ମେଟ୍ରୋ

ନିର୍ବାଚନ ଅନିୟମିତତା ମାମଲା: ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

ନିର୍ବାଚନ ଅନିୟମିତତା ମାମଲା: ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

କଟକ ଅଫିସ, ୩୦।୧- ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଝଟ୍‌କା। ନିର୍ବାଚନ ଅନିୟମିତତା ମାମଲାରେ ତାଙ୍କ ସଭ୍ୟପଦକୁ ମଙ୍ଗଳବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏଥିସହ ତାଙ୍କ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି। ପରାଜିତ ପ୍ରାର୍ଥୀ ସହଦେବ ଖାକା ଓ ଜଣେ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ବି.କେ. ନାୟକ ଏହି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଉକ୍ତ ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କୁ ବିଜୟୀ ଘୋଷଣା ପାଇଁ କରାଯାଇଥିବା ନିବେଦନକୁ ଖଣ୍ଡପୀଠ ଅଗ୍ରାହ୍ୟ କରିଦେଇଛନ୍ତି। ହାଇକୋର୍ଟଙ୍କ ଏହି ରାୟ ପରେ ବିଧାୟକ ସିଂ ତାଙ୍କ ପଦ ହରାଇଛନ୍ତି।

୪ ନୂଆ ୱାର୍ଡ ପାଇଁ ପ୍ରସ୍ତାବ ଦେବ ପୌରସଂସ୍ଥା

୪ ନୂଆ ୱାର୍ଡ ପାଇଁ ପ୍ରସ୍ତାବ ଦେବ ପୌରସଂସ୍ଥା

ପୁରୀ ଅଫିସ, ୩୦।୧: ଆଗାମୀ ପୌର ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଫେବୃୟାରୀ ୧୫ସୁଦ୍ଧା ୱାର୍ଡ ସଂରକ୍ଷଣ ଆଉ ପୁନର୍ଗଠନ ଲାଗି ପୌରସଂସ୍ଥା ଜିଲାପାଳଙ୍କୁ ପ୍ରସ୍ତାବ ଦେବ। ହାତରେ ଆଉ ୧୫ଦିନ ସମୟ ରହିଥିବା ବେଳେ ଏହାକୁ ନେଇ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି।

ଅହିଂସା ହିଁ ଶ୍ରେଷ୍ଠ ମାର୍ଗ

ଅହିଂସା ହିଁ ଶ୍ରେଷ୍ଠ ମାର୍ଗ

ପୁରୀ ଅଫିସ, ୩୦।୧: ସର୍ବୋଦୟ ମେଳା କମିଟି ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସ ମଙ୍ଗଳବାର ଗାନ୍ଧୀଘାଟରେ ଅନୁଷ୍ଠିତ ହୋଇଯାଇଛି। ସକାଳେ କମିଟି ପକ୍ଷରୁ ଗାନ୍ଧୀଘାଟରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଜ୍ଞାପନ କରାଯାଇଥିଲା।

ଅନ୍ନପୂର୍ଣ୍ଣା ମଞ୍ଚରେ ଶ୍ରୀକୃଷ୍ଣ ଲୀଳା

ଅନ୍ନପୂର୍ଣ୍ଣା ମଞ୍ଚରେ ଶ୍ରୀକୃଷ୍ଣ ଲୀଳା

ପୁରୀ ଅଫିସ, ୩୦।୧: ଶ୍ରୀକୃଷ୍ଣ ଲୀଳା ଦେଖିବାକୁ ମିଳିଥିଲା ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ। ଶ୍ରୀକ୍ଷେତ୍ରର ସ୍ବନାମଧନ୍ୟ ନୃତ୍ୟାନୁଷ୍ଠାନ ରୂପା ଆଣ୍ଡ୍‌ ଟ୍ରୁପ୍‌ର ଅଷ୍ଟାଦଶ ନୃତ୍ୟ ମହୋତ୍ସବର ମଙ୍ଗଳବାର ଉଦ୍‌ଘାଟନୀ ସନ୍ଧ୍ୟାରେ ଅନୁଷ୍ଠାନର ଶିଳ୍ପୀଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା ହିନ୍ଦୀ ନାଟକ ଶ୍ରୀକୃଷ୍ଣ।

ଚନ୍ଦ୍ରଭାଗା ବେଳାଭୂମିରେ କୁଢ଼କୁଢ଼ ମଲା ମାଛ

ଚନ୍ଦ୍ରଭାଗା ବେଳାଭୂମିରେ କୁଢ଼କୁଢ଼ ମଲା ମାଛ

ପୁରୀ ଅଫିସ, ୩୦।୧: ଗତ ଏକ ମାସ ଧରି ଓଡ଼ିଶା ଉପକୂଳରେ ପ୍ରତ୍ୟହ କୌଣସି ବେଳାଭୂମିରେ କଢ଼କୁଢ଼ ବୋରେଇ ମାଛ ମରି ଲାଗୁଛନ୍ତି। ଏହି ମାଛଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ରାତି ୧୨ଟା ୧୦ରେ ଫିଟିଲା ଦ୍ୱାର

ରାତି ୧୨ଟା ୧୦ରେ ଫିଟିଲା ଦ୍ୱାର

ପୁରୀ ଅଫିସ, ୩୦।୧: ବୁଧବାର ମାଘ ପୂର୍ଣ୍ଣିମା। ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ସାଙ୍ଗକୁ ରାହୁ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ତେଣୁ ଶ୍ରୀମନ୍ଦିରରେ ନିତିକାନ୍ତି କିପରି ସୁବ୍ୟବସ୍ଥିତ ସମ୍ପନ୍ନ ହେବ ସେଥିଲାଗି ମନ୍ଦିର ପ୍ରଶାସନ ତତ୍ପରତା ପ୍ରକାଶ କରିଛି।

ଜମି ଦେବା ଆଳରେ ୧୫ ଲକ୍ଷ ଟଙ୍କା ଠକେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଗିରଫ

ଜମି ଦେବା ଆଳରେ ୧୫ ଲକ୍ଷ ଟଙ୍କା ଠକେଇ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଗିରଫ

ପାତ୍ରପଡ଼ା,୩୦ା୧(ଡି.ଏନ୍‌.ଏ.)-ରାଜଧାନୀରେ ଜମି ଦେବା ଆଳରେ ଜଣେ ମହିଳାଙ୍କଠାରୁ ୧୫ ଲକ୍ଷ ଟଙ୍କା ହଡ଼ପ୍‌ ଅଭିଯୋଗରେ ଖଣ୍ଡଗିରି ଥାନା ପୋଲିସ ଜଣେ ସରକାରୀ ପଦସ୍ଥ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ ରାଜ୍ୟ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ବିଶ୍ୱନାଥ ସେଠୀ(୬୦)।

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ବାଲୁଗଁ।/ଜଟଣୀ,୩୦।୧(ଡି.ଏନ.ଏ.)-ଖୋର୍ଦ୍ଧାରୋଡ଼ ରେଳ ଡିଭିଜନର ବ୍ରହ୍ମପୁର ସେକ୍ସନ ଅନ୍ତର୍ଗତ ବାଲୁଗାଁ ଓ ଚିଲିକା ଷ୍ଟେଶନ ମଧ୍ୟବର୍ତ୍ତୀ କିଲୋମିଟର ନଂ. ୫୩୦/୩୯ ନିକଟରେ ମଙ୍ଗଳବାର ମଧ୍ୟାହ୍ନରେ ଏକ ମାଲବାହୀ ଟ୍ରେନ୍‌ର ଗୋଟିଏ ୱାଗନ ଲାଇନଚ୍ୟୁତ ହୋଇଛି। ଫଳରେ ଅପ୍‌ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ରେଭେନ୍‌ଶାରେ ଅଣଓଡ଼ିଆ ଛାତ୍ରଙ୍କୁ ର଼୍ୟାଗିଂ

ରେଭେନ୍‌ଶାରେ ଅଣଓଡ଼ିଆ ଛାତ୍ରଙ୍କୁ ର଼୍ୟାଗିଂ

କଟକ ଅଫିସ, ୩୦।୧- ରେଭେନ୍‌ଶା ବିଶ୍ୱବିଦ୍ୟାଳୟରେ ଯୁକ୍ତ୩ ବାଣିଜ୍ୟ ୨ୟ ବର୍ଷର ଜଣେ ଅଣଓଡ଼ିଆ ଛାତ୍ରଙ୍କୁ ର଼୍ୟାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ଛାତ୍ର ସିଦ୍ଧାର୍ଥ ଅଗ୍ରଓ୍ବାଲ ମଙ୍ଗଳବାର ମାଲଗୋଦାମ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ଏକ ଅଭିଯୋଗପତ୍ର କେନ୍ଦ୍ର ମାନବସମ୍ବଳ ମନ୍ତ୍ରୀଙ୍କୁ ମେଲ୍‌ ଯୋଗେ ପଠାଇଛନ୍ତି।

ବିସିଏସିର ପୁଣି ଆଡ୍‌ଭେଞ୍ଚର ରାଇଡ୍‌: ୬୭ ଘଣ୍ଟାରେ ସାଇକେଲରେ ୫୭୫ କି.ମି.

ବିସିଏସିର ପୁଣି ଆଡ୍‌ଭେଞ୍ଚର ରାଇଡ୍‌: ୬୭ ଘଣ୍ଟାରେ ସାଇକେଲରେ ୫୭୫ କି.ମି.

ଭୁବନେଶ୍ୱର,୩୦।୧(ବ୍ୟୁରୋ)-ଭୁବନେଶ୍ୱର ସାଇକ୍ଲିଂ ଆଣ୍ଡ ଆଡ୍‌ଭେଞ୍ଚର୍ସ କ୍ଲବ(ବିସିଏସି) ପୁଣିଥରେ ସାଇକେଲ ଚାଳନାରେ ଦେଖାଇଛି କରିସ୍ମା। ଏଥର ଭୁବନେଶ୍ୱରରୁ ଛତିଶଗଡ଼ର ରାଇପୁର। ସାଧାରଣତନ୍ତ୍ର ଦିବସ ଅବସରରେ କ୍ଲବର ସଦସ୍ୟମାନେ ଦୀର୍ଘ ୫୭୫ କି.ମି. ରାସ୍ତାକୁ ଅତିକ୍ରମ କରି ସାମାଜିକ ସଚେତନତାର ବାର୍ତ୍ତା ଦେଇଛନ୍ତି।

ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

ସୁନ୍ଦରଗଡ଼ ବିଧାୟକଙ୍କ ସଭ୍ୟପଦ ରଦ୍ଦ

କଟକ ଅଫିସ, ୩୦।୧: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ଝଟ୍‌କା। ନିର୍ବାଚନ ଅନିୟମିତତା ମାମଲାରେ ତାଙ୍କ ସଭ୍ୟପଦକୁ ମଙ୍ଗଳବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏଥିସହ ତାଙ୍କ ନିର୍ବାଚନକୁ ମଧ୍ୟ ଅସିଦ୍ଧ ଘୋଷଣା କରିଛନ୍ତି। ପରାଜିତ ପ୍ରାର୍ଥୀ ସହଦେବ ଖାକା ଓ ଜଣେ ଭୋଟର ଅଜୟ ପଟେଲଙ୍କ ପକ୍ଷରୁ ଆଗତ ଦୁଇଟି ମାମଲାର ଏକତ୍ର ଶୁଣାଣି କରି ବିଚାରପତି ବି.କେ. ନାୟକ ଏହି ରାୟ ପ୍ରଦାନ କରିଛନ୍ତି। ଅନ୍ୟପକ୍ଷରେ ଏହି ରାୟ ସୁପ୍ରିମକୋର୍ଟରେ ଚାଲେଞ୍ଜ କରାଯିବ ବୋଲି ବିଧାୟକ ସିଂଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ସହପାଠୀଙ୍କ ଷଡ଼ଯନ୍ତ୍ର: ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ

ସହପାଠୀଙ୍କ ଷଡ଼ଯନ୍ତ୍ର: ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ଉଦ୍ୟମ

ଭୁବନେଶ୍ୱର, ୩୦।୧(ବ୍ୟୁରୋ)- ରାଜଧାନୀର ଏକ ସରକାରୀ କଲେଜରେ ଜଣେ ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଅଶ୍ଳୀଳ ଭିଡିଓ ପ୍ରସ୍ତୁତି ପାଇଁ ଉଦ୍ୟମ କରାଯାଇଛି। ଏଭଳି ଷଡ଼ଯନ୍ତ୍ର ରଚିଛନ୍ତି ସମ୍ପୃକ୍ତ ଛାତ୍ରୀଙ୍କ ଜଣେ ସହପାଠୀ। ଏହାର ଶିକାର ହୋଇଥିବା ଛାତ୍ରୀଙ୍କ ବାପା ମଙ୍ଗଳବାର ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି।

ଅକ୍ଟୋବର ସୁଦ୍ଧା ବସ୍ତିବାସିନ୍ଦାଙ୍କୁ ମାଗଣା ଜମି: ୨ ଲକ୍ଷ ପରିବାରକୁ ଯୋଗାଇଦେବାକୁ ଯୋଜନା

ଅକ୍ଟୋବର ସୁଦ୍ଧା ବସ୍ତିବାସିନ୍ଦାଙ୍କୁ ମାଗଣା ଜମି: ୨ ଲକ୍ଷ ପରିବାରକୁ ଯୋଗାଇଦେବାକୁ ଯୋଜନା

ଭୁବନେଶ୍ୱର, ୩୦।୧(ବ୍ୟୁରୋ)- ରାଜ୍ୟରେ ବସ୍ତିବାସିନ୍ଦାଙ୍କୁ ମିଳିବ ମାଗଣା ଜମି। ମ୍ୟୁନିସିପାଲିଟି ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରଙ୍କୁ ସରକାର ଜମି ଯୋଗାଇଦେବେ। ଯେଉଁମାନଙ୍କ ମାସିକ ଆୟ ୧୫ ହଜାର ଟଙ୍କାରୁ କମ୍‌ ହୋଇଥିବ କିମ୍ବା ବାର୍ଷିକ ୧ ଲକ୍ଷ ୮୦ ହଜାର ଟଙ୍କାରୁ ଅଧିକ ହୋଇ ନ ଥିବ ସେମାନେ ଓଡିଶା ବସ୍ତିବାସିନ୍ଦା ଜମି ଅଧିକାର ଆଇନ-୨୦୧୭ ଅନୁଯାୟୀ ମାଗଣାରେ ଜମି ପାଇପାରିବେ। ଏନଏସିରେ ୪୪୦ ବର୍ଗଫୁଟ ଏବଂ ମ୍ୟୁନିସିପାଲିଟିରେ ୩୩୦ ବର୍ଗଫୁଟ ଜମି ଯୋଗାଇ ଦିଆଯିବ। ତେବେ ଯେଉଁମାନଙ୍କ ଆୟ ଅଧିକ ଥିବ ସେମାନେ ଜମିର ବେଞ୍ଚମାର୍କ ମୂଲ୍ୟ ଆଧାରରେ ସ୍ଥିର କରାଯାଇଥିବା ମୂଲ୍ୟ ଦେବେ। ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ୨ ଲକ୍ଷ ଭୂମିହୀନ ଗରିବ ବସ୍ତିବାସିନ୍ଦାଙ୍କୁ ଜମି ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଛି। ଆସନ୍ତା ଜୁନ ଶେଷ ସୁଦ୍ଧା ୧ ଲକ୍ଷ ପରିବାରକୁ ଜମି ଯୋଗାଇଦିଆଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସଚିବ ଜି. ମାଥିଭାଥନନ କହିଛନ୍ତି।

ଖଣ୍ଡଗିରି ମେଳାରୁ ୨ ଭାଇଙ୍କୁ ଅପହରଣ, ହାତଗୋଡ଼ ବାନ୍ଧି ଲୁଟିଲେ, ଲହୁଲୁହାଣ ଅବସ୍ଥାରେ ଉଦ୍ଧାର

ଖଣ୍ଡଗିରି ମେଳାରୁ ୨ ଭାଇଙ୍କୁ ଅପହରଣ, ହାତଗୋଡ଼ ବାନ୍ଧି ଲୁଟିଲେ, ଲହୁଲୁହାଣ ଅବସ୍ଥାରେ ଉଦ୍ଧାର

ଭୁବନେଶ୍ୱର, ୩୦।୧(ବ୍ୟୁରୋ)- କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ଖଣ୍ଡଗିରି ମେଳାରେ ଅପରାଧୀଙ୍କୁ ରୋକିବାରେ କମିଶନରେଟ ପୋଲିସ ବିଫଳ ହୋଇଛି। ଯେଉଁଥିପାଇଁ ସୋମବାର ରାତିରେ ମେଳା ବୁଲିବାକୁ ଆସିଥିବା ୨ ଭାଇଙ୍କୁ ଅପହରଣ ପରେ ଲୁଟ୍‌ କରାଯାଇଛି। ଦୁର୍ବୃତ୍ତମାନେ ଉଭୟଙ୍କୁ ଅଟୋରେ ଉଠାଇନେଇ ଗୋଡ଼ହାତ ବାନ୍ଧି ଆକ୍ରମଣ କରି ଲୁଟ୍‌ କରିଛନ୍ତି। ପୋଲିସ ଲହୁଲୁହାଣ ଅବସ୍ଥାରେ ଅପହୃତଦ୍ୱୟଙ୍କୁ ଉଦ୍ଧାର କରିଛି।

ନାଳରେ ପଡ଼ି ଷଣ୍ଢ ମୃତ

ନାଳରେ ପଡ଼ି ଷଣ୍ଢ ମୃତ

ପୁରୀ ଅଫିସ, ୩୦।୧: ପୁରୀ ସହରରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୁରୁଣା ସଦର ଥାନା ଛକରେ ଥିବା ନାଳରେ ପଡ଼ି ଏକ ଷଣ୍ଢର ମୃତ୍ୟୁ ଘଟିଛି। ପ୍ରକାଶ ଯେ, ସକାଳ ୯ଟାରେ ଷଣ୍ଢଟି ନାଳରେ ପଡିଯାଇଥିଲା।

ପଦ ହରାଇଲେ ଯୋଗେଶ

ପଦ ହରାଇଲେ ଯୋଗେଶ

କଟକ ଅଫିସ, ୩୦।୧: ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦକୁ ମଙ୍ଗଳବାର ହାଇକୋର୍ଟ ରଦ୍ଦ କରିଛନ୍ତି। ଏଥିସହିତ ୨୦୧୪ ସୁନ୍ଦରଗଡ଼ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ।

ସତ୍ୟବାଦୀ ତହସିଲ, ଉପନିବନ୍ଧକ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ସତ୍ୟବାଦୀ ତହସିଲ, ଉପନିବନ୍ଧକ କାର୍ଯ୍ୟାଳୟ ଭିତ୍ତିପ୍ରସ୍ତର ସ୍ଥାପନ

ସାକ୍ଷୀଗୋପାଳ, ୩୦।୧(ଡି.ଏନ୍‌.ଏ.): ସତ୍ୟବାଦୀ ତହସିଲ ଓ ଉପନିବନ୍ଧକ କାର୍ଯ୍ୟାଳୟର ମଙ୍ଗଳବାର ଶିଳାନ୍ୟାସ କରାଯାଇଛି।

ମନ୍ଦ ଉଦ୍ଦେଶ୍ୟ ରଖି ଛାତ୍ରୀଙ୍କୁ ନିଶା ଦିଆଯାଇଥିବା ଅଭିଯୋଗ

ମନ୍ଦ ଉଦ୍ଦେଶ୍ୟ ରଖି ଛାତ୍ରୀଙ୍କୁ ନିଶା ଦିଆଯାଇଥିବା ଅଭିଯୋଗ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ଭୁବନେଶ୍ୱରର ଏକ ମହାବିଦ୍ୟାଳୟ କ୍ୟାମ୍ପସରେ ଜନୈକ ଛାତ୍ରୀଙ୍କୁ ନିଶାବଟିକା ଦିଆଯାଇଥିବା କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି।

୧୨ ଘଣ୍ଟିଆ ଜି. ଉଦୟଗିରି ବନ୍ଦ

୧୨ ଘଣ୍ଟିଆ ଜି. ଉଦୟଗିରି ବନ୍ଦ

ଜି.ଉଦୟଗିରି, ୩୦।୧(ଡି.ଏନ୍‌.ଏ.): ୧୪ ଦଫା ଦାବି ନେଇ ନଗର ଭାଜପା ପକ୍ଷରୁ ମଙ୍ଗଳବାର ୧୨ ଘଣ୍ଟିଆ ଜି. ଉଦୟଗିରି ବନ୍ଦ ପାଳନ କରାଯାଇଛି। ସକାଳ ୬ଟାରୁ ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଶାନ୍ତିପୂର୍ଣ୍ଣ ଭାବେ ଏହି ବନ୍ଦ ପାଳନ ଚାଲୁ ରହିଛି।

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ ଅଫିସ, ୩୦।୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ମଙ୍ଗଳବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜଣାଯାଇଛି।

ବୁଧବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ବୁଧବାର ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ

ପୁରୀ ଅଫିସ, ୩୦।୧: ବୁଧବାର ମାଘ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ସଂଗଠିତ ହେବ। ସମଗ୍ର ଓଡ଼ିଶାକୁ ଗ୍ରସ୍ତୋଦୟ ଦୃଶ୍ୟ ହେତୁ ପାଳନୀୟ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘କୁଂ ଫୁ ନନ୍‌’ ସାଇକେଲ ଆରୋହୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ‘କୁଂ ଫୁ ନନ୍‌’ ସାଇକେଲ ଆରୋହୀ

ଭୁବନେଶ୍ୱର,୨୯।୧(ବ୍ୟୁରୋ)- ମହିଳା ସଶକ୍ତୀକରଣ, ପ୍ରଦୂଷଣମୁକ୍ତ ପରିବେଶ ଏବଂ ବୌଦ୍ଧ ପର୍ଯ୍ୟଟନର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ନେପାଳରୁ ସାଇକେଲରେ ଆସିଛନ୍ତି ‘କୁଂ ଫୁ ନନ୍‌’ ସାଇକେଲ ଆରୋହୀ ଦଳ। ସୋମବାର ଏହି ଦଳ ଭୁବନେଶ୍ୱରଠାରେ ପହଞ୍ଚିଥିଲା। ବୌଦ୍ଧ ଧର୍ମଗୁରୁ ଗ୍ୟାଲଓ୍ବାଙ୍ଗ୍‌ ଡ୍ରୁପକାଙ୍କ ନେତୃତ୍ୱରେ ଆସିଥିବା ପ୍ରାୟ ୨୦୦ଜଣ ବୌଦ୍ଧ ସନ୍ନ୍ୟାସିନୀ ଓ ସନ୍ନ୍ୟାସ ଭୁବନେଶ୍ୱରରେ ପହଞ୍ଚିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସଚିବାଳୟଠାରେ ସାକ୍ଷାତ କରିଥିଲେ।

କୁନ୍ଦୁଲି ଗଣବଳାତ୍କାର ମାମଲା: ଓଏଚ୍‌ଆରସିଙ୍କୁ ଭେଟିଲା ଭାଜପା

କୁନ୍ଦୁଲି ଗଣବଳାତ୍କାର ମାମଲା: ଓଏଚ୍‌ଆରସିଙ୍କୁ ଭେଟିଲା ଭାଜପା

ଭୁବନେଶ୍ୱର, ୨୯ା୧(ବ୍ୟୁରୋ)- କୁନ୍ଦୁଲି ଗଣବଳାତ୍କାର ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସୋମବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି)ଙ୍କୁ ଭେଟିଛି ରାଜ୍ୟ ଭାଜପାର ଏକ ମହିଳା ପ୍ରତିନିଧି ଦଳ। ପୀଡିତାଙ୍କ ପରିବାରକୁ କୋଟିଏ ଟଙ୍କାର ଆର୍ଥତ୍କ ସହାୟତା ପ୍ରଦାନ କରିବା ସହ ଆତ୍ମହତ୍ୟା ଘଟଣାରେ ଦାୟୀ କୋରାପୁଟ ଏସ୍‌ପି ଏବଂ ରାଜ୍ୟ ମାନବାଧିକାର ସେଲ୍‌ ଏଡିଜିଙ୍କୁ ଚାକିରିରୁ ବହିଷ୍କାର କରିବାକୁ ଦାବି କରିଛି।

ମିଳିମିଳା, ରୁବେଲା ଟିକାକରଣ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମିଳିମିଳା, ରୁବେଲା ଟିକାକରଣ ଅଭିଯାନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୧(ବ୍ୟୁରୋ)- ରାଜ୍ୟରେ ପ୍ରଥମଥର ଆରମ୍ଭ ହୋଇଛି ମିଳିମିଳା ଓ ରୁବେଲା (ଜର୍ମାନ ମିଳିମିଳା) ଟିକାକରଣ ଅଭିଯାନ। ସୋମବାର ନବୀନ ନିବାସଠାରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଟିକାକରଣ ଅଭିଯାନ ରଥର ଶୁଭାରମ୍ଭ କରିଛନ୍ତି।