭ ହୋଇଛି। ଦକ୍ଷିଣକୋରିଆ ଉପଦ୍ୱୀପରେ ଏହା ୪ ସପ୍ତାହ ଧରି ଅନୁଷ୍ଠିତ ହେବ। ଏଥିରେ ୧୧ ହଜାର ୫ଶହ ସାମରିକ କର୍ମଚାରୀ ଅଂଶଗ୍ରହଣ କରିଛନ୍ତି।

ତିବ୍ବତ ସୀମାରେ ବଢିଲା ସୈନ୍ୟ ସଂଖ୍ୟା

ତିବ୍ବତ ସୀମାରେ ବଢିଲା ସୈନ୍ୟ ସଂଖ୍ୟା

ଇଟାନଗର,୩୧।୩: ବିଗତ ୮ ମାସ ହେବ ଅରୁଣାଚଳପ୍ରଦେଶକୁ ଲାଗିଥିବା ଚାଇନା ସୀମାରେ ଭାରତ ସୈନ୍ୟ ସଂଖ୍ୟାରେ ବୃଦ୍ଧି କରୁଛି। ତେବେ ସମ୍ବେଦନଶୀଳ ଅଞ୍ଚଳରେ ସେନାର ଏକ ବଡ ଦଳକୁ ନିୟୋଜିତ କରାଯାଇଥିବା ଜଣାପଡିଛି।

୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ନିହତ

୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ନିହତ

କାବୁଲ,୩୧।୩: ଆଫଗାନିସ୍ତାନ ସୁରକ୍ଷାକର୍ମୀଙ୍କ ଦ୍ୱାରା ଚାଲିଥିବା ଅପରେଶନ୍‌ରେ ୨୪ ଘଣ୍ଟାରେ ଅତିକମରେ ୨ ଆଇଏସ୍‌ ଆତଙ୍କବାଦୀଙ୍କ ସମେତ ୨୩ ଆତଙ୍କବାଦୀ ନିହତ ହୋଇଥିବା ଆଫଗାନ ପ୍ରତିରକ୍ଷା ବିଭାଗ ସୂଚନା ଦେଇଛି।

କଳା ତାଲିକାଭୁକ୍ତ ହେଲା ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଶିପିଙ୍ଗ କମ୍ପାନୀ

କଳା ତାଲିକାଭୁକ୍ତ ହେଲା ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଶିପିଙ୍ଗ କମ୍ପାନୀ

ନ୍ୟୁୟର୍କ,୩୧।୩: ଉତ୍ତର କୋରିଆକୁ ସାହାଯ୍ୟ କରୁଥିବା ଅଭିଯୋଗରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ଦ୍ୱାରା ପ୍ରାୟ ୨୧ଟି ଶିପିଙ୍ଗ କମ୍ପାନୀ, ୨୭ଟି ଜାହାଜ ଓ ଜଣେ ବ୍ୟକ୍ତିଙ୍କୁ କଳା ତାଲିକାଭୁକ୍ତ କରାଯାଇଛି। ଉତ୍ତର କୋରିଆ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏଡାଇ ଏମାନେ ତାକୁ ସାହାଯ୍ୟ କରିଥିବାରୁ ଏମାନଙ୍କୁ କଳା ତାଲିକାଭୁକ୍ତ କରାଯାଇଛି।

ଅଶାନ୍ତ ଗାଜା ସୀମା: ୧୫ ମୃତ, ୨ହଜାର ଆହତ

ଅଶାନ୍ତ ଗାଜା ସୀମା: ୧୫ ମୃତ, ୨ହଜାର ଆହତ

ଜେରୁଜେଲମ,୩୧।୩: ଗାଜା-ଇସ୍ରାଏଲ ସୀମାରେ ଶୁକ୍ରବାର ହଜାର ହଜାର ପାଲେଷ୍ଟାଇନ ନାଗରିକ ବିରୋଧ ପ୍ରଦର୍ଶନ କରିଥିଲେ। ‘ଗ୍ରେଟ୍‌ ମାର୍ଚ୍ଚ ଅଫ୍‌ ରିଟର୍ନ’ ନାମକ ଏହି ପ୍ରଦର୍ଶନୀରେ ପାଖାପାଖି ୬ ହଜାର ଲୋକ ସାମିଲ ହୋଇଥିଲେ।

ପୃଥିବୀର ନିକଟବର୍ତ୍ତୀ ହେଉଛି ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ: ୩୦ ସହର ଉପରେ ବିପଦ

ପୃଥିବୀର ନିକଟବର୍ତ୍ତୀ ହେଉଛି ଚାଇନାର ଅକାମୀ ସ୍ପେସ୍‌ ଷ୍ଟେଶନ: ୩୦ ସହର ଉପରେ ବିପଦ

ବେଜିଂ, ୩୦।୩ : ଚାଇନା ସ୍ପେସ୍‌ ଷ୍ଟେଶନ୍‌ ତିୟାୟାଙ୍ଗ୍‌-୧ ଦୁଇ ବର୍ଷ ହେଲା ଅକାମୀ ହୋଇଯାଇଛି। ଏବେ ଏହି ଅକାମୀ ସ୍ପେସ୍‌ ଷ୍ଟେଶନ ପୃଥିବୀର ନିକଟବର୍ତ୍ତୀ ହେବାରେ ଲାଗିଛି। ଏହା ମାର୍ଚ୍ଚ ୩୦ରୁ ଏପ୍ରିଲ୍‌ ୨ ମଧ୍ୟରେ ପୃଥିବୀରେ ଖସିବାର ଆଶଙ୍କା ରହିଥିବା ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ପକ୍ଷରୁ ସୂଚିତ କରାଯାଇଛି।

ସିଞ୍ଜୋ ଆବେଙ୍କୁ ସାକ୍ଷାତ୍‌ କଲେ ସୁଷମା ସ୍ବରାଜ

ସିଞ୍ଜୋ ଆବେଙ୍କୁ ସାକ୍ଷାତ୍‌ କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ/ଟୋକିଓ, ୩୦।୩ : ଜାପାନ ପ୍ରଧାନମନ୍ତ୍ରୀ ସୁଷମା ସ୍ବରାଜଙ୍କୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ସାକ୍ଷାତ୍‌ କରିଛନ୍ତି। ଦୁଇନେତା ଦ୍ୱିପାକ୍ଷିକ ସହଯୋଗ ଉପରେ କେତେକ ଆଲୋଚନା କରିଛନ୍ତି। ସୁଷମା ସ୍ବରାଜ ୩ ଦିନିଆ ଜାପାନ ଗସ୍ତରେ ଟୋକିଓରେ ପହଞ୍ଚି ଆବେଙ୍କ ବାସଭବନରେ ତାଙ୍କୁ ସାକ୍ଷାତ୍‌ କରିଛନ୍ତି।

ପପୁଆ ନିୟୁ ଗିନିରେ ଭୂକମ୍ପ: ସୁନାମି ଆଶଙ୍କା

ପପୁଆ ନିୟୁ ଗିନିରେ ଭୂକମ୍ପ: ସୁନାମି ଆଶଙ୍କା

ପୋର୍ଟ ମୋରସ୍‌ବେ, ୩୦।୩ : ପପୁଆ ନିୟୁ ଗିନିର ଦକ୍ଷିଣ ଉପକୂଳରେ ଥିବା ନିୟୁ ବ୍ରିଟେନ୍‌ ଦ୍ୱୀପରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୯ ଥିଲା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚିତ କରାଯାଇଛି। ଭୂକମ୍ପ ହେବାରୁ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ।

ରୋହିଙ୍ଗ୍ୟା ସମସ୍ୟା: ବାଲାଂଦେଶକୁ ସହାୟତାର ହାତ ବଢ଼ାଇଲା ଆମେରିକା

ରୋହିଙ୍ଗ୍ୟା ସମସ୍ୟା: ବାଲାଂଦେଶକୁ ସହାୟତାର ହାତ ବଢ଼ାଇଲା ଆମେରିକା

ଓ୍ବାଶିଂଟନ, ୩୦।୩ : ମ୍ୟାନ୍‌ମାର ରାଖିନି ଅଞ୍ଚଳରୁ ଅତ୍ୟାଚାରିତ ହୋଇ ବାଲାଂଦେଶରେ ରୋହିଙ୍ଗ୍ୟାମାନେ ବିଭିନ୍ନ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଛନ୍ତି। ଏନେଇ ବାଲାଂଦେଶରେ ଆର୍ଥିକ ସମସ୍ୟା ଦେଖାଦେଇଛି। ଏହାର ନିରାକରଣ ପାଇଁ ଆମେରିକା ବାଲାଂଦେଶକୁ ସହାୟତାର ହାତ ବଢ଼ାଇଛି।

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ: ୨୧ ଜୀବନ୍ତ ଦଗ୍ଧ

ଚଳନ୍ତା ବସ୍‌ରେ ଅଗ୍ନିକାଣ୍ଡ: ୨୧ ଜୀବନ୍ତ ଦଗ୍ଧ

ବ୍ୟାଙ୍କକ, ୩୦।୩ : ପଶ୍ଚିମ ଥାଇଲାଣ୍ଡ୍‌ ବ୍ୟାଙ୍କକ ନିକଟରେ ଏକ ଚଳନ୍ତା ବସ୍‌ରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୧ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ମ୍ୟାନ୍‌ମାରରୁ ଶ୍ରମିକଙ୍କୁ ନେଇ ଯାଉଥିବା ବସ୍‌ରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ଭାରତ ବିରୋଧରେ ‘ଜେହାଦ’ ପ୍ରସ୍ତୁତି ଚଳାଇଛି ଜମାଦ-ଉଦ୍‌-ଦାଓ୍ବା

ଭାରତ ବିରୋଧରେ ‘ଜେହାଦ’ ପ୍ରସ୍ତୁତି ଚଳାଇଛି ଜମାଦ-ଉଦ୍‌-ଦାଓ୍ବା

ରାଓ୍ବଲପିଣ୍ଡି,୨୯।୩: ୨୦୦୮ ବମ୍ବେ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ୍‌ ସୟିଦଙ୍କ ଆତଙ୍କବାଦୀ ସଂସ୍ଥା ଜମାଦ-ଉଦ୍‌-ଦାଓ୍ବା(ଜେୟୁଡି) ପାକିସ୍ତାନ ମାଟିରେ ଭାରତ ବିରୋଧରେ ‘ଜେହାଦ’ ବା ପବିତ୍ର ଯୁଦ୍ଧର ପ୍ରସ୍ତୁତି ଚଳାଇଛି। ନିକଟରେ ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ଉପସ୍ଥିତ ଥିବା ଏକ ସମ୍ମିଳନୀରେ ଏହି ଆତଙ୍କବାଦୀ ସଙ୍ଗଠନର ମୌଲାନା ଅବ୍‌ଦୁଲ ରେହମାନ ଓରଫ ଆମିର ଏ ସମ୍ପର୍କରେ ପ୍ରକାଶ କରିଛନ୍ତି।

ଚାଇନା ପରେ ଦକ୍ଷିଣ କୋରିଆ ଯିବେ ଏକଛତ୍ରବାଦୀ ଶାସକ

ଚାଇନା ପରେ ଦକ୍ଷିଣ କୋରିଆ ଯିବେ ଏକଛତ୍ରବାଦୀ ଶାସକ

ସିଓଲ,୨୯।୩: କ୍ଷମତାକୁ ଆସିବା ପରେ ପ୍ରଥମ ଥର ଲାଗି ବିଦେଶ ଗସ୍ତ କରିଥିବା ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ୍‌- ଉନ୍‌ ପୁଣି ଥରେ ବିଦେଶ ଯାତ୍ରା କରିବେ ବୋଲି ଜଣାପଡିଛି। ଚାଇନାକୁ ତାଙ୍କର ଗୁପ୍ତ ଗସ୍ତ ସମସ୍ତଙ୍କୁ ଚିନ୍ତାରେ ପକାଇଥିବା ବେଳେ ଆସନ୍ତା ଏପ୍ରିଲ ୨୭ରେ ସେ ଦକ୍ଷିଣ କୋରିଆ ଗସ୍ତ କରିବା ଶୁଣିବାକୁ ମିଳୁଛି।

ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଟ୍ରମ୍ପ୍‌, ପୁଟିନ୍‌ ଓ ମୋଦି

ପ୍ରଭାବଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଟ୍ରମ୍ପ୍‌, ପୁଟିନ୍‌ ଓ ମୋଦି

ନ୍ୟୁୟର୍କ,୨୯।୩: ଟାଇମ୍‌ ପତ୍ରିକାର ଶହେ ପ୍ରଭାବଶାଳୀ ବ୍ୟକ୍ତିତ୍ୱଙ୍କ ମଧ୍ୟରେ ସ୍ଥାନ ପାଇପାରନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତୀୟ ମୂଳ ବାସିନ୍ଦା ମାଇକ୍ରୋସଫ୍ଟର ସିଇଓ ସତ୍ୟା ନାଡେଲା, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚାଇନା ରାଷ୍ଟ୍ରପତି ସି ଜିଙ୍ଗପିଙ୍ଗ। ଚଳିତ ବର୍ଷର ଏହି ତାଲିକା ଆସନ୍ତା ମାସରେ ପ୍ରକାଶ ପାଇବ।

ଜେଲରେ ପୋଲିସ ଗୁଳିଚାଳନା: ୬୮ କଏଦୀ ମୃତ

ଜେଲରେ ପୋଲିସ ଗୁଳିଚାଳନା: ୬୮ କଏଦୀ ମୃତ

ନ୍ୟୁୟର୍କ,୨୯।୩: ଭେନେଜୁଏଲା ଉତ୍ତରରେ ଥିବା ଭାଲେନସିଆ ସହରର ଏକ କାରାଗାରରେ ଦଙ୍ଗା ଫଳରେ ୨ ମହିଳାଙ୍କ ସମେତ ୬୮ ଜଣ କଏଦୀଙ୍କ ମୃତ୍ୟୁ ଘଟିଥିବା ଆଟର୍ନି ଜେନେରାଲ ତରିକ ସାବ୍‌ ବୁଧବାର ସୂଚନା ଦେଇଛନ୍ତି। ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ, କଏଦୀଙ୍କ ମଧ୍ୟରେ ସାମାନ୍ୟ ବଚସା ପରବର୍ତ୍ତୀ ଅବସ୍ଥାରେ ଦଙ୍ଗାର ରୂପ ନେଇଥିଲା।

ଫେରିଲେ ମଲାଲା

ଫେରିଲେ ମଲାଲା

ଇସ୍‌ଲାମାବାଦ,୨୯।୩: ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମଲାଲା ୟୁସୁଫଜାଇ ତାଲିବାନ୍‌ ଚରମପନ୍ଥୀଙ୍କ ଆକ୍ରମଣ ପରେ ପ୍ରଥମଥର ପାଇଁ ପାକିସ୍ତାନ ଫେରିଛନ୍ତି। ସୂଚନାଯୋଗ୍ୟ, ୨୦୧୨ରେ ନାରୀ ଶିକ୍ଷାର ଅଗ୍ରଗତି ପାଇଁ ପ୍ରଚାର ପ୍ରସାର କରିବାକୁ ଆଗେଇ ଆସିଥିବା ମଲାଲା ତାଲିବାନ୍‌ ଚରମପନ୍ଥୀଙ୍କ ଟାର୍ଗେଟରେ ଥିଲେ। ପରେ ତାଲିବାନ୍‌ ଚରମପନ୍ଥୀମାନେ ତାଙ୍କୁ ଗୁଳି କରି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସେ ବଞ୍ଚି ଯାଇଥିଲେ।

ୟୁ ଓ୍ବିନ୍‌ ମ୍ୟାନ୍‌ମାରର ନୂତନ ରାଷ୍ଟ୍ରପତି

ୟୁ ଓ୍ବିନ୍‌ ମ୍ୟାନ୍‌ମାରର ନୂତନ ରାଷ୍ଟ୍ରପତି

ନାପିଦାଓ,୨୮।୩: ମ୍ୟାନ୍‌ମାର ସଂସଦର ନିମ୍ନ ସଦନର ବାଚସ୍ପତି ୟୁ ଓ୍ବିନ୍‌ ମାଇଣ୍ଟ ବୁଧବାର ରାଷ୍ଟ୍ରପତିଭାବେ ନିର୍ବାଚିତ ହୋଇଛନ୍ତି। ଦେଶରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ପ୍ରଥମ ଥର ପାଇଁ ନିର୍ବାଚିତ ହୋଇଥିବା ପୂର୍ବତନ ରାଷ୍ଟ୍ରପତି ୟୁ ହେନ୍‌ କ୍ୟାଉଙ୍କ ସ୍ଥାନରେ ସେ ନିଯୁକ୍ତ ହେବେ।

ଆଫଗାନିସ୍ତାନରେ ୨୪ ଘଣ୍ଟାରେ ୨୬ ଆତଙ୍କବାଦୀ ମୃତ

ଆଫଗାନିସ୍ତାନରେ ୨୪ ଘଣ୍ଟାରେ ୨୬ ଆତଙ୍କବାଦୀ ମୃତ

କାବୁଲ,୨୮।୩: ଆଫଗାନିସ୍ତାନ ବାୟୁସେନା ଏବଂ ସ୍ଥଳସେନାର କାର୍ଯ୍ୟାନୁଷ୍ଠାନରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତନ୍ମଧ୍ୟରୁ ୧୨ ତାଲିବାନ୍‌ ଆତଙ୍କବାଦୀ ରହିଥିବା ଜଣାପଡ଼ିଛି।

ଆଗାମୀ ସପ୍ତାହରେ ଭୂପୃଷ୍ଠକୁ ଖସିପାରେ ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନ

ଆଗାମୀ ସପ୍ତାହରେ ଭୂପୃଷ୍ଠକୁ ଖସିପାରେ ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନ

ବେଜିଂ,୨୮।୩: ଚାଇନାର ପ୍ରଥମ ସ୍ପେସ୍‌ ଷ୍ଟେଶନ ତିଆନଗୋଙ୍ଗ୍‌-୧ ଆଗାମୀ ସପ୍ତାହରେ ପୃଥିବୀପୃଷ୍ଠକୁ ଖସିପଡ଼ିବା ଆଶଙ୍କା କରାଯାଉଛି। ୩୧ ମାର୍ଚ୍ଚରୁ ୪ ଏପ୍ରିଲ ମଧ୍ୟରେ ଏହା ପୃଥିବୀ ସହ ଧକ୍କାହେବାର ସମ୍ଭାବନା ରହିଛି।

ନ୍ୟୁୟର୍କ ବିମାନବନ୍ଦରରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ତଲାସି

ନ୍ୟୁୟର୍କ ବିମାନବନ୍ଦରରେ ପାକ୍‌ ପ୍ରଧାନମନ୍ତ୍ରୀଙ୍କ ତଲାସି

ନ୍ୟୁୟର୍କ,୨୮।୩: ଜନ୍‌ ଏଫ୍‌ କେନେଡୀ ବିମାନବନ୍ଦରରେ ଆମେରିକା ଗସ୍ତରେ ଥିବା ପାକ୍‌ ପ୍ରଧାନମନ୍ତ୍ରୀ ଶାହିଦ ଖକାନ ଆବ୍ବାସିଙ୍କୁ ସାଧାରଣ ଲୋକଙ୍କ ଭଳି ତଲାସ କରାଯାଇଥିବା ପାକ୍‌ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଏକ ରୁଟିନ୍‌ ସୁରକ୍ଷା ଯାଞ୍ଚ ଥିବାବେଳେ ପାକିସ୍ତାନ ପକ୍ଷରୁ ଏହାକୁ ନିନ୍ଦା କରାଯାଇଛି।

ପାକିସ୍ତାନରେ ୫ଶହ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ୫ଶହ ହିନ୍ଦୁଙ୍କ ଧର୍ମ ପରିବର୍ତ୍ତନ

ନୂଆଦିଲ୍ଲୀ/ଲାହୋର,୨୭।୩: ପାକିସ୍ତାନ ସିନ୍ଧ ଅଞ୍ଚଳର ମାତଲି ଜିଲାରେ ରବିବାର ୫୦ଟି ହିନ୍ଦୁ ପରିବାରର ୫ଶହ ଲୋକଙ୍କ ଧର୍ମ ପରିବର୍ତ୍ତନ ଖବର ଏବେ ସାମ୍ନାକୁ ଆସିଛି। ଜୋର ଜବରଦସ୍ତ ଏମାନଙ୍କ ଧର୍ମ ପରିବର୍ତ୍ତନ କରାଯାଇଥିବା କୁହାଯାଉଛି।