ମେଟ୍ରୋ

ପୁଣି ତେଜିଲା ରସଗୋଲା ବିବାଦ: ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ର କାରଣ ଦର୍ଶାଅ ନୋଟିସ

ପୁଣି ତେଜିଲା ରସଗୋଲା ବିବାଦ: ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ର କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର,୧୬।୩(ବ୍ୟୁରୋ)- ପଶ୍ଚିମବଙ୍ଗ ସରକାରଙ୍କୁ ଗତ ୪ମାସ ତଳେ ‘ବାଂଲା ରସଗୋଲା’ ନଁାରେ ମିଳିଥିବା ଜିଆଇ ମାନ୍ୟତାକୁ ଏକ ଝଟ୍‌କା ଲାଗିଛି। ‘ବାଂଲା ରସଗୋଲା’ ମାନ୍ୟତାକୁ କାହିଁକି ପ୍ରତ୍ୟାହାର କରା ନ ଯିବ, ସେ ନେଇ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଅଫିସ୍‌ ପକ୍ଷରୁ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

ସ୍ବାମୀଙ୍କୁ ଅପହରଣ, ଦେଢ଼ ଲକ୍ଷରେ ମୁଣ୍ଡ ଜାମିନ: ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ସ୍ବାମୀଙ୍କୁ ଅପହରଣ, ଦେଢ଼ ଲକ୍ଷରେ ମୁଣ୍ଡ ଜାମିନ: ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ଭୁବନେଶ୍ୱର, ୧୬।୩(ବ୍ୟୁରୋ)- ରାଜଧାନୀରେ ଜଣେ ଯୁବକଙ୍କୁ ଅପହରଣ କରିନିଆଯାଇଛି। ଅପହର୍ତ୍ତାମାନେ ତାଙ୍କ ମୁଣ୍ଡ ଜାମିନ ରଖି ଦେଢ଼ଲକ୍ଷ ଟଙ୍କା ଦାବି କରିଛନ୍ତି। ଯୁବକଙ୍କ ସ୍ତ୍ରୀ ମିତୁ ଘଣ୍ଟାୟତ ଏ ସମ୍ପର୍କରେ ଶୁକ୍ରବାର ମଞ୍ଚେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି।

ଆରମ୍ଭ ହେଲା ମୟୂରଭଞ୍ଜ ଉତ୍ସବ: ରାଜ୍ୟର ବିକାଶରେ ମୟୂରଭଞ୍ଜବାସୀଙ୍କ ଯୋଗଦାନ ଅତୁଳନୀୟ

ଆରମ୍ଭ ହେଲା ମୟୂରଭଞ୍ଜ ଉତ୍ସବ: ରାଜ୍ୟର ବିକାଶରେ ମୟୂରଭଞ୍ଜବାସୀଙ୍କ ଯୋଗଦାନ ଅତୁଳନୀୟ

ଭୁବନେଶ୍ୱର, ୧୬।୩(ବ୍ୟୁରୋ)- ମୟୂରଭଞ୍ଜ ସାଂସ୍କୃତିକ ସଂସଦ ଭୁବନେଶ୍ୱର ପକ୍ଷରୁ ଶୁକ୍ରବାର ୭ମ ମୟୂରଭଞ୍ଜ ଉତ୍ସବ ଉତ୍କଳ ମଣ୍ଡପଠାରେ ଉଦ୍‌ଘାଟିତ ହୋଇଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଥିଲେ, ମୟୂରଭଞ୍ଜ ପ୍ରମୁଖ ଜିଲା ହିସାବରେ ରାଜ୍ୟରେ ସର୍ବଦା ଅଗ୍ରଣି ଭୂମିକା ନେଇଆସିଛି। ଅତୀତରେ ଏହି ଜିଲା ଯେପରି ଗୁରୁତ୍ୱପୂର୍ଣ୍ଣ ଓ ଘଟଣାବହୁଳ ଥିଲା ବର୍ତ୍ତମାନ ମଧ୍ୟ ସେଭଳି ରହିଛି। ଓଡ଼ିଶାକୁ ବିକାଶ କ୍ଷେତ୍ରରେ ଆଗେଇନେବା ପାଇଁ ଜିଲାବାସୀଙ୍କ ଯୋଗଦାନ ଅତୁଳନୀୟ।

ଖୁବ୍‌ଶିଘ୍ର ହେବ ବିଭାଗୀୟ ମୁଖ୍ୟଦପ୍ତର କ୍ୟାଡର ପୁର୍ନଗଠନ

ଖୁବ୍‌ଶିଘ୍ର ହେବ ବିଭାଗୀୟ ମୁଖ୍ୟଦପ୍ତର କ୍ୟାଡର ପୁର୍ନଗଠନ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ବିଭାଗୀୟ ମୁଖ୍ୟଦପ୍ତର କର୍ମଚାରୀଙ୍କ କ୍ୟାଡର ପୁର୍ନଗଠନ ଖୁବଶିଘ୍ର କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର କହିଛନ୍ତି। ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ବିଭାଗୀୟ ମୁଖ୍ୟ ଦପ୍ତର-ସେକ୍ସନ ଅଫିସର୍ସ ଆସୋସିଏଶନ ଓ ମିନିଷ୍ଟ୍ରିଆଲ ଅଫିସରର୍ସ ଆସୋସିଏଶନର ମିଳିତ ବାର୍ଷିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି।

ଏଆଇସିସି ତାଲିକାରୁ ବାଦ୍‌ ପଡିଲେ କଂଗ୍ରେସର ହାତଗଣତିି ବିଧାୟକ, ନିରଞ୍ଜନ କହିଲେ ପିସିସି ପରିବର୍ତ୍ତନର ଆବଶ୍ୟକତା ନାହିଁ

ଏଆଇସିସି ତାଲିକାରୁ ବାଦ୍‌ ପଡିଲେ କଂଗ୍ରେସର ହାତଗଣତିି ବିଧାୟକ, ନିରଞ୍ଜନ କହିଲେ ପିସିସି ପରିବର୍ତ୍ତନର ଆବଶ୍ୟକତା ନାହିଁ

ଭୁବନେଶ୍ୱର, ୧୬।୩(ବ୍ୟୁରୋ): ଦିଲ୍ଲୀଠାରେ କଂଗ୍ରେସର ଏଆଇସିସିର ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନରେ କେତେକ ହାତଗଣତି ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ବାଦ ଦେବାକୁ ନେଇ ଦଳରେ ସାମାନ୍ୟ କନ୍ଦଳ ଦେଖାଦେଇଛି। ଏନେଇ ଅଧିବେଶନ ସରିବା ପରେ ଆସନ୍ତା ୧୯ରେ ଓଡ଼ିଶାର ଗୋଟିଏ ଗୋଷ୍ଠୀ ନେତୃତ୍ୱ ପରିବର୍ତ୍ତନ ସକାଶେ ଦିଲ୍ଲୀରେ ହାଇକମାଣ୍ଡଙ୍କୁ ଭେଟିବାର ସୂଚନା ମିଳିଛି।

ଡିଲରଙ୍କ ମନମୁଖି କାର୍ଯ୍ୟ: କାକଟପୁର ବ୍ଲକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

ଡିଲରଙ୍କ ମନମୁଖି କାର୍ଯ୍ୟ: କାକଟପୁର ବ୍ଲକ ସମ୍ମୁଖରେ ଗ୍ରାମବାସୀଙ୍କ ଧାରଣା

କାକଟପୁର, ୧୬।୩(ଡି.ଏନ.ଏ.): କାକଟପୁର ବ୍ଲକ କୁଣ୍ଡେଇ ପଞ୍ଚାୟତର ପାଟପୁର-ସାଡେଙ୍ଗୀ ଗ୍ରାମର ଶତାଧିକ ଗ୍ରାମବାସୀ ଶୁକ୍ରବାର ମଧ୍ୟାହ୍ନରୁ କାକଟପୁର ବ୍ଲକ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସିଛନ୍ତି। ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ଚାଉଳ, ଗହମ, କିରୋସିନ ପ୍ରଭୃତି ଖାଉଟି ସାମଗ୍ରୀର ସୁଷମ ବଣ୍ଟନ କରିବା ଦାବିରେ ଗ୍ରାମବାସୀମାନେ ଧାରଣା ଦେଇଥିବା ଜଣାପଡିଛି।

ଡିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଡିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପୁରୀ ଅଫିସ, ୧୬।୩: କାକଟପୁର ବ୍ଲକ ଅଧୀନ ଭଗବତୀ ବିଦ୍ୟାପୀଠ ବାଜପୁର ନୋଡାଲ ସ୍କୁଲରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ମନମୁଖି କାର୍ଯ୍ୟ ପ୍ରତିବାଦରେ ସମ୍ପୃକ୍ତ ବିଦ୍ୟାଳୟର ଏସ୍‌ଏମ୍‌ସି କମିଟି ଶୁକ୍ରବାର ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଛନ୍ତି। ଏଥିସହ ସେମାନେ ଡିଇଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କୋର୍ଟରେ ହାଜର ହେଲେ ରଞ୍ଜିତା, ସୁଶାନ୍ତ

କୋର୍ଟରେ ହାଜର ହେଲେ ରଞ୍ଜିତା, ସୁଶାନ୍ତ

କଟକ ଅଫିସ, ୧୬।୩: ତିନିଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ଧଳସାମନ୍ତ ଭ୍ରାତା ସୁଶାନ୍ତ ଧଳସାମନ୍ତ ଓ ସିଏମ୍‌ସି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ସଦର ଥାନା ପୋଲିସ ଜେଏମ୍‌ଏଫସି(ଗ୍ରାମାଞ୍ଚଳ) ଅଦାଲତରେ ହାଜର କରିଛି। ଉଭୟଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ପୋଲିସ ଜେରା କରିଥିଲା। ଗୁରୁବାର ଜେରାର ଶେଷ ଦିନରେ ରଞ୍ଜିତା ଓ ସୁଶାନ୍ତଙ୍କୁ ଏକାଠି ବସାଯାଇ ଜେରା କରାଯାଇଥିଲା। ଉଭୟେ ଜେଲ ଭିତରୁ ବିଜନ ପାଲ୍‌ଙ୍କୁ ହତ୍ୟା ଉଦ୍ୟମ ପାଇଁ ଯୋଜନା କରିଥିବାର ସ୍ବୀକାର କରିଥିଲେ।

ରଞ୍ଜିତା, ସୁଶାନ୍ତଙ୍କୁ ମୁହଁ।ମୁହିଁ ଜେରା

ରଞ୍ଜିତା, ସୁଶାନ୍ତଙ୍କୁ ମୁହଁ।ମୁହିଁ ଜେରା

କଟକ ଅଫିସ, ୧୫।୩- ତିନିଦିନିଆ ରିମାଣ୍ଡର ଗୁରୁବାର ଶେଷ ଦିନରେ ସୁଶାନ୍ତ ଧଳସାମନ୍ତ ଓ ସିଏମ୍‌ସି କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ସଦର ଥାନାରେ ମୁହଁାମୁହିଁ ମାରାଥନ ଜେରା କରାଯାଇଛି। ଉଭୟଙ୍କୁ ୫ ଘଣ୍ଟା ଧରି ଜେରା କରାଯାଇଥିଲା।

ବଡ଼ଦେଉଳ ଫଟୋ ଭାଇରାଲ: ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ବଡ଼ଦେଉଳ ଫଟୋ ଭାଇରାଲ: ସୋସିଆଲ ମିଡିଆରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର

ପୁରୀ ଅଫିସ,୧୫।୩: ଭାଇରାଲ ଶ୍ରୀମନ୍ଦିର ପିଛା ଛାଡୁନି। କିଛି ସମୟ ବ୍ୟବଧାନ ପରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଫଟୋ। ଏବେ ପୁଣି ବଡ଼ଦେଉଳ ଫଟୋ ଭାଇରାଲ ହୋଇଛି। ଏଥର ମନ୍ଦିର ଭିତରେ ନୁହେଁ, ବାହାରୁ ଡ୍ରୋନ କ୍ୟାମେରାରେ ଉଠିଛି ଏହି ଫଟୋ। ଏଥିରେ ସମ୍ପୂର୍ଣ୍ଣ ବଡ଼ଦେଉଳ ବେଢାର ଚିତ୍ର ରହିଛି। ଏହି ଫଟୋ ଉଠାଇବା ପରେ ଏହାକୁ ସୋସିଆଲ ମିଡିଆରେ ଅପ୍‌ଲୋଡ କରାଯାଇଛି।

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି

ଗଠନ ହେଲା ଶ୍ରୀମନ୍ଦିର ପରିଚାଳନା କମିଟି

ପୁରୀ ଅଫିସ, ୧୫।୩: ଦୀର୍ଘ ସାଢ଼େ ୭ ମାସ ପରେ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗଠନ ହୋଇଛି। ରାଜ୍ୟ ସରକାରଙ୍କ ଆଇନ ବିଭାଗ ପକ୍ଷରୁ ଗୁରୁବାର ଏ ସଂକ୍ରାନ୍ତରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କମିଟିର ମନୋନୀତ ୧୦ ସଦସ୍ୟଙ୍କ ନାମ ସ୍ଥାନ ପାଇଛି। ମନୋନୀତ ସଦସ୍ୟଙ୍କ ମଧ୍ୟରେ ନୂଆ ଓ ପୁରୁଣା ମୁହଁକୁ ସମାନ ଗୁରୁତ୍ୱ ଦିଆଯାଇଛି।

ରେଡ୍‌ଫ୍ଲାଗ ତଦନ୍ତ କରାଯିବ: ଡିଜିପି

ରେଡ୍‌ଫ୍ଲାଗ ତଦନ୍ତ କରାଯିବ: ଡିଜିପି

ଭୁବନେଶ୍ୱର, ୧୫।୩(ବ୍ୟୁରୋ)- ମହିଳାଙ୍କ ମର୍ଯ୍ୟାଦା ହାନି କରୁଥିବା ଭଳି ଆପରାଧିକ ଘଟଣା ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି। ଅଶ୍ଳୀଳ ଭିଡିଓ ଏବଂ ଫଟୋ ଭାଇରାଲ ସାଙ୍ଗକୁ ମହିଳାଙ୍କ ଉପରେ ଦିନକୁ ଦିନ ଅତ୍ୟାଚାର ବଢ଼ୁଛି, ଯାହା ଅତ୍ୟନ୍ତ ଚିନ୍ତାଜନକ। ଏହାକୁ ଗୁରୁତ୍ୱର ସହ ନେଇଛି ପୋଲିସ ବିଭାଗ। ତେଣୁ ଏଭଳି କାର୍ଯ୍ୟ କରୁଥିବା ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବାରୁଣୀସ୍ନାନ: ଭାର୍ଗବୀ ନଦୀ ଭୃଗୁଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ

ବାରୁଣୀସ୍ନାନ: ଭାର୍ଗବୀ ନଦୀ ଭୃଗୁଘାଟରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାବେଶ

ସାକ୍ଷୀଗୋପାଳ, ୧୫।୩(ଡି.ଏନ.ଏ.): ପୁଣ୍ୟତୋୟା ଭାର୍ଗବୀ ନଦୀରେ ଗୁରୁବାର ବାରୁଣୀ ସ୍ନାନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି। ସାକ୍ଷୀଗୋପାଳ ନିକଟ ବଳପୁର ଭୃଗୁଘାଟରେ ମହାବାରୁଣୀ ଯୋଗରେ ବୁଡ ପକାଇବା ନିମନ୍ତେ ଭକ୍ତମାନେ ଭିଡ ଜମାଇଛନ୍ତି। ଏହି ଯୋଗରେ ଭାର୍ଗବୀ ନଦୀର ଉକ୍ତ ଘାଟରେ ସ୍ନାନ କଲେ ମହୋଦଧି ସ୍ନାନ ବା ସାଗର ସ୍ନାନର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି।

ପ୍ରେମିକଙ୍କ ଅଜବ କାଣ୍ଡ: ପ୍ରେମିକାଙ୍କୁ ନେଇ ଫେରାର ହେବା ପରେ ସୋସିଆଲ ମିଡିଆରେ ଛାଡିଲେ ଅଶ୍ଳୀଳ ଫଟୋ

ପ୍ରେମିକଙ୍କ ଅଜବ କାଣ୍ଡ: ପ୍ରେମିକାଙ୍କୁ ନେଇ ଫେରାର ହେବା ପରେ ସୋସିଆଲ ମିଡିଆରେ ଛାଡିଲେ ଅଶ୍ଳୀଳ ଫଟୋ

ବେଗୁନିଆ,୧୫।୩(ଡି.ଏନ.ଏ.): ବେଗୁନିଆ ମହାବିଦ୍ୟାଳୟରେ ଯୁକ୍ତ ୩ରେ ପଢ଼ୁଥିବା ଜଣେ କଲେଜ ଛାତ୍ରୀଙ୍କ ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବକ ତାଙ୍କ ପରିବାରକୁ ବ୍ଲାକମେଲିଂ କରିବା ସହ ଅଶ୍ଳୀଳ ଫଟୋକୁ ଭାଇରାଲ କରିଥିବା ଗୁରୁବାର ବେଗୁନିଆ ଥାନାରେ ଅଭିଯୋଗ ହୋଇଛି।

ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ କନୋଲି ଗିରଫ, ଶାର୍ପ ସୁଟର ଭାବେ କରୁଥିଲେ କାମ

ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ କନୋଲି ଗିରଫ, ଶାର୍ପ ସୁଟର ଭାବେ କରୁଥିଲେ କାମ

କଟକ ଅଫିସ, ୧୫।୩: ଧଳସାମନ୍ତ ଭ୍ରାତାଙ୍କ ପ୍ରମୁଖ ସହଯୋଗୀ କନୋଲି ଓରଫ ଆଶିଷ କୁମାର ବେହେରାଙ୍କୁ ଗୁରୁବାର ଚାଉଳିଆଗଞ୍ଚ ଥାନା ପୋଲିସ ଗିରଫ କରିଛି। କନୋଲି ଧଳସାମନ୍ତ ଭ୍ରାତାଙ୍କ ଶାର୍ପ ସୁଟରଭାବେ କାମ କରୁଥିଲେ। ସେ ଦାଦାବଟି ସହ ଟେଣ୍ଡର ଫିକ୍ସିଂରେ ମଧ୍ୟ ଧଳସାମନ୍ତ ଭ୍ରାତାଙ୍କୁ ସହଯୋଗ କରୁଥିଲେ।

ମନ୍ତ୍ରିମଣ୍ଡଳକୁ ଫେରିବେନି ଯୁବ ବିଧାୟକ, ମୁଖ୍ୟମନ୍ତ୍ରୀ କହିଲେ ଅଦଳବଦଳ ସମ୍ଭାବନା ନାହିଁ

ମନ୍ତ୍ରିମଣ୍ଡଳକୁ ଫେରିବେନି ଯୁବ ବିଧାୟକ, ମୁଖ୍ୟମନ୍ତ୍ରୀ କହିଲେ ଅଦଳବଦଳ ସମ୍ଭାବନା ନାହିଁ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ବର୍ତ୍ତମାନ ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ହେବାର କୌଣସି ସମ୍ଭାବନା ନାହିଁ। ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ଏପରି ସୂଚନା ଦେଇଛନ୍ତି। କିଛିଦିନ ହେବ ରାଜ୍ୟ ମନ୍ତ୍ରିମଣ୍ଡଳକୁ କିଛି ଯୁବ ବିଧାୟକ ଫେରିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଥିଲା। ମାତ୍ର ଏହି ଚର୍ଚ୍ଚାକୁ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟ ବିରାମ ଦେଇଛି।

ହୃଦ୍‌ଘାତରେ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁକଲା ପୁରୀ ସମୁଦ୍ରକୂଳ ପୋଲିସ

ହୃଦ୍‌ଘାତରେ ପ୍ରବାସୀ ଭାରତୀୟଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁକଲା ପୁରୀ ସମୁଦ୍ରକୂଳ ପୋଲିସ

ପୁରୀ ଅଫିସ, ୧୫।୩: ପୁରୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ପ୍ରବାସୀ ଭାରତୀୟଙ୍କ ଗୁରୁବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକ ହେଲେ ସୁନ୍ଦର ରାଜନ ସୁକୁମାର(୫୨)। ସେ ମୂଳତଃ ମାଡ୍ରାସ ବାସିନ୍ଦା ହୋଇଥିବା ବେଳେ କାନାଡାରେ ରହି ଆସୁଥିଲେ। ସମୁଦ୍ରକୂଳ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

୧୭ରେ ଆସିବେ ରାଷ୍ଟ୍ରପତି, ସଜେଇ ହେଉଛି ସଂସ୍କୃତ ସଂସ୍ଥାନ

୧୭ରେ ଆସିବେ ରାଷ୍ଟ୍ରପତି, ସଜେଇ ହେଉଛି ସଂସ୍କୃତ ସଂସ୍ଥାନ

ପୁରୀ ଅଫିସ, ୧୫।୩: ଆସନ୍ତା ୧୭ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜିଲାପାଳ ଓ ପ୍ରଶାସନିକ ଅଧିକାରୀମାନେ ତାଳବଣିଆ ହେଲିପ୍ୟାଡ୍‌, ଛାତ୍ରାବାସ, ଅନୁଷ୍ଠିତ ହେବାକୁ ଥିବା ଶତବାର୍ଷିକ ସମାରୋହ ସ୍ଥଳକୁ ବୁଲି ପ୍ରସ୍ତୁତି ତର୍ଜମା କରିଛନ୍ତି।

ପରିମଳ କର୍ମଚାରୀଙ୍କ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ପରିମଳ କର୍ମଚାରୀଙ୍କ ସମୂହ କାର୍ଯ୍ୟବନ୍ଦ ଆନ୍ଦୋଳନ ଧମକ

ପୁରୀ ଅଫିସ, ୧୫।୩: ଶ୍ରୀଜଗନ୍ନାଥ ଠିକା ପରିମଳ କର୍ମଚାରୀ ସଂଘର ୨୪ଜଣ ଛଟେଇ କର୍ମଚାରୀଙ୍କ ଅହୋରାତ୍ର ଧାରଣା ଗୁରୁବାର ନବମ ଦିନରେ ପହଞ୍ଚିଛି। ପୁନଃ ନିଯୁକ୍ତି ସହ ୧୦ ଦଫା ଦାବିରେ ଗତ ୭ ତାରିଖଠାରୁ କର୍ମଚାରୀମାନେ ସପରିବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ଲାଗି ଉଦ୍ଦିଷ୍ଟ ବାଥ୍‌ରୁମ୍‌: ଦେଢଲକ୍ଷ ଟଙ୍କାର ଆଇନା, ଅତ୍ୟାଧୁନିକ ସାୱାର

ଚର୍ଚ୍ଚାରେ ରାଷ୍ଟ୍ରପତିଙ୍କ ଲାଗି ଉଦ୍ଦିଷ୍ଟ ବାଥ୍‌ରୁମ୍‌: ଦେଢଲକ୍ଷ ଟଙ୍କାର ଆଇନା, ଅତ୍ୟାଧୁନିକ ସାୱାର

ପୁରୀ ଅଫିସ, ୧୪। ୩: ଆସନ୍ତା ୧୮ ତାରିଖରେ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶତବାର୍ଷିକୀ ସମାରୋହରେ ଯୋଗଦେବେ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପୂର୍ବରୁ ସକାଳେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ତେଣୁ ରାଷ୍ଟ୍ରପତି ୧୭ ତାରିଖ ସନ୍ଧ୍ୟାରେ ପୁରୀରେ ପହଞ୍ଚତ୍ ରାତ୍ରିଯାପନ କରିବେ। ଏଥିପାଇଁ ସଜେଇ ହେଉଛି ପୁରୀ ସର୍କିଟ ହାଉସ୍‌।

ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ଓଟିଡିସି ସ୍ନାକ୍ସ ବାର୍‌

ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ଓଟିଡିସି ସ୍ନାକ୍ସ ବାର୍‌

ବାରଙ୍ଗ,୧୪।୩(ଡି.ଏନ୍‌.ଏ.): ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସନ୍ନିକଟ ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ସ୍ନାକ୍ସ ବାର୍‌। ପ୍ରଥମ କରି ଖୋଲିଥିବା ଏହି ସ୍ନାକ୍ସ ବାର୍‌କୁ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ବୁଧବାର ଲୋକାର୍ପଣ କରିଛନ୍ତି।

ଆଇପିଏସ୍‌ ସମ୍ମିଳନୀର ଦ୍ୱିତୀୟ ଦିବସ: ଅପରାଧ ନିୟନ୍ତ୍ରଣ, ଗୁଣାତ୍ମକ ତଦନ୍ତକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୩(ବ୍ୟୁରୋ) - ରାଜ୍ୟରେ ଏବେ ଅପରାଧୀମାନେ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଉଥିବାରୁ ପୋଲିସ ପ୍ରଶାସନ ବଦନାମ ମୁଣ୍ଡାଉଛି। ତେଣୁ ଅପରାଧୀମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (କ୍ରାଇମ) ସନ୍ତୋଷ କୁମାର ଉପାଧ୍ୟାୟ ଆଇପିଏସ୍‌ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗୁଣିଗାରେଡ଼ି ରୋକିବାକୁ ପଦକ୍ଷେପ ନେବେ ସରକାର

ଗୁଣିଗାରେଡ଼ି ରୋକିବାକୁ ପଦକ୍ଷେପ ନେବେ ସରକାର

ଭୁବନେଶ୍ୱର,୧୪।୩(ବ୍ୟୁରୋ): ଗୁଣିଗାରେଡ଼ି ଏକ ଅନ୍ଧବିଶ୍ୱାସ। ବିଂଶ ଶତାବ୍ଦୀରେ ଗୁଣିଗାରେଡ଼ିକୁ ବିଶ୍ୱାସ କରିବା ଯେତିକି ଦୁଃଖଦାୟକ ସେତିକି ଦୁର୍ଭାଗ୍ୟଜନକ। ସଭ୍ୟ ସମାଜରେ ମହିଳାଙ୍କ ଉପରେ ଅତ୍ୟାଚାର ବଢ଼ିବା ପ୍ରମୁଖ ଚିନ୍ତାର ବିଷୟ। ସାମାଜିକ ହିଂସା ଓ ଘରୋଇ ହିଂସାର ବିଲୋପ ହେଲେ ହିଁ ମହିଳାମାନେ ସୁରକ୍ଷିତ ହୋଇପାରିବେ।

ନନ୍ଦନକାନନ ଆସିଲେ ପୁଣି ୮ ଚିତ୍ରା ହରିଣ, ମଗର ଦେଲା ୩୦ ଅଣ୍ଡା

ନନ୍ଦନକାନନ ଆସିଲେ ପୁଣି ୮ ଚିତ୍ରା ହରିଣ, ମଗର ଦେଲା ୩୦ ଅଣ୍ଡା

ବାରଙ୍ଗ,୧୪।୩(ଡି.ଏନ୍‌.ଏ.): ରାଜଭବନ ଡିଅର ପାର୍କରୁ ପୁଣି ୮ ଚିତ୍ରା ହରିଣଙ୍କୁ ବୁଧବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଅଣାଯାଇଛି। ସେମାନଙ୍କ ମଧ୍ୟରେ ୩ ମାଈ ଓ ୫ ଅଣ୍ଡିରା ରହିଛନ୍ତି। ଏହି ଚିତ୍ରା ହରିଣମାନଙ୍କୁ ତୃଣଭୋଜି ସଫାରିରେ ରଖାଯାଇଛି। ଏହିଭଳି ୧୪ଟି ପର୍ଯ୍ୟାୟରେ ପୂର୍ବରୁ ରାଜଭବନ ଡିଅର ପାର୍କରୁ ୨୫ଟି ମାଈ ଓ ୩୭ଟି ଅଣ୍ଡିରା ସମେତ ୬୨ଟି ଚିତ୍ରା ହରିଣ ଆସିସାରିଛନ୍ତି।