ମେଟ୍ରୋ

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌମ୍ୟଙ୍କ ପରିବାର

ପାର୍ସଲ ବୋମା ବିସ୍ଫୋରଣ ଘଟଣା: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସୌମ୍ୟଙ୍କ ପରିବାର

ଭୁବନେଶ୍ୱର, ୨୦।୩(ବ୍ୟୁରୋ)- ବଲାଙ୍ଗୀର ଜିଲା ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ମୃତ ସୌମ୍ୟଶେଖର ସାହୁଙ୍କ ପରିବାରବର୍ଗ ମଙ୍ଗଳବାର ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ତଦନ୍ତ ମନ୍ଥର ଗତିରେ ଚାଲୁଥିବାରୁ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସହ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ପରିବାର ଲୋକେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।

ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା ବେଳେ ଉତ୍ତେଜନା: ଶିକ୍ଷୟିତ୍ରୀଙ୍କ ଉପରେ ପୋଲିସର ଜୁଲମ

ହାଇସ୍କୁଲ ମୂଲ୍ୟାୟନ କେନ୍ଦ୍ର ଆଗରେ ଧାରଣା ବେଳେ ଉତ୍ତେଜନା: ଶିକ୍ଷୟିତ୍ରୀଙ୍କ ଉପରେ ପୋଲିସର ଜୁଲମ

ଭୁବନେଶ୍ୱର, ୨୦ା୩(ବ୍ୟୁରୋ)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚ ମାଟ୍ରିକ ଖାତା ଦେଖା ବର୍ଜନ କରିଛି। ମଞ୍ଚର ନିଷ୍ପତ୍ତି ଅନୁଯାୟୀ ୪ ଦଫା ଦାବି ନେଇ ଶିକ୍ଷୟିତ୍ରୀଶିକ୍ଷକମାନେ ମଙ୍ଗଳବାର ଖାତା ମୂଲ୍ୟାୟନ କେନ୍ଦ୍ର ହୋଇଥିବା କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ। ଏହି ସମୟରେ ଖାରବେଳନଗର ପୋଲିସ ସେମାନଙ୍କ ଉପରେ ଜୁଲମ କରିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା।

ହାଇଟେକ୍‌ ସର୍ଭେରେ ଦୁର୍ନୀତି

ହାଇଟେକ୍‌ ସର୍ଭେରେ ଦୁର୍ନୀତି

କଟକ ଅଫିସ, ୨୦।୩ : ଉପଗ୍ରହ ଓ ଏରିଏଲ ଫଟୋଗ୍ରାଫି ବା ଆକାଶମାର୍ଗରୁ ଫଟୋ ଉଠାଣ ଜରିଆରେ ନିର୍ଭୁଲ ଜମି ରେକର୍ଡ ପ୍ରସ୍ତୁତି ପାଇଁ କରାଯାଇଥିବା ହାଇଟେକ ସର୍ଭେରେ ଦୁର୍ନୀତି ହୋଇଛି। ୬୫କୋଟି ଟଙ୍କାକୁ ନେଇ ଉପୁଜିଛି ବିବାଦ।

ମାଟ୍ରିକ ଖାତାଦେଖା ଆରମ୍ଭ : ମୂଲ୍ୟାୟନ ବର୍ଜନ କଲେ ୬ ହଜାର ଶିକ୍ଷକ, ଖାତାଦେଖା ପ୍ରଭାବିତ ହେବା ଆଶଙ୍କା

ମାଟ୍ରିକ ଖାତାଦେଖା ଆରମ୍ଭ : ମୂଲ୍ୟାୟନ ବର୍ଜନ କଲେ ୬ ହଜାର ଶିକ୍ଷକ, ଖାତାଦେଖା ପ୍ରଭାବିତ ହେବା ଆଶଙ୍କା

ଭୁବନେଶ୍ୱର, ୨୦।୩(ବ୍ୟୁରୋ)- ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ। ରାଜ୍ୟର ୫୭ଟି କେନ୍ଦ୍ରରେ ପରୀକ୍ଷା ଖାତା ଦେଖା ଚାଲିଛି। ଏଥିରେ ୧୩ହଜାର ୨୮୦ ଶିକ୍ଷକଙ୍କୁ ନିୟୋଜିତ କରାଯାଇଥିବା ବେଳେ ଗତ ସୋମବାରଠାରୁ ଆନ୍ଦୋଳନ ଚଳାଇଥିବା ୬ହଜାର ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକ ମୂଲ୍ୟାୟନ ବର୍ଜନ କରିଛନ୍ତି। ସେମାନଙ୍କ ସ୍ଥାନରେ ଗଣଶିକ୍ଷା ବିଭାଗ ଚୁକ୍ତିଭିତ୍ତିକ ଏବଂ ଅନ୍ୟ ଶିକ୍ଷକମାନଙ୍କୁ ନିୟୋଜିତ କରିଛି, ଯାହା ଫଳରେ ଠିକ୍‌ଭାବେ ପରୀକ୍ଷା ଖାତା ମୂଲ୍ୟାୟନ ହେବା ନେଇ ଆଶଙ୍କା ଉପୁଜିଛି।

ଭୁବନେଶ୍ୱରରେ ହେବ ନୂତନ ଟ୍ରାଫିକ୍‌ ଥାନା

ଭୁବନେଶ୍ୱରରେ ହେବ ନୂତନ ଟ୍ରାଫିକ୍‌ ଥାନା

ଭୁବନେଶ୍ୱର, ୨୦ା୩(ବ୍ୟୁରୋ)- ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଆଉ ଏକ ଟ୍ରାଫିକ୍‌ ଥାନା ପ୍ରତିଷ୍ଠା ହେବ। ଏଜି ଛକରେ ଗୋଟିଏ ଟ୍ରାଫିକ ଥାନା ଥିବାବେଳେ ଏହା ରାଜଧାନୀର ୨ୟ ଟ୍ରାଫିକ ଥାନା ହେବ। ନୂତନ ଟ୍ରାଫିକ ଥାନା ଅଧୀନରେ ୮ଟି ଥାନାର ଅଞ୍ଚଳ ରହିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ୧ କୋଟି ୯୧ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।

 ୪୦ ଟପିବ ପାରଦ

୪୦ ଟପିବ ପାରଦ

ଭୁବନେଶ୍ୱର, ୨୦।୩(ବ୍ୟୁରୋ)- ମଙ୍ଗଳବାର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ପାଲଟିଥିଲା ଭୁବନେଶ୍ୱର। ସହରର ତାପମାତ୍ରା ୩୯.୮ ଡିଗ୍ରୀରେ ପହଞ୍ଚତ୍ଥିଲା। ମଧ୍ୟାହ୍ନରେ ଡହ ଡହ ଖରାରେ ଲୋକେ ଅତିଷ୍ଠ ହୋଇଥିଲେ। ଅଧିକ କଷ୍ଟ ଅନୁଭବ କରିଥିଲେ ରାସ୍ତାରେ ଯାତାୟାତ କରୁଥିବା ପଥଚାରୀ ଏବଂ ଯାତ୍ରୀ। ଆଗକୁ ରାଜ୍ୟରେ ତାପମାତ୍ରା ଆହୁରି ବୃଦ୍ଧି ପାଇବ।

୪ ସ୍ତ୍ରୀଙ୍କ ସ୍ବାମୀଙ୍କୁ ବିବାହ କରିବାକୁ ଜିଦ୍‌: ଥାନା ଆଗରେ ହାତ କାଟିଲେ ଯୁବତୀ

୪ ସ୍ତ୍ରୀଙ୍କ ସ୍ବାମୀଙ୍କୁ ବିବାହ କରିବାକୁ ଜିଦ୍‌: ଥାନା ଆଗରେ ହାତ କାଟିଲେ ଯୁବତୀ

ଭୁବନେଶ୍ୱର, ୨୦।୩(ବ୍ୟୁରୋ)- ଜଣେ ବ୍ୟକ୍ତି ୪ଟି ବିବାହ କରିସାରିଛନ୍ତି। ତଥାପି ତାଙ୍କୁ ଭଲପାଇ ବିବାହ କରିବାକୁ ଜିଦ୍‌ କରିଛନ୍ତି ଜଣେ ଯୁବତୀ। ଏପରି କି ସମ୍ପୃକ୍ତ ବ୍ୟକ୍ତି ବିବାହ କରିବାକୁ ମନା କରିବାରୁ ଯୁବତୀ ଜଣକ ଥାନା ଆଗରେ ନିଜ ହାତ କାଟି ଦେଇଛନ୍ତି। ମଙ୍ଗଳବାର ଏଭଳି ଘଟଣା ଘଟିଛି କ୍ୟାପିଟାଲ ଥାନା ସମ୍ମୁଖରେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯୁବତୀ ଜଣକ ଯାହାଙ୍କୁ ଭଲ ପାଉଛନ୍ତି ଏବଂ ବିବାହ କରିବାକୁ ଜିଦ୍‌ ଧରିଛନ୍ତି ସେ ଜଣେ ୫୫ ବର୍ଷର ବ୍ୟକ୍ତି।

ଏବିଭିପି ପକ୍ଷରୁ ପଖାଳ ଦିବସ

ଏବିଭିପି ପକ୍ଷରୁ ପଖାଳ ଦିବସ

ପୁରୀ ଅଫିସ, ୨୦।୩: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ପୁରୀ ନଗର ଆନୁକୂଲ୍ୟରେ ମଙ୍ଗଳବାର ପଖାଳ ଦିବସ ସ୍ଥାନୀୟ ୟୁଥ୍‌ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ଡ. ଜଗବନ୍ଧୁ ମିଶ୍ର, ଉପସଭାନେତ୍ରୀ ସସ୍ମିତା ବନ୍ଦର ନାୟକ, ପୁରୀ ବିଭାଗ ସଂଯୋଜକ ରାଜେଶ କୁମାର ଦେବତା, ପ୍ରାନ୍ତସେବା ଦୀପକ ସୁବୁଦ୍ଧି ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗ ଦେଇଥିଲେ।

ବକେୟା ମଜୁରି ଦାବିରେ ଶ୍ରମିକଙ୍କ ଧାରଣା

ବକେୟା ମଜୁରି ଦାବିରେ ଶ୍ରମିକଙ୍କ ଧାରଣା

କାକଟପୁର, ୨୦।୩(ଡି.ଏନ୍‌.ଏ.): ୪ ମାସର ବକେୟା ମଜୁରି ପ୍ରଦାନ ଦାବିରେ ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ସୁଦିକେଶ୍ୱର, ସହନ, ବଳଭଦ୍ରପୁର, ଗୁଣ୍ଡଳବା ଗ୍ରାମର ୬୦ ଶ୍ରମିକ ମଙ୍ଗଳବାର ସହନ ବିଟ୍‌ ହାଉସ ସମ୍ମୁଖରେ ଧାରଣା ଦେଇଛନ୍ତି। ସେମାନେ ଦେବୀ ମୁହାଁଣ ଓ ସହନ ବିଟ୍‌ ହାଉସ ଅଞ୍ଚଳରେ ଚାରା ଲଗାଇବା ଓ ସେଥିରେ ପାଣି ଦେବା କାମ କରୁଥିଲେ।

ନିମାପଡ଼ା ହାଇସ୍କୁଲ ସମ୍ମୁଖରେ ଆନ୍ଦୋଳନ: ଶତାଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଗିରଫ

ନିମାପଡ଼ା ହାଇସ୍କୁଲ ସମ୍ମୁଖରେ ଆନ୍ଦୋଳନ: ଶତାଧିକ ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକ ଗିରଫ

ନିମାପଡ଼ା, ୨୦।୩(ଡି.ଏନ୍‌.ଏ.): ରାଜ୍ୟ ସରକାର ବ୍ଲକ ଗ୍ରାଣ୍ଟ ଶିକ୍ଷକ, ଅଧ୍ୟାପକଙ୍କ ପ୍ରତି ବୈମାତୃକ ମନୋଭାବ ଓ ପ୍ରତିରଣା ପ୍ରତିବାଦରେ ଶତାଧିକ ବ୍ଲକଗ୍ରାଣ୍ଟ ଶିକ୍ଷକ, ଶିକ୍ଷୟିତ୍ରୀ ମଙ୍ଗଳବାର ନିମାପଡା ଉଚ୍ଚ ବିଦ୍ୟାଳୟ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ ଆନ୍ଦୋଳନ ଚଳାଇଥିଲେ।

ଫସିଲେ ଯୁବକ: ଗାଈଚୋର ଭାବି ମାଡ଼ମାରି ପୋଲିସ ଜିମା ଦେଲେ ଗ୍ରାମବାସୀ

ଖୋର୍ଦ୍ଧା ଅଫିସ,୨୦।୩: ଗାଈଚୋର ଭାବି ଖୋର୍ଦ୍ଧା ଜିଲା ଡମଣଭୂଇଁ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଗ୍ରାମବାସୀ ଜଣେ ଯୁବକଙ୍କୁ ମାଡମାରି ପୋଲିସ ଜିମା ଦେଇଛନ୍ତି। ତେବେ ଯୁବକ ଜଣକ ଗାଈଚୋର ନୁହନ୍ତି ବୋଲି ପୋଲିସ ତା’ର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

୨୩ରୁ ବଢିବ ତାତି

୨୩ରୁ ବଢିବ ତାତି

ଭୁବନେଶ୍ୱର, ୨୦।୩(ବ୍ୟୁରୋ): ସାରା ରାଜ୍ୟରେ ବଢି ଚାଲିଛି ତାତି। ଇତି ମଧ୍ୟରେ ଲୋକେ ଅସହ୍ୟ ହୋଇ ପଡ଼ିଲେଣି। ଆସନ୍ତା ୨୩ ତାରିଖରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ କାଳବୈଶାଖ ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ଅନ୍ୟ କେତେକ ସ୍ଥାନରେ ବୁଧବାର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଉଛି।

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

ଡକାୟତି ଯୋଜନା ପଣ୍ଡ, ୪ ଗିରଫ

କଟକ ରୋଡ, ୨୦।୩(ଡି.ଏନ୍‌.ଏ.): ଘରେ ପଶି ଡକାୟତି କରିବା ପାଇଁ ଯୋଜନା ଚଳାଇଥିବା ବେଳେ ସୋମବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଥାନା ପୋଲିସ ଝାରପଡ଼ା ମେଳଣ ପଡିଆରୁ ୪ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ବିଜୟ ସାହୁ, ସତ୍ୟଜିତ୍‌ ସାହୁ, ପ୍ରଭାତ ପ୍ରସାଦ ଓ ତ୍ରିନାଥ ଦାସ।

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ବାଲିଅନ୍ତା, ୨୦।୩(ଡି.ଏନ୍‌.ଏ.): ବାଲିଅନ୍ତା ଥାନା ଅଧୀନ ଅଲାରପୁରସ୍ଥିତ ପୁରୀ ମୁଖ୍ୟ କେନାଲ ନିକଟରୁ ମଙ୍ଗଳବାର ଏକ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ବୟସ ପାଖାପାଖି ୨୫ରୁ ୩୦ ହେବ। ଯୁବକ ଜଣଙ୍କ କିଛି ପୋଷାକ ପିନ୍ଧି ନ ଥିବା ବେଳେ ତାଙ୍କ ପିଠିରେ ମାଡ଼ ଦାଗ ଥିବା ଦେଖିବାକୁ ମିଳୁଛି।

ମା’ମଙ୍ଗଳାଙ୍କ ମନ୍ଦିରରେ ତୃତୀୟ ପାଳି ଯାତ୍ରା

ମା’ମଙ୍ଗଳାଙ୍କ ମନ୍ଦିରରେ ତୃତୀୟ ପାଳି ଯାତ୍ରା

କାକଟପୁର, ୨୦।୩(ଡି.ଏନ୍‌.ଏ.): ଆଜି ଚୈତ୍ର ମାସର ତୃତୀୟ ମଙ୍ଗଳବାର। କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ମନ୍ଦିରରେ ଅନୁଷ୍ଠିତ ହେଉଛି ଝାମୁଯାତ୍ରାର ତୃତୀୟ ପାଳି ଯାତ୍ରା। ପ୍ରତ୍ୟୁଷରୁ ମନ୍ଦିର ପହଡ଼ ଫିଟାଯାଇ ମା’ଙ୍କ ସ୍ନାନମାର୍ଜଣା ନୀତି ପରେ ଭକ୍ତମାନଙ୍କୁ ମନ୍ଦିର ଭିତରକୁ ଛଡାଯାଇଥିଲା।

ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଖାତାଦେଖା

ଘଣ୍ଟାଏ ବିଳମ୍ବରେ ଆରମ୍ଭ ହେଲା ଖାତାଦେଖା

ପୁରୀ ଅଫିସ, ୨୦।୩: ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ପୁରୀ ଜିଲାର ନିମାପଡ଼ା ଏବଂ ପୁରୀସ୍ଥିତ ସରକାରୀ ବାଳିକା ହାଇସ୍କୁଲ ଓ ବିଶ୍ୱମ୍ବର ବିଦ୍ୟାପୀଠରେ କେନ୍ଦ୍ର କରାଯାଇଛି। ଅନ୍ୟପଟେ ବିଭିନ୍ନ ଦାବିନେଇ ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଜିଲାର ୩ଟି କେନ୍ଦ୍ର ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଥିଲେ। ଫଳରେ ଖାତା ମୂଲ୍ୟାଙ୍କନରେ ୧ ଘଣ୍ଟା ବିଳମ୍ବ ହୋଇଛି।

ମାଛ ମାରିବାକୁ କେନ୍ଦ୍ରକରି ସିରିଜ୍‌ ବୋମା ବିସ୍ଫୋରଣ, ଗୁଳିମାଡ଼: ୧୦ ଗୁରୁତର

ମାଛ ମାରିବାକୁ କେନ୍ଦ୍ରକରି ସିରିଜ୍‌ ବୋମା ବିସ୍ଫୋରଣ, ଗୁଳିମାଡ଼: ୧୦ ଗୁରୁତର

ପୁରୀ ଅଫିସ/ବ୍ରହ୍ମଗିରି(ଡି.ଏନ୍‌.ଏ.)୨୦।୩: କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବାଘମୁଣ୍ଡା ଛକ ନିକଟ କେଆନାଶିରେ ମଙ୍ଗଳବାର ସକାଳେ ଚିଲିକାରେ ଚିଙ୍ଗୁଡ଼ି ଘେରୀ ଏବଂ ମାଛ ମାରିବାକୁ କେନ୍ଦ୍ରକରି ବାଘମୁଣ୍ଡା ଓ ସିପକୁଦା ଗ୍ରାମ ମଧ୍ୟରେ ସିରିଜ୍‌ ବୋମା, ଗୁଳିମାଡ଼ ହୋଇଛି। ଏଥିରେ ବାଘମୁଣ୍ଡା ଗ୍ରାମର ୧୦ ଜଣ ଗୁରୁତର ଆହତ ହୋଇଛନ୍ତି।

ଅଟୋ-ଟ୍ରାକ୍ଟର ଧକ୍କା: ୯ ଗୁରୁତର

ଅଟୋ-ଟ୍ରାକ୍ଟର ଧକ୍କା: ୯ ଗୁରୁତର

ପୁରୀ ଅଫିସ, ୨୦।୩: ସତ୍ୟବାଦୀ ଥାନା ଅଧୀନ ପୁରୀ-ଜଗନ୍ନାଥ ରାସ୍ତା ସୁକଳ ଛକରେ ମଙ୍ଗଳବାର ଅଟୋ ଓ ଟ୍ରାକ୍ଟର ମଧ୍ୟରେ ଧକ୍କା ହେବା ଫଳରେ ୯ ଜଣ ଗୁରୁତର ଆହତ ହୋଇଛନ୍ତି। ଏଥିରେ ୮ ମହିଳା ରହିଛନ୍ତି।

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର, ପରିଚାଳନା କମିଟି  ଚୟନ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ

ଶ୍ରୀମନ୍ଦିର କାନ୍ଥରେ ପୋଷ୍ଟର, ପରିଚାଳନା କମିଟି ଚୟନ ପ୍ରକ୍ରିୟାକୁ ନେଇ ଉଠିଲା ପ୍ରଶ୍ନ

ପୁରୀ ଅଫିସ, ୨୦।୩: ଶ୍ରୀମନ୍ଦିରର ଉତ୍ତର ଦ୍ୱାର ନିକଟରେ ଏକ ପୋଷ୍ଟର ଲାଗିଥିବା ମଙ୍ଗଳବାର ଦେଖିବାକୁ ମିଳିଛି। ଉକ୍ତ ପୋଷ୍ଟରରେ ପରିଚାଳନା କମିଟିର ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଯାଇଛି। ସେବାୟତଙ୍କ ପ୍ରତି ବିଶ୍ୱାସଘାତକତା କରିଥିବା ଅନ୍ୟ କିଛି ସେବାୟତଙ୍କୁ ପରିଚାଳନା କମିଟିରେ ସ୍ଥାନିକ କରାଯାଇଥିବା ନେଇ ସେଥିରେ ଦର୍ଶାଯାଇଛି।

୨୧ରୁ ଅନୁଭବ ଯାତ୍ରା: ଉତ୍ତର ଭାରତ ବୁଲିବେ ସେବାୟତ

୨୧ରୁ ଅନୁଭବ ଯାତ୍ରା: ଉତ୍ତର ଭାରତ ବୁଲିବେ ସେବାୟତ

ପୁରୀ ଅଫିସ,୧୯।୩: ଆସନ୍ତା ୨୧ ତାରିଖରୁ ଅନୁଭବ ଯାତ୍ରାରେ ଯିବେ ଶ୍ରୀମନ୍ଦିର ସେବାୟତ। ଏହି ୧୫ ଦିନିଆ ଯାତ୍ରାରେ ସେମାନେ ଉତ୍ତର ଭାରତର ପ୍ରାୟ ୭୦ରୁ ଊର୍ଦ୍ଧ୍ୱ ସ୍ଥାନ ପରିଦର୍ଶନ କରିବେ, ଯେଉଁଥିରେ ବିଭିନ୍ନ ମନ୍ଦିର, ପୀଠ, ଆଧ୍ୟାତ୍ମିକ କ୍ଷେତ୍ର ଓ ଅନ୍ୟାନ୍ୟ ସ୍ମରଣୀୟ ସ୍ଥାନ ରହିଛି। ଏହାର ଚୂଡ଼ାନ୍ତ ରୂପରେଖ ସମ୍ପର୍କରେ ସବିଶେଷ ଆଲୋଚନା ଲାଗି ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ପଖାଳପ୍ରିୟ ମହାପ୍ରଭୁ

ପଖାଳପ୍ରିୟ ମହାପ୍ରଭୁ

ପୁରୀ ଅଫିସ,୧୯।୩: ଉତ୍କଳୀୟ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ। ଓଡ଼ିଆ ଘରର ପ୍ରତିଟି ଜନଜୀବନରେ ପଖାଳର ଆଦୃତି ରହିଛି। ଏହି ପଖାଳ ଶ୍ରୀମନ୍ଦିର ପରମ୍ପରାରେ ମଧ୍ୟ ଯୋଡି ହୋଇଯାଇଛି। ମହାପ୍ରଭୁଙ୍କ ନିକଟରେ ଦୈନନ୍ଦିନ ଲାଗି ହେଉଥିବା ଛପନ ଭୋଗ ମଧ୍ୟରେ ପଖାଳ ଅନ୍ୟତମ।

ପୁରୀ କ୍ଲବର ପ୍ରତିଷ୍ଠା ଦିବସ

ପୁରୀ କ୍ଲବର ପ୍ରତିଷ୍ଠା ଦିବସ

ପୁରୀ ଅଫିସ, ୧୯।୩: ପୁରୀ କ୍ଲବର ୯୦ତମ ପ୍ରତିଷ୍ଠା ଦିବସ ସୋମବାର ମହା ସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜସ୍ବ ପରିଷଦ ସଭ୍ୟ ବିପିନ କୁମାର ସକ୍‌ସେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାମ୍ପ୍ରତିକ ସମାଜରେ ଆମୋଦ ଓ ବିନୋଦନ କେନ୍ଦ୍ର ନିତାନ୍ତ ଜରୁରୀ ବୋଲି କହିଥିଲେ।

ବ୍ୟୋମକେଶ ନାଟକ ଉତ୍ସବ ଉଦ୍‌ଯାପିତ: ଶେଷ ସନ୍ଧ୍ୟାରେ ‘ସତୀ ପରୀକ୍ଷା’

ବ୍ୟୋମକେଶ ନାଟକ ଉତ୍ସବ ଉଦ୍‌ଯାପିତ: ଶେଷ ସନ୍ଧ୍ୟାରେ ‘ସତୀ ପରୀକ୍ଷା’

ପୁରୀ ଅଫିସ,୧୯।୩: ଷଡ଼ଯନ୍ତ୍ରର ଶିକାର ହୋଇ ନରଣଗଡ଼ ଦୁର୍ଗର ଦୁର୍ଗାଧୀଶ ଗୌରୀଶଙ୍କର ନିଜର ଅନିନ୍ଦ୍ୟ ସୁନ୍ଦରୀ ସ୍ତ୍ରୀ ରୂପଲତାଙ୍କ ଚରିତ୍ରକୁ ସନ୍ଦେହ କରିଛନ୍ତି। କେବଳ ସନ୍ଦେହ କରିନାହାନ୍ତି, ତାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ସତୀ ରୂପଲତାଙ୍କ ଅଭିଶାପରେ ସ୍ବାମୀର ମୃତ୍ୟୁ ହୋଇନାହିଁ। ସେ ଘୂରି ବୁଲୁଛନ୍ତି ଦୀର୍ଘ ୮୦୦ ବର୍ଷ ଧରି।

ଭାଇରାଲ୍‌ ପଖାଳ

ଭାଇରାଲ୍‌ ପଖାଳ

ଭୁବନେଶ୍ୱର,୧୯।୩(ବ୍ୟୁରୋ)- ଓଡ଼ିଶାର ଲୋକପ୍ରିୟ ୟୁଟ୍ୟୁବର୍‌ ଜଷ୍ଟ୍‌ଭିସ୍‌ଙ୍କ ‘ହ୍ବାଟ୍‌ ଇଜ୍‌ ପଖାଳ’ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କେବଳ ଭାଇରାଲ୍‌ ହୋଇନି, ବରଂ ବିଶ୍ୱର କୋଣ ଅନୁକୋଣରେ ଥିବା ଓଡ଼ିଆମାନଙ୍କୁ ପଖାଳ ଖାଇବାକୁ ଏକପ୍ରକାର ବାଧ୍ୟ କରିଛି। ଏପରିକି ଆମେରିକା, ଇଂଲଣ୍ଡ ଓ କାଲିଫର୍ନିଆ ଭଳି ଦେଶରେ -୪ ଡିଗ୍ରୀରେ ରହୁଥିବା ଓଡ଼ିଆମାନେ ମଧ୍ୟ ଜଷ୍ଟ୍‌ଭିସ୍‌ଙ୍କ ଏହି ଭିଡିଓ ଦେଖିବା ପରେ ଲୋଭ ସମ୍ଭାଳି ନ ପାରି ପଖାଳ ଖାଇଥିବା କହିଛନ୍ତି। ମାତ୍ର ୨ଦିନ ମଧ୍ୟରେ ଜଷ୍ଟ୍‌ଭିସ୍‌ଙ୍କ ଏହି ପଖାଳ ଭିଡିଓକୁ ୩୦ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ୧୫୦୦ରୁ ଅଧିକ ଲୋକ ଲାଇକ୍‌ କରିଥିବା ବେଳେ ୫୦୦ରୁ ଅଧିକ ଲୋକ କମେଣ୍ଟ କରି ପଖାଳ ପ୍ରତି ଥିବା ନିଜ ଭଲପାଇବାକୁ ବ୍ୟକ୍ତ କରିଛନ୍ତି। ଜଷ୍ଟ୍‌ଭିସ୍‌ଙ୍କ ଏହି ଭିଡିଓରେ ଭୁବନେଶ୍ୱରର ୩ ପ୍ରମୁଖ ତଥା ଲୋକପ୍ରିୟ ପଖାଳ ହୋଟେଲ ଦେଖିବାକୁ ମିଳିଛି।