ମେଟ୍ରୋ

 ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଧମକ

ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଧମକ

ଭୁବନେଶ୍ୱର, ୫।୩(ବ୍ୟୁରୋ)- ଏକ ଜମିବାଡ଼ି ବିବାଦକୁ ନେଇ ଅଭିନେତା ପପୁ ପମ୍‌ପମ୍‌ଙ୍କୁ ଧମକ ମିଳିଛି। ଭୁବନେଶ୍ୱରର ଜଗବନ୍ଧୁ ଜେନା ନାମକ ବ୍ୟକ୍ତି ତାଙ୍କୁ ଧମକ ଦେଇଥିବା ନେଇ ପପୁ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ପପୁଙ୍କ ଅଭିଯୋଗକୁ ଗ୍ରହଶ କରି ଘଟଣାର ତଦନ୍ତ ଚଳାଇଛି। ସୂଚନା ମୁତାବକ, ପପୁ ୨୦୧୧ରେ ଖଣ୍ଡଗିରି ଆଇଗିଣିଆ ଅଞ୍ଚଳରେ ଜମି କିଣିଥିଲେ। ଉକ୍ତ ଜାଗାରେ ପପୁ ପାଚେରି ବୁଲାଇବା ସହ କିଛିଦିନ ତଳେ ଘରକାମ ଆରମ୍ଭ କରିଛନ୍ତି।

ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ

ଜିଲାସ୍ତରୀୟ ପଞ୍ଚାୟତିରାଜ ଦିବସ ସମାରୋହ

ପୁରୀ ଅଫିସ, ୫।୩: ଜିଲାସ୍ତରୀୟ ପଞ୍ଚାୟତିରାଜ ସମାରୋହ ପୁରୀ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭାଗୃହରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥିରୂପେ ଯୋଗଦେଇ କହିଥିଲେ ମାର୍ଚ୍ଚ ୫ ତାରିଖକୁ ସମଗ୍ର ରାଜ୍ୟରେ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଛି।

ଗାଁ ଲୋକଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଗାଁ ଲୋକଙ୍କ ସହ କଥାହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୫।୩(ବ୍ୟୁରୋ): ଏଣିକି ପ୍ରତି ସପ୍ତାହରେ ପଞ୍ଚାୟତର ଲୋକଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାହେବେ। ଗାଁର ବିକାଶ ଲାଗି କ’ଣ ସବୁ କାର୍ଯ୍ୟ କରାଯାଇପାରିବ ସେ ନେଇ ଲୋକଙ୍କ ସହ କଥା ହୋଇ ପ୍ରକଳ୍ପ ମଞ୍ଜୁର କରିବେ।

ବମିଖାଲ ଛାତ୍ରାବାସ ବିସ୍ଫୋରଣ ଘଟଣା: ୫ଗିରଫ

ବମିଖାଲ ଛାତ୍ରାବାସ ବିସ୍ଫୋରଣ ଘଟଣା: ୫ଗିରଫ

ଭୁବନେଶ୍ୱର, ୫।୩(ବ୍ୟୁରୋ): ବମିଖାଲ ଛାତ୍ରାବାସ ବିସ୍ଫୋରଣ ଘଟଣାରେ କମିଶନରେଟ ପୋଲିସ ସୋମବାର ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ପୁରୀ କୁମ୍ଭାରପଡ଼ାର ଗୋପାଳ କୃଷ୍ଣ ମହପାତ୍ର, ପୁରୀ ସମୁଦ୍ରକୂଳର ଶୁଭରାଜ ବେହେରା, ଦାମଦରପୁରର ସୌମ୍ୟରଞ୍ଜନ ମିଶ୍ର, କୁମ୍ଭାରପଡ଼ାର ଅଭିଜିତ ମିଶ୍ର ଓ ସିଦ୍ଧାର୍ଥ ମହାପାତ୍ର। ସେମାନଙ୍କ ନିକଟରୁ ପୋଲିସ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଛି।

ବିଜୁ ଜୟନ୍ତୀରେ ଚା’ ବାଣ୍ଟିଲେ ବ୍ରଜ

ବିଜୁ ଜୟନ୍ତୀରେ ଚା’ ବାଣ୍ଟିଲେ ବ୍ରଜ

ପୁରୀ ଅଫିସ, ୫।୩: ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଅବସରରେ ବିଜୁ ପ୍ରେମୀ ବ୍ରଜ କିଶୋର ନାୟକ ସୋମବାର ମାଗଣା ଚା’ ବାଣ୍ଟିଛନ୍ତି। ୧୫୦ରୁ ଊର୍ଦ୍ଧ୍ୱ ଲିଟର କ୍ଷୀରରେ ଚା’ ପ୍ରସ୍ତୁତ କରି ସେ ବାଣ୍ଟିଛନ୍ତି। ପୁରୀ ନଗରପାଳ ଜୟନ୍ତ କୁମାର ଷଡଙ୍ଗୀ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ।

ଆଦର୍ଶ ବିଜୁ ଗ୍ରାମ ଭାବେ ଗୋଟିଏ ଗ୍ରାମ ଗ୍ରହଣକୁ ଆହ୍ବାନ

ଆଦର୍ଶ ବିଜୁ ଗ୍ରାମ ଭାବେ ଗୋଟିଏ ଗ୍ରାମ ଗ୍ରହଣକୁ ଆହ୍ବାନ

ସାକ୍ଷୀଗୋପାଳ, ୫।୩(ଡି.ଏନ୍‌.ଏ.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ସୋମାବର ସତ୍ୟବାଦୀ ବ୍ଲକ ସ୍ତରୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଆମ ଗାଁ ଆମ ବିକାଶ ଯୋଜନାରେ ସତ୍ୟବାଦୀ ବ୍ଲକର ଗୋଟିଏ ଗ୍ରାମର ସର୍ବାଙ୍ଗୀନ ବିକାଶ ଲକ୍ଷ୍ୟରେ ହାତକୁ ନେବାକୁ ଆହ୍ବାନ ଦିଆଯାଇଛି।

ଜମିବାଡ଼ି ବିବାଦ: ଥାନାର ଦ୍ୱାରସ୍ଥ ହେଲେ ପପୁ ପମ୍‌ପମ୍‌

ଜମିବାଡ଼ି ବିବାଦ: ଥାନାର ଦ୍ୱାରସ୍ଥ ହେଲେ ପପୁ ପମ୍‌ପମ୍‌

ଭୁବନେଶ୍ୱର, ୫।୩(ବ୍ୟୁରୋ): ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଓଡିଆ ଫିଲ୍ମ ଅଭିନେତା ପପୁ ପମ୍‌ପମ୍‌ ସୋମବାର ଖଣ୍ଡଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ରେଣ୍ଟାଲ ଅଞ୍ଚଳରେ ରହୁଥିବା ଜଗବନ୍ଧୁ ଜେନାଙ୍କ ନାମରେ ସେ ଅଭିଯୋଗ କରିଛନ୍ତି।

ଗ୍ରାମାଞ୍ଚଳ ବିକାଶରେ  ରାଜ୍ୟ ସରକାର ଫେଲ: କନକ ବର୍ଦ୍ଧନ ସିଂଦେଓ

ଗ୍ରାମାଞ୍ଚଳ ବିକାଶରେ ରାଜ୍ୟ ସରକାର ଫେଲ: କନକ ବର୍ଦ୍ଧନ ସିଂଦେଓ

ଭୁବନେଶ୍ୱର, ୫।୩(ବ୍ୟୁରୋ): ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ସୋମବାର ଭାଜପା କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓ ଯୋଗଦେଇ ଗ୍ରାମାଞ୍ଚଳ ବିକାଶରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ବୋଲି କହିଛନ୍ତି।

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମାଓବାଦୀ ପୋଷ୍ଟର

ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ମାଓବାଦୀ ପୋଷ୍ଟର

ଭୁବନେଶ୍ୱର, ୫।୩(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ସୋମବାର ସକାଳେ ପୋଲିସ ଏକ ମାଓବାଦୀ ପୋଷ୍ଟର ଜବତ କରିଛି। ଉକ୍ତ ପୋଷ୍ଟରରେ ଏମ୍‌ସ ଛାତ୍ର ସୋହେଲ ଆଜ୍‌ମଲ କାଟାରିଆଙ୍କ ନିଖୋଜ ସମ୍ପର୍କରେ ଲେଖାଯାଇଛି।

ଶ୍ରୀମନ୍ଦିରର ନୂଆ ପରିଚାଳନା କମିଟି ଗଠନ ଶୀଘ୍ର: ମୁଖ୍ୟ ପ୍ରଶାସକ

ପୁରୀ ଅଫିସ,୪ା୩: ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ସଂକ୍ରାନ୍ତରେ ସରକାର ଅନୁଧ୍ୟାନ କରୁଛନ୍ତି। ଆଉ ବେଶି ଡେରି ହେବନି। ଖୁବ୍‌ଶୀଘ୍ର କମିଟି ଗଠନ ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ କୁମାର ଜେନା କହିଛନ୍ତି। ରବିବାର ଏକ କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗଦେବା ଅବସରରେ ସେ ଏହି ସୂଚନା ଦେଇଛନ୍ତି।

କଟକରେ ପୁଣି ଏନ୍‌କାଉଣ୍ଟର

କଟକରେ ପୁଣି ଏନ୍‌କାଉଣ୍ଟର

କଟକ ଅଫିସ, ୪।୩- କଟକରେ ପୁଣି ଏନ୍‌କାଉଣ୍ଟର। ସଦର ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀବନ୍ଧରେ ରବିବାର ରାତିରେ ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ ସଦା ନାଏକ ପୋଲିସ ଏନ୍‌କାଉଣ୍ଟରର ଶିକାର ହୋଇଛନ୍ତି। ସଦାଙ୍କ ଘର ଭୁବନେଶ୍ୱରର ସାଲିଆ ସାହି ଅଞ୍ଚଳରେ।

ମ୍ୟାକ୍ସ ଏମର୍ଜିଂ ଷ୍ଟାର ୨୦୧୮: ଭୁବନେଶ୍ୱର ସିଟି ଫାଇନାଲ ବିଜେତା ପରିଧି ଗୋଏଙ୍କା, ଇମ୍‌ତିଆଜ ହକ୍‌

ମ୍ୟାକ୍ସ ଏମର୍ଜିଂ ଷ୍ଟାର ୨୦୧୮: ଭୁବନେଶ୍ୱର ସିଟି ଫାଇନାଲ ବିଜେତା ପରିଧି ଗୋଏଙ୍କା, ଇମ୍‌ତିଆଜ ହକ୍‌

ଭୁବନେଶ୍ୱର,୪।୩(ବ୍ୟୁରୋ): ଫ୍ୟାଶନ ବ୍ରାଣ୍ଡ ମ୍ୟାକ୍ସ ପକ୍ଷରୁ ମ୍ୟାକ୍ସ ଏମର୍ଜିଂ ଷ୍ଟାର ୨୦୧୮ର ଭୁବନେଶ୍ୱର ସିଟି ଫାଇନାଲ୍‌ ରାଉଣ୍ଡ ରବିବାର ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ଭୁବନେଶ୍ୱର ଅଡିସନ୍‌ ପାଇଁ ଓଡ଼ିଶା ସହ ପଡ଼ୋଶୀ ରାଜ୍ୟମାନଙ୍କରୁ ୧୪୦୦ରୁ ଅଧିକ ପ୍ରତିଯୋଗୀ ଆବେଦନ କରିଥିଲେ।

୪ ସନ୍ଦିଗ୍ଧଙ୍କୁ ଉଠାଇନେବା ପରେ ହଷ୍ଟେଲରେ ବିସ୍ଫୋରଣ

୪ ସନ୍ଦିଗ୍ଧଙ୍କୁ ଉଠାଇନେବା ପରେ ହଷ୍ଟେଲରେ ବିସ୍ଫୋରଣ

ଭୁବନେଶ୍ୱର, ୪।୩(ବ୍ୟୁରୋ)- ସମୟ ସୋମବାର ସକାଳ ପ୍ରାୟ ୮ଟା ହେବ। ଲକ୍ଷ୍ମୀସାଗର ଥାନା ବମିଖାଲର ପ୍ଲଟ୍‌ ନଂ ୧୨୦୨ରେ ଥିବା ଗୋବିନ୍ଦ ପ୍ରସାଦ ଛାତ୍ରାବାସରେ ଘଟିଥିଲା ବିସ୍ଫୋରଣ। କିଛି ସମୟ ବ୍ୟବଧାନରେ ଗୋଟିଏ ପରେ ଗୋଟିଏ ୪ଟି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ପ୍ରଚଣ୍ଡ ଶବ୍ଦ ହଷ୍ଟେଲ ସମେତ ସ୍ଥାନୀୟ ଅଞ୍ଚଳକୁ ଥରାଇ ଦେଇଥିଲା।

ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ମାର୍ଚ୍ଚ ୫ରୁ ସିବିଏସ୍‌ଇ ଦଶମ, ଦ୍ୱାଦଶ ପରୀକ୍ଷା

ଭୁବନେଶ୍ୱର, ୪।୩(ବ୍ୟୁରୋ)- କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସ୍‌ଇ) ଦଶମ ଓ ଦ୍ୱାଦଶ ପରୀକ୍ଷା ସୋମବାରଠାରୁ ଆରମ୍ଭ ହେବ। ଚଳିତବର୍ଷ ଭୁବନେଶ୍ୱର ରିଜିଅନ ଅନ୍ତର୍ଗତ ୯୨୭ ସ୍କୁଲର ୭୭,୭୦୦ ଦଶମ ଏବଂ ୬୬,୩୦୦ ଦ୍ୱାଦଶ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ୨୩୦ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ।

ସମ୍ବିତଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ୱ

ସମ୍ବିତଙ୍କୁ ବିଜେଡି ରାଜ୍ୟ ସମ୍ପାଦକ ଦାୟିତ୍ୱ

ଭୁବନେଶ୍ୱର, ୪।୩(ବ୍ୟୁରୋ): ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ସମ୍ବିତ୍‌ ରାଉତରାୟ ବିଜେଡି ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଯୁକ୍ତି ଦେଇଥିବା ନେଇ ରବିବାର ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ବାଇକ୍‌ ଉପରେ ଚଢ଼ିଗଲା ତେଲ ଟ୍ୟାଙ୍କର, ଦୁଇ ଗୁରୁତର

ବାଇକ୍‌ ଉପରେ ଚଢ଼ିଗଲା ତେଲ ଟ୍ୟାଙ୍କର, ଦୁଇ ଗୁରୁତର

ଖୋର୍ଦ୍ଧା ଅଫିସ, ୪।୩: ୫୭ ନଂ ଜାତୀୟ ରାଜପଥର ଜୟମଙ୍ଗଳ ନିକଟରେ ରବିବାର ଏକ ବାଇକ୍‌ ଉପରେ ତେଲ ଟ୍ୟାଙ୍କର ଚଢ଼ିଯାଇଛି। ଏହି ଦୁର୍ଘଟଣାରେ ଦୁଇଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବେଗୁନିଆ ଥାନା ଅନ୍ତର୍ଗତ କଣ୍ଟାମଳିମ ଗ୍ରାମର ସୀତାକାନ୍ତ ମାର୍ଥା ଓ ବିଦ୍ୟାଧର ପାତ୍ର।

ମୌନ ମହ୍ଲାର ଲୋକାର୍ପିତ

ମୌନ ମହ୍ଲାର ଲୋକାର୍ପିତ

ପୁରୀ ଅଫିସ, ୪।୩: ସ୍ଥାନୀୟ ୟୁଥ୍‌ ହଷ୍ଟେଲଠାରେ ରବିବାର କବି ଦେବୀପ୍ରସାଦ ମହାପାତ୍ରଙ୍କ କବିତା ଗାୟନର ଅଡିଓ ସିଡୀ ମୌନ ମହ୍ଲାର ଲୋକାର୍ପିତ ହୋଇଯାଇଛି। ଏଥିରେ ଅତିଥିଭାବେ ଭାଷାତତ୍ତ୍ୱବିତ୍‌ ଡ.କୈଳାସ ଚନ୍ଦ୍ର ଟିକାୟତରାୟ, କବି ତଥା ଉପଜିଲାପାଳ ମଧୁସୂଦନ ଦାଶ, ସଙ୍ଗୀତ ନିର୍ଦ୍ଦେଶକ ଶରତ ନାୟକ, କଥାକାର ଡ.ଅଜୟ ସ୍ବାଇଁ, ସାହିତ୍ୟ ସଙ୍ଗଠକ ଅଶୋକ ପୁହାଣ, ପ୍ରିୟପତ୍ରର ସମ୍ପାଦକ ବିପିନ ବିହାରୀ ଦଳାଇ ଅତିଥିଭାବେ ଯୋଗଦେଇ ଏହି ଅଡିଓ ସିଡୀକୁ ଲୋକାର୍ପଣ କରିଥିଲେ।

ବିଶିଷ୍ଟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ

ବିଶିଷ୍ଟ ହାସ୍ୟ ଅଭିନେତା ଶରତ ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଓଡ଼ିଶା ଫିଲ୍ମ ଜଗତରେ ଜଣେ ବିଶିଷ୍ଟ ହାସ୍ୟ ଅଭିନେତା ଭାବେ ପରିଚିତ ଶରତ ମହାନ୍ତିଙ୍କର ରବିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ବର୍ଷ ହୋଇଥିଲା। ଦୀର୍ଘଦିନଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ।

ବମିଖାଲରେ ଅଗ୍ନିକାଣ୍ଡ, ପୋଲିସର ତନାଘନା

ବମିଖାଲରେ ଅଗ୍ନିକାଣ୍ଡ, ପୋଲିସର ତନାଘନା

କଟକ ରୋଡ, ୪।୩(ଡି.ଏନ.ଏ.): ଲକ୍ଷ୍ମୀସାଗର ଥାନା ଅଧିନ ବମିଖାଲରେ ରବିବାର ସକାଳେ ଏକ ଘରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ଘର ମଧ୍ୟରେ ଥିବା ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡ ଘଟିଥିବା ଘରୁ ଶନିବାର ରାତିରେ କେତେଜଣ ଯୁବକଙ୍କୁ ପୋଲିସ ଗିରଫ କରିଥିଲା। ଏହାର କିଛିଘଣ୍ଟା ବ୍ୟବଧାନରେ ଉକ୍ତ ଘରେ ନିଆଁ ଲାଗିଥିବା ଘଟଣା ସନ୍ଦେହ ଘେରକୁ ଆସୁଛି। ଅନ୍ୟପକ୍ଷେ ଅଗ୍ନିକାଣ୍ଡ କାରଣକୁ ନେଇ ସ୍ପଷ୍ଟ ସୂଚନା ମିଳୁ ନ ଥିବା ବେଳେ କୌଣସି ବିସ୍ଫୋରକ ସାମଗ୍ରୀ ଯୋଗୁ ଉକ୍ତ ଘରେ ନିଆଁ ଲାଗିଥିବାକୁ ନେଇ ଚର୍ଚ୍ଚା ହେଉଛି।

ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଗିରଫ, ୨ ମାଉଜର, ୨୯ ରାଉଣ୍ଡ ଗୁଳି ଜବତ

ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ଗିରଫ, ୨ ମାଉଜର, ୨୯ ରାଉଣ୍ଡ ଗୁଳି ଜବତ

କଟକ ଅଫିସ,୪।୩: ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ ମିକୁ ଓରଫ ମୃତ୍ୟୁଞ୍ଜୟ ନାୟକଙ୍କୁ ସଦର ଥାନା ପୋଲିସ ଶନିବାର ବିଳମ୍ବିତ ରାତିରେ ଗିରଫ କରିଛି। ଗିରଫ ହୋଇଥିବା ମିକୁଙ୍କ ଘର ଭୁବନେଶ୍ୱର ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ଅଞ୍ଚଳରେ। ତାଙ୍କଠାରୁ ୨ ମାଉଜର, ୨୯ ରାଉଣ୍ଡ ଅଫୁଟା ଗୁଳି ଜବତ କରାଯାଇଛି।

୨୦୧୯ ନିର୍ବାଚନରେ ଓଡ଼ିଶା ଜନସାଧାରଣ ଭାଜପା ଉପରେ ଆସ୍ଥା ପ୍ରକଟ କରିବେ: ଜୁଏଲ

୨୦୧୯ ନିର୍ବାଚନରେ ଓଡ଼ିଶା ଜନସାଧାରଣ ଭାଜପା ଉପରେ ଆସ୍ଥା ପ୍ରକଟ କରିବେ: ଜୁଏଲ

ଭୁବନେଶ୍ୱର,୪।୩(ବ୍ୟୁରୋ): ଶନିବାର ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଭାଜପା ଓଡ଼ିଶା, ପଶ୍ଚିମବଙ୍ଗ ଏବଂ କେରଳ ଭଳି ରାଜ୍ୟରେ ସରକାର ଗଠନ କରିବାର ଦୃଢ଼ୋକ୍ତି ପ୍ରକାଶ କରୁଛି। ରବିବାର ଦଳୀୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶା ଜନସାଧାରଣ ଭାଜପାକୁ ଅଧିକ ମାତ୍ରାରେ ଭୋଟ ଦେବେ।

ଭୁବନେଶ୍ୱରର ଘରୋଇ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱରର ଘରୋଇ ହଷ୍ଟେଲରେ ଅଗ୍ନିକାଣ୍ଡ

ଭୁବନେଶ୍ୱର, ୪।୩(ବ୍ୟୁରୋ): ଭୁବନେଶ୍ୱର ଶନିମନ୍ଦିର ନିକଟ ଲକ୍ଷ୍ମୀସାଗର ଉଚ୍ଚ ବିଦ୍ୟାଳୟଠାରେ ଥିବା ଏକ ଘରୋଇ ହଷ୍ଟେଲରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଦୁଇଟି ଦମକଳ ଆସି ନିଆଁକୁ ଆୟତ୍ତ କରିଛନ୍ତି। ଏଥିରେ କେହି ମୃତାହତ ହୋଇ ନ ଥିବାବେଳେ ଘରର ଆସବାବପତ୍ର ପୋଡି ପାଉଁଶ ହୋଇଯାଇଥିବା ଜଣାପଡିଛି।

ପ୍ରାକୃତିକ ଚିକିତ୍ସା ସେବା ଶିବିର ଉଦ୍‌ଘାଟିତ

ପ୍ରାକୃତିକ ଚିକିତ୍ସା ସେବା ଶିବିର ଉଦ୍‌ଘାଟିତ

ପୁରୀ ଅଫିସ, ୩।୩: ଶ୍ରୀମନ୍ଦିର ଭିତର ସେବାୟତ ନିଯୋଗ ଏବଂ ଆନନ୍ଦାନନ୍ଦ ଟ୍ରଷ୍ଟ ମିଳିତ ସହଯୋଗରେ ଶନିବାର ନିଯୋଗ କାର୍ଯ୍ୟାଳୟଠାରେ ପ୍ରାକୃତିକ ଚିକିତ୍ସା ସେବା ଶିବିର ଉଦ୍‌ଘାଟିତ ହୋଇଛି।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଉଦ୍‌ଘାଟିତ

ପୁରୀ ଅଫିସ, ୩।୩: ଅବକ୍ଷୟମୁଖୀ ସମାଜରେ ନୈତିକ ପରିବର୍ତ୍ତନ ପାଇଁ ମଞ୍ଚ ନାଟକ ମାଧ୍ୟମରେ ଜନସଚେତନତା ସୃଷ୍ଟି କରିବା ଲାଗି ଉଦ୍ୟମ କରିଛି ଶିଶୁବାର୍ତ୍ତା। ଏଥିରେ ବିଭିନ୍ନ ଜିଲାର ନାଟ୍ୟାନୁଷ୍ଠାନଗୁଡ଼ିକୁ ସାମିଲ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି।