ମେଟ୍ରୋ

ଅନୁଷ୍ଠିତ ହେବ ‘ଭାରତୀୟମ୍‌’

ଭୁବନେଶ୍ୱର,୨୫।୧(ବ୍ୟୁରୋ): ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଓଡ଼ିଶା ସଂଗୀତ ନାଟକ ଏକାଡ଼େମୀ ପକ୍ଷରୁ ଶୁକ୍ରବାର ଦେଶାତ୍ମବୋଧକ ସଂଗୀତ ଉତ୍ସବ ‘ଭାରତୀୟମ୍‌’ ଅନୁଷ୍ଠିତ ହେବ। ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସନ୍ଧ୍ୟା ୬ଟା ୩୦ରେ ରବୀନ୍ଦ୍ର ମଣ୍ଡପଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ।

ଭାଜପା ନେତାଙ୍କୁ ମାଡ଼ ପ୍ରତିବାଦରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ଭାଜପା ନେତାଙ୍କୁ ମାଡ଼ ପ୍ରତିବାଦରେ ଏସ୍‌ପି ଅଫିସ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ, ୨୫।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରତିବାଦରେ ଓଡ଼ିଶା ବନ୍ଦପାଳନ ବେଳେ ପିପିଲି-ମଙ୍ଗଳପୁର ଛକରେ ଭାଜପା ନେତା ଆଶ୍ରିତ ପଟ୍ଟନାୟକଙ୍କୁ କଂଗ୍ରେସ ନେତା ଯୁଧିଷ୍ଠିର ସାମନ୍ତରାୟ ଓ ତାଙ୍କ ସମ୍ପର୍କୀୟମାନେ ମରଣାତ୍ମକ ଆକ୍ରମଣ କରିଥିଲେ।

ଅନୁକୂଳ ଚନ୍ଦ୍ରଙ୍କ ୯୬ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ

ଅନୁକୂଳ ଚନ୍ଦ୍ରଙ୍କ ୯୬ତମ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ମହୋତ୍ସବ

ସାକ୍ଷୀଗୋପାଳ, ୨୫।୧(ଡି.ଏନ୍‌.ଏ.): ଠାକୁର ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଶ୍ରୀକ୍ଷେତ୍ରରୁ ସାକ୍ଷୀଗୋପାଳ ଆଗମନୀ ସ୍ମୃତି ସହୋତ୍ସବ ଗୁରୁବାର ପାଳିତ ହୋଇଯାଇଛି। ସାକ୍ଷୀଗୋପାଳ ସତସଙ୍ଗ ବିହାର ପରିସର ଶ୍ରଦ୍ଧାଳୁଙ୍କ ସମାବେଶ ଓ ଆଧ୍ୟାତ୍ମିକ ଭଜନ କୀର୍ତ୍ତନରେ ଉତ୍ସବମୁଖର ହୋଇଉଠିଛି।

ଜାତୀୟ ମତଦାତା ଦିବସ ପାଳିତ

ଜାତୀୟ ମତଦାତା ଦିବସ ପାଳିତ

ପୁରୀ ଅଫିସ, ୨୫।୧: ପୁରୀ ଜିଲା ପ୍ରଶାସନ ଆନୁକୂଲ୍ୟରେ ଗୁରୁବାର ଜାତୀୟ ମତଦାତା ଦିବସ ପାଳିତ ହୋଇଯାଇଛି।

ଥାନା ଭଙ୍ଗାରୁଜା ଘଟଣା: ୧୫ ଅଭିଯୁକ୍ତ କୋର୍ଟ ଚାଲାଣ

ଥାନା ଭଙ୍ଗାରୁଜା ଘଟଣା: ୧୫ ଅଭିଯୁକ୍ତ କୋର୍ଟ ଚାଲାଣ

କୃଷ୍ଣପ୍ରସାଦ,୨୫।୧(ଡି.ଏନ୍‌.ଏ.): ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଭଙ୍ଗାରୁଜା ଘଟଣାରେ ପୋଲିସ ୧୫ଜଣଙ୍କୁ ଗିରଫପରେ ଗୁରୁବାର କୋର୍ଟ ଚାଲାଣ କରିଛି।

 ଦାମଙ୍କ ବିବାଦୀୟ ମନ୍ତବ୍ୟ: ବ୍ରିଟିଶଙ୍କୁ ଆଣିଥିଲେ ଜୟୀ ରାଜଗୁରୁ

ଦାମଙ୍କ ବିବାଦୀୟ ମନ୍ତବ୍ୟ: ବ୍ରିଟିଶଙ୍କୁ ଆଣିଥିଲେ ଜୟୀ ରାଜଗୁରୁ

ପୁରୀ ଅଫିସ, ୨୪।୧- ଜୟୀ ରାଜଗୁରୁ ସ୍ବାଧୀନତା ସଂଗ୍ରାମୀ ନୁହଁନ୍ତି। ୪ଟି ପ୍ରଗଣାର କରମୁକ୍ତ ପାଇଁ ସେ ବ୍ରିଟିଶମାନଙ୍କୁ କଲିକତାରୁ କଳିଙ୍ଗକୁ ଆଣିଥିଲେ। ବ୍ରିଟିଶମାନେ ଜଳପଥରେ ଆସି ଚିଲିକା ଦେଇ ଖୋର୍ଦ୍ଧାରେ ପହଞ୍ଚତ୍ଥିଲେ। ଆସିବା ପୂର୍ବରୁ ବ୍ରିଟିଶମାନେ ମରହଟାଙ୍କୁ ତଡ଼ି ତାଙ୍କୁ ୪ଟି ପ୍ରଗଣା ଦେଇ କରମୁକ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ପହଞ୍ଚତ୍ବା ପରେ ସେମାନେ ବିଶ୍ୱାସଘାତକତା କଲେ। ଏଥିପାଇଁ ବ୍ରିଟିଶଙ୍କ ବିରୋଧରେ ଜୟୀ ରାଜଗୁରୁ ଆନ୍ଦୋଳନ କରିଥିଲେ।

ମାନସ ଜେନା ହେଲେ ଓଡ଼ିଶା ଲଳିତକଳା ଏକାଡେମୀ ସଚିବ

ମାନସ ଜେନା ହେଲେ ଓଡ଼ିଶା ଲଳିତକଳା ଏକାଡେମୀ ସଚିବ

ଭୁବନେଶ୍ୱର,୨୪।୧(ବ୍ୟୁରୋ)-ରାଜ୍ୟ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀର ନୂତନ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି ଚିତ୍ରଶିଳ୍ପୀ ମାନସ ଜେନା। ଏ ନେଇ ଗତ ୧୯ତାରିଖରେ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବି.କେ. ଆର୍ଟ କଲେଜର ଅଧ୍ୟାପକ ତଥା ଉପଦେଷ୍ଟା ଭାବେ କାର୍ଯ୍ୟ କରୁଥିବା ଜେନା ବୁଧବାର ଏକାଡେମୀ ଯାଇ କାର୍ଯ୍ୟରେ ଯୋଗଦେବା ସହ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ବନ୍ଦ ବେଳେ କଁ। ଭଁ। ହିଂସା

ବନ୍ଦ ବେଳେ କଁ। ଭଁ। ହିଂସା

ଭୁବନେଶ୍ୱର, ୨୪।୧(ବ୍ୟୁରୋ)- କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଛି। ଘଟଣା ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରି ବୁଧବାର ଭାଜପା ପକ୍ଷରୁ ୧୨ଘଣ୍ଟିଆ ହରତାଳ ଏବଂ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ପାଳନ କରାଯାଇଥିଲା।

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ସିସିଟିଭି ନଜରରେ ରହିବ ଗାନ୍ଧୀମାର୍ଗ

ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି: ସିସିଟିଭି ନଜରରେ ରହିବ ଗାନ୍ଧୀମାର୍ଗ

ଭୁବନେଶ୍ୱର, ୨୪।୧(ବ୍ୟୁରୋ)- ଦିନକ ପରେ ସାଧାରଣତନ୍ତ୍ର ଦିବସ। ଏହି ଉପଲକ୍ଷେ ରାଜଧାନୀ ଭୁବନେଶ୍ୱରର ଗାନ୍ଧୀମାର୍ଗରେ ଆୟୋଜିତ ହେବାକୁ ଥିବା ପରେଡ୍‌ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ପରେଡ୍‌ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଦାଦାର ଆକ୍ରମଣରେ ପୁତୁରା ମୃତ

ଦାଦାର ଆକ୍ରମଣରେ ପୁତୁରା ମୃତ

ଖୋର୍ଦ୍ଧା ଅଫିସ, ୨୪।୧: ଖୋର୍ଦ୍ଧା ଟାଉନ ଥାନା ତଳସାହିରେ ବୁଧବାର ଦାଦାଙ୍କ ଆକ୍ରମଣରେ ପୁତୁରା ପ୍ରଶାନ୍ତି ସେଠୀ(୩୧)ଙ୍କ ମୃତ୍ୟୁ ଘଟିଛି। ଘରବାଡ଼ି ବିବାଦକୁ କେନ୍ଦ୍ରକରି ଏହି ଘଟଣା ଘଟିଥିବା ଜଣାପଡିଛି। ଖବର ପାଇ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ହତ୍ୟାକାଣ୍ଡର ସହଯୋଗୀଙ୍କ ଗିରଫ ଦାବିରେ ଥାନା ଘେରାଉ

ହତ୍ୟାକାଣ୍ଡର ସହଯୋଗୀଙ୍କ ଗିରଫ ଦାବିରେ ଥାନା ଘେରାଉ

ନିରାକାରପୁର,୨୪।୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତ ତାଳପଡ଼ା ଗ୍ରାମରେ କୃଷିସଭାରେ ହୋଇଥିବା ହତ୍ୟାକାଣ୍ଡର ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବୁଧବାର ଗ୍ରାମବାସୀଙ୍କ ପକ୍ଷରୁ ନିରାକାରପୁର ଥାନା ଘେରାଉ କରାଯାଇଛି। ମୃତକଙ୍କ ପରିବାର ଓ ଗ୍ରାମର ଶତାଧିକ ମହିଳାପୁରୁଷ ଏଥିରେ ସାମିଲ ହୋଇଛନ୍ତି।

ଭାଜପା, କଂଗ୍ରେସର ରାଜପଥ ଅବରୋଧ

ଭାଜପା, କଂଗ୍ରେସର ରାଜପଥ ଅବରୋଧ

ସାକ୍ଷୀଗୋପାଳ, ୨୪।୧(ଡି.ଏନ୍‌.ଏ.) : ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ ଅବସରରେ ବୁଧବାର ପୁରୀ ଜିଲା ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ୩୧୬ ନଂ. ଜାତୀୟ ରାଜପଥକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଅବରୋଧ କରାଯାଇଛି। ବିକ୍ଷୋଭକାରୀମାନେ ରାସ୍ତାରେ ଟାୟାର ଜାଳି ବସି ରହିଛନ୍ତି।

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ

ମାଛ ଧରା ବିବାଦକୁ ନେଇ ଥାନା ଘେରାଉ

କୃଷ୍ଣପ୍ରସାଦ, ୨୪।୧(ଡି.ଏନ୍‌.ଏ.), ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଅଲଣ୍ଡା ପଞ୍ଚାୟତର କହୁଣିଆ ଚିଲିକାରୁ ମାଛ ଧରାକୁ କେନ୍ଦ୍ରକରି ଉପୁଜିଥିବା ବିବାଦର ସମାଧାନ ପାଇଁ ବୁଧବାର ଲୁଲୁ ସେନା ଓ ଭାଜପା ପକ୍ଷରୁ କୃଷ୍ଣପ୍ରସାଦ ଥାନା ଘେରାଉ କରାଯାଇଛି।

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

ଜଳୁଛି କୁନ୍ଦୁଲି ନିଆଁ: ପୋଲିସ ସହ ଧସ୍ତାଧସ୍ତି

କଟକ ଅଫିସ, ୨୪।୧: କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ସୃଷ୍ଟି ହୋଇଥିବା ଝଡ଼ ଘନୀଭୂତ ହେବାରେ ଲାଗିଛି। ପୋଲିସ ମୁଖ୍ୟାଳୟ ସମ୍ମୁଖରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀରେ ଓଡ଼ିଶା ବନ୍ଦର ଆଂଶିକ ପ୍ରଭାବ

ପୁରୀ ଅଫିସ, ୨୪।୧: କୋରାପୁଟ କୁନ୍ଦୁଲି ପୀଡ଼ିତା ନ୍ୟାୟ ନ ପାଇ ଆତ୍ମହତ୍ୟା କରିଥିବା ଅଭିଯୋଗରେ ବୁଧବାର କଂଗ୍ରେସ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଏବଂ ଭାଜପା ହରତାଳ ଡାକରା ଦେଇଛି। ଏହାର ଆଂଶିକ ପ୍ରଭାବ ପୁରୀରେ ପଡ଼ିଛି। ସହରରେ ଦୋକାନ ବଜାର କାଁଭାଁ ବନ୍ଦ ରହିଛି।

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ନେତାଜୀ ଆଦର୍ଶ ହୋଇ ରହିଛନ୍ତି, ରହିବେ

ପୁରୀ ଅଫିସ, ୨୩।୧: ପୁରୀ ଜିଲା ମାଖନଲାଲ ହାଲ୍‌ଦାର ସ୍ମୃତି ସମିତି ପକ୍ଷରୁ ଭିଆଇପି ରୋଡ ନେତାଜୀ ଛକଠାରେ ମଙ୍ଗଳବାର ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳନ କରାଯାଇଛି। ଏଥିରେ ମୁଖ୍ୟ ଅତିଥିଭାବେ ଅତିରିକ୍ତ ଜିଲାପାଳ ବିଭୂତି ଭୂଷଣ ଦାଶ ଯୋଗଦେଇ ନେତାଜୀଙ୍କ ଆଦର୍ଶ ଓ ନୀତିକୁ ମନେରଖିବାକୁ ଛାତ୍ରୀଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ।

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ସାକ୍ଷୀଗୋପାଳ,୨୩।୧(ଡି.ଏନ୍‌.ଏ.): ପୁରୀ ଜିଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ମଙ୍ଗଳବାର ସାକ୍ଷୀଗୋପାଳ ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ ଜଳସମ୍ପଦର ସୁବିନିଯୋଗ ପାଇଁ ଉପସ୍ଥିତ କୃଷକ ଓ ପାଣି ପଞ୍ଚାୟତ କର୍ମକର୍ତ୍ତାମାନଙ୍କୁ ଆହ୍ବାନ ଦେଇଥିଲେ।

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ସଡ଼କ ଦୁର୍ଘଟଣାରେ ଶିକ୍ଷକଙ୍କ ମୃତ୍ୟୁ

ଚୌଦ୍ୱାର,୨୩।୧(ଡି.ଏନ୍‌.ଏ.): କଟକ ଚୌଦ୍ୱାର ଥାନା ଅନ୍ତର୍ଗତ କୁସ୍‌ପାଙ୍ଗୀ ନିକଟରେ ମଙ୍ଗଳବାର ଏକ ଟ୍ରକ୍‌ ଧକ୍କାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟଛି। ମୃତ ଶିକ୍ଷକ ହେଲେ ଜମ୍ବେଶ୍ୱର ଦାସ।

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

ନେତାଜୀ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀଙ୍କ ପତାକା ଉତ୍ତୋଳନ

କଟକ ଅଫିସ,୨୩।୧: ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟରେ ଆୟୋଜିତ ନେତାଜୀ ଜୟନ୍ତୀ ସମାରୋହରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି।

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ନେତାଜୀ ମ୍ୟୁଜିୟମ ସମ୍ମୁଖରେ ବିକ୍ଷୋଭ

ପୁରୀ ଅଫିସ,୨୩।୧: ନେତାଜୀ ସୁଭାଷ ବୋଷ ମ୍ୟୁଜିୟମ ଖୋଲିବା ଦାବି ନେଇ ସ୍ଥାନୀୟ ଗୋପାଳବଲ୍ଲଭ ରେଡ୍‌ସ୍ଥିତ ନେତାଜୀ ସ୍ମୃତି ମ୍ୟୁଜିୟମ ସମ୍ମୁଖରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନେତାଜୀ ଜୟନ୍ତୀ କମିଟି ପକ୍ଷରୁ ମ୍ୟୁଜିୟମ ଫାଟକ ସମ୍ମୁଖରେ ଏହି ବିକ୍ଷୋଭ କରାଯିବା ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି।

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ହୋଟେଲ ଅନନ୍ୟାରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୨୩।୧: ସ୍ଥାନୀୟ ଭିଆଇପି ରୋଡସ୍ଥିତ ହୋଟେଲ ପ୍ରାଇଡ଼୍‌ ଅନନ୍ୟାରେ ମଙ୍ଗଳବାର ଭୋର ସମୟରେ ଅଗ୍ନିକାଣ୍ଡ ଘଟିଛି। ହୋଟେଲର ଚତୁର୍ଥ ମହଲାରେ ଥିବା ପ୍ୟାଣ୍ଟ୍ରି ଷ୍ଟୋରରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଏହି ଅଘଟଣ ଘଟିଛି।

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ମହାପ୍ରଭୁଙ୍କ ବେଣ୍ଟ ନୀତି ସମ୍ପନ୍ନ

ପୁରୀ ଅଫିସ, ୨୨।୧: ଶ୍ରୀମନ୍ଦିରରେ ସୋମବାର ମହାପ୍ରଭୁଙ୍କ ଚାଚେରି ବେଶ ଓ ଭୋଗ ପରେ ଶ୍ରୀଦେବୀ, ଭୂଦେବୀ ଏବଂ ଦୋଳଗୋବିନ୍ଦ ଆଜ୍ଞାମାଳ ପାଇ ବେଣ୍ଟ(ଶିକାର) ନୀତି ନିମନ୍ତେ ବିମାନରେ ବିଜେ ହୋଇଥିଲେ।

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ଛତିଶା ନିଯୋଗ ବୈଠକ: ଚନ୍ଦ୍ରଗ୍ରହଣ ନୀତି ଚୂଡ଼ାନ୍ତ

ପୁରୀ ଅଫିସ, ୨୨।୧: ଆସନ୍ତା ୩୧ ତାରିଖରେ ମାଘ ପୂର୍ଣ୍ଣିମା। ଏହିଦିନ ମହାପ୍ରଭୁଙ୍କ ଗଜଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ମଧ୍ୟ ପଡୁଛି। ତେଣୁ ସୋମବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ଏହିଦିନର ନୀତି ନିର୍ଘଣ୍ଟ କରାଯାଇଛି।

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପଲିଥିନଜନିତ ପ୍ରଦୂଷଣକୁ ନେଇ ଏନ୍‌ଜିଟିଙ୍କ ଅସନ୍ତୋଷ

ପୁରୀ ଅଫିସ, ୨୨।୧: ପୁରୀ ସହରରେ ପଲିଥିନ ଏବଂ ପ୍ରଦୂଷଣକୁ ନେଇ ଅସନ୍ତୋଷ ବ୍ୟକ୍ତି କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନ୍‌ଜିଟି)। ପଲିଥିନ ବ୍ୟବହାର ରୋକିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ ପଦକ୍ଷେପ ନେବାକୁ ପୁରୀ ପୌରସଂସ୍ଥାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି।