Dharitri News

ମେଟ୍ରୋ

ଅରାଚଣ୍ଡୀରେ ପକ୍ଷୀ ଗଣନା: ଦେଖାଦେଲେ ୭୮ ପ୍ରଜାତି, ୩ ନୂଆ

ଅରାଚଣ୍ଡୀରେ ପକ୍ଷୀ ଗଣନା: ଦେଖାଦେଲେ ୭୮ ପ୍ରଜାତି, ୩ ନୂଆ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ଖୋର୍ଦ୍ଧା ବନଖଣ୍ଡ ଅଧୀନ ଅରାଚଣ୍ଡୀ ପାଟରେ ରବିବାର ପକ୍ଷୀ ଗଣନା କରାଯାଇଛି। ଗଣନା ବେଳେ ଏଠାରେ ମୋଟ ୭୮ ପ୍ରଜାତିର ପକ୍ଷୀଙ୍କୁ ଦେଖିବାକୁ ମିଳିଥିଲା। ସେମାନଙ୍କ ମଧ୍ୟରୁ ୩ଟି ପ୍ରଜାତି ଏଥର ପ୍ରଥମ କରି ଅରାଚଣ୍ଡୀ ଆସିଥିବା ଜଣାପଡ଼ିଛି।

ରାଜନୀତିରୁ ସାହିତ୍ୟକୁ ଦୂରେଇ ରଖାଯାଉ

ରାଜନୀତିରୁ ସାହିତ୍ୟକୁ ଦୂରେଇ ରଖାଯାଉ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ଓଡ଼ିଆ ସାହିତ୍ୟ ବିଶ୍ୱର ଅନ୍ୟ କୌଣସି ଭାଷାର ସାହିତ୍ୟଠାରୁ ଯଥେଷ୍ଟ ଉନ୍ନତ। କେବଳ ସାହିତ୍ୟ ନୁହେଁ, ଏଠାକାର କଳା, ସଂସ୍କୃତି ଓ ପରମ୍ପରା ମଧ୍ୟ ଖୁବ୍‌ ସମୃଦ୍ଧ। ଓଡ଼ିଶାରେ ସବୁକିଛି ରହିଥିଲେ ମଧ୍ୟ ଏହା ଆଜି ଅନ୍ୟ ରାଜ୍ୟଗୁଡିକଠାରୁ ପଛରେ ରହିଛି। ସବୁ କ୍ଷେତ୍ରରେ ଏହାକୁ ଏକ ଅଗ୍ରଣୀ ରାଜ୍ୟଭାବେ ଗଢି ତୋଳିବାକୁ ଜନସାଧାରଣଙ୍କ ସହଭାଗିତା ଓ ସହଯୋଗର ଆବଶ୍ୟକ ବୋଲି କହିଛନ୍ତି ବିଶିଷ୍ଟ ସାହିତି୍ୟକା, ଶିକ୍ଷାବିତ ତଥା ସାମାଜିକ କର୍ମୀ ପଦ୍ମଶ୍ରୀ ସଇଦା ସାଇଦିନ ହମିଦ୍‌।

ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ: ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଆରମ୍ଭ ହେଲା ମୁକ୍ତେଶ୍ୱର ନୃତ୍ୟ ଉତ୍ସବ: ଓଡ଼ିଶୀ ନୃତ୍ୟରେ ଦର୍ଶକ ବିଭୋର

ଭୁବନେଶ୍ୱର,୧୫।୧(ବ୍ୟୁରୋ)/ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.)-ରାସେଶ୍ୱରଙ୍କ ରାସଲୀଳାର କାହାଣୀ କହିଥିଲା ରଙ୍ଗମଞ୍ଚ। କଦମ୍ବ ମୂଳରୁ ଆରମ୍ଭ କରି ଯମୁନା କୂଳ, ନନ୍ଦନନ୍ଦନ ଶ୍ରୀକୃଷ୍ଣଙ୍କ ଗୋଟିଏ ପରେ ଗୋଟିଏ ଉପାଖ୍ୟାନ ନୃତ୍ୟ ମାଧ୍ୟମରେ ପରିସ୍ଫୁଟିତ ହୋଇଥିଲା। ଦୀର୍ଘ ବର୍ଷକର ଅପେକ୍ଷା ପରେ ମୁକ୍ତେଶ୍ୱର ମୁକ୍ତାକାଶ ରଙ୍ଗମଞ୍ଚରେ ପୁଣିଥରେ ଶୁଭିଥିଲା ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ।

ହଷ୍ଟେଲ ମାଲିକଙ୍କ ଦାଦାଗିରି: ସିକ୍ୟୁରିଟି ଟଙ୍କା ମାଗିବାରୁ ମା’ଝିଅଙ୍କୁ ପିଟିଲେ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ହଷ୍ଟେଲରେ ରହିବା ପାଇଁ ସିକ୍ୟୁରିଟି ବାବଦରେ ଆଗୁଆ ଦେଇଥିବା ଘରଭଡ଼ା ମାଗିବାରୁ ହଷ୍ଟେଲ ମାଲିକ ଜଣେ ଛାତ୍ରୀ ଏବଂ ତାଙ୍କ ମା’ଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି। ରବିବାର ଘଟଣାଟି ଘଟିଛି ନୟାପଲ୍ଲୀ ଥାନା ଇସ୍କନ ମନ୍ଦିର ନିକଟରେ ଥିବା ଏକ ଲେଡିଜ ହଷ୍ଟେଲରେ। ହଷ୍ଟେଲ ମାଲିକଙ୍କ ଦାଦାଗିରି ଦେଖି ସେଠରେ ରହୁଥିବା ଅନ୍ୟ ଛାତ୍ରୀମାନେ ବି ଭୟଭୀତ ହୋଇଯାଇଥିଲେ।

ଋଣ ଦେବା ନାଁରେ ୨ ଲକ୍ଷ ଠକେଇ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ଋଣ ଦେବା ନାଁରେ ୨ ଲକ୍ଷ ଠକେଇ: ଏସ୍‌ଏଚ୍‌ଜି ମହିଳା ଥାନାର ଦ୍ୱାରସ୍ଥ

ଭୁବନେଶ୍ୱର, ୧୫।୧(ବ୍ୟୁରୋ)- ବାବୁ ଜଣକ ପ୍ରତିଦିନ ଇନ୍‌ କରି ଗାଁକୁ ଆସନ୍ତି। ବେଶଭୂଷାରୁ ଲାଗେ ସତେ ଯେପରି ଜଣେ ବଡ ଅଫିସର। କିଛିଦିନ ଏପରି ଆସି ଲୋକଙ୍କ ସହ ଚିହ୍ନା ପରିଚିତ ହେଲେ। ପରେ ବାବୁ ଜଣକ ଏକ ବ୍ୟାଙ୍କରେ ଚାକିରି କରୁଥିବା କହିଥିଲେ। ଗରିବ ଲୋକମାନଙ୍କୁ ବ୍ୟାଙ୍କରୁ ଋଣ ଯୋଗାଇଦେଉଥିବା ଏବଂ ଯଦି କାହାର ଋଣ ଦରକାର କହିଲେ ସେ କରାଇଦେବେ ବୋଲି କହିଥିଲେ।

୫୦ହଜାର ଛାତ୍ରୀଛାତ୍ର ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

୫୦ହଜାର ଛାତ୍ରୀଛାତ୍ର ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର, ୧୪।୧(ବ୍ୟୁରୋ)- ରବିବାର ଏକ ଅଭୁତପୂର୍ବ ପରିବେଶ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ବରମୁଣ୍ଡା ଖେଳପଡ଼ିଆରେ। ‘ବନ୍ଦେ ଉତ୍କଳ ଜନନୀ’ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ସମଗ୍ର ପରିବେଶ। ସ୍କୁଲ ପୋଷାକରେ ୫୦ ହଜାର ଛାତ୍ରୀଛାତ୍ର ଏକାଠି ହୋଇ ଦେଶଭକ୍ତିପୂର୍ଣ୍ଣ ଏହି ସଙ୍ଗୀତକୁ ସମୂହ ଗାନ କରିଥିଲେ। ଅବସର ଥିଲା ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ଦ୍ୱାରା ଆୟୋଜିତ ବିଶାଳ ଶିଶୁ ମହୋତ୍ସବ।

ପାଟ୍ରୋଲିଂ ବେଳେ ମୋବାଇଲ୍‌ରେ ଅଶ୍ଲୀଳ ଭିଡିଓ ଦେଖୁଥିଲେ ଏଏସ୍‌ଆଇ,ବାରଣ କରିବାରୁ ସହକର୍ମୀଙ୍କୁ ହାତ ଉଠାଇଲେ

ଭୁବନେଶ୍ୱର, ୧୪।୧(ବ୍ୟୁରୋ)- ରାତିରେ ଅପରାଧ ରୋକିବା ସହ ସନ୍ଦିଗ୍ଧ ଯୁବକମାନଙ୍କୁ ଧରିବା ପାଇଁ ନାଇଟ୍‌ ପାଟ୍ରୋଲିଂ କରାଯାଉଛି। ଏଥିପାଇଁ ମାସକୁ ହଜାର ହଜାର ଟଙ୍କା ପେଟ୍ରୋଲ ଖର୍ଚ୍ଚ ସରକାର ଗଣୁଛନ୍ତି। କିନ୍ତୁ କେଉଁଠି କର୍ମଚାରୀମାନେ ଶୋଉଛନ୍ତି ତ ଆଉ କେଉଁଠି ମୋବାଇଲ୍‌ରେ ଅଶ୍ଳୀଳ ଫିଲ୍ମ ଦେଖିବାରେ ବ୍ୟସ୍ତ ରହୁଛନ୍ତି।

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

କଟକ ଅଫିସ,୧୪।୧: ଚୌଦ୍ୱାର ଥାନା ଅନ୍ତର୍ଗତ କେଦାରେଶ୍ୱର ଗ୍ରାମର ଦୁଃଶାସନ ପରିଡା ନିଜ ଘରେ ଗଞ୍ଜେଇ ବିକ୍ରି କରୁଥିବାର ଖବର ଚୌଦ୍ୱାର ଥାନା ପୋଲିସ ଏକ ବିଶ୍ୱସ୍ତ ସୂତ୍ରରୁ ଶନିବାର ଜାଣିବାକୁ ପାଇଥିଲା।

ଚିଲିକାକୁ କେନ୍ଦ୍ର କରି ସଂଘର୍ଷ

ଚିଲିକାକୁ କେନ୍ଦ୍ର କରି ସଂଘର୍ଷ

କୃଷ୍ଣପ୍ରସାଦ,୧୪।୧(ଡି.ଏନ୍‌.ଏ): ଚିଲିକାକୁ କେନ୍ଦ୍ର କରି ଯମୁନା ବଡ ସାହି ଓ ପାଟଣା ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ବୋମାମାଡ ଓ ଗୁଳିମାଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି। ଉଭୟ ପକ୍ଷରୁ ୩୦ରୁ ଊର୍ଦ୍ଧ୍ୱ ଗୁରୁତର ଆହତଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

୫୦ ହଜାର ଛାତ୍ରୀଛାତ୍ରଙ୍କ ଦ୍ୱାରା ଗାନ କରାଗଲା ବନ୍ଦେ ଉତ୍କଳ ଜନନୀ

୫୦ ହଜାର ଛାତ୍ରୀଛାତ୍ରଙ୍କ ଦ୍ୱାରା ଗାନ କରାଗଲା ବନ୍ଦେ ଉତ୍କଳ ଜନନୀ

ଭୁବନେଶ୍ୱର,୧୪।୧: ଭାରତୀୟ ଶିକ୍ଷାବିକାଶ ସଂସ୍ଥାନ ଓଡ଼ିଶା ଦ୍ୱାରା ଆୟୋଜିତ ଶିଶୁ ମହୋତ୍ସବ ରବିବାର ଅନୁଷ୍ଠିତ ହୋଇଛି। ଏହି ଅବସରରେ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ୫୦ ହଜାର ଛାତ୍ରୀଛାତ୍ରମାନଙ୍କ ଦ୍ୱାରା ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା।

ଖାମଖିଆଲରୁ ଅଘଟଣ: ଗୁଳିଫୁଟି ଯବାନଙ୍କ ପୁଅର ସାଙ୍ଗ ଗୁରୁତର

ଖାମଖିଆଲରୁ ଅଘଟଣ: ଗୁଳିଫୁଟି ଯବାନଙ୍କ ପୁଅର ସାଙ୍ଗ ଗୁରୁତର

କଟକ ଅଫିସ, ୧୩।୧- ଘରେ ଖାମଖିଆଲ ଭାବେ ରଖିଥିଲେ ଲାଇସେନ୍ସପ୍ରାପ୍ତ ବନ୍ଧୁକ। ସେଥିରେ ଭର୍ତ୍ତି ହୋଇ ରହିଥିଲା ଗୁଳି। ଉକ୍ତ ବନ୍ଧୁକ ସହ ଖେଳୁଥିଲେ ଯବାନଙ୍କ ପୁଅ ଓ ତାଙ୍କ ସାଙ୍ଗ। ହଠାତ୍‌ ହାତବାଜି ଟ୍ରିଗର ଦାବି ହୋଇଗଲା। ବନ୍ଧୁକରୁ ଗୁଳିଫୁଟି ସାଙ୍ଗର ମୁଣ୍ଡରେ ପଶିଗଲା। ଶନିବାର ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀରେ ଘଟିଛି ଏହି ଘଟଣା। ଗୁରୁତର ଅବସ୍ଥାରେ ଯବାନଙ୍କ ପୁଅର ସାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ନାଚି ନଚାଇଲେ ବିଶ୍ୱାସ, ରାଦ୍‌ନୀ

ନାଚି ନଚାଇଲେ ବିଶ୍ୱାସ, ରାଦ୍‌ନୀ

ପୁରୀ ଅଫିସ,୧୩।୧: ଗ୍ଲୋରିଫେଷ୍ଟର ଉଦ୍‌ଯାପନୀ ସନ୍ଧ୍ୟାର ବିଶେଷ ଆକର୍ଷଣ ଥିଲେ ଇଣ୍ଡିଆନ ଆଇଡଲ୍‌-୫ର ଫାଇନାଲିଷ୍ଟ ବିଶ୍ୱାସ ରାଏ ଏବଂ ଏସିଆଜ୍‌ ସିଙ୍ଗଙ୍ଗ୍‌ ସୁପରଷ୍ଟାରର ଫାଇନାଲିଷ୍ଟ ରାଦ୍‌ନୀ ତ୍ୟାଗରାଜ। ଏହି ଦୁଇ ଯୁବ କଣ୍ଠଶିଳ୍ପୀ ପୁରୀ ବେଳାଭୂମିର ଶୀତୁଆ ସନ୍ଧ୍ୟାରେ ଉଷ୍ମତା ଭରି ଦେଇଥିଲେ।

ଶେଫାଳିଙ୍କୁ ଗ୍ଲୋରିକୁଇନ ଟାଇଟଲ

ଶେଫାଳିଙ୍କୁ ଗ୍ଲୋରିକୁଇନ ଟାଇଟଲ

ପୁରୀ ଅଫିସ,୧୩।୧: ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଶେଫାଳି ଉଦ୍‌ଗାତା। ନିଜର ଆତ୍ମବିଶ୍ୱାସ, ଦକ୍ଷତା, ଅଭିନୟ, ବୁଦ୍ଧିମତ୍ତାରେ ଜୁରି ଓ ଦର୍ଶକଙ୍କ ହୃଦୟ ଜିତି ସେ ଜିତିଛନ୍ତି ୨୦୧୮ ଗ୍ଲୋରିକୁଇନ ଟାଇଟଲ।

ଗୁଳି ଫୁଟି ପୁଅର ସାଙ୍ଗ ଗୁରୁତର

କଟକ ଅଫିସ, ୧୩।୧ଘରେ ଖାମଖିଆଲ ଭାବେ ରଖିଥିଲେ ଲାଇସେନ୍ସପ୍ରାପ୍ତ ବନ୍ଧୁକ। ସେଥିରେ ଭର୍ତ୍ତି ହୋଇ ରହିଥିଲା ଗୁଳି। ଉକ୍ତ ବନ୍ଧୁକ ସହ ଖେଳୁଥିଲେ ଯବାନଙ୍କ ପୁଅ ଓ ତାଙ୍କ ସାଙ୍ଗ। ହଠାତ୍‌ ହାତବାଜି ଟ୍ରିଗର ଦାବି ହୋଇଗଲା। ବନ୍ଧୁକରୁ ଗୁଳିଫୁଟି ସାଙ୍ଗର ମୁଣ୍ଡରେ ପଶିଗଲା। ଶନିବାର ବାଦାମବାଡ଼ି ଥାନା ଅନ୍ତର୍ଗତ ହାଇକୋର୍ଟ କଲୋନୀରେ ଘଟିଛି ଏହି ଘଟଣା। ଗୁରୁତର ଅବସ୍ଥାରେ ଯବାନଙ୍କ ପୁଅର ସାଙ୍ଗଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।ସୂଚନାମୁତାବକ, ଯାଜପୁର ଅଞ୍ଚଳର ସୁଶାନ୍ତ ପାତ୍ର ପଶ୍ଚିମବଙ୍ଗରେ ସୀମା ସୁରକ୍ଷା ବଳ(ବିଏସଏଫ)ରେ ଯବାନ ଭାବେ କାର୍ଯ୍ୟ କରନ୍ତି। ହାଇକୋର୍ଟ କଲୋନୀରେ ତାଙ୍କ ପରିବାର ରୁହନ୍ତି। ସୁଶାନ୍ତ ୧ ମାସ ଛୁଟିରେ ଥିବାରୁ ଘରେ ଥିଲେ।

ଜେଡିସିଏ ଅନ୍ତର୍ଜାଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ନିରଦ ମହାପାତ୍ରଙ୍କୁ ମନେପକାଇଲା ‘ମାୟା ମିରିଗ’

ଜେଡିସିଏ ଅନ୍ତର୍ଜାଜାତୀୟ ଚଳଚ୍ଚିତ୍ର ମହୋତ୍ସବ: ନିରଦ ମହାପାତ୍ରଙ୍କୁ ମନେପକାଇଲା ‘ମାୟା ମିରିଗ’

ଭୁବନେଶ୍ୱର, ୧୩।୧(ବ୍ୟୁରୋ)- ଓଡ଼ିଆ ସିନେମା ଇତିହାସର ବହୁଚର୍ଚ୍ଚିତ ଫିଲ୍ମ ‘ମାୟା ମିରିଗ’। ଏକ ପାରିବାରିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ୮୦ ଦଶକରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିଲା। ୧୯୮୪ରେ ଯୌଥ ପରିବାରର ପ୍ରଥାକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ର ପ୍ରତ୍ୟେକ ଓଡ଼ିଆଙ୍କ ମନରେ ଏକ ନିଆରା ସ୍ଥାନ ସୃଷ୍ଟି କରିଥିଲା।

ଦଧିନଉତିରେ ଦିଆଗଲା ଚୂନ ଲେପ

ଦଧିନଉତିରେ ଦିଆଗଲା ଚୂନ ଲେପ

ପୁରୀ ଅଫିସ,୧୩।୧: ନବାଙ୍କ ଅବସରରେ ଶନିବାର ଶ୍ରୀମନ୍ଦିର ଦଧିନଉତି ଏବଂ କଳସରେ ଚୂନ ଲେପ ଦିଆଯାଇଛି। ଚୂନରା ସେବକମାନେ ଏହି ଲେପ ଦେଇଛନ୍ତି।

ଅଗ୍ରଣୀ ଜନନାୟକ ଥିଲେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

ଅଗ୍ରଣୀ ଜନନାୟକ ଥିଲେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

ଭୁବନେଶ୍ୱର, ୧୩।୧(ବ୍ୟୁରୋ)- ରାଜା ରାମଚନ୍ଦ୍ର ଥିଲେ ଜଣେ ଅଗ୍ରଣୀ ଜନନାୟକ। ସେ ପିଲାଦିନରୁ ରାଜ୍ୟ ତଥା ଦେଶର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ।

ନବାଙ୍କ ଶେଷ, ବଡ଼ଦେଉଳରେ ମକର ଆଜି

ନବାଙ୍କ ଶେଷ, ବଡ଼ଦେଉଳରେ ମକର ଆଜି

ପୁରୀ ଅଫିସ, ୧୩।୧: ଶ୍ରୀମନ୍ଦିରରେ ଶନିବାର ନବାଙ୍କ ନୀତି ଶେଷ ହୋଇଛି। ରବିବାର ବଡ଼ଦେଉଳରେ ମକର ପର୍ବ ପାଳିତ ହେବ। ତିନିଠାକୁରଙ୍କୁ ମକରଚୂଳ ଲାଗି କରାଯିବ।

ବଡ଼ ଓଡ଼ିଆ ମଠ ଦେଲା ଚଉସରା ମାଳ

ବଡ଼ ଓଡ଼ିଆ ମଠ ଦେଲା ଚଉସରା ମାଳ

ପୁରୀ ଅଫିସ,୧୩।୧: ନବାଙ୍କରେ ଠାକୁରଙ୍କ ଫୁଲ ମେଲାଣ ହୁଏ। ମହଲକ୍ଷ୍ମୀଙ୍କ ଘରୁ ଆସିଥିବା କୁସୁମ ତଥା ଗେଣ୍ଡୁ ଫୁଲ ଲାଗି ହୋଇଥାଏ। ମହାଲକ୍ଷ୍ମୀଙ୍କ ପକ୍ଷରୁ ପରମ୍ପରା ଅନୁଯାୟୀ, ଅତିବଡ଼ୀ ଜଗନ୍ନାଥ ଦାସଙ୍କ ସମୟରୁ ବଡ଼ ଓଡ଼ିଆ ମଠ ଫୁଲର ଚଉସରା ମାଳ ଯୋଗାଇ ଆସୁଛି।

ଶ୍ରୀମନ୍ଦିରକୁ ମକର ତାଡ଼ ବିଜେ

ଶ୍ରୀମନ୍ଦିରକୁ ମକର ତାଡ଼ ବିଜେ

ପୁରୀ ଅଫିସ,୧୩।୧: ଏକମାସ ବାପଘରେ କଟାଇ ଶ୍ରୀମନ୍ଦିରକୁ ଫେରିଛନ୍ତି ଲକ୍ଷ୍ମୀ ଠାକୁରାଣୀ। ରବିବାର ମକର ସଂକ୍ରାନ୍ତି। ଶନିବାର ବଡ଼ଦେଉଳରେ ପହଞ୍ଚତ୍ଛି ମକରତାଡ଼।

ଗଙ୍ଗା ସାଗର ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ

ଗଙ୍ଗା ସାଗର ଯାତ୍ରୀଙ୍କ ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ

ପୁରୀ ଅଫିସ,୧୩।୧: ପୁରୀ ଲଜିଂ ହାଉସ୍‌ ଫଣ୍ଡ ପକ୍ଷରୁ ଗଙ୍ଗାସାଗର ଯାତ୍ରୀଙ୍କ ପାଇଁ ବଗଲା ଧର୍ମଶାଳା ପରିସରରେ ଅସ୍ଥାୟୀ ଆଶ୍ରୟସ୍ଥଳ ଖୋଲାଯାଇଛି। ୧୪ ତାରିଖଠାରୁ ୧୮ ତାରିଖ ପର୍ଯ୍ୟନ୍ତ ଏହା ଖୋଲା ରହିବ।

ନନ୍ଦନକାନନରେ ୨ ବାଘ ଶାବକ ଜନ୍ମ: ଜନ୍ମଦିନରେ ଶାବକ ଜନ୍ମକଲା ଅଙ୍କିତା, ଅଣ୍ଡିରା ବାଘ ଶାବକର ମୃତ୍ୟୁ

ନନ୍ଦନକାନନରେ ୨ ବାଘ ଶାବକ ଜନ୍ମ: ଜନ୍ମଦିନରେ ଶାବକ ଜନ୍ମକଲା ଅଙ୍କିତା, ଅଣ୍ଡିରା ବାଘ ଶାବକର ମୃତ୍ୟୁ

ବାରଙ୍ଗ,୧୩।୧(ଡି.ଏନ.ଏ.)-ପ୍ରାଣୀ ଉଦ୍ୟାନ ନନ୍ଦନକାନନର ବାଘୁଣୀ ଅଙ୍କିତା ଶୁକ୍ରବାର ରାତିରେ ସାଧାରଣ ରଙ୍ଗର ୨ଟି ଛୁଆ ଜନ୍ମ ଦେଇଛି। ୧୨।୧।୧୨ରେ ରିଷି ଓ ସାରାର ଔରଷରୁ ଆଶା, ଅଙ୍କିତା ଓ ଶୁଭଶ୍ରୀ ଜନ୍ମଗ୍ରହଣ କରିଥିଲେ।

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ: ୧୫୦ ପ୍ରଜାତି ଫୁଲର ସମ୍ଭାର

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ: ୧୫୦ ପ୍ରଜାତି ଫୁଲର ସମ୍ଭାର

ଭୁବନେଶ୍ୱର, ୧୩।୧(ବ୍ୟୁରୋ)- ରଙ୍ଗ ବେରଙ୍ଗ ଫୁଲରେ ଝଲସୁଛି ସ୍ଥାନୀୟ ଏକାମ୍ର କାନନ। ଲାଲ୍‌ ଗୋଲାପରୁ ଆରମ୍ଭ କରି କମଳା, ନୀଳ ଓ ହଳଦିଆ ଗୋଲାପ ସବୁର ଆସର ଜମିଛି। ଗୋଲାପର ଭିନ୍ନ ଭିନ୍ନ ରଙ୍ଗକୁ ଆହୁରି ରଙ୍ଗିନ କରିଦେଇଛି ହାଇବ୍ରିଡ୍‌ ଟି, ଫ୍ଲୋରିବୁଣ୍ଡା ଏବଂ ପଲିଆନ୍ଥା ଭଳି ବିଦେଶୀ କିସମର ଗୋଲାପ।

ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ପ୍ରସଙ୍ଗ: ଅନଶନକାରୀଙ୍କ ସହ ପ୍ରଶାସନର ଆଲୋଚନା

ଠାକୁରଙ୍କ ସମ୍ପତ୍ତି ଉଦ୍ଧାର ପ୍ରସଙ୍ଗ: ଅନଶନକାରୀଙ୍କ ସହ ପ୍ରଶାସନର ଆଲୋଚନା

ସାକ୍ଷୀଗୋପାଳ,୧୩।୧(ଡି.ଏନ୍‌.ଏ.): ୭ ଦଫା ଦାବି ନେଇ ସାକ୍ଷୀଗୋପାଳ ବସ୍‌ଷ୍ଟାଣ୍ଡଠାରେ ଆମରଣ ଅନସନରେ ବସିଥିବା ଦେବୋତର ସମ୍ପତ୍ତି ସୁରକ୍ଷା ମଞ୍ଚ କର୍ମକର୍ତ୍ତାଙ୍କ ସହିତ ସ୍ଥାନୀୟ ପ୍ରଶାସନ ଶନିବାର ଆଲୋଚନା କରିଛନ୍ତି।