ମେଟ୍ରୋ

ପ୍ରେମିକାଙ୍କୁ  ମଦ ପିଆଇ ତୃତୀୟ ମହଲାରୁ ଠେଲି ହତ୍ୟା

ପ୍ରେମିକାଙ୍କୁ ମଦ ପିଆଇ ତୃତୀୟ ମହଲାରୁ ଠେଲି ହତ୍ୟା

ଚନ୍ଦ୍ରଶେଖରପୁର, ୩୦ା୩ (ଡି.ଏନ୍‌.ଏ.) ପ୍ରେମିକାଙ୍କୁ ମଦ ପିଆଇ ତିନି ମହଲାରୁ ଠେଲି ହତ୍ୟା କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ଥାନା ଶ୍ରୀବିହାରସ୍ଥିତ ଏକ ଆପାର୍ଟମେଣ୍ଟରେ ଘଟିଛି ଏହି ଘଟଣା। ମୃତା ମହିଳାଙ୍କ ବାପାଙ୍କ ଅଭିଯୋଗକ୍ରମେ ପୋଲିସ ଅଭିଯୁକ୍ତ ପ୍ରେମିକ ଶଶାଙ୍କ ଚନ୍ଦ୍ର ବଂଶୀଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି।

ପଞ୍ଚମ ଚକ୍ରତୀର୍ଥ ଟ୍ରାନ୍ସ ଇଣ୍ଟରନ୍ୟାଶନାଲ ବିଚ୍‌ ଫେଷ୍ଟିଭାଲ: ମନ ଜିଣିଲେ ଶକ୍ତି କପୁର

ପଞ୍ଚମ ଚକ୍ରତୀର୍ଥ ଟ୍ରାନ୍ସ ଇଣ୍ଟରନ୍ୟାଶନାଲ ବିଚ୍‌ ଫେଷ୍ଟିଭାଲ: ମନ ଜିଣିଲେ ଶକ୍ତି କପୁର

ପୁରୀ ଅଫିସ, ୩୦।୩: ପୁରୀ ଚକ୍ରତୀର୍ଥ ବେଳାଭୂମିରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଛି ପଞ୍ଚମ ଚକ୍ରତୀର୍ଥ ଟ୍ରାନ୍ସ ଇଣ୍ଟରନ୍ୟାଶନାଲ ବିଚ୍‌ ଫେଷ୍ଟିଭାଲ। ଚକ୍ରତୀର୍ଥ ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ମହୋତ୍ସବର ବିଶେଷ ଆକର୍ଷଣ ଥିଲେ ବଲିଉଡ୍‌ କଳାକାର ଶକ୍ତି କପୁର। ଅଧିକାଂଶ ଚଳଚ୍ଚିତ୍ରରେ ଖଳ ଅଭିନୟ କରି ନିଜ ପାଇଁ ବ୍ୟାଡ୍‌ ବୟର ନିଆରା ପରିଚୟ ସୃଷ୍ଟି କରିଥିବା ଶକ୍ତି କପୁର ଏକାଧିକ ସଂଳାପ କହି ଦର୍ଶକଙ୍କ ମନ ଜିଣିଥିଲେ।

ଶ୍ରୀକ୍ଷେତ୍ର ସାହିଯାତ: ସୁନା ହରିଣ ମାୟାରେ ଶ୍ରୀରାମ

ଶ୍ରୀକ୍ଷେତ୍ର ସାହିଯାତ: ସୁନା ହରିଣ ମାୟାରେ ଶ୍ରୀରାମ

ପୁରୀ ଅଫିସ, ୩୦।୩: ପିତୃସତ୍ୟ ପାଳି ୧୪ବର୍ଷ ବନବାସରେ ଯାଇଥିବା ଶ୍ରୀରାମ, ଲକ୍ଷ୍ମଣ ଓ ସୀତା ପଞ୍ଚବଟୀ ବନରେ ଅବସ୍ଥାନ କରିଥାନ୍ତି। ଏହି ସମୟରେ ମାୟାବୀ ରାବଣ ମାୟା ରଚନା କରନ୍ତି। ରାବଣର ନିର୍ଦ୍ଦେଶକ୍ରମେ ମାରିଚ ସୁନା ହରିଣ ରୂପ ଧରି ପଞ୍ଚବଟୀରେ ଶ୍ରୀରାମ ରହୁଥିବା ପତ୍ର କୁଡିଆ ନିକଟରେ ବୁଲନ୍ତି। ଜାନକୀ ସୁନା ହରିଣକୁ ଆଣି ଦେବା ଲାଗି ଶ୍ରୀରାମଙ୍କୁ ପ୍ରାର୍ଥନା କରନ୍ତି। ଲକ୍ଷ୍ମଣକୁ ସୀତାଙ୍କ ସୁରକ୍ଷା ଦାୟିତ୍ୱ ଦେଇ ଶ୍ରୀରାମ ମାୟାମୃଗ ଆଣିବା ପାଇଁ ଯାଆନ୍ତି।

ଲେଖିକା ସଂସଦର ବାର୍ଷିକୋତ୍ସବ: ମୁଖପତ୍ର ଉନ୍ମୋଚିତ, ୧୦ ପ୍ରତିଭା ସମ୍ବର୍ଦ୍ଧିତ

ଲେଖିକା ସଂସଦର ବାର୍ଷିକୋତ୍ସବ: ମୁଖପତ୍ର ଉନ୍ମୋଚିତ, ୧୦ ପ୍ରତିଭା ସମ୍ବର୍ଦ୍ଧିତ

ପୁରୀ ଅଫିସ, ୩୦।୩: ଓଡ଼ିଶା ଲେଖିକା ସଂସଦ ପୁରୀ ଜିଲା ଶାଖାର ବାର୍ଷିକୋତ୍ସବ ସ୍ଥାନୀୟ ୟୁଥ ହଷ୍ଟେଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ଓଡ଼ିଶା ସାହିତ୍ୟ ଏକାଡେମୀ ସଭାପତି ଡ. ହରିହର ମିଶ୍ର ଉଦ୍‌ଘାଟନ କରିଥିଲେ। ଓଡ଼ିଶା ଲେଖିକା ସଂସଦର ରାଜ୍ୟ ସଭାପତି ବୀଣାପାଣି ମହାନ୍ତି ମୁଖ୍ୟଅତିଥି, ସାଧାରଣ ସମ୍ପାଦିକା ଡ. ଶକୁନ୍ତଳା ବଳିୟାରସିଂ, ଉପଜିଲାପାଳ ମଧୁସୂଦନ ଦାସ ପ୍ରମୁଖ ସମ୍ମାନିତ ଅତିଥି, ପ୍ରଫେସର ଅଦ୍ୱୈତ ଚରଣ ଧଳ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ।

ହାତ ଅପରେଶନ ବେଳେ ରୋଗୀଙ୍କ ଜୀବନ ଗଲା: ପଣ୍ଡା ନର୍ସିଂହୋମରେ ଭଙ୍ଗାରୁଜା

ହାତ ଅପରେଶନ ବେଳେ ରୋଗୀଙ୍କ ଜୀବନ ଗଲା: ପଣ୍ଡା ନର୍ସିଂହୋମରେ ଭଙ୍ଗାରୁଜା

ଭୁବନେଶ୍ୱର, ୩୦।୩(ବ୍ୟୁରୋ)- ହାତ ଅପରେଶନ ବେଳେ ଜଣେ ରୋଗୀଙ୍କ ଜୀବନ ଯାଇଛି। ଏଭଳି ଘଟଣା ଘଟିଛି ଖାରବେଳନଗର ଥାନା ଅନ୍ତର୍ଗତ ପଣ୍ଡା ନର୍ସିଂହୋମ୍‌ରେ। ଭୁଲ୍‌ ଇଞ୍ଜେକ୍ସନ ଦେବାରୁ ରୋଗୀଙ୍କ ମୃତ୍ୟୁ ଘଟିଥିବା ସମ୍ପର୍କୀୟମାନେ ଅଭିଯୋଗ କରିଥିଲେ। ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକଙ୍କ ସମ୍ପର୍କୀୟମାନେ ନର୍ସିଂହୋମରେ ଭଙ୍ଗାରୁଜା କରିଥିଲେ।

ଜମି ଦେବା ଆଳରେ କୋଟିଏ ଠକେଇ: ବିଡିଏ ଅମିନ ଗିରଫ

ଜମି ଦେବା ଆଳରେ କୋଟିଏ ଠକେଇ: ବିଡିଏ ଅମିନ ଗିରଫ

ଭୁବନେଶ୍ୱର, ୩୦।୩(ବ୍ୟୁରୋ)- ଜମି ଦେବା ଆଳରେ ବହୁ ଲୋକଙ୍କୁ ଠକେଇ କରୁଥିଲେ। ନିଜେ ବିଡିଏରେ କାମ କରୁଥିବାରୁ ସହଜରେ ଜମି ଦେବେ ବୋଲି କହି ଲୋକଙ୍କୁ ଭୁଅଁା ବୁଲାଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିଲେ। ଏପରି କି ଥରେ ଜେଲ ଯାଇ ମଧ୍ୟ ଟଙ୍କା ଲୁଟ କରିବା ନିଶା ଛାଡି ନ ଥିଲା। ଜେଲରୁ ଜାମିନରେ ଆସି ପୁଣି ଠକେଇ କରି ଚାଲିଥିଲେ।

ନ୍ୟାୟପାଳିକାକୁ ଦୁର୍ବଳ କରିଦେବାକୁ ରାଜନୈତିକ ପ୍ରୟାସ: ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିବାକୁ ଆହ୍ବାନ

ନ୍ୟାୟପାଳିକାକୁ ଦୁର୍ବଳ କରିଦେବାକୁ ରାଜନୈତିକ ପ୍ରୟାସ: ରାଜ୍ୟବ୍ୟାପୀ ପ୍ରତିବାଦ ଦିବସ ପାଳିବାକୁ ଆହ୍ବାନ

ଭୁବନେଶ୍ୱର, ୩୦।୩(ବ୍ୟୁରୋ)- ପ୍ରଧାନ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ପ୍ରୟାସ ଚାଲିଛି। ଏହା ପଛରେ ରାଜନୈତିକ ଉଦ୍ଦେଶ୍ୟ ରହିଛି। ନ୍ୟାୟପାଳିକାକୁ ଦୁର୍ବଳ କରିଦେଇ ନିଜର ମନ୍ଦ ଉଦ୍ଦେଶ୍ୟ ସାଧନ କରିବା ପାଇଁ ଏଭଳି ଯୋଜନା କରାଯାଇଛି। ତେଣୁ ଏହାକୁ ନିଖିଳ ଓଡ଼ିଶା ଆଇନଜୀବୀ ସଂଘ ଏବଂ ଭୁବନେଶ୍ୱର ବାର ଆସୋସିଏଶନ୍‌ ପକ୍ଷରୁ ବିରୋଧ କରାଯାଇଛି।

ଯୁକ୍ତ ୨ ପରୀକ୍ଷା: ୯ ଲକ୍ଷ ଖାତାର ଇ-ମୂଲ୍ୟାୟନ ହେବ

ଯୁକ୍ତ ୨ ପରୀକ୍ଷା: ୯ ଲକ୍ଷ ଖାତାର ଇ-ମୂଲ୍ୟାୟନ ହେବ

ଭୁବନେଶ୍ୱର, ୩୦।୩(ବ୍ୟୁରୋ)- ଯୁକ୍ତ୨ ପରୀକ୍ଷା ଗୁରୁବାର ଶେଷ ହୋଇଛି। କଳା, ବିଜ୍ଞାନ, ବାଣିଜ୍ୟ ଏବଂ ଧନ୍ଦାମୂଳକ ଶିକ୍ଷା ଆଦି ସମସ୍ତ ବିଭାଗର ପରୀକ୍ଷା ଖାତା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) କାର୍ଯ୍ୟାଳୟରେ ଆସି ପହଞ୍ଚତ୍ ସାରିଛି। ଇ-ମୂଲ୍ୟାୟନ ପାଇଁ ସିଏଚ୍‌ଏସ୍‌ଇ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଆସନ୍ତା ଏପ୍ରିଲ ୪ରୁ ପ୍ରଥମ ପର୍ଯ୍ୟାୟ ଇ-ମୂଲ୍ୟାୟନ ଆରମ୍ଭ ହେବାକୁ ଥିବାବେଳେ ଗତ ୨୦ ତାରିଖରୁ ଖାତା ସ୍କାନିଂ କରାଯାଉଛି। ଚଳିତବର୍ଷ ୯ ଲକ୍ଷ ଖାତା ଇ-ମୂଲ୍ୟାୟନ କରାଯିବ ବୋଲି ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ବିଜୟ କୁମାର ସାହୁ କହିଛନ୍ତି।

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଏପ୍ରିଲ ୨୫ରେ ଦ୍ୱାଦଶ ଅର୍ଥନୀତି ପରୀକ୍ଷା, ଜୁଲାଇରେ ହୋଇପାରେ ଦଶମ ଗଣିତ

ସିବିଏସ୍‌ଇ ପ୍ରଶ୍ନପତ୍ର ଲିକ୍‌ ଘଟଣା: ଏପ୍ରିଲ ୨୫ରେ ଦ୍ୱାଦଶ ଅର୍ଥନୀତି ପରୀକ୍ଷା, ଜୁଲାଇରେ ହୋଇପାରେ ଦଶମ ଗଣିତ

ଭୁବନେଶ୍ୱର(ବ୍ୟୁରୋ)/ନୂଆଦିଲ୍ଲୀ(ପି.ଟି.), ୩୦।୩- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଶ୍ରେଣୀର ଗଣିତ ଏବଂ ଦ୍ୱାଦଶର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ଘଟଣା ପଦାକୁ ଆସିବା ପରେ ଏହି ଦୁଇଟି ବିଷୟରେ ସାନି ପରୀକ୍ଷା ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି କ୍ରମରେ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପାଇଁ ଶୁକ୍ରବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଏପ୍ରିଲ ୨୫ରେ ସାରା ଦେଶରେ ଏହି ପରୀକ୍ଷା ଅନୁଷ୍ଠିତ ହେବ। କିନ୍ତୁ ୧୦ମ ଗଣିତ ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ ହୋଇନାହିଁ। ଏହି ପରୀକ୍ଷା ଆସନ୍ତା ଜୁଲାଇରେ ହୋଇପାରେ।

ରଥଯାତ୍ରା ନିମନ୍ତେ ଡିଜିପିଙ୍କ ପ୍ରାଥମିକ ପର୍ଯ୍ୟାୟ ସମୀକ୍ଷା

ରଥଯାତ୍ରା ନିମନ୍ତେ ଡିଜିପିଙ୍କ ପ୍ରାଥମିକ ପର୍ଯ୍ୟାୟ ସମୀକ୍ଷା

ପୁରୀ ଅଫିସ, ୩୦।୩: ଆଗକୁ ପବିତ୍ର ରଥଯାତ୍ରା। ଏ ନେଇ ଓଡ଼ିଶା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଶୁକ୍ରବାର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଡା.ରାଜେନ୍ଦ୍ର ପ୍ରସାଦ ଶର୍ମା ପୁରୀ ଜିଲା ପୋଲିସ ମୁଖ୍ୟାଳୟରେ ପହଞ୍ଚି ପ୍ରାଥମିକ ପର୍ଯ୍ୟାୟ ସମୀକ୍ଷା କରିଛନ୍ତି।

ଜିତେନ୍ଦ୍ର ସିଂହ ହେଲେ ପିସିସି ପ୍ରଭାରୀ

ଜିତେନ୍ଦ୍ର ସିଂହ ହେଲେ ପିସିସି ପ୍ରଭାରୀ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଓଡ଼ିଶା କଂଗ୍ରେସରେ ବହୁ ଦିନ ଧରି ନେତୃତ୍ୱ ବିବାଦ ଲାଗି ରହିଥିବା ବେଳେ ଏ ଦିଗରେ ଗୁରୁତ୍ୱ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀ। ଶୁକ୍ରବାର ସେ ରାଜ୍ୟ ପ୍ରଭାରୀ ଥିବା ବି.କେ. ହରିପ୍ରସାଦଙ୍କୁ ପରିବର୍ତ୍ତନ କରିଛନ୍ତି। ପୂର୍ବତନ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ଉକ୍ତ ଦାୟିତ୍ୱ ଦେଇଛନ୍ତି। ନିକଟରେ ପିସିସି ସଭାପତି ପରିବର୍ତ୍ତନ କରାଯିବାକୁ ନେଇ ଦଳରେ ଜୋରଦାର ବିରୋଧ ହୋଇଥିଲା।

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

ବେଆଇନ କରତକଳ ଉପରେ ଚଢାଉ, ଯନ୍ତ୍ରାଂଶ ଜବତ

କାକଟପୁର, ୩୦।୩(ଡି.ଏନ୍‌.ଏ.): କାକଟପୁର ଅଞ୍ଚଳର ମେଡିକାଲ ଛକ, କଟକଣା, ଶୁକପୋଖରୀ, ବାଜପୁର ପ୍ରଭୃତି ସ୍ଥାନରେ ଦୀର୍ଘଦିନ ହେବ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ଶୁକ୍ରବାର ପୁରୀ ବନବିଭାଗ ପକ୍ଷରୁ ଚଢାଉ କରାଯାଇଛି। ବହୁ ଯନ୍ତ୍ରାଂଶ ଜବତ ହୋଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅସ୍ତରଙ୍ଗ ରେଞ୍ଜର କହିଛନ୍ତି।

ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

ପୁରୀ ଅଫିସ, ୩୦।୩: ପୁରୀ ଜିଲା ଶିଶୁ ସୁରକ୍ଷା ଶାଖା, ଜିଲା ପ୍ରଶାସନ ପୁରୀ ଓ ପୁରୀ ଜିଲା ଆଇନ ସେବା ପ୍ରାଧିକରଣର ମିଳିତ ସହଯୋଗରେ ଜିଲା ଆଇନ ସେବା ପ୍ରାଧିକରଣ ସମ୍ମିଳନୀ କକ୍ଷରେ ଶୁକ୍ରବାର ଏକ ଶିଶୁ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ପ୍ରାୟ ୬୦ ପ୍ରଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ।

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

ଲକ୍ଷାଧିକ ଟଙ୍କାର କମ୍ପ୍ୟୁଟର ଚୋରି

କଟକ ରୋଡ, ୩୦।୩(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ବିଡିଏ କଲୋନୀ ଷ୍ଟେଜ୍‌-୪ରେ ଥିବା ତାରିଣୀ ସଫ୍ଟଓ୍ବେର ସଲ୍ୟୁଶନ ନାମକ ସଂସ୍ଥାରୁ ଶୁକ୍ରବାର ଭୋର ୪ଟାରେ ବହୁ ସଂଖ୍ୟାର କମ୍ପ୍ୟୁଟର ଓ ଲାପ୍‌ଟପ୍‌ ଚୋରି ହୋଇଛି। ଏ ନେଇ ସଂସ୍ଥା ମାଲିକ ସଂଗ୍ରାମ ବରାଳ ଥାନାରେ ଅଭିଯୋଗ କରିଛନ୍ତି। ଚୋରି ସାମଗ୍ରୀ ମଧ୍ୟରେ ୩ କମ୍ପ୍ୟୁଟର, ସିପିୟୁ, ପ୍ରିଣ୍ଟର, ହାର୍ଡଡିକ୍ସ, ୟୁପିଏସ୍‌ ଓ ଲାପ୍‌ଟପ୍‌ ଆଦି ରହିଥିବା ଏତଲାରେ ଦର୍ଶାଯାଇଛି।

ଜମିଦେବା ଆଳରେ ଠକେଇ: କୋଟିପତି ଅମିନ ଗିରଫ

ଜମିଦେବା ଆଳରେ ଠକେଇ: କୋଟିପତି ଅମିନ ଗିରଫ

ଭୁବନେଶ୍ୱର, ୩୦।୩(ବ୍ୟୁରୋ): ଜମି ଦେବାକୁ କହି ଏକାଧିକ ଲୋକଙ୍କୁ ଠକିବା ଅଭିଯୋଗରେ ଶୁକ୍ରବାର ନୟାପଲ୍ଲୀ ଥାନା ପୋଲିସ ଦ୍ୱାରା ଜଣେ ଗିରଫ ହୋଇଛି। ସେ ହେଲେ ନୟାପଲ୍ଲୀସ୍ଥିତ ଆଇଆର୍‌ସି ଭିଲେଜ ଏନ୍‌-୫ରେ ରହୁଥିବା ବିଡିଏ ଅମିନ ଦିଲୀପ ସ୍ବାଇଁ।

ରୁପା ଇଟା ଶ୍ରୀମନ୍ଦିରକୁ ଫେରାଇବା ଦାବିରେ ସିଂହଦ୍ୱାର ସମ୍ମୁଖରେ ଧାରଣା

ରୁପା ଇଟା ଶ୍ରୀମନ୍ଦିରକୁ ଫେରାଇବା ଦାବିରେ ସିଂହଦ୍ୱାର ସମ୍ମୁଖରେ ଧାରଣା

ପୁରୀ ଅଫିସ,୩୦।୩: ଏମାର ମଠରୁ ଜବତ ହୋଇଥିବା ରୁପା ଇଟାକୁ ରତ୍ନଭଣ୍ଡାରକୁ ଅଣାଯିବା ଦାବିରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଶୁକ୍ରବାର ସିଂହଦ୍ୱାର ସମ୍ମୁଖରେ ଧାରଣା ଦିଆଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ ମଠ ସମ୍ପତ୍ତି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର।

ତାହିରଙ୍କୁ ଗୁଳିମାଡ଼ ଘଟଣା: ଜଳସମ୍ପଦ କ୍ବାର୍ଟରରୁ ଅପରାଧ ଷଡ଼ଯନ୍ତ୍ର, ଭର୍ତ୍ତି ହୋଇଥିଲା ଗୁଳିବନ୍ଧୁକ

କଟକ ଅଫିସ, ୨୯।୩- ଟେଣ୍ଡର ମାଫିଆଙ୍କ କବ୍‌ଜାରେ ରହିଛି ଜଳସମ୍ପଦ ବିଭାଗ କ୍ବାର୍ଟର। ଏହି କ୍ବାର୍ଟର ଭିତରୁ ପ୍ରସ୍ତୁତ ହେଉଛି ଟେଣ୍ଡର ଫିକ୍ସିଂର ବ୍ଲୁପ୍ରିଣ୍ଟ। କ୍ୱାର୍ଟର ଭିତରେ ଭର୍ତ୍ତି ହୋଇ ରହିଛି ବନ୍ଧୁକ, ଗୁଳି, ଖଣ୍ଡା, ଭୁଜାଲି ଆଦି ମାରଣାସ୍ତ୍ର। ଏଠାରେ ରହି ଅପରାଧର ଷଡ଼ଯନ୍ତ୍ର କରୁଥିବା ଅପରାଧୀଙ୍କ ସହିତ ସାମିଲ ହୋଇଛନ୍ତି ଜଳସମ୍ପଦ ବିଭାଗର ତଳିଆଙ୍କଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀ। ଗତ ବୁଧବାର ରାତିରେ ତାହିର ଅଲ୍ଲୀ ଖଁାଙ୍କ ଉପରକୁ ଗୁଳିମାଡ଼ ପରେ ପୋଲିସ ତଦନ୍ତରୁ ଏହିସବୁ ତଥ୍ୟ ସାମ୍ନାକୁ ଆଣିଛି। ଏଥିସହିତ ଟେଣ୍ଡର ଫିକ୍ସିଂ ଓ ଦାଦାବଟି ଆଦାୟ କରୁଥିବା ଏକ ବଡ଼ଧରଣର ଅପରାଧୀ ଗ୍ୟାଙ୍ଗ ସମ୍ପର୍କରେ ମଧ୍ୟ ପୋଲିସକୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି।

ଏପ୍ରିଲ ୨ରୁ ସକାଳୁଆ କୋର୍ଟ

ଏପ୍ରିଲ ୨ରୁ ସକାଳୁଆ କୋର୍ଟ

କଟକ ଅଫିସ, ୨୯।୩- ଭୁବନେଶ୍ୱର, ପୁରୀ ସଦର, କୋରାପୁଟ, ବ୍ରହ୍ମପୁର, ଛତ୍ରପୁର ବ୍ୟତୀତ ରାଜ୍ୟରେ ଥିବା ନିମ୍ନ ଅଦାଲତଗୁଡିକ ଆସନ୍ତା ୨ ତାରିଖଠାରୁ ସକାଳୁଆ କାର୍ଯ୍ୟ କରିବ। ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କୋର୍ଟ ଚାଲିବ। ପୂର୍ବାହ୍ନ ୧୦ଟାରୁ ୧୦ଟା ୩୦ ପର୍ଯ୍ୟନ୍ତ ଅଧଘଣ୍ଟାଏ ବିରତି ରହିବ ବୋଲି ଓଡ଼ିଶା ହାଇକୋର୍ଟଙ୍କ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଜିଲା ଜଜ୍‌ଙ୍କୁ ଗୁରୁବାର ନିର୍ଦ୍ଦେଶ ହୋଇଛି।

ଜାଇକା ନେଲା ଆଉ ଏକ ଜୀବନ: ଡ୍ରେନେଜ କାମବେଳେ କାନ୍ଥ ଭୁଶୁଡ଼ିଲା, ଶ୍ରମିକ ମୃତ

ଜାଇକା ନେଲା ଆଉ ଏକ ଜୀବନ: ଡ୍ରେନେଜ କାମବେଳେ କାନ୍ଥ ଭୁଶୁଡ଼ିଲା, ଶ୍ରମିକ ମୃତ

କଟକ ଅଫିସ, ୨୯ା୩- ପୁଣି ଜାଇକା ନେଇଛି ଜୀବନ। ଗୁରୁବାର ବକ୍ସିବଜାର ନିକଟରେ ଜାଇକାର ଡ୍ରେନେଜ କାର୍ଯ୍ୟ ଚାଲୁଥିବାବେଳେ ଡ୍ରେନ ପାର୍ଶ୍ୱରେ ଥିବା କାନ୍ଥ ଭୁଶୁଡି ପଡ଼ିଥିଲା। ଫଳରେ କାନ୍ଥ ତଳେ ଚାପିହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟଜଣେ ଶ୍ରମିକ ଗୁରୁତର ଭାବେ ଆହତ ହୋଇଛନ୍ତି। ମୃତ ଶ୍ରମିକ ହେଉଛନ୍ତି କେରଳର ପୁଷ୍ପକ କୁମାର ରାଓ(୫୨)। ଆହତ ଜଣକ ହେଲେ ଆସାମର ମୋଟା ସିଂ ଅଲ୍ଲି(୪୨)। ଆହତଙ୍କୁ ଚିକିତ୍ସା ନିମନ୍ତେ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ପୁଷ୍ପକଙ୍କ ମୃତ୍ୟୁକୁ ମିଶାଇଲେ ଗତ ୨ ବର୍ଷ ମଧ୍ୟରେ ଜାଇକା ୫ ଜଣଙ୍କ ମୁଣ୍ଡ ନେଲାଣି। ଜାଇକାର ଏଭଳି ଖାମଖିଆଲି ନୀତିକୁ ବିରୋଧକରି ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା। କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ପହଞ୍ଚତ୍ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।

ଲାଞ୍ଚ ମାମଲା: ଓଜନ ମାପ ନିରୀକ୍ଷକଙ୍କୁ ୪ବର୍ଷ ଜେଲ୍‌

କଟକ ଅଫିସ, ୨୯।୩- ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି କନ୍ଧମାଳ ଜିଲାର ପୂର୍ବତନ ଓଜନ ମାପ ବିଭାଗର ନିରୀକ୍ଷକ କାଳିପ୍ରସାଦ ନାଗେଶ୍ୱର ସାହୁ। ବର୍ତ୍ତମାନ ସେ ଉକ୍ତ ବିଭାଗର ଜଗତସିଂହପୁର ଜିଲାରେ କାର୍ଯ୍ୟରତ। ଆଗତ ଏକ ଲାଞ୍ଚ ମାମଲାର ଶୁଣାଣି କରି ଗୁରୁବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ସାହୁଙ୍କୁ ପୃଥକ ଦଫାରେ ଦଣ୍ଡିତ କରିଛନ୍ତି। ପ୍ରଥମ ଦଫାରେ ଅଭିଯୁକ୍ତଙ୍କୁ ୩ବର୍ଷ ଜେଲ୍‌ ଓ ୫ହଜାର ଟଙ୍କା ଜରିମାନା ଦଣ୍ଡ ଦିଆଯାଇଛି। ଜରିମାନା ଅନାଦାୟ ହେଲେ ଅଭିଯୁକ୍ତଙ୍କୁ ଅଧିକ ୩ମାସ ଜେଲ୍‌ ଭୋଗିବାକୁ ପଡିବ। ଅନ୍ୟଏକ ଦଫାରେ ସାହୁଙ୍କୁ ୪ବର୍ଷ ଜେଲ୍‌ ଓ ୧୦ହଜାର ଟଙ୍କାର ଜରିମାନା ଦଣ୍ଡ ଦିଆଯାଇଛି। ଜରିମାନା ଅର୍ଥ ଅନାଦାୟ ହେଲେ ଅଧିକ ୬ମାସ ଜେଲ୍‌ ଭୋଗିବାକୁ ପଡିବ। ତେବେ ଅଭିଯୁକ୍ତଙ୍କ ବିରୋଧରେ ସମସ୍ତ ଦଣ୍ଡ ଏକକାଳୀନ ଲାଗୁ କରାଯିବ ବୋଲି ରାୟରେ ଉଲ୍ଲେଖ ରହିଛି।

ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍‌, ୩ ଲକ୍ଷ ଜରିମାନା:  ୫୧ହଜାର ଟଙ୍କାର ପୋଷ୍ଟାଲ ଜମା ବାଜ୍ୟାପ୍ତି ଆଦେଶ

ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍‌, ୩ ଲକ୍ଷ ଜରିମାନା: ୫୧ହଜାର ଟଙ୍କାର ପୋଷ୍ଟାଲ ଜମା ବାଜ୍ୟାପ୍ତି ଆଦେଶ

କଟକ ଅଫିସ, ୨୯।୩- ଭିଜିଲାନ୍ସ ଅଦାଲତରେ ଦଣ୍ଡିତ ହୋଇଛନ୍ତି ମୟୂରଭଞ୍ଜ ଜିଲା ସାରସକଣା ବ୍ଲକର କନିଷ୍ଠଯନ୍ତ୍ରୀ ପ୍ରତାପ ଚନ୍ଦ୍ର ରଉତ। ଗୁରୁବାର ବାରିପଦା ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତର ବିଚାରପତି ଅଭିଯୁକ୍ତ ରାଉତଙ୍କୁ ୨ବର୍ଷ ଜେଲ୍‌ ଓ ୩ଲକ୍ଷ ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦାୟ ହେଲେ ଅଭିଯୁକ୍ତ ରାଉତଙ୍କୁ ଅଧିକ ୧ବର୍ଷ ସଶ୍ରମ ଜେଲ୍‌ ଭୋଗିବାକୁ ପଡିବ ବୋଲି ବିଚାରପତି ରାୟ ଶୁଣାଇଛନ୍ତି। ସେହିପରି ରାଉତଙ୍କ ପୋଷ୍ଟାଲ ଜମା ଥିବା ୫୧ହଜାର ୫୫୮ଟଙ୍କା ୨୦ପଇସା ସହିତ ସୁଧ ଅର୍ଥକୁ ମଧ୍ୟ ବାଜ୍ୟାପ୍ତି କରିବା ପାଇଁ ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ଭିଜିଲାନ୍ସର ସୂଚନା ଅନୁଯାୟୀ, କନିଷ୍ଠଯନ୍ତ୍ରୀ ରାଉତଙ୍କ ବିରୋଧରେ ୨୦୦୨ରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା (୧/୨୦୦୨)ରୁଜୁ ହୋଇଥିଲା। ସେତେବେଳେ ସେ ସାରସକଣା ବ୍ଲକରେ ମଧ୍ୟ କନିଷ୍ଠଯନ୍ତ୍ରୀଭାବେ କାର୍ଯ୍ୟ କରୁଥିଲେ। ମାମଲା ରୁଜୁ ହେବା ପୂର୍ବରୁ ଭିଜିଲାନ୍ସ ପକ୍ଷରୁ ୨୦୦୧ ଜୁନ୍‌ ୨୯ରେ ରାଉତଙ୍କ ଘର, ଅଫିସ ଆଦି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଥିଲା । ଯାଞ୍ଚ ପରେ ସେ ୫ଲକ୍ଷ ୧୧ହଜାର ୧୬୮ଟଙ୍କାର ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ଚାର୍ଜଶିଟରେ ଉଲ୍ଲେଖ କରିଥିଲା। ସ୍ପେଶାଲ ଭିଜିଲାନ୍ସ ପିପି କେ.ସି ଶତପଥୀ ମାମଲା ପରିଚାଳନା କରୁଥିଲେ।

ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା:ଏସ୍‌ସିବିକୁ ୩ ଷ୍ଟାର୍‌ ମାନ୍ୟତା

ଓଡ଼ିଶାକୁ କେନ୍ଦ୍ରର ପ୍ରଶଂସା:ଏସ୍‌ସିବିକୁ ୩ ଷ୍ଟାର୍‌ ମାନ୍ୟତା

କଟକ ଅଫିସ, ୨୯।୩- ଓଡ଼ିଶାକୁ କେନ୍ଦ୍ର ପକ୍ଷରୁ ପୁଣି ମିଳିିଛି ପ୍ରଶଂସାପତ୍ର। କେନ୍ଦ୍ର ନୂତନ ଓ ନବୀକରଣୀୟ ମନ୍ତ୍ରଣାଳୟ ପକ୍ଷରୁ ଏସ୍‌ସିବି ମେଡିକାଲକୁ ୩ ଷ୍ଟାର ମାନ୍ୟତା ମିଳିଛି। ଗ୍ରୀନ୍‌ ରେଟିଂ ଫର୍‌ ଇଣ୍ଟିଗ୍ରେଟେଡ୍‌ ହାବିଟାଟ ଆସେସ୍‌ମେଣ୍ଟ (ଗୃହ) ପକ୍ଷରୁ ଏସ୍‌ସିବିର ଭିତ୍ତିଭୂମିକୁ ନେଇ ଆକଳନ କରାଯାଇଥିଲା। ଗୃହ ହେଉଛି ଉକ୍ତ ମନ୍ତ୍ରଣାଳୟର ଅନୁବନ୍ଧିତ ସଂସ୍ଥା। ଏହି ସଂସ୍ଥା ପକ୍ଷରୁ ଏସ୍‌ସିବି ମେଡିକାଲ କଲେଜର ପ୍ରିନ୍ସିପାଲ ସିଦ୍ଧାର୍ଥ ଦାସଙ୍କ ନିକଟକୁ ଏ ସମ୍ପର୍କିତ ପ୍ରଶଂସାପତ୍ର ପଠାଯାଇଛି।

ସ୍ୟାଟ୍‌ରେ ଖାଲିପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ: ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

ସ୍ୟାଟ୍‌ରେ ଖାଲିପଡ଼ିଛି ଗୁରୁତ୍ୱପୂର୍ଣ୍ଣ ପଦବୀ: ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ

କଟକ ଅଫିସ, ୨୯।୩- ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲ (ସ୍ୟାଟ୍‌)ରେ ବିଚାର ବିଭାଗୀୟ ଓ ପ୍ରଶାସନିକ କ୍ଷେତ୍ରରେ ୫ଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିପଡ଼ିଛି। ଫଳରେ ସ୍ୟାଟ୍‌ରେ ଅଚଳାବସ୍ଥା ସୃଷ୍ଟି ହୋଇଥିବା ନେଇ ଆଗତ ମାମଲାରେ ପୂର୍ବ ନିର୍ଦ୍ଦେଶ ମୁତାବକ ହାଇକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ଜବାବ ଦାଖଲ କରାଯାଇଛି। ଏହି ସତ୍ୟପାଠରେ ଦର୍ଶାଯାଇଛି ଯେ, ସ୍ୟାଟ୍‌ ଉଚ୍ଛେଦ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଅନ୍ୟ ରାଜ୍ୟରେ ସ୍ୟାଟ୍‌ ଉଚ୍ଛେଦ ହୋଇଛି। ଏଣୁ ସରକାର ସ୍ୟାଟ୍‌ ଉଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି କ୍ରମରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ଦିଆଯାଇ ନାହିଁ ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାତ୍ର ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ କ’ଣ ପଦକ୍ଷେପ ଗ୍ରହଣ କରାଯାଇଛି ସେ ନେଇ ରାଜ୍ୟ ସରକାର ଜଣାଇବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ସୁବାସ ଚନ୍ଦ୍ର ପରିଜା ଓ ବିଚାରପତି ଦେବବ୍ରତ୍ତ ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇବେ ୮ଲକ୍ଷ ଛାତ୍ରୀଛାତ୍ର

ସାମୂହିକ ବନ୍ଦେ ଉତ୍କଳ ଜନନୀ ଗାଇବେ ୮ଲକ୍ଷ ଛାତ୍ରୀଛାତ୍ର

ଭୁବନେଶ୍ୱର, ୨୯।୩(ବ୍ୟୁରୋ)- ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ଓଡ଼ିଶା ପକ୍ଷରୁ ଆସନ୍ତା ୧ ତାରିଖ ଉତ୍କଳ ଦିବସ ଅବସରରେ ନୟାପଲ୍ଲୀସ୍ଥିତ କସ୍ତୁରବା ଶିକ୍ଷାଶ୍ରମ(ବିଦ୍ୟାମନ୍ଦିର) ପଡିଆରେ ଉତ୍କଳ ଜନନୀ ପୂଜନ ସମାରୋହ ପାଳିତ ହେବ। ଉତ୍କଳ ଜନନୀ ପୂଜନ ସମିତିର ସାଂସ୍କୃତିକ ସମ୍ପାଦକ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ନିର୍ଦ୍ଦେଶନାରେ ବିଏସ୍‌ଭିଏସ୍‌ କୋରଲ ଗ୍ରୁପ ପ୍ରସ୍ତୁତିରେ ୬ଟି ଭାଷାରେ ଦେଶଭକ୍ତି ସଙ୍ଗୀତ ପରିବେଷଣ କରାଯିବ।