ମେଟ୍ରୋ

ଯୌତୁକ ପାଇଁ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଧରୁନି ପୋଲିସ,ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଯୌତୁକ ପାଇଁ ମହିଳାଙ୍କୁ ପୋଡ଼ି ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତଙ୍କୁ ଧରୁନି ପୋଲିସ,ମହିଳା କମିଶନଙ୍କ ଦ୍ୱାରସ୍ଥ ହେଲେ ପୀଡ଼ିତା

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ଯାଜପୁର ଜିଲାର ଜଣେ ମହିଳାଙ୍କୁ ଯୌତୁକ ପାଇଁ ପୋଡି ମାରିଦେବାକୁ ଉଦ୍ୟମ କରାଯାଇଥିଲା। ମହିଳାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଥିବାବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏ ନେଇ ମହିଳାଙ୍କ ବାପଘର ପକ୍ଷରୁ ପାଣିକୋଇଲି ଥାନାରେ ଅଭିଯୋଗ କରାଯାଇଥିଲା। ୩ମାସ ତଳେ ଏହି ଘଟଣା ଘଟିଥିଲେ ହେଁ ପୋଲିସ ଏଯାଏ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଏ ନେଇ ସେ ଗୁରୁବାର ଭୁବନେଶ୍ୱର ଆସି ମହିଳା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି।

 ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ୫୦ ହଜାର ଟଙ୍କା ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଛାତ୍ର ଆତ୍ମହତ୍ୟା ଉଦ୍ୟମ ଘଟଣା: ୫୦ ହଜାର ଟଙ୍କା ଦେବାକୁ ଓଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୪(ବ୍ୟୁରୋ)- ସ୍କୁଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମଇଦଲପୁର ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ର ଗଣେଶ୍ୱର ଜାନି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗଣେଶ୍ୱରଙ୍କୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଅନୂସୂଚିତ ଜାତି ଓ ଜନଜାତି ବିଭାଗକୁ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆରସି) ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲର ପ୍ରଧାନ ଶିକ୍ଷକ, ଡିଡବ୍ଲ୍ୟୁଓ(ଜିଲା ମଙ୍ଗଳ ଅଧିକାରୀ), ଡିଇଓ(ଜିଲା ଶିକ୍ଷା ଅଧିକାରୀ) ଏବଂ ଅନ୍ୟ ଅଧିକାରୀଙ୍କ ଦରମାରୁ ଅର୍ଥ କାଟି କ୍ଷତିପୂରଣ ଦେବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ନିଟ୍‌ ପରୀକ୍ଷା ପାଇଁ ଡ୍ରେସ୍‌କୋଡ୍‌ ଲାଗୁ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଆସନ୍ତା ୬ ତାରିଖରେ ହେବାକୁଥିବା ନ୍ୟାଶନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍‌ସ ଟେଷ୍ଟ(ନିଟ୍‌) ୨୦୧୮ ପରୀକ୍ଷା ପାଇଁ ସିବିଏସ୍‌ଇ ଡ୍ରେସ୍‌କୋଡ୍‌ ଲାଗୁ କରିଛି। ପରୀକ୍ଷା ପାଇଁ ବୋର୍ଡ ନୂଆ ନିର୍ଦ୍ଦେଶନାମା ଜାରି କରିଛି।

ବିମାନବନ୍ଦରରୁ ସାପ ଉଦ୍ଧାର

ବିମାନବନ୍ଦରରୁ ସାପ ଉଦ୍ଧାର

ଭୁବନେଶ୍ୱର,୧୯।୪(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ଏକ ସାପ ଉଦ୍ଧାର ହୋଇଛି। ଏହା ଢମଣା ସାପ ବୋଲି ଜଣାପଡ଼ିଛି।

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ମହାନ୍ତିପାଟଣାରେ ବାଦୀପାଲା ଉଦ୍‌ଯାପିତ

ବାଲିଅନ୍ତା,୧୯।୪(ଡି.ଏନ୍‌.ଏ.): ବାଲିଅନ୍ତା ବ୍ଲକ ଅଧୀନ ଜଗନ୍ନାଥପୁର ପଞ୍ଚାୟତ ଅଧୀନ ମହାନ୍ତିପାଟଣା ଗ୍ରାମର ଗ୍ରାମଦେବତୀ ବନଦୁର୍ଗାଙ୍କ ପୀଠସ୍ଥଳୀରେ ୫ ଦିନ ଧରି ଚାଲିଥିବା ସତ୍ୟନାରାୟଣ ବାଦୀପାଲା ଗୁରୁବାର ଉଦ୍‌ଯାପିତ ହୋଇଯାଇଛି।

ବେଆଇନ ଗୋ-ଚାଲାଣ: ୮ ଗିରଫ

ବେଆଇନ ଗୋ-ଚାଲାଣ: ୮ ଗିରଫ

କଟକ ଅଫିସ,୧୯।୪: ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ନିକଟରୁ ଗୁରୁବାର ୭୫ ଗୋରୁ ବୋଝେଇ ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଭୁବନେଶ୍ୱର, ୧୯।୪(ବ୍ୟୁରୋ): ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକ ନିଯୁକ୍ତ ହୋଇଛନ୍ତି। ତାଙ୍କୁ ନିଯୁକ୍ତି କରିଛନ୍ତି ଏଆଇସିସି ହାଇକମାଣ୍ଡ ରାହୁଲ ଗାନ୍ଧୀ। ସେହିପରି ନବ କିଶୋର ଦାଶ, ଚିରଞ୍ଜିବୀ ବିଶ୍ୱାଳ ଓ ପ୍ରଦୀପ ମାଝୀଙ୍କୁ ପିସିସିର କାର୍ଯ୍ୟକାରୀ ସଭାପତି ମଧ୍ୟ କରାଯାଇଛି।

ଆରମ୍ଭ ହେଲା ରଥ ନିର୍ମାଣ

ଆରମ୍ଭ ହେଲା ରଥ ନିର୍ମାଣ

ପୁରୀ ଅଫିସ,୧୯।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ପାରମ୍ପରିକ ବିଧି ଅନୁଯାୟୀ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

୧୬ରୁ ଖୋଲିଛି ଜଗମୋହନ: ହାଇକୋର୍ଟରେ ସତ୍ୟପାଠ ଦାଖଲ

କଟକ ଅଫିସ,୧୯।୪: ଶ୍ରୀମନ୍ଦିର ଜଗମୋହନ ପ୍ରସଙ୍ଗରେ ଗୁରୁବାର ହାଇକୋର୍ଟରେ ଶୁଣାଣି ହୋଇଥିଲା। ଗତ ୧୬ ତାରିଖରୁ ଜଗମୋହନ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଛି।

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଯୌତୁକ ଦାବିରେ ହତ୍ୟା ଉଦ୍ୟମ ଘଟଣା: ପୀଡ଼ିତା ମହିଳା କମିଶନଙ୍କ ଦ୍ୱାରସ୍ଥ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଯାଜପୁର ଜିଲା ପାଣିକୋଇଲି ଥାନା ଅନ୍ତର୍ଗତ ଓଚିନ୍ଦା ଗ୍ରାମର ବିମଳା ଭାରତୀ ନାମ୍ନୀ ଜଣେ ମହିଳାଙ୍କୁ ଅଧିକ ଯୌତୁକ ଦାବିକରି ପୋଡ଼ି ହତ୍ୟା ଉଦ୍ୟମ କରାଯିବା ନେଇ ପୀଡ଼ିତା ଗୁରୁବାର ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପକ୍ଷୀଙ୍କ ପାଇଁ ଚିନ୍ତା: ଗଛରେ ଝୁଲୁଛି ମାଟିପାତ୍ର

ପୁରୀ ଅଫିସ,୧୯।୪ : ପ୍ରଚଣ୍ଡ ଖରାରେ ଜଳୁଛି ସହର। ସକାଳ ୮ଟା ପରଠାରୁ ଖରାର ତାତି ଅସହ୍ୟ ହେଉଛି। ବାହାରକୁ ବାହାରିବାକୁ ଇଚ୍ଛା କରୁନି ମଣିଷ। ଏଭଳି ସ୍ଥଳେ ପଶୁପକ୍ଷୀଙ୍କ ସ୍ଥିତି ଅଧିକ ସଙ୍ଗୀନ ହୋଇପଡୁଛି। ବିଶେଷ କରି ଜଳାଭାବ ସେମାନଙ୍କ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।

ଜିଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ଜିଲା ସ୍ତରୀୟ ପ୍ରବନ୍ଧ ପ୍ରତିଯୋଗିତା

ପୁରୀ ଅଫିସ,୧୯।୪: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିର ପକ୍ଷ ପାଳନ ଅବସରରେ ଜିଲା ପ୍ରଶାସନ ଆନୁକୂଲ୍ୟରେ ଜିଲା ସ୍ତରୀୟ ପ୍ରବନ୍ଧପ୍ରତିଯୋଗିତା ଗୁରୁବାର ବିଶ୍ୱମ୍ବର ବିଦ୍ୟାପୀଠ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ରାହୁଲଙ୍କୁ ଭେଟିଲେ ଓଡ଼ିଶା କଂଗ୍ରେସ ନେତା

ଭୁବନେଶ୍ୱର,୧୯।୪(ବ୍ୟୁରୋ): କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ବାସଭବନଠାରେ ଗୁରୁବାର ପହଞ୍ଚିଛନ୍ତି ଓଡ଼ିଶା କଂଗ୍ରେସର କେତେଜଣ କଂଗ୍ରେସ ନେତା। ରାଜ୍ୟ କଂଗ୍ରେସର ସାଙ୍ଗଠନିକ ସ୍ଥିତିକୁ ନେଇ ରାହୁଲ ବରିଷ୍ଠ ନେତାମାନଙ୍କ ସହ ବିଚାରବିମର୍ଶ ଆରମ୍ଭ କରିଛନ୍ତି।

କାର ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

କାର ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଖୋର୍ଦ୍ଧା ଅଫିସ, ୧୯।୪: ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ଅନ୍ତର୍ଗତ ପିଚୁକୁଳି ନିକଟରେ ଗୁରୁବାର ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ମୃତକ ହେଲେ ବୌଦ୍ଧ ଜିଲା ମନମୁଣ୍ଡା ଥାନା ଅନ୍ତର୍ଗତ ଜଗରଗା ଗ୍ରାମର ମନ୍ଦାକିନି ଜାଇଗୌଡ଼ିଆ।

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ଉପଲକ୍ଷେ କଳସ ଯାତ୍ରା

ପୁରୀ ଅଫିସ,୧୯।୪ : ଭଗବତ୍‌ ପାଦ ଆଦି ଶଙ୍କରାଚାର୍ଯ୍ୟଙ୍କ ୨୫୨୫ ତମ ଜୟନ୍ତୀ ଉତ୍ସବ ଗୋବର୍ଦ୍ଧନ ମଠ ପରିସରରେ ପାଳିତ ହେଉଛି। ଏହି ଉପଲକ୍ଷେ ଗୁରୁବାର ସକାଳେ ଧାର୍ମିକ ଶୋଭାଯାତ୍ରା ସହ ଶ୍ରୋତ୍ରୀୟ ବ୍ରାହ୍ମଣମାନେ ପବିତ୍ର ଶ୍ୱେତଗଙ୍ଗାରେ ଗଙ୍ଗା ପୂଜନ କରିଥିଲେ। ପରେ ଜଳ ଉତ୍ତୋଳନ କରି କଳସ ଶୋଭାଯାତ୍ରାରେ ଗୋବର୍ଦ୍ଧନ ମଠରେ ପହଞ୍ଚତ୍ଥିଲେ।

ସରକାରଙ୍କ ସହ ଶିକ୍ଷକ, ଅଧ୍ୟାପକଙ୍କ ଆଲୋଚନା ଶେଷ

ଭୁବନେଶ୍ୱର,୧୯।୪(ବ୍ୟୁରୋ): ଦୀର୍ଘଦିନ ଧରି ଆନ୍ଦୋଳନରେ ଥିବା ଶିକ୍ଷକ, ଅଧ୍ୟପଙ୍କ ସହ ସରକାର ଗୁରୁବାର ଆଲୋଚନା କରିଛନ୍ତି। ସେମାନଙ୍କ ୩ ଦାବି ଉପରେ ବିଚାରେ ବିମର୍ଶ ହେବ। ଆନ୍ଦୋଳନରୁ ଓହରିବା ପାଇଁ ଅନୁରୋଧ କରିଛୁ।

ମହାଲକ୍ଷ୍ମୀ ପିନ୍ଧିଲେ ନୂଆ କିରୀଟ

ମହାଲକ୍ଷ୍ମୀ ପିନ୍ଧିଲେ ନୂଆ କିରୀଟ

ପୁରୀ ଅଫିସ, ୧୮ା୪: ପବିତ୍ର ଅକ୍ଷୟ ତୃତୀୟାରେ ମା’ ମହାଲକ୍ଷ୍ମୀଙ୍କ ମସ୍ତକରେ ଶୋଭାପାଇଛି ନୂଆ ସୁନା କିରୀଟ। ୭୫୫ ଗ୍ରାମ ଓଜନ ବିଶିଷ୍ଟ ଏହି କିରୀଟ ଦୁଇ ଥାକିଆ ହୋଇ ନିର୍ମାଣ ହୋଇଛି। ପଛ ପାର୍ଶ୍ୱରେ କିରଣ ରହିଥିବାବେଳେ ଆଗ ପାର୍ଶ୍ୱରେ କିରୀଟ ରହିଛି। କିରୀଟରେ ଲାଲ, ଧଳା ଓ ସବୁଜ ରଙ୍ଗର ରତ୍ନପଥର ଲାଗିଛି। ଏହାର ଦାମ୍‌ ପ୍ରାୟ ୨୫ରୁ ୨୭ ଲକ୍ଷ ଟଙ୍କା ହେବ। ଏହି କିରୀଟ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତିଆରି ହୋଇଥିବା କୁହାଯାଉଥିବାବେଳେ କେହି ଏହାକୁ ଜଣେ ଭକ୍ତ ଦାନ ଆକାରରେ ଦେଇଥିବା ଶୁଣିବାକୁ ମିଳୁଛି।

ଲେଜର ଶୋରେ ଝଲସିଲା ନରେନ୍ଦ୍ର : ଜଳପରଦାରେ ଛବି ଅସ୍ପଷ୍ଟ

ଲେଜର ଶୋରେ ଝଲସିଲା ନରେନ୍ଦ୍ର : ଜଳପରଦାରେ ଛବି ଅସ୍ପଷ୍ଟ

ପୁରୀ ଅଫିସ,୧୮।୪: ବୁଧବାର ଥିଲା ମହାପ୍ରଭୁଙ୍କ ଚନ୍ଦନ ଯାତ୍ରାର ପ୍ରଥମ ଦିବସ। ସନ୍ଧ୍ୟା ପ୍ରାୟ ୭ଟା ୪୫ରେ ଜଳକ୍ରୀଡା ନିମନ୍ତେ ମହାପ୍ରଭୁ ପହଞ୍ଚତ୍ଥିଲେ ନରେନ୍ଦ୍ର ପୁଷ୍କରିଣୀ। ଆଉ ଠିକ୍‌ ସେହି ସମୟରେ ରଙ୍ଗୀନ ଜଳ ଫୁଆରାରେ ଝଲସି ଉଠିଥିଲା ଏହି ଐତିହ୍ୟ ପୁଷ୍କରିଣୀ। ଆଉ ମଲ୍ଟି ମିଡିଆ ଲେଜର ଶୋର ଜଳ ପରଦାରେ ପ୍ରଦର୍ଶିତ ହୋଇଥିଲା ଶ୍ରୀଜଗନ୍ନାଥଙ୍କ ଆବିର୍ଭାବ ଓ ଲୀଳାର ଥିୀ ଡି ଚିତ୍ର। ନରେନ୍ଦ୍ର ପୁଷ୍କରିଣୀରେ ମ୍ୟୁଜିକାଲ ଫାଉଣ୍ଟେନ ଏବଂ ଥ୍ରୀଡି ଲେଜର ଶୋର ପରୀକ୍ଷାମୂଳକ ପ୍ରଦର୍ଶନ ଅବସରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ହେଲେ ଶ୍ରୀଜଗନ୍ନାଥଙ୍କ ଭଜନର ତାଳେ ତାଳେ ଜଳ ପରଦାରେ ପ୍ରଦର୍ଶିତ ଚିତ୍ର ଅସ୍ପଷ୍ଟ ଥିଲା।

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ: ଦେବୋତ୍ତର କମିଶନରଙ୍କ ରାୟକୁ ବେଖାତିର

ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା ଆରମ୍ଭ: ଦେବୋତ୍ତର କମିଶନରଙ୍କ ରାୟକୁ ବେଖାତିର

ପୁରୁଣା ଭୁବନେଶ୍ୱର,୧୮। ୪(ଡି.ଏନ.ଏ.)- ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କର ୨୨ ଦିନିଆ ଚନ୍ଦନ ଯାତ୍ରା ବୁଧବାର ଆରମ୍ଭ ହୋଇଛି। ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ଓ ମନ୍ଦିର ପ୍ରଶାସନର ନିମନ୍ତ୍ରଣ ସତ୍ତ୍ୱେ ଶ୍ରୀକପିଳେଶ୍ୱର ଦେବ ଚନ୍ଦନଯାତ୍ରାରେ ସାମିଲ ହୋଇନାହାନ୍ତି। ଦେବୋତ୍ତର କମିଶନରଙ୍କ ରାୟକୁ ବେଖାତିର କରାଯାଇଥିଲା।

ପୁଣି କମ୍ପିଲା ବିଧାନସଭା

ପୁଣି କମ୍ପିଲା ବିଧାନସଭା

ଭୁବନେଶ୍ୱର,୧୮। ୪(ବ୍ୟୁରୋ):ଗତ ଦୁଇଦିନ ପୁରୀ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ବିଧାନସଭା ହୁଲ୍‌ସ୍ଥୂଲ ହେବା ପରେ ସରକାର ବୁଧବାର ବିଧାନସଭାରେ ବିବୃତି ରଖିଛନ୍ତି। ଆଇନମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଠାକୁରମାନେ ସମ୍ପୂର୍ଣ୍ଣ ଉପବାସରେ ରହିନାହାନ୍ତି। ସମସ୍ତ ନୀତିକାନ୍ତି ଠିକ୍‌ଠାକ୍‌ ଚାଲିଛି। ମାତ୍ର ନୀତିରେ କିଛି ବିଳମ୍ବ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ବୁଝାମଣା ରହି ନାହିଁ ବୋଲି ସମ୍ବାଦପତ୍ରରେ ପ୍ରକାଶିତ ଖବର ସତ୍ୟ ନୁହେଁ।

ଚନ୍ଦନ ଯାତ୍ରା ଆରମ୍ଭ: ରାତିରେ ହେଲା ଦିନ ଚାପ

ଚନ୍ଦନ ଯାତ୍ରା ଆରମ୍ଭ: ରାତିରେ ହେଲା ଦିନ ଚାପ

ପୁରୀ ଅଫିସ, ୧୮।୪: ଶ୍ରୀମନ୍ଦିରରେ ନୀତି ବିଭ୍ରାଟର ପ୍ରଭାବ ଅକ୍ଷୟ ତୃତୀୟା ଓ ଚନ୍ଦନ ଯାତ୍ରା ନୀତିରେ ପଡ଼ିଛି। ଧାର୍ଯ୍ୟ ସମୟର ପ୍ରାୟ ୪ ଘଣ୍ଟା ବିଳମ୍ବରେ ଆଜ୍ଞାମାଳ ବିଜେ ହୋଇଛି। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ନରେନ୍ଦ୍ରକୁ ଯାଇ ଜଳକ୍ରୀଡ଼ା କରିଛନ୍ତି। ଦିନରେ ହେବାକୁ ଥିବା ଚାପ ରାତିରେ ହୋଇଛି। ସେହିପରି ମହାପ୍ରଭୁଙ୍କ ଚନ୍ଦନ ଶୋଭାଯାତ୍ରାରେ ଚମକ ଦେଖିବାକୁ ମିଳିନାହିଁ।

ଅନୁକୂଳ ହେଲା ରଥ ନିର୍ମାଣ

ଅନୁକୂଳ ହେଲା ରଥ ନିର୍ମାଣ

ପୁରୀ ଅଫିସ, ୧୮।୪: ଆସନ୍ତା ଜୁଲାଇ ୧୪ରେ ରଥଯାତ୍ରା। ଏଥିପାଇଁ ପରମ୍ପରା ମୁତାବକ ବୁଧବାର ପବିତ୍ର ଅକ୍ଷୟ ତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ ହୋଇଛି। ସନ୍ଧ୍ୟା ପ୍ରାୟ ୭ଟାରେ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଆଜ୍ଞାମାଳ ଆସି ଗଜପତିଙ୍କ ଶ୍ରୀନଅର ସମ୍ମୁଖରେ ବିଜେ ହେବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା।

କାର-ଟ୍ରକ୍‌ ମୁହଁ। ମୁହିଁ ଧକ୍କା: ୫ ମୃତ

କାର-ଟ୍ରକ୍‌ ମୁହଁ। ମୁହିଁ ଧକ୍କା: ୫ ମୃତ

ଖୁଣ୍ଟୁଣୀ, ୧୮। ୪(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥର ଗୁରୁଡିଝାଟିଆ ଥାନା ଅଧୀନ ଓରନ୍ଦା ଫରେଷ୍ଟ୍‌ ବିଟ୍‌ ହାଉସ୍‌ ନିକଟରେ ବୁଧବାର ଏକ କାର ଓ ଟ୍ରକ୍‌ ମୁହଁ। ମୁହିଁ ଧକ୍କା ହୋଇଛି। ଏଥିରେ କାରରେ ଥିବା ୫ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ପରିଚୟ ମିଳିପାରିନାହିଁ।

ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନ: ହାଇକୋର୍ଟରେ ଶୁଣାଣି ଶେଷ, ରାୟ ସଂରକ୍ଷିତ

କଟକ ଅଫିସ, ୧୮।୪- ନବଦିଗନ୍ତ ଚିଟ୍‌ଫଣ୍ଡ ମାମଲାରେ ଅଭିଯୁକ୍ତ ମୟୂରଭଞ୍ଜ ଏମ୍‌ପି ରାମଚନ୍ଦ୍ର ହଁ।ସଦାଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହାଇକୋର୍ଟରେ ଶେଷ ହୋଇଛି। ବିଚାରପତି ସଙ୍ଗମ କୁମାର ସାହୁ ତାଙ୍କ ରାୟକୁ ସଂରକ୍ଷିତ ରଖିଛନ୍ତି। ପୂର୍ବ ନିର୍ଦ୍ଦେଶ ମୁତାବକ ସିବିଆଇ ପକ୍ଷରୁ ତଦନ୍ତର ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଷ୍ଟାଟସ୍‌ ରିପୋର୍ଟ ହାଇକୋର୍ଟରେ ଦାଖଲ କରାଯାଇଛି।