ମେଟ୍ରୋ

ଫିଲ୍ମ ଶୁଟିଂ ବେଳେ ଅଭିନେତା ଅନୁଭବ ଆହତ

ଫିଲ୍ମ ଶୁଟିଂ ବେଳେ ଅଭିନେତା ଅନୁଭବ ଆହତ

କଟକ ଅଫିସ, ୧୨।୪:ଫିଲ୍ମ ଶୁଟିଂ ବେଳେ ଆହତ ହୋଇଛନ୍ତି ଓଡ଼ିଆ ସିନେମା ଜଗତର ସୁପରଷ୍ଟାର ତଥା ରାଜ୍ୟ ସଭା ସଦସ୍ୟ ଅନୁଭବ ମହାନ୍ତି। ଗୁରୁବାର ଅପରାହ୍ନରେ କଟକ ମହାନଦୀ ବିହାରରେ ଏକ ଓଡ଼ିଆ ସିନେମାର ଫାଇଟିଂ ଦୃଶ୍ୟ ଶୁଟିଂ ଚାଲିଥିବାବେଳେ ଅନୁଭବଙ୍କ ଡାହାଣ ଗୋଡ଼ରେ ଆଘାତ ଲାଗିଥିଲା।

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଅଗ୍ନିକାଣ୍ଡ

ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଅଗ୍ନିକାଣ୍ଡ

ପୁରୀ ଅଫିସ, ୧୩।୪: ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ସମ୍ମୁଖ ଗଳିରେ ଶୁକ୍ରବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଗୋବିନ୍ଦ ମହାପାତ୍ରଙ୍କ ଗୋଟିଏ ବଖରା ଚାଳଘର ଜଳି ଯାଇଛି। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ଖବର ପାଇଁ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

କୋର୍ଟରୁ ଫେରାର କଏଦୀ ଗିରଫ

କୋର୍ଟରୁ ଫେରାର କଏଦୀ ଗିରଫ

କଟକ ରୋଡ଼, ୧୩।୪(ଡି.ଏନ୍‌.ଏ.): ଭୁବନେଶ୍ୱର କୋର୍ଟ ପରିସରରୁ ଚମ୍ପଟ ମାରିଥିବା କଏଦୀ ରଞ୍ଜନ ମାର୍ଥାଙ୍କୁ ବଡ଼ଗଡ଼ ପୋଲିସ ଗୁରୁବାର ଅପରାହ୍ନରେ ଗିରଫ କରିଛି। ଗତ ପ୍ରାୟ ଦେଢ ବର୍ଷ ଧରି ଏକ ବଳାତ୍କାର ମାମଲାରେ ଗିରଫ ହୋଇଥିବା ରଞ୍ଜନ ଝାରପଡ଼ା ସ୍ବତନ୍ତ୍ର ଜେଲରେ ବିଚାରାଧୀନ କଏଦୀ ଭାବେ ଦଣ୍ଡ ଭୋଗୁଥିଲେ।

ପୋଲିସ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଆହତ

ପୋଲିସ ଏନ୍‌କାଉଣ୍ଟର: କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଆହତ

ଖୋର୍ଦ୍ଧା ଅଫିସ, ୧୩।୪: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଛଣଗିରି ପଞ୍ଚାୟତ ରାସ୍ତାରେ ଶୁକ୍ରବାର ନୟାଗଡ଼ ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧି ସୂର୍ଯ୍ୟମଣି ଛୋଟରାୟ ଓରଫ ଚିଲୁ ଆହତ ହୋଇଛନ୍ତି। ତାଙ୍କ ଡାହାଣ ଗୋଡରେ ଗୁଳି ବାଜିଛି।

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ର଼୍ୟାମ୍ପେଜ୍‌’, ହିନ୍ଦୀରେ ରିଲିଜ୍‌ ହେବ ‘ଅକ୍ଟୋବର’ ଓ ‘ମରକ୍ୟୁରୀ’

ଫିଲ୍ମ ଫ୍ରାଇଡେ’: ପରଦାକୁ ଆସିବ ‘ର଼୍ୟାମ୍ପେଜ୍‌’, ହିନ୍ଦୀରେ ରିଲିଜ୍‌ ହେବ ‘ଅକ୍ଟୋବର’ ଓ ‘ମରକ୍ୟୁରୀ’

ଭୁବନେଶ୍ୱର,୧୨।୪(ବ୍ୟୁରୋ)- କିଛି ଭିନ୍ନ ସ୍ବାଦର ଫିଲ୍ମ ସହ ଏଥର ଫିଲ୍ମ ଫ୍ରାଇଡେ’ ଦର୍ଶକଙ୍କ ପାଇଁ ନେଇଆସୁଛି ଭରପୂର ମନୋରଞ୍ଜନ। ଦୁଇ ଦୁଇଟି ହିନ୍ଦୀ ଫିଲ୍ମ ସାଙ୍ଗକୁ ବହୁ ପ୍ରତୀକ୍ଷିତ ଆମେରିକାନ୍‌ ସାଇନ୍ସ ଫିକ୍ସନ ଫିଲ୍ମ ‘ର଼୍ୟାମ୍ପେଜ୍‌’ ଶୁକ୍ରବାର ପରଦାକୁ ଆସୁଛି। ବରୁଣ ଧାଓ୍ବନଙ୍କ ଅଭିନୀତ ହିନ୍ଦୀ ଫିଲ୍ମ ‘ଅକ୍ଟୋବର’ ସହ ପ୍ରଭୁ ଦେବାଙ୍କ ଫିଲ୍ମ ‘ମରକ୍ୟୁରୀ’ ଏଥର ରିଲିଜ୍‌ ହେବାକୁ ଯାଉଛି।

ସ୍ବାମୀଙ୍କ ୨ୟ ବିବାହ ଯୋଜନା: ବିରୋଧ କରିବାରୁ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ

ସ୍ବାମୀଙ୍କ ୨ୟ ବିବାହ ଯୋଜନା: ବିରୋଧ କରିବାରୁ ସ୍ତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ ଧମକ

ଭୁବନେଶ୍ୱର, ୧୨।୪(ବ୍ୟୁରୋ)- ୪ବର୍ଷ ତଳେ ଦୁହେଁ କୋର୍ଟରେ ବିବାହ କରିଥିଲେ। ଉଭୟେ ଏକାଠି ରହୁ ନ ଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଥିଲା। ଘରେ ଏକଥା ଜାଣି ନ ଥିବାରୁ ସ୍ତ୍ରୀ ହୋଇ ବି ୬ ଥର ଗର୍ଭ ନଷ୍ଟ କରିଛନ୍ତି। ମାତ୍ର ପରିବାର ସ୍ବୀକୃତି ମିଳିବା ପରେ ବୈଦିକ ରୀତିନୀତିରେ ବିବାହ କରିବାକୁ କହୁଥିବା ସ୍ବାମୀ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତିି। ଆସନ୍ତା ୧୮ ତାରିଖରେ ସେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିବେ।

ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ) : ଓଡ଼ିଶାର ୪ କୋଇଲା ଖଣିକୁ କେନ୍ଦ୍ର ସରକାର ଡବ୍ଲ୍ୟୁସିଏଲ୍‌ ହାତରେ ଟେକିଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧ କରିବା ସହ ଖଣିଗୁଡ଼ିକୁ ଏମ୍‌ସିଏଲକୁ ଦେବା ପାଇଁ ପ୍ରସ୍ତାବ ଦେଇଛନ୍ତି। ଏ ନେଇ କେନ୍ଦ୍ର କୋଇଲା ମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ମୁଖ୍ୟମନ୍ତ୍ରୀ ଗୁରୁବାର ଚିଠି ଲେଖିଛନ୍ତି।

ମହାନଦୀ ବିବାଦକୁ ନେଇ ହଟ୍ଟଗୋଳ: ଗୃହ ୩ଟାଯାଏ ମୁଲତବୀ

ମହାନଦୀ ବିବାଦକୁ ନେଇ ହଟ୍ଟଗୋଳ: ଗୃହ ୩ଟାଯାଏ ମୁଲତବୀ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଲଗାତାର ଦ୍ୱିତୀୟ ଦିନ ଚାଲିପାରିଲା ନାହିଁ ବିଧାନସଭା।

ଅତାବିରା ଏନ୍‌ଏସି ଅଧ୍ୟକ୍ଷା ହେଲେ ଦୀପାଞ୍ଜଳି

ଅତାବିରା ଏନ୍‌ଏସି ଅଧ୍ୟକ୍ଷା ହେଲେ ଦୀପାଞ୍ଜଳି

ସରଣ୍ଡା, ୧୨।୪(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଏନ୍‌ଏସିର ଅଧ୍ୟକ୍ଷା ଭାବେ ଦୀପାଞ୍ଜଳି ଭୋରାସାଗର ମନୋନୀତ ହୋଇଛନ୍ତି। ଉପଜିଲାପାଳ ବିଶ୍ୱଜିତ୍‌ ମହାପାତ୍ର ଗୁରୁବାର ଏହା ଘୋଷଣା କରିଛନ୍ତି।

ପୁରୀ ବେଳାଭୂମିରୁ ଡଲ୍‌ଫିନ୍‌ ଉଦ୍ଧାର

ପୁରୀ ବେଳାଭୂମିରୁ ଡଲ୍‌ଫିନ୍‌ ଉଦ୍ଧାର

ପୁରୀ ଅଫିସ, ୧୨।୪: ପୁରୀ ବେଳାଭୂମି ମାର୍ଗର ହୋଟେଲ ଭିକ୍ଟୋରିଆ ନିକଟରୁ ଗୁରୁବାର ଏକ ମୃତ ଡଲ୍‌ଫିନ୍‌ ଜଙ୍ଗଲ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ପ୍ରାୟ ୩ ଫୁଟ ହେବ। ତେବେ ଡଲ୍‌ଫିନ୍‌ଟି କେଉଁ ପ୍ରଜାତିର ତାହା ସ୍ପଷ୍ଟ ହୋଇନାହିଁ। ବେଳାଭୂମିରେ ଏକ ଡଲ୍‌ଫିନ୍‌ ପଡିଥିବା ଦେଖି ଲାଇଫ୍‌ଗାର୍ଡମାନେ ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ।

ସି-ଶୋର ଲିଙ୍କ୍‌: ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ସି-ଶୋର ଲିଙ୍କ୍‌: ପ୍ରଭାତ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

କଟକ ଅଫିସ, ୧୧।୪- ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଜାମିନ ଆବେଦନର ଶୁଣାଣି ବୁଧବାର ହାଇକୋର୍ଟରେ ହୋଇଥିଲା। ସେ ଅସୁସ୍ଥ ଥିବା ଦର୍ଶାଇ ବିଶ୍ୱାଳଙ୍କ ପକ୍ଷରୁ ପୁଣି ହାଇକୋର୍ଟରେ ଜାମିନ ଆବେଦନ କରାଯାଇଛି। ବିଚାରପତି ବିଶ୍ୱନାଥ ରଥ ବିଶ୍ୱାଳଙ୍କ ସ୍ବାସ୍ଥ୍ୟ ସମ୍ପର୍କିତ ସବିଶେଷ ରିପୋର୍ଟ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଧାୟକ ବିଶ୍ୱାଳ ତାଙ୍କ ଜାମିନ ଆବେଦନରେ ଦର୍ଶାଇଛନ୍ତି ଯେ, ତାଙ୍କର ସ୍ବାସ୍ଥ୍ୟ ସମସ୍ୟା ଯେହେତୁ ଗୁରୁତର ରହିଛି। ଏଣୁ ତାଙ୍କୁ ଏସ୍‌ସିବିରେ ରଖାଯାଇ ଚିକିତ୍ସା କରାଯାଉଛି। ସେ ଜଣେ ବିଧାୟକ। ତାଙ୍କ ନିର୍ବାଚନମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝିବା ତାଙ୍କର ଦାୟିତ୍ୱ। ଏ କ୍ଷେତ୍ରରେ ତାଙ୍କୁ ଜାମିନ ପ୍ରଦାନ କରାଯାଉ ବୋଲି ପ୍ରଭାତଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପ୍ରାର୍ଥନା କରାଯାଇଛି।

ରେଭେନ୍‌ଶା ନିଯୁକ୍ତି ବିଜ୍ଞପ୍ତି ରଦ୍ଦ

ରେଭେନ୍‌ଶା ନିଯୁକ୍ତି ବିଜ୍ଞପ୍ତି ରଦ୍ଦ

କଟକ ଅଫିସ, ୧୧।୪- ରେଭେନ୍‌ଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରଫେସର, ରିଡର ଓ ଅଧ୍ୟାପକ ନିଯୁକ୍ତି ନିମନ୍ତେ ପ୍ରକାଶିତ ବିଜ୍ଞପ୍ତିକୁ ହାଇକୋର୍ଟ ଅବୈଧ ଘୋଷଣା କରିଛନ୍ତି। ଏଥିରେ ୟୁଜିସି ଗାଇଡ୍‌ଲାଇନକୁ ଅନୁସରଣ କରାଯାଇ ନ ଥିବା ଅଭିଯୋଗକୁ ବୁଧବାର ହାଇକୋର୍ଟ ଗ୍ରହଣ କରି ଉକ୍ତ ନିଯୁକ୍ତି ବିଜ୍ଞପ୍ତିକୁ ରଦ୍ଦ କରିଦେଇଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ଆଦେଶକୁ ପ୍ରତ୍ୟାହାର କରିନେଇ ଏହି ଆଦେଶ ଦେଇଛନ୍ତି। ଫଳରେ ଏହି ନିଯୁକ୍ତି ନେଇ ପୁଣିଥରେ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି।

ଭିଜିଲାନ୍ସ ଜାଲରେ ପୋଲିସ ଏଏସ୍‌ଆଇ: ୩ହଜାର ଲାଞ୍ଚ ନେଇ ଗିରଫ ହେଲେ

କଟକ ଅଫିସ, ୧୧।୪- କଳାହାଣ୍ଡି ଜିଲା ରାମନ୍ଦ୍ରପୁର ଥାନା କର୍ଲାମୁଣ୍ଡା ଫାଣ୍ଡିର ଏଏସ୍‌ଆଇ ଗୟା କୁମାର ସେନାପତି ବୁଧବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। କର୍ଲାମୁଣ୍ଡା ଗ୍ରାମର କୃଷ୍ଣଚରଣ ନାୟକଙ୍କଠାରୁ ଏଏସ୍‌ଆଇ ସେନାପତି ୩ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। କୃଷ୍ଣଙ୍କ ବିରୋଧରେ ରାମଚନ୍ଦ୍ରପୁର ଥାନାରେ ୨୩/୧୮ରେ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ମାମଲାରେ କୃଷ୍ଣଙ୍କୁ ଗିରଫ ନ କରିବା ପାଇଁ ଏଏସ୍‌ଆଇ ସେନାପତି ତାଙ୍କୁ ୩ହଜାର ଲାଞ୍ଚ ଦାବି କରିଥିଲେ। ବୁଧବାର ପୂର୍ବାହ୍ନ ୧୧ଟାରେ ଫାଣ୍ଡିରେ ବସି ଏଏସ୍‌ଆଇ ସେନାପତି କୃଷ୍ଣଙ୍କଠାରୁ ଏହି ଲାଞ୍ଚ ଗ୍ରହଣ କରିଥିଲେ। ଲାଞ୍ଚ ଟଙ୍କାକୁ ଫାଣ୍ଡିରେ ଥିବା ଏକ ଆଲମିରାରେ ରଖିଥିଲେ। ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ ଉକ୍ତ ଆଲମିରାରୁ ଲାଞ୍ଚ ଟଙ୍କା ଜବତ କରିବା ସହିତ ଏଏସ୍‌ଆଇ ସେନାପତିଙ୍କୁ ଗିରଫ କରିଥିଲେ। ପରେ ଭିଜିଲାନ୍ସ ପକ୍ଷରୁ ଏଏସ୍‌ଆଇ ସେନାପତିଙ୍କ କଳାହାଣ୍ଡି ଜିଲା ନର୍ଲା ଥାନା ଅଧୀନସ୍ଥ ଦେହେଲି ଗ୍ରାମରେ ଥିବା ଘରକୁ ଯାଞ୍ଚ କରାଯାଇଥିଲା। ଏ ସମ୍ପର୍କରେ କୋରାପୁଟ ଭିଜିଲାନ୍ସ ଥାନାରେ ୧୧/୧୮ରେ ଏକ ମାମଲା ରୁଜୁ କରାଯାଇଛି।

ଲାଞ୍ଚ ନେଇ ଡାକ୍ତର, ଫାର୍ମାସିଷ୍ଟ ଗିରଫ

କଟକ ଅଫିସ, ୧୧।୪- ଦୁଇହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଗଞ୍ଜାମ ଜିଲା ବୋମକେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଶିଶିର କୁମାର ପ୍ରଧାନ ଓ ଫାର୍ମାସିଷ୍ଟ ପି. ରାଘବାରାଓ ପାତ୍ର। ବୁଧବାର ଉଭୟ ଦିଗପହଣ୍ଡି ଥାନା ଅଧୀନ ଝରିପଦର ଗ୍ରାମର ଝୁମୁରି ଗୌଡ଼ା ନାମକ ଜଣେ ମହିଳାଙ୍କଠାରୁ ପୂର୍ବ ଦାବି ମୁତାବକ ଏହି ଲାଞ୍ଚ ଗ୍ରହଣ କରୁଥିଲେ।

ଦୀପୁ, ଓମ୍‌ ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ: ଅଭିଯୁକ୍ତଙ୍କୁ ଚିହ୍ନିଲେ ଦୀପୁଙ୍କ ମା’

ଦୀପୁ, ଓମ୍‌ ହତ୍ୟା ମାମଲାର ସାକ୍ଷ୍ୟ ଗ୍ରହଣ: ଅଭିଯୁକ୍ତଙ୍କୁ ଚିହ୍ନିଲେ ଦୀପୁଙ୍କ ମା’

କଟକ ଅଫିସ, ୧୧।୪- ଚର୍ଚ୍ଚିତ ଦୀପୁ, ଓମ୍‌ ହତ୍ୟା ମାମଲାରେ ସାକ୍ଷ୍ୟ ଗ୍ରହଣ ଆରମ୍ଭ ହୋଇଛି। ପୂର୍ବ ନିର୍ଦ୍ଦେଶ ମୁତାବକ ଏହି ମାମଲାରେ ଧଳସାମନ୍ତ ଭ୍ରାତାଙ୍କ ସମେତ ତାଙ୍କର ୧୨ ଜଣ ସହଯୋଗୀଙ୍କୁ କଟକ ଜିଲା ଦୌରାଜଜ୍‌ ସତ୍ୟନାରାୟଣ ମିଶ୍ରଙ୍କ ଅଦାଲତରେ ହାଜର କରାଯାଇଥିଲା। ତେବେ ଦୀପୁ ହତ୍ୟା ମାମଲାରେ ତାଙ୍କ ମା’ ଶାନ୍ତିଲତା ମଲିକ ଉକ୍ତ ଅଦାଲତରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ। କୋର୍ଟରେ ଅଭିଯୁକ୍ତଙ୍କୁ ସେ ଚିହ୍ନଟ କରିଥିଲେ। ଶାନ୍ତିଲତା ସାକ୍ଷ୍ୟ ପ୍ରଦାନ କରି କହିଥିଲେ ଯେ, ଧଳସାମନ୍ତ ଭ୍ରାତା ଦୀପୁଙ୍କୁ ଡାକିଛନ୍ତି ବୋଲି ସହଯୋଗୀ ଭଜନା ଓ ଗୁଡୁ କହିଥିଲେ। ଏହା ପରେ ଦୀପୁଙ୍କୁ ସେମାନେ ଅପହରଣ କରିନେଇଥିଲେ। ଯୋଜନା ମୁତାବକ ଧଳସାମନ୍ତ ଭ୍ରାତା ଓ ସହଯୋଗୀମାନେ ତାଙ୍କୁ ହତ୍ୟା କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର ଦଣ୍ଡବିଧାନ କରିବା ଲାଗି ଦୀପୁଙ୍କ ମା’ ଅଦାଲତଙ୍କୁ ନିବେଦନ କରିଥିଲେ। ତେବେ ତାଙ୍କ ସାକ୍ଷ୍ୟ ପ୍ରଦାନ ଅଧା ରହିଥିବାରୁ ପୁଣିଥରେ ଉକ୍ତ ଅଦାଲତକୁ ଆସିବେ। ଏଥିନିମନ୍ତେ ମେ ୧୪ ତାରିଖକୁ ଧାର୍ଯ୍ୟ ହୋଇଛି।

କୁନ୍ଦୁଲି ଗଣବଳାତ୍କାର ମାମଲା: ରାଜ୍ୟ ସରକାର, ସିବିଆଇ, ଡିଜିପିଙ୍କୁ ନୋଟିସ

କୁନ୍ଦୁଲି ଗଣବଳାତ୍କାର ମାମଲା: ରାଜ୍ୟ ସରକାର, ସିବିଆଇ, ଡିଜିପିଙ୍କୁ ନୋଟିସ

କଟକ ଅଫିସ, ୧୧।୪- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୁନ୍ଦୁଲି ଗଣବଳାତ୍କାର ଏବଂ ପୀଡିତାଙ୍କ ଆତ୍ମହତ୍ୟା ମାମଲାର ଶୁଣାଣି ହାଇକୋର୍ଟରେ ଆରମ୍ଭ ହୋଇଛି। ବୁଧବାର ଏ ସଂକ୍ରାନ୍ତରେ ଆଗତ ୫ଟି ମାମଲାର ଏକତ୍ର ଶୁଣାଣି ହୋଇଥିଲା। ଉକ୍ତ ମାମଲାରେ ହାଇକୋର୍ଟ ରାଜ୍ୟ ସରକାର, ସିବିଆଇ, ଗୃହ ସଚିବ, ଡିଜିପି, କୋରାପୁଟ ଏସ୍‌ପିଙ୍କ ସମେତ ଅନ୍ୟ ପ୍ରତିପକ୍ଷମାନଙ୍କୁ ମେ ୩ ସୁଦ୍ଧା ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି। ମୁଖ୍ୟ ବିଚାରପତି ବିନୀତ ସରନ ଓ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେବା ସହିତ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ମେ ୩କୁ ଦିନଧାର୍ଯ୍ୟ କରିଛନ୍ତି।

ହାଇକୋର୍ଟଙ୍କ ରାୟକୁ ନେଇ ଭକ୍ତ ଉତ୍ସାହିତ: ଭିତରକାଠ ନିକଟରୁ ମିଳିବ ଦର୍ଶନ

ହାଇକୋର୍ଟଙ୍କ ରାୟକୁ ନେଇ ଭକ୍ତ ଉତ୍ସାହିତ: ଭିତରକାଠ ନିକଟରୁ ମିଳିବ ଦର୍ଶନ

ପୁରୀ ଅଫିସ,୧୧ା୪: ଆସନ୍ତା ୧୬ ତାରିଖ ସୁଦ୍ଧା ଭକ୍ତଙ୍କ ପାଇଁ ଜଗମୋହନ ଖାଲି କର। ମଙ୍ଗଳବାର ହାଇକୋର୍ଟ ଶ୍ରୀମନ୍ଦିର ପ୍ରଶାସନକୁ ଏହି ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ହାଇକୋର୍ଟଙ୍କ ଏହି ରାୟକୁ ନେଇ ଭକ୍ତମାନେ ଉତ୍ସାହିତ ହୋଇପଡିଛନ୍ତି। କାରଣ ଖୁବ୍‌ଶୀଘ୍ର ସେମାନେ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ହାତ ମାରିବାକୁ ଡର

ହାତ ମାରିବାକୁ ଡର

କଟକ ଅଫିସ, ୧୧।୪: ଭୁବନେଶ୍ୱର ଓ କଟକରେ ଇଚ୍ଛାଧୀନ କୋଟା(ଡିକ୍ୟୁ)ରେ ପ୍ଲଟ, ଫ୍ଲାଟ ଆବଣ୍ଟନକୁ ନେଇ ହୋଇଥିଲା ମହାଦୁର୍ନୀତି। ଏହା ଏବେ ଚପିଯିବାକୁ ବସିଛି। କାରଣ ଏହାକୁ ନେଇ ସରକାର ଓ ପ୍ରଶାସନକୁ ଡ଼ର ଘାରିଛି। ଏହି ମାମଲାରେ ହାତ ମାରିବା ମାତ୍ରେ କେଉଁ କୂଳ ଖାଇବ ତାହାର ଆକଳନ ସରକାର କରି ପାରୁନାହାନ୍ତି।

ମହିଳାଙ୍କୁ ବଳାତ୍କାର ମାମଲା: ବିଏମ୍‌ସି କର୍ମଚାରୀ ଗିରଫ

ମହିଳାଙ୍କୁ ବଳାତ୍କାର ମାମଲା: ବିଏମ୍‌ସି କର୍ମଚାରୀ ଗିରଫ

ଭୁବନେଶ୍ୱର, ୧୧।୪(ବ୍ୟୁରୋ)- ସାଲିଆସାହି ଜନତାନଗରରେ ରହୁଥିବା ଜଣେ ମହିଳାଙ୍କୁ ବଳାତ୍କାର ମାମଲାରେ ପୋଲିସ ଅଭିଯୁକ୍ତ ବେଣୁଧର ନାୟକଙ୍କୁ ବୁଧବାର ଗିରଫ କରିଛି। ବେଣୁଧର ରଙ୍ଗମାଟିଆ ଅଞ୍ଚଳରେ ରହୁଥିବାବେଳେ ସେ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)ର ଜଣେ କର୍ମଚାରୀ। ଘଟଣା ସଂକ୍ରାନ୍ତରେ ମାମଲା ରୁଜୁ ହେବାର ଦୀର୍ଘ ୬ମାସ ପରେ ପୋଲିସ ଅଭିଯୁକ୍ତଙ୍କୁ ଧରିଛି।

ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ: ବାଣୀବିହାର ଛାତ୍ର ଗିରଫ

ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ: ବାଣୀବିହାର ଛାତ୍ର ଗିରଫ

ଭୁବନେଶ୍ୱର, ୧୧।୪(ବ୍ୟୁରୋ)- ଉକତ୍ଳ ବିଶ୍ୱବିଦ୍ୟାଳୟ(ବାଣୀବିହାର)ରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଦେଖାଦେଇଥିଲା। ଏହାକୁ କେନ୍ଦ୍ରକରି ଜଣେ ଅଣଛାତ୍ରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରାଯାଇଥିଲା। ଏହି ମାମଲାରେ ଜଡିତ ଥିବା ବାଣୀବିହାରର ଜଣେ ଛାତ୍ର ଦେବେଶ ଦାସଙ୍କୁ ଶହୀଦନଗର ପୋଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି।

ସାକ୍ଷୀଗୋପାଳ ମନ୍ଦିରରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କେନ୍ଦ୍ର

ସାକ୍ଷୀଗୋପାଳ ମନ୍ଦିରରେ ସ୍ବଚ୍ଛ ପାନୀୟ ଜଳ ଯୋଗାଣ କେନ୍ଦ୍ର

ସାକ୍ଷୀଗୋପାଳ, ୧୧।୪ (ଡି.ଏନ.ଏ.): ସ୍ବଚ୍ଛ ଆଇକନ୍‌ ପ୍ରକଳ୍ପ ଜରିଆରେ ସାକ୍ଷୀଗୋପାଳ ମନ୍ଦିର ପରିସରରେ ନାଲ୍‌କୋ ପକ୍ଷରୁ ସ୍ବଚ୍ଛ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ବୁଧବାର ଉନ୍ମୋଚିତ ହୋଇଯାଇଛି। ୬ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପକୁ ନାଲ୍‌କୋ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଡା. ତପନ କୁମାର ଚାନ୍ଦ ଶୁଭାରମ୍ଭ କରିଛନ୍ତି।

କୁନ୍ଦୁଲି ଗଣବଳାତ୍କାର ମାମଲା: ସିବିଆଇ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କୁନ୍ଦୁଲି ଗଣବଳାତ୍କାର ମାମଲା: ସିବିଆଇ, ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ,୧୧।୪: କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ଶୁଣାଣି ବୁଧବାର ହାଇକୋର୍ଟରେ ଆରମ୍ଭ ହୋଇଛି। ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପାଇଁ ହାଇକୋର୍ଟ ସିବିଆଇ, ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି।

ବିଧାନସଭାରେ ମହାନଦୀ ତାତି: ୩ଟା ଯାଏ ଗୃହ ମୁଲତବୀ

ବିଧାନସଭାରେ ମହାନଦୀ ତାତି: ୩ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବୁଧବାରଠାରୁ ଆରମ୍ଭ ହୋଇଛି। ପୂର୍ବାହ୍ନ ସାଢ଼େ ୧୦ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ପ୍ରଶ୍ନୋତ୍ତର କାର୍ଯ୍ୟ ଆରମ୍ଭ କରିଥିଲେ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ନିଜ ଆସନରୁ ଠିଆ ହୋଇ ଉତ୍ତର ରଖିବା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ହଟ୍ଟଗୋଳ କରିଥିଲେ।

ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା

ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ଭବିଷ୍ୟତ ରଣନୀତି ପ୍ରସ୍ତୁତ କରୁଛି ଭାଜପା। ଏ ନେଇ ବୁଧବାର ଭାଜପା ପଦାଧିକାରୀମାନଙ୍କ ବୈଠକ ଦଳୀୟ କାର୍ଯ୍ୟାଳୟରେ ଆରମ୍ଭ ହୋଇଯାଇଛି। ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଦଳର ସମସ୍ତ ବିଧାୟକ, ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖ ଯୋଗ ଦେଇଛନ୍ତି। ।