ଅନ୍ତର୍ଜାତୀୟ

୬୫ ବର୍ଷ ପରେ ଦକ୍ଷିଣ କୋରିଆରେ ପାଦଦେଲେ ପ୍ରଥମ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌

୬୫ ବର୍ଷ ପରେ ଦକ୍ଷିଣ କୋରିଆରେ ପାଦଦେଲେ ପ୍ରଥମ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ ଉନ୍‌

ପ୍ୟୋଙ୍ଗୟାଙ୍ଗ,୨୭।୪: ଦକ୍ଷିଣ କୋରିଆ ଓ ଉତ୍ତର କାରିଆ ମଧ୍ୟରେ ଦୀର୍ଘ ୬ ଦଶନ୍ଧି ପୂର୍ବରୁ ଅର୍ଥାତ୍‌ ୧୯୫୩ରେ ହୋଇଥିଲା ଭୟାବହ ଯୁଦ୍ଧ। ଏହାପରଠାରୁ ୨ଦେଶ ମଧ୍ୟରେ ସମ୍ପର୍କ ଭଲ ନ ଥିଲା।

ମିଛ କହୁଛି ଗୁଗୁଲ୍‌

ମିଛ କହୁଛି ଗୁଗୁଲ୍‌

ନୂଆଦିଲ୍ଲୀ,୨୬।୪: ବର୍ତ୍ତମାନ ସମୟରେ କୌଣସି ପ୍ରଶ୍ନର ଉତ୍ତର ଚାହୁଁଥିଲେ ସମସ୍ତେ ପ୍ରାୟ ଗୁଗୁଲ୍‌ ସର୍ଚ୍ଚ କରିଥାଆନ୍ତି। ବେଳେବେଳେ ଏଥିରେ କିଛି ଭୁଲ ଉତ୍ତର ଆସିଥିବା ମଧ୍ୟ ଅନେକଙ୍କ ନଜରକୁ ଆସିଛି।

ପାକିସ୍ତାନ ଗାୟିକା ମିଶାଙ୍କ ନାଁରେ ୧୦୦ ମିଲିୟନର ମାନହାନି ନୋଟିସ

ପାକିସ୍ତାନ ଗାୟିକା ମିଶାଙ୍କ ନାଁରେ ୧୦୦ ମିଲିୟନର ମାନହାନି ନୋଟିସ

ଇସଲାମାବାଦ,୨୬।୪: ପାକିସ୍ତାନୀ ଅଭିନେତା ଅଲି ଜଫର ଏବେ ଖବରର ଶିରୋନାମାରେ। ଅଲି ପାକିସ୍ତାନୀ ଗାୟିକା ମିଶା ଶଫିଙ୍କୁ ଯୌନ ଉତ୍ପୀଡନ ଲଗାଇଥିବା ଅଭିଯୋଗରେ ନୋଟିସ ପଠାଇ ଭୁଲ୍‌ ମାଗିବାକୁ କହିଛନ୍ତି।

ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗ: ତୁର୍କୀରେ ୧୪ ଖବରଦାତାଙ୍କୁ ଜେଲଦଣ୍ଡ

ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗ: ତୁର୍କୀରେ ୧୪ ଖବରଦାତାଙ୍କୁ ଜେଲଦଣ୍ଡ

ଇସ୍ତାନବୁଲ୍‌, ୨୬।୪ : ଆତଙ୍କବାଦୀଙ୍କ ସହିତ ସମ୍ପର୍କ ଅଭିଯୋଗରେ ତୁର୍କୀର ଏକ ଅଦାଲତ ୧୪ ଜଣ ଖବରଦାତାଙ୍କୁ ଜେଲଦଣ୍ଡାଦେଶ ଦେଇଛନ୍ତି। ଆତଙ୍କବାଦୀ ସଂଗଠନକୁ ସହାୟତା କରୁଥିବା ଅଭିଯୋଗ ହେବାପରେ ସେମାନଙ୍କୁ ଗିରଫ କରାଯାଇ ବିଚାରବିଭାଗୀୟ ଅଦାଲତରେ ହାଜର କରାଯାଇଥିଲା। ବିଚାରରେ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୬ରୁ ୮ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡାଦେଶ କରାଯାଇଛି।

ଶତ୍ରୁ ହେବେ ମିତ୍ର: ଶୁକ୍ରବାର କିମ୍‌-ମୁନ୍‌ ସାକ୍ଷାତ

ଶତ୍ରୁ ହେବେ ମିତ୍ର: ଶୁକ୍ରବାର କିମ୍‌-ମୁନ୍‌ ସାକ୍ଷାତ

ସିଓଲ, ୨୬।୪ : ଶୁକ୍ରବାର ଉତ୍ତରକୋରିଆ ରାଷ୍ଟ୍ରପତି କିମ୍‌ ଜୋଙ୍ଗ୍‌-ଉନ୍‌ ଏବଂ ଦକ୍ଷିଣକୋରିଆ ରାଷ୍ଟ୍ରପତି ମୁନ୍‌ ଜେ-ଇନ୍‌ ସାକ୍ଷାତ ହେବ। ଏହାଦ୍ୱାରା ପ୍ରାୟ ଏକ ଦଶକରୁ ଅଧିକ ସମୟ ଧରି ଦୁଇଦେଶ ମଧ୍ୟରେ ଲାଗିରହିଥିବା ଶତ୍ରୁତାର ଅନ୍ତହେବ। ଶତ୍ରୁ ପୁଣି ମିତ୍ରରେ ପରିଣତ ହେବେ। ଆୟୋଜିତ ବୈଠକକୁ ଦୃଷ୍ଟିରେ ରଖି ଉଭୟଦେଶର ସେନା ବାହିନୀ ମୁଖ୍ୟ ସୀମା ଅଭିମୁଖେ ଯାତ୍ରା କରିଛନ୍ତି।

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ମୋଦିଙ୍କୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ଦେଲେ ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ

ନୂଆଦିଲ୍ଲୀ/ଲଣ୍ଡନ, ୨୬।୪ : ଭାରତରେ ବୃଦ୍ଧି ପାଉଥିବା ମହିଳା ଅତ୍ୟାଚାରକୁ ବନ୍ଦ କରିବା ପାଇଁ ପୁରୁଷଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି। ପୁରୁଷଙ୍କ ମଧ୍ୟରେ ସ୍ବାକ୍ଷରତା ହାର ବୃଦ୍ଧି ପାଇଲେ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାର କମିବାର ଆଶା ରହିଛି ବୋଲି ବ୍ରିଟେନ୍‌ରେ ଥିବା ଭାରତୀୟ ମହିଳା ସଂଗଠନ ଆଇଏଲ୍‌ୟୁକେ ମତ ଦେଇଛି। ଏନେଇ ସଂଗଠନ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ‘ବେଟା ପଢ଼ାଓ, ବେଟି ବଚାଓ’ ବାର୍ତ୍ତା ପଠାଯାଇଛି।

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ସହିଷ୍ଣୁତା ରିପୋର୍ଟ: ରୁଷିଆ-ଆମେରିକା-ଫ୍ରାନ୍ସକୁ ପଛରେ ପକାଇଲା ଭାରତ

ନୂଆଦିଲ୍ଲୀ/ଓ୍ବାଶିଂଟନ, ୨୬।୪ : ଭାରତରେ ସହିଷ୍ଣୁତା ନେଇ ଅନେକ ଦିନଧରି ନାନା ଚର୍ଚ୍ଚା ଜାରି ରହିଛି। ଅନେକ ବୁଦ୍ଧିଜୀବି ସାମ୍ପ୍ରତିକ ସମାଜରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ନେଇ ମତ ମଧ୍ୟ ଦେଇଛନ୍ତି। ମାତ୍ର ଇସ୍ପୋସ୍‌ ମୋରୀ ନାମକ ଏକ ସଂସ୍ଥାଦ୍ୱାରା ସମ୍ପନ୍ନ ହୋଇଥିବା ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଭାରତ ପୃଥିବୀର ସହିଷ୍ଣୁ ଦେଶ ମଧ୍ୟରେ ଚତୁର୍ଥ ସ୍ଥାନରେ ରହିଛି।

ନ୍ୟୁକ୍ଲିୟର ଅସ୍ତ୍ର ମାମଲାରେ ତୃତୀୟ ବୃହତ୍‌ ଦେଶ ହୋଇପାରେ ପାକିସ୍ତାନ

ନ୍ୟୁକ୍ଲିୟର ଅସ୍ତ୍ର ମାମଲାରେ ତୃତୀୟ ବୃହତ୍‌ ଦେଶ ହୋଇପାରେ ପାକିସ୍ତାନ

ଇସଲାମାବାଦ,୨୬।୪: ପାକିସ୍ତାନ ନିକଟରେ ଖୁବଶୀଘ୍ର ବିପୁଳ ପରିମାଣର ନ୍ୟୁକ୍ଲିୟର ଅସ୍ତ୍ର ଗଚ୍ଛିତ ରହିବା ଅନୁମାନ କରାଯାଉଛି। ଯାହାଫଳରେ ସେ ବିଶ୍ୱର ତୃତୀୟ ବୃହତ୍‌ ଦେଶ ହେବ ବୋଲି ସୂଚନା ମିଳିଛି।

ଆଫଗାନୀସ୍ତାନ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ତାଲିବାନ

ଆଫଗାନୀସ୍ତାନ ଶାନ୍ତି ପ୍ରସ୍ତାବକୁ ପ୍ରତ୍ୟାଖାନ କଲା ତାଲିବାନ

କାବୁଲ୍‌, ୨୫।୪ : ଆଫଗାନୀସ୍ତାନ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଶାନ୍ତି ପ୍ରସ୍ତାବକୁ ତାଲିବାନ ଆତଙ୍କବାଦୀ ସଂଗଠନ ପ୍ରତ୍ୟାଖାନ କରିଛି। ଦେଶରେ ଆତଙ୍କବାଦୀ ଆକ୍ରମଣ ଜୋର୍‌ଦାର କରିବାକୁ ତାଲିବାନ ସୂଚିତ କରିଛି। ରାଷ୍ଟ୍ରପତି ଅଶରଫ୍‌ ଗନୀ ଶାନ୍ତି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ତାଲିବାନକୁ କହିଥିଲେ।

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ଫୁଲରସ ପାନ କରୁଥିବା ବିଶାଳକାୟ ମଶା

ବେଜିଂ, ୨୫।୪ : ଚାଇନା ସିଚୁଆନ୍‌ ପ୍ରଦେଶରେ ବିଶାଳକାୟ ମଶା ଦେଖାଯାଇଥାନ୍ତି। ଏମାନଙ୍କର ଆକାର ଦେଖି ଯେକେହି ଭୟଭୀତ ହେବା ସ୍ବାଭାବିକ। କିନ୍ତୁ ଏଭଳି ମଶା ଫୁଲରସ ପାନ କରି ବଞ୍ଚିଥାନ୍ତି। ଏଭଳି ମଶାଙ୍କ ଆକାର ସାଢ଼େ ୪ ଇଞ୍ଚ(୧୧.୧୫ ସେମି) ହୋଇଥାଏ। ଏହି ବିଶାଳକାୟ ମଶା ଅତି ଶାନ୍ତ ସ୍ବଭାବର। ଲୋକଙ୍କ ଦେଶରେ ବସିଲେ ମଧ୍ୟ କୌଣସି କ୍ଷତି କରନ୍ତି ନାହିଁ।

ସମୁଦ୍ର ତଳେ ଶୋଇବାର ମଜା

ସମୁଦ୍ର ତଳେ ଶୋଇବାର ମଜା

ମାଲେ, ୨୫।୪ : ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅନେକ କମ୍ପାନୀ ରୋମାଞ୍ଚଭରା ଅନୁଭୁତି ପ୍ରଦାନ ସମ୍ପର୍କରେ ଘୋଷଣା କରିଥାନ୍ତି। ଏହାଦ୍ୱାରା ସେମାନଙ୍କର କାରବାର ବଢ଼ିଥାଏ। ସେହିପରି ମାଳଦୀପର କୋନାଇ ମାଳଦୀପ ରଙ୍ଗୋଲୀ ଦୀପରେ ଥିବା ଏକ ହୋଟେଲ ଗ୍ରାହକଙ୍କୁ ସମୁଦ୍ର ପାଣିତଳେ ଶୋଇବାର ଅନୁଭୁତି ପ୍ରଦାନ କରିବା ସମ୍ପର୍କରେ ଘୋଷଣା କରିଛି।

ସଙ୍କଟରେ ଇମ୍ରାନ୍‌ଙ୍କ ତୃତୀୟ ବିବାହ

ସଙ୍କଟରେ ଇମ୍ରାନ୍‌ଙ୍କ ତୃତୀୟ ବିବାହ

ଇସଲାମାବାଦ୍‌, ୨୫।୪ : ପାକିସ୍ତାନ କ୍ରିକେଟର ଇମ୍ରାନ ଖାଁଙ୍କ ତୃତୀୟ ବିବାହ ଏବେ ସଙ୍କଟ ଦେଇ ଗତି କରୁଛି। ତାଙ୍କର ତୃତୀୟ ସ୍ତ୍ରୀ ବୁଶରା ମାନେକ୍‌(୪୫) ଘର ଛାଡି ଚାଲିଯାଇଛନ୍ତି। ଇମ୍ରାନ୍‌ ରଖିଥିବା ପୋଷା କୁକୁରଙ୍କ ଯୋଗୁ ସେ ବିରକ୍ତ ହୋଇ ଘର ଛାଡିଥିବା କୁହାଯାଉଛି।

କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କ୍ୱେଟାରେ ଆତ୍ମଘାତୀ ବିସ୍ଫୋରଣ: ୫ ମୃତ

କ୍ୱେଟା, ୨୫।୪ : ପାକିସ୍ତାନ ବେଲୁଚିସ୍ତାନ ପ୍ରଦେଶ କ୍ୱେଟା ନିକଟସ୍ଥ ମିନା ଗୁଣ୍ଡି ଅଞ୍ଚଳରେ ଆତ୍ମଘାତୀ ବିସ୍ଫୋରଣରେ ୫ ପୋଲିସଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୮ରୁ ଅଧିକ ପୋଲିସ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ଅଞ୍ଚଳରେ ୩ଟି ଆତ୍ମଘାତୀ ବିସ୍ଫୋରଣ ହୋଇଥିବା ପ୍ରଶାସନ ସୂଚିତ କରିଛି।

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଇଣ୍ଡୋନେସିଆ ତୈଳକୂପରେ ଅଗ୍ନିକାଣ୍ଡ: ୧୦ ମୃତ

ଜାକର୍ତ୍ତା, ୨୫।୪ : ଇଣ୍ଡୋନେସିଆ ଆସେହ ପ୍ରଦେଶରେ ଥିବା ଏକ ତୈଳକୂପରେ ଅଗ୍ନିକାଣ୍ଡ ଘଟି ୧୦ଜଣଙ୍କ ମୃତ୍ୟୁ ଘଟିଛି। ପାଇପ୍‌ ଲାଇନ୍‌ ଓ୍ବେଲ୍‌ଣ୍ଡିଂ ସମୟରେ ଏହି ଅଘଟଣ ଘଟିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି। ଏଥିରେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆତଙ୍କବାଦକୁ ଲଗାମ ଦିଅ

ଆତଙ୍କବାଦକୁ ଲଗାମ ଦିଅ

ବେଜିଂ/ନୂଆଦିଲ୍ଲୀ,୨୪।୪(ପି.ଟି.)- ଆତଙ୍କବାଦୀଙ୍କ ଭୂସ୍ବର୍ଗ ପାକିସ୍ତାନକୁ ଚାଇନାରେ ଚେତାବନୀ ଦେଇଛି ଭାରତ। ବେଜିଂରେ ଚାଲିଥିବା ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ବହିର୍ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀଥାରାମନ୍‌ ମଙ୍ଗଳବାର ଯୋଗଦେଇ ଆତଙ୍କବାଦ ଉପରେ ଲଗାମ ଲଗାଇବା ପାଇଁ ଇସ୍‌ଲାମାବାଦ୍‌କୁ ତାଗିଦ୍‌ କରିଛନ୍ତି।

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ ନିହତ

ତାଲିବାନ ଆତଙ୍କବାଦୀ ଆକ୍ରମଣ: ୪ ପୋଲିସ ନିହତ

କାବୁଲ, ୨୪।୪ : ଆଫଗାନୀସ୍ତାନ ଘନଜୀ ପ୍ରଦେଶ ଜାଗହାଟୁ ଜିଲାରେ ତାଲିବାନ ଆତଙ୍କବାଦୀଙ୍କ ଆକ୍ରମଣରେ ୪ ପୋଲିସ ନିହତ ହୋଇଛନ୍ତି। ଏହି ଘଟଣାରେ ୭ଜଣ ସାଧାରଣ ଲୋକ ଆହତ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇଛି।

ଭ୍ୟାନ୍‌ ଧକ୍କାରେ ୧୦ ମୃତ

ଭ୍ୟାନ୍‌ ଧକ୍କାରେ ୧୦ ମୃତ

ଟରୋଣ୍ଟୋ, ୨୪।୪ : ଦ୍ରୁତ ଗତିରେ ଯାଉଥିବା ଏକ ଭ୍ୟାନ୍‌ ଧକ୍କାରେ ଟରୋଣ୍ଟୋରେ ୧୦ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୫ରୁ ଅଧିକ ଆହତ ହୋଇଥିବାବେଳେ ଅନେକଙ୍କ ଅବସ୍ଥା ସଙ୍କଟ ଜନକ ରହିଛି ବୋଲି ସ୍ଥାନୀୟ ପୋଲିସ କହିଛି।

ଚାଇନାର କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ: ୧୮ ମୃତ

ଚାଇନାର କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ: ୧୮ ମୃତ

ବେଜିଂ, ୨୪।୪ : ଚାଇନା କିଙ୍ଗୁଆନ୍‌ ସହରରେ ଥିବା କାରାଓକେ ବାର୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୫ଜଣ ଆହତ ହୋଇଛନ୍ତି। ସୋମବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିବା ସ୍ଥାନୀୟ ପୋଲିସ କହିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡିନାହିଁ।

ମେକ୍ସିକୋ ହିଂସା: ୩ ମାସରେ ୭,୬୬୭ ଲୋକଙ୍କୁ ହତ୍ୟା

ମେକ୍ସିକୋ ହିଂସା: ୩ ମାସରେ ୭,୬୬୭ ଲୋକଙ୍କୁ ହତ୍ୟା

ମେକ୍ସିକୋ ସିଟି, ୨୩।୪ : ଗତ ୩ ମାସ ମଧ୍ୟରେ ମେକ୍ସିକୋରେ ହୋଇଥିବା ବିଭିନ୍ନ ହିଂସାକାଣ୍ଡରେ ଇତିମଧ୍ୟରେ ୭,୬୬୭ ଲୋକଙ୍କର ମୃତ୍ୟୁ ଘଟିଛି। ୨୦୧୭ରେ ଏହି ସମୟରେ ୬,୪୦୬ଙ୍କର ମୃତ୍ୟୁ ଘଟିଥିବାବେଳେ ଚଳିତ ବର୍ଷ ପ୍ରଥମ ତିନି ମାସରେ ଏଥିରେ ୨୦ ପ୍ରତିଶତ ବୃଦ୍ଧି ହୋଇଛି।

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ମାଟିତଳେ ପୋତି ହୋଇରହିଥିବା ଲୋକଙ୍କ ସମ୍ପର୍କରେ ସୂଚନା ଦେବ ସେନସର୍‌

ଲଣ୍ଡନ, ୨୩।୪ : ଭୂମିକମ୍ପ କିମ୍ବା କୌଣସି ଦୁର୍ଘଟଣାରେ ମାଟିତଳେ ପୋତି ହୋଇ ରହିଥିବା ଲୋକଙ୍କ ସମ୍ପର୍କରେ ଏବେ ସହଜରେ ସୂଚନା ମିଳିପାରିବ। ଗବେଷକ ଏକ ସ୍ବତନ୍ତ୍ର ଧରଣର ସେନସର୍‌ ବାହାର କରିଛନ୍ତି। ଏହା ସହଜରେ ମାଟି ତଳେ ଥିବା ଜୀବଜନ୍ତୁ ଅଥବା ମଣିଷଙ୍କ ନିକଟକୁ ଏକ ପ୍ରକାର ତରଙ୍ଗ ପ୍ରେରଣ କରିବ। ସେମାନଙ୍କ ଶରୀରରେ ବାଜି ଏହି ତରଙ୍ଗ ସେନସରକୁ ଫେରିବ।

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଆସିବ ପୁରୁଷଙ୍କ ପାଇଁ ଗର୍ଭନିରୋଧକ ଟ୍ୟାବଲେଟ୍‌

ଓ୍ବାଶିଂଟନ, ୨୩।୪ : ବଜାରରେ ମହିଳାଙ୍କ ଉପଯୋଗୀ ଗର୍ଭନିରୋଧକ ଟ୍ୟାବଲେଟ୍‌ ଉପଲବ୍ଧ ହୋଇଥାଏ। ଏହାର ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ସେକ୍ସ୍‌ ହରମୋନ୍‌ ଉପରେ ପ୍ରଭାବ ପଡିଥାଏ। ଯାହାଦ୍ୱାରା ଶୁକ୍ରାଣୁ ଓ ଡିମ୍ବାଣୁର ମିଳନରେ ଭ୍ରୁଣ ସୃଷ୍ଟି ହୋଇପାରି ନ ଥାଏ। ଆଗାମୀ ଦିନରେ ପୁରୁଷଙ୍କ ପାଇଁ ଏଭଳି ଟ୍ୟାବଲେଟ୍‌ ବଜାରରେ ଉପଲବ୍ଧ ହେବ। ଏହାର ବ୍ୟବହାରଦ୍ୱାରା ଶୁକ୍ରାଣୁର ଗତି ଶିଥିଳ ହୋଇଯିବ।

ପାକିସ୍ତାନ ସୈନ୍ୟବାହିନୀ ବିରୋଧରେ ପାସ୍ତୁନଙ୍କ ପ୍ରଦର୍ଶନ

ପାକିସ୍ତାନ ସୈନ୍ୟବାହିନୀ ବିରୋଧରେ ପାସ୍ତୁନଙ୍କ ପ୍ରଦର୍ଶନ

ଲାହୋର, ୨୩।୪ : ପାକିସ୍ତାନ ସୈନ୍ୟ ବାହିନୀ ପାସ୍ତୁନଙ୍କ ଉପରେ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି। ଏନେଇ ପାସ୍ତୁନମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହି ସମ୍ପ୍ରଦାୟ ପାକିସ୍ତାନ ଓ ଆଫଗାନୀସ୍ତାନ ସୀମାର ଉଭୟ ପାର୍ଶ୍ୱରେ ବାସ କରୁଛନ୍ତି। ତେବେ ବିଭିନ୍ନ କାରଣରୁ ପାକିସ୍ତାନ ସରକାର ଏହି ସମ୍ପ୍ରଦାୟ ପ୍ରତି ଯତ୍ନଶୀଳ ନ ହେବା ଏବଂ ସୈନ୍ୟ ବାହିନୀ ପକ୍ଷରୁ ସେମାନଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ ଗ୍ରହଣ କରାଯିବା ବିରୋଧରେ ପାସ୍ତୁନମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ଅସନ୍ତୋଷର ନିଆଁ କୁହୁଳୁଛି।

ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଚାଇନାରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି

ପ୍ରଦୂଷଣ ଯୋଗୁ ପ୍ରତିବର୍ଷ ଚାଇନାରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି

ବେଜିଂ, ୨୩।୪ : ଚାଇନାରେ ପ୍ରଦୂଷଣ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ଫଳରେ ପ୍ରତିବର୍ଷ ଏହାଯୋଗୁ ସୃଷ୍ଟି ହେଉଥିବା ବିଭିନ୍ନ ରୋଗରେ ୧୬ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟୁଛି। ଆମେରିକା ହେଲଥ୍‌ ଇଫେକ୍ଟସ୍‌ ପ୍ରତିଷ୍ଠାନ ଦ୍ୱାରା ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରେ ଏହା ଦର୍ଶାଯାଇଛି। ଗ୍ରାମୀଣ ଅଞ୍ଚଳରେ ବ୍ୟବହୃତ ହେଉଥିବା ଜାଳେଣୀରୁ ନିର୍ଗତ ପ୍ରଦୂଷଣ ଯୋଗୁ ବର୍ଷକୁ ୬ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟୁଥିବା ରିପୋର୍ଟରେ ସୂଚିତ କରାଯାଇଛି।

ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀ ଉଦ୍ଧାର

ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀ ଉଦ୍ଧାର

ତ୍ରିପୋଲି, ୨୩।୪ : ଲିବିୟା ଉପକୂଳରୁ ୨୬୩ ଅନୁପ୍ରବେଶକାରୀଙ୍କୁ ତଟରକ୍ଷୀ ବାହିନୀ ଉଦ୍ଧାର କରିଛି। ସେମାନେ ଦୁଇଟି ବୋଟରେ ଆସୁଥିବାବେଳେ ଅଧିକ ଲୋକ ସବାର ହୋଇଥିବା ଯୋଗୁ ତାହା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଏହି ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।